Book of Common Prayer
ଦାଉଦଙ୍କର ଗୀତ।
25 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ନିଜକୁ ସମର୍ପଣ କରୁଛି।
2 ହେ ମୋର ପରମେଶ୍ୱର, ମୁଁ ତୁମ୍ଭର ଶରଣାଗତ
ଓ ମୁଁ କେବେ ନିରାଶ ହେବି ନାହିଁ।
ମୋତେ ମୋର ଶତ୍ରୁମାନେ ଦେଖି କେବେ ହସିବେ ନାହିଁ।
3 ହଁ, ଯେଉଁମାନେ ତୁମ୍ଭ ନିକଟରେ ଶରଣ ନିଅନ୍ତି, ସେମାନେ ନିରାଶ ହେବେ ନାହିଁ।
କିନ୍ତୁ ବିଶ୍ୱାସଘାତକମାନେ ନିରାଶ ହେବେ।
ସେମାନେ କିଛି ପାଇବେ ନାହିଁ।
4 ହେ ସଦାପ୍ରଭୁ, ମୋତେ ତୁମ୍ଭର ପଥରେ ଗ୍ଭଲିବାକୁ ସାହାଯ୍ୟ କର।
ତୁମ୍ଭର ମାର୍ଗରେ ଗ୍ଭଲିବାକୁ ଶିକ୍ଷା ପ୍ରଦାନ କର।
5 ତୁମ୍ଭର ସତ୍ୟ ମାର୍ଗରେ ଗ୍ଭଲିବାକୁ ମୋତେ କଢ଼ାଇ ନିଅ ଓ ଶିକ୍ଷା ଦିଅ।
ତୁମ୍ଭେ ମୋର ପରିତ୍ରାଣର ପରମେଶ୍ୱର ଅଟ।
ମୁଁ ପ୍ରତିଦିନ ତୁମ୍ଭ ଉପରେ ଭରସା ରଖେ।
6 ହେ ସଦାପ୍ରଭୁ, ମୋ’ ପ୍ରତି ଦୟା ଦେଖାଇବାକୁ ସ୍ମରଣ କର।
ମୋତେ ଠିକ୍ ସେହିପରି ସ୍ନେହପୂର୍ଣ୍ଣ କରୁଣା ଦେଖାଅ, ଯାହାକି ତୁମ୍ଭେ ସର୍ବଦା ଦେଖାଇଅଛ।
7 ମୁଁ ଯୁବା ବେଳେ କରିଥିବା ପାପ ଓ ଅପରାଧକୁ ଭୁଲି ଯାଅ।
ତୁମ୍ଭର ପବିତ୍ର ନାମର ସାର୍ଥକତା ପାଇଁ, ହେ ସଦାପ୍ରଭୁ ମୋତେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣାରେ ବାନ୍ଧି ରଖ।
8 ସଦାପ୍ରଭୁ ହିଁ ପ୍ରକୃତରେ ମହାନ।
ସେ ପାପୀକୁ ଉଚିତ୍ ମାର୍ଗରେ ଗ୍ଭଲିବାକୁ ନିର୍ଦ୍ଦେଶ ଦିଅନ୍ତି।
9 ସେ ଶୋଚନୀୟ ଲୋକକୁ ବିଗ୍ଭର ମାର୍ଗ ଦେଖାନ୍ତି
ଓ ନମ୍ର ଲୋକମାନଙ୍କୁ ତାଙ୍କ ପଥରେ ଗ୍ଭଲିବାକୁ ପ୍ରେରିତ କରନ୍ତି।
10 ସଦାପ୍ରଭୁ ସେହିମାନଙ୍କ ପ୍ରତି ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି କରନ୍ତି,
ଯେଉଁମାନେ ତାଙ୍କର ନିୟମ ଓ ପ୍ରତିଜ୍ଞା ମାନି ଚଳନ୍ତି।
11 ହେ ସଦାପ୍ରଭୁ, ମୁଁ ଜୀବନରେ ଅନେକ ଅପରାଧ କରିଛି।
କିନ୍ତୁ ତୁମ୍ଭର ମହାନୁଭବତା ଯୋଗୁଁ ମୁଁ କରିଥିବା ସମସ୍ତ ଅପରାଧ କ୍ଷମା କର।
କାରଣ ତୁମ୍ଭେ ମହାନ।
12 ଯଦି ଜଣେ ବ୍ୟକ୍ତି ସଦାପ୍ରଭୁଙ୍କ ପଥକୁ ଅନୁସରଣ କରେ,
ତା'ପରେ ପରମେଶ୍ୱର ତାକୁ ବଞ୍ଚିବା ପାଇଁ ଜୀବନପଥ ଦେଖାନ୍ତି।
13 ସେହି ବ୍ୟକ୍ତି ଅତି ଆନନ୍ଦରେ ଜୀବନଯାପନ କରିବ
ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ୱରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
14 ସଦାପ୍ରଭୁ ସର୍ବଦା ଗୁପ୍ତ ବିଷୟ ସବୁ ତାଙ୍କର ଅନୁଯୋଗୀମାନଙ୍କୁ କୁହନ୍ତି।
ସେ ତାଙ୍କର ବ୍ୟବସ୍ଥା ସବୁ ସେମାନଙ୍କୁ ନିୟମ ପ୍ରଦାନ କରନ୍ତି।
15 ମୁଁ ସଦାସର୍ବଦା ସଦାପ୍ରଭୁଙ୍କର କୃପାପ୍ରାର୍ଥୀ।
ସେ ସଦାସର୍ବଦା ମୋତେ ମୋର ବିପଦରୁ ମୁକ୍ତ କରନ୍ତି।
16 ହେ ସଦାପ୍ରଭୁ, ମୁଁ ଆଘାତ ପ୍ରାପ୍ତ ଓ ଏକୁଟିଆ।
ତୁମ୍ଭର କୃପାଦୃଷ୍ଟି ମୋ’ ଉପରେ ପକାଅ।
17 ମୋତେ ବିପଦରୁ ମୁକ୍ତ କର।
ମୋର ସମସ୍ୟାର ସମାଧାନରେ ସହାୟକ ହୁଅ।
18 ହେ ସଦାପ୍ରଭୁ, ମୋର ଦୁଃଖ ଓ କ୍ଳେଶ ପ୍ରତି ଦୃଷ୍ଟିପାତ କର।
ମୁଁ ଯେଉଁ ପାପ କରିଛି, ସେଥିଲାଗି ମୋତେ କ୍ଷମା କର।
19 ମୋର ଶତ୍ରୁମାନଙ୍କୁ ଥରେ ଗ୍ଭହଁ।
ସେମାନେ ମୋତେ ଘୃଣା କରନ୍ତି ଓ ଆଘାତ କରିବାକୁ ଗ୍ଭହାନ୍ତି।
20 ହେ ସଦାପ୍ରଭୁ, ମୋର ପ୍ରାଣ ରକ୍ଷା କର।
ମୁଁ ତୁମ୍ଭ ଉପରେ ନିର୍ଭର ରଖିଛି।
ତେଣୁ ମୋତେ ନିରାଶ କର ନାହିଁ।
21 ହେ ସଦାପ୍ରଭୁ, ତୁମ୍ଭେ ପ୍ରକୃତରେ ମହାନ।
ମୁଁ ତୁମ୍ଭକୁ ବିଶ୍ୱାସ କରେ, ତେଣୁ ମୋତେ ରକ୍ଷା କର।
22 ହେ ପରମେଶ୍ୱର, ଇସ୍ରାଏଲର ଲୋକମାନଙ୍କୁ
ସେମାନଙ୍କ ଶତ୍ରୁ କବଳରୁ ରକ୍ଷା କର।
ପ୍ରଧାନ ବାଦ୍ୟକର ନିମନ୍ତେ ବେନ୍ର ମୂତ୍-ଲବ୍ବନ୍ ସ୍ୱରରେ ଦାଉଦଙ୍କର ଗୀତ।
9 ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ।
ହେ ସଦାପ୍ରଭୁ, ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
2 ତୁମ୍ଭେ ମୋତେ ଅତି ଆନନ୍ଦ ଦେଇଛ।
ହେ ସର୍ବୋପରିସ୍ଥ ପରମେଶ୍ୱର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।
3 ଯେତେବେଳେ ସେମାନେ ମୋ'ଠାରୁ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ,
ମୋର ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ୱଂସ ହେଲେ।
4 ତୁମ୍ଭେ ହେଉଛ ସବୁଠାରୁ ବିଗ୍ଭରବନ୍ତ।
ତୁମ୍ଭେ ସିଂହାସନରେ ବିଗ୍ଭରପତିର ଆସନ ଅଳଙ୍କୃତ କରି ବସୁଛ।
ହେ ସଦାପ୍ରଭୁ, ତୁମ୍ଭେ ମୋ’ କଥା କର୍ଣ୍ଣପାତ କଲ ଓ ତା'ପରେ ମୋ’ ପାଇଁ ନିଷ୍ପତ୍ତି ନେଲ।
5 ତୁମ୍ଭେ ସେହି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ।
ହେ ସଦାପ୍ରଭୁ, ତୁମ୍ଭେ ସେହି ଦୁଷ୍ଟ ଲୋକଙ୍କୁ ମଧ୍ୟ ଧ୍ୱଂସ କରିଛ।
ତୁମ୍ଭେ ସେହି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦେଇଛ।
ଆଜି ସେହିମାନଙ୍କ ମଧ୍ୟରୁ କେହି ଜୀବିତ ନାହାନ୍ତି।
6 ଶତ୍ରୁମାନେ ନିଶ୍ଚିହ୍ନ ହୋଇଛନ୍ତି।
ହେ ସଦାପ୍ରଭୁ, ତୁମ୍ଭେ ସେମାନଙ୍କର ନଗରକୁ ଧ୍ୱଂସ କରିଛ।
ବର୍ତ୍ତମାନ କେବଳ ଭଙ୍ଗା ଅଟ୍ଟାଳିକାର ଧ୍ୱଂସାବଶେଷ ବିଦ୍ୟମାନ।
ଆଜି ସେମାନଙ୍କୁ ମନେ ପକାଇବା ପାଇଁ କିଛି ଅବଶେଷ ବାକିରହି ନାହିଁ।
7 କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ୟମାନ,
ସେ ତାହାଙ୍କର ରାଜ୍ୟକୁ ଶକ୍ତିଶାଳୀ କରନ୍ତି।
ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
8 ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଗ୍ଭର ପ୍ରଦର୍ଶନ କରନ୍ତି।
ସେ ସବୁ ରାଜ୍ୟମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ କରନ୍ତି।
9 କେତେକ ଲୋକ ଦଳିତ ବୋଲି ଅନୁଭବ କରନ୍ତି
କାରଣ ସେମାନେ ଗରିବ ଏବଂ ସେମାନଙ୍କର ଅସୁବିଧା ଅଛି।
ଯେତେବେଳେ ସେମାନେ ସମସ୍ୟାରେ ପଡ଼ନ୍ତି
ସଦାପ୍ରଭୁ ସେମାନଙ୍କୁ ନିରାପତ୍ତା ଦିଅନ୍ତି।
10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି
ସେମାନେ ତୁମ୍ଭକୁ ବିଶ୍ୱାସ କରିବେ।
ହେ ସଦାପ୍ରଭୁ, ଯଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି
ତୁମ୍ଭେ ସେମାନଙ୍କୁ ସାହାଯ୍ୟ ନ କରି ଛାଡ଼ିଦିଅ ନାହିଁ।
11 ହେ ସିୟୋନ ନିବାସୀ, ତୁମ୍ଭେ ସର୍ବଦା ପରମେଶ୍ୱରଙ୍କର ପ୍ରଶଂସା ଗାନ କର।
ସେ କରିଥିବା ସମସ୍ତ ମହାନ କାର୍ଯ୍ୟ ରାଜ୍ୟମାନଙ୍କ ଆଗରେ ପ୍ରକାଶ କର।
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାଯ୍ୟ ପାଇଁ ଯାଇଥିବା
ଲୋକମାନଙ୍କୁ ମନେ ରଖନ୍ତି।
ସେହି ଗରିବ ଲୋକମାନେ ସାହାଯ୍ୟ ପାଇଁ ଆକୁଳ ନିବେଦନ କରନ୍ତି
ଓ ସଦାପ୍ରଭୁ ସେମାନଙ୍କ କଥା ଭୁଲି ପାରନ୍ତି ନାହିଁ।
13 ମୁଁ ଏହି ପ୍ରାର୍ଥନା ପରମେଶ୍ୱରଙ୍କ ନିକଟରେ କରିବି, “ହେ ସଦାପ୍ରଭୁ, ମୋ’ ପ୍ରତି ଦୟାକର।
ଦେଖ, ମୋର ଶତ୍ରୁମାନେ କିଭଳି ମୋ’ ପଛରେ ମୋତେ ଆଘାତ କରିବାକୁ ଲାଗିଛନ୍ତି।
ମୋତେ ‘ମୃତ୍ୟୁ ସ୍ଥାନରୁ’ ଉଦ୍ଧାର କର।
14 ତା'ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି।
ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”
15 ଅନ୍ୟ ରାଜ୍ୟର ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ଯନ୍ତା ବସାନ୍ତି।
କିନ୍ତୁ ସେମାନେ ନିଜେ ବସାଇ ଥିବା ଯନ୍ତାରେ ପଡ଼ନ୍ତି।
ସେହି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥା’ନ୍ତି, କିନ୍ତୁ ଶେଷରେ ସେମାନେ ନିଜେ ସେହି ଜାଲରେ ଧରାପଡ଼ନ୍ତି।
16 ସଦାପ୍ରଭୁ ସେହି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି,
ଏହା ଦ୍ୱାରା ଲୋକମାନେ ଶିକ୍ଷା କରନ୍ତି ଯେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି। ହିଗାୟୋନ୍ ସେଲା
17 ଯେଉଁମାନେ ପରମେଶ୍ୱରଙ୍କୁ ଭୁଲି ଯାଆନ୍ତି
ସେମାନେ ମନ୍ଦ ଲୋକ ଅଟନ୍ତି।
ସେମାନେ ମୃତ୍ୟୁ ସ୍ଥାନକୁ ଯିବେ।
18 ବେଳେବେଳେ ଏହା ଜଣାପଡ଼େ ଯେ ପରମେଶ୍ୱର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ଯାଆନ୍ତି।
ଏହାର ଅର୍ଥ ନୁହେଁ ଯେ ସେହି ଗରିବ ବ୍ୟକ୍ତିମାନଙ୍କର କୌଣସି ଆଶା ନ ଥାଏ।
କିନ୍ତୁ ପରମେଶ୍ୱର ସର୍ବଦା ସେମାନଙ୍କୁ ଭୁଲନ୍ତି ନାହିଁ।
19 ହେ ସଦାପ୍ରଭୁ, ତୁମ୍ଭେ ଜାଗ୍ରତ ହୁଅ।
ସେହି ଜାତିମାନଙ୍କୁ ନ୍ୟାୟ ପ୍ରଦାନ କର।
ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ଯେ, ସେମାନେ ଶକ୍ତିଶାଳୀ ଅଟନ୍ତି।
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର।
ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି। ସେଲା
ଦାଉଦଙ୍କର ଗୀତ
15 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ?
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ?
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ,
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ।
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ।
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ।
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ।
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ,
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ।
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ
ଆଘାତ କରି ମୁଦ୍ରା ନିଏ ନାହିଁ।
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ।
ମିଶରସ୍ଥିତ ଯିହୁଦୀୟମାନଙ୍କ ପ୍ରତି ସଦାପ୍ରଭୁଙ୍କ ବାର୍ତ୍ତା
44 ଯେଉଁ ଯିହୁଦୀୟମାନେ ମିଶର ଦେଶସ୍ଥ ମିଗ୍ଦୋଲରେ, ତଫନ୍ହେଷରେ, ନୋଫରେ ଓ ପଥ୍ରୋଷ ପ୍ରଦେଶରେ ବାସ କଲେ ସେମାନଙ୍କ ଉଦ୍ଦେଶ୍ୟରେ ସଦାପ୍ରଭୁଙ୍କଠାରୁ ଏହି ବାକ୍ୟ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। 2 “ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ଯିରୁଶାଲମ ଉପରେ ଓ ଯିହୁଦାର ସବୁ ନଗର ଉପରେ ଯେଉଁସବୁ ଅମଙ୍ଗଳ ଘଟାଇଅଛୁ ତାହା ତୁମ୍ଭେମାନେ ଦେଖିଅଛ। ଆଉ ସେଗୁଡ଼ିକ ଜନମାନବ ଶୂନ୍ୟ ପ୍ରସ୍ତର ଗଦାରେ ଆଜି ପରିଣତ ହୋଇଅଛି। 3 କାରଣ ସେମାନେ ଆମ୍ଭକୁ ବିଭକ୍ତ କରିବା ପାଇଁ ଦୁଷ୍କର୍ମ କଲେ। ସେମାନେ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ଜଳାଇଲେ ଓ ପୂଜା କରିବାକୁ ଗଲେ। ଯେଉଁ କାର୍ଯ୍ୟ ତୁମ୍ଭର ଲୋକମାନେ ଓ ତୁମ୍ଭ ପୂର୍ବପୁରୁଷମାନେ ଅତୀତରେ କରୁ ନ ଥିଲେ। 4 ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ୟଦ୍ବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, “ତୁମ୍ଭେମାନେ ଏହି ଘୃଣ୍ୟ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।” 5 ମାତ୍ର ସେମାନେ ସେମାନଙ୍କର କଥା ଶୁଣିଲେ ନାହିଁ। ସେମାନେ ଆପଣା ଦୁଷ୍କର୍ମରୁ ନିବୃତ୍ତ ହୋଇ ଅନ୍ୟ ଦେବଗଣଙ୍କ ଉଦ୍ଦେଶ୍ୟରେ ଧୂପ ନ ଜଳାଇବା ପାଇଁ ଭବିଷ୍ୟଦ୍ବକ୍ତାଙ୍କ ବାକ୍ୟରେ କର୍ଣ୍ଣପାତ କଲେ ନାହିଁ। 6 ତେଣୁ ଆମ୍ଭେ ଆମ୍ଭର ପ୍ରଚଣ୍ଡ କ୍ରୋଧ ଓ କୋପ ପ୍ରକାଶ କଲୁ। ଯିହୁଦାର ନଗର ସମୂହ ଓ ଯିରୁଶାଲମର ସମସ୍ତ ପଥ ସେହି କ୍ରୋଧାଗ୍ନିରେ ପ୍ରଜ୍ୱଳିତ ହେଲା। ଆଉ ମୋର କ୍ରୋଧ ଯୋଗୁଁ ଯିରୁଶାଲମ ଓ ଯିହୁଦାର ନଗରସବୁ ଆଜି ଧ୍ୱଂସସ୍ତୁପରେ ପରିଣତ ହୋଇଅଛି।’
7 “ତେଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର କହନ୍ତି, ‘ତୁମ୍ଭେମାନେ କାହିଁକି ଏହି ମହାପାପ କରି ନିଜ ନିଜ ଜୀବନକୁ ଆଘାତ କରୁଛ? ଏହା ଦ୍ୱାରା ତୁମ୍ଭେମାନେ ନିଜ ନିଜ ସମ୍ପର୍କୀୟ ପୁରୁଷ, ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁମାନଙ୍କୁ ଯିହୁଦା ପରିବାରରୁ ବିଚ୍ଛିନ୍ନ କରୁଅଛ। ଆଉ କାହାରିକୁ ଯିହୁଦାର ଅବଶିଷ୍ଟ ରଖୁ ନାହଁ। 8 ତୁମ୍ଭେମାନେ ଏହି ଯେ ମିଶର ଦେଶରେ ପ୍ରବାସ କରିବା ପାଇଁ ଆସିଅଛ, ଏ ସ୍ଥାନରେ ଅନ୍ୟ ଦେବଗଣ ଉଦ୍ଦେଶ୍ୟରେ ଧୂପ ଜଳାଇ କାହିଁକି ଆପଣା ଆପଣା ହସ୍ତକୃତ କର୍ମଦ୍ୱାରା ଆମ୍ଭକୁ ବିରକ୍ତ କରୁଅଛ? ତୁମ୍ଭେମାନେ ବିନଷ୍ଟ ହେବ ଓ ପୃଥିବୀସ୍ଥ ସମସ୍ତ ଗୋଷ୍ଠୀ ମଧ୍ୟରେ ଅଭିଶପ୍ତ ଓ ନିନ୍ଦାର ପାତ୍ର ହେବ। 9 ଯିହୁଦା ନଗରର ଓ ଯିରୁଶାଲମର ରାଜପଥରେ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ଏବଂ ଯିହୁଦାର ରାଜାମାନେ ଓ ସେମାନଙ୍କର ସ୍ତ୍ରୀମାନେ କରିଥିବା ଅପରାଧ ଏବଂ ତୁମ୍ଭର ନିଜର କୁକର୍ମ ଓ ତୁମ୍ଭର ସ୍ତ୍ରୀମାନଙ୍କର କୁକର୍ମ, ତୁମ୍ଭେ ପାଶୋରି ଦେଇଛ କି? 10 ଏପରିକି ଏବେ ମଧ୍ୟ ସେମାନେ ନମ୍ର ହୋଇ ନାହାନ୍ତି କିଅବା ଆମ୍ଭ ପ୍ରତି ଭକ୍ତିଭାବ ଦେଖାଇ ନାହାନ୍ତି। ଆମ୍ଭେ ତୁମ୍ଭମାନଙ୍କୁ ଓ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କୁ ଦେଇଥିବା ବିଧି ଓ ବ୍ୟବସ୍ଥା ଅନୁସାରେ ସେମାନେ ଆଚରଣ କରି ନାହାନ୍ତି।’
11 “ଏଣୁ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ଦେଖ, ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷରେ ଓ ସମଗ୍ର ଯିହୁଦା ବିପକ୍ଷରେ ଅମଙ୍ଗଳ ଓ ଧ୍ୱଂସ ଘଟାଇବା ପାଇଁ ମନସ୍ଥ କରିଅଛୁ। 12 ପୁଣି ଯିହୁଦାର ଯେଉଁ ଅବଶିଷ୍ଟାଂଶ ଲୋକେ ମିଶର ଦେଶରେ ପ୍ରବାସ କରିବା ପାଇଁ ସେଠାକୁ ଯିବା ଲାଗି ଆଗ୍ରହୀ ହୋଇଅଛନ୍ତି, ଆମ୍ଭେ ସେମାନଙ୍କୁ ଧରିବା। ସେମାନେ ସମସ୍ତେ ଲୁପ୍ତ ହେବେ, ମିଶର ଦେଶରେ ପତିତ ହେବେ। ଖଡ଼୍ଗ ଓ ଦୁର୍ଭିକ୍ଷରେ ସେମାନେ ଲୁପ୍ତ ହେବେ। କ୍ଷୁଦ୍ର ଓ ମହାନ ସମସ୍ତେ ଖଡ଼୍ଗ ଓ ଦୁର୍ଭିକ୍ଷରେ ମରିବେ। ଆଉ ସେମାନେ ଅନ୍ୟ ଦେଶଗୁଡ଼ିକ ସମ୍ମୁଖରେ ଅଭିଶାପ, ବିସ୍ମୟ, ଶାପ ଓ ନିନ୍ଦାର ପାତ୍ର ହେବେ। 13 ଆଉ ଆମ୍ଭେ ଯେପରି ଖଡ଼୍ଗ, ଦୁର୍ଭିକ୍ଷ ଓ ମହାମାରୀ ଦ୍ୱାରା ଯିରୁଶାଲମକୁ ଦଣ୍ଡ ଦେଇଥିଲୁ, ସେହିପରି ମିଶର ଦେଶରେ ବାସ କରୁଥିବା ପ୍ରବାସୀମାନଙ୍କୁ ଦଣ୍ଡ ଦେବୁ। 14 ଯିହୁଦାର ଯେଉଁ ଅବଶିଷ୍ଟ ଲୋକେ ଯିହୁଦା ଦେଶକୁ ଫେରିଯାଇ ସେଠାରେ ବାସ କରିବାକୁ ଇଚ୍ଛାକରି ମିଶର ଦେଶରେ ପ୍ରବାସ କରିବାକୁ ଆସିଅଛନ୍ତି, ସେମାନଙ୍କ ମଧ୍ୟରୁ କେହି ଉଦ୍ଧାର କିଅବା ରକ୍ଷା ପାଇବେ ନାହିଁ। କାରଣ ପଳାତକ ଲୋକମାନଙ୍କ ବିନା ଆଉ କେହି ଫେରିଯିବେ ନାହିଁ।’”
30 ଆମ୍ଭେ ପ୍ରତି ମୁହୂର୍ତ୍ତରେ କ’ଣ ପାଇଁ ବିପଦର ସମ୍ମୁଖୀନ ହେଉ? 31 ଭାଇମାନେ, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ ଗର୍ବ କରିଥାଏ, ସେଥିର ଶପଥ କରି କହୁଛି, ମୁଁ ପ୍ରତିଦିନ ମରେ। 32 ଯଦି ମୁଁ ଏଫିସଠାରେ ମୋର ଗର୍ବ ରକ୍ଷାର୍ଥେ ବନ୍ୟପଶୁମାନଙ୍କ ସହ ଯୁଦ୍ଧ କରିଛି, ତା'ହେଲେ ମୁଁ କ’ଣ ବା ପାଇଲି? ଯଦି ମୃତ ଲୋକ ମୃତ୍ୟୁରୁ ଉତ୍ଥିତ ହେବ ନାହିଁ, ତା'ହେଲେ “ଆସ ଖାଇବା, ପିଇବା, ମଉଜ କରିବା କାରଣ କାଲି ମରିବାକୁ ହେବ।”(A)
33 ମୂର୍ଖଙ୍କ ଭଳି ଆଚରଣ କର ନାହିଁ। “ମନ୍ଦ ସଙ୍ଗୀମାନେ ଭଲ ଅଭ୍ୟାସଗୁଡ଼ିକୁ ନଷ୍ଟ କରିଦେବେ।” 34 ଅତଏବ, ତୁମ୍ଭେ ଜାଗ୍ରତ ହୁଅ, ଓ ପାପ କରିବା ବନ୍ଦ କର। ତୁମ୍ଭମାନଙ୍କ ମଧ୍ୟରୁ କେତେକ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ। ତୁମ୍ଭମାନଙ୍କୁ ଲଜ୍ଜା ଦେବା ପାଇଁ ଏ କଥା ମୁଁ କହୁଛି।
ଆମ୍ଭେ କେଉଁ ପ୍ରକାର ଶରୀର ପାଇବା?
35 କିନ୍ତୁ ଜଣେ ପଗ୍ଭରି ପାରେ: “ମୃତଗୁଡ଼ିକ କିପରି ଉତ୍ଥିତ ହୁଅନ୍ତି? 36 ସେମାନେ କେଉଁ ଭଳି ଦେହ ଧାରଣ କରିବେ?” ଏଗୁଡ଼ିକ ହେଉଛି ନିର୍ବୋଧ ପ୍ରଶ୍ନ। ପୃଥିବୀରେ ପୋତା ଯାଇଥିବା ବୀଜଟି ନିଜେ ନ ମରିବା ପର୍ଯ୍ୟନ୍ତ ସଜୀବ ହୁଏ ନାହିଁ। 37 ବୁଣିଲା ବେଳେ ତୁମ୍ଭେମାନେ ଯାହା ବୁଣ, ବିକଶିତ ହେଲା ପରେ ତାହା ସେହି “ଶରୀର” ଧାରଣ କରେ ନାହିଁ। ତୁମ୍ଭେମାନେ ଗହମ ହେଉ ବା ଅନ୍ୟ କୌଣସି ଶସ୍ୟ ହେଉ, କେବଳ ବୀଜଟି ବୁଣ। 38 ତା'ପରେ ପରମେଶ୍ୱର ଯେପରି ଇଚ୍ଛା କରନ୍ତି, ସେହିପରି ଶରୀର ତାହାକୁ ପ୍ରଦାନ କରନ୍ତି। ପରମେଶ୍ୱର ସମସ୍ତ ବୀଜ ମଧ୍ୟରୁ ପ୍ରତ୍ୟେକକୁ ତାହାର ନିଜ ଶରୀର ଦିଅନ୍ତି। 39 ଶରୀରରୁ ଜାତ ସମସ୍ତ ବିଷୟରେ ସମାନ ପ୍ରକାରର ଶରୀର ନ ଥାଏ। ମଣିଷମାନଙ୍କର ଶରୀର ଏକ ପ୍ରକାରର ତ ଚଢ଼େଇମାନଙ୍କର ଶରୀର ଅନ୍ୟ ପ୍ରକାରର ଓ ମାଛମାନଙ୍କର ଶରୀର ଆହୁରି ଅଲଗା ପ୍ରକାରର। 40 ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। 41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା।
16 “ଏହି ଲୋକମାନଙ୍କ ବିଷୟରେ ମୁଁ କ’ଣ କହିବି। ସେମାନେ କେଉଁ ପ୍ରକାରର? ସେମାନେ ବଜାରରେ ବସିଥିବା ପିଲାମାନଙ୍କ ଭଳି। ସେ ପିଲାମାନେ ଅନ୍ୟ ପିଲାମାନଙ୍କୁ ଡାକି କୁହନ୍ତି:
17 ‘ଆମ୍ଭେ ତୁମ୍ଭ ପାଇଁ ବଂଶୀ ବଜାଇଲୁ।
କିନ୍ତୁ ତୁମ୍ଭେ ନାଚିଲ ନାହିଁ।
ଆମ୍ଭେ ଶୋକ ଗୀତ ଗାଇଲୁ,
କିନ୍ତୁ ତୁମ୍ଭେ ବିଳାପ କଲ ନାହିଁ।’
18 ବର୍ତ୍ତମାନର ଲୋକମାନେ ସେହିପରି। ଯୋହନ ଆସିଲେ, କିନ୍ତୁ ଅନ୍ୟମାନଙ୍କ ଭଳି ସେ ଖାଉ ନ ଥିଲେ କି ପିଉ ନ ଥିଲେ। ଲୋକେ କହିଲେ, ‘ତାହାଙ୍କ ଦେହରେ ଭୂତ ପଶି ଯାଇଛି।’ 19 ତା'ପରେ ମନୁଷ୍ୟପୁତ୍ର ଆସିଲେ। ସେ ଅନ୍ୟମାନଙ୍କ ଭଳି ଖିଆପିଆ କଲେ। ଲୋକେ କହିଲେ, ‘ଦେଖ, ଏ ଲୋକ ପେଟୁଆ ଓ ମଦୁଆ। ସେ ପାପୀ ଓ କରଆଦାୟକାରୀ ଓ ମନ୍ଦ ଲୋକମାନଙ୍କ ବନ୍ଧୁ।’ କିନ୍ତୁ କାର୍ଯ୍ୟ ଦ୍ୱାରା ଜ୍ଞାନ ସତ୍ୟ ବୋଲି ପ୍ରମାଣିତ ହୋଇଥାଏ।”
ଅବିଶ୍ୱାସୀ ଲୋକଙ୍କୁ ଯୀଶୁଙ୍କ ଚେତାବନୀ
(ଲୂକ 10:13-15)
20 ସେତେବେଳେ ଯୀଶୁ ଯେଉଁ ନଗରମାନଙ୍କରେ ଅଧିକାଂଶ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରିଥିଲେ, ସେହି ନଗରଗୁଡ଼ିକୁ ତିରସ୍କାର କଲେ। କାରଣ ସେଠାକାର ଲୋକେ ନିଜ ପାପ ପାଇଁ ଅନୁତାପ କରି ହୃଦୟ ପରିବର୍ତ୍ତନ କରି ନ ଥିଲେ, କି ପାପ କରିବା ଛାଡ଼ି ନ ଥିଲେ, 21 ସେ କହିଲେ, ‘‘ହାୟ କୋରାଜୀନ୍! ହାୟ ବେଥ୍ସାଇଦା![a] ତୁମ୍ଭ ଅଞ୍ଚଳରେ ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ କରାଗଲା, ସେଗୁଡ଼ିକ ଯଦି ସୋର ଓ ସୀଦୋନ[b]ରେ କରିଥାଆନ୍ତୁ, ତେବେ ବହୁ ପୂର୍ବରୁ ସେ ଲୋକମାନେ ହୃଦୟ ଓ ଜୀବନ ପରିବର୍ତ୍ତନ କରି ସାରି ଥାଆନ୍ତେ। ସେମାନେ ଅଖା ପିନ୍ଧି ଓ ଦେହରେ ପାଉଁଶ ବୋଳି ହୋଇ ତାହାଙ୍କ ପାପ ପାଇଁ ଦୁଃଖ ପ୍ରକାଶ କରି ସାରି ଥାଆନ୍ତେ। 22 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ବିଗ୍ଭର ଦିନରେ ସୋର ଓ ସୀଦୋନର ଅପେକ୍ଷା ତୁମ୍ଭ ଦଶା ଅଧିକ ଖରାପ ହେବ।
23 “ହେ କଫର୍ନାହୂମ! ତୁ କ’ଣ ଭାବୁଛୁ ତୋତେ ସ୍ୱର୍ଗୀୟ ଗୌରବ ଦେବା ପାଇଁ ସ୍ୱର୍ଗକୁ ଉଠାଇ ନିଆଯିବ? ନା, ତୁମ୍ଭକୁ ପାତାଳରେ ନିକ୍ଷେପ କରାଯିବ। ଯେଉଁ ଆଶ୍ଚର୍ଯ୍ୟ କାର୍ଯ୍ୟଗୁଡ଼ିକ ତୋର ଅଞ୍ଚଳରେ କରାଯାଇଛି, ସେଗୁଡ଼ିକ ଯଦି ସଦୋମ[c]ରେ କରାଯାଇ ଥା’ନ୍ତା।, ତେବେ ସେଠାକାର ବାସିନ୍ଦା ପାପ କରିବା ବନ୍ଦ କରି ଦେଇଥାଆନ୍ତେ ଓ ସେ ନଗର ଏ ପର୍ଯ୍ୟନ୍ତ ତିଷ୍ଠି ରହି ପାରିଥା’ନ୍ତା। 24 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, ନ୍ୟାୟ ହେବା ଦିନ ତୋର ଦଶା ସଦୋମର ଦଶା ଅପେକ୍ଷା ଅଧିକ ଖରାପ ହେବ।”
2010 by World Bible Translation Center