Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 68

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗାନାର୍ଥକ ଗୀତ।

68 ପରମେଶ୍ୱର ଉଠ ଏବଂ ତାଙ୍କର ଶତ୍ରୁଗଣଙ୍କୁ ଛିନ୍ନଭିନ୍ନ କର।
    ସମସ୍ତ ଶତ୍ରୁ ତାଙ୍କଠାରୁ ପଳାଇ ଯାଆନ୍ତୁ।
ଯେମିତି ପବନ ଦ୍ୱାରା ଧୂଆଁ ବିଚ୍ଛୁରିତ ହୁଏ,
    ସେହିପରି ତୁମ୍ଭର ଶତ୍ରୁ ଛିନ୍ନଭିନ୍ନ ହୁଅନ୍ତୁ।
ଯେପରି ନିଆଁରେ ମହମ ତରଳି ଯାଏ,
    ଏହିପରି ତୁମ୍ଭର ଶତ୍ରୁମାନଙ୍କର ବିନାଶ ହେଉ।
ପରମେଶ୍ୱରଙ୍କ ସହିତ ଧାର୍ମିକ ଲୋକମାନେ ଖୁସୀ ହୁଅନ୍ତି
    ଓ ଧାର୍ମିକ ଲୋକମାନେ ପରମେଶ୍ୱରଙ୍କ ସମ୍ମୁଖରେ ଆନନ୍ଦିତ ହୁଅନ୍ତି, ସେମାନେ ଆନନ୍ଦର ସହିତ ପାଳନ କରନ୍ତି।
ପରମେଶ୍ୱରଙ୍କ ନିମନ୍ତେ ସଙ୍ଗୀତ ଗାନ କର, ତାଙ୍କର ନାମର ଗୁଣଗାନ କର।
    ପରମେଶ୍ୱରଙ୍କର ପ୍ରଶଂସା ହେଉ।
ଯିଏ ମେଘ ଉପରେ ଆରୋହଣ କରନ୍ତି,
    ତାଙ୍କ ଆଗରେ ଆନନ୍ଦିତ ହୁଅ।
ତାଙ୍କର ପବିତ୍ର ମନ୍ଦିରରେ ପରମେଶ୍ୱର ଅନାଥମାନଙ୍କର ନାଥ
    ଏବଂ ସେ ବିଧବାମାନଙ୍କୁ ସୁରକ୍ଷା କରନ୍ତି।
ଯିଏ ପରିବାରରେ ଏକାକୀ ଥାଏ, ପରମେଶ୍ୱର ଲୋକ ପଠାନ୍ତି,
    ଏପରିକି ଏକାକୀ ଲୋକଙ୍କୁ ପରମେଶ୍ୱର ଆନନ୍ଦ ଦିଅନ୍ତି ଓ ବନ୍ଦୀମାନଙ୍କୁ ବନ୍ଧନରୁ ମୁକ୍ତ କରନ୍ତି।
    କିନ୍ତୁ ଯିଏ ପରମେଶ୍ୱରଙ୍କର ବିରୋଧ ହୁଏ, ସେମାନଙ୍କୁ ଶୁଷ୍କ ଭୂମିରେ ରହିବାକୁ ପଡ଼େ।

ହେ ପରମେଶ୍ୱର, ତୁମ୍ଭେ ଆପଣା ଭକ୍ତମାନଙ୍କୁ ମିଶରରୁ ବାହାର କରି ଆଣିଲ
    ଏବଂ ପାଦରେ ଚଲାଇ ମରୁଭୂମିକୁ ପାର କରାଇଲ। ସେଲା
ସୀନୟ ପରମେଶ୍ୱରଙ୍କର! ଇସ୍ରାଏଲର ପରମେଶ୍ୱର!
    ତୁମ୍ଭ କାରଣରୁ ପୃଥିବୀ କମ୍ପିତ ହେଲା ଓ ଆକାଶ ମେଘ ବୃଷ୍ଟି କଲା।
ହେ ପରମେଶ୍ୱର! ତୁମ୍ଭେ ବର୍ଷାକୁ ପଠାଇଲ
    ଏବଂ ପୁରୁଣା ଓ ଦୁର୍ବଳ ଧରିତ୍ରୀକୁ ତୁମ୍ଭେ ପୁଣି ସତେଜ କଲ।
10 ତୁମ୍ଭର ଲୋକମାନେ ସେଠାରେ ବାସ କଲେ।
    ହେ ପରମେଶ୍ୱର, ସେଠାରେ ଗରିବ ଲୋକମାନଙ୍କୁ ତୁମ୍ଭେ ଉତ୍ତମ ବସ୍ତୁ ଦେଇଅଛ।

11 ତୁମ୍ଭର ଲୋକମାନେ ଉତ୍ତମ ଖବର
    ଘୋଷଣା କରିବାକୁ ବାହାରି ଗଲେ।
12 “ବଳଶାଳୀ ରାଜାମାନଙ୍କର ସୈନ୍ୟମାନେ ଏଣେତେଣେ ଦୌଡ଼ି ପଳାଇଲେ।
    ଗୃହରେ ଥିବା ସ୍ତ୍ରୀ ଲୋକମାନେ ସୈନ୍ୟମାନଙ୍କର ଅତ୍ୟାଗ୍ଭର ସହିଲେ।
13 ଘରେ ରହୁଥିବା ଲୋକମାନେ ମଧ୍ୟ ଧନ ଭାଗ ପାଇବେ।
    ସେମାନେ ରୌପ୍ୟ ମଣ୍ଡିତ କପୋତର ଡେଣା ପାଇବେ।
    ସେମାନେ ସୁବର୍ଣ୍ଣରେ ଝଲମଲ କରୁଥିବା ଡେଣା ପାଇବେ।”

14 ପରମେଶ୍ୱର ଯେତେବେଳେ ସଲମୋନା ପର୍ବତରେ ଶତ୍ରୁ ରାଜାମାନଙ୍କୁ ଛିନ୍ନଛତ୍ର କଲେ।
    ସେମାନେ ବରଫପାତ ପରି ଛିନ୍ନଛତ୍ର ହେଲେ।
15 ବାଶନ ପର୍ବତ ମହାନ ପର୍ବତ ଅଟେ,
    ଯାହାର ବୃହତ ଶୃଙ୍ଗ ଅଛି।
16 ବାଶନ ପର୍ବତ, ତୁମ୍ଭେ କାହିଁକି ସିୟୋନ ପର୍ବତକୁ ଈର୍ଷା ଦୃଷ୍ଟିରେ ଦେଖୁଛ?
    ପରମେଶ୍ୱର ଏହାକୁ ପ୍ରେମ କରନ୍ତି।
    ପରମେଶ୍ୱର ଏହାକୁ ସେଠାରେ ଚିରଦିନ ରହିବା ପାଇଁ ମନୋନୀତ କରିଛନ୍ତି।
17 ପରମେଶ୍ୱରଙ୍କର ଅୟୁତ ଅୟୁତ ଓ ଲକ୍ଷ ଲକ୍ଷ ରଥ ଅଛି।
    ସଦାପ୍ରଭୁ ସିୟୋନ ପର୍ବତରୁ ତାଙ୍କର ପବିତ୍ର ସ୍ଥାନକୁ ଆସିଲେ।
18 ସେ ଉଚ୍ଚ ପର୍ବତ ପର୍ଯ୍ୟନ୍ତ ଗଲେ,
    ସେ ବହୁତ ନିର୍ବାସିତମାନଙ୍କୁ ଆଗେଇ ନେଲେ
ଏବଂ ଯଥେଷ୍ଟ ଉପହାରସବୁ ଗ୍ରହଣ କଲେ।
    ସେମାନଙ୍କଠାରୁ ଯେଉଁ ଲୋକମାନେ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ।
    ସଦାପ୍ରଭୁ ପରମେଶ୍ୱର ସେମାନଙ୍କ ମଧ୍ୟରେ ବାସ କରିବେ।

19 ସଦାପ୍ରଭୁଙ୍କର ପ୍ରଶଂସା କର।
    ପରମେଶ୍ୱର ଯିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି,
    ପ୍ରତିଦିନ ଆଶୀର୍ବାଦ ସଂଗ୍ରହ କରି ଦିଅନ୍ତି। ସେଲା

20 ଆମ୍ଭର ପରମେଶ୍ୱର ହେଉଛନ୍ତି ପରମେଶ୍ୱର ଯିଏକି ରକ୍ଷା କରନ୍ତି।
    ଆମ୍ଭମାନଙ୍କର ସଦାପ୍ରଭୁ ମୃତ୍ୟୁଠାରୁ ରକ୍ଷା କରନ୍ତି।
21 ପରମେଶ୍ୱର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ।
    ସେ ସେମାନଙ୍କର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
22 ମୋର ପ୍ରଭୁ କହିଲେ, “ମୋର ଶତ୍ରୁଗଣ ହୁଏତ ବାଶନ ପର୍ବତକୁ ଅଥବା ଭୂମଧ୍ୟସାଗରର ଗଭୀରକୁ ପଳାଇ ଯାଇପାରନ୍ତି।
    କିନ୍ତୁ ମୁଁ ସେମାନଙ୍କୁ ଅକ୍ତିଆର କରିବି ଏବଂ ସେମାନଙ୍କୁ ଫେରାଇ ଆଣିବି।
23 ଯାହା ଫଳରେ ତୁମ୍ଭେ ସେମାନଙ୍କ ରକ୍ତରେ ଗ୍ଭଲିପାରିବ।
    ତୁମ୍ଭମାନଙ୍କର କୁକୁରଗୁଡ଼ିକ ସେମାନଙ୍କର ରକ୍ତ ଗ୍ଭଟି ପାରିବେ।”

24 ପରମେଶ୍ୱର, ତୁମ୍ଭେ ବିଜୟ ପଥର ନେତୃତ୍ୱ ନେବାର ଲୋକମାନେ ଦେଖୁଛନ୍ତି।
    ସେମାନେ ମୋର ପରମେଶ୍ୱର, ମୋର ରାଜା, ତାଙ୍କର ପବିତ୍ର ସ୍ଥାନ ନିକଟକୁ ଯାଉଥିବାର ଦେଖନ୍ତି।
25 ଆଗେ ଆଗେ ଗାୟକମାନଙ୍କର ମଣ୍ଡଳୀ ଯାଉଛନ୍ତି।
    ପଛେ ପଛେ ବାଦ୍ୟକାରମାନଙ୍କର ମଣ୍ଡଳୀ ଆସୁଛନ୍ତି ଏବଂ ମଝିରେ କୁମାରୀ କନ୍ୟାଗଣ ତମ୍ବୁରା ବଜାଉଛନ୍ତି।
26 ପରମେଶ୍ୱରଙ୍କର ପ୍ରଶଂସା ଜନସମାଗମ ମଧ୍ୟରେ କର।
    ଇସ୍ରାଏଲ ଲୋକମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଗୁଣ ଗାଅ।
27 ସେଠାରେ ଏକ ଛୋଟିଆ ଗୋଷ୍ଠୀ ଅଛି।
    ବିନ୍ୟାମୀନ ସେମାନଙ୍କର ନେତୃତ୍ୱ କରୁଛନ୍ତି।
ବହୁତ ଭିଡ଼ ଏବଂ ଯିହୁଦାର ଏକ ପ୍ରଧାନ ସେଠାରେ ଅଛନ୍ତି।
    ସବୁଲୁନ୍ ଓ ନପ୍ତାଲିର ନେତାମାନେ ସେଠାରେ ଅଛନ୍ତି।

28 ହେ ପରମେଶ୍ୱର, ଆମ୍ଭକୁ ଆପଣାର ଶକ୍ତି ଦେଖାଅ,
    ଯାହାର ଉପଭୋଗ ତୁମ୍ଭେ ଆମ୍ଭ ପାଇଁ ବିତିଯାଇଥିବା ଦିନରେ କରିଥିଲ।
29 ହେ ପରମେଶ୍ୱର, ତୁମ୍ଭର ଯିରୁଶାଲମସ୍ଥ ମନ୍ଦିରରୁ
    ରାଜାମାନେ ତୁମ୍ଭ ନିକଟକୁ ଉପହାର ଆଣିବାର ତୁମ୍ଭେ ଦେଖିବ।
30 ନଳବଣର ସେହି “ବନ୍ୟ ପଶୁଗୁଡ଼ିକୁ”[a] ଦଣ୍ଡ ଦିଅ।
    ସେହି ଜାତିଗୁଡ଼ିକର “ଷଣ୍ଢଗୁଡ଼ିକୁ” ଓ “ଗାଈଗୁଡ଼ିକୁ”[b] ଆଦେଶ ମାନିବାକୁ ପ୍ରସ୍ତୁତ କରାଅ।
ତୁମ୍ଭେ ସେହି ଜାତିଗୁଡ଼ିକୁ ଯୁଦ୍ଧରେ ହରାଇଥିଲ।
    ବର୍ତ୍ତମାନ ସେହି ଲୋକମାନଙ୍କୁ ତୁମ୍ଭ ପାଇଁ ରୂପା ଆଣିବେ।
ସେହି ଜାତିମାନଙ୍କୁ ବିକ୍ଷିପ୍ତ କର,
    ଯେଉଁମାନେ ଯୁଦ୍ଧକୁ ଭଲ ପାଆନ୍ତି।
31 ମିଶରୀୟମାନଙ୍କୁ ମୂଲ୍ୟବାନ ପିତ୍ତଳର ଉପହାରଗୁଡ଼ିକ ଆଣିବାକୁ ଆଜ୍ଞା କରାଅ।
    ପରମେଶ୍ୱର, ଇଥିଓପିଆର ଲୋକମାନଙ୍କୁ ଉପହାରଗୁଡ଼ିକ ତୁମ୍ଭ ନିକଟକୁ ଆଣିବାକୁ ଚଞ୍ଚଳ କରାଅ।

32 ହେ ଧରଣୀର ରାଜ୍ୟଗୁଡ଼ିକ, ପରମେଶ୍ୱରଙ୍କ ପାଇଁ ଗୀତ ଗାନ କର।
    ଆମ୍ଭର ପ୍ରଭୁଙ୍କୁ ପ୍ରଶଂସା ଗାନ କର। ସେଲା

33 ପରମେଶ୍ୱରଙ୍କ ପାଇଁ ଗାଅ।
    ସେ ରଥ ଉପରେ ଚଢ଼ି ମହାକାଶରୁ ବାହାରି ଆସନ୍ତି।
    ତୁମ୍ଭେ ତାଙ୍କର ଗୁରୁ ଗମ୍ଭୀର ସ୍ୱରକୁ ଶୁଣ।
34 ଘୋଷଣା କର ଯେ, ପରମେଶ୍ୱର ଶକ୍ତିଶାଳୀ ଅଟନ୍ତି।
    ସେ ଇସ୍ରାଏଲ ଉପରେ ରାଜତ୍ୱ କରନ୍ତି
    ଏବଂ ଆକାଶରେ ତାଙ୍କର ଶକ୍ତି ପ୍ରଦର୍ଶିତ ହୁଏ।
35 ପରମେଶ୍ୱର, ତୁମ୍ଭେ ଆପଣା ମନ୍ଦିରରେ ଭକ୍ତିର ଉତ୍ସ।
    ଇସ୍ରାଏଲର ପରମେଶ୍ୱର ଲୋକମାନଙ୍କୁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତି।

ପରମେଶ୍ୱରଙ୍କର ପ୍ରଶଂସା ଗୁଣଗାନ କର।

ଗୀତସଂହିତା 72

ଶଲୋମନଙ୍କର ଗୀତ।

72 ହେ ପରମେଶ୍ୱର, ରାଜାଙ୍କୁ ସାହାଯ୍ୟ କର, ଯାହା ଫଳରେ ସେ ତୁମ୍ଭ ପରି ବିବେକବାନ ନ୍ୟାୟ ପ୍ରଦାନ କରିବେ।
    ତୁମ୍ଭର ନ୍ୟାୟ ପରାୟଣ ରାଜପୁତ୍ରମାନଙ୍କୁ ଦିଅ।
ରାଜାଙ୍କୁ ସାହାଯ୍ୟ କର, ଯେପରି ସେ ତୁମ୍ଭର ଲୋକମାନଙ୍କୁ ସୁବିଗ୍ଭର ଦେଇ ପାରିବ।
    ତାଙ୍କୁ ସାହାଯ୍ୟ କର, ଯେପରି ସେ ଗରିବ ଲୋକମାନଙ୍କୁ ଉଚିତ୍ ବ୍ୟବହାର କରିବ।
ପର୍ବତ ଏବଂ ପାହାଡ଼ଗୁଡ଼ିକ ଶାନ୍ତି
    ଏବଂ ନ୍ୟାୟପୂର୍ଣ୍ଣ ବିଗ୍ଭର କରନ୍ତୁ।
ରାଜା ଦୀନହୀନ ଲୋକମାନଙ୍କ ପ୍ରତି ନ୍ୟାୟକାରୀ ରୁହନ୍ତୁ।
    ସେ ଅସହାୟ ଲୋକମାନଙ୍କୁ ସହାୟତା କରନ୍ତୁ।
    ସେ ଏମାନଙ୍କ ଉପରେ ଉପଦ୍ରବ କରୁଥିବା ଲୋକମାନଙ୍କୁ ଦଣ୍ଡିତ କରନ୍ତୁ।
ମୁଁ ଆଶା କରେ ସୂର୍ଯ୍ୟ ଓ ଚନ୍ଦ୍ର ଆକାଶରେ ଥିବା ପର୍ଯ୍ୟନ୍ତ
    ଲୋକମାନେ ତୁମ୍ଭକୁ ପୁରୁଷାନୁକ୍ରମେ ଭୟ କରିବେ।[a]
ଭୂମିରେ ବୃଷ୍ଟି ତୁଲ୍ୟ, ଭୂମି ସେଚନକାରୀ ଜଳଧାରା ତୁଲ୍ୟ ତୁମ୍ଭେ ରାଜାଙ୍କୁ ସହାୟ ହୁଅ।
    କ୍ଷେତ୍ରରେ ପଡ଼ୁଥିବା ଜଳଧାରା ହେବା ପାଇଁ ତାଙ୍କୁ ସାହାଯ୍ୟ କର।
ଯେପର୍ଯ୍ୟନ୍ତ ରାଜା ଅଛନ୍ତି, ଧାର୍ମିକତା ବୃଦ୍ଧି ହେଉ।
    ଚନ୍ଦ୍ର ଲୁପ୍ତ ନ ହେବା ପର୍ଯ୍ୟନ୍ତ ପ୍ରଚୁର ଶାନ୍ତି ସ୍ଥାପିତ ହେଉ।
ତାଙ୍କର ରାଜ୍ୟ ସମୁଦ୍ରରୁ ସମୁଦ୍ର ପର୍ଯ୍ୟନ୍ତ
    ଏବଂ ଫରାତ୍ ନଦୀଠାରୁ ଶେଷ ଧରଣୀକୁ ବ୍ୟାପି ଯାଉ।
ମରୁଭୂମିରେ ବାସ କରୁଥିବା ଲୋକମାନେ ତାଙ୍କ ସମ୍ମୁଖରେ ନତ ହେବେ।
    ତାହାଙ୍କ ଶତ୍ରୁଗଣ ଅଧୋମୁଖ ହୋଇ ନତ ମସ୍ତକ ହେବେ।
10 ତର୍ଶୀଶର ରାଜା ଓ ଅନ୍ୟ ସୁଦୂର ରାଜାଗଣ ତାଙ୍କ ପାଇଁ ଉପହାର ଆଣନ୍ତୁ।
    ଶିବାର ଓ ସିବାର ରାଜାଗଣ ତାଙ୍କ ପାଇଁ ଭେଟି[b] ଆଣନ୍ତୁ।
11 ହଁ ସବୁ ରାଜାଗଣ ଆମ୍ଭ ରାଜାଙ୍କ ସମ୍ମୁଖରେ ନତ ମସ୍ତକ ହୁଅନ୍ତୁ।
    ସବୁ ଜାତିଗଣର ଲୋକମାନେ ତାଙ୍କର ସେବା କରନ୍ତୁ।
12     ଆମ୍ଭର ରାଜା ସାହାଯ୍ୟ କରନ୍ତି, ଯେଉଁମାନେ ତାଙ୍କୁ ଡାକନ୍ତି,
    ସେ ଗରିବ ଏବଂ ନିଃସହାୟମାନଙ୍କୁ ରକ୍ଷା କରନ୍ତି।
13 ଦରିଦ୍ର ଓ ନିଃସହାୟ ଲୋକମାନଙ୍କର ସେ ଯତ୍ନ ନିଅନ୍ତି।
    ରାଜା ସେମାନଙ୍କୁ ଜୀବିତ ରଖନ୍ତି।
14 ଆମ୍ଭ ରାଜା ସେମାନଙ୍କୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସେମାନଙ୍କୁ ଦୁଃଖ ଦେବା ପାଇଁ ଗ୍ଭହୁଁଛନ୍ତି।
    ରାଜାଙ୍କ ପାଇଁ ସେଇ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ।
15 ରାଜା ଦୀର୍ଘଜୀବୀ ହୁଅନ୍ତୁ
    ଏବଂ ତାଙ୍କୁ ଶିବାର ସ୍ୱର୍ଣ୍ଣ ହସ୍ତଗତ ହେଉ।
ଲୋକମାନେ ରାଜାଙ୍କ ପାଇଁ ନିରନ୍ତର ପ୍ରାର୍ଥନା କରନ୍ତୁ
    ଏବଂ ତାଙ୍କୁ ସର୍ବଦା ଆଶୀର୍ବାଦ ଦିଅନ୍ତୁ।
16 କ୍ଷେତରେ ପ୍ରଚୁର ପରିମାଣର ଫସଲ ହେଉ।
    ପର୍ବତଗୁଡ଼ିକ ମଧ୍ୟ ଫସଲରେ ପୂର୍ଣ୍ଣ ହୋଇ
ଲିବାନୋନ୍ କ୍ଷେତ ତୁଲ୍ୟ ଉର୍ବର ହେଉ।
    କ୍ଷେତଗୁଡ଼ିକ ତୃଣରେ ପୂର୍ଣ୍ଣ ହେଲା ପରି ନଗରଗୁଡ଼ିକ ଜନ ଗହଳିରେ ପୂର୍ଣ୍ଣ ହେଉ।
17 ରାଜାଙ୍କର ପ୍ରସିଦ୍ଧ ସର୍ବଦା ଅକ୍ଷୁର୍ଣ୍ଣ ରହୁ।
    ଆକାଶରେ ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ଲୋକମାନେ ତାଙ୍କର ନାମକୁ ମନେ ରଖନ୍ତୁ।
ସମସ୍ତ ପ୍ରଜା ତାଙ୍କ ଯୋଗୁଁ ଆଶୀର୍ବାଦ ପାଆନ୍ତୁ
    ଓ ସମସ୍ତ ଜାତିଗଣ ତାଙ୍କୁ ପ୍ରଶଂସା କରନ୍ତୁ।

18 ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଅଟନ୍ତି।
    ଅନନ୍ତର ପରମେଶ୍ୱରଙ୍କର ଗୁଣଗାନ କର।
    କେବଳ ପରମେଶ୍ୱର ହିଁ ଏହିପରି ଆଶ୍ଚର୍ଯ୍ୟ କାର୍ଯ୍ୟମାନ କରି ପାରନ୍ତି।
19 ତାଙ୍କର ଗୌରବାନ୍ୱିତ ନାମର ମହିମା ଅନନ୍ତକାଳ ପର୍ଯ୍ୟନ୍ତ ଗାନ କର।
    ତାହାଙ୍କ ଗୌରବରେ ସମୁଦାୟ ପୃଥିବୀ ପରିପୂର୍ଣ୍ଣ ହେଉ!
ଆମେନ୍, ଆମେନ୍।

20 ଯିଶୀର ପୁତ୍ର ଦାଉଦଙ୍କର ପ୍ରାର୍ଥନା ସବୁ ଏଠାରେ ଶେଷ ହୁଏ।

ରାଜାବଳୀର ପ୍ରଥମ ପୁସ୍ତକ 19:9-18

ସେଠାରେ ଏଲିୟ ଏକ ଗହ୍ୱରରେ ରାତ୍ରି ଯାପନ କଲେ।

ସେତେବେଳେ ସଦାପ୍ରଭୁ ତାଙ୍କୁ କହିଲେ, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”

10 ଏଲିୟ ଉତ୍ତର କଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ସାମର୍ଥ୍ୟ ଦେଇ ତୁମ୍ଭର ସେବା କଲି। ମାତ୍ର ଇସ୍ରାଏଲର ଲୋକମାନେ ତୁମ୍ଭର ନିୟମ ଭଙ୍ଗ କଲେ ଓ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଗଣଙ୍କୁ ବଧ କଲେ। ମୁଁ କେବଳ ଅବଶିଷ୍ଟ ରହିଲି। ସେମାନେ ମୋ’ ପ୍ରାଣ ନେବାକୁ ମଧ୍ୟ ଅନ୍ୱେଷଣ କରୁଛନ୍ତି।”

11 ତା'ପରେ ସଦାପ୍ରଭୁ ଏଲିୟଙ୍କୁ କହିଲେ, “ଯାଅ, ପର୍ବତ ଉପରେ ମୋ’ ସମ୍ମୁଖରେ ଛିଡ଼ା ହୁଅ। ମୁଁ ତୁମ୍ଭ ପାଖ ଦେଇ ଅତିକ୍ରମ କରିବି।” ତା'ପରେ ପ୍ରବଳ ଓ ପ୍ରଚଣ୍ତ ବାୟୁ ସଦାପ୍ରଭୁଙ୍କ ସମ୍ମୁଖରେ ପର୍ବତଗଣଙ୍କୁ ବିଦୀର୍ଣ୍ଣ କଲା ଓ ଶୈଳସବୁ ଭାଙ୍ଗି ଖଣ୍ତ ବିଖଣ୍ତିତ ହେଲା। ମାତ୍ର ସଦାପ୍ରଭୁ ସେହି ବାୟୁରେ ନ ଥିଲେ। ପୁଣି ପ୍ରବଳ ପବନ ପରେ ଭୂମିକମ୍ପ ହେଲା, ମାତ୍ର ସଦାପ୍ରଭୁ ସେହି ଭୂମିକମ୍ପରେ ନ ଥିଲେ। 12 ଭୂମିକମ୍ପ ପରେ ସେଠାରେ ଅଗ୍ନି ବ୍ୟାପିଲା, ମାତ୍ର ସଦାପ୍ରଭୁ ସେହି ଅଗ୍ନିରେ ନ ଥିଲେ। ଅଗ୍ନି ପରେ ଏକ ଶାନ୍ତ କ୍ଷୁଦ୍ର ରବ ହେଲା।

13 ଯେତେବେଳେ ଏଲିୟ ସେହି ରବ ଶୁଣିଲେ, ସେ ନିଜ ବସ୍ତ୍ରରେ ନିଜର ମୁଖକୁ ଆଚ୍ଛାଦନ କଲେ ଓ ଗହ୍ୱରର ପ୍ରବେଶ ପଥ ନିକଟରେ ଯାଇ ଛିଡ଼ା ହେଲେ। ସେହି ସ୍ୱର କହିଲା, “ହେ ଏଲିୟ, ତୁମ୍ଭେ ଏଠାରେ କ’ଣ କରୁଛ?”

14 ଏଲିୟ କହିଲେ, “ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ୱର, ମୁଁ ମୋର ସମସ୍ତ ଶକ୍ତି ଦେଇ ତୁମ୍ଭକୁ ସେବା କଲି ମାତ୍ର ଇସ୍ରାଏଲ ଲୋକମାନେ ତୁମ୍ଭ ସହିତ ଯେଉଁ ନିୟମ ଥିଲା ତାକୁ ଭଙ୍ଗ କଲେ। ସେମାନେ ତୁମ୍ଭର ଯଜ୍ଞବେଦିକୁ ଧ୍ୱଂସ କଲେ। ସେମାନେ ତୁମ୍ଭର ସମସ୍ତ ଭବିଷ୍ୟ‌ଦ୍‌ବକ୍ତାଙ୍କୁ ବଧ କଲେ। ମୁଁ ଏକମାତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଏ କି ଏ ପର୍ଯ୍ୟନ୍ତ ବଞ୍ଚିଛି। ବର୍ତ୍ତମାନ ସେମାନେ ମୋତେ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି।”

15 ତହୁଁ ସଦାପ୍ରଭୁ କହିଲେ, “ତୁମ୍ଭେ ଦମ୍ମେଶକ ପ୍ରାନ୍ତରକୁ ଯାଇଥିବା ପଥରେ ଫେରିଯାଅ। ଦମ୍ମେଶକକୁ ଯାଅ ଓ ସେଠାରେ ହସାୟେଲକୁ ଅରାମର ସିଂହାସନରେ ଅଭିଷିକ୍ତ କର। 16 ଆଉ ନି‌ମ୍‌ଶିର ପୁତ୍ର ଯେହୂକୁ ଇସ୍ରାଏଲ ଉପରେ ରାଜାଭିଷିକ୍ତ କର। ଆଉ ଆବେ‌‌ଲ୍‌‌ମହୋଲା ନିବାସୀ ଶାଫଟର ପୁତ୍ର ଇଲୀଶାୟକୁ ତୁମ୍ଭ ସ୍ଥାନରେ ଭବିଷ୍ୟ‌ଦ୍‌ବକ୍ତା ରୂପେ ଅଭିଷେକ କର। 17 ତହିଁରେ ଯେଉଁ ଲୋକ ହସାୟେଲର ‌‌ଖ‌ଡ଼୍‌ଗରୁ ବଞ୍ଚିବ ଯେହୂ ତାକୁ ବଧ କରିବ ଓ ଯେ ଯେହୂର ‌‌ଖ‌ଡ଼୍‌ଗରୁ ବଞ୍ଚିବ ତାହାକୁ ଇଲୀଶାୟ ବଧ କରିବ। 18 ମୁଁ ଇସ୍ରାଏଲରେ 7,000 ଜଣଙ୍କୁ ଛାଡ଼ି ଦେବି, ଯେଉଁମାନେ କେବେ ‌ବା‌ଲ୍‌ଦେବତାଙ୍କୁ ପ୍ରଣାମ କରି ନାହାନ୍ତି। ଏପରିକି ସେମାନେ କେବେ ବାଲ୍ ପ୍ରତିମାକୁ ଚୁମ୍ବନ କରି ନାହାନ୍ତି।”

ଏଫିସୀୟଙ୍କ ପ୍ରତି ପତ୍ର 4:17-32

କିଭଳି ଜୀବନ-ଯାପନ କରିବା ଉଚିତ୍

17 ପ୍ରଭୁଙ୍କ ନାମରେ ମୁଁ ସତର୍କ କରି ଦେଉଛି ଯେ ଅବିଶ୍ୱାସୀ ଲୋକଙ୍କ ଭଳି ଜୀବନଯାପନ କର ନାହିଁ। ସେମାନଙ୍କ ବିଗ୍ଭରର କିଛି ମୂଲ୍ୟ ନାହିଁ। 18 ସେମାନେ କିଛି ବୁଝନ୍ତି ନାହିଁ କି କିଛି ଜାଣନ୍ତି ନାହିଁ, କାରଣ ସେମାନେ ବୁଝିବା ପାଇଁ ମନା କରନ୍ତି। ସେଥିପାଇଁ ପରମେଶ୍ୱର ପ୍ରଦତ୍ତ ଜୀବନ ସେମାନେ ପାଇ ପାରିବେ ନାହିଁ। 19 ସେମାନଙ୍କର ଲଜ୍ଜା ନାହିଁ। ସେମାନେ ମନ୍ଦ କାର୍ଯ୍ୟ କରି ଜୀବନଯାପନ କରନ୍ତି। ସବୁ ପ୍ରକାରର ମନ୍ଦ କାମ ଅଧିକରୁ ଅଧିକ ରୂପେ କରିବାକୁ ସେମାନଙ୍କର ଇଚ୍ଛା। 20 କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ଯାହା ଶିଖିଲ, ସେଗୁଡ଼ିକ ଏହି ମନ୍ଦ କାମଠାରୁ ଭିନ୍ନ। 21 ମୁଁ ଜାଣେ ତୁମ୍ଭେମାନେ ତାହାଙ୍କ ବିଷୟରେ ଶୁଣିଛ। ତୁମ୍ଭେ ତାଙ୍କଠାରେ ଅଛ, ସେଥିପାଇଁ ତୁମ୍ଭକୁ ସତ୍ୟ ଶିକ୍ଷା ଦିଆଯାଇଛି। ସେହି ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କଠାରେ ଅଛି। 22 ତୁମ୍ଭମାନଙ୍କୁ ଶିକ୍ଷା ଦିଆଯାଇଛି ଯେ ତୁମ୍ଭର ପୁରୁଣା ଆଚରଣ ଓ ତୁମ୍ଭର ପୂର୍ବର ଜୀବନଯାପନ ଛାଡ଼ିଦିଅ। କାରଣ ଲୋକମାନେ ମନ୍ଦକାର୍ଯ୍ୟ କରିବାକୁ ଭଲ ପାଇବାରୁ ତଦ୍ଦ୍ୱାରା ପ୍ରବଞ୍ଚିତ ହୁଅନ୍ତି ଓ ତାହା ଫଳରେ ପୁରୁଣା ରୂପ ଦ୍ୱାରା ମନ୍ଦ ଆହୁରି ହୋଇଯାଏ। 23 ମାତ୍ର, ତୁମ୍ଭମାନଙ୍କୁ ହୃଦୟରେ ଓ ଭାବନାରେ ନୂତନ ହେବାକୁ ପଡ଼ିବ। 24 ତୁମ୍ଭକୁ ସମ୍ପୂର୍ଣ୍ଣ ନୂତନ ବ୍ୟକ୍ତି ସ୍ୱରୂପ ହୋଇ ପରମେଶ୍ୱରଙ୍କ ଭଳି ପ୍ରକୃତରେ ଭଲ ଓ ପବିତ୍ର ହେବାକୁ ପଡ଼ିବ।

25 ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ୟ କୁହ, ଯେହେତୁ ଆମ୍ଭେ ସମସ୍ତେ ଗୋଟିଏ ଦେହର ଅଙ୍ଗପ୍ରତ୍ୟଙ୍ଗ ଅଟୁ। 26 ଯେତେବେଳେ ତୁମ୍ଭର କ୍ରୋଧ ହୁଏ, ସେତେବେଳେ ଅତି କ୍ରୋଧୀ ହୋଇ ପାପ କର ନାହିଁ। 27 ଦିନସାରା କ୍ରୋଧ କର ନାହିଁ। ତୁମ୍ଭକୁ ପରାସ୍ତ କରିବା ନିମନ୍ତେ ଶୟତାନକୁ ସୁଯୋଗ ଦିଅ ନାହିଁ। 28 ଗ୍ଭେର ଗ୍ଭେରି କରିବା ବନ୍ଦ କରୁ। ସେ କାମ କରିବା ଆରମ୍ଭ କରୁ ଓ ନିଜ ହାତକୁ ଭଲ କାମରେ ଲଗାଉ। ତା'ହେଲେ ସେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ କରି ପାରିବ।

29 ଯେତେବେଳେ ତୁମ୍ଭେ କଥାବାର୍ତ୍ତା କର, ସେତେବେଳେ କୌଣସି ଖରାପ ଶବ୍ଦ ଉଚ୍ଚାରଣ କର ନାହିଁ। ଏପରି କଥା କୁହ, ଯାହା ଲୋକମାନଙ୍କର ପ୍ରୟୋଜନ ଥିବ ଓ ସେମାନଙ୍କୁ ଶକ୍ତିଶାଳୀ କରିବା ପାଇଁ ସାହାଯ୍ୟ କରି ପାରୁଥିବ। ଏହା ଦ୍ୱାରା ଯେଉଁମାନେ ତୁମ୍ଭମାନଙ୍କର କଥା ଶୁଣନ୍ତି, ସେମାନଙ୍କର ମଙ୍ଗଳ ହେବ। 30 ପବିତ୍ରଆତ୍ମାଙ୍କୁ ଦୁଃଖ ଦିଅ ନାହିଁ। ତୁମ୍ଭେ ଯେ ପରମେଶ୍ୱରଙ୍କର ଅଟ ଏହା ସେ ଆତ୍ମା ପ୍ରମାଣ ଦିଅନ୍ତି। ଉଚିତ୍ ସମୟ ଉପସ୍ଥିତ ହେଲେ ପରମେଶ୍ୱର ତୁମ୍ଭକୁ ସ୍ୱାଧୀନତା ପ୍ରଦାନ କରିବେ। ଏହା ଦର୍ଶାଇବା ପାଇଁ ସେ ପବିତ୍ରଆତ୍ମାଙ୍କୁ ଦେଇଅଛନ୍ତି। 31 କେବେ ହେଲେ କଟୁ ହୁଅ ନାହିଁ, ରାଗ ନାହିଁ, କ୍ରୋଧ କର ନାହିଁ, ଉତ୍ତେଜିତ ହୁଅ ନାହିଁ। କ୍ରୋଧରେ ପାଟି କର ନାହିଁ, ବା ଅନ୍ୟମାନଙ୍କୁ ଆଘାତ ଦେଲାଭଳି କଥା କୁହ ନାହିଁ। କେବେ ହେଲେ ମନ୍ଦ କାମ କର ନାହିଁ। 32 ପରସ୍ପର ପ୍ରତି ଦୟାଭାବ ଓ ପ୍ରେମ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠାରେ ପରମେଶ୍ୱର ତୁମ୍ଭମାନଙ୍କୁ କ୍ଷମା କଲେ, ସେହିଭଳି ତୁମ୍ଭେମାନେ ପରସ୍ପରକୁ କ୍ଷମା ଦିଅ।

ଯୋହନ ଲିଖିତ ସୁସମାଗ୍ଭର 6:15-27

15 ଯୀଶୁ ଜାଣିଥିଲେ ଯେ ଲୋକମାନେ ତାହାଙ୍କୁ ରାଜା କରିବା ପାଇଁ ଗ୍ଭହୁଁଥିଲେ। ଯେତେବେଳେ ତାହାଙ୍କୁ ଧରି ନେଇ ରାଜା କରିବାର ଯୋଜନା ଲୋକେ କଲେ, ସେତେବେଳେ ସେ ସେହି ସ୍ଥାନ ଛାଡ଼ି ଏକୁଟିଆ ପାହାଡ଼ ଉପରକୁ ଗ୍ଭଲିଗଲେ।

ଯୀଶୁ ପାଣିରେ ଗ୍ଭଲିଲେ

(ମାଥିଉ 14:22-27; ମାର୍କ 6:45-52)

16 ତାହାଙ୍କ ଶିଷ୍ୟମାନେ ସେହି ସନ୍ଧ୍ୟାରେ ଗାଲିଲୀ ହ୍ରଦକୁ ଗଲେ। 17 ଅନ୍ଧାର ହୋଇଯାଇଥିଲା, ତଥାପି ଯୀଶୁ ସେମାନଙ୍କ ପାଖକୁ ଫେରିଲେ ନାହିଁ। ତେଣୁ ସେମାନେ ଡଙ୍ଗାରେ ବସି ହ୍ରଦର ଆରପାରିରେ ଥିବା କଫର୍ନାହୂମ ଆଡ଼େ ଗଲେ। 18 ଖୁ‌ବ୍‌ ଜୋ‌ର୍‌ରେ ପବନ ବହୁଥିଲା। ହ୍ରଦରେ ବଡ଼ ବଡ଼ ଢେଉ ଉଠିଲା। 19 ସେମାନେ ଆହୁଲା ମାରି ପ୍ରାୟ ପାଞ୍ଚ କି ଛଅ କିଲୋମିଟର ପର୍ଯ୍ୟନ୍ତ ଗଲେ। ତା'ପରେ ସେମାନେ ଯୀଶୁଙ୍କୁ ଦେଖିଲେ। ସେ ପାଣି ଉପରେ ଗ୍ଭଲୁଥିଲେ। ସେ ଡଙ୍ଗା ଆଡ଼କୁ ଆସୁଥିଲେ। ଶିଷ୍ୟମାନେ ଡରିଗଲେ। 20 କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, “ଭୟ କର ନାହିଁ। ଏହିତ ମୁଁ ନିଜେ।” 21 ଯୀଶୁ ଏ କଥା କହିବା ପରେ ଶିଷ୍ୟମାନେ ତାହାଙ୍କୁ ଡଙ୍ଗା ଭିତରକୁ ଆଣି ଖୁସୀ ହେଲେ। ତା'ପରେ ଡଙ୍ଗାଟି ଲକ୍ଷ୍ୟସ୍ଥଳରେ ଆସି ପହଞ୍ଚିଲା।

ଲୋକମାନେ ଯୀଶୁଙ୍କୁ ଖୋଜିଲେ

22 ତହିଁ ଆର ଦିନ ହ୍ରଦର ଆର ପଟେ କେତେକ ଲୋକ ରହିଗଲେ। ଯୀଶୁ ତାହାଙ୍କ ଶିଷ୍ୟମାନଙ୍କ ସହିତ ଡଙ୍ଗାରେ ଯାଇ ନାହାନ୍ତି, ଏହି ବିଷୟ ସେହି ଲୋକମାନେ ଜାଣି ନ ଥିଲେ। ସେମାନେ ଜାଣିଥିଲେ ଯେ, ଶିଷ୍ୟମାନେ ଯୀଶୁଙ୍କୁ ଏକାକୀ ଛାଡ଼ି ଦେଇ ଡଙ୍ଗାରେ ଗ୍ଭଲିଗଲେ। ସେମାନେ ଜାଣିଥିଲେ ଯେ, ସେଠାରେ କେବଳ ସେହି ଗୋଟିଏ ମାତ୍ର ଡଙ୍ଗା ଥିଲା। 23 କିନ୍ତୁ ସେତେବେଳେ ତିବିରିଆରୁ କେତେକ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନରେ ପୂର୍ବଦିନ ଖାଇଥିଲେ ସେଠାରେ ଡଙ୍ଗା ଗୁଡ଼ିକ ଆସି ରହିଲା। ସେହି ସ୍ଥାନରେ ପ୍ରଭୁ ଯୀଶୁ ଧନ୍ୟବାଦ ଦେବା ପରେ ସେମାନେ ରୋଟୀ ଖାଇଥିଲେ। 24 ଲୋକମାନେ ସେଠାରେ ଯୀଶୁ ଓ ତାହାଙ୍କର ଶିଷ୍ୟମାନେ ନ ଥିବା ଦେଖିଲେ। ତେଣୁ ଲୋକମାନେ ଡଙ୍ଗା ଗୁଡ଼ିକରେ ଯାତ୍ରା କରି ଯୀଶୁଙ୍କୁ ଖୋଜିବା ପାଇଁ କଫର୍ନାହୂମକୁ ଗଲେ।

ଯୀଶୁ, ଜୀବନ ସ୍ୱରୂପ ଖାଦ୍ୟ

25 ଲୋକମାନେ ହ୍ରଦର ଆରପଟେ ଯୀଶୁଙ୍କୁ ପାଇଲେ। ସେମାନେ ତାହାଙ୍କୁ ପଗ୍ଭରିଲେ, “ଗୁରୁ, ଆପଣ ଏଠାକୁ କେତେବେଳେ ଆସିଲେ?”

26 ଯୀଶୁ ଉତ୍ତର ଦେଲେ, “ତୁମ୍ଭେମାନେ ମୋତେ କାହିଁକି ଖୋଜୁଛ? ମୁଁ କରିଥିବା ଆଶ୍ଚର୍ଯ୍ୟକାର୍ଯ୍ୟ ଗୁଡ଼ିକ ମୋର ଶକ୍ତିକୁ ପ୍ରମାଣିତ କରୁଥିବାରୁ ତୁମ୍ଭେ ମୋତେ ଖୋଜୁଛ କି? ତା’ ନୁହେଁ। ମୁଁ ତୁମ୍ଭକୁ ସତ୍ୟ କହୁଛି, ରୋଟୀ ଖାଇ ସନ୍ତୁଷ୍ଟ ହୋଇଥିବାରୁ ତୁମ୍ଭେମାନେ ମୋତେ ଖୋଜୁଛ। 27 ପୃଥିବୀର ଖାଦ୍ୟ ପଦାର୍ଥ ନଷ୍ଟ ହୋଇଯାଏ। ତେଣୁ ତୁମ୍ଭେ ସେହିଭଳି ଖାଦ୍ୟ ପାଇବା ପାଇଁ କାର୍ଯ୍ୟ କର ନାହିଁ, ବରଂ ତୁମ୍ଭେମାନେ ଏଭଳି କାର୍ଯ୍ୟ କର ଯାହା ଭଲ ହୋଇ ରହିଥିବ ଓ ତୁମ୍ଭକୁ ସବୁ ଦିନ ପାଇଁ ଜୀବନ ଦେବ। ମନୁଷ୍ୟପୁତ୍ର ସେହିପରି ଖାଦ୍ୟ ତୁମ୍ଭକୁ ଦେବେ। ପରମେଶ୍ୱର ଦେଖାଇଛନ୍ତି ଯେ, ସେ ମନୁଷ୍ୟପୁତ୍ରଙ୍କ ସହିତ ଅଛନ୍ତି।”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center