Book of Common Prayer
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
ଦାଉଦଙ୍କର ଗୀତ।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
ମୋ’ ନିବେଦନ ଟିକେ ଶୁଣ।
ମୋ’ ପ୍ରତି କୃପା ପ୍ରଦର୍ଶନ କର।
3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ,
କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
7 ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।
39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
ମୁଁ ମୋର ମୁଖକୁ ବନ୍ଦ ରଖିବି।”
2 ତେଣୁ ମୁଁ କିଛି କହିଲି ନାହିଁ।
ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
3 ମୁଁ ଅତି କ୍ରୋଧିତ ଥିଲି।
ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।
4 ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ସେଲା
6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।
7 ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
8 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
9 ମୁଁ ମୋର ପାଟି ଖୋଲି ନାହିଁ।
ମୁଁ କିଛି କହି ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ। ସେଲା
12 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।
ନୂତନର ଆରମ୍ଭ
9 ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର। 2 ପୃଥିବୀରେ ସମସ୍ତ ପଶୁ, ଆକାଶର ସମସ୍ତ ପକ୍ଷୀ ଭୂଚର ସମସ୍ତ ପ୍ରାଣୀ, ଏବଂ ସମୁଦ୍ର ମଧ୍ୟରେ ଥିବା ସମସ୍ତ ମତ୍ସ୍ୟ ତୁମ୍ଭମାନଙ୍କୁ ଭୟ କରିବେ। ସମସ୍ତ ଜୀବ ତୁମ୍ଭ ନିୟନ୍ତ୍ରଣରେ ରହିବେ। 3 ମୁଁ ତୁମ୍ଭକୁ ସବୁଜ ବୃକ୍ଷ ପରି ଦେଇଥିଲି। ବର୍ତ୍ତମାନ ପ୍ରତ୍ୟେକ ପଶୁ ତୁମ୍ଭର ଖାଦ୍ୟ ହେବ। ମୁଁ ଯାହାସବୁ ପୃଥିବୀରେ ଦେଇଛି ତାହା ସବୁ ତୁମ୍ଭର। 4 କିନ୍ତୁ, ମୁଁ ତୁମ୍ଭମାନଙ୍କୁ ଏକ ନିର୍ଦ୍ଦେଶ ଦେବି। ତୁମ୍ଭେ କୌଣସି ପ୍ରାଣୀର ସରକ୍ତ ମାଂସ ଖାଇବ ନାହିଁ। କାରଣ ରକ୍ତରେ ଜୀବନ ଅଛି। 5 ମୁଁ ରକ୍ତ ପାତ ଦ୍ୱାରା ଦଣ୍ଡିତ କରିବି, ତାହା ପ୍ରାଣୀ ଦ୍ୱାରା ହେଉ ବା ଲୋକମାନଙ୍କ ଦ୍ୱାରା। ଯଦି ଲୋକମାନେ ପରସ୍ପରକୁ ହତ୍ୟା କରନ୍ତି, ମୁଁ ରକ୍ତପାତ ଦ୍ୱାରା ଦଣ୍ଡିତ କରିବି।
6 “ପରମେଶ୍ୱର ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟକୁ ତିଆରି କରିଛନ୍ତି।
ତେଣୁ ଯେକେହି ମନୁଷ୍ୟକୁ ହତ୍ୟା କରିବ, ସେ ନିଶ୍ଚିତ ଅନ୍ୟ ମନୁଷ୍ୟ ଦ୍ୱାରା ମରାଯିବ।
7 “ନୋହ, ତୁମ୍ଭର ଓ ତୁମ୍ଭ ପିଲାମାନଙ୍କର ନିଶ୍ଚୟ ବହୁତ ପିଲାପିଲି ହେବ। ତୁମ୍ଭେମାନେ ପୃଥିବୀକୁ ମନୁଷ୍ୟରେ ପରିପୂର୍ଣ୍ଣ କରିବ।”
8 ଏହା ପରେ ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ କହିଲେ, 9 “ମୁଁ ବର୍ତ୍ତମାନ ତୁମ୍ଭ ପାଇଁ ଏବଂ ତୁମ୍ଭ ପରେ ରହୁଥିବା ଲୋକମାନଙ୍କ ପାଇଁ ପ୍ରତିଜ୍ଞା କରୁଛି। 10 ଆମ୍ଭେ ଆମ୍ଭର ପ୍ରତିଜ୍ଞା କରିବା ସମସ୍ତ ପକ୍ଷୀ, ସମଗ୍ର ଗୃହପାଳିତ ପଶୁ, ଏବଂ ସମସ୍ତ ପଶୁମାନେ ଯେଉଁସବୁ ତୁମ୍ଭ ସହିତ ଜାହାଜରୁ ବାହାରି ଥିଲେ। ଆମ୍ଭେ ଆମ୍ଭର ପ୍ରତିଜ୍ଞା ସମସ୍ତ ପୃଥିବୀସ୍ଥ ଜୀବନ୍ତ ପ୍ରାଣୀଙ୍କ ପାଇଁ କରିବା। 11 ଏହା ଆମ୍ଭର ତୁମ୍ଭମାନଙ୍କ ପାଇଁ ପ୍ରତିଜ୍ଞା ସମସ୍ତ ଜୀବନ ପୃଥିବୀ ଉପରିସ୍ଥ ବନ୍ୟାରେ ଧ୍ୱଂସ ପାଇଥିଲା। କିନ୍ତୁ ଏପରି ପ୍ରଳୟ ଆଉ ପୁନରାୟ ହେବ ନାହିଁ। ଏହରି ବନ୍ୟା ଦ୍ୱାରା ଆଉ କଦାପି ପୃଥିବୀରୁ ଜୀବନ ସତ୍ତା ବିନାଶ ହେବ ନାହିଁ।”
12 ଏବଂ ପରମେଶ୍ୱର କହିଲେ, “ମୁଁ ତୁମ୍ଭମାନଙ୍କୁ କିଛି ପ୍ରମାଣ ଦେବି ଯେ ମୁଁ ତୁମ୍ଭମାନଙ୍କ ସହିତ ପ୍ରତିଜ୍ଞା କରିଅଛି। ଏହି ଚିହ୍ନ ତୁମ୍ଭକୁ ଦେଖାଇବ ଯେ ମୁଁ ତୁମ୍ଭମାନଙ୍କ ସହିତ ଏବଂ ପ୍ରତ୍ୟେକ ଜୀବନ୍ତ ପ୍ରାଣୀମାନଙ୍କ ସହିତ ନିୟମ କରିଅଛି। ଏହି ନିୟମ ସବୁଦିନ ପାଇଁ ସ୍ଥାୟୀ ହେବ। ଏହା ହିଁ ତୋରଣ ପ୍ରମାଣ। 13 ମୁଁ ମୋହର ମେଘଧନୁ ମେଘରେ ସ୍ଥାପନ କରିଅଛି। ତାହା ପୃଥିବୀ ସହିତ ମୋର ଚୁକ୍ତିର ଚିହ୍ନ ହେବ। 14 ଯେତେବେଳେ ମୁଁ ପୃଥିବୀ ଉପରେ ମେଘ ସଞ୍ଚାର କରିବି, ସେତେବେଳେ ସେହି ମେଘଧନୁ ମେଘରେ ଦେଖାଯିବ। 15 ମୁଁ ଯେତେବେଳେ ମେଘଧନୁକୁ ଦେଖେ ସେତେବେଳେ ମୁଁ ତୁମ୍ଭ ସହିତ ଓ ଅନ୍ୟାନ୍ୟ ସଜୀବ ପ୍ରାଣୀମାନଙ୍କ ସହିତ ହୋଇଥିବା ଚୁକ୍ତିକୁ ମନେ ପକାଇବି। ସେହି ଚୁକ୍ତି କହେ ଯେ, ଭବିଷ୍ୟତରେ ଏପରି ବନ୍ୟାରେ ସମସ୍ତେ ବିନାଶ ହେବେ ନାହିଁ। 16 ପୁଣି ମେଘଧନୁ ହେଲେ, ଆମ୍ଭେ ତାହା ପ୍ରତି ଦୃଷ୍ଟିପାତ କରିବା। ତହିଁରେ ପୃଥିବୀସ୍ଥ ସମସ୍ତ ସଜୀବ ପ୍ରାଣୀ ସହିତ ପରମେଶ୍ୱରଙ୍କର ଯେଉଁ ଅନନ୍ତକାଳସ୍ଥାୟୀ ନିୟମ ଅଛି, ତାହା ମୁଁ ସ୍ମରଣ କରିବି।”
17 ତେଣୁ ସଦାପ୍ରଭୁ ନୋହଙ୍କୁ କହିଲେ, “ପୃଥିବୀସ୍ଥ ମାଂସ ବିଶିଷ୍ଟ ସମସ୍ତ ପ୍ରାଣୀ ସହିତ ଆମ୍ଭେ ଯେଉଁ ଚୁକ୍ତି ସ୍ଥିର କରିଅଛୁ, ତହିଁରେ ମେଘଧନୁ ଏହି ଚିହ୍ନ ହେବ।”
7 ଖ୍ରୀଷ୍ଟ ଜଗତରେ ଥିଲାବେଳେ ଯେ, ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ସେହି ପରମେଶ୍ୱରଙ୍କୁ ଆକୁଳ ଭାବରେ ଅଶ୍ରୁପାତ ସହ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରିଥିଲେ। ଯେହେତୁ ଯୀଶୁ ପରମେଶ୍ୱରଙ୍କ ଇଚ୍ଛାନୁସାରେ କାମ କରୁଥିଲେ ଓ ନମ୍ର ଥିଲେ, ତେଣୁ ପରମେଶ୍ୱର ତାହାଙ୍କ ପ୍ରାର୍ଥନାରେ ପ୍ରତ୍ୟୁତ୍ତର ଦେଇଥିଲେ। 8 ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। 9 ପୁଣି ଯୀଶୁ ନିର୍ଦ୍ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସେମାନେ ଅନନ୍ତ ଜୀବନ ପାଇ ପାରିବେ। 10 ପରମେଶ୍ୱର ମଲ୍କୀଷେଦକଙ୍କ ଭଳି ଯୀଶୁଙ୍କୁ ମହାଯାଜକ ରୂପେ ବାଛିଲେ।
ପତନ ବିରୁଦ୍ଧରେ ସତର୍କ ବାଣୀ
11 ଏ ବିଷୟରେ ଆମ୍ଭର ତୁମ୍ଭମାନଙ୍କୁ ଅନେକ କଥା କହିବା ପାଇଁ ଅଛି। କିନ୍ତୁ ଯେହେତୁ ତୁମ୍ଭେମାନେ ଅବୁଝା ହେଉଛ, ଏହାକୁ ବୁଝାଇବା କଷ୍ଟକର। 12 ବର୍ତ୍ତମାନ ପର୍ଯ୍ୟନ୍ତ ଯେତିକି ସମୟ ଅତିବାହିତ ହୋଇ ଗଲାଣି, ତୁମ୍ଭେମାନେ ଉପଦେଶକ ହୋଇ ସାରନ୍ତଣି। କିନ୍ତୁ ଯାହା ଜଣା ପଡ଼େ, ପରମେଶ୍ୱରଙ୍କ ଶିକ୍ଷାର ପ୍ରାଥମିକ ମୌଳିକ ପାଠଗୁଡ଼ିକୁ ତୁମ୍ଭମାନଙ୍କୁ ଶିଖାଇବା ପାଇଁ ଜଣେ ଲୋକ ଦରକାର। ଶିଶୁମାନଙ୍କୁ କ୍ଷୀର ଦରକାର ହେଲା ଭଳି, ତୁମ୍ଭେମାନେ ଏବେ ମଧ୍ୟ ପ୍ରାରମ୍ଭିକ ଶିକ୍ଷା କରୁଛ। ତୁମ୍ଭେମାନେ କଠିନ ଆହାର ଖାଇବା ପାଇଁ ପ୍ରସ୍ତୁତ ହୋଇ ନାହଁ। 13 ଯେ କେବଳ କ୍ଷୀର ଖାଇ ବଞ୍ଚେ, ସେ ଶିଶୁପରି। ସେ ବ୍ୟକ୍ତି ଉଚିତ୍ ଶିକ୍ଷା କ’ଣ ତାହା ଜାଣି ନାହିଁ। ସେମାନେ ଭଲ ଓ ମନ୍ଦର ପାର୍ଥକ୍ୟ ନିରୂପଣ କରିବା ପାଇଁ ଆତ୍ମିକ ଶିକ୍ଷା ଗୁଡ଼ିକ ଲାଭ କରିଛନ୍ତି। 14 କିନ୍ତୁ କଠିନ ଖାଦ୍ୟ ସେହିମାନଙ୍କ ପାଇଁ ଯେଉଁମାନେ ଶିଶୁପରି ବ୍ୟବହାର ବନ୍ଦ କରି ଦେଇଛନ୍ତି। ଏହା ସେହିମାନଙ୍କ ପାଇଁ ଯେଉଁମାନେ ଆତ୍ମାରେ ବୃଦ୍ଧି ପାଇଛନ୍ତି।
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା'ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି।[a]
2010 by World Bible Translation Center