Book of Common Prayer
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।
140 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ଉଦ୍ଧାର କର।
ଦୌରାତ୍ମ୍ୟକାରୀ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
2 ଯେଉଁ ଦୁର୍ଜ୍ଜନମାନେ, ଦୁଷ୍ଟ ଯୋଜନା କରନ୍ତି।
ସେମାନେ ପ୍ରତ୍ୟେକ ଦିନ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି।
3 ସେମାନଙ୍କର ଜିହ୍ୱା ବିଷଧର ସର୍ପପରି,
ଯେପରି ସେମାନଙ୍କର ଜିହ୍ୱାତଳେ ନାଗର ଗରଳ ରହିଛି। ସେଲା
4 ହେ ସଦାପ୍ରଭୁ, ଦୁଷ୍ଟ ଲୋକମାନଙ୍କଠାରୁ ମୋତେ ରକ୍ଷା କର।
ଦୌରାତ୍ମ୍ୟକାରୀମାନଙ୍କଠାରୁ ମୋତେ ସୁରକ୍ଷା ଦିଅ।
ଯେଉଁମାନେ ମୋ’ ପଛରେ ପଡ଼ିଛନ୍ତି ଏବଂ ଦୁଃଖ ଦେବା ପାଇଁ ଯୋଜନା କରୁଛନ୍ତି।
5 ସେହି ଗର୍ବୀ ଲୋକମାନେ ମୋ’ ପାଇଁ ଫାନ୍ଦ ବିଛାଇଛନ୍ତି।
ସେମାନେ ମୋତେ ଧରିବା ପାଇଁ ଜାଲ ବିଛାଇଛନ୍ତି।
ସେମାନେ ମୋ’ ପଥରେ ଯନ୍ତା ବିଛାଇଛନ୍ତି। ସେଲା
6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋର ପରମେଶ୍ୱର।
ହେ ସଦାପ୍ରଭୁ, ମୋର ପ୍ରାର୍ଥନାକୁ ଗ୍ରହଣ କର।
7 ହେ ସଦାପ୍ରଭୁ, ମୋର ପ୍ରଭୁ, ତୁମ୍ଭେ ହେଉଛ ଶକ୍ତିଶାଳୀ, ଯିଏକି ମୋତେ ରକ୍ଷା କରେ।
ତୁମ୍ଭେ ମୋର ମସ୍ତକର ରକ୍ଷାକବଚ, ଯାହା ମୋର ଯୁଦ୍ଧ ସମୟରେ ମସ୍ତକ ଆଚ୍ଛାଦନ କରି ସୁରକ୍ଷା ଦିଅ।
8 ହେ ସଦାପ୍ରଭୁ, ସେହି ଲୋକମାନେ ଦୁଷ୍ଟ ପ୍ରକୃତିର।
ସେମାନଙ୍କର ଇଚ୍ଛା ପୂର୍ଣ୍ଣ ହେବାକୁ ଦିଅ ନାହିଁ।
ସେମାନଙ୍କର ଯୋଜନାକୁ ସଫଳ ହେବାକୁ ଦିଅ ନାହିଁ। ସେଲା
9 ହେ ସଦାପ୍ରଭୁ, ମୋର ଶତ୍ରୁମାନଙ୍କୁ ବିଜୟ କରାଅ ନାହିଁ।
ସେହି ଦୁଷ୍ଟ ଲୋକମାନଙ୍କର ଯୋଜନା ମନ୍ଦ ଅଟେ।
ସେମାନଙ୍କ ମନ୍ଦ ଯୋଜନା ତୁମ୍ଭେ ସେହିଠାରେ ଶେଷ କର।
10 ସେମାନଙ୍କ ମୁଣ୍ଡରେ ଜ୍ୱଳନ୍ତା କୋଇଲା ପଡ଼ୁ।
ମୋର ଶତ୍ରୁମାନଙ୍କୁ ଅଗ୍ନିରେ ନିକ୍ଷେପ କର।
ସେମାନେ ଯେପରି ଉଠିପାରିବେ ନାହିଁ ଏଥିପାଇଁ ତାଙ୍କୁ ଗଭୀର ଗର୍ଭରେ ନିକ୍ଷେପ କର।
11 ସଦାପ୍ରଭୁ, ସେହି ମିଥ୍ୟାବାଦୀ ଲୋକମାନଙ୍କୁ ସୁଖ ସମୃଦ୍ଧି ଦିଅ ନାହିଁ।
ସେମାନଙ୍କୁ ଆକସ୍ମିକ ବିପତ୍ତି ଶିକାର କରିନେଉ।
12 ମୁଁ ଜାଣେ ଯେ, ସଦାପ୍ରଭୁ ଗରିବ ଲୋକମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବେ
ଏବଂ ସେ ନିଃସହାୟ ଲୋକମାନଙ୍କୁ ଆକ୍ରମଣରୁ ରକ୍ଷା କରିବେ।
13 ହେ ସଦାପ୍ରଭୁ, ଧାର୍ମିକ ଲୋକମାନେ ତୁମ୍ଭ ନାମର ପ୍ରଶଂସା କରିବେ।
ଧାର୍ମିକ ଲୋକମାନେ ତୁମ୍ଭର ଉପସ୍ଥିତିରେ ବଞ୍ଚିବେ।
ଗୁମ୍ଫାରେ ଥିବା ବେଳେ ଦାଉଦଙ୍କର ମସ୍କୀଲ୍, ପ୍ରାର୍ଥନା।
142 ମୁଁ ସଦାପ୍ରଭୁଙ୍କୁ ସାହାଯ୍ୟ ପାଇଁ ଡାକିବି।
ମୁଁ ସଦାପ୍ରଭୁଙ୍କ ଆଗରେ ପ୍ରାର୍ଥନା କରେ।
2 ମୁଁ ସଦାପ୍ରଭୁଙ୍କୁ ମୋର ସମସ୍ୟା ବିଷୟରେ କହିବି।
ମୋର ଅସୁବିଧାସକଳ ବିଷୟରେ ସଦାପ୍ରଭୁଙ୍କୁ କହିବି।
3 ଆଶା ଛାଡ଼ିଦେବା ପାଇଁ ମୁଁ ପ୍ରସ୍ତୁତ ଅଟେ।
କିନ୍ତୁ ସଦାପ୍ରଭୁ, ତୁମ୍ଭେ ଜାଣ ଯେଉଁ ପଥ ଉପରେ ମୁଁ ଅଛି,
ମୋର ଶତ୍ରୁଗଣ ମୋ’ ପାଇଁ ଫାନ୍ଦ ବସାଇଅଛନ୍ତି।
4 ମୋର ଚତୁର୍ପାର୍ଶ୍ୱରେ
କୌଣସି ବନ୍ଧୁଙ୍କୁ ପାଉ ନାହିଁ।
ମୋତେ କେଉଁଠାକୁ ରକ୍ଷା ପାଇବାକୁ ଦୌଡ଼ି ଯିବାକୁ ସ୍ଥାନ ନାହିଁ।
କୌଣସି ଲୋକ ମୋତେ ରକ୍ଷା କରିବା ପାଇଁ ଚେଷ୍ଟା କରନ୍ତି ନାହିଁ।
5 ସଦାପ୍ରଭୁ, ମୁଁ ସାହାଯ୍ୟ ପାଇଁ ତୁମ୍ଭକୁ ଡାକେ:
“ସଦାପ୍ରଭୁ ତୁମ୍ଭେ ମୋର ନିରାପଦର ସ୍ଥାନ।
ତୁମ୍ଭେ ହେଉଛ ସବୁକିଛି ଯାହା ମୁଁ ଜୀବନରେ ଦରକାର କରେ।”
6 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ବହୁତ ଦୁର୍ବଳ ଅଟେ।
ସେହି ଲୋକମାନଙ୍କଠାରୁ ମୋତେ ରକ୍ଷା କର ଯେଉଁମାନେ ମୋ’ ପଛରେ ଗୋଡ଼ାଉଛନ୍ତି।
ସେହି ଲୋକମାନେ ମୋ'ଠାରୁ ଅଧିକ ଶକ୍ତିଶାଳୀ।
7 ଏହି ଫାନ୍ଦରୁ ମୋତେ ଉଦ୍ଧାର କରିବାରେ ସାହାଯ୍ୟ କର।
ଯେପରିକି ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେଇ ପାରିବି।
ଧାର୍ମିକମାନେ ମୋ’ ସହିତ ପାଳନ କରିବେ,
କାରଣ ତୁମ୍ଭେ ମୋର ଯତ୍ନ ନେଲ।
ଦାଉଦଙ୍କର ଏକ ପ୍ରଶଂସାପୂର୍ଣ୍ଣ ଗୀତ।
141 ହେ ସଦାପ୍ରଭୁ, ମୁଁ ତୁମ୍ଭ ସହାୟତା ପାଇଁ ପ୍ରାର୍ଥନା କରେ।
ଯେତେବେଳେ ମୁଁ ଡାକୁଛି ସେତେବେଳେ ତୁମ୍ଭେ ମୋର ପ୍ରାର୍ଥନାରେ କର୍ଣ୍ଣପାତ କର।
ଯଥା ଶୀଘ୍ର ମୋତେ ସାହାଯ୍ୟ କର।
2 ସଦାପ୍ରଭୁ, ଜଳୁଥିବା ଧୂପକାଠିର ସୁଗନ୍ଧି ଧୂପ ପରି ମୋର ପ୍ରାର୍ଥନାକୁ ଗ୍ରହଣ କର।
ସନ୍ଧ୍ୟା ବେଳର ଉତ୍ସର୍ଗ ପରି, ମୁଁ ମୋର ହାତ ବଢ଼ାଇ କରୁଥିବା ପ୍ରାର୍ଥନାକୁ ଗ୍ରହଣ କର।
3 ହେ ସଦାପ୍ରଭୁ, ମୁଖ ଆଗର ପ୍ରହରୀ, ମୋତେ ସାହାଯ୍ୟ କର।
କୌଣସି ପାପପୂର୍ଣ୍ଣ କଥା କହିବାଠାରୁ ମୋତେ ରକ୍ଷା କର।
4 ମୋତେ ମନ୍ଦକାର୍ଯ୍ୟ କରିବାର ଇଚ୍ଛା ଦିଅ ନାହିଁ।
ଦୁଷ୍ଟ ସାଙ୍ଗ ଓ ତାଙ୍କର ଖାଦ୍ୟ ଏବଂ ମନ୍ଦକାର୍ଯ୍ୟରେ ମୋତେ ମିଶିବା ପାଇଁ ବନ୍ଦ କର।
ଏପରି ସେମାନଙ୍କର ଭୋଜିଠାରୁ ଦୂରରେ ରହିବାକୁ ମୋତେ ସାହାଯ୍ୟ କର।
5 ଗୋଟିଏ ଧାର୍ମିକ ଲୋକ ମୋତେ ସୁଧାରି ପାରେ।
ତାହା ତାଙ୍କ ପ୍ରତି ବହୁତ ଦୟା ହେବ।
ଯଦି ସେ ମୋତେ ସମାଲୋଚନା କରେ,
ମୁଁ ଏହା ହାର୍ଦ୍ଦିକ ସ୍ୱାଗତ[a] ଭଳି ଗ୍ରହଣ କରିବି।
କିନ୍ତୁ ମୁଁ ସର୍ବଦା ଦୁଷ୍ଟମାନେ କରୁଥିବା କୁକର୍ମ ବିରୁଦ୍ଧରେ ପ୍ରାର୍ଥନା କରେ।
6 ସେମାନଙ୍କର ନ୍ୟାୟଧୀଶମାନଙ୍କୁ ପର୍ବତର ଶୀର୍ଷରୁ ଫିଙ୍ଗା ଯାଉ।
ତେବେ ଲୋକମାନେ ଜାଣିବେ ଯେ, ମୁଁ ସତ୍ୟ କହିଅଛି।
7 ଗ୍ଭଷୀମାନେ ଭୂମିରେ ହଳ କରିଥିବା ପଥରପରି,
ଠିକ୍ ସେହିପ୍ରକାର ଆମ୍ଭମାନଙ୍କର ଅସ୍ଥିସବୁ କବରରେ ମିଶିଯିବ।
8 ସଦାପ୍ରଭୁ, ମୋର ପ୍ରଭୁ, ମୁଁ ତୁମ୍ଭ ଆଡ଼େ ଗ୍ଭହୁଁ ଅଛି।
ମୁଁ ସୁରକ୍ଷା ପାଇଁ ତୁମ୍ଭ ଆଡ଼େ ଗ୍ଭହିଁଅଛି।
ତେଣୁ ମୋତେ ମୃତ୍ୟୁବରଣ କରିବାକୁ ଦିଅ ନାହିଁ।
9 ମନ୍ଦ ଲୋକମାନେ ମୋ’ ପାଇଁ ଫାଶ ବସାନ୍ତି।
ସେମାନଙ୍କର ଫାଶରେ ମୋତେ ପଡ଼ିବା ପାଇଁ ଦିଅ ନାହିଁ।
10 ଦୁଷ୍ଟମାନେ ନିଜ ନିଜ ଜାଲରେ ପଡ଼ନ୍ତୁ।
ସେହି ଅବସରରେ ମୁଁ ରକ୍ଷା ପାଏ।
ଦାଉଦଙ୍କର ଏକ ଗୀତ।
143 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୋର ସାହାଯ୍ୟ ପାଇଁ ପ୍ରାର୍ଥନାରେ କର୍ଣ୍ଣପାତ କର।
ତୁମ୍ଭର ବିଶ୍ୱସ୍ତତା ଏବଂ ତୁମ୍ଭର ଧାର୍ମିକତାରେ ମୋତେ ଉତ୍ତର ଦିଅ।
2 ମୋତେ ବିଗ୍ଭର କର ନାହିଁ, ତୁମ୍ଭର ନିଜ ଦାସ।
କାରଣ କେହି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଗ୍ଭରରେ ଆସି ପାରିବ ନାହିଁ।
3 ଶତ୍ରୁଗଣ ମୋ’ ପଛରେ ଗୋଡ଼ାଉଛନ୍ତି।
ସେମାନେ ମୋ’ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି।
ସେମାନେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ୟ
ମୋତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ୟ କରୁଛନ୍ତି।
4 ମୁଁ ତ୍ୟାଗ କରିବାକୁ ପ୍ରସ୍ତୁତ।
ମୁଁ ମୋର ସାହସ ହରାଉଛି।
5 ମୁଁ ପୁରୁଣା ଦିନସବୁ ମନେ ପକାଏ।
ମୁଁ ତୁମ୍ଭର କର୍ମ ବିଷୟରେ ଭାବେ।
ତୁମ୍ଭେ ଯାହାସବୁ କର ମୁଁ ସେସବୁ ବିଷୟରେ ଭାବେ।
6 ହେ ସଦାପ୍ରଭୁ, ମୁଁ ହସ୍ତ ପ୍ରସାରୀ ତୁମ୍ଭକୁ ପ୍ରାର୍ଥନା କରୁଅଛି।
ମୁଁ ତୁମ୍ଭର ସାହାଯ୍ୟ ଅପେକ୍ଷାରେ ଅଛି, ଯେପରି ଶୁଷ୍କଭୂମି ବର୍ଷାକୁ ଅପେକ୍ଷା କରିଥାଏ। ସେଲା
7 ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ।
ମୁଁ ମୋର ସାହସ ହରାଇଛି।
ମୋ'ଠାରୁ ଦୂରେଇ ଯାଅ ନାହିଁ।
ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।
8 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋତେ ପ୍ରଭାତରେ ଦେଖାଅ।
ମୁଁ ତୁମ୍ଭ ଉପରେ ଭରସା କରେ।
ମୁଁ ଯେଉଁ ପଥରେ ଯିବା ଉଚିତ୍ ମୋତେ ସେହି ପଥ ଦେଖାଅ।
କାରଣ ମୁଁ ମୋର ପ୍ରାଣ ତୁମ୍ଭ ହାତରେ ଟେକି ଦେଇଅଛି।
9 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ସୁରକ୍ଷା ପାଇବା ପାଇଁ ଆସିଅଛି।
ମୋର ଶତ୍ରୁମାନଙ୍କ କବଳରୁ ମୋତେ ରକ୍ଷା କର।
10 ତୁମ୍ଭେ ମୋ’ ପାଇଁ କ’ଣ କରିବାକୁ ଗ୍ଭହଁ ତାହା ମୋତେ ଦେଖାଅ।
ତୁମ୍ଭେ ମୋର ପରମେଶ୍ୱର,
ତୁମ୍ଭର ଆତ୍ମା ମୋତେ ଭୂମି ସ୍ତରରେ ଆଗେଇ ନେଉ।
11 ହେ ସଦାପ୍ରଭୁ, ମୋତେ ବଞ୍ଚିବାକୁ ଦିଅ,
ଯେପରି ଲୋକମାନେ ତୁମ୍ଭ ନାମରେ ପ୍ରଶଂସା କରିବେ।
କାରଣ ତୁମ୍ଭେ ଆପଣା ଲୋକମାନଙ୍କ ପ୍ରତି ଧାର୍ମିକ ଅଟ,
ତେଣୁ ମୋର ଦୁଃଖରୁ ମୋତେ ରକ୍ଷା କର।
12 ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦ୍ୱାରା
ମୋର ଶତ୍ରୁମାନଙ୍କୁ ପରାସ୍ତ କର।
ଯେଉଁମାନେ ମୋତେ ହତ୍ୟା କରିବାକୁ ଗ୍ଭହୁଁଛନ୍ତି, ସେମାନଙ୍କୁ ଧ୍ୱଂସ କର।
କାରଣ ମୁଁ ତୁମ୍ଭର ସେବକ ଅଟେ।
ଶସ୍ୟଅମଳ ଖଳା
3 ଏହା ପରେ ନୟମୀ ଋତର ଶାଶୁ ତାଙ୍କୁ କହିଲେ, “ହେ ମୋର କନ୍ୟା, ମୁଁ ତୁମ୍ଭ ପାଇଁ ଏକ ନିରାପଦ ଗୃହ ପାଇବା ପାଇଁ ଚେଷ୍ଟା କରିବି। ଏହା ତୁମ୍ଭର ମଙ୍ଗଳ ହେବ। 2 ହୋଇପାରେ ବୋୟାଜ ହେଉଛନ୍ତି ଉପଯୁକ୍ତ ପ୍ରସ୍ତାବ। ବୋୟାଜ ହେଉଛି ଆମ୍ଭର ନିକଟ ସମ୍ପର୍କୀୟ। ତୁମ୍ଭେ ତାଙ୍କ ଦାସୀମାନଙ୍କ ସହିତ କାମ କରିଛ। ସେ ଆଜି ଆପଣା ଖଳାରେ ରାତ୍ରି ସମୟରେ ଜବ ଝାଡ଼ୁଅଛି। 3 ତୁମ୍ଭେ ସ୍ନାନ କରି ସୁନ୍ଦର ପୋଷାକ ପିନ୍ଧି ସେହି ଖଳାକୁ ଯାଅ। ମାତ୍ର ସେହି ମନୁଷ୍ୟ ଭୋଜନ ପାନ ନସାରିବା ପର୍ଯ୍ୟନ୍ତ ତାକୁ ଆପଣାର ପରିଚୟ ଦିଅ ନାହିଁ। 4 ଖାଇ ସାରିବା ପରେ ସେ ଯେତେବେଳେ ଶୟନ କରିବାକୁ ଯିବେ, ସେହି ସ୍ଥାନକୁ ଆଗେଇ ଯାଅ, ତାଙ୍କର ପାଦରୁ ଆବରଣ କାଢ଼ି ସେଠାରେ ପଡ଼ିରୁହ। ତହିଁରେ ତୁମ୍ଭକୁ କ’ଣ କରିବାକୁ ହେବ ତାହା ସେ ଜଣାଇବେ।”
5 ଏହା ପରେ ଋତ ଉତ୍ତର ଦେଲା, “ତୁମ୍ଭେ ଯାହା କହିଲ, ମୁଁ ତାହା ନିଶ୍ଚିତ କରିବି।”
6 ଏଣୁ ଋତ ସେହି ଖଳାକୁ ଯାଇ ନିଜର ଶାଶୁର କଥା ଅନୁସାରେ କାର୍ଯ୍ୟମାନ କଲା। 7 ପୁଣି ଖାଇପିଇ ସାରି ବୋୟାଜର ଅନ୍ତଃକରଣ ହୃଷ୍ଟ ହୁଅନ୍ତେ ସେ ଅମାର ପାଖରେ ଶୟନ କରିବାକୁ ଗଲେ। ତହିଁରେ ଋତ ଧୀରେ ଧୀରେ ଯାଇ ବୋୟାଜର ପାଦ ପାଖ ସ୍ଥାନ ଅନାବୃତ୍ତ କରି ପଡ଼ି ରହିଲା।
8 ମଧ୍ୟରାତ୍ର ସମୟରେ ସେହି ଲୋକ ଉଠିପଡ଼ି ଆଶ୍ଚର୍ଯ୍ୟ ହୋଇ ଅନାଇ ଦେଖିଲା ତା'ର ପାଦ ନିକଟରେ ଏକ ସ୍ତ୍ରୀ ଶୟନ କରିଛି। 9 ବୋୟାଜ ପଗ୍ଭରିଲା, “ତୁମ୍ଭେ କିଏ?”
ସେ କହିଲା, “ମୁଁ ହେଉଛି ଋତ, ତୁମ୍ଭର ଦାସୀ। ଏଣୁ ଆପଣାପକ୍ଷ ଆପଣଙ୍କ ଦାସୀ ଉପରେ ବିସ୍ତାର କରନ୍ତୁ। କାରଣ ଆପଣ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି।
10 ଏହା ପରେ ବୋୟାଜ କହିଲା, ହେ ଯୁବତୀ ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ। ତୁମ୍ଭେ ମୋ’ ପ୍ରତି ଅନେକ ଦୟା ଦେଖାଇଛ। ତୁମ୍ଭର ମୋ’ ପ୍ରତି ଦୟା ପୂର୍ବରୁ ନୟମୀକୁ ଦେଖାଇଥିବା ଦୟାଠାରୁ ଆହୁରି ଅଧିକ। ତୁମ୍ଭେ ଜଣେ ଗରିବ ବା ଧନୀ ଯୁବକକୁ ଠିକ୍ କରି ବିବାହ କରିପାରିଥା’ନ୍ତ। କିନ୍ତୁ ତୁମ୍ଭେ ଏପରି କଲ ନାହିଁ। 11 ହେ ଯୁବତୀ, ଭୟ କର ନାହିଁ। ତୁମ୍ଭେ ଯାହା ଇଚ୍ଛା କରିବ, ମୁଁ ତାହା ନିଶ୍ଚିତ କରିବି। ସହରର ସମସ୍ତ ଲୋକ ଜାଣନ୍ତି ଯେ ତୁମ୍ଭେ ବହୁତ ଭଲ। 12 ଏହା ସତ୍ୟ ଯେ, ମୁଁ ତୁମ୍ଭର ନିକଟ ସମ୍ପର୍କୀୟ। କିନ୍ତୁ ଏହିପରି ଆଉ ଜଣେ ଲୋକ ଅଛନ୍ତି ଯିଏ କି ମୋ'ଠାରୁ ତୁମ୍ଭର ଆହୁରି ନିକଟତମ ସମ୍ପର୍କୀୟ। 13 ଆଜି ରାତି ଏହିଠାରେ ରୁହ। ଆସନ୍ତା କାଲି ସକାଳେ ମୁଁ ଦେଖିବି ଯେ, ସେ ତୁମ୍ଭକୁ ବିବାହ କରିବାକୁ ଇଚ୍ଛା କରୁଛି କି ନା, ଯଦି ସେ ରାଜି ହୁଅନ୍ତି ତେବେ ଉତ୍ତମ କଥା। ଯେବେ ସେ ବିବାହ କରିବାକୁ ମନା କରନ୍ତି, ସଦାପ୍ରଭୁଙ୍କର ନାମରେ ପ୍ରତିଜ୍ଞା କରୁଅଛି, ମୁଁ ତୁମ୍ଭକୁ ବିବାହ କରିବି ଏବଂ ଏଲିମେଲକର ଭୂମି ଫେରାଇ ଆଣିବି। ତେଣୁ ସକାଳ ପର୍ଯ୍ୟନ୍ତ ଏହିଠାରେ ଶୟନ କର।”
14 ତେଣୁ ଋତ ସକାଳ ପର୍ଯ୍ୟନ୍ତ ବୋୟାଜର ପାଦତଳେ ଶୟନ କଲା। ଅନ୍ଧାର ଥାଉ ଥାଉ ଲୋକମାନେ ଚିହ୍ନିବା ପୂର୍ବରୁ ଋତ ଉଠି ପଡ଼ିଲେ।
ବୋୟାଜ ତାଙ୍କୁ କହିଲେ, “ଏ କଥା ଯେପରି କେହି ନ ଜାଣନ୍ତି ଯେ, ଜଣେ ସ୍ତ୍ରୀଲୋକ ଏଠାରେ ଏହି ଖଳାରେ ଥିଲା।” 15 ଏହା ପରେ ବୋୟାଜ ଋତଙ୍କୁ କହିଲେ, “ତୁମ୍ଭର ଗ୍ଭଦର ମେଲାଇ ଧର।”
ତହିଁରେ ଋତ ମେଲାଇ ଧରିଲା ଓ ବୋୟାଜ ଏକ ବୁଶେଲ ବାର୍ଲି ତହିଁରେ ଢାଳି ଦେଲେ। ତା'ପରେ ସେ ତାକୁ ପିଠିରେ ପକାଇ ଦେଲେ ସେ (ସ୍ତ୍ରୀ) ସହରକୁ ଫେରିଗଲା।
16 ଯେତେବେଳେ ଋତ ଘରକୁ ଆସିଲା, ତା'ର ଶାଶୁ ତାକୁ ପଗ୍ଭରିଲେ, “ହେ ମୋର କନ୍ୟା ସବୁକିଛି କେମିତି ହେଲା?”
ତା'ପରେ ଋତ ଲୋକଟି କରିଥିବା ସବୁକିଛି ବର୍ଣ୍ଣନା କଲା। 17 ତା'ପରେ ସେ (ସ୍ତ୍ରୀ) କହିଲା, “ବୋୟାଜ ଏହି ଯବ ଉପହାର ଦେଇଛନ୍ତି। ବୋୟାଜ କହିଲେ, ବିନା ଉପହାରରେ ତୁମ୍ଭେ ତୁମ୍ଭ ଶାଶୁଙ୍କ ନିକଟକୁ ଯିବା ଉଚିତ୍ ନୁହେଁ।”
18 ନୟମୀ କହିଲା, “ହେ କନ୍ୟା, ଏହି ବିଷୟ କ’ଣ ହେବ, ଏହା ତୁମ୍ଭେ ଜାଣିବା ପର୍ଯ୍ୟନ୍ତ, ଧୈର୍ଯ୍ୟ ଧର, କାରଣ ସେହି ମନୁଷ୍ୟ କାର୍ଯ୍ୟ ଶେଷ ନକଲା ପର୍ଯ୍ୟନ୍ତ ବସିପାରିବ ନାହିଁ। ଆମ୍ଭେମାନେ ଜାଣୁ ଯେ ଦିନ ସରିବା ପୂର୍ବରୁ କ’ଣ ହେବ।”
ମାଟିପାତ୍ର ଭିତରେ ଆଧ୍ୟାତ୍ମିକ ଧନ
4 ପରମେଶ୍ୱର ଅନୁଗ୍ରହ କରି ଆମ୍ଭମାନଙ୍କୁ ଏହି ସେବା କାର୍ଯ୍ୟ ଦେଇଛନ୍ତି, ସେଥିପାଇଁ ଆମ୍ଭେ ଏହାକୁ ଛାଡ଼ିବା ନାହିଁ। 2 ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ। 3 ସୁସମାଗ୍ଭର ଯଦି ଆଚ୍ଛାଦିତ ହୋଇଥାଏ, ତେବେ ସେହି ଆଚ୍ଛାଦନ କେବଳ ସେହିମାନଙ୍କ ପାଇଁ ଯେଉଁମାନେ ବିନାଶ ମାର୍ଗରେ ରହିଛନ୍ତି। 4 ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ। 5 ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ପରମେଶ୍ୱରଙ୍କ ସାକ୍ଷାତ ପ୍ରତିରୂପ। ଆମ୍ଭେ ନିଜର ପ୍ରଗ୍ଭର କରୁ ନାହୁଁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ରୂପେ ପ୍ରଗ୍ଭର କରୁଛୁ। ନିଜ ବିଷୟରେ ଆମ୍ଭେ କହୁ ଯେ, ଯୀଶୁଙ୍କ ପାଇଁ ଆମ୍ଭେ ତୁମ୍ଭମାନଙ୍କ ସେବକ। 6 ଥରେ ପରମେଶ୍ୱର କହିଲେ: ‘‘ଅନ୍ଧକାର ମଧ୍ୟରୁ ଆଲୋକ ପ୍ରକାଶିତ ହେବ।” ସେହି ପରମେଶ୍ୱର ଆମ୍ଭମାନଙ୍କ ହୃଦୟରେ ତାହାଙ୍କର ଆଲୋକ ଦେଖାଇଛନ୍ତି। ଯୀଶୁ ଖ୍ରୀଷ୍ଟଙ୍କ ମୁହଁରେ ପରମେଶ୍ୱରଙ୍କ ଯେଉଁ ଗୌରବମୟ ଆଲୋକ ଦେଖିବାକୁ ମିଳେ ସେହି ଆଲୋକ ସେ ଆମକୁ ଦେଲେ।
7 ଆମ୍ଭେ ପରମେଶ୍ୱରଙ୍କଠାରୁ ଏହି ଧନ ପାଇଅଛୁ। ଆମ୍ଭେ ମାଟିପାତ୍ର ସଦୃଶ କେବଳ ଏହି ଭଣ୍ଡାରକୁ ଧରିଛୁ। ଏହା ପ୍ରମାଣିତ କରେ ଯେ, ଏହି ଆଶ୍ଚର୍ଯ୍ୟ ଶକ୍ତି ଆମ୍ଭର ନୁହେଁ, ତାହା ପରମେଶ୍ୱରଙ୍କର ଅଟେ। 8 ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ୟା ଆମକୁ ଗ୍ଭପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନେକ ସମୟରେ କ’ଣ କରିବାକୁ ହେବ ତାହା ଆମ୍ଭେ ଜାଣି ପାରୁ ନାହୁଁ। 9 ଆମ୍ଭେ ନିର୍ଯ୍ୟାତିତ ହେଉଛୁ, କିନ୍ତୁ ପରମେଶ୍ୱର ଆମ୍ଭକୁ ଛାଡ଼ିଦିଅନ୍ତି ନାହିଁ। ଆମ୍ଭେ କେତେ ଥର ଆଘାତ ପାଇଛୁ, କିନ୍ତୁ ବିନଷ୍ଟ ହୋଇ ନାହୁଁ। 10 ଯୀଶୁ ଖ୍ରୀଷ୍ଟଙ୍କ ପରି ଆମ୍ଭ ଶରୀର ସର୍ବଦା ମୃତ୍ୟୁର ସମ୍ମୁଖୀନ ଯେପରିକି ତାହାଙ୍କର ଜୀବନ ମଧ୍ୟ ଆମ୍ଭ ଭିତରେ ପ୍ରକାଶିତ ହେବ। 11 ଆମ୍ଭେ ଜୀବିତ, କିନ୍ତୁ ଯୀଶୁଙ୍କ ହେତୁ ଆମ୍ଭେ ସର୍ବଦା ମୃତ୍ୟୁ ସଙ୍କଟର ସମ୍ମୁଖୀନ ହେଉଛୁ। ଯଦ୍ଦ୍ୱାରା ଯୀଶୁଙ୍କ ଜୀବନ ଆମ୍ଭର ମରଣଶୀଳ ଶରୀର ମଧ୍ୟରେ ସ୍ପଷ୍ଟ ଭାବରେ ଦେଖି ପାରିବା। 12 ଅତଏବ ଆମ୍ଭ ଭିତରେ ମୃତ୍ୟୁ ଓ ତୁମ୍ଭମାନଙ୍କ ଭିତରେ ଜୀବନ ସକ୍ରିୟ ଅଟେ।
ଯୀଶୁ କହନ୍ତି: ପ୍ରତିଶୋଧ ମନଭାବ ରଖ ନାହିଁ
(ଲୂକ 6:29-30)
38 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି, ‘ଆଖି ବଦଳରେ ଆଖି ଓ ଦାନ୍ତ ବଦଳରେ ଦାନ୍ତ।’(A) 39 କିନ୍ତୁ ମୁଁ ତୁମ୍ଭକୁ କହୁଛି ଯେ, କୌଣସି ମନ୍ଦ ଲୋକର ବିରୁଦ୍ଧରେ ଠିଆ ହୁଅ ନାହିଁ। ବରଂ ଯଦି କେହି ତୁମ୍ଭର ଡାହାଣ ଗାଲରେ ଗ୍ଭପୁଡ଼ାଟିଏ ମାରେ, ତେବେ ତୁମ୍ଭେ ତା ଆଡ଼କୁ ଆର ଗାଲଟି ମଧ୍ୟ ଦେଖେଇ ଦିଅ। 40 ଯଦି କେହି ତୁମ୍ଭ ବିରୁଦ୍ଧରେ ବିଗ୍ଭରାଳୟରେ ମକଦ୍ଦମା କରି ତୁମ୍ଭର କୁର୍ତ୍ତାଟି ନେବାକୁ ଇଚ୍ଛା କରେ, ତେବେ ତୁମ୍ଭେ ତାକୁ ତୁମ୍ଭର ଗ୍ଭଦରଟି ମଧ୍ୟଦେଇ ଦିଅ। 41 ଯଦି କେହି ତୁମ୍ଭକୁ ତା’ ସହିତ ଗୋଟିଏ କୋଶ ଗ୍ଭଲିବାକୁ ବାଧ୍ୟ କରେ ତେବେ ତୁମ୍ଭେ ତା’ ସହିତ ଦୁଇ କୋଶ ଗ୍ଭଲି ଯାଅ। 42 ଯଦି କେହି ତୁମ୍ଭକୁ କିଛି ମାଗେ, ତେବେ ତାହା ତାହାକୁ ଦିଅ। କେହି ଯଦି ତୁମ୍ଭଠାରୁ ଧାର ନେବାକୁ ଇଚ୍ଛାକରେ, ତେବେ ତାହାକୁ ମନା କର ନାହିଁ।
ସମସ୍ତଙ୍କୁ ପ୍ରେମ କର
(ଲୂକ 6:27-28,32-36)
43 “ତୁମ୍ଭେ ଶୁଣିଛ ଯେ ଏ କଥା କୁହାଯାଇଛି: ‘ତୁମ୍ଭର ପଡ଼ୋଶୀଙ୍କୁ ପ୍ରେମ କର ଓ ଶତ୍ରୁମାନଙ୍କୁ ଘୃଣା କର।’(B) 44 କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତ୍ରୁକୁ ମଧ୍ୟ ପ୍ରେମ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପ୍ରାର୍ଥନା କର। 45 ତା'ହେଲେ ତୁମ୍ଭେ ସ୍ୱର୍ଗରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହୋଇ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ଯ୍ୟ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି। 46 ଯେଉଁମାନେ ତୁମ୍ଭକୁ ପ୍ରେମ କରିଛନ୍ତି, ତୁମ୍ଭେ ଯଦି କେବଳ ସେହିମାନଙ୍କୁ ପ୍ରେମ କରିବ ତେବେ ତୁମ୍ଭେମାନେ କୌଣସି ପୁରସ୍କାର ପାଇବ ନାହିଁ? ଏପରିକି କରଆଦାୟକାରୀ[a]ମାନେ ମଧ୍ୟ ଏହା କରନ୍ତି। 47 ଯଦି ତୁମ୍ଭେ କେବଳ ନିଜ ଭାଇ ବନ୍ଧୁମାନଙ୍କୁ ନମସ୍କାର କର, ତେବେ ତୁମ୍ଭେ ଅନ୍ୟମାନଙ୍କଠାରୁ କ’ଣ ଅଧିକ କଲ? ବିଧର୍ମୀମାନେ କ’ଣ ଏଭଳି କରନ୍ତି ନାହିଁ କି? 48 ଏଣୁ ସ୍ୱର୍ଗରେ ରହୁଥିବା ତୁମ୍ଭର ପରମପିତା ଯେପରି ସିଦ୍ଧ, ତୁମ୍ଭେମାନେ ମଧ୍ୟ ସେହିପରି ସିଦ୍ଧ ହୁଅ।
2010 by World Bible Translation Center