Book of Common Prayer
97 ସଦାପ୍ରଭୁ ଶାସନ କରନ୍ତି।
ସକଳ ପୃଥିବୀ ଆନନ୍ଦ କରୁ।
ଦୂର ସଦୃଶ ଭୂମି ମଧ୍ୟ ଆନନ୍ଦିତ ହୁଅନ୍ତୁ।
2 ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ।
ଧର୍ମ ଓ ନ୍ୟାୟ ତାହାଙ୍କ ସିଂହାସନର ମୂଳଭିତ୍ତି।
3 ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି
ତାଙ୍କର ଶତ୍ରୁଗଣକୁ ବିନାଶ କରେ।
4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା,
ଏହା ଦେଖି ଲୋକେ ଭୟ କଲେ।
5 ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗୁଡ଼ିକ ମହମ ପରି ତରଳି ଗଲେ,
ପୃଥିବୀର ପ୍ରଭୁଙ୍କ ସମ୍ମୁଖରେ ତରଳି ଗଲେ।
6 ଆକାଶ ତାଙ୍କର ଧାର୍ମିକ ସତ୍ୟତା ପ୍ରଗ୍ଭର କରେ
ଓ ପ୍ରତ୍ୟେକ ଜାତିଗଣ ତାଙ୍କ ମହିମା ଦେଖନ୍ତି।
7 ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି।
ସେମାନେ ସେମାନଙ୍କର “ଦେବଗଣଙ୍କ” ବିଷୟରେ ବଡ଼ାଇ କରନ୍ତି।
ସେହି ଲୋକମାନେ ଲଜ୍ଜିତ ହେବେ।
ସେମାନଙ୍କର ସମସ୍ତ “ଦେବତାଗଣ” ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
8 ସିୟୋନ ଶୁଣିଛି ଓ ଆନନ୍ଦିତ ହୋଇଛି।
ଯିହୁଦା ନଗରୀ, ଖୁସୀ ହୋଇ ଆସୁଛନ୍ତି,
କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
9 ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗ୍ର ପୃଥିବୀର ଶାସକ।
ତୁମ୍ଭେ ଅନ୍ୟ “ଦେବତାମାନଙ୍କ”ଠାରୁ ଉତ୍ତମ।
10 ଯିଏ ସଦାପ୍ରଭୁଙ୍କୁ ଭଲପା’ନ୍ତି, ମନ୍ଦତାକୁ ଘୃଣା କରନ୍ତି!
ସେ ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି।
ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ୟମାନଙ୍କୁ ରକ୍ଷାକରନ୍ତି।
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି
ଓ ସତ୍ୟପ୍ରିୟମାନଙ୍କ ପାଇଁ ଆନନ୍ଦ ଅଛି।
12 ହେ ଧାର୍ମିକଗଣ ତୁମ୍ଭେମାନେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର।
ପରମେଶ୍ୱରଙ୍କ ପବିତ୍ର ନାମରେ ଧନ୍ୟବାଦ କର।
99 ସଦାପ୍ରଭୁଙ୍କ ଆଗରେ ଗାନ କର।
ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି।
ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ
ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।
2 ସଦାପ୍ରଭୁ ସିୟୋନରେ ମହାନ
ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା
ଓ ଭୟ କରନ୍ତୁ,
ଏହା ପବିତ୍ର ଅଟେ।
4 ଶକ୍ତିଶାଳୀ ରାଜା ନ୍ୟାୟ ବିଗ୍ଭରକୁ ଭଲପା’ନ୍ତି।
ହେ ପରମେଶ୍ୱର, ତୁମ୍ଭେ ନ୍ୟାୟ ସ୍ଥାପନ କରିଅଛ।
ତୁମ୍ଭେ ଇସ୍ରାଏଲର ନ୍ୟାୟ ଓ ଯଥାର୍ଥ ସାଧନ କରିଅଛ।
5 ଆମ୍ଭମାନଙ୍କ ପରମେଶ୍ୱର ସଦାପ୍ରଭୁଙ୍କର ପ୍ରଶଂସା କର।
ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
6 ମୋଶା ଏବଂ ହାରୋଣ ତାଙ୍କର ଯାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ।
ଶାମୁୟେଲ ଥିଲେ ଜଣେ ଯିଏକି, ପରମେଶ୍ୱରଙ୍କ ନାମ ନେଇ ପ୍ରାର୍ଥନା କରିଥିଲେ।
ସେମାନେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ
ଏବଂ ସେ ସେମାନଙ୍କୁ ଉତ୍ତର ଦେଲେ।
7 ପରମେଶ୍ୱର ଉଚ୍ଚ ମେଘସ୍ତମ୍ଭ ମଧ୍ୟରୁ କହିଲେ,
ସେମାନେ ତାଙ୍କର ଆଦେଶ ମାନିଲେ
ଏବଂ ସେ ନିୟମ ବ୍ୟବସ୍ଥା ଦେଲେ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ସେମାନଙ୍କ ପ୍ରାର୍ଥନାର ଉତ୍ତର ଦେଲ।
ତୁମ୍ଭେ ସେମାନଙ୍କୁ ଦେଖାଇଲ ଯେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ୱର
ଏବଂ ତୁମ୍ଭେ ସେମାନଙ୍କର କୁକର୍ମ ପାଇଁ ଦଣ୍ଡ ଦିଅ।
9 ତୁମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କର ପ୍ରଶଂସା କର।
ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର।
ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ୱର ପବିତ୍ର ଅଟନ୍ତି।
ଧନ୍ୟବାଦାର୍ଥକ ଗୀତ।
100 ହେ ସକଳ ଦେଶ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ଜୟ ଗାନ କର।
2 ଆନନ୍ଦରେ ସଦାପ୍ରଭୁଙ୍କର ସେବା କର।
ଆନନ୍ଦର ଜୟ ଗାନ କରି ତାଙ୍କ ଆଗକୁ ଆସ!
3 ତୁମ୍ଭେମାନେ ଜାଣ ସଦାପ୍ରଭୁ ହିଁ ପରମେଶ୍ୱର ଅଟନ୍ତି।
ସେ ଆମ୍ଭକୁ ସୃଷ୍ଟି କରିଛନ୍ତି।
ଆମ୍ଭେ ତାଙ୍କର ଲୋକ, ଆମ୍ଭେ ତାଙ୍କର ମେଷ।
4 ଧନ୍ୟବାଦର ଗୀତ ଗାଇ ତାଙ୍କର ଦ୍ୱାରକୁ ଆସ।
ଓ ତାଙ୍କର ପ୍ରଶଂସା ଗାନ କରି ତାଙ୍କ ପବିତ୍ର ମନ୍ଦିରକୁ ଆସ।
ତାଙ୍କୁ ଧନ୍ୟବାଦ ଦିଅ ଓ ତାହାଙ୍କ ନାମର ଗୁଣଗାନ କର।
5 ସଦାପ୍ରଭୁ ଉତ୍ତମ ଅଟନ୍ତି।
ତାଙ୍କର ପ୍ରେମ ଚିରକାଳସ୍ଥାୟୀ।
ଆମ୍ଭେ ସବୁଦିନ ପାଇଁ ତାଙ୍କ ଉପରେ ଭରସା କରି ପାରିବା।
94 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ୱର, ଯିଏ ଦଣ୍ଡ ଦିଅନ୍ତି,
ତୁମ୍ଭର ମହାନତା ଦେଖାଅ।
2 ତୁମ୍ଭେ ହେଉଛ ସାରା ପୃଥିବୀର ବିଗ୍ଭରକର୍ତ୍ତା।
ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ଯାହା ସେମାନେ ଗ୍ଭହାନ୍ତି।
3 ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳଯାଏ ଶାସନ କରିବେ?
ସଦାପ୍ରଭୁ ଆଉ କେତେ କାଳ?
4 ସେହି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ?
ସେହି ଅଧର୍ମାଗ୍ଭରୀମାନେ କେତେ କାଳ ଦର୍ପ କରିବେ?
5 ହେ ସଦାପ୍ରଭୁ, ସେମାନେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି।
ସେମାନେ ତୁମ୍ଭର ଲୋକମାନଙ୍କୁ ଯନ୍ତ୍ରଣା ଦିଅନ୍ତି।
6 ସେହି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ୟ କରନ୍ତି।
ସେମାନେ ଅନାଥ ପିଲାମାନଙ୍କୁ ମଧ୍ୟ ହତ୍ୟା କରନ୍ତି।
7 ସେମାନେ ଏହିପରି କହନ୍ତି ଯେ, ସଦାପ୍ରଭୁ ସେମାନଙ୍କର କୁକର୍ମକୁ ଦେଖି ପାରିବେ ନାହିଁ।
କିଅବା ଯାକୁବର ପରମେଶ୍ୱର ବିବେଚନା କରିବେ ନାହିଁ।
8 ହେ ପଶୁବତ୍ ଲୋକମାନେ,
ତୁମ୍ଭେ କେବେ ବୁଦ୍ଧି ପାଇବ?
ହେ ନିର୍ବୋଧ ଅଧର୍ମକାରୀ ଲୋକ,
ଚେଷ୍ଟା କର ଏବଂ ବୁଝ।
9 ପରମେଶ୍ୱର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ,
ସେ କ’ଣ ଶୁଣିପାରୁ ନାହାନ୍ତି!
ପରମେଶ୍ୱର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି।
ସେ କ’ଣ ଦେଖି ପାରିବେ ନାହିଁ! ଯାହାସବୁ ଘଟିଯାଉଛି।
10 ଜଣେ ଯିଏକି ଜାତିଗଣକୁ ସଂଶୋଧନ କରନ୍ତି, ତୁମ୍ଭକୁ ଦଣ୍ଡ ଦେବେ?
ସେ ମାନବମାନଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦିଅନ୍ତି।
11 ସଦାପ୍ରଭୁ ଜାଣନ୍ତି
ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।
12 ହେ ସଦାପ୍ରଭୁ, ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସେମାନେ ଆଶୀର୍ବାଦ ପ୍ରାପ୍ତ ହେବେ।
ତୁମ୍ଭେ ଆପଣା ନିୟମରେ ସେମାନଙ୍କୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
13 ବିପଦ ବେଳେ ସେମାନଙ୍କୁ ସୁସ୍ଥିର କର,
ଦୁଷ୍ଟମାନେ ବିନାଶ ହେବା ପର୍ଯ୍ୟନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାଯ୍ୟ କର।
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ।
ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।
15 ନ୍ୟାୟ ଫେରିବ ଏବଂ ଏହା ସ୍ୱଚ୍ଛତା ଆଣିବ
ଏବଂ ଯେଉଁ ସମସ୍ତ ବ୍ୟକ୍ତି ସତ୍ୟପ୍ରିୟ ଅଟନ୍ତି, ନ୍ୟାୟର ଅନୁଗାମୀ ହେବେ।
16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମୋତେ ସାହାଯ୍ୟ କରିବ?
ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମୋ’ ସହିତ ଠିଆ ହେବ?
17 ଯଦି ମୋତେ ସଦାପ୍ରଭୁ ସାହାଯ୍ୟ କରି ନ ଥା’ନ୍ତେ,
ତେବେ ମୃତ୍ୟୁ ମୋର ପ୍ରାଣକୁ ଅତିକ୍ରମ କରି ଯାଇଥା’ନ୍ତା।
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି
କିନ୍ତୁ ପ୍ରଭୁ ତୁମ୍ଭର ପ୍ରେମ, ମୋତେ ସକ୍ଷମ ହେଲା।
19 ମୁଁ ଅତି ବ୍ୟସ୍ତ ଓ ଚିନ୍ତିତ ଥିଲା ବେଳେ,
ସଦାପ୍ରଭୁ ମୋତେ ଆନନ୍ଦ ଓ ଖୁସୀ ଦେଲେ।
20 ହେ ପରମେଶ୍ୱର, ତୁମ୍ଭେ ନିଷ୍ଠୁର ବିଗ୍ଭରକମାନଙ୍କୁ ସାହାଯ୍ୟ କର ନାହିଁ।
ସେହି ଅଧର୍ମୀ ବିଗ୍ଭରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିୟମକୁ ବ୍ୟବହାର କରନ୍ତି।
21 ଯେଉଁ ବିଗ୍ଭରକଗଣ ଭଲ ଲୋକମାନଙ୍କୁ ନ୍ୟାୟ ଦିଅନ୍ତି ନାହିଁ,
ସେମାନେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସେମାନଙ୍କୁ ମରଣର ଆରୋପ କର।
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମୋର ଉଚ୍ଚ ଦୁର୍ଗ
ଓ ମୋର ପରମେଶ୍ୱର ମୋର ଆଶ୍ରୟଶୈଳ ହୋଇଅଛନ୍ତି।
23 ପରମେଶ୍ୱର ସେହି ଅଧର୍ମୀ ବିଗ୍ଭରକମାନଙ୍କୁ
ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦେବେ।
ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ୱର ସେମାନଙ୍କୁ ଧ୍ୱଂସ କରିବେ।
95 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
ଆମ୍ଭମାନଙ୍କ “ପରିତ୍ରାଣର ଶୈଳ” ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କରିବା,
ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
2 ଆସ, ଆମ୍ଭେ ଧନ୍ୟବାଦ ସହ ତାଙ୍କ ସମ୍ମୁଖକୁ ଆସିବା
ଏବଂ ତାଙ୍କ ଉଦ୍ଦେଶ୍ୟରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
3 କାରଣ ସଦାପ୍ରଭୁ ହେଉଛନ୍ତି, ମହାନ ପରମେଶ୍ୱର।
ସେ ସକଳ “ଦେବତାଗଣଙ୍କ” ଉପରେ ଶାସନ କରନ୍ତି।
4 ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ୟ ସଦାପ୍ରଭୁଙ୍କର।
5 ସକଳ ସମୁଦ୍ର ତାଙ୍କର, ସେ ସେଗୁଡ଼ିକ ସୃଷ୍ଟି କରିଛନ୍ତି।
ଏବଂ ସ୍ଥଳଭାଗଗୁଡ଼ିକ ମଧ୍ୟ ପରମେଶ୍ୱର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
6 ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବା!
ଆସ, ସେହି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ୱରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
7 ସେ ହେଉଛନ୍ତି ଆମ୍ଭର ପରମେଶ୍ୱର,
ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ।
ଆଜି ଆମ୍ଭେ ତାଙ୍କର ମେଷ ତୁଲ୍ୟ, ସିଏ ତାଙ୍କ ନିଜର ତୃଣଭୂମିକୁ ଯତ୍ନ ନିଅନ୍ତି।
8 ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି
ଜିଦ୍ଖୋର ହୁଅ ନାହିଁ।
9 ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ୱାନ କଲେ।
ସେମାନେ ଜାଣି ପାରିଥିଲେ ଯେ ଆମ୍ଭେ କ’ଣ କରିପାରୁ।
10 ଆମ୍ଭେ ଗ୍ଭଳିଶ୍ ବର୍ଷ ପର୍ଯ୍ୟନ୍ତ ସେହି ବଂଶପ୍ରତି ବିରକ୍ତ ହୋଇଥିଲୁ,
ଆମ୍ଭେ କହିଲୁ ଯେ, ‘ସେମାନେ ଆମ୍ଭ ପ୍ରତି ବିଶ୍ୱାସୀ ନୁହନ୍ତି।
ସେମାନେ ଆମ୍ଭର ନିୟମକୁ ମାନିବା ପାଇଁ ମନା କରି ଦେଲେ।’
11 ତେଣୁ ଆମ୍ଭେ ତାଙ୍କ ଉପରେ କ୍ରୋଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ,
‘ସେମାନେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରି ପାରିବେ ନାହିଁ।’”
ଛାଡ଼ିବା ସମୟରେ ଯାକୁବ ଦୌଡ଼ି ପଳାଇଲେ
31 ଦିନେ ଯାକୁବ, ଲାବନ ଓ ତା'ର ପୁତ୍ରମାନେ କଥାବାର୍ତ୍ତା ହେଉଥିବାର ଶୁଣିଲେ। ସେମାନେ କହିଲେ, “ଯାକୁବ ସବୁକିଛି ନେଇ ଯାଇଛି ଯାହା ତାଙ୍କର ପିତାଙ୍କର ଥିଲା। ଆମ୍ଭମାନଙ୍କ ପିତାଙ୍କଠାରୁ ସବୁ ନେଇ ସେ ଧନୀ ହୋଇଛି।” 2 ଏହା ପରେ ଯାକୁବ ଜାଣି ପାରିଲେ ଯେ ଲାବନ ପୂର୍ବପରି ତା’ ସହିତ ବ୍ୟବହାର କରୁ ନାହିଁ। 3 ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ନିଜ ଦେଶର ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ। ମୁଁ ତୁମ୍ଭ ସହିତ ରହିବି।”
4 ତେଣୁ ଯାକୁବ ପଶୁପଲ ନିକଟକୁ ଯାଇ ତାଙ୍କୁ ଦେଖା କରିବାକୁ ଲେୟା ଓ ରାହେଲକୁ କହିଲେ। 5 ଯାକୁବ ରାହେଲ ଓ ଲେୟାକୁ କହିଲେ, “ମୁଁ ଦେଖୁଛି ଯେ, ତୁମ୍ଭର ପିତା ମୋତେ ଯେପରି ବ୍ୟବହାର କରୁଥିଲେ ସେପରି କରୁ ନାହାନ୍ତି। କିନ୍ତୁ ମୋ’ ପିତାଙ୍କର ପରମେଶ୍ୱର ମୋ’ ସହିତ ଅଛନ୍ତି। 6 ତୁମ୍ଭେ ଉଭୟ ଜାଣ ମୁଁ ତୁମ୍ଭ ପିତାଙ୍କ ପାଇଁ ପାରୁ ପର୍ଯ୍ୟନ୍ତ ଖଟିଛି। 7 ତୁମ୍ଭର ପିତା ମୋତେ ପ୍ରତାରଣା କଲେ। ତୁମ୍ଭର ପିତା ମୋର ବେତନ ଦଶ ଥର ବଦଳାଇଛନ୍ତି। କିନ୍ତୁ ସଦାପ୍ରଭୁ ମୋତେ ରକ୍ଷା କଲେ। ସେ ଲାବନକୁ ମୋର କ୍ଷତି କରିବାକୁ ଦେଲେ ନାହିଁ।
8 “ଥରେ ଲାବନ କହିଲେ, ‘ତୁମ୍ଭେ ସମସ୍ତ ଛିଟିଛିଟିକା ଦାଗଥିବା ପଶୁମାନଙ୍କୁ ରଖ ତାହା ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହି ସାରିବା ପରେ ସମସ୍ତ ପଶୁମାନେ ଛିଟିଛିଟିଆ ଦାଗଥିବା ଛୁଆ ଜନ୍ମ କଲେ। ତେଣୁ ସେ ସବୁ ମୋର ହେଲା। କିନ୍ତୁ ଏହା ପରେ ଲାବନ କହିଲେ, ‘ଗାର-ଗାର ପଡ଼ିଥିବା ପଶୁଗୁଡ଼ିକ ତୁମ୍ଭର। ସେହିସବୁ ତୁମ୍ଭର ବର୍ତ୍ତନ ହେବ।’ ସେ ଏହା କହିସାରିବା ପରେ, ସମସ୍ତ ପଶୁମାନେ ରେଖାଙ୍କିତ ପଶୁମାନଙ୍କୁ ଜନ୍ମ ଦେଲେ। 9 ତେଣୁ ପରମେଶ୍ୱର ତୁମ୍ଭ ପିତାଙ୍କଠାରୁ ପଶୁମାନଙ୍କୁ ଆଣି ମୋତେ ଦେଲେ।
10 “ସେହି ସମୟରେ ମୁଁ ଏକ ସ୍ୱପ୍ନ ଦେଖିଥିଲି, ଯେଉଁ ପୁଂ ଛାଗ ମାଇ ଛାଗ ସହିତ ସଙ୍ଗମ କଲେ। ସେମାନେ ରେଖାଯୁକ୍ତ ଛିଟିଛିଟିକା ଓ ଦାଗ-ଦାଗ ଏବଂ ବିନ୍ଦୁଚିହ୍ନିତ ହୋଇଥିଲେ। 11 ସେତେବେଳେ ପରମେଶ୍ୱରଙ୍କର ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ!
“ମୁଁ କହିଲି, ‘ହଁ ମହାଶୟ, ମୁଁ ଏହିଠାରେ ଅଛି।’
12 “ପରମେଶ୍ୱରଙ୍କ ଦୂତ କହିଲେ, ‘ଏବେ ଅନାଇ ଦେଖ ମାଇ ଛାଗଗୁଡ଼ିକ ସହିତ ସଙ୍ଗମ କରୁଥିବା ପ୍ରତ୍ୟେକ ପୁଂ ଛାଗଗୁଡ଼ିକ ଗାର ଗାର, ଛିଟିଛିଟିକା ଓ ଦାଗ-ଦାଗ ହୋଇଗଲେ। ମୁଁ ଏହା ହେବାକୁ ଦେଉଛି କାରଣ ଲାବନ ତୁମ୍ଭ ସହିତ ଯେଉଁ ପ୍ରକାର ବ୍ୟବହାର କଲା ମୁଁ ଦେଖିଲି। 13 ମୁଁ ବୈଥେଲ୍ର ସେହି ପରମେଶ୍ୱର। ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଠିଆ କରିଥିଲ। ଏବଂ ମୋ’ ପାଖରେ ଏକ ଶପଥ କରିଥିଲ। ବର୍ତ୍ତମାନ ଉଠ ଏହି ଭୂମି ପରିତ୍ୟାଗ କରି ତୁମ୍ଭର ଗୃହକୁ ଯାଅ।’”
14 ରାହେଲ ଓ ଲେୟା ଉତ୍ତର ଦେଲେ, “ପିତାଙ୍କ ସମ୍ପତ୍ତିକୁ ପାଇବା ପାଇଁ କିଛି ବାକି ନାହିଁ। 15 ଆମ୍ଭେ ତାଙ୍କ ଆଖିରେ ବିଦେଶୀନି ତୁଲ୍ୟ। ସେ କେବଳ ଆମ୍ଭକୁ ତୁମ୍ଭଠାରେ ବିକ୍ରୟ କରି ନାହାନ୍ତି।” ସେ ସମସ୍ତ ଟଙ୍କା ଖର୍ଚ୍ଚ କରିଦେଇଛନ୍ତି, ଯାହା ଆମ୍ଭମାନଙ୍କର ହେବାର ଥିଲା। 16 ଏଣୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହିସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନ ଗଣର। ଏଣୁ ପରମେଶ୍ୱର ଯାହା କହିଲେ, ତୁମ୍ଭେ ତାହା କର।”
17 ତେଣୁ ଯାକୁବ ଫେରିଯିବା ପାଇଁ ପ୍ରସ୍ତୁତ ହେଲେ। ତେଣୁ ସେ ତାଙ୍କର ପୁତ୍ରମାନଙ୍କୁ ଓ ସ୍ତ୍ରୀମାନଙ୍କୁ ଓଟରେ ବସାଇଲେ। 18 ତେଣୁ ସେମାନେ ଯାହା ପ୍ରାପ୍ତ ହୋଇଥିଲେ ପଦ୍ଦନ୍ ଅରାମରେ ସମସ୍ତ ଜୀବନ୍ତ ବସ୍ତୁ ଓ ସମ୍ପତ୍ତି ନେଲେ ଏବଂ ଗ୍ଭଲିଗଲେ। ସେମାନେ ଯାକୁବଙ୍କ ପିତା ଇସ୍ହାକଙ୍କ ଦେଶ କିଣାନକୁ ପ୍ରସ୍ଥାନ କଲେ।
19 ଏହି ସମୟରେ ଲାବନ ମେଷପଲରୁ ଲୋମ ଛେଦନ କରିବାକୁ ଯାଇଥିଲେ। ଯେତେବେଳେ ସେ ଯାଇଥିଲେ, ରାହେଲ ଆପଣା ପିତାଙ୍କର ଘରର ଦେବତାମାନଙ୍କୁ ଗ୍ଭେରି କଲେ।
20 ଏବଂ ଯାକୁବ ନ ଜଣାଇ ଦୂରକୁ ଯିବା ପାଇଁ ଲାବନଙ୍କୁ ଠକି ଦେଲେ। 21 ଯାକୁବ ତାଙ୍କର ପରିବାର ଓ ସମସ୍ତ ସମ୍ପତ୍ତି ଧରି ଶୀଘ୍ର ସେ ସ୍ଥାନ ଛାଡ଼ିଲେ। ସେ ଫରାତ୍ ନଦୀ ପାର ହୋଇ ଗିଲିୟଦ ପର୍ବତ ଅଞ୍ଚଳ ଆଡ଼େ ଗ୍ଭଲିଲେ।
22 ତିନି ଦିନ ଯିବାପରେ, ଲାବନକୁ କୁହାଗଲା, ଯାକୁବ ପଳାୟନ କରିଛି। 23 ତେଣୁ ଲାବନ ତା'ର ଲୋକମାନଙ୍କୁ ଏକତ୍ରିତ କରି ଯାକୁବକୁ ଧରିବା ପାଇଁ ତା’ ପଛରେ ଗୋଡ଼ାଇଲେ। ସାତ ଦିନ ପରେ ଲାବନ ଯାକୁବକୁ ଗିଲିୟଦର ପର୍ବତମୟ ଦେଶରେ ଭେଟିଲେ। 24 ସେହି ରାତିରେ ପରମେଶ୍ୱର ଲାବନକୁ ସ୍ୱପ୍ନରେ ଦର୍ଶନ ଦେଲେ। ପରମେଶ୍ୱର କହିଲେ, “ସାବଧାନ ହୁଅ! ଯାକୁବ କହିଥିବା ପ୍ରତ୍ୟେକ କଥା ପାଇଁ ସାବଧାନ ହୁଅ।”
ଯୀଶୁ ଆମ୍ଭମାନଙ୍କର ସହାୟକ
2 ମୋର ପ୍ରିୟ ପିଲାମାନେ, ମୁଁ ଏହିସବୁ ତୁମ୍ଭମାନଙ୍କୁ ଲେଖୁଅଛି ଯେପରି, ତୁମ୍ଭେମାନେ ପାପ ନ କର। କିନ୍ତୁ ଯଦି କେହି ପାପ କରେ, ଆମ୍ଭର ଯୀଶୁ ଖ୍ରୀଷ୍ଟ ଯିଏ କି ଧାର୍ମିକ ଓ ଯିଏ ପିତାଙ୍କ ଛାମୁରେ ଆମ୍ଭମାନଙ୍କର ସପକ୍ଷବାଦୀ; ସେ ଆମ୍ଭମାନଙ୍କୁ ସାହାଯ୍ୟ କରିବେ। 2 ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କେବଳ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ୟ ସେ ବହିନିଅନ୍ତି।
3 ଆମ୍ଭେ ଯଦି ପରମେଶ୍ୱରଙ୍କର ଆଜ୍ଞା ପାଳନ କରୁ, ତେବେ ଆମ୍ଭେମାନେ ସୁନିଶ୍ଚିତ ଯେ, ଆମ୍ଭେ ପ୍ରକୃତରେ ତାହାଙ୍କୁ ଜାଣିଛୁ। 4 ଯଦି କିଏ କୁହେ, “ମୁଁ ପରମେଶ୍ୱରଙ୍କୁ ଜାଣେ,” କିନ୍ତୁ ତାହାଙ୍କ ଆଜ୍ଞା ପାଳନ କରେ ନାହିଁ, ତେବେ ସେ ଜଣେ ମିଥ୍ୟାବାଦୀ। ତାହାଙ୍କଠାରେ ସତ୍ୟ ନାହିଁ। 5 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କ ଶିକ୍ଷା ପାଳନ କରେ, ତା'ଠାରେ ପରମେଶ୍ୱରଙ୍କ ପ୍ରେମର ଉଦ୍ଦେଶ୍ୟ ସାଧିତ ହୋଇଛି। ଏହିଭଳି ଭାବେ ଆମ୍ଭେମାନେ ପରମେଶ୍ୱରଙ୍କର ଅନୁଗମନ କରୁଛୁ ବୋଲି ଜାଣି ପାରିବା। 6 ପରମେଶ୍ୱରଙ୍କ ସହ ଜୀବନଯାପନ କରୁଛୁ ବୋଲି ଦାବି କରୁଥିବା ବ୍ୟକ୍ତି ଯୀଶୁଙ୍କ ଭଳି ଜୀବନଯାପନ କରିବା ଉଚିତ୍।
ସମସ୍ତଙ୍କୁ ଭଲ ପାଅ
7 ପ୍ରିୟ ବନ୍ଧୁଗଣ! ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ବିଷୟରେ ଲେଖୁ ନାହିଁ, ମାତ୍ର ଏହା ସେହି ପୁରାତନ ଆଜ୍ଞା, ଯାହା ଆରମ୍ଭରୁ ତୁମ୍ଭେମାନେ ପାଇଅଛ। ଯେଉଁ ଶିକ୍ଷା ତୁମ୍ଭେମାନେ ଶୁଣିଅଛ, ତାହା ହିଁ ସେହି ଆଜ୍ଞା। 8 ପୁନଶ୍ଚ ମୁଁ ତୁମ୍ଭମାନଙ୍କୁ ଆଉ ଗୋଟିଏ ନୂତନ ଆଜ୍ଞା ବିଷୟରେ ଲେଖୁଛି, ଏହାର ସତ୍ୟତା ଯୀଶୁଙ୍କଠାରେ ଓ ତୁମ୍ଭମାନଙ୍କ ଜୀବନରେ ମଧ୍ୟ ଦେଖି ପାରିବ। କାରଣ ଅନ୍ଧକାର ଘୁଞ୍ଚି ଯାଉଅଛି ଓ ସତ୍ୟ ଜ୍ୟୋତିଃ ପ୍ରକାଶିତ ହେଲାଣି।
9 ଯେଉଁ ଲୋକ ଆଲୋକରେ ଅଛି ବୋଲି କୁହେ କିନ୍ତୁ ନିଜ ଭାଇକୁ ଘୃଣା କରେ, ତେବେ ସେ ଏପର୍ଯ୍ୟନ୍ତ ଅନ୍ଧକାରରେ ରହିଛି। 10 ନିଜ ଭାଇକୁ ପ୍ରେମ କରୁଥିବା ବ୍ୟକ୍ତି ଆଲୋକରେ ବାସ କରୁଥାଏ ଏବଂ ତା'ଠାରେ ଭୁଲ୍ କାମ କରିବାର କୌଣସି କାରଣ ନ ଥାଏ। 11 କିନ୍ତୁ ନିଜ ଭାଇକୁ ଘୃଣା କରୁଥିବା ବ୍ୟକ୍ତି ଅନ୍ଧକାରରେ ଥାଏ। ସେ ଅନ୍ଧକାରରେ ବାସ କରେ। ସେ କେଉଁଆଡ଼େ ଯାଏ, ନିଜେ ଜାଣିପାରେ ନାହିଁ; କାରଣ ଅନ୍ଧକାର ତାକୁ ଅନ୍ଧ କରିଦେଇଥାଏ।
18 ଯିହୂଦୀମାନେ ତଥାପି ତାହାର ସୁସ୍ଥ ହେବା ବିଷୟ ବିଶ୍ୱାସ କଲେ ନାହିଁ। ସେ ଲୋକର ପିତାମାତାଙ୍କୁ ନ ଡାକିବା ପର୍ଯ୍ୟନ୍ତ ସେମାନେ ମୋଟେ ବିଶ୍ୱାସ କଲେ ନାହିଁ ଯେ, ସେ ଲୋକଟି ଅନ୍ଧ ଥିଲା ଓ ତାକୁ ସେ ଦେଖି ପାରୁଛି। 19 ଯିହୂଦୀମାନେ ତା'ର ପିତାମାତାଙ୍କୁ ପଗ୍ଭରିଲେ, “ଇଏ କ'ଣ ତୁମ୍ଭ ପୁଅ? ତୁମ୍ଭେ କହୁଛ ଯେ, ସେ ଜନ୍ମଠାରୁ ଅନ୍ଧ, ତେବେ ସେ ବର୍ତ୍ତମାନ କିପରି ଦେଖି ପାରୁଛି?”
20 ପିତାମାତା ଉତ୍ତର ଦେଲେ, “ଆମ୍ଭେ ଜାଣୁ ଯେ ଇଏ ଆମ ପୁଅ ଓ ସେ ଜନ୍ମରୁ ଅନ୍ଧ ଥିଲା। 21 କିନ୍ତୁ ଆମ୍ଭେ ଜାଣିନୁ, ସେ ଏବେ କିପରି ଦେଖି ପାରୁଛି? ତାକୁ କିଏ ତା'ର ଦୃଷ୍ଟିଶକ୍ତି ଦେଲା। ତାହା ଆମ୍ଭେ ଜାଣି ନାହୁଁ। ତାକୁ ପଗ୍ଭର। ନିଜ କଥା ନିଜେ କହିବା ପାଇଁ ତା'ର ବୟସ ହେଲାଣି।” 22 ଯିହୂଦୀ ନେତାମାନଙ୍କୁ ଭୟ କରି ତା'ର ପିତାମାତା ଏପରି କହିଲେ। ସେମାନେ ସେତେବେଳକୁ ସ୍ଥିର କରି ସାରିଥିଲେ, କାରଣ ଯେଉଁ ବ୍ୟକ୍ତି ଯୀଶୁଙ୍କୁ ମଶୀହ ବୋଲି ସ୍ୱୀକାର କରିବେ, ସେମାନେ ତାକୁ ଦଣ୍ଡଦେବେ ଓ ସେହି ଲୋକମାନଙ୍କୁ ସମାଜଗୃହରୁ ବାହାର କରିଦେବେ। 23 ତେଣୁ ତା'ର ପିତାମାତା କହିଲେ, “ତା'ର ଯଥେଷ୍ଟ ବୟସ ହୋଇଛି। ତାକୁ ପଗ୍ଭର।”
24 ତେଣୁ ଯିହୂଦୀ ନେତାମାନେ ସେହି ପୂର୍ବରୁ ଅନ୍ଧଥିବା ଲୋକକୁ ଆଉଥରେ ଭିତରକୁ ଡାକିଲେ। ସେମାନେ କହିଲେ, “ତୁମ୍ଭେ ସତ୍ୟ କହି ପରମେଶ୍ୱରଙ୍କୁ ଗୌରବ ଦେବା ଉଚିତ୍। ଆମ୍ଭେ ଜାଣୁ ଯେ, ଏହି ଲୋକ (ଯୀଶୁ) ଜଣେ ପାପୀ।”
25 ଲୋକଟି ଉତ୍ତର ଦେଲା, “ସେ ପାପୀ କି ନୁହେଁ, ମୁଁ ଜାଣି ନାହିଁ। କିନ୍ତୁ ମୁଁ ଅନ୍ଧ ଥିଲି ଓ ବର୍ତ୍ତମାନ ଦେଖି ପାରୁଛି।”
26 ଯିହୂଦୀ ନେତାମାନେ ପଗ୍ଭରିଲେ, “ସେ ତୁମକୁ କ'ଣ କଲା? ସେ ତୁମ ଆଖିକୁ କିପରି ଭଲ କରିଦେଲା?”
27 ସେ ଲୋକ କହିଲା, “ମୁଁ ସେ କଥା ତୁମକୁ ଆଗରୁ କହିସାରିଛି। କିନ୍ତୁ ତୁମେ ମୋ’ କଥା ଶୁଣୁ ନାହଁ। ତୁମେ ପୁଣି କାହିଁକି ଶୁଣିବା ପାଇଁ ଗ୍ଭହୁଁଛ? ତୁମ୍ଭେ ମଧ୍ୟ କ'ଣ ତାହାଙ୍କର ଶିଷ୍ୟ ହେବା ପାଇଁ ଗ୍ଭହୁଁଛ?”
28 ଯିହୂଦୀନେତାମାନେ ଖୁବ୍ ରାଗିଯାଇ ତାକୁ ଗାଳି ଦେଲେ। ତା'ପରେ ସେମାନେ କହିଲେ, “ତୁମ୍ଭେ ସେହି ଲୋକର ଶିଷ୍ୟ। କିନ୍ତୁ ଆମ୍ଭେ ମୋଶାଙ୍କର ଶିଷ୍ୟ। 29 ଆମ୍ଭେ ଜାଣୁ, ପରମେଶ୍ୱର ମୋଶାଙ୍କୁ କଥା କହିଛନ୍ତି। କିଏ ଏ ଲୋକ କେଉଁଠାରୁ ଆସିଛି, ଆମ୍ଭେ ତାହା ସୁଦ୍ଧା ଜାଣି ନାହୁଁ।”
30 ଲୋକଟି ଉତ୍ତର ଦେଲା, “ଏହା ବଡ଼ ଆଶ୍ଚର୍ଯ୍ୟ କଥା। ଯୀଶୁ କେଉଁଠାରୁ ଆସିଛନ୍ତି ତୁମ୍ଭେ ଜାଣି ନାହଁ। କିନ୍ତୁ ସେ ମୋ’ ଆଖି ଭଲ କରିଦେଇଛନ୍ତି। 31 ଆମ୍ଭେ ସମସ୍ତେ ଜାଣୁ ଯେ, ପରମେଶ୍ୱର ପାପୀଙ୍କ କଥା ଶୁଣନ୍ତି ନାହିଁ। କିନ୍ତୁ ଯେଉଁ ଲୋକ ପରମେଶ୍ୱରଙ୍କ ଉପାସନା କରେ ଓ ତାହାଙ୍କ କଥା ପାଳନ କରେ ପରମେଶ୍ୱର ତା'ର କଥା ଶୁଣନ୍ତି। 32 ଆଜି ପର୍ଯ୍ୟନ୍ତ କେହି କେବେ ଜଣେ ଜନ୍ମ ଅନ୍ଧର ଆଖି ଖୋଲି ପାରି ନ ଥିଲେ। 33 ଏ ଲୋକ ନିଶ୍ଚିତ ରୂପରେ ପରମେଶ୍ୱରଙ୍କ ପାଖରୁ ଆସିଛି, ନ ହେଲେ ସେ ଏଭଳି କିଛି କାର୍ଯ୍ୟ କରି ପାରି ନ ଥା'ନ୍ତା।”
34 ଯିହୂଦୀମାନେ ଉତ୍ତର ଦେଲେ, “ତୁମ୍ଭେ ତ ସମ୍ପୂର୍ଣ୍ଣ ପାପରୁ ଜନ୍ମ ହୋଇଛ। ତୁମ୍ଭେ କ'ଣ ଆମ୍ଭକୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଛ?” ଏହା କହି ସେମାନେ ତାକୁ ଜବରଦସ୍ତ ତଡ଼ି ଦେଲେ।
ଆତ୍ମିକ ଅନ୍ଧତା
35 ଯୀଶୁ ଶୁଣିଲେ ଯେ, ଯିହୂଦୀନେତାମାନେ ସେ ଲୋକକୁ ଜବରଦସ୍ତ ତଡ଼ି ଦେଇଛନ୍ତି। ଯୀଶୁ ସେ ଲୋକକୁ ଖୋଜି ପାଇଲେ। ଏବଂ ସେ ତାହାକୁ ପଗ୍ଭରିଲେ, “ତୁମ୍ଭେ କ'ଣ ମନୁଷ୍ୟପୁତ୍ରଙ୍କୁ ବିଶ୍ୱାସ କର?”
36 ସେ ଲୋକଟି ପଗ୍ଭରିଲା, “ଗୁରୁ, ମନୁଷ୍ୟପୁତ୍ର କିଏ? ମୋତେ କୁହନ୍ତୁ ଯେପରି ମୁଁ ତାହାଙ୍କଠାରେ ବିଶ୍ୱାସ କରିପାରେ।”
37 ଯୀଶୁ ତାହାକୁ କହିଲେ, “ତୁମ୍ଭେ ତାହାଙ୍କୁ ଦେଖି ସାରିଛ। ତୁମ୍ଭ ସହିତ ବର୍ତ୍ତମାନ ଯିଏ କଥା ହେଉଛନ୍ତି, ସେ ସେହି ମନୁଷ୍ୟପୁତ୍ର।”
38 ସେ ଲୋକଟି ଉତ୍ତର ଦେଲା, “ହଁ, ପ୍ରଭୁ ମୁଁ ବିଶ୍ୱାସ କରେ।” ସେ ମୁଣ୍ଡ ନୁଆଁଇ ଯୀଶୁଙ୍କୁ ପ୍ରଣାମ କଲା।
39 ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।”
40 ଯୀଶୁଙ୍କ ପାଖରେ କେତେକ ଫାରୂଶୀ ଥିଲେ। ସେମାନେ ଯୀଶୁଙ୍କର ଏପରି କହିବା ଶୁଣିଲେ। ସେମାନେ ପଗ୍ଭରିଲେ, “କ'ଣ? ତା’ ମାନେ ତୁମ୍ଭେ କହୁଛ ଯେ ଆମ୍ଭେ ମଧ୍ୟ ଅନ୍ଧ?”
41 ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା'ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”
2010 by World Bible Translation Center