Book of Common Prayer
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା'ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ'ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”
5 କିନ୍ତୁ ସଦାପ୍ରଭୁ କହନ୍ତି,
“ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ[a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
ପ୍ରଥମ ପରିବାର
4 ଯେତେବେଳେ ସେହି ମନୁଷ୍ୟ ତା'ର ସ୍ତ୍ରୀ ହବା ସହିତ ସହବାସ କଲା, ସେ ଗର୍ଭବତୀ ହେଲା ଏବଂ ଏକ ପୁତ୍ରକୁ ଜନ୍ମ ଦେଲା, ଯାହାକୁ ସେ କୟିନ କହିଲା। ହବା କହିଲା, “ସଦାପ୍ରଭୁଙ୍କ ସହାୟତାରେ ମୁଁ ଏକ ମନୁଷ୍ୟ ଜନ୍ମ କରିଛି।”
2 ଏହା ପରେ ହବା କୟିନର ଭାଇ ହେବଲଙ୍କୁ ଜନ୍ମ କଲା। ହେବଲ ମେଷପାଳକ ଓ କୟିନ କୃଷକ ହେଲେ।
ପ୍ରଥମ ହତ୍ୟା
3-4 କିଛି ସମୟ ପରେ, କୟିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୂଉତ୍ପନ୍ନ ଫଳ ଆଣି ଉତ୍ସର୍ଗ କଲା ଏବଂ ହେବଲ ନିଜର ପ୍ରଥମଜାତ ମେଷ ଆଣିଲା ଏବଂ ସେମାନଙ୍କର ସର୍ବୋତ୍ତମ ଅଂଶ ପରମେଶ୍ୱରଙ୍କୁ ଉତ୍ସର୍ଗ କଲେ।
ସଦାପ୍ରଭୁ ହେବଲକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ। 5 କିନ୍ତୁ ସଦାପ୍ରଭୁ କୟିନକୁ ଓ ତାହାର ନୈବେଦ୍ୟକୁ ଗ୍ରହଣ କଲେ ନାହିଁ। ଏଣୁ କୟିନ ବହୁତ କ୍ରୋଧ ଏବଂ ଦୁଃଖ କଲା। 6 ସଦାପ୍ରଭୁ କୟିନକୁ ପଗ୍ଭରିଲେ, “କାହିଁକି ତୁମ୍ଭେ କ୍ରୋଧ କରୁଅଛ? ତୁମ୍ଭେ କାହିଁକି ଦୁଃଖ କରୁଛ? 7 ତୁମ୍ଭେ ଯଦି ଠିକ୍ ବିଷୟ କରିବ, ତେବେ ମୁଁ ତୁମ୍ଭକୁ ଗ୍ରହଣ କରିବି। ଯଦି ତୁମ୍ଭେ ଭୁଲ୍ କର ତେବେ ତାହା ପାପ ହେବ। ପାପ ଏକ ପ୍ରାଣୀ ପରି, ତୁମ୍ଭ ଦ୍ୱାର ସମ୍ମୁଖରେ ନଇଁ କରି ତୁମ୍ଭ ଉପରେ ଝାମ୍ପମାରି ଧରିବାକୁ ଅପେକ୍ଷା କରିଅଛି। ତୁମ୍ଭେ ନିଶ୍ଚୟ ତା’ ଉପରେ ରାଜତ୍ୱ କରିବ।”
8 କୟିନ ତା'ର ଭାଇ ହେବଲକୁ କହିଲା, “ଗ୍ଭଲ କ୍ଷେତକୁ ଯିବା।” ତେଣୁ କୟିନ ଏବଂ ହେବଲ କ୍ଷେତକୁ ବାହାରି ଗଲେ। ଏହା ପରେ କୟିନ ହେବଲକୁ ଆକ୍ରମଣ କରି ହତ୍ୟା କଲା।
9 ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ତୁମ୍ଭର ଭାଇ ହେବଲ କେଉଁଠି?”
କୟିନ ଉତ୍ତର ଦେଲା, “ମୁଁ ଜାଣେ ନାହିଁ, ଏହା କ’ଣ ମୋର କାମ ଯେ ମୋର ଭାଇର ମୁଁ ଯତ୍ନ ନେବି ଓ ଜଗି ରହିବି?”
10 ଏହା ପରେ ସଦାପ୍ରଭୁ କହିଲେ, “ତୁମ୍ଭେ କ’ଣ କଲ? ତୁମ୍ଭ ଭାଇର ରକ୍ତ ଭୂମିରୁ ଆମ୍ଭ ପ୍ରତି ଡାକ ପକାଉଛି। 11 ଭୂମିରେ ତୁମ୍ଭ ଭାଇର ରକ୍ତ ଢାଳିଲ। ସେଥିପାଇଁ ତୁମ୍ଭେ ଅଭିଶପ୍ତ ହେଲ ଏବଂ ତୁମ୍ଭକୁ ଭୂମିରୁ ବାହାର କରାଯିବ। 12 ଅତୀତରେ ଭୂମିରେ କୃଷିକର୍ମ କଲେହେଁ ତାହା ଆପଣା ଶକ୍ତି ଦେଇ ଆଉ ତୁମ୍ଭର ସେବା କରିବ ନାହିଁ। ତୁମ୍ଭେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲୁଥିବ, ପୃଥିବୀରେ ତୁମ୍ଭର ଗୃହ ରହିବ ନାହିଁ।”
13 ଏହା ପରେ କୟିନ କହିଲା, “ମୋର ଦଣ୍ଡ ଅସହ୍ୟ! 14 ଆଜି ତୁମ୍ଭେ ମୋତେ ଏହି ଭୂମିରୁ ତଡ଼ି ଦେଲ, ତହିଁରେ ମୁଁ ତୁମ୍ଭଠାରୁ ଲୁକାୟିତ ହେବି। ମୁଁ ଏକ ପଳାତକ ଓ ପୃଥିବୀରେ ଭ୍ରମଣକାରୀ ହେବି। ଏପରି ହେବ ଯେ, କୌଣସି ଲୋକ ମୋତେ ପାଇଲେ ବଧ କରିବ।”
15 ଏହା ପରେ ସଦାପ୍ରଭୁ କୟିନକୁ କହିଲେ, “ମୁଁ ଏପରି ଘଟିବାକୁ ଦେବି ନାହିଁ! ଯଦି କୌଣସି ଲୋକ ତୁମ୍ଭକୁ ହତ୍ୟା କରେ, ତେବେ ମୁଁ ତାକୁ ଅଧିକରୁ ଅଧିକ ଦଣ୍ଡ ବିଧାନ କରିବି।” ଏହା ପରେ ସଦାପ୍ରଭୁ ପରମେଶ୍ୱର କୟିନକୁ ଏକ ଚିହ୍ନ ଦେଲେ। ଚିହ୍ନଟି ଦର୍ଶାଇଲା ଯେ, କେହି ତାକୁ ମାରିବା ଉଚିତ୍ ନୁହେଁ।
କୟିନର ପରିବାର
16 ଏହା ପରେ କୟିନ ସଦାପ୍ରଭୁଙ୍କ ସମ୍ମୁଖରୁ ପ୍ରସ୍ଥାନ କରି ଏଦନର ପୂର୍ବଦିଗସ୍ଥ ନୋଦ ନାମକ ଦେଶରେ ବାସ କଲା।
11 ତେଣୁ ଯିଏ ପବିତ୍ର କରନ୍ତି, ଓ ଯେଉଁମାନେ ପବିତ୍ର ହୁଅନ୍ତି ଦୁହେଁ ଗୋଟିଏ ପରିବାରର ଅଟନ୍ତି। ଅତଏବ ଯୀଶୁ ସେମାନଙ୍କୁ ନିଜ ଭାଇ ଓ ଭଉଣୀ ଡାକିବାରେ ଲଜ୍ଜା ବୋଧ କରନ୍ତି ନାହିଁ। 12 ଯୀଶୁ କୁହନ୍ତି:
“ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି।
ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।”(A)
13 ସେ ଆହୁରି କହନ୍ତି:
“ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।”(B)
ଓ ସେ କୁହନ୍ତି:
“ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।”(C)
14 ସେହି ସନ୍ତାନମାନେ ରକ୍ତମାଂସ ବିଶିଷ୍ଟ ଶରୀର ଧାରଣ କରିଛନ୍ତି। ଅତଏବ ଯୀଶୁ ସେମାନଙ୍କ ଭଳି ରକ୍ତ ମାଂସର ଶରୀର ଧାରଣ କଲେ। ସେହିପରି କରିବା ଦ୍ୱାରା, ଯୀଶୁ ମୃତ୍ୟୁ ଶକ୍ତିର ନିଦାନ ଶୟତାନକୁ ବିନଷ୍ଟ କଲେ। 15 ମୃତ୍ୟୁ ଭୟରେ ସାରା ଜୀବନ ବନ୍ଧନ ଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯୀଶୁ ମାନବରୂପ ଧାରଣ କରି ମୃତ୍ୟୁ ବରଣ କଲେ। 16 କାରଣ ପ୍ରକୃତରେ ଯୀଶୁ ସ୍ୱର୍ଗଦୂତମାନଙ୍କ ପ୍ରତି ମନଯୋଗୀ ନ ହୋଇ ଅବ୍ରହାମଙ୍କର ସନ୍ତାନମାନଙ୍କୁ ସାହାଯ୍ୟ କରନ୍ତି। 17 ଅତଏବ ସମସ୍ତ ବିଷୟରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହେବାକୁ ପଡ଼ିଲା। ଯେପରି ପରମେଶ୍ୱରଙ୍କ ସେବାରେ ସେହି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ୱସ୍ତ ମହାଯାଜକ ହୁଅନ୍ତି। 18 ଯୀଶୁ ପରୀକ୍ଷିତ ହୋଇ ଦୁଃଖ ଭୋଗ କରିଥିବାରୁ ପରୀକ୍ଷିତ ଲୋକମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ସକ୍ଷମ ଅଟନ୍ତି।
ଯୀଶୁ, ପରମେଶ୍ୱରଙ୍କ ମେଷଶାବକ
29 ତହିଁ ଆରଦିନ ଯୋହନ ଯୀଶୁଙ୍କୁ ତାହାଙ୍କ ପାଖକୁ ଆସୁଥିବା ଦେଖି କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ। ଯେ ଜଗତର ପାପ ବହିନେଇଯାଆନ୍ତି। 30 ମୁଁ ଆଗରୁ ଏହି ବ୍ୟକ୍ତିଙ୍କ ବିଷୟରେ କହିଥିଲି। ମୁଁ କହିଥିଲି, ‘ମୋ’ ପରେ ଜଣେ ବ୍ୟକ୍ତି ଆସୁଛନ୍ତି, ସେ ମୋ'ଠାରୁ ଶ୍ରେଷ୍ଠ। କାରଣ ମୁଁ ଜନ୍ମ ହେବା ପୂର୍ବରୁ ସେ ବାସ କରୁଥିଲେ।’ 31 ମୁଁ ନିଜେ ମଧ୍ୟ ତାହାଙ୍କୁ ଜାଣି ନ ଥିଲି। କିନ୍ତୁ ଇସ୍ରାଏଲ ଲୋକମାନେ ଯେପରି ଜାଣି ପାରିବ ଯେ ଯୀଶୁ ହିଁ ଖ୍ରୀଷ୍ଟ[a] ଅଟନ୍ତି। ଏଥିନିମନ୍ତେ ମୁଁ ଲୋକମାନଙ୍କୁ ଜଳରେ ବାପ୍ତିଜିତ କରିବା ପାଇଁ ଆସିଅଛି।”
32-33 ତା'ପରେ ଯୋହନ ସାକ୍ଷ୍ୟ ଦେଇ କହିଲେ, “ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ୟ ଜାଣି ନ ଥିଲି। କିନ୍ତୁ ପରମେଶ୍ୱର ମୋତେ ଲୋକମାନଙ୍କୁ ଜଳରେ ବାପ୍ତିଜିତ ଦେବା ପାଇଁ ପଠାଇଲେ। ଏବଂ ପରମେଶ୍ୱର ମୋତେ କହିଥିଲେ, ‘ତୁମ୍ଭେ ପବିତ୍ରଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ୟକ୍ତିଙ୍କ ଉପରେ ସ୍ଥିର ହୋଇ ରହିବା ଦେଖିବ, ସେ ସେହି ବ୍ୟକ୍ତି ଯିଏ ଲୋକମାନଙ୍କୁ ପବିତ୍ରଆତ୍ମାଙ୍କ ଦ୍ୱାରା ବାପ୍ତିଜିତ ଦେବେ।’” ଯୋହନ କହିଲେ, “ଏସବୁ ଘଟିବାର ମୁଁ ଦେଖିଛି। ସ୍ୱର୍ଗରୁ ଆତ୍ମା ଅବତରଣ କରିବାର ମୁଁ ଦେଖିଲି। ସେହି ଆତ୍ମା ଗୋଟିଏ କପୋତ ପରି ଦେଖା ଯାଉଥିଲେ ଓ ଯୀଶୁଙ୍କ ଉପରେ ବସି ରହିଥିବାର ମୁଁ ଦେଖିଲି। 34 ତେଣୁ ମୁଁ ଲୋକମାନଙ୍କୁ ଏହା କହେ: ‘ସେ (ଯୀଶୁ) ପରମେଶ୍ୱରଙ୍କର ପୁତ୍ର।’”
ଯୀଶୁଙ୍କର ପ୍ରଥମ ଶିଷ୍ୟମାନେ
35 ତହିଁ ଆରଦିନ ଯୋହନ ପୁଣି ସେଠାରେ ଥିଲେ, ଆଉ ତାହାଙ୍କ ସହିତ ତାହାଙ୍କର ଦୁଇଜଣ ଶିଷ୍ୟ ଥିଲେ। 36 ସେତେବେଳେ ଯୋହନ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, “ଏହି ଦେଖ, ପରମେଶ୍ୱରଙ୍କର ମେଷଶାବକ।”
37 ସେହି ଦୁଇଜଣ ଶିଷ୍ୟ ଯୋହନଙ୍କ ଏହି କଥା ଶୁଣିଲେ, ତେଣୁ ସେମାନେ ଯୀଶୁଙ୍କ ପଛେ ପଛେ ଗଲେ। 38 ଯୀଶୁ ବୁଲି ପଡ଼ି ଦେଖିଲେ ଯେ, ସେହି ଦୁଇଜଣ ବ୍ୟକ୍ତି ତାହାଙ୍କ ପଛେ ପଛେ ଆସୁଅଛନ୍ତି। ତେଣୁ ସେ ସେମାନଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ କ'ଣ ଗ୍ଭହଁ?”
ସେମାନେ ଉତ୍ତର ଦେଲେ, “ରାବ୍ବୀ (“ରାବ୍ବୀ” ଅର୍ଥାତ୍ “ଗୁରୁ”), ଆପଣ କେଉଁଠାରେ ରହୁଛନ୍ତି?”
39 ଯୀଶୁ ସେମାନଙ୍କୁ କହିଲେ, “ମୋ’ ସହିତ ଆସ, ଆଉ ତୁମ୍ଭେମାନେ ଦେଖିବ।” ତେଣୁ ସେହି ଦୁଇଜଣ ଯୀଶୁଙ୍କ ସହିତ ଗଲେ ଏବଂ ସେମାନେ ତାହାଙ୍କର ରହିବା ସ୍ଥାନ ଦେଖିଲେ। ସେ ଦିନ ସେମାନେ ଯୀଶୁଙ୍କ ସିହତ ରହିଲେ। ସେତେବେଳେ ସମୟ ପ୍ରାୟ ଗ୍ଭରିଘଣ୍ଟା[b] ହୋଇଥିଲା।
40 ଏହି ଦୁଇ ଜଣ ଲୋକ ଯୋହନଙ୍କଠାରୁ ଯୀଶୁଙ୍କ ବିଷୟରେ ଶୁଣି ତାହାଙ୍କର ପଛେ ପଛେ ଯାଇଥିଲେ, ସେ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଥିଲେ ଆନ୍ଦ୍ରିୟ। ଆନ୍ଦ୍ରିୟ ଶିମୋନ ପିତରଙ୍କର ଭାଇ ଥିଲେ। 41 ଆନ୍ଦ୍ରିୟ ପ୍ରଥମେ ତାହାଙ୍କ ଭାଇ ଶିମୋନଙ୍କ ପାଖକୁ ଗଲେ। ସେ ଶିମୋନଙ୍କୁ କହିଲେ, “ଆମ୍ଭେ ମଶୀହଙ୍କୁ ଭେଟିଛୁ।” (“ମଶୀହ” ଅର୍ଥାତ୍ “ଖ୍ରୀଷ୍ଟ।”)
42 ତା'ପରେ ଆନ୍ଦ୍ରିୟ ଶିମୋନଙ୍କୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଏକଦୃଷ୍ଟିରେ ଗ୍ଭହିଁ କହିଲେ, “ତୁମ୍ଭେ ଯୋହନଙ୍କ ପୁତ୍ର ଶିମୋନ। ତୁମ୍ଭେ କେଫା ନାମରେ ଡକା ଯିବ।” (“କେଫା” ଅର୍ଥାତ୍ “ପିତର”)
2010 by World Bible Translation Center