Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 89

ଇଷ୍ରାହୀୟ ଏଥନର ମସ୍କୀଲ୍।

89 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷୟରେ ଗାନ କରିବି।
    ମୋ’ ମୁଖରେ, ମୁଁ ତୁମ୍ଭର ବିଶ୍ୱସ୍ତତା ବିଷୟରେ ବଂଶାନୁକ୍ରମ ପର୍ଯ୍ୟନ୍ତ ଗାଉଥିବି।
ମୁଁ କହିଲି, “ତୁମ୍ଭର ଦୟା ଚିରଦିନ ନିର୍ମାଣ ହୋଇଅଛି।
    ତୁମ୍ଭର ବିଶ୍ୱସ୍ତତା ସ୍ୱର୍ଗରେ ସ୍ଥାପନ କରାଯିବ।”

ତୁମ୍ଭେ କହିଲ, “ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି।
    ମୁଁ ମୋର ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
‘ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି
    ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।’” ସେଲା

ହେ ସଦାପ୍ରଭୁ, ସ୍ୱର୍ଗ ତୁମ୍ଭର ଆଶ୍ଚର୍ଯ୍ୟ କର୍ମମାନର ପ୍ରଶଂସା କରୁଛି।
    ପବିତ୍ରଗଣର ସମାନ ତୁମ୍ଭ ବିଶ୍ୱସ୍ତତାରେ ପ୍ରଶଂସା କରେ।
ସ୍ୱର୍ଗରେ ସଦାପ୍ରଭୁଙ୍କ ତୁଲ୍ୟ କେହି ନାହିଁ।
    “ଦେବଗଣ”କୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାଯାଇ ପାରିବ ନାହିଁ।
ପବିତ୍ର ଦୂତଗଣର ସମାନ ପରମେଶ୍ୱରଙ୍କୁ ବହୁତ ଭୟ କରନ୍ତି।
    ସିଂହାସନ ଚତୁର୍ପାର୍ଶ୍ୱରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
ସଦାପ୍ରଭୁ ସୈନ୍ୟାଧିପତି ପରମେଶ୍ୱର, ତୁମ୍ଭ ପରି କେହି ନାହିଁ।
    ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ପାରିବୁ।
ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କର୍ତ୍ତୃତ୍ୱ କରୁଅଛ।
    ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛ।
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ।
    ସେ ଏକ ଶବପରି ଥିଲା।
    ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ୱାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।

11 ସ୍ୱର୍ଗ ଓ ପୃଥିବୀ ତୁମ୍ଭର ଅଟେ।
    ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ।
    ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
13 ତୁମ୍ଭେ ପରାକ୍ରାନ୍ତ।
    ତୁମ୍ଭର ଶକ୍ତି ମହାନ।
    ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
14 ଧର୍ମ ଓ ନ୍ୟାୟ ବିଗ୍ଭର ତୁମ୍ଭ ସିଂହାସନର ଭିତ୍ତିମୂଳ।
    ପ୍ରେମ ଓ ଭକ୍ତି ତୁମ୍ଭ ସିଂହାସନର ସେବକ।

15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି।
    ସେମାନେ ତୁମ୍ଭର ଦୟାର ଆଲୋକରେ ବଞ୍ଚନ୍ତି।
16 ତୁମ୍ଭର ନାମ ସେମାନଙ୍କୁ ଦିନସାରା ଆନନ୍ଦ ପ୍ରଦାନ କରେ।
    ସେମାନେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
17 ତୁମ୍ଭେ ସେମାନଙ୍କର ଅ‌ଦ୍‌ଭୂତ ଶକ୍ତି।
    ତୁମ୍ଭ ଦୟାର ସହ ଆମ୍ଭେମାନେ ବିଜୟୀ ଅଟୁ।
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା,
    ଇସ୍ରାଏଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ୱରଙ୍କ ଦ୍ୱାରା ମନୋନୀତ।

19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦେଇ କହିଲ,
“ଆମ୍ଭେ ଏକ ଯୁବକ ତୁମ୍ଭ ମଧ୍ୟରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ୟ ସ୍ଥାପିତ କଲୁ।
    ଆମ୍ଭେ ସେହି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ।
    ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରୟ ଦେବା
    ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରି ପାରିବେ ନାହିଁ।
    ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରି ପାରିବେ ନାହିଁ।
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା
    ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରେମ କରିବା
    ଏବଂ ତାଙ୍କୁ ବିଜୟୀ କରିବା।
25 ଆମ୍ଭେ ସମୁଦ୍ର ଉପରେ ତାହାର କର୍ତ୍ତୃତ୍ୱ
    ଓ ନଦୀସମୂହ ଉପରେ ତାହାର ନିୟନ୍ତ୍ରଣ ସ୍ଥାପନ କରାଇବା।
26 ସେ ଆମ୍ଭକୁ କହିବ, ‘ତୁମ୍ଭେ ମୋର ପିତା,
    ତୁମ୍ଭେ ମୋର ପରମେଶ୍ୱର, ମୋର ଦୃଢ଼ ସୁରକ୍ଷାର ସ୍ଥାନ ଓ ମୋର ତ୍ରାଣକର୍ତ୍ତା।’
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା।
    ସେ ପୃଥିବୀର ଶକ୍ତିଶାଳୀ ରାଜା ହେବ।
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରେମ କରିବା ଓ ତା’ ପ୍ରତି ବିଶ୍ୱସ୍ତ ରହିବା।
    ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କେବେ ଶେଷ ହେବ ନାହିଁ।
29 ଆମ୍ଭେ ତାର ବଂଶକୁ ନିତ୍ୟସ୍ଥାୟୀ ବିରାଜମାନ କରିବା
    ଓ ତା'ର ସିଂହାସନ ଆକାଶ ଥିବା ପର୍ଯ୍ୟନ୍ତ ରହିବ।

30 ଯଦି ବଂଶଧରଗଣ ଆମ୍ଭ ବ୍ୟବସ୍ଥା ପରିତ୍ୟାଗ କରନ୍ତି
    ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସେମାନଙ୍କୁ ଦଣ୍ଡ ଦେବା।
31 ଯଦି ସେମାନେ ମୋ’ ନିୟମ ଭଙ୍ଗ କରନ୍ତି
    ଏବଂ ମୋ’ ଆଜ୍ଞା ନ ପାଳନ୍ତି,
32 ତେବେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସେମାନଙ୍କ ଅପରାଧ
    ଓ ପ୍ରହାର ଦ୍ୱାରା ସେମାନଙ୍କୁ କଠୋର ଦଣ୍ଡ ଦେବା।
33 ମାତ୍ର ସେମାନଙ୍କୁ ଦାଉଦଙ୍କ ପ୍ରେମଠାରୁ ବଞ୍ଚିତ କରିବା ନାହିଁ।
    ଆମ୍ଭେ ସେମାନଙ୍କ ପ୍ରତି ଚିରଦିନ ବିଶ୍ୱସ୍ତ ରହିବା।
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ
    କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ୱାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶେଷ ପ୍ରତିଜ୍ଞା କରିଥିଲୁ।
    ତେଣୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଙ୍ଗ କରିବା ନାହିଁ।
36 ଦାଉଦର ବଂଶ ସଦାକାଳ ରହିବ।
    ଦାଉଦର ସିଂହାସନ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ରହିବ।
37 ଏହା ଚନ୍ଦ୍ରପରି ଚିରଦିନ ଗ୍ଭଲୁ ରହିବ।
    ଏହା ଆକାଶପରି ଚିରଦିନ ପାଇଁ ରହିବ।” ସେଲା

38 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କ୍ରୋଧ ହୋଇଅଛି,
    ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ୟାଗ କରିଅଛ।
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଙ୍ଗ କରିଅଛ।
    ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛ।
40 ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ।
    ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ୱଂସ କରିଅଛ।
41 ପଥ ଦେଇ ଯିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି।
    ଆପଣା ପ୍ରତିବାସୀମାନେ ତାଙ୍କୁ ପରିହାସ କରନ୍ତି।
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ଯୁଦ୍ଧରେ ପରାଜିତ କରିଅଛ।
    ତୁମ୍ଭେ ତା'ର ସମସ୍ତ ଶତ୍ରୁଙ୍କୁ ଖୁସୀ କରାଇଅଛ।
43 ହେ ପରମେଶ୍ୱର, ତୁମ୍ଭେ ସେମାନଙ୍କୁ ନିଜକୁ ରକ୍ଷା କରିବାରେ ସାହାଯ୍ୟ କରିଅଛ।
    ତୁମ୍ଭେ ନିଜ ରାଜାଙ୍କୁ ଯୁଦ୍ଧରେ ଜୟଲାଭ କରିବାକୁ ସାହାଯ୍ୟ କରି ନାହଁ।
44 ତୁମ୍ଭେ ତାଙ୍କୁ ଜିତିବାକୁ ଦେଇ ନାହଁ।
    ତୁମ୍ଭେ ତା'ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
45 ତୁମ୍ଭେ ତା'ର ଜୀବନକୁ କ୍ଷୀଣ କଲ।
    ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ। ସେଲା

46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଗ୍ଭଲିବ?
    ତୁମ୍ଭେ କ’ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚେଇ ରହିବ?
    ତୁମ୍ଭର କ୍ରୋଧ କ’ଣ ଚିରକାଳ ଅଗ୍ନି ତୁଲ୍ୟ ଜଳିବ?
47 ଏହା ସ୍ମରଣ କର ଯେ, ମୋର ଜୀବନ କେତେ କ୍ଷୀଣ।
    ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଅଛ ଅଳ୍ପ ଦିନ ପାଇଁ, ଏହା ପରେ ଆମ୍ଭେ ମରିବୁ।
48 ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି କେବେବି ନ ମରି ବଞ୍ଚି ରହିବ।
    ଏପରି କୌଣସି ମନୁଷ୍ୟ ନାହିଁ ଯିଏ କି ସମାଧିରୁ ରକ୍ଷା ପାଇ ପାରିବ। ସେଲା

49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନେହପୂର୍ଣ୍ଣ କରୁଣା କୁଆଡ଼େ ଗଲା?
    ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ୱସ୍ଥତା ଦେଖାଇବା ପାଇଁ ପ୍ରତିଜ୍ଞା କରିଥିଲ।
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମୋତେ ଅପମାନିତ ଦେଉଛନ୍ତି।
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି,
    ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ଯାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।

52 ସଦାପ୍ରଭୁ ଅନନ୍ତକାଳ ଧନ୍ୟ ହେଉନ୍ତୁ।
    ଆମେନ୍! ଆମେନ୍!

ଆଦିପୁସ୍ତକ 30:1-24

30 ରାହେଲ ଦେଖିଲେ ଯେ, ସେ କୌଣସି ପିଲା ଜନ୍ମ କରିପାରୁ ନାହିଁ। ରାହେଲ ତା'ର ଭଊଣୀ ଲେୟା ପ୍ରତି ଈର୍ଷାନ୍ୱିତ ହେଲେ। ତେଣୁ ରାହେଲ ଯାକୁବକୁ କହିଲେ, “ମୋତେ ପିଲା ଦିଅ ନ ହେଲେ ମୁଁ ମରିବି।”

ଯାକୁବ ରାହେଲ ଉପରେ କ୍ରୋଧ କଲେ। ସେ କହିଲେ, “ମୁଁ ପରମେଶ୍ୱର ନୁହେଁ। କେବଳ ପରମେଶ୍ୱର ହିଁ ତୁମ୍ଭକୁ ସନ୍ତାନ ଦେଇ ପାରିବେ।”

ଏହା ପରେ ରାହେଲ କହିଲେ, “ମୋର ଦାସୀ ବିଲହା ଅଛି ତାହା ସହିତ ସହବାସ କର। ସେ ପିଲା ଜନ୍ମ କଲେ ମୁଁ ମା ହୋଇ ପାରିବି।”

ତେଣୁ ରାହେଲ ବିଲହାକୁ ଆଣି ଯାକୁବକୁ ଦେଲେ, ଯାକୁବ ତାହା ସହିତ ସହବାସ କଲେ। ଏହା ପରେ ବିଲହା ଗର୍ଭବତୀ ହୋଇ ପିଲାଜନ୍ମ କଲା।

ରାହେଲ କହିଲେ, “ପରମେଶ୍ୱର ମୋର ପ୍ରାର୍ଥନା ଗ୍ରହଣ କରିଛନ୍ତି, ମୋତେ ଏକ ପୁତ୍ର ସନ୍ତାନ ଦେବା ପାଇଁ ସେ ନିଷ୍ପତ୍ତି ନେଲେ।” ତେଣୁ ରାହେଲ ତା'ର ନାମ ରଖିଲେ ଦାନ।

ରାହେଲର ଦାସୀ ବିଲହା ଆଉଥରେ ଗର୍ଭବତୀ ହେଲା ଏବଂ ସେ ଯାକୁବଙ୍କ ପାଇଁ ଦ୍ୱିତୀୟ ପୁତ୍ର ଜନ୍ମ କଲା। ରାହେଲ କହିଲେ, “ମୁଁ ମୋର ଭଉଣୀ ସହିତ ସଂଘର୍ଷ କରି ଜୟ କଲି।” ଏଣୁ କରି ସେ ତାଙ୍କର ନାମ ନପ୍ତାଲି ରଖିଲେ।

ଲେୟା ଦେଖିଲେ ସେ ଆଉ ପିଲା ଜନ୍ମ କରି ପାରିବ ନାହିଁ। ତେଣୁ ସେ ଆପଣା ଦାସୀ ସିଳ୍ପାକୁ ଆଣି ଯାକୁବଙ୍କୁ ଦେଲେ। 10 ଏହା ପରେ ସିଳ୍ପା ଏକ ପିଲା ଜନ୍ମ କଲା। 11 ଲେୟା କହିଲେ, “ମୁଁ ଭାଗ୍ୟବତୀ” ତେଣୁ ସେ ତା'ର ନାମ ଦେଲା ଗାଦ୍। 12 ଲେୟାର ଦାସୀ ସିଳ୍ପା ଦ୍ୱିତୀୟ ପୁତ୍ର ଯାକୁବ ପାଇଁ ଜନ୍ମ କଲା। 13 ଲେୟା କହିଲେ, “ମୁଁ ବହୁତ ଖୁସୀ! ଯୁବତୀଗଣ ମୋତେ ଆନନ୍ଦିନି ବୋଲିବେ।” ଏଣୁ ସେ ତା'ର ନାମ ଆଶେର ଦେଲେ।

14 ଅନନ୍ତର ଗହମ କଟା ସମୟରେ ରୁବେନ୍ ବାହାରକୁ ଯାଇ କ୍ଷେତରୁ ଦୂଦାଫଳ ପାଇ ଆଣି ଆପଣାମାତା ଲେୟାକୁ ଦେଲା। ତହୁଁ ରାହେଲ ଲେୟାକୁ କହିଲେ, “ଦୟାକରି ତୁମ୍ଭ ପୁତ୍ର ଆଣିଥିବା ଦୂଦାଫଳ କିଛି ମୋତେ ଦିଅ।”

15 ଲେୟା ଉତ୍ତର ଦେଲେ, “ତୁମ୍ଭେ ମୋ’ ସ୍ୱାମୀକୁ ହରଣ କରିଛ ତୁମ୍ଭେ ମୋର ପୁତ୍ରର ଦୂଦାଫଳ ହରଣ କରିବାକୁ ଚେଷ୍ଟା କରୁଛ।”

କିନ୍ତୁ ରାହେଲ କହିଲେ, “ଯଦି ତୁମ୍ଭେ ମୋତେ ତୁମ୍ଭ ପୁତ୍ରର ଦୂଦାଫଳ ଦିଅ ତେବେ ତୁମ୍ଭେ ଆଜି ରାତ୍ରିରେ ଯାକୁବ ସହିତ ଶୟନ କରି ପାରିବ।”

16 ସେହିଦିନ ସନ୍ଧ୍ୟାରେ ଯାକୁବ କ୍ଷେତରୁ ଫେରିବା ପରେ ଲେୟା ତାଙ୍କୁ ସାକ୍ଷାତ କରିବା ପାଇଁ ବାହାରକୁ ଗଲେ ଏବଂ କହିଲେ, “ତୁମ୍ଭେ ଆଜି ରାତିରେ ମୋ’ ପାଖରେ ଶୟନ କରିବ। କାରଣ ମୁଁ ଦୂଦାଫଳ ଦେଇ ତା'ର ବଦଳରେ ତୁମ୍ଭକୁ ପାଇଛି।” ତେଣୁ ସେହି ରାତ୍ରି ସେ ତା’ ସହିତ ଶୋଇଲେ।

17 ଏହା ପରେ ପରମେଶ୍ୱର ଲେୟାର ପ୍ରାର୍ଥନା ଶୁଣିଲେ ଏବଂ ସେ ବର୍ଭବତୀ ହେଲେ। ସେ ପଞ୍ଚମ ପୁତ୍ରକୁ ଜନ୍ମ ଦେଲେ। 18 ଲେୟା କହିଲେ, “ମୁଁ ସ୍ୱାମୀ ପାଇଁ ଆପଣା ଦାସୀକୁ ଦେଇଥିଲି, ପରମେଶ୍ୱର ତାହାର ବର୍ତ୍ତନ ମୋତେ ଦେଇଛନ୍ତି।” ଏଥିପାଇଁ ସେ ତାହାର ନାମ ଇଷାଖର ରଖିଲେ।

19 ଲେୟା ପୁନରାୟ ଗର୍ଭବତୀ ହୋଇ ଷଷ୍ଠ ସନ୍ତାନକୁ ଜନ୍ମ ଦେଲେ। 20 ଲେୟା କହିଲେ, “ପରମେଶ୍ୱର ମୋତେ ଏକ ସୁନ୍ଦର ଉପହାର ଦେଲେ। ବର୍ତ୍ତମାନ ଯାକୁବ ମୋତେ ସମାଦର କରିବେ। କାରଣ ମୁଁ ତାଙ୍କୁ ଛଅଟି ପୁତ୍ର ଦେଇଅଛି।” ତେଣୁ ଲେୟା ତାହାର ନାମ ସବୂଲୂନ୍ ଦେଲେ।

21 ଏହା ପରେ ଲେୟା ଏକ କନ୍ୟା ସନ୍ତାନ ଜନ୍ମ କଲେ। ସେ ତା'ର ନାମ ଦେଲେ ଦୀଣା।

22 ଏହା ପରେ ପରମେଶ୍ୱର ରାହେଲର ପ୍ରାର୍ଥନା ଗ୍ରହଣ କଲେ, ପରମେଶ୍ୱର ରାହେଲକୁ ମାତୃତ୍ୱ ଦେଲେ। 23 ରାହେଲ ଗର୍ଭବତୀ ହୋଇ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ରାହେଲ କହିଲେ, “ପରମେଶ୍ୱର ମୋର ଲଜ୍ଜା ନେଇ ଯାଇଛନ୍ତି। 24 ସେ ମଧ୍ୟ କହିଲେ, ପରମେଶ୍ୱର ମୋତେ ଆଉ ଗୋଟିଏ ପୁତ୍ର ଅଧିକ ଦିଅନ୍ତୁ।” ସେଥିପାଇଁ ରାହେଲ ତା'ର ନାମ ଯୋଷେଫ ରଖିଲେ।

ଯୋହନଙ୍କ ପ୍ରଥମ ପତ୍ର 1

ଆମ୍ଭେମାନେ ତୁମ୍ଭମାନଙ୍କୁ ବର୍ତ୍ତମାନ ଯେଉଁ ବିଷୟରେ କହିବାକୁ ଯାଉଛୁ, ତାହା ସୃଷ୍ଟିର ଆରମ୍ଭରୁ ଥିଲା। ଆମ୍ଭେମାନେ ଏହା ଶୁଣିଲୁ, ଆମ୍ଭେମାନେ ଏହା ସ୍ୱଚକ୍ଷୁରେ ଦେଖିଲୁ, ଆମ୍ଭେମାନେ ଏହା ନିରୀକ୍ଷଣ କଲୁ ଏବଂ ଆମ୍ଭେମାନେ ନିଜ ହସ୍ତରେ ସ୍ପର୍ଶ କଲୁ। ଆମ୍ଭେମାନେ ସେହି “ବାକ୍ୟ” (ଖ୍ରୀଷ୍ଟଙ୍କ) ବିଷୟରେ ତୁମ୍ଭକୁ ଲେଖୁଛୁ, ଯାହା ଜୀବନ ଦାନ କରେ। ସେହି ଜୀବନ ଆମ୍ଭ ନିକଟରେ ପ୍ରକାଶିତ ହେଲା। ଆମ୍ଭେ ତାହା ଦେଖିଲୁ। ଆମ୍ଭେ ଏ ସମ୍ପର୍କରେ ପ୍ରମାଣ ଦେଇପାରୁ। ବର୍ତ୍ତମାନ ଆମ୍ଭେ ସେହି ଜୀବନ ସମ୍ପର୍କରେ ତୁମ୍ଭକୁ କହୁଛୁ। ଏହି ଜୀବନ ସଦାକାଳ ରହିଛନ୍ତି। ପୂର୍ବରୁ ଏହା ପିତା ପରମେଶ୍ୱରଙ୍କ ସହିତ ଥିଲା। ପରମେଶ୍ୱର ସେହି ଜୀବନ ଆମ୍ଭକୁ ପ୍ରକାଶିତ କଲେ। ବର୍ତ୍ତମାନ ତୁମ୍ଭମାନଙ୍କୁ ସେହି ସମ୍ବନ୍ଧରେ କହିବୁ ଯାହା ଆମ୍ଭେମାନେ ଦେଖିଛୁ ଓ ଶୁଣିଛୁ। କାରଣ ଏହା ଦ୍ୱାରା ତୁମ୍ଭେମାନେ ଆମ୍ଭର ସହଭାଗୀ ହୋଇପାରିବ। ପରମପିତା ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହ ଆମ୍ଭେ ମଧ୍ୟ ସହଭାଗୀ। ଆମ୍ଭମାନଙ୍କର ଆନନ୍ଦର ପରିପୂର୍ଣ୍ଣତା ପାଇଁ ଆମ୍ଭେ ଏସବୁ ତୁମ୍ଭମାନଙ୍କୁ ଲେଖୁଛୁ।

ପରମେଶ୍ୱର ଆମ୍ଭର ପାପ କ୍ଷମା କରନ୍ତି

ଆମ୍ଭେ ପରମେଶ୍ୱରଙ୍କଠାରୁ ଯେଉଁ ସତ୍ୟଶିକ୍ଷା ଶୁଣିଅଛୁ, ତାହା ତୁମ୍ଭମାନଙ୍କୁ କହୁଅଛୁ। ପରମେଶ୍ୱର ଜ୍ୟୋତିଃସ୍ୱରୂପ। ଆଉ ତାହାଙ୍କଠାରେ ଆଦୌ ଅନ୍ଧକାର ନାହିଁ। ଯଦି ଆମ୍ଭେ କହୁ, ଆମ୍ଭର ପରମେଶ୍ୱରଙ୍କ ସହିତ ସହଭାଗିତା ଅଛି, କିନ୍ତୁ ଅବିରତ ଅନ୍ଧକାରରେ ଜୀବନଯାପନ କରୁ, ତାହାହେଲେ ଆମ୍ଭେ ମିଥ୍ୟାବାଦୀ ଓ ସତ୍ୟର ଅନୁସରଣ କରୁ ନାହୁଁ। ପରମେଶ୍ୱର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ୟ ଆଲୋକରେ ବାସ କରିବା ଉଚିତ୍। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତେବେ ଆମ୍ଭେ ପରସ୍ପର ସହଭାଗୀ ହୋଇପାରିବା। ଯଦି ଆମ୍ଭେମାନେ ଆଲୋକରେ ରହୁ, ତେବେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତେବେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠାରେ ସତ୍ୟ ନାହିଁ। ଯଦି ଆମ୍ଭେ ନିଜ ନିଜର ପାପ ସ୍ୱୀକାର କରୁ ତେବେ ପରମେଶ୍ୱର ଆମ୍ଭକୁ ପାପରୁ କ୍ଷମା କରିବେ। କାରଣ ସେ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେ ଆମ୍ଭକୁ ସମସ୍ତ ଅଧର୍ମରୁ ପରିଷ୍କାର କରିବେ। 10 ଆମ୍ଭେ ଯଦି କହୁ ଯେ ଆମ୍ଭେ କିଛି ପାପ କରି ନାହୁଁ, ତେବେ ଆମ୍ଭେ ପରମେଶ୍ୱରଙ୍କୁ ମିଥ୍ୟାବାଦୀ କରୁ ଏବଂ ତାହାଙ୍କ ସତ୍ୟଶିକ୍ଷା ଆମ୍ଭେମାନେ ଗ୍ରହଣ କରି ନାହୁଁ।

ଯୋହନ ଲିଖିତ ସୁସମାଗ୍ଭର 9:1-17

ଯୀଶୁ ଜଣେ ଜନ୍ମାନ୍ଧକୁ ଦୃଷ୍ଟିଶକ୍ତି ଦେଲେ

ଯୀଶୁ ଯାଉଥିବା ବେଳେ ଜଣେ ଅନ୍ଧକୁ ଦେଖିଲେ। ସେ ଲୋକଟି ଜନ୍ମରୁ ଅନ୍ଧ ଥିଲା। ଯୀଶୁଙ୍କର ଶିଷ୍ୟମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଏହି ଲୋକଟି ଜନ୍ମରୁ ଅନ୍ଧ କିନ୍ତୁ ସେ କାହାର ପାପ ହେତୁ ଅନ୍ଧ ହୋଇ ଜନ୍ମ ହେଲା? ଏହା ତା’ ନିଜର ପାପ ନା ତା’ ପିତାମାତାଙ୍କର?”

ଯୀଶୁ ଉତ୍ତର ଦେଲେ, “ଏହା ତା'ର ପାପ କି ତା’ ବାପାମାଙ୍କର ପାପ ତାକୁ ଅନ୍ଧ କରି ନାହିଁ। ଏହି ଲୋକଟି ଅନ୍ଧ ହୋଇ ଜନ୍ମ ହୋଇଛି, ଯେପରି ଏହି ଲୋକକୁ ମୁଁ ସୁସ୍ଥ କଲାବେଳେ ଲୋକମାନଙ୍କ ଆଗରେ ପରମେଶ୍ୱରଙ୍କ ଶକ୍ତି ପ୍ରଦର୍ଶିତ ହୋଇପାରିବ। ଦିନ ଥାଉ ଥାଉ ମୋର ପ୍ରେରଣକର୍ତ୍ତାଙ୍କ କାର୍ଯ୍ୟ ଆମ୍ଭେ ଅବିରତ କରିବା ଉଚିତ୍। କାରଣ ରାତି ଆସୁଅଛି। ରାତିରେ କେହି କାର୍ଯ୍ୟ କରି ପାରିବେ ନାହିଁ। ମୁଁ ଜଗତରେ ଥିବା ପର୍ଯ୍ୟନ୍ତ ଜଗତ ନିମନ୍ତେ ଆଲୋକ ଅଟେ ଓ ସମସ୍ତଙ୍କୁ ଆଲୋକ ଦେଉଥିବି।”

ଯୀଶୁ ଏ କଥା କହିଲା ପରେ ଭୂଇଁରେ ଛେପ ପକାଇ କାଦୁଅ କରି, ସେହି କାଦୁଅକୁ ନେଇ ସେ ସେହି ଜନ୍ମାନ୍ଧ ଲୋକଟିର ଆଖିରେ ଲଗେଇ ଦେଲେ। ଯୀଶୁ ତାହାଙ୍କୁ କହିଲେ, “ଯାଅ, ଶିଲୋହ ପୋଖରୀରେ ଧୋଇ ଦିଅ।” (ଶିଲୋହ ପଦର ଅର୍ଥ ‘ପ୍ରେରିତ’) ତା'ପରେ ସେ ଅନ୍ଧ ଲୋକଟି ପୋଖରୀରେ ଧୋଇ ହୋଇ ଆସିଲା। ସେ ବର୍ତ୍ତମାନ ଦେଖି ପାରୁଥିଲା।

କେତେକ ଲୋକ ଏହି ଲୋକଟିକୁ ପ୍ରଥମେ ଭିକ ମାଗିବା ଦେଖିଥିଲେ। ସେହି ଲୋକମାନେ ଓ ଲୋକଟିର ପଡ଼ୋଶୀମାନେ ତାହାଙ୍କୁ ଦେଖି କହିଲେ, “ଦେଖ, ଯିଏ ସବୁବେଳେ ବସି ଭିକ ମାଗୁଥାଏ ଏ ଲୋକଟି ସେହି ନୁହେଁ କି?”

କେତେକ କହିଲେ, “ହଁ, ଏ ସେହି ଲୋକ।” କିନ୍ତୁ ଅନ୍ୟ ଲୋକମାନେ କହିଲେ, “ନାଁ, ଏ ସେହି ଲୋକ ନୁହେଁ। ଏ ଲୋକଟି ତା'ରି ଭଳି ଦେଖାଯାଉଛି।”

ତେଣୁ ସେ ଲୋକ ନିଜେ କହିଲା, “ମୁଁ ସେହି ଲୋକ, ଯିଏ ପ୍ରଥମେ ଅନ୍ଧ ଥିଲା।”

10 ଲୋକମାନେ ତାକୁ ପଗ୍ଭରିଲେ, “କ'ଣ ହେଲା? ତୁମ୍ଭେ କିପରି ଦୃଷ୍ଟି ଶକ୍ତି ପାଇଲ?”

11 ସେ ଲୋକଟି ଉତ୍ତର ଦେଲା “ଲୋକମାନେ ଯାହାଙ୍କୁ ଯୀଶୁ ବୋଲି କହନ୍ତି, ସେ ଛେପ ଦ୍ୱାରା ମାଟିକୁ କାଦୁଅ କରି ମୋ’ ଆଖିରେ ବୋଳି ଦେଲେ। ତା'ପରେ ସେ ମୋତେ ଶିଲୋହ ପୋଖରୀରେ ଧୋଇ ହେବା ପାଇଁ କହିଲେ। ତା'ପରେ ମୁଁ ସେହି ପୋଖରୀରେ ଧୋଇ ହେବା ପରେ ଦେଖି ପାରିଲି।”

12 ଲୋକମାନେ ତାହାକୁ ପଗ୍ଭରିଲେ, “ସେ ଲୋକ କେଉଁଠି ଅଛନ୍ତି?”

ଲୋକଟି କହିଲା, “ମୁଁ ଜାଣେ ନାହିଁ।”

ଯୀଶୁ ସୁସ୍ଥ କରିଥିବା ଲୋକକୁ ଯିହୂଦୀମାନଙ୍କର ପ୍ରଶ୍ନ

13 ଏହା ପରେ ଲୋକମାନେ ସେ ଲୋକଟିକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ। ଏହି ଲୋକଟି ପୂର୍ବରୁ ଅନ୍ଧ ଥିଲା, 14 ଯୀଶୁ କାଦୁଅ କରିଥିଲେ ଓ ତା’ ଆଖି ସୁସ୍ଥ କରିଥିଲେ। ସେ ଏ କାର୍ଯ୍ୟ ବିଶ୍ରାମବାର ଦିନ କରିଥିଲେ। 15 ତେଣୁ ଫାରୂଶୀମାନେ ମଧ୍ୟ ସେ ଲୋକକୁ ପଗ୍ଭରିଲେ। “ତୁମ୍ଭେ କିପରି ଦୃଷ୍ଟିଶକ୍ତି ପାଇଲ?”

ସେ କହିଲା, “ସେ ମୋ’ ଆଖିରେ କାଦୁଅ ଲଗେଇ ଦେଲେ। ଧୋଇବା ପରେ ମୁଁ ଏବେ ଦେଖି ପାରୁଛି।”

16 କେତେକ ଫାରୂଶୀମାନେ କହିଲେ, “ଏ ଲୋକ ବିଶ୍ରାମବାରର ନିୟମ ମାନୁ ନାହିଁ। ତେଣୁ ସେ ପରମେଶ୍ୱରଙ୍କ ପାଖରୁ ଆସି ନାହିଁ।”

ଅନ୍ୟମାନେ କହିଲେ, “ଜଣେ ପାପୀ କେବେ ଏଭଳି ଆଶ୍ଚର୍ଯ୍ୟ କାର୍ଯ୍ୟ କରି ପାରିବ ନାହିଁ।” ଏହା ଯିହୂଦୀମାନଙ୍କ ମଧ୍ୟରେ ମତଭେଦ ହେଲା।

17 ଯିହୂଦୀମାନେ ସେହି ଲୋକକୁ ଆଉଥରେ ପଗ୍ଭରିଲେ, “ଏହି ଲୋକ (ଯୀଶୁ) ତୁମକୁ ସୁସ୍ଥ କଲା ଓ ତୁମେ ଦେଖି ପାରିଲ। ତୁମ୍ଭେ ତା’ ବିଷୟରେ କ'ଣ କହୁଛ?”

ସେହି ଲୋକଟି ଉତ୍ତର ଦେଲା, “ସେ ଜଣେ ଭବିଷ୍ୟ‌‌‌ଦ୍‌‌‌ବକ୍ତା।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center