Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 120-127

ମନ୍ଦିର ଆରୋହଣର ଗୀତ।

120 ମୁଁ ଆପଣା ବିପଦ ସମୟରେ
    ସଦାପ୍ରଭୁଙ୍କଠାରେ ପ୍ରାର୍ଥନା କଲି
    ଏବଂ ସେ ମୋତେ ଉତ୍ତର ଦେଲେ।
“ହେ ସଦାପ୍ରଭୁ, ମୋ’ ବିଷୟରେ ମିଥ୍ୟା କହୁଥିବା ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
    ସେମାନେ ଯେଉଁ କଥାସବୁ କହୁଥିଲେ, ତାହା ସବୁ ସତ୍ୟ ନ ଥିଲା।”

ହେ ମିଥ୍ୟାବାଦୀମାନେ, ତୁମ୍ଭଙ୍କୁ କ’ଣ ଦିଆଯିବ?
    କ’ଣ ପାଇବ ତୁମ୍ଭେ ଜାଣ କି?
ତୁମ୍ଭକୁ ଦଣ୍ଡ ଦେବା ପାଇଁ ସୈନିକର ତୀ‌କ୍ଷ୍‌ଣ ଶର
    ଓ ଗରମ କୋଇଲା ପରମେଶ୍ୱର ଆଣିବେ।

ମିଥ୍ୟାବାଦୀ ଲୋକମାନେ, ମେଶକରେ ବାସ କଲା ପରି ତୁମ୍ଭ ପାଖରେ ବାସ କରୁଛନ୍ତି।
    ଏହା କେଦାରର ତମ୍ବୁରେ ବାସ କରିବା ସଦୃଶ।
ଶାନ୍ତି ଘୃଣାକାରୀମାନଙ୍କ ସହିତ
    ମୁଁ ଦୀର୍ଘଦିନଧରି ବାସ କରିଅଛି।
ମୁଁ କହିଲି, ମୁଁ ଶାନ୍ତି ଗ୍ଭହେଁ,
    କିନ୍ତୁ ସେମାନେ ଯୁଦ୍ଧ ଗ୍ଭହାନ୍ତି।

ଏକ ଆରୋହଣ ଗୀତ।

121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
    କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
    ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
    ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
    କି କେବେ ଶୋଇବେ ନାହିଁ।
ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
    ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
    କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
    ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
    ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।

ଦାଉଦ ମନ୍ଦିରକୁ ଯିବା ସମୟରେ ଗୀତ।

122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
    “ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
ହେ ଯିରୁଶାଲମ! ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
    ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
    ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
    ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।

ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
    “ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
    ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”

ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
    ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
    ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।

ଏକ ଆରୋହଣ ଗୀତ।

123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
    ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
    ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
    ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
    ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
    ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।

ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।

124 ସଦାପ୍ରଭୁ ଯଦି ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ ତେବେ ଆମ୍ଭମାନଙ୍କ ପ୍ରତି କ’ଣ ହୋଇଥା’ନ୍ତା?
    ଇସ୍ରାଏଲ ଆମ୍ଭମାନଙ୍କୁ ଉତ୍ତର ଦିଅ।
କ’ଣ ହୋଇଥା’ନ୍ତା ଆମ୍ଭମାନଙ୍କର ଯଦି ସଦାପ୍ରଭୁ ଆମ୍ଭମାନଙ୍କର ସପକ୍ଷ ହୋଇ ନ ଥା’ନ୍ତେ।
    ଯେତେବେଳେ ଆମ୍ଭ ପ୍ରତିପକ୍ଷଗଣ ଆମ୍ଭମାନଙ୍କୁ ଆକ୍ରମଣ କରିଥିଲେ?
ଆମ୍ଭମାନଙ୍କ ବିରୁଦ୍ଧରେ ସେମାନଙ୍କ କୋପ ପ୍ରଜ୍ୱଳିତ ହେବା ବେଳେ
    ସେମାନେ ଆମ୍ଭମାନଙ୍କୁ ସଜୀବ ଗ୍ରାସ କରିଥା’ନ୍ତେ।
ଆମ୍ଭମାନଙ୍କ ଶତ୍ରୁ ସୈନ୍ୟମାନେ ଆମ୍ଭମାନଙ୍କୁ
    ଜଳରାଶି ପରି ମଗ୍ନ କରିଥା’ନ୍ତେ।
    ସ୍ରୋତ ଆମ୍ଭମାନଙ୍କର ପ୍ରାଣ ଉପର ଦେଇ ଯାଇଥା’ନ୍ତା।
ଗର୍ଜୁଥିବା ଜଳରାଶି ଆମ୍ଭକୁ
    ବୁଡ଼ାଇ ଦେଇଥା’ନ୍ତା।

ସଦାପ୍ରଭୁଙ୍କର ପ୍ରଶଂସା କର।
    ସେ ଆମ୍ଭମାନଙ୍କୁ ସେମାନଙ୍କର ଦାନ୍ତର ଶିକାର ହେବାକୁ ଦେଇ ନାହାନ୍ତି।

ଆମ୍ଭେମାନେ ହେଉଛୁ ଜାଲରେ ପଡ଼ିଥିବା ଚଢ଼େଇମାନଙ୍କ ପରି, ଯେଉଁମାନେ ଜାଲରୁ ରକ୍ଷା ପାଇଥା’ନ୍ତି।
    ତା'ପରେ ଜାଲ ଛିଣ୍ଡିଗଲା ଓ ଆମ୍ଭେମାନେ ରକ୍ଷା ପାଇଗଲୁ।
ଆମ୍ଭମାନଙ୍କର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିଲା,
    ଯିଏ ସ୍ୱର୍ଗ ଓ ପୃଥିବୀକୁ ନିର୍ମାଣ କଲେ।

ଆରୋହଣ ଗୀତ।

125 ଯେଉଁ ଲୋକମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି ସେମାନେ ସିୟୋନ ପର୍ବତ ତୁଲ୍ୟ।
    ସେମାନେ କେବେ ମଧ୍ୟ ଥରିବେ ନାହିଁ।
    ସେମାନେ ନିତ୍ୟସ୍ଥାୟୀ ହୋଇ ବଞ୍ଚି ରହିବେ।
ଯେମନ୍ତ ଯିରୁଶାଲମର ଚତୁର୍ଦ୍ଦିଗରେ ପର୍ବତମାନ ଥାଏ,
    ତେମନ୍ତ ସଦାପ୍ରଭୁ ଆପଣା ଲୋକମାନଙ୍କର ଚତୁଃର୍ଦ୍ଦିଗରେ ଥା’ନ୍ତି।
    ସେ ତାଙ୍କର ଲୋକମାନଙ୍କୁ ଚିରଦିନ ପାଇଁ ରକ୍ଷା କରିବେ।
ଧାର୍ମିକ ଲୋକମାନଙ୍କର ଭୂମିକୁ ସଦାକାଳ ଅଧର୍ମ ଲୋକମାନେ ନିଜ ନିୟନ୍ତ୍ରଣରେ ରଖିପାରିବେ ନାହିଁ।
    ଯଦି ଏପରି ଘଟିଲା, ତେବେ ଧାର୍ମିକ ଲୋକମାନେ ଅଧର୍ମ କାର୍ଯ୍ୟ କରିବାକୁ ଆରମ୍ଭ କରିଦେବେ।

ସଦାପ୍ରଭୁ, ଉତ୍ତମ ଲୋକମାନଙ୍କ ପ୍ରତି ମଙ୍ଗଳ କର।
    ପବିତ୍ର ହୃଦୟ ସହିତ ଲୋକମାନଙ୍କର ମଙ୍ଗଳ କର।
ସଦାପ୍ରଭୁ, ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ ଦିଗ ଆଡ଼କୁ ମାଡ଼ନ୍ତି।
    ସେହିମାନଙ୍କୁ ଦଣ୍ଡ ଦିଅ, ଯେଉଁମାନେ ଅପରାଧ କରନ୍ତି।

ଇସ୍ରାଏଲ ଉପରେ ଶାନ୍ତି ବର୍ତ୍ତୁ।

ଦାଉଦଙ୍କର ଏକ ମନ୍ଦିର ଆରୋହଣ ଗୀତ।

126 ଯେତେବେଳେ ସଦାପ୍ରଭୁ ସିୟୋନରେ ପୁନଃସ୍ଥାପନ କରନ୍ତି।
    ଏହା ଏକ ସ୍ୱପ୍ନ ତୁଲ୍ୟ ଥିଲା।
ଆମ୍ଭେମାନେ ଖୁସୀରେ ପୂର୍ଣ୍ଣ ହୋଇଥିଲୁ ଏବଂ ଖୁସୀରେ ଗୀତ ଗାଇଲୁ।
    ଅନ୍ୟ ଜାତିର ଲୋକମାନେ କହିଲେ,
    “ସଦାପ୍ରଭୁ ସେମାନଙ୍କ ପାଇଁ ମହତ କର୍ମ କଲେ।”
ହଁ, ସଦାପ୍ରଭୁ ଆମ୍ଭ ପାଇଁ ମହତ କର୍ମ କଲେ,
    ତହିଁରେ ଆମ୍ଭେମାନେ ଖୁସୀ ଅଟୁ।

ସଦାପ୍ରଭୁ, ଆଉଥରେ ଆମ୍ଭର ଶାନ୍ତି ପୁନଃସ୍ଥାପନ କର,
    ଯେପରି ମରୁଭୂମିରେ ଝରଣାରୁ ଜଳସ୍ରୋତ ବହେ।
ଜଣେ ଲୋକ ବିହନ ବୁଣିବା ସମୟରେ ଦୁଃଖ ପାଇଥାଏ,
    କିନ୍ତୁ ସେ ଅମଳ ସମୟରେ ବହୁତ ଖୁସୀ ହୁଏ।
ଯଦିଓ ସେ ବିହନ କାନ୍ଦି କାନ୍ଦି ଆପଣା କ୍ଷେତକୁ ନେଇଯାଏ,
    ତଥାପି ସେ ଅମଳ ଘରକୁ ଆଣିବା ସମୟରେ ଖୁସୀ ହୁଏ।

ଶଲୋମନଙ୍କର ରଚିତ ଆରୋହଣ ଗୀତ।

127 ସଦାପ୍ରଭୁ ଯେବେ ଗୃହ ନିର୍ମାଣ ନ କରନ୍ତି,
    ତେବେ ନିର୍ମାଣକାରୀମାନଙ୍କ ପରିଶ୍ରମ ବ୍ୟର୍ଥ ହୁଏ।
ଯେବେ ସଦାପ୍ରଭୁ ନଗର ରକ୍ଷା ନ କରନ୍ତି,
    ତେବେ ପ୍ରହରୀ ଜାଗ୍ରତ ହେବା କେବଳ ବୃଥା ଅଟେ।

ତୁମ୍ଭେମାନେ ଦୈନନ୍ଦିନ ଜୀବିକା ଉପାର୍ଜନ ନିମନ୍ତେ
    ପ୍ରଭାତରେ ଉଠ, ଏବଂ ବିଳମ୍ବରେ ବିଶ୍ରାମ କର, ଏହା ତୁମ୍ଭମାନଙ୍କ ନିକଟରେ ବୃଥା।
କାରଣ ସଦାପ୍ରଭୁ ଭଲ ପାଉଥିବା ଲୋକମାନଙ୍କୁ
    ନିଦ୍ରିତ ଅବସ୍ଥାରେ ମଧ୍ୟ ଯତ୍ନ ନିଅନ୍ତି।

ଦେଖ, ସନ୍ତାନଗଣ ସଦାପ୍ରଭୁଙ୍କର ଉପହାର।
    ଗର୍ଭାଶୟରୁ ଶିଶୁମାନେ ସଦାପ୍ରଭୁଙ୍କର ପୁରସ୍କାର ଅଟନ୍ତି।
ଯୁବକର ପୁତ୍ରଗଣ
    ଏକ ସୈନ୍ୟର ହସ୍ତର ବାଣଗୁଡ଼ିକ ସଦୃଶ ଅଟେ।
ସେହି ବ୍ୟକ୍ତି ଭାଗ୍ୟବାନ୍, ଯେଉଁ ବ୍ୟକ୍ତିର କେବେବି ପରାସ୍ତ ହେବ ନାହିଁ,
    ଯେତେବେଳେ ତାହାଙ୍କୁ ଶତ୍ରୁଗଣ ନଗର ଫାଟକରେ ଅବରୋଧ କରନ୍ତି।
ପୁତ୍ର ରୂପକ ବାଣରେ ଭର୍ତ୍ତି ହୁଏ,
    ସେ ହେଉଛି ଭାଗ୍ୟବାନ୍।

ଯାତ୍ରାପୁସ୍ତକ 5:1-6

ମୋଶା ଏବଂ ହାରୋଣ ଫାରୋଙ୍କ ସମ୍ମୁଖରେ

ମୋଶା ଏବଂ ହାରୋଣ ଏପରି କହି ସାରିବା ପରେ ଫାରୋଙ୍କ ନିକଟକୁ ଗଲେ। ସେମାନେ କହିଲେ, “ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର କହିଛନ୍ତି, ‘ମୋର ଲୋକମାନଙ୍କୁ ଯିବାକୁ ଦିଅ। ସେମାନେ ମୋ’ ସମ୍ମାନାର୍ଥେ ମରୁଭୂମିରେ ଏକ ଉତ୍ସବ ପାଳନ କରିବେ।’”

କିନ୍ତୁ ଫାରୋ କହିଲେ, “ସଦାପ୍ରଭୁ କିଏ? ମୁଁ କାହିଁକି ତାଙ୍କୁ ମାନିବି? ମୁଁ କାହିଁକି ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି? ସଦାପ୍ରଭୁ କିଏ ମୁଁ ତାହା ଜାଣେ ନାହିଁ। ତେଣୁ ମୁଁ ଇସ୍ରାଏଲୀୟମାନଙ୍କୁ ଯିବାକୁ ଦେବି ନାହିଁ।”

ଏହା ପରେ ହାରୋଣ ଏବଂ ମୋଶା କହିଲେ, “ଏବ୍ରୀୟମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ଏହା କହିଛନ୍ତି। ତେଣୁ ଆମ୍ଭେ ତୁମ୍ଭର ଅନୁମତି ଲୋଡ଼ୁଅଛୁ। ଆମ୍ଭମାନଙ୍କୁ ମରୁଭୂମିକୁ ଯିବାକୁ ଦିଅ। ଆମ୍ଭେମାନେ ସେଠାରେ ତାଙ୍କ ସମ୍ମାନାର୍ଥେ ବଳିଦାନ ଉତ୍ସର୍ଗ କରିବୁ। ସେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ଯଦି ଆମ୍ଭେ ତାହା ନ କରୁ ସେ ହୁଏତ କ୍ରୋଧ କରି ପାରନ୍ତି ଏବଂ ଆମ୍ଭମାନଙ୍କୁ ଧ୍ୱଂସ କରି ପାରନ୍ତି। ସେ ଆମ୍ଭମାନଙ୍କୁ ଯୁଦ୍ଧ କିମ୍ବା ଅସୁସ୍ଥତା ମାଧ୍ୟମରେ ମୃତ୍ୟୁ ଦେଇ ପାରନ୍ତି।”

କିନ୍ତୁ ଫାରୋ ସେମାନଙ୍କୁ କହିଲେ, “ମୋଶା ଏବଂ ହାରୋଣ, ତୁମ୍ଭେମାନେ ମୋର କର୍ମୀମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରୁଅଛ। ସେମାନଙ୍କୁ ସେମାନଙ୍କର କାର୍ଯ୍ୟ କରିବାକୁ ଦିଅ! ଏଠାରେ ଅନେକ ଲୋକ ଅଛନ୍ତି। ତୁମ୍ଭେମାନେ ସେମାନଙ୍କୁ ସେମାନଙ୍କର କର୍ମରୁ ନିବୃତ୍ତ କରୁଅଛ।”

ଫାରୋ ଲୋକମାନଙ୍କୁ ଶାସ୍ତି ବିଧାନ କଲେ

ସେହି ଦିନ, ଫାରୋ କ୍ରୀତଦାସମାନଙ୍କର ମୁନିବମାନଙ୍କୁ ଓ ସେମାନଙ୍କର ନିରୀକ୍ଷକମାନଙ୍କୁ ଆଜ୍ଞା ଦେଲେ, “ତୁମ୍ଭେମାନେ ସେମାନଙ୍କୁ ଇଟା ପାଇଁ ନଡ଼ା ଦେଉଥିଲ। ସେମାନଙ୍କୁ ଆଉ ପାଳ ଦିଅ ନାହିଁ। ସେମାନେ ନିଜପାଳ ନିଜେ ସଂଗ୍ରହ କରନ୍ତୁ। କିନ୍ତୁ ସେମାନେ ପୂର୍ବପରି ଯେତେ ସଂଖ୍ୟକ ଇଟା ତିଆରି କରୁଥିଲେ, ସେମାନଙ୍କୁ ସେତିକ ଇଟା ତିଆରି କରାଅ। ସେମାନେ ଅଳସୁଆ ହୋଇଛନ୍ତି। ଯେଉଁଥିପାଇଁ ସେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଛନ୍ତି। ତାଙ୍କର କିଛି କାର୍ଯ୍ୟ କରିବାକୁ ଇଚ୍ଛା ନାହିଁ। ଯେଣୁ ସେମାନେ ସେମାନଙ୍କର ପରମେଶ୍ୱରଙ୍କ ପାଇଁ ବଳିଦାନ[a] ଉତ୍ସର୍ଗ କରିବାକୁ ଗ୍ଭହୁଛନ୍ତି। ତେଣୁ ଏହି ଲୋକମାନଙ୍କୁ କଠିନ ପରିଶ୍ରମ କରାଇ ସେମାନଙ୍କୁ ସର୍ବଦା ବ୍ୟସ୍ତ ରଖ। ଯେଉଁଥିରେ ସେମାନେ ମିଥ୍ୟା କଥା ଶୁଣିବାକୁ ସମୟ ପାଇବେ ନାହିଁ।”

10 ତେଣୁ ଇସ୍ରାଏଲୀୟ କ୍ରୀତଦାସମାନଙ୍କର ମୁନିବ ଓ ତଦାରଖକାରୀଗଣ ଇସ୍ରାଏଲ ଲୋକମାନଙ୍କୁ କହିଲେ, “ତୁମ୍ଭମାନଙ୍କୁ ଆଉ ପାଳ ନ ଦେବା ପାଇଁ ଫାରୋ ନିଷ୍ପତ୍ତି କରିଛନ୍ତି। 11 ତୁମ୍ଭେ ଆପଣା ପାଇଁ ନିଜେ ପାଳ ସଂଗ୍ରହ କର। କିନ୍ତୁ ମନେରଖ ପୂର୍ବପରି ତୁମ୍ଭେମାନେ ଯେତେ ସଂଖ୍ୟକ ଇଟା ନିର୍ମାଣ କରୁଥିଲ ସେତିକି ସଂଖ୍ୟକ ଇଟା ତିଆରି କରିବ।”

12 ତେଣୁ ଲୋକମାନେ ମିଶରର ଗ୍ଭରିଆଡ଼େ ବୁଲି ପାଳ ସଂଗ୍ରହ କଲେ। 13 କ୍ରୀତଦାସମାନଙ୍କର ମୁନିବମାନେ ସେମାନଙ୍କର କାର୍ଯ୍ୟକୁ କଠିନ କରାଇଲେ ଏବଂ ସେମାନଙ୍କୁ ବାଧ୍ୟ କରାଇଲେ କଠିନ ପରିଶ୍ରମ କରିବା ପାଇଁ ଏବଂ ପୂର୍ବପରି ଇଟା ନିର୍ମାଣ କରିବା ପାଇଁ। 14 ଫାରୋଙ୍କର ମୁନିବମାନେ, ତଦାରଖକାରୀମାନଙ୍କୁ ଲୋକମାନଙ୍କ ଉପରେ ନିଯୁକ୍ତ କଲେ। ସେମାନେ କ୍ରୀତଦାସମାନଙ୍କୁ ଗ୍ଭବୁକ ମାରି କହିଲେ, “କାହିଁକି ତୁମ୍ଭେମାନେ ଯେତେ ଇଟା ନିର୍ମାଣ କରୁଥିଲ, ସେତିକି ଇଟା ନିର୍ମାଣ କରୁ ନାହଁ? ପୂର୍ବରୁ ତୁମ୍ଭେମାନେ ଇଟା ତିଆରି କରିପାରୁଥିଲ, ଏବେ କାହିଁକି କରି ପାରିବ ନାହିଁ।”

15 ଏହା ପରେ ଇସ୍ରାଏଲୀୟ କାର୍ଯ୍ୟାଧ୍ୟକ୍ଷମାନେ ଫାରୋଙ୍କ ନିକଟକୁ ଗଲେ। ସେମାନେ ଅଭିଯୋଗ କରି କହିଲେ “ଆମ୍ଭେମାନେ ତୁମ୍ଭର ଦାସ କାହିଁକି ତୁମ୍ଭେ ଆମ୍ଭମାନଙ୍କୁ ଏପରି ବ୍ୟବହାର କରୁଛ? 16 ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭର ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।”

17 ଫାରୋ ଉତ୍ତର ଦେଲେ, “ତୁମ୍ଭେମାନେ ଅଳସୁଆ। ତୁମ୍ଭେମାନେ କାର୍ଯ୍ୟ କରୁ ନାହଁ, ଯେଉଁଥିପାଇଁ ତୁମ୍ଭେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ ଦେବାକୁ ଗ୍ଭହିଁଲ। 18 ବର୍ତ୍ତମାନ ତୁମ୍ଭମାନଙ୍କର କାର୍ଯ୍ୟକୁ ଫେରିଯାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡ଼ା ଦେବି ନାହିଁ ଏବଂ ପୂର୍ବପରି ତୁମ୍ଭମାନଙ୍କୁ ସେତିକି ସଂଖ୍ୟକ ଇଟା ତିଆରି କରିବାକୁ ହିଁ ପଡ଼ିବ।”

19 ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ।

20 ସେମାନେ ଫାରୋଙ୍କଠାରୁ ଫେରିବା ବେଳେ ମୋଶା ଓ ହାରୋଣଙ୍କର ସାକ୍ଷାତ ପାଇଲେ। ସେମାନେ ବାଟରେ ଅପେକ୍ଷା କରିଥିଲେ। 21 ତେଣୁ ସେମାନେ ମୋଶା ଓ ହାରୋଣଙ୍କୁ କହିଲେ, “ତୁମ୍ଭେମାନେ ଯାହା କଲ, ସଦାପ୍ରଭୁ ଦେଖନ୍ତୁ ଓ ତୁମ୍ଭମାନଙ୍କୁ ଦଣ୍ଡ ଦିଅନ୍ତୁ। ଫାରୋ ଏବଂ ତାଙ୍କର ଲୋକମାନେ ଆମ୍ଭମାନଙ୍କୁ ଯେପରି ଘୃଣା କରନ୍ତି। ତୁମ୍ଭେ ସେମାନଙ୍କ ହସ୍ତରେ ଆମ୍ଭମାନଙ୍କୁ ହତ୍ୟା କରିବା ପାଇଁ ଅସ୍ତ୍ରରେ ସଜ୍ଜିତ କରିଛ।”

ପରମେଶ୍ୱରଙ୍କଠାରେ ମୋଶାଙ୍କ ଅଭିଯୋଗ

22 ଏହା ପରେ ମୋଶା ସଦାପ୍ରଭୁଙ୍କ ପାଖକୁ ଫେରିଗଲେ ଓ କହିଲେ, “ହେ ପ୍ରଭୁ, କାହିଁକି ତୁମ୍ଭର ଲୋକମାନଙ୍କ ପାଇଁ ଏପରି ବିପଦମାନ ସୃଷ୍ଟି କଲ। ତୁମ୍ଭେ ମୋତେ କାହିଁକି ଏହି ସ୍ଥାନକୁ ପଠାଇଲ? 23 ମୁଁ ଫାରୋଙ୍କ ନିକଟକୁ ଯାଇ ତୁମ୍ଭେ ଯାହା କହିବାକୁ ମୋତେ କହିଥିଲ, ମୁଁ କହିଲି। କିନ୍ତୁ ସେହି ସମୟଠାରୁ ସେ ତୁମ୍ଭର ଲୋକମାନଙ୍କ ପାଇଁ ନିଷ୍ଠୁର ହେଲେ। କିନ୍ତୁ ତୁମ୍ଭେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି କଲ ନାହିଁ।”

ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ବର୍ତ୍ତମାନ ତୁମ୍ଭେ ଦେଖିବ ମୁଁ ଫାରୋଙ୍କୁ କ’ଣ କରିବି। ମୋର ମହାନ ଶକ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟ କରିବ ଏବଂ ସେ ମୋର ଲୋକମାନଙ୍କୁ ଯିବାକୁ ଦେବ। ବର୍ତ୍ତମାନ ସେ ଲୋକମାନଙ୍କୁ ବାଧ୍ୟ କରିବ ତାଙ୍କର ଦେଶ ଛାଡ଼ି ଯିବା ପାଇଁ?”

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:20-33

20 ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। 21 ଶାସ୍ତ୍ରରେ ଲେଖାଅଛି:

“ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା
    ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା
ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା,
    ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।”(A)

ଏହା ପରମେଶ୍ୱର କହନ୍ତି

22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। 23 ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା'ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।

ତୁମ୍ଭମାନଙ୍କ ସଭାଗୁଡ଼ିକ ମଣ୍ଡଳୀକୁ ସାହାଯ୍ୟ କରିବା ଉଚିତ୍

26 ତା'ହେଲେ, ଭାଇ ଓ ଭଉଣୀମାନେ, ତୁମ୍ଭେ କ’ଣ କରିବା ଉଚିତ୍? ତୁମ୍ଭେ ଯେତେବେଳେ ଏକାଠି ହେଉଛି, ତୁମ୍ଭମାନଙ୍କ ମଧ୍ୟରେ କେହି ଗୀତ ବା ଶିକ୍ଷା ବା ପରମେଶ୍ୱରଙ୍କ ନୂତନ ସତ୍ୟ, ଅନ୍ୟଭାଷା ବା ଭାଷାର ଅର୍ଥ କହିଥାଏ। ସମସ୍ତ ବିଷୟ ମଣ୍ଡଳୀର ନିଷ୍ଠା ନିମନ୍ତେ କରାଯାଉ। 27 ଯଦି କିଏ ଅନ୍ୟ ଭାଷାରେ କହୁଛି, ତା'ହେଲେ ମାତ୍ର ଦୁଇ ବା ତିନି ଜଣ ଲୋକ ଏପରି କହିବା ଉଚିତ୍ ଓ ଅନ୍ୟଜଣେ ସେମାନେ ଯାହାସବୁ କହେ ତା'ର ଅନୁବାଦ କରିବା ଉଚିତ୍। 28 କିନ୍ତୁ ଯଦି ଜଣେ ଅନୁବାଦକାରୀ ନାହାନ୍ତି, ତା'ହେଲେ ଯେଉଁମାନେ ଅନ୍ୟ ଭାଷାରେ କହିବା ପାଇଁ ଇଚ୍ଛା କରନ୍ତି, ସେମାନେ ମଣ୍ଡଳୀ ସଭାରେ ଚୁପ୍ ରହିବା ଉଚିତ୍। ସେ କେବଳ ନିରୋଳାରେ ପରମେଶ୍ୱରଙ୍କ ସହିତ କଥା କହିବା ଉଚିତ୍।

29 ଆହୁରି ମଧ୍ୟ କେବଳ ଦୁଇ ବା ତିନି ଜଣ, ଭାବବାଦୀ କହିବା ଉଚିତ୍। ଅନ୍ୟମାନେ ସେମାନେ ଯାହା କହୁଛନ୍ତି, ସେଗୁଡ଼ିକୁ ପରୀକ୍ଷା କରିବା ଉଚିତ୍। 30 ଯଦି ସେଠାରେ ବସିଥିବା ଜଣେ ଲୋକ ପରମେଶ୍ୱରଙ୍କଠାରୁ ଏକ ନୂତନ ସତ୍ୟ ପାଏ, ତା'ହେଲେ ପ୍ରଥମ ବକ୍ତା ଚୁପ୍ ହୋଇଯିବା ଉଚିତ୍। 31 ଏହିପରି ତୁମ୍ଭେମାନେ ସମସ୍ତେ ଜଣକପରେ ଜଣେ ଭାବବାଣୀ କହି ପାରିବ। ସେପରି ହେଲେ, ସମସ୍ତେ ଶିଖି ପାରିବେ ଓ ଉତ୍ସାହିତ ହୋଇ ପାରିବେ। 32 ଏପରିକି ଭାବବାଦୀମାନଙ୍କର ଆତ୍ମା ଭବିଷ୍ୟଦ୍‌‌ବକ୍ତାମାନଙ୍କ ନିୟନ୍ତ୍ରଣରେ ଥା’ନ୍ତି। 33 ପରମେଶ୍ୱର ବିଶୃଙ୍ଖଳାର ପରମେଶ୍ୱର ନୁହନ୍ତି, କିନ୍ତୁ ସେ ଶାନ୍ତିର ପରମେଶ୍ୱର ଅଟନ୍ତି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:39-40

39 ଅତଏବ, ମୋ’ ଭାଇ ଓ ଭଉଣୀମାନେ! ତୁମ୍ଭେମାନେ ଭବିଷ୍ୟଦ୍‌‌ବାଣୀ କହିବା ପାଇଁ ଏକାନ୍ତ ଚେଷ୍ଟା କର। କିନ୍ତୁ ବିଭିନ୍ନ ଭାଷାରେ କହିବାକୁ ଅନ୍ୟମାନଙ୍କୁ ବାଧା ଦିଅ ନାହିଁ। 40 ପ୍ରତ୍ୟେକ କାମ ଠିକ୍ ଭାବରେ ଓ କ୍ରମାନୁସାରେ କରିବା ଉଚିତ୍।

ମାର୍କ ଲିଖିତ ସୁସମାଗ୍ଭର 9:42-50

ଯୀଶୁ ପାପର କାରଣ ବିଷୟରେ ସତର୍କ କଲେ

(ମାଥିଉ 18:6-9; ଲୂକ 17:1-2)

42 “ଯଦି ଏହି ଛୋଟ ଅବୋଧ ପିଲାମାନଙ୍କ ମଧ୍ୟରୁ ମୋତେ କେହି ବିଶ୍ୱାସ କରୁଥାଏ ଏବଂ ଆଉ ଜଣେ ଲୋକ ସେହି ପିଲାଟିକୁ ପାପ କର୍ମରେ ଲିପ୍ତ କରାଏ, ତେବେ ସେ ଲୋକଟି ପାଇଁ ଏହା ଅତ୍ୟନ୍ତ ଖରାପ ହେବ। ସେ ଲୋକ ବେକରେ ଚକି ପଥରଟିଏ ବାନ୍ଧି ଦେଇ ତାକୁ ସମୁଦ୍ରରେ ଫିଙ୍ଗି ଦେବା ତା’ ପାଇଁ ଭଲ ହୋଇଥା’ନ୍ତା। 43 ଯଦି ତୁମ୍ଭର ହାତ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। କାରଣ ଦୁଇ ହାତ ଥାଇ ଅନନ୍ତ କାଳ ଧରି ଜଳୁଥିବା ନର୍କର ନିଆଁ ଭିତରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ପଙ୍ଗୁ ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 44 [a] 45 ଯଦି ତୁମ୍ଭର ପାଦ ତୁମ୍ଭକୁ ପାପ କରାଏ, ତେବେ ତାକୁ କାଟିଦିଅ। ଦୁଇ ପାଦ ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ଛୋଟା ହୋଇ ଅନନ୍ତ ଜୀବନ ଲାଭ କରିବା ଭଲ। 46 [b] 47 ଯଦି ତୁମ୍ଭର ଆଖି ତୁମ୍ଭକୁ ପାପ କରାଏ, ତେବେ ତାକୁ ବାହାର କରି ଦିଅ। ଦୁଇ ଆଖି ଥାଇ ନର୍କରେ ତୁମ୍ଭକୁ ଫିଙ୍ଗି ଦିଆଯିବା ଅପେକ୍ଷା ବରଂ ତୁମ୍ଭେ ଗୋଟିଏ ଆଖି ଥାଇ ଅନନ୍ତ ଜୀବନ ଲାଭ କରିବା ଭଲ। 48 ମନୁଷ୍ୟକୁ ଖାଉଥିବା ନର୍କର କୀଟ କେବେ ମରେ ନାହିଁ କି ନର୍କର ନିଆଁ କେବେ ଲିଭେ ନାହିଁ।

49 “ନିଆଁରେ ପ୍ରତ୍ୟେକ ଲୋକକୁ ଦଣ୍ଡିତ କରାଯିବ।

50 “ଲୁଣ ଭଲ ପଦାର୍ଥ। କିନ୍ତୁ ଲୁଣ ଯଦି ତା'ର ଲୁଣିଆ ଗୁଣ ହରାଇ ବସିବ, ତାକୁ ପୁଣି ଥରେ କିପରି ଲୁଣିଆ କରାଯାଇ ପାରିବ? ତେଣୁ ତୁମ୍ଭେ ଭଲ ଗୁଣରେ ପରିପୂର୍ଣ୍ଣ ହୁଅ। ସମସ୍ତେ ମିଳିମିଶି ଶାନ୍ତିରେ ରୁହ।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center