Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 26

ଦାଉଦଙ୍କର ସଙ୍ଗୀତ।

26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
    ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
    ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
    ମୋର ହୃଦୟ ଓ ମନକୁ ପରିଷ୍କାର କର।
ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
    ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
    କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
    ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।

ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
    ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
    ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
    ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।

ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
    ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
    ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
    ତେଣୁ ହେ ପରମେଶ୍ୱର ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
    ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।

ଗୀତସଂହିତା 28

ଦାଉଦଙ୍କର ଗୀତ।

28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
    ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
    ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
    ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
    ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
    ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
    ମୋ’ ନିବେଦନ ଟିକେ ଶୁଣ।
    ମୋ’ ପ୍ରତି କୃପା ପ୍ରଦର୍ଶନ କର।
ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
    ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
    କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
ସଦାପ୍ରଭୁ ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
    ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
    ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
    ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
    ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।

ସଦାପ୍ରଭୁଙ୍କର ପ୍ରଶଂସା ହେଉ,
    କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
    ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
    ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
    ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
    ସଦାପ୍ରଭୁ ହିଁ ତା’ର ଏକମାତ୍ର ବଳ।

ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
    ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
    ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।

ଗୀତସଂହିତା 36

ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ

36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
    ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
ସେହି ଲୋକ ଆପଣାକୁ ମିଥ୍ୟା କହେ।
    ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
    ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
    ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।

ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
    ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
    ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
    ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
    ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
    ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
    ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
    ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
    ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।

12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
    ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
    ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”

ଗୀତସଂହିତା 39

ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।

39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
    ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
    ମୁଁ ମୋର ମୁଖକୁ ବନ୍ଦ ରଖିବି।”

ତେଣୁ ମୁଁ କିଛି କହିଲି ନାହିଁ।
    ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
    କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
ମୁଁ ଅତି କ୍ରୋଧିତ ଥିଲି।
    ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
    ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।

ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
    ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
    ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
    ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ।

ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
    ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
    କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।

ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
    ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
    ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
ମୁଁ ମୋର ପାଟି ଖୋଲି ନାହିଁ।
    ମୁଁ କିଛି କହି ନାହିଁ।
    ହେ ସଦାପ୍ରଭୁ ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
    ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
    ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
    ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ।

12 ହେ ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
    ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
    ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
    ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।

ଯାତ୍ରାପୁସ୍ତକ 19:1-16

ଇସ୍ରାଏଲ ସହିତ ପରମେଶ୍ୱରଙ୍କ ଚୁକ୍ତି

19 ମିଶର ଦେଶରୁ ଇସ୍ରାଏଲୀୟମାନେ ବାହାରି ତୃତୀୟ ମାସର ପ୍ରଥମ ଦିନରେ ଆସି ସୀନୟ ମରୁଭୂମିରେ ପହଞ୍ଚିଲେ। ସେମାନେ ରଫୀଦୀମଠାରୁ ଯାଇ ସୀନୟ ମରୁଭୂମିରେ ପହଞ୍ଚିଲେ ଓ ସେମାନେ ପର୍ବତ ନିକଟସ୍ଥ ମରୁଭୂମିରେ ଛାଉଣି ସ୍ଥାପନ କଲେ। ଏହା ପରେ ମୋଶା ଉପରକୁ ଚଢ଼ି ପରମେଶ୍ୱରଙ୍କ ନିକଟକୁ ଗଲେ। ପରମେଶ୍ୱର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ କହିଲେ, “ଏହି ସୂଚନା ଯାକୁବର ପରିବାର ଇସ୍ରାଏଲୀୟମାନଙ୍କୁ ଦିଅ। ତୁମ୍ଭେମାନେ ଦେଖିଛ ମୁଁ ମିଶର ବାସୀମାନଙ୍କର ଯାହା କରିଛି। ତୁମ୍ଭେମାନେ ଦେଖିଛ ମୁଁ ତୁମ୍ଭକୁ କିପରି ମିଶରରୁ ଉତ୍କ୍ରୋଶପକ୍ଷୀ ସଦୃଶ ଉଠାଇ ମୋ’ ପାଖକୁ ଆଣିଲି। ତେଣୁ ସେମାନଙ୍କୁ ମୋର ଆଜ୍ଞା ମାନିବା ପାଇଁ କୁହ। ସେମାନଙ୍କୁ ମୋର ନିୟମ ପାଳନ କରିବାକୁ ଦିଅ। ଯଦି ତୁମ୍ଭେ ଏପରି କର, ତେବେ ତୁମ୍ଭେମାନେ ମୋର ଆପଣାର ରତ୍ନଭଣ୍ଡାର ହୋଇ ରହିବ ଯେହେତୁ ସମଗ୍ର ପୃଥିବୀ ମୋର। ମୋ’ ପାଇଁ ତୁମ୍ଭେମାନେ ଯାଜକମାନଙ୍କର ଏକ ରାଜ୍ୟ ଏବଂ ପବିତ୍ର ରାଷ୍ଟ୍ର ହେବ।’ ମୋଶା, ଏହି ସମସ୍ତ କଥା ତୁମ୍ଭେ ଇସ୍ରାଏଲୀୟମାନଙ୍କୁ କୁହ।”

ତେଣୁ ମୋଶା ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମୋଶା ସେମାନଙ୍କୁ ପରମେଶ୍ୱରଙ୍କର ଆଜ୍ଞା ସମସ୍ତ କହିଲେ। ସମସ୍ତ ଲୋକେ ଏକ ସମୟରେ କହିଲେ, “ଆମ୍ଭେ ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମାନିବୁ।”

ଏହା ପରେ ମୋଶା ପୁନରାୟ ପର୍ବତ ଉପରକୁ ପରମେଶ୍ୱରଙ୍କର ନିକଟକୁ ଗଲେ। ମୋଶା ପରମେଶ୍ୱରଙ୍କୁ କହିଲେ, ଲୋକମାନେ ଆପଣଙ୍କର ସମସ୍ତ ଆଜ୍ଞା ମାନିବେ। ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ନିବିଡ଼ ମେଘରେ ତୁମ୍ଭ ନିକଟକୁ ଆସିବି। ମୁଁ ତୁମ୍ଭକୁ ଏକଥା କହିବି ଯେପରି ସମସ୍ତେ ଶୁଣି ପାରିବେ। ମୁଁ ଏପରି କରିବି କାରଣ ସମସ୍ତ ଲୋକ ତୁମ୍ଭ ଉପରେ ବିଶ୍ୱାସ ରଖିବେ। ତୁମ୍ଭେ ସେମାନଙ୍କୁ ଯାହା କହିବ ସେମାନେ ତାହା ବିଶ୍ୱାସ କରିବେ।”

ଏହା ପରେ ମୋଶା ପରମେଶ୍ୱରଙ୍କୁ ଲୋକମାନଙ୍କର ସମସ୍ତ କଥା କହିଲେ।

10 ଏବଂ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶେଷ ସଭାର ଆୟୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ। 11 ଏବଂ ତୃତୀୟ ଦିନ ପାଇଁ ପ୍ରସ୍ତୁତ ହୋଇ ରହିବେ କାରଣ ଏହି ଦିନ ଆମ୍ଭେ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିବୁ। ଏବଂ ସମସ୍ତ ଲୋକେ ମୋତେ ଦେଖି ପାରିବେ। 12 କିନ୍ତୁ ତୁମ୍ଭେ ଲୋକମାନଙ୍କୁ ଦୂରେଇ ରହିବା ପାଇଁ କୁହ। ଏକ ସୀମା ନିର୍ଦ୍ଧାରଣ କର, ସେହି ସୀମାକୁ ଯେପରି କେହି ସ୍ପର୍ଶ କରି ପାରିବ ନାହିଁ। ପଶୁ ହେଉ କି ମନୁଷ୍ୟ ହେଉ ଯିଏ ପର୍ବତ ସ୍ପର୍ଶ କରିବ ସେ ମରିବ। 13 କିଏ ପଥର ଛେଗ୍ଭରେ ମରିବ ତ କିଏ ବାଣ ଦ୍ୱାରା ମରିବ। କିନ୍ତୁ କେହି ଏହି ବ୍ୟକ୍ତିକୁ ହତ୍ୟା କରି ପାରିବେ ନାହିଁ। ଲୋକମାନଙ୍କୁ ଏହିପରି ତୂରୀ ବାଜିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଏହା ପରେ ସେମାନେ ପର୍ବତ ଉପରକୁ ଯାଇ ପାରିବେ।”

14 ତେଣୁ ମୋଶା ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସେମାନଙ୍କର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।

15 ଏହା ପରେ ମୋଶା ଲୋକମାନଙ୍କୁ କହିଲେ, “ତୃତୀୟ ଦିନରେ ପ୍ରସ୍ତୁତ ହୁଅ। ତୁମ୍ଭେମାନେ ସ୍ତ୍ରୀ ଲୋକଙ୍କ ସଂସ୍ପର୍ଶରେ ଆସିବ ନାହିଁ।”

16 ତୃତୀୟ ଦିନ ପ୍ରଭାତରେ ଏକ ଘନ ମେଘ ପର୍ବତକୁ ସ୍ପର୍ଶ କଲା। ଘଡ଼ଘଡ଼ି, ବିଜୁଳି ଏବଂ ଏକ ଗମ୍ଭୀର ତୂରୀ ଧ୍ୱନି ଶୁଣାଗଲା। ଛାଉଣିର ଲୋକମାନେ ଭୟଭୀତ ହୋଇଗଲେ।

କଲସୀୟଙ୍କ ପ୍ରତି ପତ୍ର 1:1-14

ଈଶ୍ୱରଙ୍କ ଇଚ୍ଛାରେ ଖ୍ରୀଷ୍ଟ ଯୀଶୁଙ୍କ ଜଣେ ପ୍ରେରିତ ମୁଁ ପାଉଲ ଓ ଆମ୍ଭ ଭାଇ ତୀମଥିଙ୍କଠାରୁ

କଲସୀରେ ରହୁଥିବା ଖ୍ରୀଷ୍ଟଙ୍କଠାରେ ପବିତ୍ର ଓ ବିଶ୍ୱସ୍ତ ଭାଇ ଓ ଭଉଣୀମାନଙ୍କୁ ଲେଖୁଛି:

ଆମର ପିତା ପରମେଶ୍ୱରଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମ୍ଭମାନଙ୍କ ସହିତ ରହୁ।

ଆମ୍ଭ ପ୍ରାର୍ଥନାରେ ଆମ୍ଭେ ସବୁବେଳେ ତୁମ୍ଭ ପାଇଁ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ପରମେଶ୍ୱର ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପିତା ଅଟନ୍ତି। ତୁମ୍ଭମାନଙ୍କର ଯୀଶୁଙ୍କଠାରେ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭଠାରେ ଥିବା ପ୍ରେମ ବିଷୟରେ ଶୁଣି ଆମ୍ଭେ ପରମେଶ୍ୱରଙ୍କୁ ଧନ୍ୟବାଦ ଜଣାଉଛୁ। ତୁମ୍ଭମାନଙ୍କର ଭରସା ହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ବିଶ୍ୱାସ ଓ ସାଧୁମାନଙ୍କୁ ପ୍ରେମ କରୁଛ। ତୁମ୍ଭେ ଯେଉଁ ବିଷୟ ଗୁଡ଼ିକ ପାଇଁ ଭରସା କରୁଛ, ତାହା ସ୍ୱର୍ଗରେ ତୁମ୍ଭ ପାଇଁ ସୁରକ୍ଷିତ ଅଛି। ତୁମ୍ଭେମାନେ ଯେତେବେଳେ ସ‌ତ୍‌‌ଶିକ୍ଷା ବା ସୁସମାଗ୍ଭର ଶୁଣିଥିଲ, ସେତେବେଳେ ଏହି ଭରସା ବିଷୟରେ ଜାଣିଥିଲ। ବିଶ୍ୱରେ ସର୍ବତ୍ର ସୁସମାଗ୍ଭର ଆଶୀର୍ବାଦ ଆଣୁଛି ଓ ବୃଦ୍ଧି ଲାଭ କରୁଛି। ଯେଉଁ ଦିନଠାରୁ ତୁମ୍ଭେମାନେ ସୁସମାଗ୍ଭର ଶୁଣିଲ ଓ ପରମେଶ୍ୱରଙ୍କ ଅନୁଗ୍ରହର ସତ୍ୟ ବୁଝିଲ, ସେହି ଦିନଠାରୁ ତୁମ୍ଭେମାନେ ମଧ୍ୟ ଆଶୀର୍ବାଦ ଲାଭ କରୁଛ। ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ। ଏପାଫ୍ରା, ପବିତ୍ରଆତ୍ମାଙ୍କଠାରୁ ପ୍ରାପ୍ତ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଆମ୍ଭକୁ କହିଛନ୍ତି।

ସେଥିପାଇଁ ଯେଉଁଦିନଠାରୁ ଆମ୍ଭେ ତୁମ୍ଭମାନଙ୍କ ବିଷୟରେ ଏହି କଥା ଶୁଣିଲୁ, ଆମ୍ଭେ ତୁମ୍ଭମାନଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରୁଛୁ। ଆମ୍ଭେ ତୁମ୍ଭମାନଙ୍କ ପାଇଁ ପ୍ରାର୍ଥନା କରୁଛୁ:

ଯେପରି ପରମେଶ୍ୱର ଇଚ୍ଛା କରୁଥିବା ବିଷୟ ଗୁଡ଼ିକ ତୁମ୍ଭେମାନେ ସମ୍ପୂର୍ଣ୍ଣ ଜାଣିବ; ଯେପରି ତୁମ୍ଭମାନଙ୍କ ଜ୍ଞାନ ସାହାଯ୍ୟରେ ତୁମ୍ଭେମାନେ ଆଧ୍ୟାତ୍ମିକ ବିଷୟ ଗୁଡ଼ିକରେ ସମସ୍ତ ଜ୍ଞାନ ଓ ବୋଧଶକ୍ତି ମଧ୍ୟ ଲାଭ କରିବ; 10 ଯେପରି ତୁମ୍ଭେମାନେ ପ୍ରଭୁଙ୍କୁ ଗୌରବ ଆଣିଲା ଭଳି ଓ ପ୍ରତ୍ୟେକ ଢଙ୍ଗରେ ତାହାଙ୍କୁ ପ୍ରସନ୍ନ କଲା ଭଳି ଏହି ବିଷୟ ଗୁଡ଼ିକ ବ୍ୟବହାର କରି ଜୀବନ-ଯାପନ କରିବ; ଯେପରି ତୁମ୍ଭେମାନେ ସମସ୍ତ ପ୍ରକାରର ଭଲ କାମ କରିବ ଓ ପରମେଶ୍ୱର ବିଷୟକ ଜ୍ଞାନରେ ବିକାଶ ଲାଭ କରିବ; 11 ଯେପରି ପରମେଶ୍ୱର ତାହାଙ୍କ ମହାନ୍ ଶକ୍ତି ଦ୍ୱାରା ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତୁ; ଯେ ତୁମ୍ଭେମାନେ ଧୈର୍ଯ୍ୟବାନ ହେବ ଓ କଷ୍ଟ ପଡ଼ିଲେ, ପଳାୟନ କରିବ ନାହିଁ, ସେଥିପାଇଁ ପରମେଶ୍ୱର ତୁମ୍ଭମାନଙ୍କୁ ଶକ୍ତି ଦିଅନ୍ତୁ।

ତା’ହେଲେ ଯାଇ ତୁମ୍ଭେ ପ୍ରସନ୍ନ ହେବ 12 ଓ ପିତାଙ୍କୁ ଧନ୍ୟବାଦ ଦେବ। ସେ ଯେଉଁ ବିଷୟ ଗୁଡ଼ିକ ତୁମ୍ଭ ପାଇଁ ପ୍ରସ୍ତୁତ କରିଛନ୍ତି, ସେଗୁଡ଼ିକ ପାଇବା ପାଇଁ ସେ ତୁମ୍ଭମାନଙ୍କୁ ଉପଯୁକ୍ତ କରି ଗଢ଼ିଛନ୍ତି। ଯେଉଁ ସାଧୁମାନେ ଆଲୁଅରେ ବାସ କରନ୍ତି, ସେମାନଙ୍କ ଲାଗି ସେ ଏହି ବିଷୟ ଗୁଡ଼ିକ ସୃଷ୍ଟି କରିଛନ୍ତି 13 ଅନ୍ଧକାରର ଶକ୍ତିରୁ ପରମେଶ୍ୱର ଆମ୍ଭକୁ ସ୍ୱାଧୀନ କରିଛନ୍ତି। ସେ ଆମ୍ଭକୁ ତାଙ୍କ ପ୍ରିୟ ପୁତ୍ରଙ୍କର ରାଜ୍ୟ ମଧ୍ୟକୁ ଆଣିଛନ୍ତି। 14 ସେହି ପୁତ୍ର ଆମ୍ଭକୁ ମୁକ୍ତ କରିବା ଲାଗି ମୂଲ୍ୟ ପ୍ରଦାନ କରିଛନ୍ତି। ତାହାଙ୍କ ଦ୍ୱାରା ଆମ୍ଭ ପାପରୁ ଆମ୍ଭକୁ କ୍ଷମା ମିଳିଛି।

ମାଥିଉ ଲିଖିତ ସୁସମାଗ୍ଭର 3:7-12

ଅନେକ ଫାରୂଶୀ ଓ ସାଦ୍ଦୂକୀମାନେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିବା ସ୍ଥାନକୁ ଆସିଲେ। ସେମାନଙ୍କୁ ଦେଖି ଯୋହନ କହିଲେ, “ହେ କାଳସର୍ପଗଣ! ତୁମ୍ଭେ ପ୍ରଭୁଙ୍କ ଆଗାମୀ କ୍ରୋଧରୁ ପଳାୟନ କରିବା ପାଇଁ ତୁମ୍ଭକୁ କିଏ ଚେତାବନୀ ଦେଲେ? ତୁମ୍ଭକୁ ନିଜର କାର୍ଯ୍ୟ ଦ୍ୱାରା ପ୍ରକାଶ କରିବାକୁ ହେବ ଯେ, ତୁମ୍ଭେ ବାସ୍ତବରେ ମନ ପରିର୍ତ୍ତନ କରିଅଛ। ତୁମ୍ଭେମାନେ ନିଜକୁ ଅବ୍ରହାମଙ୍କ ସନ୍ତାନ ବୋଲି କହିଦେଲେ ଯେ ଯଥେଷ୍ଟ ହୋଇଗଲା, ସେ କଥା କେବେ ହେଲେ ଭାବ ନାହିଁ। ମୁଁ ତୁମ୍ଭକୁ କହି ରଖୁଛି ଯେ ପରମେଶ୍ୱର ଅବ୍ରହାମଙ୍କ ପାଇଁ ଏହି ପଥରଗୁଡ଼ିକରୁ ମଧ୍ୟ ସନ୍ତାନ ସୃଷ୍ଟି କରି ପାରିବେ। 10 ଗଛର ମୂଳ ଉପରେ କୁହ୍ରାଡ଼ି ରଖା ଯାଇସାରିଲାଣି। ଯେଉଁସବୁ ଗଛ ଭଲ ଫଳ ଦେଉ ନାହାନ୍ତି, ସେଗୁଡ଼ିକୁ କାଟି ନିଆଁରେ ପକେଇ ଦିଆଯିବ।

11 “ତୁମ୍ଭେମାନେ ମନ ପରିବର୍ତ୍ତନ କରିଥିବାରୁ ମୁଁ ତ ତୁମ୍ଭକୁ ଜଳରେ ବାପ୍ତିସ୍ମ ଦେଉଛି, କିନ୍ତୁ ମୋ’ପରେ ଯେ ଆସୁଛନ୍ତି, ସେ ମୋ’ଠାରୁ ମହାନ। ମୁଁ ତ ତାହାଙ୍କର ଜୋତା ବୋହି ନେବାକୁ ମଧ୍ୟ ଯୋଗ୍ୟ ନୁହେଁ। ସେ ତୁମ୍ଭକୁ ପବିତ୍ରଆତ୍ମା ଓ ଅଗ୍ନିରେ ବାପ୍ତିସ୍ମ ଦେବେ। 12 ତାହାଙ୍କ ହାତରେ କୁଲା ଅଛି। ସେଥିରେ ସେ ଶସ୍ୟ ସବୁରୁ ଅଗାଡ଼ି ତକ ଅଲଗା କରିଦେବେ। ସେ ତାହାଙ୍କ ଖଳାରୁ ପରିଷ୍କାର ହୋଇଥିବା ଶସ୍ୟତକ ଏକାଠି କରିନେଇ ଅମାର ଭିତରେ ରଖି ଦେବେ ଓ ଅଗାଡ଼ି, କାଠି-କୁଟାତକ ନିଆଁରେ ପକେଇ ଦେବେ। ସେ ନିଆଁ କେବେ ହେଲେ ଲିଭିବ ନାହିଁ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center