Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 70-71

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। ସ୍ମରୋଣ ପାୟ।

70 ହେ ପରମେଶ୍ୱର, ମୋତେ ରକ୍ଷା କର!
    ହେ ପରମେଶ୍ୱର, ମୋତେ ଶୀଘ୍ର ଉଦ୍ଧାର କର!
ଲୋକମାନେ ମୋତେ ମାରିବା ପାଇଁ ଚେଷ୍ଟା କରୁଛନ୍ତି।
    ସେମାନଙ୍କୁ ନିରାଶ ଓ ଅପମାନିତ କର!
ଲୋକମାନେ ମୋର କ୍ଷତି କରିବା ପାଇଁ ଗ୍ଭହୁଁଛନ୍ତି।
    ମୁଁ ଆଶାକରେ ସେମାନଙ୍କୁ ଲଜ୍ଜା ଦେଇ ବିଦାକର।
ଲୋକମାନେ ମୋତେ ପରିହାସ କରନ୍ତି।
    ସେମାନେ ସେମାନଙ୍କର ଲଜ୍ଜାର କାରଣ ପାଇଁ ଆସିପାରନ୍ତି।
ମୁଁ ଆଶାକରେ ଯେଉଁମାନେ ତୁମ୍ଭଙ୍କୁ ଅନ୍ୱେଷଣ କରନ୍ତି,
    ସେମାନେ ବହୁତ ଉଲ୍ଲସିତ ଓ ଖୁସୀ ହୁଅନ୍ତି।
ଯେଉଁମାନେ ତୁମ୍ଭର ପରିତ୍ରାଣକୁ ଆଶା କରନ୍ତି,
    ସର୍ବଦା କହିବେ, “ପରମେଶ୍ୱର ମହାନ ଅଟନ୍ତି।”

ମୁଁ ଏକ ନିଃସହାୟ ଲୋକ।
    ହେ ପରମେଶ୍ୱର, ଶୀଘ୍ର ମୋତେ ଉଦ୍ଧାର କର!
ହେ ପରମେଶ୍ୱର! ତୁମ୍ଭେ ହିଁ କେବଳ ମୋର ସହାୟ ଓ ରକ୍ଷକ।
    ସଦାପ୍ରଭୁ ବିଳମ୍ବ କର ନାହିଁ।

71 ହେ ସଦାପ୍ରଭୁ, ମୁଁ ଉଦ୍ଧାର ପାଇଁ ତୁମ୍ଭ ପାଖକୁ ଯାଉଛି।
    ମୋତେ ନିରାଶ ହେବାକୁ ଦିଅ ନାହିଁ।
କାରଣ ତୁମ୍ଭେ ଯଥାର୍ଥ ଅଟ।
    ମୋତେ ଉଦ୍ଧାର କର ଓ ବଞ୍ଚାଅ।
    ମୋହର ଗୁହାରି ଶୁଣ ଓ ମୋତେ ଉଦ୍ଧାର କର।
ମୋର ଦୁର୍ଗ ହୁଅ।
    ତୁମ୍ଭେ ମୋ’ ପ୍ରତି ଶୈଳ ସ୍ୱରୂପ ସୁରକ୍ଷାର ଗଡ଼ ଯାହା ନିକଟକୁ ମୁଁ ଦୌଡ଼ି ଯିବି।
ମୋର ନିରାପଦର ସ୍ଥାନ,
    ତୁମ୍ଭେ ମୋତେ ପରିତ୍ରାଣ କରିବାକୁ ଆଜ୍ଞା ଦିଅ।
ହେ ମୋର ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
    ଅନ୍ୟାୟକାରୀ ଓ ନିର୍ଦ୍ଦୟଲୋକ ହାତରୁ ମୋତେ ରକ୍ଷା କର।
ହେ ମୋର ପ୍ରଭୁ ସଦାପ୍ରଭୁ, ତୁମ୍ଭେ ହିଁ ମୋର ଭରସା।
    ମୋର ବାଲ୍ୟକାଳରୁ ତୁମ୍ଭେ ହିଁ ମୋର ବିଶ୍ୱାସ ଭୂମି।
ଗର୍ଭରେ ଥିବା ସମୟରେ ମୁଁ ତୁମ୍ଭ ଉପରେ ନିର୍ଭରଶୀଳ ଥିଲି।
    ମାତାର ଗର୍ଭରୁ ତୁମ୍ଭେ ମୋତେ ନିରାପତ୍ତା ସହିତ ଆଣିଲ।
    ମୁଁ ତୁମ୍ଭକୁ ପ୍ରତିଦିନ ପ୍ରଶଂସା କରିଛି।
ତୁମ୍ଭେ ହେଉଛି ମୋର ଦୃଢ଼ ଆଶ୍ରୟ,
    ତେଣୁ ମୁଁ ଅନେକ ଲୋକମାନଙ୍କର ଉଦାହରଣ ହୋଇଅଛି।
ମୁଁ ସର୍ବଦା, ତୁମ୍ଭେ କରିଥିବା ଆଶ୍ଚର୍ଯ୍ୟ କର୍ମ ବିଷୟରେ ଗାନ କରୁଛି।
ବୃଦ୍ଧା ଅବସ୍ଥା ହେତୁ ମୋତେ ପରିତ୍ୟାଗ କର ନାହିଁ।
    ମୁଁ ଦୁର୍ବଳ ହେବା ସମୟରେ ମୋତେ ପରିତ୍ୟାଗ କର ନାହିଁ।
10 ମୋର ଶତ୍ରୁମାନେ ମୋ’ ବିରୁଦ୍ଧରେ ଯୋଜନା କରିଛନ୍ତି।
    ସେହି ଲୋକମାନେ ଏକତ୍ରିତ ହେଲେ ଏବଂ ମୋତେ ମାରିବା ପାଇଁ ଯୋଜନା କଲେ।
11 ମୋର ଶତ୍ରୁମାନେ କହିଲେ, “ତାଙ୍କୁ ଅନୁଧାବନ କର ଏବଂ ଧରିଆଣ।
    ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଛନ୍ତି।
    ତେଣୁ ତାଙ୍କୁ କୌଣସି ଲୋକ ଉଦ୍ଧାର କରିବେ ନାହିଁ।”
12 ହେ ପରମେଶ୍ୱର, ମୋ’ ପାଖରୁ ଦୂରେଇ ଯାଅ ନାହିଁ,
    ହେ ପରମେଶ୍ୱର ଶୀଘ୍ର ମୋତେ ଉଦ୍ଧାର କର।
13 ମୋର ଶତ୍ରୁମାନଙ୍କୁ ପରାସ୍ତ କର!
    ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ କର।
ସେମାନେ ମୋତେ ମାରିବା ପାଇଁ ଚକ୍ରାନ୍ତ କରୁଛନ୍ତି।
    ସେମାନେ ଅପମାନିତ ହୁଅନ୍ତୁ।
14 କିନ୍ତୁ ମୋ’ ପକ୍ଷରେ ମୁଁ ନିରନ୍ତର ତୁମ୍ଭ ଉପରେ ବିଶ୍ୱାସ ରଖିବି।
    ଏବଂ ମୁଁ ତୁମ୍ଭକୁ ଅଧିକ ପ୍ରଶଂସା କରିବା ପାଇଁ ପ୍ରସ୍ତୁତ ହେବି।
15 ମୁଁ ଲୋକମାନଙ୍କୁ କହିବି ତୁମ୍ଭେ କିପରି ଉତ୍ତମ ଅଟ।
    ତୁମ୍ଭେ ମୋତେ କିପରି ଅଗଣିତ ଥର ରକ୍ଷା କରିଥିଲ,
    ଯେପରିକି କେତେଥର ଗଣତି କରି ପାରିବ ନାହିଁ।
16 ହେ ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭର ମହାନତା ବିଷୟରେ କହିବି।
    ମୁଁ କେବଳ ତୁମ୍ଭର ଉତ୍ତମତା ବିଷୟ ବର୍ଣ୍ଣନା କରିବି।
17 ହେ ପରମେଶ୍ୱର, ତୁମ୍ଭେ ମୋତେ ବାଲ୍ୟକାଳରୁ ଶିକ୍ଷା ଦେଇ ଆସୁଅଛି।
    ମୁଁ ଏପର୍ଯ୍ୟନ୍ତ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସବୁ ଲୋକମାନଙ୍କୁ କହିଛି।
18 ବର୍ତ୍ତମାନ ମୁଁ ବୃଦ୍ଧ ଓ ମୋର ବାଳ ପାଚିଯାଇଛି।
ମୋତେ ପରିତ୍ୟାଗ କର ନାହିଁ, ପରମେଶ୍ୱର।
    ମୋ’ ସାଙ୍ଗରେ ରୁହ, ମୁଁ ଯେପରି ତୁମ୍ଭର ଶକ୍ତି ଏବଂ ମହାନତା ବିଷୟରେ ଭବିଷ୍ୟତ ବଂଶଧରଙ୍କ ଆଗରେ କହି ପାରିବି।
19 ହେ ପରମେଶ୍ୱର, ତୁମ୍ଭର ଧର୍ମ ବହୁତ ଉଚ୍ଚ।
    ହେ ପରମେଶ୍ୱର, ତୁମପରି ଆଉ କେହି ପରମେଶ୍ୱର ନାହିଁ।
    ତୁମ୍ଭେ ଅନେକ ଆଶ୍ଚର୍ଯ୍ୟ କର୍ମମାନ କର।
20 ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ।
    ମୋ’ ଜୀବନକୁ ପୁନଃସ୍ଥାପନ କର।
    ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।
21 ମୋତେ ସମ୍ମାନ ସହିତ ବିଶାଳ ଆକାରରେ ପୁନଃସ୍ଥାପନ କର
    ଏବଂ ମୋତେ ପୁଣି ଥରେ ସାନ୍ତ୍ୱନା ଦିଅ।
22 ତା'ପରେ ହେ ମୋର ପରମେଶ୍ୱର, ମୁଁ ତ୍ରିକୋଣାକାର ବୀଣା ସହିତ ତୁମ୍ଭର ପ୍ରଶଂସା କରିବି।
    ତୁମ୍ଭ ଉପରେ ଭରସା ରଖାଯାଇ ପାରିବ ବୋଲି ମୁଁ ଗୀତ ଗାଇବି।
ତୁମ୍ଭେ ଇସ୍ରାଏଲର ପବିତ୍ର ସଦାପ୍ରଭୁ ବୋଲି
    ମୁଁ ତୁମ୍ଭଙ୍କୁ ବୀଣା ବାଦନ କରି ପ୍ରଶଂସା ଗାନ କରିବି।
23 ତୁମ୍ଭେ ମୋତେ ରକ୍ଷା କଲ, ମୁଁ ବହୁତ ଖୁସୀ ଅଟେ।
    ମୁଁ ନିଜ ଓଷ୍ଠ ଦ୍ୱାରା ତୁମ୍ଭ ପ୍ରଶଂସାର ଗୀତ ଗାଇବି।
24 ମୋର ଜିହ୍ୱା ତୁମ୍ଭର ସର୍ବଦା ଉତ୍ତମତା ଗାନ କରିବ,
    କାରଣ ମୋତେ ହତ୍ୟା କରିବାକୁ ଗ୍ଭହିଁଥିବା ଲୋକମାନେ
    ପରାସ୍ତ ଓ ଅପମାନିତ ହେବେ।

ଗୀତସଂହିତା 74

ଆସଫର ମସ୍କୀଲ୍।

74 ପରମେଶ୍ୱର, ତୁମ୍ଭେ କାହିଁକି ବହୁତ ଦିନ ଆମ୍ଭମାନଙ୍କୁ ପରିତ୍ୟାଗ କଲ?
    ତୁମ୍ଭେ କାହିଁକି ଆମ୍ଭମାନଙ୍କ ଉପରେ ଏତେ ରାଗିଅଛ, ଆମ୍ଭେ ଯେ ତୁମ୍ଭର ନିଜ ଦଳ?
ପୂର୍ବରୁ ତୁମ୍ଭର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭର ନିଜର କଲ।
    ତୁମ୍ଭର ଖୁବ୍ ନିଜର ଲୋକମାନଙ୍କୁ ସ୍ମରଣ କର ଯେଉଁମାନଙ୍କୁ ତୁମ୍ଭେ ରକ୍ଷା କଲ
ଏବଂ ସିୟୋନ ପର୍ବତକୁ ସ୍ମରଣ କର ଯେଉଁଠାରେ ତୁମ୍ଭେ ବାସ କଲ।
ପରମେଶ୍ୱର, ସେହି ପ୍ରାଚୀନର ଭଗ୍ନାବଶେଷ ଉପରେ ଗ୍ଭଲନ୍ତୁ।
    ଯେଉଁଠାରେ ଶତ୍ରୁମାନେ ମନ୍ଦିରର ସବୁକିଛି ନଷ୍ଟ କରିଥିଲେ।

ତୁମ୍ଭର ଶତ୍ରୁଗଣ ବାହାର ମନ୍ଦିରରେ ଯୁଦ୍ଧ ଧ୍ୱନି କଲେ।
    ସେମାନେ ତାଙ୍କର ବିଜୟଧ୍ୱଜା ମନ୍ଦିର ଉପରେ ଉଡ଼ାଇଲେ।
ଜଙ୍ଗଲରେ କୁହ୍ରାଡ଼ି ବ୍ୟବହାର କରୁଥିବା ଲୋକମାନଙ୍କ ପରି
    ଶତ୍ରୁ ସୈନ୍ୟମାନେ ଦେଖାଯାଉଥିଲେ।
ହେ ପରମେଶ୍ୱର, ସେମାନେ କୁହ୍ରାଡ଼ି ଓ ଟାଙ୍ଗିଆ ଦ୍ୱାରା
    ତୁମ୍ଭ ମନ୍ଦିରର ଖୋଦିତ କାଠ ପଟାଗୁଡ଼ିକ ନଷ୍ଟ କଲେ।
ସେହି ସୈନ୍ୟଗଣ ତୁମ୍ଭ ପବିତ୍ର ସ୍ଥାନକୁ ଜାଳି ଦେଲେ।
    ସେହି ମନ୍ଦିର ତୁମ୍ଭ ନାମର ସମ୍ମାନାର୍ଥେ ତିଆରି ହୋଇଥିଲା,
    କିନ୍ତୁ ସେମାନେ ତାକୁ ଅଶୁଚି କରି ଧୂଳିସାତ୍ କରି ଦେଲେ।
ଆମ୍ଭମାନଙ୍କୁ ପୂରାପୂରି ଧ୍ୱଂସ କରିବାକୁ ସେମାନେ ନିଷ୍ପତ୍ତି କଲେ,
    ସେମାନେ ଦେଶ ମଧ୍ୟରେ ପରମେଶ୍ୱରଙ୍କର ସକଳ ପବିତ୍ର ସ୍ଥାନ ଦ‌‌ଗ୍‌‌ଧ କରି ଦେଲେ।
ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ।
    କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି।
    କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।
10 ହେ ପରମେଶ୍ୱର, ଶତ୍ରୁମାନେ କେତେକାଳ ତୁମ୍ଭର ନିନ୍ଦା କରିବେ?
    ତୁମ୍ଭେ ଚିରଦିନ କ’ଣ ତୁମ୍ଭର ଶତ୍ରୁମାନଙ୍କୁ ଅପମାନ କରିବା ପାଇଁ ସୁଯୋଗ ଦେବ?
11 ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାଯ୍ୟ କରିବ ନାହିଁ?
    ତୁମ୍ଭେ ଆପଣା ମହାଶକ୍ତିକୁ ବ୍ୟବହାର କରି ଶତ୍ରୁମାନଙ୍କୁ ପରାଜୟ କର।
12 ହେ ପରମେଶ୍ୱର, ତୁମ୍ଭେ ଆମ୍ଭମାନଙ୍କର ପୂର୍ବାବଧି ରାଜା ହୋଇଅଛ।
    ଏହି ଦେଶରେ ବହୁତ ଯୁଦ୍ଧରେ ଜିତିବାରେ ଆମ୍ଭକୁ ସାହାଯ୍ୟ କରିଛ।
13 ହେ ପରମେଶ୍ୱର, ତୁମ୍ଭେ ଆପଣା ମହାନ ଶକ୍ତିକୁ ବ୍ୟବହାର କରି
    ଲୋହିତ ସମୁଦ୍ରକୁ ଦୁଇଭାଗ କଲ।
14 ତୁମ୍ଭେ ସମୁଦ୍ରରେ ଥିବା ମହାନ ରାକ୍ଷସକୁ ବଧ କଲ।
    ତୁମ୍ଭେ ଲିବିୟାଥନର ମସ୍ତକ ଖଣ୍ଡଖଣ୍ଡ କରି କାଟି ପକାଇଲ।
    ତୁମ୍ଭେ ମରୁଭୂମିର ପଶୁମାନଙ୍କ ଖାଦ୍ୟ ନିମନ୍ତେ ତାହାକୁ ଦେଲ।
15 ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ
    ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।
16 ହେ ପରମେଶ୍ୱର, ଦିବସ ଓ ରାତ୍ରିର ଶାସକ,
    ତୁମ୍ଭେ ଚନ୍ଦ୍ର ଓ ସୂର୍ଯ୍ୟ ପ୍ରସ୍ତୁତ କରିଅଛ।
17 ତୁମ୍ଭେ ପୃଥିବୀର ସମସ୍ତ ସୀମା ନିର୍ଦ୍ଧାରଣ କରିଅଛ।
    ତୁମ୍ଭେ ଗ୍ରୀଷ୍ମକାଳ ଓ ଶୀତକାଳ ସୃଷ୍ଟି କରିଅଛ।
18 ଅନନ୍ତର ସଦାପ୍ରଭୁ, ଶତ୍ରୁମାନେ ତୁମ୍ଭର ନାମକୁ ଅପମାନିତ କରିଥିବା କଥାଗୁଡ଼ିକ ମନେ ପକାଅ ଯେ,
    କିପରି ସେହି ମୂର୍ଖ ଲୋକମାନେ ତୁମ୍ଭରି ନାମକୁ ଅପମାନିତ କଲେ।
19 ତୁମ୍ଭ କପୋତକୁ, ବନ୍ୟ ପଶୁକୁ ସମର୍ପଣ କର ନାହିଁ।
    ଆପଣା ଦୁଃଖୀ ଲୋକକୁ ସବୁଦିନ ପାଇଁ ଭୁଲ ନାହିଁ।
20 ଆମ୍ଭମାନଙ୍କ ଚୁକ୍ତି ପୂରଣ କର।
    ଏହି ଭୂମିର ଅନ୍ଧକାର ସ୍ଥାନସବୁ ଦୌରାତ୍ମ୍ୟରେ ପରିପୂର୍ଣ୍ଣ ହେଲା।
21 କଷ୍ଟ ପାଉଥିବା ଲୋକମାନଙ୍କୁ
    ଆଉ ଲଜ୍ଜିତ ହେବାକୁ ଦିଅ ନାହିଁ।
    ଗରିବ ଏବଂ ଅଭାବବ୍ୟକ୍ତି ତୁମ୍ଭର ନାମକୁ ପ୍ରଶଂସା କରନ୍ତୁ।
22 ପରମେଶ୍ୱର, ଉଠ ଏବଂ ତୁମ୍ଭର ସମ୍ମାନ ରକ୍ଷା କର।
    ମୂର୍ଖ ଲୋକମାନେ କିପରି ଦିନଯାକ ତୁମ୍ଭକୁ ଅପମାନିତ କରୁଛନ୍ତି ସ୍ମରଣ କର!
23 ତୁମ୍ଭର ଶତ୍ରୁମାନଙ୍କର ଉ‌ଦ୍‌ଘୋଷ କେବେ ଭୁଲିଯାଅ ନାହିଁ।
    ସେମାନେ ତୁମ୍ଭକୁ ବାରମ୍ବାର ଅପମାନିତ କରନ୍ତି।

ରାଜାବଳୀର ପ୍ରଥମ ପୁସ୍ତକ 22:29-45

ରାମୋତ୍-ଗିଲିୟ‌ଦ୍‌ରେ ଯୁଦ୍ଧ

29 ଅନନ୍ତର ଇସ୍ରାଏଲର ରାଜା ଆହାବ ଓ ଯିହୁଦାର ରାଜା ଯିହୋଶାଫଟ୍ ଯୁଦ୍ଧ କରିବାକୁ ରାମୋତ୍-ଗିଲିୟ‌ଦ୍‌କୁ ଗଲେ। 30 ଇସ୍ରାଏଲର ରାଜା ଯିହୋଶାଫ‌ଟଙ୍କୁ କହିଲେ, “ମୁଁ ଛଦ୍ମ ବେଶରେ ଯୁଦ୍ଧ କରିବାକୁ ଯିବି, ମାତ୍ର ତୁମ୍ଭେ ତୁମ୍ଭର ରାଜ ପୋଷାକ ପିନ୍ଧିବ।” ତେଣୁ ଇସ୍ରାଏଲର ରାଜା ଛଦ୍ମ ବେଶରେ ଯୁଦ୍ଧକୁ ଗଲେ।

31 ମାତ୍ର ଅରାମର ରାଜା ତାଙ୍କର ବତିଶ୍ ରଥାଧ୍ୟକ୍ଷଙ୍କୁ ଆଦେଶ ଦେଲେ, “ତୁମ୍ଭେମାନେ ଇସ୍ରାଏଲର ରାଜା ବ୍ୟତୀତ ଅନ୍ୟ କାହା ସଙ୍ଗେ ଯୁଦ୍ଧ କର ନାହିଁ। ତୁମ୍ଭେ ନିଶ୍ଚୟ ତାଙ୍କୁ ହତ୍ୟା କରିବ।” 32 ଯୁଦ୍ଧରେ ସେହି ରଥାଧ୍ୟକ୍ଷମାନେ ଯିହୋଶାଫ‌ଟଙ୍କୁ ଇସ୍ରାଏଲର ରାଜା ଭାବି ଯେତେବେଳେ ଆକ୍ରମଣ କଲେ, ସେ ଚିତ୍କାର କରି କହିଲେ। 33 ରଥାଧ୍ୟକ୍ଷମାନେ ଜାଣିଲେ ଯେ ସେ ଇସ୍ରାଏଲର ରାଜା ନୁହନ୍ତି, ତେଣୁ ସେମାନେ ତାଙ୍କୁ ମାରିବାରୁ ନିବୃତ୍ତ ହେଲେ।

34 ସେହି ସମୟରେ ଏକ ଶର ଜଣେ ସୈନ୍ୟ ଦ୍ୱାରା ବିଦ୍ଧ ହୋଇ ଆସିଲା। ଏହା ରାଜାଙ୍କର ସାଞ୍ଜୁ ଦ୍ୱାରା ଆଚ୍ଛାଦିତ ହୋଇ ନ ଥିବା ଦେହର ଅଂଶକୁ ଭେଦ କଲା। ତେଣୁ ରାଜା ତାଙ୍କ ସାରଥିକି କହିଲେ, “ମୋତେ ଏ ସ୍ଥାନରୁ ନେଇଯାଅ, କାରଣ ମୁଁ ଗୋଟିଏ ଶରଦ୍ୱାରା ଅତିଶୟ ଆଘାତ ପାଇଲି।”

35 ସେଦିନ ସୈନ୍ୟମାନେ ପ୍ରବଳ ଯୁଦ୍ଧ ଚଲାଇଲେ, ରାଜା ଆହାବ ତାଙ୍କ ରଥରେ ରହିଲେ। ସେ ଅରାମୀୟ ସୈନ୍ୟମାନଙ୍କୁ ଦେଖି ରଥର ପାର୍ଶ୍ୱରେ ଆଉଜି ହୋଇ ରହିଲେ। ତାଙ୍କର ରକ୍ତରେ ରଥର ତଳ ସିକ୍ତ ହେଲା ଓ ସନ୍ଧ୍ୟାବେଳକୁ ସେ ମୃତ୍ୟୁବରଣ କଲେ। 36 ପୁଣି ସୂର୍ଯ୍ୟାସ୍ତ ବେଳକୁ ପ୍ରତ୍ୟେକଙ୍କୁ ନିଜ ନିଜ ନଗରକୁ ଓ ଦେଶକୁ ଫେରିଯିବାକୁ ଆଦେଶ ଦିଆଗଲା।

37 ଏହିପରି ଭାବରେ ରାଜା ଆହାବ ମୃତ୍ୟୁବରଣ କଲେ ଓ ତାଙ୍କର ଲୋକ ଶମରିୟାକୁ ବୋହି ଆଣି ତାଙ୍କୁ କବର ଦେଲେ। 38 ଆଉ ସେମାନେ ଶମରିୟାର ପୋଖରୀଠାରେ ତାହାଙ୍କ ରଥକୁ ଧୋଇଲେ, ଯେଉଁଠାରେ ବେଶ୍ୟାମାନେ ସ୍ନାନ କରନ୍ତି। କୁକୁରମାନେ ଆହାବର ରକ୍ତ ଗ୍ଭଟି ଖାଇଲେ। ଏହିସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।

39 ଆହାବଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କର ହସ୍ତୀଦନ୍ତ ନିର୍ମିତ ମନୋହର ପ୍ରାସାଦ ଏବଂ ତାଙ୍କ ନିର୍ମିତ ସୁଦୃଢ଼ ନଗର ବିଷୟରେ ଇସ୍ରାଏଲର ରାଜବଂଶ ଇତିହାସରେ ଲିଖିତ ହୋଇଅଛି। 40 ଆହାବଙ୍କ ମୃତ୍ୟୁପରେ ସେ ତାଙ୍କର ପୂର୍ବପୁରୁଷଙ୍କ ସହିତ କବର ନେଲେ ଓ ତାଙ୍କ ଅନ୍ତେ ତାଙ୍କ ପୁତ୍ର ଅହସିୟ ତାଙ୍କ ପଦରେ ରାଜ୍ୟ କଲେ।

ଯିହୁଦାର ରାଜା ଯିହୋଶାଫଟ୍

41 ଇସ୍ରାଏଲର ରାଜା ଆହାବଙ୍କ ରାଜତ୍ୱର ଚତୁର୍ଥ ବର୍ଷରେ ଆସାଙ୍କର ପୁତ୍ର ଯିହୋଶାଫଟ୍ ଯିହୁଦାର ରାଜା ହେଲେ। 42 ଯିହୋଶାଫଟ୍ ପଞ୍ଚତିରିଶ୍ ବର୍ଷ ବୟସରେ ରାଜା ହେଲେ ଓ ସେ ପଚିଶ୍ ବର୍ଷ ଯିରୁଶାଲମରେ ରାଜତ୍ୱ କଲେ। ତାଙ୍କର ମାତାଙ୍କ ନାମ ଅସୂବା ଓ ସେ ଶଲହିର କନ୍ୟା। 43 ଯିହୋଶାଫଟ୍ ଅତି ଉତ୍ତମ ଥିଲେ। ସେ ତାଙ୍କର ପିତା ଆସାଙ୍କର ପଥ ଅନୁସରଣ କଲେ ଓ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ଯଥାର୍ଥ ତାହା ହିଁ କଲେ। କିନ୍ତୁ ସେ ଉଚ୍ଚସ୍ଥଳୀଗୁଡ଼ିକୁ ଧ୍ୱଂସ କଲେ ନାହିଁ। ସେ ସମୟରେ ଲୋକମାନେ ସେହି ଉଚ୍ଚସ୍ଥଳୀରେ ବଳିଦାନ ଉତ୍ସର୍ଗ କଲେ ଓ ଧୂପ ଜଳାଇଲେ।

44 ପୁଣି ଯିହୋଶାଫଟ୍ ଇସ୍ରାଏଲ ରାଜାଙ୍କ ସହିତ ଶାନ୍ତି ଚୁକ୍ତି କଲେ। 45 ଯିହୋଶାଫଟ୍ ଅତି ସାହସୀ ଥିଲେ ଓ ସେ ବହୁ ଯୁଦ୍ଧ କରିଥିଲେ। ତାଙ୍କର ସମସ୍ତ କାର୍ଯ୍ୟ ଯିହୁଦାର ରାଜଗଣଙ୍କ ଇତିହାସ ପୁସ୍ତକରେ ଲିଖିତ ହୋଇଛି।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 2:14-3:15

14 ଯେଉଁ ଲୋକ ଆଧ୍ୟାତ୍ମିକ ନୁହେଁ, ସେ ପରମେଶ୍ୱରଙ୍କ ଆତ୍ମିକ ସତ୍ୟଗୁଡ଼ିକୁ ଗ୍ରହଣ କରେ ନାହିଁ। ସେ ଏହିସବୁ ବିଷୟ ଗୁଡ଼ିକୁ ମୁର୍ଖାମୀ ବୋଲି ଭାବେ। ସେ ଆତ୍ମାର ସତ୍ୟଗୁଡ଼ିକୁ ବୁଝିପାରେ ନାହିଁ, କାରଣ ସେଗୁଡ଼ିକୁ କେବଳ ଆଧ୍ୟାତ୍ମିକ ଭାବରେ ବିଗ୍ଭର କରି ହେବ। 15 କିନ୍ତୁ ଜଣେ ଆଧ୍ୟାତ୍ମିକ ଲୋକ ପ୍ରତ୍ୟେକ ବିଷୟର ଉଚିତ୍ ମୂଲ୍ୟାୟନ କରି ପାରିବ। ମାତ୍ର ସେ ନିଜେ କାହାରି ଦ୍ୱାରା ବିଗ୍ଭରିତ ହୋଇ ପାରିବ ନାହିଁ। 16 ଶାସ୍ତ୍ର କୁହେ:

“ପ୍ରଭୁଙ୍କ ମନ କିଏ ଜାଣି ଅଛି?
    କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?”(A)

କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।

ମନୁଷ୍ୟକୁ ଅନୁସରଣ କରିବା ଉଚିତ୍ ନୁହେଁ

ଭାଇ ଓ ଭଉଣୀମାନେ! ପୂର୍ବରେ ମୁଁ ତୁମ୍ଭମାନଙ୍କୁ ଆତ୍ମିକମନା ଲୋକମାନଙ୍କୁ କହିବା ଭଳି କହି ପାରି ନ ଥିଲି। ମୁଁ ତୁମ୍ଭମାନଙ୍କ ସହିତ ଜାଗତିକ ଲୋକ ଭଳି କଥାବାର୍ତ୍ତା କଲି। ଖ୍ରୀଷ୍ଟଙ୍କଠାରେ ଶିଶୁ ଭଳି ମୁଁ ତୁମ୍ଭମାନଙ୍କୁ କହିଲି। ସେତେବେଳେ ମୁଁ ତୁମ୍ଭକୁ ଗୁରୁପାକ ଖାଦ୍ୟ ନ ଦେଇ କ୍ଷୀର ଦେଲି। ଏପରି କରିବାର ଉଦ୍ଦେଶ୍ୟ ଯେ, ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନ ଥିଲ, ଏବେ ମଧ୍ୟ ତୁମ୍ଭେମାନେ ଗୁରୁପାକ ଖାଦ୍ୟ ପାଇଁ ପ୍ରସ୍ତୁତ ନୁହଁ। ତୁମ୍ଭେମାନେ ଆତ୍ମିକ ଜୀବନରେ ଏବେ ମଧ୍ୟ ଶିଶୁ ଭଳି ଅଛ। ତୁମ୍ଭେମାନେ ପରସ୍ପରକୁ ଈର୍ଷା କରୁଛ ଓ ପରସ୍ପର ମଧ୍ୟରେ କଳହ କରୁଛ। ଏଥିରୁ ଜଣାପଡ଼େ ତୁମ୍ଭେମାନେ ଏବେ ମଧ୍ୟ ଆତ୍ମିକ ନୁହଁ। ତୁମ୍ଭେ ଜାଗତିକ ଲୋକମାନଙ୍କ ଭଳି ଆଚରଣ କରୁଛ। ତୁମ୍ଭମାନଙ୍କ ଭିତରେ ଜଣେ କହୁଛି, “ମୁଁ ପାଉଲଙ୍କ ଅନୁଗାମୀ,” ଆଉ ଜଣେ କହୁଛି “ମୁଁ ଆପଲ୍ଲଙ୍କ ଅନୁଗାମୀ,” ଏଭଳି କହିବା ଦ୍ୱାରା ତୁମ୍ଭେମାନେ ଜାଗତିକ ମଣିଷ ଭଳି ଆଚରଣ କରୁଛ।

ଆପଲ୍ଲ କ’ଣ ବିଶିଷ୍ଟ ଲୋକ ଅଟନ୍ତି ନା! ପାଉଲ ମହାନ୍ ଅଟନ୍ତି? ନା! ଆମ୍ଭେ କେବଳ ପ୍ରଭୁଙ୍କର ସେବକ ଅଟୁ। ଆମ୍ଭେ ତାହାଙ୍କଠାରେ ବିଶ୍ୱାସ କରିବାରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଛୁ। ପ୍ରଭୁଙ୍କ ଦ୍ୱାରା ଦିଆଯାଇଥିବା କାମ ହିଁ ଆମ୍ଭେ ସମ୍ପନ୍ନ କରିଛୁ। ମୁଁ ଗଛଟିଏ ଲଗାଇଲି। ଆପଲ୍ଲ ଗଛରେ ପାଣି ଦେଲେ, କିନ୍ତୁ ପରମେଶ୍ୱର ତାକୁ ବଢ଼ିବାରେ ସାହାଯ୍ୟ କଲେ। ତେଣୁ ଗଛ ଲଗେଇଥିବା ବା ପାଣି ଦେଇଥିବା କେହି ନୁହେଁ, କିନ୍ତୁ ଗଛକୁ ବଢ଼ାଉଥିବା ପରମେଶ୍ୱର କେବଳ ପ୍ରଧାନ ଅଟନ୍ତି। ଅତଏବ ଗଛ ଲଗାଇଥିବା ଲୋକ ଓ ତାକୁ ପାଣି ଦେଇଥିବା ଲୋକ, ଦୁହିଁଙ୍କର ଉଦ୍ଦେଶ୍ୟ ସମାନ ଓ ଦୁହେଁ ତାହାଙ୍କର କାମ ଲାଗି ପ୍ରତିଫଳ ପାଇବେ। ଆମ୍ଭେମାନେ ଏକତ୍ର ମିଳି ପରମେଶ୍ୱରଙ୍କ ନିମନ୍ତେ କାର୍ଯ୍ୟ କରୁଛୁ, ଓ ତୁମ୍ଭେମାନେ ପରମେଶ୍ୱରଙ୍କର ଗ୍ଭଷଜମି ଅଟ।

ତୁମ୍ଭେମାନେ ପରମେଶ୍ୱରଙ୍କ ଗୃହ ଅଟ। 10 ଜଣେ ଦକ୍ଷ ଗୃହନିର୍ମାଣକାରୀ ଭଳି ମୁଁ ସେ ଘରର ଭିତ୍ତି ସ୍ଥାପନ କଲି। ପରମେଶ୍ୱରଙ୍କ ଦତ୍ତ ଅନୁଗ୍ରହ ମୁଁ ସେଥିପାଇଁ ବ୍ୟବହାର କଲି। ଅନ୍ୟମାନେ ସେହି ଭିତ୍ତିଭୂମି ଉପରେ ଗୃହ ନିର୍ମାଣ କରିବେ, କିନ୍ତୁ ପ୍ରତ୍ୟେକ ଲୋକ ନିର୍ମାଣ କଲାବେଳେ ସେ କିପରି ନିର୍ମାଣ କରୁଛି। ଏବିଷୟରେ ସତର୍କ ହେବା ଉଚିତ୍। 11 ତିଆରି ହୋଇଥିବା ମୂଳଦୁଆ ବ୍ୟତୀତ ଅନ୍ୟ ମୂଳଦୁଆ କେହି ପକାଇ ପାରିବ ନାହିଁ। 12 ଏହି ମୂଳଦୁଆ ସ୍ୱୟଂ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଜଣେଲୋକ ସେହି ମୂଳଦୁଆ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ନଡ଼ା, ଯାହାକିଛି ବ୍ୟବହାର କରି ନିର୍ମାଣ କରି ପାରିବ। 13 କିନ୍ତୁ ପ୍ରତ୍ୟେକ ଲୋକର କାମ ସେହି ଦିନ ସ୍ପଷ୍ଟ ଭାବରେ ପ୍ରକାଶିତ ହେବ। ସେହି ଦିନଟି ନିଆଁ ଦେଇ ଆସିବ, ଓ ସେହି ନିଆଁ ପ୍ରତ୍ୟେକ ଲୋକର କାର୍ଯ୍ୟକୁ ପରୀକ୍ଷା କରିବ। 14 ଯଦି ସେ ମୂଳଦୁଆ ଉପରେ ନିର୍ମିତ ଲୋକର ଗୃହ ଠିଆ ହୋଇ ରହିଥିବ। ତା'ହେଲେ ସେ ଲୋକ ତା'ର ପୁରସ୍କାର ପାଇବ। 15 କିନ୍ତୁ ଯେଉଁ ଲୋକର କାର୍ଯ୍ୟ ନିଆଁରେ ଭସ୍ମ ହୋଇଯିବ, ସେ କ୍ଷତି ସହିବ। ସେ ଲୋକ ରକ୍ଷା ପାଇବ, କିନ୍ତୁ ସେ ସେହି ଜ୍ୱଳନ୍ତ ନିଆଁରୁ ଯେପରି ଉଦ୍ଧାର ହେଲା ଭଳି ହେବ।

ମାଥିଉ ଲିଖିତ ସୁସମାଗ୍ଭର 5:1-10

ଯୀଶୁ ଲୋକମାନଙ୍କୁ ଶିକ୍ଷା ଦିଅନ୍ତି

(ଲୂକ 6:20-23)

ଯୀଶୁଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା କ୍ରମଶଃ ବଢ଼ିବାକୁ ଲାଗିଲା, ଏହା ଦେଖି ଯୀଶୁ ଗୋଟିଏ ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ବସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ପାଖକୁ ଆସିଲେ। ଏଥର ଯୀଶୁ ସେମାନଙ୍କୁ ଉପଦେଶ ଦେବା ଆରମ୍ଭ କଲେ,

“ଆତ୍ମାରେ ଦିନହୀନ ଲୋକମାନେ ଧନ୍ୟ,
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।
ବର୍ତ୍ତମାନ ଦୁଃଖିତ ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେମାନଙ୍କୁ ସାନ୍ତ୍ୱନା ଦେବେ।
ନମ୍ର ଓ ସୁଶୀଳ ଲୋକମାନେ ଧନ୍ୟ;
    କାରଣ ଏ ପୃଥିବୀ ସେହିମାନଙ୍କର ହେବ।
ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ସତ୍କର୍ମ କରିବାକୁ ଆଗ୍ରହୀ ଲୋକମାନେ ଧନ୍ୟ,
    କାରଣ ସେମାନେ ସମ୍ପୂର୍ଣ୍ଣ ତୃପ୍ତି ଲାଭ କରିବେ।
ଅନ୍ୟମାନଙ୍କୁ ଦୟା ଦେଖାଉଥିବା ଲୋକମାନେ ଧନ୍ୟ;
    କାରଣ ପରମେଶ୍ୱର ସେହିମାନଙ୍କୁ ଦୟା କରିବେ।
ନିର୍ମଳ ହୃଦୟ ଥିବା ଲୋକମାନେ ଧନ୍ୟ;
    କାରଣ ସେମାନେ ପରମେଶ୍ୱରଙ୍କୁ ଦେଖିବେ।
ଶାନ୍ତି ପାଇଁ କାମ କରୁଥିବା ଲୋକମାନେ ଧନ୍ୟ,
    କାରଣ ସେମାନେ ପରମେଶ୍ୱରଙ୍କ ସନ୍ତାନ ଭାବେ ଡକାଯିବେ।
10 ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଧର୍ମକାର୍ଯ୍ୟ କରି କଷ୍ଟ ସହୁଥିବା ଲୋକମାନେ ଧନ୍ୟ;
    କାରଣ ସ୍ୱର୍ଗରାଜ୍ୟ ସେହିମାନଙ୍କର।

Odia Holy Bible: Easy-to-Read Version (ERV-OR)

2010 by World Bible Translation Center