Book of Common Prayer
ଆସଫ୍ର ଗୋଟିଏ ଗୀତ।
50 ସଦାପ୍ରଭୁ ପରମେଶ୍ୱର କହିଛନ୍ତି।
ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।
2 ପରମ ସୌନ୍ଦର୍ଯ୍ୟମୟୀ[a] ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ।
ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।
3 ଆମ୍ଭର ପରମେଶ୍ୱର ଆସୁଛନ୍ତି ଓ ସେ କେବେ ନୀରବରେ ରହିପାରିବେ ନାହିଁ।
ତାଙ୍କ ସମ୍ମୁଖରେ ଅଗ୍ନି ଜଳୁଛି, ସେଠାରେ ଏକ ବିରାଟ ଝଡ଼ ତାଙ୍କ ଗ୍ଭରିପାଖରେ ଘୂରି ବୁଲୁଛି।
4 ଆମ୍ଭର ପରମେଶ୍ୱର ଆକାଶ ଓ ପୃଥିବୀକୁ ଡାକି କହିଲେ, ତୁମ୍ଭେ ଶୁଣ,
ମୁଁ ପରମେଶ୍ୱରଙ୍କର ଲୋକମାନଙ୍କର ବିଗ୍ଭର କରିବି।
5 ପରମେଶ୍ୱର କହନ୍ତି, “ମୋର ଅନୁସରଣକାରୀଗଣ, ମୋ’ ଚତୁର୍ପାର୍ଶ୍ୱରେ ଏକତ୍ରିତ ହୁଅ।
ମୋର ଉପାସକଗଣ, ଯେଉଁମାନେ ମୋ’ ସହିତ ଚୁକ୍ତି କଲ, ତୁମ୍ଭେମାନେ ଆସ।”
6 ପରମେଶ୍ୱର ହେଉଛନ୍ତି ବିଗ୍ଭରକର୍ତ୍ତା।
ସ୍ୱର୍ଗ ତାଙ୍କର ନ୍ୟାୟ ପ୍ରିୟତାକୁ ବର୍ଣ୍ଣନା କରେ। ସେଲା
7 ପରମେଶ୍ୱର କହନ୍ତି, “ଇସ୍ରାଏଲର ଅଧିବାସୀଗଣ, ମୋର ଅନୁଗାମୀମାନେ ମୋର କଥା ଶୁଣ,
ମୁଁ ତୁମ୍ଭକୁ ତାହାର ପ୍ରମାଣ ଦେଖାଇବି ଯାହା ତୁମ୍ଭ ବିରୁଦ୍ଧରେ ଯିବ।
ମୁଁ ହିଁ ପରମେଶ୍ୱର, ତୁମ୍ଭର ପରମେଶ୍ୱର।
8 ମୁଁ ତୁମ୍ଭର ବଳିଦାନ ବିଷୟରେ ଅଭିଯୋଗ କରୁ ନାହିଁ,
ତୁମ୍ଭେ ଇସ୍ରାଏଲର ଅଧିବାସୀଗଣ ପ୍ରତିଦିନ ମୋ’ ପାଇଁ ହୋମବଳି ଆଣୁଅଛ, ତୁମ୍ଭେ ତାହାକୁ ମୋତେ ପ୍ରତିଦିନ ଅର୍ପଣ କରୁଅଛ।
9 ମୁଁ ତୁମ୍ଭ ଗୃହରୁ ବଳଦମାନଙ୍କୁ ନେବି ନାହିଁ
କି ମୁଁ ତୁମ୍ଭର ଗୁହାଳରୁ ଛେଳିମାନଙ୍କୁ ନେବି ନାହିଁ।
10 ମୁଁ ସେହି ପଶୁମାନଙ୍କୁ ଗ୍ଭହେଁ ନାହିଁ।
ଜଙ୍ଗଲରେ ଥିବା ସମସ୍ତ ପଶୁମାନେ ମୋର ଅଟନ୍ତି।
ହଜାର ହଜାର ପଶୁ ଯେଉଁମାନେ ପର୍ବତରେ ଥା’ନ୍ତି ସେମାନଙ୍କର ମାଲିକ ମୁଁ ଅଟେ।
11 ମୁଁ ଅତିଉଚ୍ଚ ପର୍ବତରେ ଉଠୁଥିବା ପକ୍ଷୀକୁ ଜାଣେ।
ଖୋଲା ଦେଶ ଭିତରେ ସମସ୍ତ ପଶୁଗୁଡ଼ିକ ବାସ କରୁଥିବା ମୋର ଅଟେ।
12 ମୁଁ ଭୋକିଲା ନୁହେଁ, ଯଦି ମୁଁ ଭୋକିଲା ଥା’ନ୍ତି, କେବେହେଲେ ତୁମ୍ଭକୁ ଖାଦ୍ୟ ମାଗି ନ ଥା’ନ୍ତି।
ମୁଁ ଏହି ପୃଥିବୀର ମାଲିକ ଓ ତହିଁର ପୂର୍ଣ୍ଣତା ମୋର ଅଧୀନ ଅଟେ।
13 ମୁଁ ଷଣ୍ଢର ମାଂସ ଖାଏ ନାହିଁ।
ମୁଁ ଛେଳିର ରକ୍ତ ପିଏ ନାହିଁ।”
14 ସର୍ବୋପରିସ୍ଥ ପରମେଶ୍ୱରଙ୍କଠାରେ ତୁମ୍ଭେ ଯାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ।
ତୁମ୍ଭର ବଳି ଉତ୍ସର୍ଗ କର।
15 ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ,
ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”
16 ପରମେଶ୍ୱର ଦୁଷ୍ଟ ଲୋକମାନଙ୍କୁ କହନ୍ତି,
“ତୁମ୍ଭେ ମୋର ନିୟମ ଓ ବ୍ୟବସ୍ଥା ବିଷୟରେ
ଆଲୋଚନା କରିବା ଠିକ୍ ନୁହେଁ।
17 କାରଣ ତୁମ୍ଭେମାନେ ଆନନ୍ଦିତ ନୁହଁ, ଯେତେବେଳେ ମୁଁ ତୁମ୍ଭମାନଙ୍କୁ ଦଣ୍ଡିତ କରେ।
ତୁମ୍ଭେମାନେ ମୋର କଥାକୁ ଘୃଣା କର ଓ ତୁମ୍ଭେମାନେ ମୋର କଥାକୁ ଅବଜ୍ଞା କର।
18 ତୁମ୍ଭେ ଗୋଟିଏ ଗ୍ଭେରକୁ ଦେଖ ଓ ତା'ସହ ଦୌଡ଼ିଯାଇ ମିଶିଯାଅ।
ଯେତେବେଳେ ବ୍ୟଭିଗ୍ଭରୀମାନେ ପାପ କରନ୍ତି, ତୁମ୍ଭେ ଆନନ୍ଦରେ ନାଚି ଉଠ।
19 ତୁମ୍ଭେମାନେ ସର୍ବଦା ମନ୍ଦକାର୍ଯ୍ୟ କର ଓ ମିଥ୍ୟା କୁହ।
20 ତୁମ୍ଭେ ନୀରବଚ୍ଛିନ୍ନ ଭାବରେ ଅନ୍ୟମାନଙ୍କ ବିଷୟରେ ମନ୍ଦ କଥା କୁହ,
ଏପରିକି ତୁମ୍ଭ ନିଜ ଭ୍ରାତାମାନଙ୍କ ବିଷୟରେ ନିନ୍ଦା କରୁଅଛ।
21 ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି।
ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି।
ମୁଁ ଆଉ ନୀରବରେ ରହି ପାରିବି ନାହିଁ।
ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।
22 ହେ ଲୋକମାନେ, ତୁମ୍ଭେ ପରମେଶ୍ୱରଙ୍କୁ ଭୁଲି ଯାଇଛ।
ତେଣୁ ତୁମ୍ଭେମାନେ ଭଲଭାବେ ବୁଝିବା ଉଚିତ୍ ଯେ,
ମୁଁ ତୁମ୍ଭକୁ ଖଣ୍ଡ ଖଣ୍ଡ କରି ଚିରିଦେବି।
ଯଦି ତାହା ଘଟେ ତେବେ ତୁମ୍ଭକୁ କୌଣସି ବ୍ୟକ୍ତି ଉଦ୍ଧାର କରି ପାରିବେ ନାହିଁ।
23 ଯେକେହି ମୋତେ ଧନ୍ୟବାଦାର୍ଥକ ନୈବେଦ୍ୟ ଉତ୍ସର୍ଗ କରେ, ମୋତେ ସମ୍ମାନ ପ୍ରଦର୍ଶନ କରେ
ଏବଂ ଯେକେହି ସତ୍ମାର୍ଗରେ ଗ୍ଭଲିବାକୁ ନିଷ୍ପତ୍ତି ନିଏ, ସେ ମୋର ରକ୍ଷା କରିବାର ଶକ୍ତି ଦେଖି ପାରିବ।”
ପ୍ରଧାନ ବାଦ୍ୟକର ନିମନ୍ତେ ଅଲ୍-ତଶ୍ହେତ୍ ସ୍ୱରରେ ଦାଉଦଙ୍କ ଗୀତ, ମିକ୍ତାମ୍ ଓ ଶାଉଲ ଲୋକ ପଠାନ୍ତେ, ସେମାନେ ଦାଉଦଙ୍କୁ ବଧ କରିବା ପାଇଁ ତାଙ୍କର ଗୃହ ଜଗି ବସିବା ସମୟରେ ରଚିତ।
59 ହେ ପରମେଶ୍ୱର, ମୋର ଶତ୍ରୁଗଣଠାରୁ ମୋତେ ଉଦ୍ଧାର କର।
ଆକ୍ରମଣ କରିବାକୁ ଆସିଥିବା ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 କୁକର୍ମ କରୁଥିବା ସେହି ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ସେହି ହତ୍ୟାକାରୀମାନଙ୍କଠାରୁ ମୋତେ ରକ୍ଷା କର।
3 ଦେଖ, ଲୋକମାନେ ମୋତେ ହତ୍ୟା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି।
ବଳବାନ ଲୋକମାନେ ମୋତେ ଆକ୍ରମଣ କରିବାକୁ ପ୍ରସ୍ତୁତ
କିନ୍ତୁ ସଦାପ୍ରଭୁ, ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।
4 ମୁଁ କୌଣସି ଦୋଷ କରି ନାହିଁ।
କିନ୍ତୁ ସେମାନେ ଆକ୍ରମଣ ପାଇଁ ଦଉଡ଼ି ଆସୁଛନ୍ତି।
ହେ ସଦାପ୍ରଭୁ, ଏହା ତୁମ୍ଭେ ନିଜେ ଦେଖ!
5 ତୁମ୍ଭେ ହେଉଛ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର!
ଜାଗି ଉଠ ଓ ଅନ୍ୟ ସମସ୍ତ ରାଷ୍ଟ୍ରଗୁଡ଼ିକୁ ଦଣ୍ଡ ଦିଅ।
ସେହି ଦୁଷ୍ଟ ବିଶ୍ୱାସୀ ଘାତକମାନଙ୍କୁ କୌଣସି ଦୟା କର ନାହିଁ। ସେଲା
6 ସେହି ଦୁଷ୍ଟ ଲୋକମାନେ କୁକୁର ପରି।
ସେମାନେ ସନ୍ଧ୍ୟାବେଳେ ନଗରୀରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
7 ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ।
ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ।
ଯେହେତୁ ସେମାନେ ଖରାପ କଥା କହନ୍ତି।
8 କିନ୍ତୁ ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କୁ ପରିହାସ କର।
ତୁମ୍ଭେ ସେହି ସମସ୍ତ ଦେଶକୁ ବିଦ୍ରୂପ କର।
9 ହେ ମୋର ଶକ୍ତି! ମୁଁ ତୁମ୍ଭ ପାଇଁ ଅପେକ୍ଷା କରିଛି।
ହେ ପରମେଶ୍ୱର, ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦର ସ୍ଥାନ ଅଟ।
10 ପରମେଶ୍ୱର ମୋତେ ଭଲପା’ନ୍ତି।
ଏବଂ ସେ ଆସିବେ ଓ ମୋତେ ସହାୟ ହେବେ ଶତ୍ରୁମାନଙ୍କୁ ପରାସ୍ତ କରିବା ପାଇଁ ସେ ମୋତେ ସହାୟ ହେବେ।
11 ହେ ପରମେଶ୍ୱର, ସେମାନଙ୍କୁ କେବଳ ହତ୍ୟା କର ନାହିଁ।
ହୁଏତ ମୋର ଲୋକମାନେ ପାଶୋରି ଯାଇପାରନ୍ତି।
ହେ ମୋର ପ୍ରଭୁ, ଆମ୍ଭମାନଙ୍କ ତ୍ରାଣକର୍ତ୍ତା, ତୁମ୍ଭ ମହାପରାକ୍ରମ ଶକ୍ତିରେ ସେମାନଙ୍କୁ ଛିନ୍ନଭିନ୍ନ କର ଓ ପରାସ୍ତ କର।
12 ସେହି ଦୁଷ୍ଟ ଲୋକମାନେ ଅଭିଶାପ ଦିଅନ୍ତି ଓ ମିଥ୍ୟା କହନ୍ତି।
ସେମାନେ କରିଥିବା କର୍ମ ପାଇଁ ଦଣ୍ଡ ବିଧାନ କର।
ସେମାନଙ୍କର ଅହଙ୍କାର ସେମାନଙ୍କୁ କବଳିତ କରୁ।
13 ସେମାନଙ୍କୁ ତୁମ୍ଭ କ୍ରୋଧରେ ଧ୍ୱଂସ କର।
ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କର।
ତାହାହେଲେ ସମସ୍ତ ପୃଥିବୀବାସୀ ଜାଣିବେ ଯେ,
ପରମେଶ୍ୱର ଇସ୍ରାଏଲର ଶାସକ। ସେଲା
14 ସେହି ଦୁଷ୍ଟ ଲୋକମାନେ କୁକୁର ପରି ଅଟନ୍ତି।
ସେମାନେ ସନ୍ଧ୍ୟାବେଳେ ନଗରରେ ପଶି ଭୁକନ୍ତି ଓ ଏଣେ ତେଣେ ହୁଅନ୍ତି।
15 ସେମାନେ କିଛିଦ୍ରବ୍ୟ ଖାଇବା ଅନ୍ୱେଷଣରେ ଏଣେତେଣେ ଭ୍ରମଣ କରନ୍ତି।
ମୁଁ ରାଣ ପକାଉଛି, ଯଦି ସେମାନେ ଯଥେଷ୍ଟ ପାଆନ୍ତି ତଥାପି ସେମାନେ ରାଗରେ ଗଁ ଗଁ କରନ୍ତି ଏବଂ ଅଭିଯୋଗ କରନ୍ତି।[a]
16 କିନ୍ତୁ ପ୍ରଭାତରେ, ମୁଁ ତୁମ୍ଭର ଶକ୍ତିର ପ୍ରଶଂସାର ଗୀତ ଗାନ କରିବି।
ତୁମ୍ଭ ପ୍ରେମରେ ମୁଁ ଆନନ୍ଦିତ ହେବି।
କାରଣ ତୁମ୍ଭେ ମୋର ଉଚ୍ଚ ପର୍ବତରେ ଥିବା ନିରାପଦ ସ୍ଥାନ ଅଟ।
ମୁଁ ତୁମ୍ଭ ପାଖକୁ ବିପଦ ସମୟରେ ଯାଏ।
17 ମୁଁ ତୁମ୍ଭର ସ୍ତୁତିଗାନ କରିବି।
କାରଣ ତୁମ୍ଭେ ହେଉଛ ମୋର ଉଚ୍ଚ ପର୍ବତର ନିରାପଦ ସ୍ଥାନ,
ଯେଉଁଠାକୁ ଅସୁବିଧା ସମୟରେ ଗ୍ଭଲିଯାଏ।
ପ୍ରଧାନ ବାଦ୍ୟକର ନିମନ୍ତେ “ଶୂଷନ୍-ଏଦୁତ୍” ସ୍ୱରରେ ଶିକ୍ଷାର୍ଥକ ଦାଉଦଙ୍କର ମିକ୍ତାମ୍। ଅରାମନହରିୟମ ଓ ଅରାମ-ସୋବା ସଙ୍ଗରେ ଯୁଦ୍ଧ କରିବା ବେଳେ ଓ ଯୋୟାବ ଫେରି ଲବଣ ଉପତ୍ୟକାରେ ଇଦୋମୀୟ 12,000 ଲୋକଙ୍କୁ ବଧ କରିବା ସମୟରେ ରଚିତ।
60 ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କୁ ପ୍ରତ୍ୟାଖ୍ୟାନ କରି ପରାଜିତ କରିଅଛ।
ତୁମ୍ଭେ ଆମ୍ଭମାନଙ୍କ ସହିତ ରାଗିଛ।
କିନ୍ତୁ ଦୟାକରି ତୁମ୍ଭେ ଆମ୍ଭମାନଙ୍କୁ ପୁନଃସ୍ଥାପନ କର।
2 ତୁମ୍ଭେ ଧରଣୀକୁ କମ୍ପିତ କରିଅଛ ଏବଂ ତାକୁ ଦୁଇ ଭାଗରେ ବିଦୀର୍ଣ୍ଣ କରିଛ।
ଏହାର ଫାଟକକୁ ମରାମତି କର,
କାରଣ ଏହାର ପତନ ହେଉଅଛି।
3 ତୁମ୍ଭେ ଆପଣା ଲୋକମାନଙ୍କୁ ବହୁତ ସମସ୍ୟା ଦେଇଛ।
ଆମ୍ଭେ ମଦ୍ୟପ ପରି ଟଳମଳ ହେଉଛୁ ଓ ପଡ଼ୁଛୁ।
4 ତୁମ୍ଭକୁ ଉପାସନା କରୁଥିବା ଲୋକଙ୍କୁ ତୁମ୍ଭେ ସତର୍କ କରିବା ପାଇଁ ପତାକା ଉଠାଇଲ।
ଯାହା ଫଳରେ ସେମାନେ ନିଜକୁ ତାଙ୍କର ଶତ୍ରୁମାନଙ୍କଠାରୁ ରକ୍ଷା କରି ପାରିବେ। ସେଲା
5 ଯେପରି ତୁମ୍ଭର ମହାଶକ୍ତି ବଳରେ ଆମ୍ଭକୁ ଉଦ୍ଧାର କର! ମୋର ପ୍ରାର୍ଥନାର ଉତ୍ତର ଦିଅ।
ତୁମ୍ଭେ ଶ୍ରଦ୍ଧା କରୁଥିବା ଆପଣାର ଲୋକଙ୍କୁ ରକ୍ଷାକର।
6 ପରମେଶ୍ୱର ତାଙ୍କ ମନ୍ଦିରରେ[b] କହିଲେ,
“ମୁଁ ଯୁଦ୍ଧରେ ଜିତିବି ଏବଂ ଜୟଲାଭ ବିଷୟରେ ବହୁତ ଖୁସୀ ହେବି।
ତା'ପରେ ମୁଁ ଏହି ଭୂମିକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟିଦେବି।
ମୁଁ ଶିଖିମ ଓ ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେଇଦେବି।
7 ଗିଲିୟଦ ଓ ମନଃଶି ମୋର ହେବେ।
ଇଫ୍ରୟିମ ମୋର ଶିରସ୍ତ୍ରାଣ ହେବ।
ଯିହୁଦା ମୋର ରାଜଦଣ୍ଡ ହେବ।
8 ମୋୟାବ ମୋର ପାଦ ଧୋଇବା ପାଇଁ ପ୍ରକ୍ଷାଳନ ପାତ୍ର।
ଇଦୋମ ମୋର ପାଦୁକା ବହନ କରିବ।
ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି।
ତୁମ୍ଭେ ବିଜୟ ସକାଶେ ଜୟଧ୍ୱନି କର।”
9-10 କିଏ ମୋତେ ସେହି ଦୃଢ଼ ନଗର ଭିତରକୁ ଆଣିବ?
କିଏ ମୋତେ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆଗେଇ ନେବ?
ପରମେଶ୍ୱର, ତୁମ୍ଭେ ନୁହଁ କି?
କିନ୍ତୁ ତୁମ୍ଭେ ଆମ୍ଭକୁ ପ୍ରତ୍ୟାଖ୍ୟାନ କରିଛ।
ପରମେଶ୍ୱର, ତୁମ୍ଭେ ଆଉ ଦିନ ତମାମ ଆମ୍ଭର ଶତ୍ରୁମାନଙ୍କ ସହିତ ଯାଅ ନାହିଁ।
11 ହେ ପରମେଶ୍ୱର, ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସହାୟ ହୁଅ।
ଲୋକମାନେ ଆମ୍ଭମାନଙ୍କୁ ସାହାଯ୍ୟ କରି ପାରିବେ ନାହିଁ।
12 ପରମେଶ୍ୱର ହିଁ ଆମ୍ଭକୁ ଶକ୍ତିଶାଳୀ କରି ପାରିବେ।
କେବଳ ସେ ଆମ୍ଭର ଶତ୍ରୁମାନଙ୍କୁ ପଦଦଳନ କରି ପାରିବେ।
33 ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ।
ପରମେଶ୍ୱରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶୋଭନୀୟ।
2 ବୀଣା ବାଦ୍ୟ କରି ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ।
ଦଶ-ତାର ବାଦ୍ୟରେ ତାଙ୍କର ପ୍ରଶଂସା ଗାନ କର।
3 ତାଙ୍କ ଉଦ୍ଦେଶ୍ୟରେ ଏକ ନୂତନ ଗୀତ ଶୁଣାଅ।
ସୁନ୍ଦର ସ୍ୱରରେ ମନୋହର ବାଦ୍ୟରେ ଏକ ଗୀତ ରଚନା କର।
4 ପରମେଶ୍ୱରଙ୍କ ବାକ୍ୟ ସତ୍ୟ ଅଟେ।
ତାଙ୍କର ସମସ୍ତ କାର୍ଯ୍ୟକୁ ତୁମ୍ଭେ ବିଶ୍ୱାସ କରିପାର।
5 ପରମେଶ୍ୱର ସବୁ ପ୍ରକାର ନ୍ୟାୟ ବିଗ୍ଭର ଓ ଉତ୍ତମ କାର୍ଯ୍ୟକୁ ଭଲ ପାଆନ୍ତି।
ପୃଥିବୀ ସଦାପ୍ରଭୁଙ୍କ ପ୍ରକୃତ କରୁଣାରେ ପରିପୂର୍ଣ୍ଣ।
6 ସଦାପ୍ରଭୁ ଆଦେଶ ଦେଲେ ଓ ପୃଥିବୀ ସୃଷ୍ଟି ହେଲା।
ପରମେଶ୍ୱରଙ୍କ ନିଶ୍ୱାସରୁ ପୃଥିବୀରେ ସବୁକିଛି ସୃଷ୍ଟି ହେଲା।
7 ପରମେଶ୍ୱର ସମୁଦ୍ରରୁ ଜଳ ଆଣି ଗୋଟିଏ ସ୍ଥାନରେ ଏକତ୍ରିତ କଲେ।
ସେ ସମୁଦ୍ରକୁ ତା ସ୍ଥାନରେ ରଖି ଦେଲେ।
8 ଏ ପୃଥିବୀର ପ୍ରତ୍ୟେକ ବ୍ୟକ୍ତି ସଦାପ୍ରଭୁଙ୍କୁ ଭୟ ଓ ସମ୍ମାନ କରିବା ଉଚିତ୍।
ଏ ପୃଥିବୀର ସମସ୍ତ ଲୋକ ତାଙ୍କୁ ଭୟ କରିବା ଉଚିତ୍।
9 କାରଣ ପରମେଶ୍ୱରଙ୍କ ଆଦେଶ ମାତ୍ରକେ ପୃଥିବୀ ସୃଷ୍ଟି ହେଲା
ଯଦି ସେ କାହାରିକୁ ଗ୍ଭଲୁରଖିବା ପାଇଁ ଗ୍ଭହାନ୍ତି ତେବେ ଗ୍ଭଲୁରଖି ପାରିବେ।
10 ସଦାପ୍ରଭୁ ସମସ୍ତଙ୍କ ଉପଦେଶକୁ ବ୍ୟର୍ଥ କରି ପାରନ୍ତି।
ସେ ସେମାନଙ୍କ ସମସ୍ତ ଯୋଜନାକୁ ବ୍ୟର୍ଥ କରି ପାରନ୍ତି।
11 କିନ୍ତୁ ସଦାପ୍ରଭୁଙ୍କ ଉପଦେଶ ଚିରଦିନ ମଙ୍ଗଳମୟ
ତାଙ୍କର ସଂକଳ୍ପ ସବୁ ଚିରକାଳ ଲାଗି ବଂଶାନୁକ୍ରମେ ଥାଏ।
12 ଯେଉଁ ଲୋକମାନେ ସଦାପ୍ରଭୁଙ୍କୁ ମାନନ୍ତି ସେମାନେ ସମସ୍ତେ ଭାଗ୍ୟଶାଳୀ ଅଟନ୍ତି।
କାରଣ ପରମେଶ୍ୱର ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ବିବେଚନା କରନ୍ତି।
13 ସଦାପ୍ରଭୁ ସ୍ୱର୍ଗରୁ ଥାଇ ସବୁ ଲୋକଙ୍କ ଉପରେ
ଦୃଷ୍ଟିପାତ କରନ୍ତି।
14 ସେ ତାଙ୍କର ଉଚ୍ଚ ସିଂହାସନରୁ ଏ ପୃଥିବୀରେ ବାସ କରୁଥିବା ସବୁ ଜୀବନ୍ତ ପ୍ରାଣୀଙ୍କୁ
ନିରୀକ୍ଷଣ କରନ୍ତି।
15 ପରମେଶ୍ୱର ସମସ୍ତ ମନୁଷ୍ୟମାନଙ୍କ ହୃଦୟକୁ ତିଆରି କରିଛନ୍ତି।
ତେଣୁ ପରମେଶ୍ୱର ଜାଣନ୍ତି ପ୍ରତ୍ୟେକ ମନୁଷ୍ୟ କ’ଣ ଚିନ୍ତା କରୁଥାଏ।
16 ଜଣେ ରାଜା ନିଜର ଶକ୍ତିଦ୍ୱାରା ସୁରକ୍ଷିତ ହୁଏ ନାହିଁ।
ଜଣେ ଶକ୍ତିଶାଳୀ ସୈନିକ କେବଳ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।
17 ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ।
ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।
18 ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ପରମେଶ୍ୱର ସେମାନଙ୍କର ଯତ୍ନ ନିଅନ୍ତି ଓ ସେମାନଙ୍କ ଉପରେ ଦୃଷ୍ଟି ରଖନ୍ତି।
ଯେଉଁମାନେ ତାଙ୍କର ଉପାସନା କରନ୍ତି, ସେହିମାନେ ତାଙ୍କର ସ୍ୱର୍ଗୀୟ କରୁଣାରେ ରକ୍ଷା ପାଆନ୍ତି।
19 ପ୍ରଭୁ ସେହି ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରକ୍ଷା କରନ୍ତି।
ସେ ସେମାନଙ୍କୁ ଶକ୍ତି ପ୍ରଦାନ କରନ୍ତି।
ଯେତେବେଳେ ସେମାନେ ଅତ୍ୟନ୍ତ ଭୋକିଲା ଥା’ନ୍ତି।
20 ତେଣୁ ଆମ୍ଭେ ସଦାପ୍ରଭୁଙ୍କ ପାଇଁ ଅପେକ୍ଷା କରିବା।
ସେ ଆମ୍ଭକୁ ସାହାଯ୍ୟ କରନ୍ତି ଓ ରକ୍ଷା କରନ୍ତି।
21 ପରମେଶ୍ୱର ଆମ୍ଭକୁ ଆନନ୍ଦ ପ୍ରଦାନ କରନ୍ତି।
ଆମ୍ଭେ ପ୍ରକୃତରେ ତାଙ୍କର ସେହି ପବିତ୍ର ନାମରେ ଭରସା କରିବା।
22 ହେ ସଦାପ୍ରଭୁ, ଆମ୍ଭେ ପ୍ରକୃତରେ ତୁମ୍ଭକୁ ଉପାସନା କରୁଛୁ।
ତେଣୁ ତୁମ୍ଭର କୃପା ଦୃଷ୍ଟି ଓ ଦୟା ଆମ୍ଭମାନଙ୍କ ପ୍ରତି ରହିଥାଉ।
ଦ୍ୱୀପରୁଖା ଓ ଦୁଇ ଅଲିଭ ବୃକ୍ଷ
4 ତା'ପରେ ମୋ’ ସହିତ ଆଳାପ କରୁଥିବା ସେହି ସ୍ୱର୍ଗଦୂତ ମୋ’ ନିକଟକୁ ଫେରି ଆସିଲେ ଓ ମୋତେ ଜାଗ୍ରତ କରାଇଲେ। ମୁଁ ନିଦ୍ରାରୁ ଉଠିଲା ଲୋକ ପରି ଉଠିଲି। 2 ତାହାପରେ ସେହି ସ୍ୱର୍ଗଦୂତ ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ଦେଖୁଛ?”
ମୁଁ କହିଲି, “ମୁଁ ସମ୍ପୂର୍ଣ୍ଣ ସୁବର୍ଣ୍ଣର ଦୀପାଧାର ଦେଖୁଛି। ତାହାର ଉପରେ ଗୋଟିଏ ମାଠିଆ ଅଛି ଏବଂ ତା’ ଉପରେ ସାତୋଟି ପ୍ରଦୀପ ଅଛି, ଆଉ ମଧ୍ୟ ସେଠାରେ ଗୋଟିଏ ପାତ୍ର ଅଛି। ପ୍ରତ୍ୟେକ ପ୍ରଦୀପର ମୂଖନଳ ଅଛି ଓ ସେହି ନଳ ଦେଇ ପ୍ରଦୀପକୁ ତୈଳ ଆସୁଛି। 3 ସେହି ପାତ୍ରର ଦକ୍ଷିଣ ଓ ବାମ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅଲିଭ ବୃକ୍ଷ ଅଛି।” 4 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତଙ୍କୁ ମୁଁ ପଗ୍ଭରିଲି, “ମୋର ମହାଶୟ, ଏଗୁଡ଼ିକ ସବୁ କ’ଣ?”
5 ମୋ’ ସହିତ ଆଳାପ କରୁଥିବା ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ କ’ଣ ଜାଣ ନାହିଁ ଏଗୁଡ଼ିକ ସବୁ କ’ଣ?”
ମୁଁ କହିଲି “ନାଁ, ମୋର ମହାଶୟ।”
6 ସେ କହିଲେ, “ଏହା ଯିରୁବ୍ବାବିଲଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା, ‘ଏହା ପରାକ୍ରମ କି ବଳଦ୍ୱାରା ନୁହେଁ, ଆମ୍ଭର ଆତ୍ମାରୁ ଆସିବ।’ ସର୍ବଶକ୍ତିମାନ୍ ସଦାପ୍ରଭୁ ଏହା କୁହନ୍ତି। 7 ହେ ମହାନ ପର୍ବତ! ତୁମ୍ଭେ କ’ଣ? ଯିରୁବ୍ବାବିଲ ସମ୍ମୁଖରେ ତୁମ୍ଭେ ଗୋଟିଏ ସମତଳଭୂମି ପରି। ‘ପରମେଶ୍ୱରଙ୍କର ଏହା ଉପରେ କୃପା ହେଉ! ଧ୍ୱନି ମଧ୍ୟରେ ସେ କୋଣର ପ୍ରସ୍ତର ଆଣିବ।’”
8 ସଦାପ୍ରଭୁ ଏହି ବାର୍ତ୍ତା ମୋତେ ପଠାଇଲେ। 9 “ଯିରୁବ୍ବାବିଲ ଆମ୍ଭ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ କରିଛି ଓ ସେ ମନ୍ଦିର ନିର୍ମାଣର କାର୍ଯ୍ୟ ଶେଷ କରିବ। ତା'ପରେ ତୁମ୍ଭେମାନେ ଜାଣିବ ସର୍ବଶକ୍ତିମାନ୍ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇଛନ୍ତି। 10 ଯେଉଁମାନେ କି ଛୋଟ ଜିନିଷଗୁଡ଼ିକୁ ଘୃଣା କରନ୍ତି, ସେମାନେ ଆନନ୍ଦ କରିବେ, ଯେତେବେଳେ ସେମାନେ ଯିରୁବ୍ବାବିଲଙ୍କ ହାତରେ ଓଳମ ଦେଖିବେ। ବର୍ତ୍ତମାନ ଏହି ସାତୋଟି ପାର୍ଶ୍ୱ ସଦାପ୍ରଭୁଙ୍କର ଚକ୍ଷୁ, ଯାହା ସମଗ୍ର ପୃଥିବୀକୁ ଦେଖେ।”
11 ତା'ପରେ ମୁଁ ତାଙ୍କୁ କହିଲି, “ଦ୍ୱୀପରୁଖା ବାମ ଓ ଡାହାଣ ପଟେ ଦୁଇ ଦୁଇଟି ଅଲିଭ୍ ବୃକ୍ଷର ଅର୍ଥ କ’ଣ?” 12 ମୁଁ ମଧ୍ୟ ତାଙ୍କୁ ପଗ୍ଭରିଲି, “ମୁଁ ଏହି ଯେଉଁ ଦୁଇ ଅଲିଭ୍ ଶାଖାଗୁଡ଼ିକରୁ ଅଲିଭ୍ ତୈଳ ସୁବର୍ଣ୍ଣ ନଳ ଦୁଇଟିକୁ ଢାଳୁଥିବାର ଦେଖୁଛି, ଏହାର ଅର୍ଥ କ’ଣ?”
13 ତା'ପରେ ସେହି ସ୍ୱର୍ଗଦୂତ ଉତ୍ତର କଲେ, “ତୁମ୍ଭେ ଏଗୁଡ଼ିକର ଅର୍ଥ କ’ଣ ଜାଣ ନାହିଁ?”
ମୁଁ ଉତ୍ତର ଦେଲି, “ନା, ମୋର ମହାଶୟ!”
14 ତେଣୁ ସେ ଉତ୍ତର ଦେଲେ, “ଏହି ଅଭିଷିକ୍ତ ଦୁଇଜଣ ଯିଏ ଠିଆ ହୁଅନ୍ତି ସମଗ୍ର ପୃଥିବୀ ପାଇଁ ସଦାପ୍ରଭୁଙ୍କର ପ୍ରତିନିଧି ଅଟନ୍ତି।”
9 ଏହି ଜୀବିତ ପ୍ରାଣୀମାନେ ସିଂହାସନରେ ବସିଥିବା ବ୍ୟକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ୟବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି। 10 ଚବିଶଜଣ ପ୍ରାଚୀନ ବ୍ୟକ୍ତି ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇ ତାହାଙ୍କୁ ପ୍ରଣାମ କରନ୍ତି। ସେମାନେ ତାହାଙ୍କ ସମ୍ମୁଖରେ ନିଜର ମୁକୁଟ ରଖି କହନ୍ତି:
11 “ହେ ପ୍ରଭୁ, ଆମ୍ଭର ପରମେଶ୍ୱର!
ତୁମ୍ଭେ ଗୌରବ, ସମ୍ମାନ ଓ କ୍ଷମତା ପାଇବା ପାଇଁ ଯୋଗ୍ୟ
ତୁମ୍ଭେ ହିଁ ଏସବୁ ସୃଷ୍ଟି କରିଅଛ।
ତୁମ୍ଭ ଇଚ୍ଛା ଅନୁସାରେ ସମସ୍ତ ବିଷୟର ସୃଷ୍ଟି ହୋଇଛି ଓ ଅସ୍ତିତ୍ୱ ପାଇଅଛି।”
5 ତା'ପରେ ମୁଁ ସିଂହାସନରେ ବସିଥିବା ସେହି ବ୍ୟକ୍ତିଙ୍କର ଦକ୍ଷିଣ ହସ୍ତରେ ଗୋଟିଏ ଚର୍ମପତ୍ର[a] ଥିବାର ଦେଖିଲି। ସେହି ଚର୍ମପତ୍ରଟିର ଉଭୟ ପଟେ ଲେଖା ହୋଇଥିଲା। ସେହି ଚର୍ମପତ୍ରଟି ସାତୋଟି ମୁଦ୍ରାରେ ବନ୍ଦ କରାଯାଇଥିଲା। 2 ମୁଁ ଜଣେ ମହାଶକ୍ତିଶାଳୀ ଦୂତଙ୍କୁ ଦେଖିଲି। ସେ ଉଚ୍ଚ ସ୍ୱରରେ କହିଲେ, “ଏହି ଚର୍ମପତ୍ରର ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ କିଏ ଯୋଗ୍ୟ ଅଟନ୍ତି?” 3 କିନ୍ତୁ ସେହି ଚର୍ମପତ୍ରକୁ ଫିଟାଇବାକୁ ଓ ତା'ଭିତର ଦେଖିବାକୁ ସ୍ୱର୍ଗ, ମର୍ତ୍ତ୍ୟ ବା ପାତାଳରେ କାହାରି ସାଧ୍ୟ ନ ଥିଲା। 4 ତେଣୁ ମୁଁ ଆକୁଳ ଭାବରେ କାନ୍ଦିବାକୁ ଲାଗିଲି, କାରଣ ସେହି ଚର୍ମପତ୍ରକୁ ଫିଟାଇବା ପାଇଁ କିମ୍ବା ଦେଖିବା ପାଇଁ ସେଠାରେ କେହି ସକ୍ଷମ ନ ଥିଲେ। 5 କିନ୍ତୁ ସେହି ପ୍ରାଚୀନମାନଙ୍କ ମଧ୍ୟରୁ ଜଣେ ମୋତେ କହିଲେ, “କାନ୍ଦ ନାହିଁ! ଯିହୂଦା ବଂଶଜାତ ସିଂହ (ଖ୍ରୀଷ୍ଟ) ଏହି କାର୍ଯ୍ୟ କରିବାକୁ ବିଜୟୀ ହୋଇଛନ୍ତି। ସେ ଦାଉଦଙ୍କ ବଂଶଧର। ସେ ଏହି ଚର୍ମପତ୍ର ଓ ଏହାର ସାତୋଟି ମୁଦ୍ରା ଫିଟାଇବାକୁ ସକ୍ଷମ ଅଟନ୍ତି।”
ଦଶ ଜଣ କୁମାରୀ ଝିଅଙ୍କ କାହାଣୀ
25 “ସେ ସମୟରେ ସ୍ୱର୍ଗରାଜ୍ୟ, ବର ଖୋଜିବାକୁ ବାହାରିଥିବା ଦଶ ଜଣ କୁମାରୀ ଝିଅଙ୍କ ଭଳି ହେବ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସେମାନେ ତାହାଙ୍କ ସହିତ ଦୀପ ଆଣିଥିଲେ, 2 ତାହାଙ୍କ ଭିତରୁ ପାଞ୍ଚ ଜଣ ବୋକୀ ଥିଲେ। ଆର ପାଞ୍ଚ ଜଣ ଚତୁର ଥିଲେ। 3 ବୋକୀ ଝିଅ ପାଞ୍ଚ ଜଣ ସେମାନଙ୍କ ସାଥୀରେ ଦୀପ ସିନା ନେଇଥିଲେ, କିନ୍ତୁ ଦୀପ ଜାଳିବା ପାଇଁ ବେଶୀ ତେଲ ଆଣି ନ ଥିଲେ। 4 ଚତୁର ଝିଅ ପାଞ୍ଚ ଜଣ ଦୀପ ତ ନେଇଥିଲେ, ତା'ଛଡ଼ା କାଚ ପାତ୍ରରେ ଅଧିକ ତେଲ ନେଇଥିଲେ। 5 ବରର ଆସିବା ଡେରି ହୋଇଗଲା, ସବୁ ଝିଅଯାକ କ୍ଳାନ୍ତ ହୋଇ ଶେଷରେ ଶୋଇ ପଡ଼ିଲେ।
6 “ଅଧ ରାତିରେ ଜଣେ କେହି ଘୋଷଣା କଲା, ବର ଆସୁଛନ୍ତି। ବାହାରକୁ ଯାଅ ଓ ତାହାଙ୍କୁ ସାକ୍ଷାତ କର।
7 “ଏ କଥା ଶୁଣି ସବୁ ଝିଅଯାକ ଉଠି ପଡ଼ିଲେ ନିଜ ନିଜ ଦୀପ ସଜାଡ଼ିବାକୁ ଲାଗିଲେ। 8 ବୋକୀ ଝିଅମାନେ ଚତୁର ଝିଅମାନଙ୍କୁ କହିଲେ, ‘ତୁମ୍ଭ ତେଲରୁ ଆମ୍ଭକୁ ଟିକିଏ ଦିଅ, ଆମ୍ଭ ଦୀପରୁ ତେଲ ପ୍ରାୟ ସରିଯାଇଛି।’
9 “ଚତୁର ଝିଅମାନେ କହିଲେ, ‘ନା, ନା, ଆମ୍ଭ ତେଲ ଆମ୍ଭ ସମସ୍ତଙ୍କ ପାଇଁ ଯଥେଷ୍ଟ ହେବ ନାହିଁ। ବରଂ ତୁମ୍ଭେମାନେ ଦୋକାନକୁ ଯାଇ ନିଜ ପାଇଁ କିଛି ତେଲ କିଣିଆଣ।’
10 “ତେଣୁ ପାଞ୍ଚ ଜଣ ଯାକ ବୋକୀ ଝୀଅ ତେଲ କିଣିବାକୁ ଗ୍ଭଲିଗଲେ। ସେମାନେ ଗ୍ଭଲିଗଲାପରେ ବର ଆସିଲେ। ଯେଉଁ ଚତୁର ଝିଅଯାକ ପ୍ରସ୍ତୁତ ଥିଲେ, ସେମାନେ ବର ସହିତ ବିବାହ ଭୋଜିକୁ ଗଲେ। ତା'ପରେ କବାଟରେ ତାଲା ପଡ଼ିଗଲା।
11 “ସେହି ସମୟରେ ବାକିତକ ଝିଅ ପହଞ୍ଚିଲେ। ସେମାନ କହିଲେ, ‘ଆଜ୍ଞା! ଆଜ୍ଞା! କବାଟ ଖୋଲନ୍ତୁ। ଯେପରି ଆମ୍ଭେ ଭିତରକୁ ଆସି ପାରିବୁ,’
12 “କିନ୍ତୁ ବର ଉତ୍ତର ଦେଲେ, ‘ମୁଁ ତୁମ୍ଭକୁ ସତ୍ୟ କହୁଛି, ମୁଁ ତୁମ୍ଭକୁ ଚିହ୍ନି ନାହିଁ।’
13 “ତେଣୁ ସଦାବେଳେ ଜାଗ୍ରତ ରୁହ, କାରଣ ମନୁଷ୍ୟପୁତ୍ର କେଉଁଦିନ ଓ କେଉଁ ସମୟରେ ଆସିବେ, ତାହା ତୁମ୍ଭେ ଜାଣି ନାହଁ।
2010 by World Bible Translation Center