Book of Common Prayer
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା'ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
ଆରୋହଣ ଗୀତ।
132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
4 ମୁଁ ଶୟନ କରିବି ନାହିଁ।
ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
5 ମୁଁ ମୋର ଗୃହକୁ ଯିବି ନାହିଁ
ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”
6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
“ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”
13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।
ଆରୋହଣ ଗୀତ।
134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
2 ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
3 ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
ସେ ବର୍ଷା ସହିତ ବିଜୁଳି କରାନ୍ତି।
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ।
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
ଓ ବାଶନର ରାଜା ଓଗ୍କୁ
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ସେମାନଙ୍କ ତୁଲ୍ୟ ହେବେ।
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
13 ମାତ୍ର ସେତେବେଳେ, ଏକ ନିର୍ଝର ଦାଉଦର ପରିବାର ଓ ଯିରୁଶାଲମ ନିବାସୀ ପାଇଁ ଖୋଲା ହେବ। ସେହି ଝରଣା ସେମାନଙ୍କର ପାପସବୁ ଓ ଅପବିତ୍ରତାକୁ ଧୋଇଦେବ।
ମିଥ୍ୟା ଭବିଷ୍ୟଦ୍ବକ୍ତା ଆଉ ହେବେ ନାହିଁ
2 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ଆମ୍ଭେ ଦେଶରୁ ମୂର୍ତ୍ତି ବିନଷ୍ଟ କରିଦେବା। ଏପରିକି ଲୋକମାନେ ସେମାନଙ୍କର ନାମକୁ ସ୍ମରଣ କରିବେ ନାହିଁ। ଆଉ ମଧ୍ୟ ଆମ୍ଭେ ସମସ୍ତ ଭବିଷ୍ୟଦ୍ବକ୍ତାଗଣ ଓ ଅପବିତ୍ର ଆତ୍ମାଗୁଡ଼ିକୁ ପୃଥିବୀରୁ ବିଲୋପ କରିବା। 3 ଯଦି କେହି ଭବିଷ୍ୟଦ୍ବାଣୀ କରୁଛି ତା'ର ପିତାମାତା ତାକୁ କହିବେ, ‘ତୁମ୍ଭେ ବଞ୍ଚିବ ନାହିଁ କାରଣ ତୁମ୍ଭେ ସଦାପ୍ରଭୁଙ୍କ ନାମରେ ମିଥ୍ୟା ବାକ୍ୟ କହିଛ।’ ତା'ର ପିତା ଏବଂ ମାତା ଯିଏ ତାକୁ ଧାରଣ କରିଛନ୍ତି ସେ ଯେତେବେଳେ ଭବିଷ୍ୟଦ୍ବାଣୀ କରିବ ତାକୁ ଖଡ଼୍ଗରେ ବିନାଶ କରିବେ। 4 ସେଦିନ ପ୍ରତ୍ୟେକ ଭବିଷ୍ୟଦ୍ବକ୍ତା ନିଜର କଳ୍ପିତ ଦର୍ଶନ ପାଇଁ ଲଜ୍ଜିତ ହେବେ। ସେମାନେ ଭବିଷ୍ୟଦ୍ବକ୍ତା ପରି ପ୍ରତାରିତ କରିବା ପାଇଁ ଲୋମଶ ବସ୍ତ୍ର ପରିଧାନ କରିବେ ନାହିଁ। 5 ସେହି ଲୋକମାନେ କହିବେ, ‘ମୁଁ ଜଣେ ଭବିଷ୍ୟଦ୍ବକ୍ତା ନୁହେଁ, ମୁଁ ଜଣେ କୃଷକ। ଏହି ଭୂମି ମୋର ବାଲ୍ୟକାଳରୁ ମୋର ଅଧିକାରରେ ଅଛି।’ 6 କିନ୍ତୁ ଅନ୍ୟଲୋକମାନେ କହିବେ, ‘ତୁମ୍ଭର ହାତରେ ଏହି କ୍ଷତଗୁଡ଼ିକ କ’ଣ? ସେ ଉତ୍ତର ଦେବେ, ‘ମୁଁ ମୋ’ ବନ୍ଧୁମାନଙ୍କ ଗୃହରେ କ୍ଷତ ବିକ୍ଷତ ହୋଇଥିଲି।’”
7 ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, “ହେ ଖଡ଼୍ଗ, ଯାଅ! ଏବଂ ମେଷପାଳକ ଆମ୍ଭର ଘନିଷ୍ଟ ବନ୍ଧୁଙ୍କୁ ଆଘାତ କର। ମେଷପାଳକଙ୍କୁ ଆଘାତ କର, ଯେପରି ମେଷପଲ ପଳାୟନ କରିବେ। ଆମ୍ଭେ ଆପଣା ହସ୍ତ ସେହି କ୍ଷୁଦ୍ରମାନଙ୍କ ବିରୁଦ୍ଧରେ ଉଠାଇବା। 8 ଦେଶର ଦୁଇ ତୃତୀୟାଂଶ ଲୋକ ଚ୍ଛେଦନ ହେବେ ଓ ମୃତ୍ୟୁବରଣ କରିବେ। ମାତ୍ର ଏକ ତୃତୀୟାଂଶ ଜୀବିତ ରହିବେ। 9 ତା'ପରେ ଆମ୍ଭେ ସେହି ଏକ ତୃତୀୟାଂଶ ଲୋକଙ୍କୁ ଅଗ୍ନିରେ ପରୀକ୍ଷା କରିବା। ଆମ୍ଭେ ସେମାନଙ୍କୁ ରୂପା ଯେପରି ନିର୍ମଳ ହୁଏ ସେହିପରି ବିଶୁଦ୍ଧ କରିବା। ସୁବର୍ଣ୍ଣକୁ ପରୀକ୍ଷା କଲାପରି ଆମ୍ଭେ ସେହି ଲୋକଙ୍କୁ ପରୀକ୍ଷା କରିବା। ଆମ୍ଭ ନାମ ଧରି ଆମ୍ଭକୁ ସେମାନେ ଡାକିବେ ଏବଂ ଆମ୍ଭେ ସେମାନଙ୍କୁ ଉତ୍ତର ଦେବା, ‘ଏମାନେ ଆମ୍ଭର ଲୋକ’, ଆଉ ସେମାନେ କହିବେ, ‘ସଦାପ୍ରଭୁ ଆମ୍ଭର ପରମେଶ୍ୱର ଅଟନ୍ତି।’”
ପାଉଲଙ୍କ ପ୍ରାର୍ଥନା
15 ସେଥିପାଇଁ ମୁଁ ଯେତେବେଳେ ପ୍ରଭୁ ଯୀଶୁଙ୍କଠାରେ ତୁମ୍ଭମାନଙ୍କ ବିଶ୍ୱାସ ଓ ପରମେଶ୍ୱରଙ୍କ ସମସ୍ତ ଲୋକମାନଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ବିଷୟରେ ଶୁଣିଲି, ମୁଁ ତୁମ୍ଭମାନଙ୍କ ପାଇଁ ପରମେଶ୍ୱରଙ୍କୁ ନିରନ୍ତର ଧନ୍ୟବାଦ ଅର୍ପଣ କଲି। 16 ନିଜର ପ୍ରାର୍ଥନାରେ ମୁଁ ତୁମ୍ଭମାନଙ୍କୁ ମନେ ପକାଉଛି। 17 ମୁଁ ମହିମାମୟ ପିତା, ଆମ୍ଭ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପରମେଶ୍ୱରଙ୍କୁ ସବୁବେଳେ ପ୍ରାର୍ଥନା କରେ ଯେ, ସେ ତୁମ୍ଭକୁ ବିଜ୍ଞତାର ଆତ୍ମା ପ୍ରଦାନ କରନ୍ତୁ। ସେହି ଜ୍ଞାନ ତୁମ୍ଭମାନଙ୍କ ପାଇଁ ପରମେଶ୍ୱର ବିଷୟକ ସମସ୍ତ ତଥ୍ୟକୁ ସ୍ପଷ୍ଟ କରିଦେବ, ଯାହା ଫଳରେ ତୁମ୍ଭେମାନେ ତାହାଙ୍କୁ ପୂର୍ଣ୍ଣ ଭାବରେ ଜାଣି ପାରିବ।
18 ମୁଁ ପ୍ରାର୍ଥନା କରୁଛି, ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ସମସ୍ତ ସତ୍ୟର ସମ୍ପୂର୍ଣ୍ଣ ବୋଧଶକ୍ତି ପାଇପାର, ଏଥିପାଇଁ ସେ ତୁମ୍ଭର ମନରୂପକ ଚକ୍ଷୁ ଖୋଲି ଦିଅନ୍ତୁ। ତା'ପରେ ତୁମ୍ଭେମାନେ ବୁଝି ପାରିବ ଯେ, କେଉଁ ବିଷୟରେ ଭରସା ରଖିବା ପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ବାଛି ଥିଲେ। ତୁମ୍ଭେମାନେ ବୁଝି ପାରିବ ଯେ ପରମେଶ୍ୱର ନିଜର ପବିତ୍ରୀକୃତ ଲୋକମାନଙ୍କୁ ଯେଉଁସବୁ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ, ତାହା କେତେ ମହିମାମୟ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ଅଟେ। 19 ତୁମ୍ଭେମାନେ ଏହା ମଧ୍ୟ ବୁଝି ପାରିବ ଯେ, ଆମ୍ଭେ ଯେଉଁମାନେ ବିଶ୍ୱାସ କରୁଛୁ, ଆମ୍ଭମାନଙ୍କ ନିମନ୍ତେ କାମ କରୁଥିବା ପରମେଶ୍ୱରଙ୍କ ଶକ୍ତି କେତେ ମହାନ୍। 20 ଏହି ଶକ୍ତି ହେଉଛି ସେହି ଶକ୍ତି, ଯେଉଁ ଶକ୍ତି ବଳରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କରିଥିଲେ। ସ୍ୱର୍ଗ ରାଜ୍ୟରେ ପରମେଶ୍ୱର ଖ୍ରୀଷ୍ଟଙ୍କୁ ତାହାଙ୍କ ଡାହାଣ ପଟରେ ବସାଇ ଅଛନ୍ତି। 21 ପରମେଶ୍ୱର ଖ୍ରୀଷ୍ଟଙ୍କୁ ସମସ୍ତ ଶାସକ, ଅଧିକାରୀ, ଶକ୍ତି ଓ ରାଜାମାନଙ୍କଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ପଦ ଦେଇଅଛନ୍ତି। ଏହି ସଂସାର କି ପରବର୍ତ୍ତୀ ସଂସାରରେ ଥିବା ଯେକୌଣସି କ୍ଷମତା ପୂର୍ଣ୍ଣ ଶକ୍ତି ଅପେକ୍ଷା ଖ୍ରୀଷ୍ଟଙ୍କର ଶକ୍ତି ଅତି ଅଧିକ ଅଟେ। 22 ପରମେଶ୍ୱର ସବୁକିଛି ଖ୍ରୀଷ୍ଟଙ୍କ ଅଧୀନରେ ରଖିଅଛନ୍ତି ଓ ତାହାଙ୍କୁ ମଣ୍ଡଳୀର ମୁଖ୍ୟ ରୂପେ ସ୍ଥାପିତ କରିଛନ୍ତି। 23 ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହୋଇଅଛି। ସେ ସମସ୍ତ ବିଷୟ ପ୍ରତ୍ୟେକ ଉପାୟରେ ସମ୍ପୂର୍ଣ୍ଣ କରନ୍ତି।
ପରମେଶ୍ୱର ଯାହା ଦିଅନ୍ତି ତାହା ଉପଯୁକ୍ତ ଭାବରେ ବ୍ୟବହାର କର
(ମାଥିଉ 25:14-30)
11 ଯୀଶୁ ଯିରୁଶାଲମର ପାଖାପାଖି ଆସିଗଲେ। କେତେକ ଲୋକ ଭାବିଲେ ଯେ ପରମେଶ୍ୱରଙ୍କ ରାଜ୍ୟ ଶୀଘ୍ର ଆସିଯିବ। 12 ଲୋକମାନେ ଏହି କଥା ଭାବୁଥିବା ଯୀଶୁ ଜାଣି ପାରିଲେ। ତେଣୁ ସେ ଲୋକମାନଙ୍କୁ ଏହି ଦୃଷ୍ଟାନ୍ତଟି କହିଲେ: “ଜଣେ ଅତି ମାନ୍ୟଗନ୍ୟ ବ୍ୟକ୍ତି ରାଜା ହେବା ପାଇଁ କୌଣସି ଏକ ଦୂର ରାଜ୍ୟକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ତା'ପରେ ସେ ଫେରି ଆସି ନିଜ ଲୋକମାନଙ୍କ ଉପରେ ଶାସନ କରିବାକୁ ଯୋଜନା କଲେ। 13 ସେ ନିଜର ଦଶ ଜଣ ଗ୍ଭକରଙ୍କୁ ଡାକିଲେ। ସେ ପ୍ରତ୍ୟେକ ଗ୍ଭକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, ‘ମୁଁ ଫେରିବା ପର୍ଯ୍ୟନ୍ତ ଏହି ଟଙ୍କାରେ ବ୍ୟବସାୟ କର।’ 14 ସେହି ବ୍ୟକ୍ତିଙ୍କୁ ସେ ରାଜ୍ୟର ନାଗରିକମାନେ ଘୃଣା କରୁଥିଲେ। ତେଣୁ ସେମାନେ ତାହାଙ୍କ ପଛରେ ଦଳେ ଲୋକଙ୍କୁ ସେଠାକୁ ପଠାଇଲେ। ସେଠାକୁ ଯାଇ ଏହି ଦଳର ଲୋକମାନେ କହିଲେ, ‘ଆମ୍ଭେ ଗ୍ଭହୁଁନା ଯେ, ସେହି ବ୍ୟକ୍ତି ଆମ୍ଭମାନଙ୍କର ରାଜା ହୁଅନ୍ତୁ।’
15 “ତଥାପି ସେ ରାଜା ହୋଇଗଲେ। ତା'ପରେ ସେ ଘରକୁ ଫେରି ଆସିଲେ। ତା'ପରେ ସେ କହିଲେ, ‘ଯେଉଁ ଗ୍ଭକରମାନଙ୍କୁ ମୁଁ ମୋର ଟଙ୍କା ଦେଇଥିଲି ସେମାନଙ୍କୁ ଡାକ, ମୁଁ ଜାଣିବାକୁ ଗ୍ଭହୁଁଛି ଯେ, ସେହି ଟଙ୍କାରେ ସେମାନେ ଆଉ କେତେ ଅଧିକ ଲାଭ କରିଛନ୍ତି।’ 16 ପ୍ରଥମେ ଗ୍ଭକର ଜଣକ ଆସି କହିଲା, ‘ଆଜ୍ଞା, ଆପଣ ମୋତେ ଦେଇଥିବା ଟଙ୍କା ଥଳିଟିକୁ ବ୍ୟବହାର କରି ମୁଁ ଦଶ ଥଳି ଅଧିକ ଟଙ୍କା ଅର୍ଜନ କରିଛି।’ 17 ରାଜା ଗ୍ଭକରମାନଙ୍କୁ କହିଲେ, “ବହୁତ ଭଲ କଥା। ତୁମ୍ଭେ ଜଣେ ଭଲ ଗ୍ଭକର। ତୁମ୍ଭକୁ ଛୋଟ ଛୋଟ ବିଷୟରେ ବିଶ୍ୱାସ କରାଯାଇ ପାରିବ ବୋଲି ମୁଁ ଜାଣୁଛି। ତେଣୁ ମୁଁ ତୁମ୍ଭକୁ ମୋର ଦଶଟି ନଗର ଶାସନ କରିବାକୁ ଦେବି।’
18 “ଦ୍ୱିତୀୟ ଗ୍ଭକରଟି ଆସିଲା ଓ କହିଲା, ‘ଆଜ୍ଞା, ଆପଣ ଦେଇଥିବା ଟଙ୍କା ଥଳିକୁ ବ୍ୟବହାର କରି ପାଞ୍ଚ ଥଳି ଟଙ୍କା ଅର୍ଜନ କରିଛି।’ 19 ରାଜା ସେହି ଗ୍ଭକରଟିକୁ କହିଲେ, ‘ତୁମ୍ଭେ ପାଞ୍ଚୋଟି ନଗର ଉପରେ ଶାସନ କରିବ।’
20 “ତା'ପରେ ଅନ୍ୟ ଗ୍ଭକରଟି ଭିତରକୁ ଆସିଲା। ସେ ରାଜାଙ୍କୁ କହିଲା, ‘ଆଜ୍ଞା, ଏହି ଆପଣଙ୍କ ଟଙ୍କା ଥଳି। ମୁଁ ଖଣ୍ଡେ କନାରେ ଏହାକୁ ଗୁଡ଼ାଇ ରଖିଥିଲି। 21 ଆପଣ ଜଣେ କଠୋର ବ୍ୟକ୍ତି ହୋଇଥିବାରୁ ମୁଁ ଆପଣଙ୍କୁ ଭୟ କରିଥିଲି। ଏପରିକି ଆପଣ ନିଜେ ଅର୍ଜନ କରି ନ ଥିବା ଟଙ୍କା ନେଇଥା’ନ୍ତି ଓ ନିଜେ ଉତ୍ପନ୍ନ କରି ନ ଥିବା ଖାଦ୍ୟଶସ୍ୟ ସଂଗ୍ରହ କରିଥା’ନ୍ତି।’
22 “ତା'ପରେ ରାଜା ସେହି ଗ୍ଭକରକୁ କହିଲେ, ‘ତୁମ୍ଭେ ଜଣେ ଦୁଷ୍ଟ ଗ୍ଭକର। ତୁମ୍ଭେ ମୋ’ ପ୍ରତି ବ୍ୟବହାର କରିଥିବା ଭାଷାରେ ମୁଁ ତୁମ୍ଭରି ବିଗ୍ଭର କରିବି। ତୁମ୍ଭେ କହିଛ ଯେ, ମୁଁ ଜଣେ କଠୋର ବ୍ୟକ୍ତି। ପୁଣି କହିଛ ଯେ ମୁଁ ଅର୍ଜନ ନ କରି ଟଙ୍କା ନିଏ ଓ ଉତ୍ପନ୍ନ ନ କରି ମଧ୍ୟ ଖାଦ୍ୟଶସ୍ୟ ସଂଗ୍ରହ କରେ।’ 23 ଯଦି ଏ କଥା ସତ୍ୟ, ତେବେ ତୁମ୍ଭେ ମୋ’ ଟଙ୍କା ବ୍ୟାଙ୍କରେ ଜମା ରଖି ପାରିଥା’ନ୍ତ ତା'ହେଲେ ମୁଁ ଫେରି ଆସିଲା ବେଳକୁ ମୋ’ ଟଙ୍କାରେ କିଛି ସୁଧ ଅର୍ଜ୍ଜନ କରାଯାଇ ପାରିଥା’ନ୍ତା 24 ସେଠାରେ ରହି ଏସବୁ ଦେଖୁଥିବା ଲୋକମାନଙ୍କୁ ରାଜା କହିଲେ, ‘ଏ ଗ୍ଭକର ପାଖରୁ ଟଙ୍କା ଥଳିଟି ନେଇ ଯାଇ ଦଶ ଥଳି ଟଙ୍କା ଅର୍ଜନ କରିଥିବା ଗ୍ଭକରକୁ ଦେଇଦିଅ।”
25 “ଲୋକମାନେ ରାଜାଙ୍କୁ କହିଲେ, “କିନ୍ତୁ ଆଜ୍ଞା, ସେ ଗ୍ଭକରଟି ପାଖରେ ତ ଆଗରୁ ଦଶ ଥଳି ଟଙ୍କା ଅଛି।’
26 “ରାଜା କହିଲେ, ‘ଯଦି ଜଣେ ବ୍ୟକ୍ତି ତା’ ପାଖରେ ଯାହା ଅଛି ତାହାର ବ୍ୟବହାର କରେ ତେବେ ସେ ଆହୁରି ଅଧିକ ପାଇବ। କିନ୍ତୁ ଯେଉଁ ବ୍ୟକ୍ତି ତା’ ପାଖରେ ଯେତିକି ଅଛି, ତାହା ବ୍ୟବହାର କରେନି ତା'ଠାରୁ ତାହା ମଧ୍ୟ ଛଡ଼େଇ ନିଆଯିବ। 27 ବର୍ତ୍ତମାନ ମୋର ଶତ୍ରୁମାନେ କାହାନ୍ତି? ମୁଁ ସେମାନଙ୍କର ରାଜା ନ ହୁଏ ବୋଲି ଯେଉଁମାନେ ଗ୍ଭହୁଁଥିଲେ। ସେମାନେ କାହାନ୍ତି? ମୋ’ ଶତ୍ରୁମାନଙ୍କୁ ଏଠାକୁ ଆଣ। ସେମାନଙ୍କୁ ମୋ’ ଆଖି ଆଗରେ ମାରିଦିଅ।’”
2010 by World Bible Translation Center