Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 31

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୋଟିଏ ଗୀତ।

31 ହେ ସଦାପ୍ରଭୁ, ମୁଁ ତୁମ୍ଭ ଉପରେ ନିର୍ଭରଶୀଳ।
    ମୋତେ ତୁମ୍ଭେ ନିରାଶ କର ନାହିଁ।
    ମୋ’ ପ୍ରତି ଦୟା କର ଓ ମୋତେ ଉଦ୍ଧାର କର।
    ହେ ପରମେଶ୍ୱର, ମୋ’ ନିବେଦନ ଶୁଣ।
    ଶୀଘ୍ର ଆସି ମୋତେ ଉଦ୍ଧାର କର।
ମୋତେ ଚଟାଣ ସଦୃଶ ରକ୍ଷା କର।
ମୋର ନିରାପଦ ଆଶ୍ରୟସ୍ଥଳର ଦୁର୍ଗ ଭଳି କାର୍ଯ୍ୟ କର।
    ମୋର ନିରାପତ୍ତା ବଳୟ ହୁଅ।
    ମୋତେ ରକ୍ଷା କର।
ହେ ମୋର ପରମେଶ୍ୱର, ତୁମ୍ଭେ ମୋର ଦୃଢ଼ ଶୈଳ।
    ତେଣୁ ମୋତେ ତୁମ୍ଭର ପଥ ଦେଖାଅ ଓ ଦିଗଦର୍ଶନ ଦିଅ।
ମୋର ଶତ୍ରୁମାନେ ମୋ’ ସମ୍ମୁଖରେ ଏକ ଯନ୍ତା ବସାଇଛନ୍ତି।
    ସେମାନଙ୍କ ସେହି ଯନ୍ତାରୁ ମୋତେ ଉଦ୍ଧାର କର।
    ତୁମ୍ଭେ ମୋର ନିରାପଦ ସ୍ଥଳ।
ହେ ସଦାପ୍ରଭୁ, ତୁମ୍ଭେ ପରମେଶ୍ୱର ଯାହାଙ୍କୁ ଆମ୍ଭେ ବିଶ୍ୱାସ କରି ପାରିବୁ।
    ମୁଁ ମୋର ପ୍ରାଣକୁ ତୁମ୍ଭ ହସ୍ତରେ ଅର୍ପଣ କରୁଛି।
    ମୋତେ ରକ୍ଷା କର।
ଯେଉଁମାନେ ମିଥ୍ୟା ଦେବଦାଙ୍କୁ ପୂଜା କରନ୍ତି ମୁଁ ସେମାନଙ୍କୁ ଘୃଣା କରେ।
    ମୁଁ କେବଳ ସଦାପ୍ରଭୁଙ୍କୁ ନିର୍ଭର କରେ।
ପରମେଶ୍ୱର ଦୟାର ସାଗର।
ତେଣୁ ମୋତେ ସୁଖରେ ରଖନ୍ତି।
    ତୁମ୍ଭେ ମୋର ଦୂରାବସ୍ଥା ଦେଖିଛ।
    ତୁମ୍ଭେ ଜାଣ ମୋ’ ଉପରେ ଯେଉଁ ବିପଦ ପଡ଼ିଥିଲା।
ତୁମ୍ଭେ ମୋର ଶତ୍ରୁଙ୍କ ହସ୍ତରେ ମୋତେ ଅର୍ପଣ କରିବ ନାହିଁ।
    ତୁମ୍ଭେ ସେମାନଙ୍କ ଯନ୍ତାରୁ ମୋତେ ମୁକ୍ତ କରିବ।
ହେ ସଦାପ୍ରଭୁ, ମୋ’ ଉପରେ ଅନେକ ବିପଦ ପଡ଼ିଛି, ତେଣୁ ମୋ’ ପ୍ରତି କରୁଣା କର।
    ମୁଁ ଏତେ ବିଚଳିତ ହୋଇ ପଡ଼ିଛି ଯେ ମୋର ଚକ୍ଷୁ ଯନ୍ତ୍ରଣା କରୁଛି।
    ମୋର ଗଳା ଶୁଖି ଯାଉଛି, ମୋ’ ପାକସ୍ଥଳୀ ଯନ୍ତ୍ରଣା ଦେଉଛି।
10 ମୋର ଜୀବନ ଦୁଃଖରେ ଶେଷ ହେବାକୁ ଯାଉଛି।
ମୋର ଜୀବନ ଦୁଃଖରେ ସରିଯିବ।
    ମୋର ଅସ୍ଥିସବୁ କ୍ଷୀଣ ହୋଇ ଯାଉଛି
    ଓ ମୁଁ ଅଧିକରୁ ଅଧିକ ଦୁର୍ବଳ ହୋଇଯାଉଛି।
11 ମୋର ଶତ୍ରୁମାନେ ମୋତେ ଘୃଣା କରନ୍ତି,
    ମୋର ପଡ଼ୋଶୀମାନେ ମଧ୍ୟ ମୋତେ ଘୃଣା କରନ୍ତି।
ମୋର ବନ୍ଧୁବାନ୍ଧବମାନେ ରାସ୍ତାରେ ଦେଖା ହେଲେ
    ଭୟ କରି ମୋ’ଠାରୁ ଦୂରେଇ ଯାଆନ୍ତି।
12 ଲୋକମାନେ ମୋତେ ସମ୍ପୂର୍ଣ୍ଣ ଭୁଲି ଗଲେଣି
    ଯେମିତି କୌଣସି ପୁରୁଣା ଭଙ୍ଗାପାତ୍ର ପରି।
13 ମୁଁ ଲୋକମାନେ କହୁଥିବା ସେହି ଭୟଙ୍କର କଥାସବୁ ଶୁଣେ,
    ସେମାନେ ମୋ’ ବିରୁଦ୍ଧରେ ଯୋଜନା କରୁଛନ୍ତି।
    ସେମାନେ ମୋତେ ମାରିବାକୁ ମନ୍ତ୍ରଣା କରୁଛନ୍ତି।

14 ହେ ସଦାପ୍ରଭୁ ମୁଁ ତୁମ୍ଭର ଆଶ୍ରିତ ଅଟେ।
    ତୁମ୍ଭେ ହିଁ ମୋର ପରମେଶ୍ୱର।
15 ମୋର ଜୀବନ ତୁମ୍ଭ ହାତରେ, ମୋତେ ଶତ୍ରୁ କବଳରୁ ତୁମ୍ଭେ ଉଦ୍ଧାର କର।
    କେତେକ ଲୋକ ମୋ’ ପଛରେ ଗୋଡ଼ାଇଛନ୍ତି।
    ସେମାନଙ୍କଠାରୁ ମୋତେ ରକ୍ଷା କର।
16 ଆପଣା ସେବକକୁ ଦୟାକର
    ଓ ଆପଣା ସ୍ନେହପୂର୍ଣ୍ଣ କରୁଣା ପ୍ରଦର୍ଶନ କରି ମୋର ଜୀବନ ରକ୍ଷା କର।
17 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ପ୍ରାର୍ଥନା କରୁଛି,
    ତୁମ୍ଭେ ମୋତେ ନିରାଶ କରିବ ନାହିଁ।
ଦୁଷ୍ଟ ଲୋକମାନେ ନିରାଶ ହେବେ।
    ସେମାନେ ନୀରବରେ କବରକୁ ଯିବେ।
18 ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ।
    ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି।
ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ।
    ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ।

19 ପରମେଶ୍ୱର, ତୁମ୍ଭେ ଆପଣା ଅନୁସରଣକାରୀମାନଙ୍କ ପାଇଁ ଉତ୍ତମତା ଏକ ଧନଭଣ୍ଡାର ପରି ରଖିଅଛ।
    ତୁମ୍ଭେ ସମସ୍ତଙ୍କ ସମ୍ମୁଖରେ ଭଲ କାର୍ଯ୍ୟ କର।
    ସେହି ଲୋକମାନଙ୍କ ପାଇଁ ଯେଉଁମାନେ ତୁମ୍ଭର ଅନୁଗତ।
20 ଦୁଷ୍ଟ ଲୋକମାନେ ଏକତ୍ରିତ ହୋଇ ଉତ୍ତମ ଲୋକଙ୍କର କ୍ଷତି କରିବାକୁ ଗ୍ଭହାନ୍ତି।
    ସେହି ଦୁଷ୍ଟ ଲୋକମାନେ ବିବାଦ ଆରମ୍ଭ କରନ୍ତି କିନ୍ତୁ ତୁମ୍ଭେ ସେହି ଉତ୍ତମ ଲୋକଙ୍କୁ ଲୁଗ୍ଭଇ ରଖି ସେମାନଙ୍କୁ ସୁରକ୍ଷା ପ୍ରଦାନ କର ଓ ତୁମ୍ଭେ ସେମାନଙ୍କୁ ଆପଣା ଆଶ୍ରୟ ସ୍ଥଳରେ ରକ୍ଷାକର।
21 ସଦାପ୍ରଭୁ ମୋତେ ଆଶୀର୍ବାଦ କରନ୍ତୁ।
    ମୁଁ ଯେତେବେଳେ ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ନଗରରେ କବଳିତ ହେଲି, ସେତେବେଳେ ସେ ମୋତେ ଅନୁଗ୍ରହ ପ୍ରଦର୍ଶନ କଲେ।
22 ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।”
    କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।

23 ହେ ପରମେଶ୍ୱରଙ୍କ ଆଶ୍ରିତଗଣ, ତୁମ୍ଭେ ସଦାପ୍ରଭୁଙ୍କୁ ଭଲ ପାଅ।
    ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କର ଆଶ୍ରିତ ଅଟନ୍ତି,
କିନ୍ତୁ ସଦାପ୍ରଭୁ ସେହି ଲୋକମାନଙ୍କୁ ଦଣ୍ଡ ଦିଅନ୍ତି, ଯେଉଁମାନେ ନିଜ ଶକ୍ତିର ଅପବ୍ୟବହାର କରନ୍ତି।
    ସେ ସେହିମାନଙ୍କୁ ଦଣ୍ଡ ପ୍ରଦାନ କରନ୍ତି, ଯେଉଁମାନେ ଦଣ୍ଡର ଅଧିକାରୀ।
24 ହେ ଲୋକମାନେ, ଯେଉଁମାନେ ସଦାପ୍ରଭୁଙ୍କ ସାହାଯ୍ୟ ପାଇଁ ଅପେକ୍ଷା କରିଛ।
    ସାହସୀ ହୁଅ, ତାହାହେଲେ ପରମେଶ୍ୱର ତୁମ୍ଭକୁ ଶକ୍ତିଶାଳୀ କରିବେ।

ଗୀତସଂହିତା 35

ଦାଉଦଙ୍କର ଗୀତ

35 ସଦାପ୍ରଭୁ ଯେଉଁମାନେ ମୋ’ ସହିତ ବିବାଦ କରୁଛନ୍ତି
    ତୁମ୍ଭେ ସେମାନଙ୍କ ସହିତ ମୋ’ ନିମନ୍ତେ ଯୁଦ୍ଧ କର।
ସଦାପ୍ରଭୁ ତୁମ୍ଭେ ଢାଲ ଓ ସାଞ୍ଜୁ [a] ଉଠାଅ।
    ଜାଗ୍ରତ ହୁଅ, ମୋର ସହାୟ ହୁଅ।
ଏକ ବର୍ଚ୍ଛା ଓ କୁନ୍ତ ଧର
    ଓ ଯେଉଁମାନେ ମୋ’ ପଛରେ ଗୋଡ଼ାଇଛନ୍ତି ତାଙ୍କ ସହିତ ଯୁଦ୍ଧ କର।
ସଦାପ୍ରଭୁ ମୋର ପ୍ରାଣକୁ କୁହ, “ଯେ ତୁମ୍ଭେ ମୋତେ ରକ୍ଷା କରିବ।”

କିଛି ଲୋକ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି।
    ସେମାନଙ୍କୁ ନିରାଶ କର ଓ ସେମାନଙ୍କୁ ଲଜ୍ଜିତ କର।
    ସେମାନଙ୍କୁ ଘଉଡ଼ାଇ ଦିଅ।
    ସେହି ଲୋକମାନେ ମୋତେ ବଧ କରିବାକୁ ଯୋଜନା କରୁଥିଲେ ସେମାନଙ୍କୁ ପରାସ୍ତ କର ଓ ହତୋତ୍ସାହ କର।
ସେହି ଲୋକମାନଙ୍କୁ ତୁଷ ତୁଲ୍ୟ ପବନରେ ଉଡ଼ାଇ ନିଅ।
    ସେମାନଙ୍କୁ ସଦାପ୍ରଭୁଙ୍କର ଦୂତ ଘଉଡ଼ାଇ ଦିଅନ୍ତୁ।
ସେମାନଙ୍କ ରାସ୍ତାକୁ ଅନ୍ଧକାର ଓ ପିଚ୍ଛିଳ କରିଦିଅ,
    ଯାହା ଫଳରେ ସଦାପ୍ରଭୁଙ୍କ ଦୂତମାନେ ସେମାନଙ୍କୁ ସହଜରେ ଧରି ପାରିବେ।
ମୁଁ କୌଣସି ଭୁଲ୍ କାର୍ଯ୍ୟ କରି ନାହିଁ।
    ତଥାପି ସେ ଲୋକମାନେ ବିନା କାରଣରେ ମୋତେ ଯନ୍ତାରେ ପକାଇବାକୁ ଚେଷ୍ଟା କରିଥିଲେ।
    ସେମାନେ ମୋତେ ଯନ୍ତାରେ ପକାଇବାକୁ ଉଦ୍ୟମ କରିଥିଲେ।
ସଦାପ୍ରଭୁ, ସେମାନଙ୍କୁ ସେମାନଙ୍କ ଯନ୍ତାରେ ପକାଇ ଦିଅ।
    ସେମାନେ ତାଙ୍କ ବାନ୍ଧିଥିବା ଜାଲରେ ନିଜେ ଧରା ପଡ଼ନ୍ତୁ।
    ସେମାନଙ୍କ ଉପରେ ଅଜଣା ବିପଦ ମାଡ଼ି ଆସୁ।
ତା’ପରେ ମୁଁ ସଦାପ୍ରଭୁଙ୍କଠାରେ ଆନନ୍ଦିତ ହେବି।
    ମୁଁ ଅଧିକ ଖୁସୀ ହେବି ଯେତେବେଳେ ସେ ମୋତେ ରକ୍ଷା କରିବେ।
10 ସେତେବେଳେ ମୋର ସମ୍ପୂର୍ଣ୍ଣ ଶରୀର କହିବ, “ହେ ସଦାପ୍ରଭୁ, ତୁମ୍ଭ ଭଳି ଆଉ କେହି ନାହିଁ।
    ତୁମ୍ଭେ ଜଣେ ଦୁଃଖୀ ଲୋକକୁ ତା’ଠାରୁ ଅଧିକ ବଳଶାଳୀ ଶତ୍ରୁ କବଳରୁ ଉଦ୍ଧାର କରିଛ।
ତୁମ୍ଭେ ଦୁଃଖୀ ଲୋକଟିକୁ ମନ୍ଦ ଲୋକଙ୍କ ପାଖରୁ ରକ୍ଷା କରିଛ,
    ଯେଉଁମାନେ ତାକୁ ଲୁଣ୍ଠନ କରିବା ପାଇଁ ଗ୍ଭହୁଁଥିଲେ।”
11 କେତେକ ଲୋକ ଯେଉଁମାନେ ବିଗ୍ଭରାଳୟରେ ମିଥ୍ୟା କହନ୍ତି, ମୋତେ ଆଘାତ କରିବାକୁ ମନ୍ତ୍ରଣା କରୁଛନ୍ତି।
    ସେମାନେ ମୋତେ ଅନେକ ପ୍ରଶ୍ନ ପଗ୍ଭରିବେ ମୁଁ ସେସବୁ ବିଷୟରେ କିଛି ଜାଣେ ନାହିଁ।
12 ମୁଁ କେବଳ ଭଲ କାର୍ଯ୍ୟ କରିଛି।
କିନ୍ତୁ ସେହି ଲୋକମାନେ ମୋ’ ବିରୁଦ୍ଧରେ କେବଳ ମନ୍ଦକାର୍ଯ୍ୟ କରିଛନ୍ତି।
    ସଦାପ୍ରଭୁ ଦୟାକରି ମୋତେ କେବଳ ଭଲ ଜିନିଷ ଦିଅ, ଯାହା ମୋର ପ୍ରାପ୍ୟ ଅଟେ।
13 ଯେତେବେଳେ ସେହି ଲୋକମାନେ ପୀଡ଼ିତ ଥିଲେ, ମୁଁ ସେମାନଙ୍କ ପାଇଁ ଦୁଃଖିତ ହୋଇଥିଲି।
    ମୁଁ କିଛି ନ ଖାଇ ମୋର ସମବେଦନା ଜଣାଇ ଥିଲି।
    ଏହା କ’ଣ ମୋ’ ପାଇଁ ସେମାନଙ୍କର ଉପଯୁକ୍ତ ପ୍ରତିଦାନ?
14 ମୁଁ ସେମାନଙ୍କ ପାଇଁ ଶୋକାତୁର ପୋଷାକ ପିନ୍ଧିଥିଲି।
ମୁଁ ସେମାନଙ୍କୁ ମୋର ଭାଇ ବନ୍ଧୁ ପରି ବ୍ୟବହାର କରିଥିଲି।
    ମୁଁ ଦୁଃଖିତ ହୋଇଥିଲି ଯେପରି ଜଣେ ବ୍ୟକ୍ତି ତା’ର ମା’ର ମୃତ୍ୟୁରେ ଅଧୀର ହୋଇ କ୍ରନ୍ଦନ କରେ।
    ମୁଁ ସେହି ଲୋକମାନଙ୍କ ପାଇଁ କଳା ପୋଷାକ ପରିଧାନ କରିଥିଲି, ଯାହା ଶୋକରେ ପ୍ରତୀକ ଅଟେ।
    ମୁଁ ନତ ମସ୍ତକ ହୋଇ ଶୋକରେ ଅଧୀର ହୋଇ ଗ୍ଭଲିଥିଲି।
15 ମୁଁ ଯେତେବେଳେ ଗୋଟିଏ ଭୁଲ୍ କରି ବସିଲି, ସେହି ଲୋକମାନେ ମୋତେ ଦେଖି ହସିଲେ।
    ସେହି ଲୋକମାନେ ପ୍ରକୃତ ବନ୍ଧୁ ନୁହନ୍ତି।
ମୁଁ ସେମାନଙ୍କୁ ସତେ ଯେମିତି ଜାଣେ ନାହିଁ।
    ସେମାନେ ମୋତେ ଗ୍ଭରିଆଡ଼ୁ ଘେରି ଆକ୍ରମଣ କଲେ।
16 ସେମାନେ ମୋ’ ପ୍ରତି ଅଭଦ୍ର ଭାଷା ପ୍ରୟୋଗ କରି ମୋତେ ପରିହାସ କରୁଥିଲେ।
    ସେହି ଲୋକମାନେ ରାଗରେ ଦାନ୍ତ କଡ଼ମଡ଼ କରି ମୋ’ ଉପରେ ରାଗରେ ଜଳି ଯାଉଥିଲେ।

17 ମୋର ପ୍ରଭୁ, ଆଉ କେତେଦିନ ଏପରି ଘଟଣା ମୋ’ ଉପରେ ଘଟୁଥିବ?
ସେହି ଲୋକମାନେ ମୋତେ ଧ୍ୱଂସ କରିଦେବାକୁ ଗ୍ଭହୁଁଛନ୍ତି।
    ସଦାପ୍ରଭୁ ମୋର ପ୍ରାଣକୁ ବଞ୍ଚାଅ।
    ମୋର ଅତି ପ୍ରିୟ ଆତ୍ମାକୁ ସେହି ଦୁଷ୍ଟ ଲୋକମାନଙ୍କ କବଳରୁ ଉଦ୍ଧାର କର।
    ସେମାନେ ସିଂହ ତୁଲ୍ୟ ଅଟନ୍ତି।

18 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ବିରାଟ ସମ୍ମିଳନୀ କକ୍ଷରେ ପ୍ରଶଂସା କରିବି।
    ମୁଁ ତୁମ୍ଭକୁ ପ୍ରଶଂସା କରିବି ମୁଁ ଯେତେବେଳେ ଶକ୍ତିଶାଳୀ ଲୋକମାନଙ୍କ ସଙ୍ଗରେ ଥାଏ।
19 ମୋର ଶତ୍ରୁମାନେ ବିନା କାରଣରେ ମୋ’ ସହିତ ଆଉ ପରିହାସ କରିବେ ନାହିଁ।
    ସେମାନେ ନିଶ୍ଚୟ ତାଙ୍କର ଗୋପନ ମନ୍ତ୍ରଣା ପାଇଁ ଦଣ୍ଡିତ ହେବେ।
20 ମୋର ଶତ୍ରୁମାନେ କେବେହେଲେ ଶାନ୍ତିର କଥା କହନ୍ତି ନାହିଁ।
    ସେମାନେ ଗୋପନରେ ଶାନ୍ତି ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ମନ୍ଦକାର୍ଯ୍ୟ କରିବାକୁ କଳ୍ପନା କରନ୍ତି।
21 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ମନ୍ଦ କଥାମାନ କହନ୍ତି।
    ସେମାନେ ମିଛରେ କହନ୍ତି, “ଆମ୍ଭେ ଜାଣୁ ତୁମ୍ଭେ କ’ଣ କରୁଛ।”
22 ହେ ସଦାପ୍ରଭୁ, ନିଶ୍ଚୟ ତୁମ୍ଭେ ତାହା ଦେଖୁଅଛ, ଯାହାସବୁ ଘଟି ଯାଉଛି।
    ତେଣୁ ତୁମ୍ଭେ ନୀରବ ରୁହ ନାହିଁ।
    ମୋତେ ପରିତ୍ୟାଗ କର ନାହିଁ।
23 ହେ ସଦାପ୍ରଭୁ ଜାଗ୍ରତ ହୁଅ, ଉଠ।
    ମୋର ପରମେଶ୍ୱର ଓ ମୋର ସଦାପ୍ରଭୁ, ମୋ’ ପାଇଁ ସଂଗ୍ରାମ କର ଏବଂ ମୋତେ ନ୍ୟାୟ ପ୍ରଦାନ କର।
24 ହେ ସଦାପ୍ରଭୁ ମୋର ପରମେଶ୍ୱର, ତୁମ୍ଭର ନ୍ୟାୟରେ ମୋର ବିଗ୍ଭର କର।
    ସେହି ଲୋକମାନଙ୍କୁ ମୋତେ ପରିହାସ କରିବାକୁ ଦିଅ ନାହିଁ।
25 ସେହି ଲୋକମାନଙ୍କୁ କହିବାକୁ ଦିଅ ନାହିଁ, “ଯାହା ଆମ୍ଭେ ଗ୍ଭହିଁଥିଲୁ ତାହା ଆମ୍ଭେ ପାଇଲୁ।”
    ସଦାପ୍ରଭୁ, ସେମାନେ କୁହନ୍ତୁ ନାହିଁ, “ଆମ୍ଭେ ତାକୁ ଧ୍ୱଂସ କରିଛୁ।”
26 ମୁଁ ଆଶା କରୁଛି ମୋର ଶତ୍ରୁମାନେ ଲଜ୍ଜିତ ହେବେ ଓ ନିରାଶ ହେବେ।
    ଯେତେବେଳେ ମୋ’ ଉପରେ ବିପଦ ପଡ଼େ ସେହି ଲୋକମାନେ ଖୁସୀ ହୁଅନ୍ତି।
ସେମାନେ ଭାବନ୍ତି ସେମାନେ ମୋ’ଠାରୁ ଭଲ।
    ତେଣୁ ସେହି ଲୋକମାନଙ୍କର ମୁହଁ ଲଜ୍ଜା ଓ କାଳିମାରେ ଘୋଡ଼ାଇ ହୋଇଯାଉ।
27 କିଛି ଲୋକ ଗ୍ଭହାନ୍ତି ଭଲ ଘଟଣା ମୋ’ ଜୀବନରେ ଘଟୁ।
    ମୁଁ ଆଶା କରେ, ସେହି ଲୋକମାନେ ଅତି ଆନନ୍ଦିତ ଅଟନ୍ତି।
କାରଣ ସେହି ଲୋକମାନେ ସର୍ବଦା କୁହନ୍ତି, “ସଦାପ୍ରଭୁ ହେଉଛନ୍ତି ମହାନ।
    ସେ ଗ୍ଭହାନ୍ତି ତାଙ୍କର ଭୃତ୍ୟମାନଙ୍କର ସର୍ବଦା ମଙ୍ଗଳ ହେଉ।”

28 ତେଣୁ ସଦାପ୍ରଭୁ, ମୁଁ ଲୋକମାନଙ୍କୁ କହେ, ତୁମ୍ଭେ କେତେ ମହାନ ଅଟ।
    ମୁଁ ପ୍ରତିଦିନ ତୁମ୍ଭକୁ ପ୍ରଶଂସା କରେ।

ଯାତ୍ରାପୁସ୍ତକ 4:10-31

10 କିନ୍ତୁ ମୋଶା ସଦାପ୍ରଭୁଙ୍କୁ କହିଲେ, “ହେ ସଦାପ୍ରଭୁ, କଥା କହିବାର ଗ୍ଭତୁର୍ଯ୍ୟ ମୋ’ଠାରେ ନାହିଁ। ଏବଂ ଅତୀତରେ ମୁଁ ଜଣେ ଉତ୍ତମ ବକ୍ତା ନ ଥିଲି। ବର୍ତ୍ତମାନ ମଧ୍ୟ ମୁଁ ଜଣେ ଉତ୍ତମ ବକ୍ତା ନୁହେଁ, ଯଦିଓ ତୁମ୍ଭେ ମୋତେ କହିଲ। ତୁମ୍ଭେ ଜାଣିଛ ଯେ, ମୁଁ ବହୁତ ଧିର କହେ ଏବଂ ଉତ୍ତମ ଶବ୍ଦ ବ୍ୟବହାର କରି ପାରିବି ନାହିଁ।”

11 ଏହା ପରେ ସଦାପ୍ରଭୁ ତାଙ୍କୁ କହିଲେ, “ମନୁଷ୍ୟର ମୁଖ କିଏ ନିର୍ମାଣ କରିଛି? ମନୁଷ୍ୟକୁ କିଏ ମୁକ ବା ବଧିର କରେ? ମନୁଷ୍ୟକୁ କିଏ ଦୃଷ୍ଟିହୀନ କରେ? ମନୁଷ୍ୟକୁ କିଏ ଦୃଷ୍ଟିବାନ କରେ? ମୁଁ ହେଉଛି ସେହି ଯେ କି ଏ ସମସ୍ତ କର୍ମ କରାଉଥାଏ। ମୁଁ ହେଉଛି ସେହି ସଦାପ୍ରଭୁ। 12 ତେଣୁ ତୁମ୍ଭେ ଯାଅ ମୁଁ ସର୍ବଦା ତୁମ୍ଭ ସହିତ ରହିଅଛି। ମୁଁ ତୁମ୍ଭର ସହବର୍ତ୍ତୀ ହୋଇ ବକ୍ତବ୍ୟର କଥା ତୁମ୍ଭକୁ ଶିଖାଇବି।”

13 କିନ୍ତୁ ମୋଶା କହିଲେ, “ହେ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ବିନୟ କରୁଅଛି ମୋତେ ନ ପଠାଇ ଅନ୍ୟ ଜଣକୁ ପଠାଅ।”

14 ଏହା ପରେ ସଦାପ୍ରଭୁ କ୍ରୋଧରେ ମୋଶାଙ୍କୁ କହିଲେ, “ଉତ୍ତମ! ତୁମ୍ଭର ସାହାଯ୍ୟ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲେବୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହେବ। 15 ତୁମ୍ଭେ ହାରୋଣକୁ କହିବ ଏବଂ ତା’ର ମୂଖରେ ବାକ୍ୟ ଦେବ। ମୁଁ ତୁମ୍ଭର ଜିହ୍ୱା ସହିତ ଓ ତା’ର ଜିହ୍ୱା ସହିତ ଥିବି ଏବଂ ମୁଁ ତୁମ୍ଭମାନଙ୍କୁ କହିବି, ଯାହା ତୁମ୍ଭମାନଙ୍କୁ କହିବାକୁ ହେବ। 16 ତୁମ୍ଭ ପାଇଁ ହାରୋଣ ଲୋକମାନଙ୍କୁ କହିବ। ତୁମ୍ଭେ ତା’ ପାଇଁ ପରମେଶ୍ୱର ପରି ଏବଂ ସେ ତୁମ୍ଭର ପ୍ରବକ୍ତା 17 ତେଣୁ ତୁମ୍ଭେ ଯାଅ ଓ ତୁମ୍ଭର ଆଶାବାଡ଼ିଟିକୁ ସାଙ୍ଗରେ ନେଇଯାଅ। ତୁମ୍ଭେ ଅ‌ଦ୍‌ଭୂତ କାର୍ଯ୍ୟ କରିବାକୁ ଏହି ଆଶାବାଡ଼ି ବ୍ୟବହାର କରିବ।”

ମୋଶା ମିଶରକୁ ଫେରିଗଲେ

18 ଏହା ପରେ ମୋଶା ତାଙ୍କର ଶ୍ୱଶୁର ଯିଥ୍ରୋଙ୍କ ନିକଟକୁ ଫେରିଗଲେ। ମୋଶା ଯିଥ୍ରୋଙ୍କୁ କହିଲେ, “ଦୟାକରି ମୋତେ ମିଶରକୁ ଯିବାକୁ ଦିଅ। ମୁଁ ମୋର ଲୋକମାନଙ୍କୁ ଦେଖିବା ପାଇଁ ଗ୍ଭହୁଁଛି ଏବଂ ଜାଣିବା ପାଇଁ ଗ୍ଭହୁଁଛି, ସେମାନେ ବର୍ତ୍ତମାନ କିପରି ଅଛନ୍ତି। ସେମାନେ ଆଜି ପର୍ଯ୍ୟନ୍ତ ଜୀବିତ ଅଛନ୍ତି କି ନାହିଁ?”

ଯିଥ୍ରୋ କହିଲେ, “ଅବଶ୍ୟ! ତୁମ୍ଭେ ଶାନ୍ତିରେ ଯାଅ।”

19 ପରମେଶ୍ୱର ମିଦିୟନରେ ମୋଶାଙ୍କୁ କହିଲେ, “ତୁମ୍ଭେ ବର୍ତ୍ତମାନ ମିଶରକୁ ନିରାପଦରେ ଯାଇପାର, କାରଣ ଯେଉଁମାନେ ତୁମ୍ଭକୁ ମାରିବାକୁ ଗ୍ଭହୁଁଥିଲେ, ସେମାନେ ବର୍ତ୍ତମାନ ମୃତ।”

20 ତେଣୁ ମୋଶା ତାଙ୍କର ପୁତ୍ରକନ୍ୟାମାନଙ୍କୁ ଗଧରେ ବସାଇ ମିଶର ଅଭିମୁଖେ ବାହାରିଲେ। ମୋଶା ତାଙ୍କର ଆଶାବାଡ଼ି ସଙ୍ଗରେ ନେଲେ ଏବଂ ପରମେଶ୍ୱରଙ୍କ ଶକ୍ତି ତାଙ୍କ ସହିତ ଥିଲା।

21 ମୋଶା ମିଶରକୁ ଯାତ୍ରା କରୁଥିବା ସମୟରେ ପରମେଶ୍ୱର ତାଙ୍କୁ କହିଲେ, “ମନେରଖ, ତୁମ୍ଭେ ଫାରୋଙ୍କ ସହିତ କଥା ହେବା ସମୟରେ ତୁମ୍ଭେ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟ ତାଙ୍କୁ ଦେଖାଇବ ଯାହା ମୁଁ ତୁମ୍ଭକୁ ଦେଇଅଛି। କିନ୍ତୁ ମୁଁ ଫାରୋଙ୍କ ମନକୁ କଠିନ କରିବି। ଯେଉଁଥିରେ ସେ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଅନୁମତି ଦେବେ ନାହିଁ। 22 ସଦାପ୍ରଭୁ କହିଲେ, ତୁମ୍ଭେ ଫାରୋଙ୍କୁ କହିବ। 23 ସଦାପ୍ରଭୁ କହନ୍ତି, ‘ଇସ୍ରାଏଲ ହେଉଛି ମୋର ପ୍ରଥମଜାତ ପୁତ୍ର ଏବଂ ମୁଁ ତୁମ୍ଭକୁ କହୁଛି ଯେ ତୁମ୍ଭେ ମୋର ପୁତ୍ରଙ୍କୁ ଛାଡ଼ିଦିଅ, ଯାହା ଫଳରେ ସେମାନେ ମୋର ଉପାସନା କରିବେ। ଯଦି ତୁମ୍ଭେ ସେମାନଙ୍କୁ ଯିବା ପାଇଁ ନ ଦିଅ, ତେବେ ମୁଁ ତୁମ୍ଭର ପ୍ରଥମଜାତ ପୁତ୍ରକୁ ହତ୍ୟା କରିବି।’”

ମୋଶାଙ୍କ ପୁତ୍ର ସୁନ୍ନତ ହେଲେ

24 ମିଶରକୁ ଯିବା ବାଟରେ, ମୋଶା ଏକ ସ୍ଥାନରେ ରାତ୍ରି ଯାପନ କଲେ। ସଦାପ୍ରଭୁ ମୋଶାଙ୍କୁ ସେଠାରେ ସାକ୍ଷାତ କଲେ ଏବଂ ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କଲେ। 25 କିନ୍ତୁ ସି‌ପ୍‌ପୋରା ଏକ ତି‌କ୍ଷ୍‌ଣ ଅସ୍ତ୍ର ଧରି ଆପଣା ପୁତ୍ରକୁ ସୁନ୍ନତ କଲା ଏବଂ ସେହି ଚର୍ମଟି ତାଙ୍କ ଚରଣ ତଳେ ପକାଇ କହିଲା, “ତୁମ୍ଭେ ମୋହର ରକ୍ତ ରଂଜିତ ସ୍ୱାମୀ।” 26 ସେ କହିଲା, ରକ୍ତ ରଂଜିତ ସ୍ୱାମୀ ସୁନ୍ନତ କାରଣରୁ। ତେଣୁ ପରମେଶ୍ୱର ମୋଶାଙ୍କୁ ଛାଡ଼ି ଦେଲେ।

Moses Arrives in Egypt

27 ସଦାପ୍ରଭୁ ହାରୋଣକୁ କହିଲେ, “ତୁମ୍ଭେ ମୋଶାଙ୍କ ସହିତ ସାକ୍ଷାତ କରିବା ନିମିତ୍ତ ମରୁଭୂମିକୁ ଯାଅ।” ତେଣୁ ସେ ଯାଇ ପରମେଶ୍ୱରଙ୍କ ପର୍ବତରେ ତାଙ୍କ ସହିତ ମିଳି ତାଙ୍କୁ ଚୁମ୍ବନ କଲେ। 28 ମୋଶା ହାରୋଣଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭକୁ କାହିଁକି ପଠାଇଛନ୍ତି। ମୋଶା ହାରୋଣଙ୍କୁ ସମସ୍ତ ଅ‌ଦ୍‌ଭୂତ କାର୍ଯ୍ୟମାନ ଦେଖାଇଲେ ଏବଂ ସଦାପ୍ରଭୁ କହିଥିବା ସମସ୍ତ କଥା ତାଙ୍କୁ କହିଲେ।

29 ତେଣୁ ମୋଶା ଏବଂ ହାରୋଣ ଏକତ୍ର ଯାଇ ଇସ୍ରାଏଲର ପ୍ରାଚୀନବର୍ଗମାନଙ୍କୁ ଏକତ୍ରିତ କଲେ। 30 ଏହା ପରେ ହାରୋଣ ଲୋକମାନଙ୍କୁ କହିଲେ, ସେ ସେହି ପ୍ରାଚୀନବର୍ଗକୁ ସମସ୍ତ କଥା କହିଲେ ଯାହାସବୁ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ଏହା ପରେ ମୋଶା ତାଙ୍କର ପ୍ରମାଣ ଲୋକମାନଙ୍କୁ ଜଣାଇଲେ। 31 ଲୋକମାନେ ମଧ୍ୟ ବିଶ୍ୱାସ କଲେ ଯେ ପରମେଶ୍ୱର ମୋଶାଙ୍କୁ ପଠାଇଛନ୍ତି। ଯେତେବେଳେ ଇସ୍ରାଏଲୀୟମାନେ ଶୁଣିଲେ ଯେ, ପରମେଶ୍ୱର ସେମାନଙ୍କର ଅସୁବିଧା ଦେଖିଛନ୍ତି ଏବଂ ସେମାନଙ୍କ ପାଇଁ ଦୁଃଖ କଲେ। ସେମାନେ ତାଙ୍କୁ ପ୍ରଣାମ କଲେ ଓ ଉପାସନା କଲେ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 14:1-19

ଆଧ୍ୟାତ୍ମିକ ଦାନଗୁଡ଼ିକୁ ମଣ୍ଡଳୀ ସେବାର ଲଗାଅ

14 ପ୍ରେମର ଅନୁସରଣ କର। ଆଧ୍ୟାତ୍ମିକ ଦାନସବୁ ପାଇବା ପାଇଁ ଏକାନ୍ତ ଚେଷ୍ଟା କର, ବିଶେଷ ଭାବରେ ଭାବବାଣୀ କହିବାକୁ ଏକାନ୍ତ ଇଚ୍ଛା କର। ମୁଁ ବୁଝାଇ କହୁଛି: ଯେଉଁ ଲୋକ ବିଭିନ୍ନ ଭାଷାରେ କଥା କହିବାକୁ ଦାନ ପାଇଛି, ସେ ପ୍ରକୃତରେ ମନୁଷ୍ୟର ସହିତ ନୁହେଁ ବରଂ ପରମେଶ୍ୱରଙ୍କ ସହିତ କଥାବାର୍ତ୍ତା କରେ। କେହିହେଲେ ତା’କଥା ବୁଝି ପାରନ୍ତି ନାହିଁ, ସେ ଆତ୍ମାଙ୍କ ଦ୍ୱାରା ନିଗୂଢ଼ ବିଷୟ କହେ। କିନ୍ତୁ ଯିଏ ଭାବବାଣୀ କହେ, ସେ ଲୋକମାନଙ୍କୁ ଦୃଢ଼ତା, ଉତ୍ସାହ ଓ ସାନ୍ତ୍ୱନାର କଥା କହେ। ଯେଉଁ ଲୋକକୁ ବିଭିନ୍ନ ଭାଷାରେ କହିବା ଶକ୍ତି ପ୍ରାପ୍ତ ହୋଇଛି, ସେ ନିଜକୁ ନିଷ୍ଠା ଜନ୍ମାଏ; କିନ୍ତୁ ଯେଉଁ ଲୋକ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।

ତୁମ୍ଭେମାନେ ସମସ୍ତେ ଅନେକ ଗୁଡ଼ିଏ ଭାଷା କୁହ, ଏହା ମୁଁ ଇଚ୍ଛା କରେ, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା। ଯେଉଁ ଲୋକ ଭାବବାଣୀ କହେ, ସେ ବିଭିନ୍ନ ଭାଷା କହି ପାରିବା ଲୋକଠାରୁ ଶ୍ରେଷ୍ଠ। କିନ୍ତୁ ସେ ଯଦି ସେହି ଭାଷାଗୁଡ଼ିକର ଅର୍ଥ କରି ପାରୁଥିବ ତେବେ ସେ ଭାବବାଣୀ କହୁଥିବା ଲୋକ ସହିତ ସମାନ। ଏହା ଦ୍ୱାରା ମଣ୍ଡଳୀକୁ ସାହାଯ୍ୟ ହେବ।

ଭାଇ ଓ ଭଉଣୀମାନେ! ଯଦି ମୁଁ ତୁମ୍ଭମାନଙ୍କ ପାଖରେ ଅନ୍ୟଭାଷାରେ କଥା କହେ, ତା’ହେଲେ ତୁମ୍ଭର ବା କ’ଣ ଲାଭ ହେବ? କେବଳ ଯଦି ମୁଁ କୌଣସି ନିଗୂଢ଼ କଥା ବା କାର୍ଯ୍ୟ ବା କିଛି ଭବିଷ୍ୟଦ୍‌‌ବାଣୀ ବା କିଛି ଉପଦେଶର କଥା କୁହେ ତେବେ ତୁମ୍ଭମାନଙ୍କର ପ୍ରକୃତରେ ଲାଭ ହେବ। ଅନ୍ୟଥା ମୋର କଥା ତୁମ୍ଭମାନଙ୍କ ପାଇଁ କୌଣସି ନିର୍ଜୀବ ବଂଶୀ ବା ବୀଣାର ଧ୍ୱନି ତୁଲ୍ୟ ହେବ। ଯଦି କୌଣସି ବାଦ୍ୟଯନ୍ତ୍ରର ସ୍ୱରଗୁଡ଼ିକରେ ପାର୍ଥକ୍ୟ ନ ରହିବ, ତା’ହେଲେ ଜଣେ କିପରି ଜାଣି ପାରିବ ଯେ, ବଂଶୀ ବା ବୀଣା କ’ଣ ବାଜୁଅଛି? ଯୁଦ୍ଧରେ ଯଦି ତୂରୀଟି ସ୍ପଷ୍ଟ ଭାବରେ ନ ଶୁଭେ ତା’ହେଲେ ସୈନିକଗଣ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାର ସମୟ ଜାଣି ପାରିବେ ନାହିଁ।

ସେହିଭଳି ତୁମ୍ଭେମାନେ ଜିହ୍ୱା ଦ୍ୱାରା ଯଦି ସ୍ପଷ୍ଟ ଭାବରେ କଥା ନ କହିବ, ତା’ହେଲେ କୌଣସି ଲୋକ କିଛି ବୁଝି ପାରିବ ନାହିଁ। ତାହା ପବନରେ କଥା କହିଲାପରି ହେବ। 10 ଏହା ସତ୍ୟ ଯେ, ସଂସାରରେ ଅନେକ ପ୍ରକାରର ଭାଷା ଅଛି ଓ ସେ ସବୁଗୁଡ଼ିକ ଅର୍ଥପୂର୍ଣ୍ଣ। 11 ଅତଏବ, ଯଦି ଜଣକର କଥା ଶୁଣି ତାହା ବୁଝି ନ ପାରେ ତା’ହେଲେ ସେହି କଥା ମୋତେ ଅ‌ଦ୍‌ଭୂତ ମନେ ହେବ। 12 ତୁମ୍ଭପାଇଁ ମଧ୍ୟ ଏହା ପ୍ରଜୁଜ୍ୟ। ତୁମ୍ଭେମାନେ ଆଧ୍ୟାତ୍ମିକ ଦାନ ପାଇବା ପାଇଁ ଅତି ଉତ୍ସୁକ। ଅତଏବ, ମଣ୍ଡଳୀର ନିଷ୍ଠା ନିମନ୍ତେ ଆତ୍ମିକ ଦାନ ସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।

13 ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। 14 ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା’ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। 15 ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। 16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? 17 ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା’ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।

18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। 19 କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।

ମାର୍କ ଲିଖିତ ସୁସମାଗ୍ଭର 9:30-41

ନିଜ ମୃତ୍ୟୁ ସମ୍ବନ୍ଧରେ ଯୀଶୁଙ୍କ କଥନ(A)

30 ତା’ପରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ସେ ସ୍ଥାନ ଛାଡ଼ି ଗ୍ଭଲିଗଲେ। ସେମାନେ ଗାଲିଲୀ ଦେଇ ଯାଉଥିଲେ। ସେମାନେ କେଉଁଠି ଅଛନ୍ତି ସେ କଥା ଲୋକେ ଜାଣନ୍ତୁ ବୋଲି ଯୀଶୁ ଗ୍ଭହୁଁ ନ ଥିଲେ। 31 କାରଣ ସେ ନିଜ ଶିଷ୍ୟମାନଙ୍କୁ ଏକୁଟିଆ ଅଲଗା ଉପଦେଶ ଦେବାକୁ ଗ୍ଭହୁଁଥିଲେ। ସେ ସେମାନଙ୍କୁ କହିଲେ, “ମନୁଷ୍ୟପୁତ୍ରଙ୍କୁ ମନୁଷ୍ୟମାନଙ୍କ ହସ୍ତରେ ସମର୍ପଣ କରାଯିବ। ସେମାନେ ତାହାଙ୍କୁ ବଧ କରିବେ। କିନ୍ତୁ ମୃତ୍ୟୁର ତିନି ଦିନ ପରେ ସେ ପୁଣି ମୃତ୍ୟୁରୁ ପୁନରୁ‌ତ୍‌ଥିତ ହେବେ।” 32 ଯୀଶୁଙ୍କ ଏହି କଥା କହିବାର ଅର୍ଥ ଶିଷ୍ୟମାନେ ବୁଝି ପାରିଲେ ନାହିଁ। ସେମାନେ ତାହାଙ୍କୁ ଏହାର ଅର୍ଥ ପଗ୍ଭରି ବୁଝିବାକୁ ଭୟ କଲେ।

ଯୀଶୁ କହନ୍ତି ସବୁଠାରୁ ଶ୍ରେଷ୍ଠ କିଏ(B)

33 ଯୀଶୁ ଓ ତାହାଙ୍କ ଶିଷ୍ୟମାନେ କଫର୍ନାହୂମକୁ ଆସିଲେ। ସେମାନେ ଗୋଟିଏ ଘର ଭିତରକୁ ଗଲେ। ତା’ପରେ ଯୀଶୁ ଶିଷ୍ୟମାନଙ୍କୁ ପଗ୍ଭରିଲେ, “ଆଜି ରାସ୍ତାରେ ଆସିବା ବେଳେ କେଉଁ ବିଷୟରେ ତୁମ୍ଭେମାନେ ଯୁକ୍ତିତର୍କ କରୁଥିଲ?” 34 କିନ୍ତୁ ଶିଷ୍ୟମାନେ ଚୁପ୍ ରହିଲେ। କାରଣ ସେମାନେ ବାଟରେ ଯୁକ୍ତିତର୍କ କରୁଥିଲେ ଯେ, ତାହାଙ୍କ ଭିତରେ ସବୁଠାରୁ ଶ୍ରେଷ୍ଠ କିଏ?

35 ଯୀଶୁ ବସିପଡ଼ିଲେ ଓ ବାରଜଣ ପ୍ରେରିତଙ୍କୁ ପାଖକୁ ଡାକିଲେ। ଯୀଶୁ କହିଲେ, “ଯଦି କେହି ସବୁଠାରୁ ବଡ଼ ହେବାକୁ ଗ୍ଭହେଁ ତେବେ ସେ ଅନ୍ୟ ସମସ୍ତଙ୍କୁ ତା’ ନିଜ ଅପେକ୍ଷା ବଡ଼ ମନେ କରୁ ଓ ସମସ୍ତଙ୍କର ସେବା କରୁ।”

36 ତା’ପରେ ଯୀଶୁ ଗୋଟିଏ ଛୋଟ ପିଲାକୁ ନେଇ ସେମାନଙ୍କ ଆଗରେ ଠିଆ କରାଇଲେ। ସେହି ପିଲାକୁ କୋଳରେ ନେଇ ସେ କହିଲେ, 37 “ମୋ’ ନାମରେ ଯେଉଁ ଲୋକ ଗୋଟିଏ ପିଲାକୁ ଏହିଭଳି ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ। ଯେଉଁ ଲୋକ ମୋତେ ଗ୍ରହଣ କରେ, ସେ ଯେ, କେବଳ ମୋତେ ଗ୍ରହଣ କରେ, ତା’ ନୁହେଁ, ବରଂ ସେ ମୋର ପ୍ରେରଣକର୍ତ୍ତାଙ୍କୁ ମଧ୍ୟ ଗ୍ରହଣ କରେ।”

ଆମକୁ ବିରୋଧ କରୁ ନ ଥିବା ଲୋକ ଆମ ନିଜର ଲୋକ(C)

38 ଯୋହନ ଯୀଶୁଙ୍କୁ କହିଲେ, “ହେ ଗୁରୁ, ତୁମ୍ଭ ନାମ ନେଇ ଲୋକଙ୍କ ଦେହରୁ ଦୁଷ୍ଟାତ୍ମାମାନଙ୍କୁ ବାହାର କରୁଥିବା ଜଣେ ଲୋକଙ୍କୁ ଆମ୍ଭେମାନେ ଦେଖିଲୁ। ଆମ୍ଭେମାନେ ତାକୁ ମନା କରିଲୁ, କାରଣ ସେ ଆମ୍ଭମାନଙ୍କ ଭିତରର ଲୋକ ନୁହେଁ।”

39 କିନ୍ତୁ ଯୀଶୁ କହିଲେ, “ତାକୁ ମନାକର ନାହିଁ। କାରଣ ଯେଉଁ ଲୋକ ମୋ’ ନାମ ନେଇ ଶକ୍ତିର କାର୍ଯ୍ୟ କରିପାରେ, ସେ ମୋ’ ନାମରେ ଆଉ ଖରାପ କଥା କହି ପାରିବ ନାହିଁ।” 40 ଯେଉଁ ଲୋକ ଆମ୍ଭର ବିରୋଧ କରେ ନାହିଁ, ସେ ଆମ୍ଭର ସପକ୍ଷର ଲୋକ। 41 ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଛି। ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଲୋକ ବୋଲି ଯଦି କେହି ତୁମ୍ଭମାନଙ୍କୁ ଗିନାଏ ପାଣି ପିଇବାକୁ ଦିଏ, ତେବେ ତାକୁ ଏଥିପାଇଁ ନିଶ୍ଚୟ ପୁରସ୍କାର ମିଳିବ।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center