Book of Common Prayer
ଏକ ଆରୋହଣ ଗୀତ।
121 ମୁଁ ସାହାଯ୍ୟ ପାଇଁ ପର୍ବତଗଣ ଆଡ଼େ ଗ୍ଭହେଁ।
କିନ୍ତୁ ପ୍ରକୃତରେ କେଉଁଠାରୁ ମୋର ସାହାଯ୍ୟ ଆସିବ?
2 ମୋର ସାହାଯ୍ୟ ସଦାପ୍ରଭୁଙ୍କଠାରୁ ଆସିବ
ଯିଏକି ଆକାଶ ଓ ପୃଥିବୀର ସୃଷ୍ଟିକର୍ତ୍ତା।
3 ସେ ତୁମ୍ଭର ପାଦକୁ ଟଳମଳ ହେବାକୁ ଦେବେ ନାହିଁ।
ତୁମ୍ଭର ରକ୍ଷାକର୍ତ୍ତା କେବେହେଲେ ନିଦ୍ରିତ ହେବେ ନାହିଁ।
4 ଇସ୍ରାଏଲର ରକ୍ଷାକର୍ତ୍ତା କେବେ ନିଦ୍ରା ଯିବେ ନାହିଁ।
କି କେବେ ଶୋଇବେ ନାହିଁ।
5 ସଦାପ୍ରଭୁ ତୁମ୍ଭର ରକ୍ଷାକର୍ତ୍ତା।
ସଦାପ୍ରଭୁ ତୁମ୍ଭର ଦକ୍ଷିଣ ପାର୍ଶ୍ୱରେ ତୁମ୍ଭକୁ ଢାଲ ଘୋଡ଼ାନ୍ତି ଏବଂ ରକ୍ଷା କରନ୍ତି।
6 ଦିନରେ ସୂର୍ଯ୍ୟ ତୁମ୍ଭକୁ ଆଘାତ କରି ପାରିବେ ନାହିଁ
କିମ୍ବା ରାତିରେ ଚନ୍ଦ୍ର ତୁମ୍ଭକୁ ଆଘାତ କରି ପାରିବ ନାହିଁ।
7 ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
8 ବର୍ତ୍ତମାନ ଏବଂ ସବୁଦିନ ପାଇଁ ଯିବା ଆସିବା ବେଳେ
ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ।
ଦାଉଦ ମନ୍ଦିର ଯିବା ସମୟରେ ଗୀତ।
122 ମୁଁ ଖୁସୀ ହେଲି, ଯେତେବେଳେ ଲୋକମାନେ କହିଲେ,
“ଗ୍ଭଲ ସଦାପ୍ରଭୁଙ୍କ ମନ୍ଦିରକୁ ଯିବା।”
2 ହେ ଯିରୁଶାଲମ!ଏହିଠାରେ ଆମ୍ଭେମାନେ ତୁମ୍ଭର ଫାଟକ ପାଖରେ ଠିଆ ହୋଇଅଛୁ।
3 ଯିରୁଶାଲମ ସହର ଭଳି ତିଆରି ହୋଇଅଛି,
ଏହା ଦୃଢ଼ ଭାବରେ ଏବଂ କଠିନ ଭାବରେ ନିର୍ମିତ ହେବା ଉଚିତ୍।
4 ଏହା ହେଉଛି ଯେଉଁଠାରେ କି ଗୋଷ୍ଠୀବର୍ଗ ଆସନ୍ତି।
ସଦାପ୍ରଭୁଙ୍କର ଗୋଷ୍ଠୀବର୍ଗ ତାଙ୍କୁ ପ୍ରଶଂସା କରିବା ପାଇଁ ଏଠାକୁ ଆସନ୍ତି।
ଇସ୍ରାଏଲକୁ ଏହିସବୁ କରିବା ପାଇଁ ଆଦେଶ ଦିଆହୁଏ।
5 ଦାଉଦଙ୍କ ପରିବାରର ରାଜାମାନେ ସେମାନଙ୍କର ସିଂହାସନ ଏଠାରେ ସ୍ଥାପନ କରିଥିଲେ।
ସେମାନେ ସେଠାରେ ଲୋକମାନଙ୍କୁ ସୁବିଗ୍ଭର ଦେବା ପାଇଁ ସିଂହାସନ ସ୍ଥାପନ କଲେ।
6 ଯିରୁଶାଲମରେ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କର।
“ମୁଁ ଆଶାକରେ ଯେଉଁମାନେ ତୁମ୍ଭକୁ ପ୍ରେମ କରନ୍ତି ସେମାନେ ସେଠାରେ ଶାନ୍ତି ପାଇବେ।
7 ମୁଁ ଆଶାକରେ ସେଠାରେ ତୁମ୍ଭର ପବିତ୍ର ଗୃହ ଭିତରେ ଶାନ୍ତି ମିଳିବ।
ମୁଁ ଆଶା କରେ ଯେ, ତୁମ୍ଭର ବିରାଟ ରାଜପ୍ରାସାଦରେ ନିରାପଦ ହେଉ।”
8 ମୋର ପରିବାର ଏବଂ ମୋର ପଡ଼ୋଶୀମାନଙ୍କର ମଙ୍ଗଳ ପାଇଁ
ଯିରୁଶାଲମ, ତୁମ୍ଭର ଶାନ୍ତି ପାଇଁ ପ୍ରାର୍ଥନା କରେ।
9 ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କର ମନ୍ଦିରର ମଙ୍ଗଳ ନିମନ୍ତେ ମୁଁ ପ୍ରାର୍ଥନା କରେ ଯେ,
ଯିରୁଶାଲମ ତୁମ୍ଭ ପାଇଁ ସବୁ ଉତ୍ତମ ଘଟୁ।
ଏକ ଆରୋହଣ ଗୀତ।
123 ସଦାପ୍ରଭୁ, ମୁଁ ତୁମ୍ଭକୁ ଗ୍ଭହିଁ, ପ୍ରାର୍ଥନା କରେ।
ତୁମ୍ଭେ ସ୍ୱର୍ଗରେ ରାଜାପରି ବସ।
2 କ୍ରୀତଦାସମାନେ ସେମାନଙ୍କ ଆବଶ୍ୟକ ଦ୍ରବ୍ୟ ପାଇଁ
ତାଙ୍କର କର୍ତ୍ତାଙ୍କ ଉପରେ ନିର୍ଭର କରନ୍ତି।
ଠିକ୍ ସେହିପରି, ଆମ୍ଭେ ଆପଣା ସଦାପ୍ରଭୁ ପରମେଶ୍ୱରଙ୍କଠାରେ ନିର୍ଭର କରୁ।
ଆମ୍ଭେ ପରମେଶ୍ୱରଙ୍କ ପାଇଁ ଅପେକ୍ଷା କରୁ, ଆମ୍ଭକୁ ଦୟା ଦେଖାଅ।
3 ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ, ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି ଦୟାଶୀଳ ହୁଅ!
ଆମ୍ଭେମାନେ ଦୀର୍ଘ ସମୟ ଅପମାନିତ ହୋଇଅଛୁ।
4 ସେହି ଅଳସୁଆ ଓ ଅହଙ୍କାରୀମାନଙ୍କଠାରୁ ଆମ୍ଭକୁ ବହୁତ ଅପମାନ
ଓ ଘୃଣ୍ୟ ବାକ୍ୟସବୁ ମିଳିଅଛି।
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା’ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
ଆରୋହଣ ଗୀତ।
132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
4 ମୁଁ ଶୟନ କରିବି ନାହିଁ।
ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
5 ମୁଁ ମୋର ଗୃହକୁ ଯିବି ନାହିଁ
ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”
6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
“ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”
13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”
14 ସଦାପ୍ରଭୁ କୁହନ୍ତି, “ମିଶରର ସମ୍ପଦ,
କୂଶର ବାଣିଜ୍ୟର ଲାଭ ଓ ଦୀର୍ଘକାୟ ସବାୟୀୟମାନେ ତୁମ୍ଭ ନିକଟକୁ ଆସିବେ ଓ ତୁମ୍ଭର ହେବେ।
ସେମାନେ ତୁମ୍ଭର ଅନୁସରଣ କରିବେ।
ସେମାନେ ହସ୍ତରେ ଶୃଙ୍ଖଳାବଦ୍ଧ ହୋଇ ଆସିବେ,
ପୁଣି ସେମାନେ ତୁମ୍ଭକୁ ପ୍ରଣାମ କରିବେ ଓ ନିବେଦନ କରି କହିବେ,
‘ପ୍ରକୃତରେ ଇସ୍ରାଏଲର ପରମେଶ୍ୱର ତୁମ୍ଭ ମଧ୍ୟରେ ଅଛନ୍ତି,
ତାଙ୍କ ବିନା ଆଉ କେହି ପରମେଶ୍ୱର ନାହାନ୍ତି
ଓ ତାଙ୍କ ବ୍ୟତୀତ ଆଉ କେହି ମଧ୍ୟ ନାହାନ୍ତି।’”
15 ହେ ତ୍ରାଣକର୍ତ୍ତା, ଇସ୍ରାଏଲର ପରମେଶ୍ୱର,
ତୁମ୍ଭେ ନିଶ୍ଚୟ ଆତ୍ମା ଗୋପନକାରୀ ପରମେଶ୍ୱର ଅଟ।,
16 ସେମାନେ ସମସ୍ତେ ଲଜ୍ଜିତ ଓ ଲାଞ୍ଚିତ ହେବେ।
ପ୍ରତିମା ନିର୍ମାଣକାରୀ ସମସ୍ତେ
ଏକା ସଙ୍ଗେ ଅପମାନିତ ହେବେ।
17 ମାତ୍ର ଇସ୍ରାଏଲ ସଦାପ୍ରଭୁଙ୍କ ଦ୍ୱାରା ଅନନ୍ତକାଳସ୍ଥାୟୀ ପରିତ୍ରାଣ ପାଇବ;
ତୁମ୍ଭେମାନେ ଯୁଗ ଯୁଗାନ୍ତ ଯାଏ ଲଜ୍ଜିତ
କିମ୍ବା ବିବ୍ରତ ହେବ ନାହିଁ।
18 ସଦାପ୍ରଭୁ ହିଁ ପରମେଶ୍ୱର,
ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା,
ସେ ପୃଥିବୀର ମଧ୍ୟ ନିର୍ମାଣକାରୀ,
ସେ ଏହାକୁ ସ୍ଥାପନ କଲେ,
ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ।
ସେ ତାକୁ ବସତି ପାଇଁ ସ୍ଥାପନ କଲେ।
“ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି।
19 ଆମ୍ଭେ ଗୋପନରେ କହି ନାହୁଁ
କିମ୍ବା ଅନ୍ଧକାରମୟ ଦେଶର କୌଣସି ସ୍ଥାନରେ କହି ନାହୁଁ।
ଏହା ଆମ୍ଭେ ଯାକୁବ ପରିବାରକୁ କହି ନାହୁଁ;
ତୁମ୍ଭେ ମୋତେ ନଗଣ୍ୟ ଭାବରେ ଅନୁସରଣ କର।
ମୁଁ ସଦାପ୍ରଭୁ, ମୁଁ ସତ୍ୟ କହେ,
ମୁଁ ନ୍ୟାୟ କହେ ଏବଂ ସରଳ କଥା କହେ।”
ମଣ୍ଡଳୀ ପାଇଁ ପାଉଲଙ୍କ କାମ
24 ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମୋତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦେହ ସ୍ୱରୂପ ମଣ୍ଡଳୀ ମାଧ୍ୟମରେ କେତେକ କଷ୍ଟ ଭୋଗିବା ବାକି ଥିଲା। ସେଗୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମୋର ଅଂଶ ମୁଁ ମୋ’ ଦେହରେ ଗ୍ରହଣ କରୁଛି। 25 ପରମେଶ୍ୱର ମୋତେ ମଣ୍ଡଳୀର ଜଣେ ସେବକ ହେବା ପାଇଁ ଏକ ବିଶେଷ କାମ ଦେଇଛନ୍ତି। ଏହି କାମ ତୁମ୍ଭମାନଙ୍କୁ ସାହାଯ୍ୟ କରୁଛି। ମୋ’ କାମ ହେଉଛି ତୁମ୍ଭମାନଙ୍କୁ ପୂର୍ଣ୍ଣଭାବରେ ପରମେଶ୍ୱରଙ୍କ ଶିକ୍ଷା ପ୍ରଦାନ କରିବା। 26 ସୃଷ୍ଟିର ଆରମ୍ଭରୁ ଏହି ଗୁପ୍ତ ସତ୍ୟଟି ସମସ୍ତ ଲୋକମାନଙ୍କ ପାଇଁ ଗୋପନୀୟ ଥିଲା। କିନ୍ତୁ ଏବେ ସେହି ଗୁପ୍ତ ସତ୍ୟ ପରମେଶ୍ୱରଙ୍କ ପବିତ୍ର ଲୋକମାନଙ୍କୁ ଜଣାଇ ଦିଆଗଲା। 27 ଏହି ମହାନ୍ ସତ୍ୟଟି ସମସ୍ତଙ୍କ ପାଇଁ ଅଟେ। ପରମେଶ୍ୱର ଏହି ମହାନ୍ ଓ ବୈଭବପୂର୍ଣ୍ଣ ସତ୍ୟକୁ ନିଜ ଲୋକଙ୍କୁ ଜଣାଇ ଦେବା ପାଇଁ ସ୍ଥିର କଲେ। ଏହି ସତ୍ୟ ସ୍ୱୟଂ ତୁମ୍ଭମାନଙ୍କ ଭିତରେ ଥିବା ଖ୍ରୀଷ୍ଟ ନିଜେ ଅଟନ୍ତି। ପରମେଶ୍ୱରଙ୍କ ମହିମା ପ୍ରାପ୍ତ କରିବା ପାଇଁ, ସେ ହେଉଛନ୍ତି ଆମ୍ଭର ଏକମାତ୍ର ଭରସା। 28 ଅତଏବ ଆମ୍ଭେ ଖ୍ରୀଷ୍ଟଙ୍କ ବିଷୟରେ ଲୋକଙ୍କୁ କହି ଗ୍ଭଲିଛୁ। ଆମ୍ଭେ ପ୍ରତ୍ୟେକ ଲୋକଙ୍କୁ ଶିକ୍ଷା ଦେବା ଓ ଶକ୍ତିଶାଳୀ କରିବା ପାଇଁ ଆମ୍ଭର ସମସ୍ତ ଜ୍ଞାନ ଖଟାଉଛୁ। ଏପରି କରି ଆମ୍ଭେ ଖ୍ରୀଷ୍ଟଙ୍କଠାରେ ଆଧ୍ୟାତ୍ମିକ ଭାବରେ ପରିପୂର୍ଣ୍ଣ ହୋଇ ପରମେଶ୍ୱରଙ୍କ ଆଗରେ ସମସ୍ତଙ୍କୁ ଉପସ୍ଥିତ କରି ପାଇବାକୁ ଚେଷ୍ଟା କରୁଛୁ। 29 ଖ୍ରୀଷ୍ଟ ମୋତେ ଦେଇଥିବା ମହାନ୍ ଶକ୍ତି ବଳରେ ସଂଘର୍ଷ କରି ମୁଁ ଏହି କାମଟି କରୁଛି। ଏହି ଶକ୍ତି ମୋ’ ଜୀବନରେ କାମ କରୁଛି।
2 ମୁଁ ଗ୍ଭହେଁ ତୁମ୍ଭେମାନେ ଜାଣିରଖ ଯେ ତୁମ୍ଭମାନଙ୍କୁ ସାହାଯ୍ୟ କରିବା ପାଇଁ ମୁଁ କଠିନ ପରିଶ୍ରମ କରୁଛି। ଏବଂ ଲାଅଦିକୀଆରେ ଥିବା ଲୋକମାନଙ୍କୁ ଓ ମୋତେ ଦେଖି ନ ଥିବା ଅନ୍ୟ ଲୋକମାନଙ୍କୁ ମଧ୍ୟ ମୁଁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। 2 ମୁଁ ଇଚ୍ଛା କରେ ଯେ ସେମାନେ ପ୍ରେମରେ ବାନ୍ଧି ହୋଇ ଶକ୍ତିଶାଳୀ ହୁଅନ୍ତୁ। ମୁଁ ଏହା ମଧ୍ୟ ଇଚ୍ଛା କରେ ଯେ ସେମାନେ ବୋଧଶକ୍ତି ଦ୍ୱାରା ପ୍ରାପ୍ତ ଦୃଢ଼ ବିଶ୍ୱାସରେ ଧନୀ ହୁଅନ୍ତୁ। ମୋର ଇଚ୍ଛା ଯେ ତୁମ୍ଭେମାନେ ପରମେଶ୍ୱରଙ୍କ ଦ୍ୱାରା ଜ୍ଞାତ କରାଯାଇଥିବା ଗୁପ୍ତ ସତ୍ୟ ଅର୍ଥାତ୍ ଖ୍ରୀଷ୍ଟଙ୍କୁ ପୂର୍ଣ୍ଣ ଭାବରେ ଜାଣ। 3 ଖ୍ରୀଷ୍ଟଙ୍କଠାରେ ଜ୍ଞାନ ଓ ବିଜ୍ଞତାର ଭଣ୍ଡାର ସୁରକ୍ଷିତ ରଖା ହୋଇଛି।
4 ମୋର ଏପରି କହିବା ଉଦ୍ଦେଶ୍ୟ ଯେ ତୁମ୍ଭମାନଙ୍କୁ ଯେପରି କେହି ଭଲ ବୋଲି ଜଣା ପଡ଼ୁଥିବା ଅସତ୍ୟ ଶିକ୍ଷା ଦ୍ୱାରା ବିଭ୍ରାନ୍ତ କରି ନ ଦେଉ। 5 ମୁଁ ମୋ’ ଶରୀରରେ ତୁମ୍ଭ ସହିତ ସେଠାରେ ନାହିଁ, କିନ୍ତୁ ମୋର ଆତ୍ମା ସେଠାରେ ଅଛି। ମୁଁ ତୁମ୍ଭମାନଙ୍କ ଉତ୍ତମ ଜୀବନ ଓ ତୁମ୍ଭମାନଙ୍କର ଖ୍ରୀଷ୍ଟଙ୍କଠାରେ ବଳିଷ୍ଠ ବିଶ୍ୱାସ ଦେଖି ପ୍ରସନ୍ନ ଅଟେ।
ଯୀଶୁ ଖ୍ରୀଷ୍ଟଙ୍କଠାରେ ରହିଥାଅ:
6 ତୁମ୍ଭେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଛ। ଅତଏବ କୌଣସି ଅସ୍ଥିରଚିତ୍ତ ନ ହୋଇ ତାହାଙ୍କୁ ଅନୁସରଣ କରିଗ୍ଭଲ। 7 ତୁମ୍ଭେ କେବଳ ତାଙ୍କ ଉପରେ ନିର୍ଭର କର। ଜୀବନ ଓ ଶକ୍ତି ତାଙ୍କଠାରୁ ଆସେ। ତୁମ୍ଭକୁ ସତ୍ୟର ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଶିକ୍ଷା ଉପରେ ତୁମ୍ଭର ଦୃଢ଼ ଆସ୍ଥା ରହିଥିବା ଉଚିତ୍। ପରମେଶ୍ୱରଙ୍କୁ ସବୁବେଳେ ଧନ୍ୟବାଦ ଦେଉଥାଅ।
ଯୀଶୁ ହେଉଛନ୍ତି ଜଗତର ଆଲୋକ
12 ପରେ, ଯୀଶୁ ପୁଣି ଲୋକମାନଙ୍କୁ ଉପଦେଶ ଦେଲେ। ସେ କହିଲେ, “ମୁଁ ଜଗତର ଆଲୋକ, ମୋତେ ଯେଉଁ ଲୋକ ଅନୁସରଣ କରେ, ସେ କେବେ ଅନ୍ଧକାରରେ ଗ୍ଭଲିବ ନାହିଁ। ସେ ଲୋକ ଜୀବନ ପ୍ରଦାନକାରୀ ଆଲୋକ ପାଇବ।”
13 କିନ୍ତୁ ଫାରୂଶୀମାନେ ଯୀଶୁଙ୍କୁ କହିଲେ, “ତୁମ୍ଭେ ଯେତେବେଳେ ତୁମ୍ଭ ନିଜ ସାକ୍ଷ୍ୟ ଦେଉଛ, ସେତେବେଳେ ତୁମ୍ଭେ କେବଳ ଏସବୁ କଥା ସତ୍ୟ ବୋଲି କହୁଛ। ତେଣୁ ଆମ୍ଭେ ତୁମ୍ଭର ଏସବୁ କଥା ଗ୍ରହଣ କରି ପାରିବୁ ନାହିଁ।”
14 ଯୀଶୁ ଉତ୍ତର ଦେଲେ, “ହଁ, ମୁଁ ମୋ’ ବିଷୟରେ ଏସବୁ କଥା କହୁଛି, କିନ୍ତୁ ମୁଁ ଯାହା କହୁଛି, ଲୋକେ ବିଶ୍ୱାସ କରି ପାରିବେ। କାରଣ ମୁଁ ଜାଣେ, ମୁଁ କେଉଁଠାରୁ ଆସିଛି ଓ ମୁଁ କେଉଁଆଡ଼େ ଯାଉଛି। ମୁଁ ତୁମ୍ଭମାନଙ୍କ ଭଳି ନୁହେଁ। ତୁମ୍ଭେ ଜାଣି ନାହଁ, ମୁଁ କେଉଁଠାରୁ ଆସିଛି ଓ କେଉଁଠାକୁ ଯାଉଛି। 15 ପୃଥିବୀର ଲୋକମାନଙ୍କୁ ବିଗ୍ଭର କଲା ଭଳି ତୁମ୍ଭେ ମୋର ବିଗ୍ଭର କରୁଛ। ମୁଁ କାହାର ବିଗ୍ଭର କରୁ ନାହିଁ। 16 କିନ୍ତୁ ମୁଁ ଯଦି ବିଗ୍ଭର କରେ, ତେବେ ମୋ’ ବିଗ୍ଭର ଠିକ୍ ହୁଅନ୍ତା। କାରଣ ମୁଁ ଏକୁଟିଆ ନୁହେଁ, ମୋ’ ସହିତ ମୋର ପ୍ରେରଣକର୍ତ୍ତା ପରମପିତା ଅଛନ୍ତି। 17 ତୁମ୍ଭର ବିଧି ବ୍ୟବସ୍ଥା କୁହେ ଯେ, କୌଣସି ଘଟଣା ସମ୍ବନ୍ଧରେ ଯଦି ଦୁଇଜଣ ସାକ୍ଷୀ ସମାନ କଥା କହନ୍ତି, ତେବେ ତୁମ୍ଭେ ନିଶ୍ଚୟ ସେମାନଙ୍କ କଥା ଗ୍ରହଣ କରିବ। 18 ମୁଁ ମୋ’ ନିଜ ସମ୍ବନ୍ଧରେ ଜଣେ ସାକ୍ଷୀ ଓ ମୋତେ ପଠାଇଥିବା ପରମପିତା ମୋର ଆଉ ଜଣେ ସାକ୍ଷୀ।”
19 ଲୋକମାନେ ପଗ୍ଭରିଲେ, “ତୁମ୍ଭର ପିତା କାହାନ୍ତି?”
ଯୀଶୁ ଉତ୍ତର ଦେଲେ, “ତୁମ୍ଭେ ମୋତେ ଜାଣି ନାହଁ ଓ ମୋ’ ପରମପିତାଙ୍କୁ ମଧ୍ୟ ଜାଣି ନାହିଁ। କିନ୍ତୁ ତୁମ୍ଭେ ଯଦି ମୋତେ ଜାଣିଥା’ନ୍ତ, ତେବେ ମୋ’ ପରମପିତାଙ୍କୁ ମଧ୍ୟ ଜାଣିଥା’ନ୍ତ।”
2010 by World Bible Translation Center