Book of Common Prayer
ଦାଉଦଙ୍କର ସଙ୍ଗୀତ।
24 ପୃଥିବୀ ଓ ତହିଁରେ ଥିବା ସମସ୍ତ ବସ୍ତୁ ସଦାପ୍ରଭୁଙ୍କର ଅଟେ।
ପୃଥିବୀର ସମସ୍ତ ଲୋକ ତାଙ୍କ ଆଶ୍ରିତ ଅଟନ୍ତି।
2 ସଦାପ୍ରଭୁ ପୃଥିବୀକୁ ଜଳଭାଗ ଉପରେ ସ୍ଥାପନ କରିଅଛନ୍ତି
ଓ ସେ ନଦୀ ଉପରେ ଏହାକୁ ନିର୍ମାଣ କରିଅଛନ୍ତି।
3 କିଏ ସଦାପ୍ରଭୁଙ୍କ ପବିତ୍ର ପର୍ବତ ସିୟୋନକୁ ଯାଇପାରିବ?
କିଏ ତାଙ୍କ ପବିତ୍ର ମନ୍ଦିରରେ ତାଙ୍କ ସମ୍ମୁଖରେ ଉପାସନା କରି ପାରିବ?
4 ଯେଉଁ ଲୋକମାନେ କେବେ କିଛି ମନ୍ଦକାର୍ଯ୍ୟ କରି ନାହାନ୍ତି,
ଯାହାଙ୍କର ହୃଦୟ ଓ ମନ ନିର୍ମଳ,
ଯେଉଁ ଲୋକମାନେ ମୋର ନାମର ଅସତ୍ୟ ବ୍ୟବହାର କରି ନାହାନ୍ତି, ଯେଉଁ ଲୋକମାନେ ମିଥ୍ୟା କହନ୍ତି ନାହିଁ କି ମିଥ୍ୟା ପ୍ରତିଶ୍ରୁତି ଦିଅନ୍ତି ନାହିଁ,
କେବଳ ସେହି ଲୋକମାନେ ସେଠାରେ ଉପାସନା କରି ପାରିବେ।
5 ଉତ୍ତମ ବ୍ୟକ୍ତିମାନେ ସଦାପ୍ରଭୁଙ୍କୁ ଅନ୍ୟମାନଙ୍କୁ ଆଶୀର୍ବାଦ କରିବାକୁ କହନ୍ତି।
ସେମାନେ ପରମେଶ୍ୱରଙ୍କୁ ଯିଏ କି ସେମାନଙ୍କ ଉଦ୍ଧାର କର୍ତ୍ତା, ସେମାନଙ୍କ ପାଇଁ ଭଲ କାର୍ଯ୍ୟ କରିବାକୁ ଅନୁରୋଧ କରନ୍ତି।
6 ସେହି ଉତ୍ତମ ବ୍ୟକ୍ତିମାନେ ସର୍ବଦା ପରମେଶ୍ୱରଙ୍କ ପନ୍ଥା ଅନ୍ୱେଷଣ କରନ୍ତି।
ସେମାନେ ଯାକୁବର ପରମେଶ୍ୱରଙ୍କ ନିକଟକୁ ଯାଆନ୍ତି। ସେଲା
7 ହେ ନଗର ଫାଟକ, ତୁମ୍ଭର ମସ୍ତକ ଟେକ।
ହେ ପ୍ରାଚୀନ କବାଟ ସବୁ ଖୋଲ ଏବଂ ତହିଁରେ ଗୌରବମୟ ରାଜା ପ୍ରବେଶ କରିବେ।
8 କିଏ ସେହି ଗୌରବମୟ ରାଜା?
ସଦାପ୍ରଭୁ ହିଁ ସେହି ରାଜା ଅଟନ୍ତି, ସେ ହେଉଛନ୍ତି ଶକ୍ତିଶାଳୀ ଯୋଦ୍ଧା।
ସଦାପ୍ରଭୁ ହେଉଛନ୍ତି ସେହି ରାଜା ଯିଏ ଜଣେ ଯୁଦ୍ଧଜୟୀ ବୀର ଅଟନ୍ତି।
9 ହେ ଫାଟକ ସବୁ ଖୋଲି ଯାଅ।
ହେ ପ୍ରାଚୀନ ଦ୍ୱାର ସବୁ ଖୋଲି ଦିଅ ଏବଂ ଗୌରବମୟ ରାଜା ପ୍ରବେଶ କରିବେ।
10 କିଏ ସେହି ଗୌରବମୟ ରାଜା?
ସୈନ୍ୟାଧିପତି ସଦାପ୍ରଭୁ ସେହି ଗୌରବମୟ ରାଜା ଅଟନ୍ତି। ସେଲା
ଦାଉଦଙ୍କର ଗୀତ।
29 ହେ ପରମେଶ୍ୱରଙ୍କର ସନ୍ତାନଗଣ, ତାଙ୍କର ପ୍ରଶଂସା କର।
ତାଙ୍କର ମହିମା ଓ ଶକ୍ତିର ପ୍ରଶଂସା କର।
2 ସଦାପ୍ରଭୁଙ୍କର ପ୍ରଶଂସା ଓ ତାଙ୍କର ନାମକୁ ଗୌରବ କର।
ତାଙ୍କୁ ବିଶେଷ ପୋଷାକରେ ପ୍ରଣାମ କର।
3 ସଦାପ୍ରଭୁ ତାଙ୍କର ସ୍ୱର ସାଗରରେ ଉଠାଇଛନ୍ତି।
ଗୌରବମୟ ପରମେଶ୍ୱରଙ୍କର ସ୍ୱର ସାଗରରେ ମେଘ ଗର୍ଜନ ସୃଷ୍ଟି କରନ୍ତି।
4 ସଦାପ୍ରଭୁଙ୍କର ସ୍ୱରରୁ ତାଙ୍କର ଶକ୍ତିର ପରିଚୟ ମିଳେ।
ତାଙ୍କର ସ୍ୱର ତାଙ୍କର ଗୌରବର ପ୍ରମାଣ।
5 ତାଙ୍କର ସ୍ୱର ବୃହତ୍ କାୟ ଏରସ ବୃକ୍ଷ ସବୁକୁ ଖଣ୍ଡଖଣ୍ଡ କରି ଭାଙ୍ଗି ପକାଏ।
ସଦାପ୍ରଭୁ ଲିବାନୋନ୍ର ବୃହତ୍ ଏରସ ବୃକ୍ଷକୁ ଭାଙ୍ଗି ପକାନ୍ତି।
6 ସେ ଲିବାନୋନ୍କୁ ଦୋହଲାଇ ଦିଅନ୍ତି, ସତେ ଯେମିତି କଅଁଳା ବାଛୁରି ନୃତ୍ୟ କଲାପରି।
ସିରିୟୋନ ପର୍ବତ ଦୋହଲି ଯାଏ ଓ ଛେଳି ଛୁଆଟିଏ କୁଦିଲା ଭଳି ଏହା ଦେଖାଯାଏ।
7 ସଦାପ୍ରଭୁଙ୍କର କଣ୍ଠସ୍ୱର ବିଜୁଳି ଗତିରେ ବାୟୁମଣ୍ଡଳକୁ ବିଭକ୍ତ କରେ।
8 ସଦାପ୍ରଭୁଙ୍କର ରବଦ୍ୱାରା ମରୁଭୂମି ଥରି ଉଠେ।
ସଦାପ୍ରଭୁଙ୍କ ରବଦ୍ୱାରା କାଦେଶ ମରୁଭୂମି କମ୍ପିଉଠେ।
9 ସଦାପ୍ରଭୁଙ୍କର ସ୍ୱରରେ ହରିଣ ଭୟଭୀତ ହୋଇ ଉଠେ।
ସଦାପ୍ରଭୁ ଜଙ୍ଗଲରୁ ପତ୍ରସବୁ ଝଡ଼େଇ ଦିଅନ୍ତି,
କିନ୍ତୁ ତାଙ୍କର ମନ୍ଦିରରେ ଲୋକମାନେ “ତାଙ୍କର ମହିମା ପ୍ରଶଂସା” କରନ୍ତି।
10 ସଦାପ୍ରଭୁ ହେଉଛନ୍ତି ବନ୍ୟା ସମୟରେ ରାଜା ତୁଲ୍ୟ
ଓ ସଦାପ୍ରଭୁ ଅନନ୍ତକାଳ ରାଜା ହୋଇ ରହିବେ।
11 ସଦାପ୍ରଭୁ ତାଙ୍କର ସମସ୍ତ ଲୋକମାନଙ୍କୁ ରକ୍ଷା କରନ୍ତୁ।
ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଶାନ୍ତିରେ ବାସ କରିବାକୁ ଦିଅନ୍ତୁ।
ପ୍ରଧାନ ବାଦ୍ୟକର ନିମନ୍ତେ ଯିଏକି ଗୀତ୍ତୀତ୍ ସ୍ୱରରେ ଗାନ କରେ। ଦାଉଦଙ୍କର ଏକ ଗୀତ।
8 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଓ ପ୍ରଶଂସାଯୁକ୍ତ।
ତୁମ୍ଭର ନାମ ସ୍ୱର୍ଗରେ ମଧ୍ୟ ପ୍ରଶଂସା ଯୋଗ୍ୟ ଅଟେ।
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ
ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
3 ହେ ସଦାପ୍ରଭୁ, ମୋ’ ଉପରେ ଥିବା ସ୍ୱର୍ଗକୁ ଗ୍ଭହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ୱାରା ନିର୍ମିତ ବୋଲି ଜଣାପଡ଼େ।
ମୁଁ ସେହି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ଯ୍ୟ ହୁଏ।
4 “କାହିଁକି ତୁମ୍ଭେ ମନୁଷ୍ୟମାନଙ୍କୁ ଏତେ ପ୍ରାଧାନ୍ୟ ଦିଅ?
କାହିଁକି ତୁମ୍ଭେ ସେମାନଙ୍କର କ୍ଷତ ନିଅ?
କାହିଁକି ତୁମ୍ଭେ ସେମାନଙ୍କୁ ଏତେ ଦୃଷ୍ଟି ଦିଅ?”
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ତ୍ୱପୂର୍ଣ୍ଣ, ପରମେଶ୍ୱର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ
ଓ ସେମାନଙ୍କୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସେହି ଲୋକମାନଙ୍କୁ ଅଧିଷ୍ଠିତ କରିଛ।
ତୁମ୍ଭେ ସବୁ ସେହିମାନଙ୍କ ନିୟନ୍ତ୍ରଣରେ ଛାଡ଼ି ଦେଇଛ।
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
8 ଆକାଶର ଉଡ଼ୁଥିବା ପକ୍ଷୀମାନେ
ଓ ସମୁଦ୍ରର ମାଛମାନେ ମଧ୍ୟ ଅଛନ୍ତି।
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ୱିତ।
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ କୋରହ ସନ୍ତାନଗଣର ଗୀତ।
84 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ, ତୁମ୍ଭର ପବିତ୍ର ତମ୍ବୁ[a] ବାସ୍ତବରେ ସୁନ୍ଦର ଅଟେ।
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା,
ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଗ୍ଭହେଁ।
ମୋର ହୃଦୟ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ୱରଙ୍କ ଦର୍ଶନ ନିମନ୍ତେ ବ୍ୟାକୁଳ।
3 ହେ ସୈନ୍ୟାଧିପତି ସଦାପ୍ରଭୁ, ମୋର ରାଜା, ମୋର ପରମେଶ୍ୱର,
ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ
ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ
ତୁମ୍ଭର ଯଜ୍ଞବେଦି ପାଖରେ ଏକ ବସା ପାଇଛନ୍ତି।
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସେମାନେ ଧନ୍ୟ,
ସେମାନେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ। ସେଲା
5 ସେହି ଲୋକମାନେ କେତେ ଭାଗ୍ୟବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ।
ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
6 ସେମାନେ କ୍ରନ୍ଦନ ଉପତ୍ୟକା ଦେଇ ଯାଆନ୍ତି,
ଯେଉଁଠି ଏକ ଝରଣା ସୃଷ୍ଟି ହୋଇଛି।
ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
7 ସେମାନେ ପ୍ରତ୍ୟେକ ସିୟୋନରେ ପରମେଶ୍ୱରଙ୍କ ଆଗରେ ଉପସ୍ଥିତ ହେବା ପର୍ଯ୍ୟନ୍ତ
ଲୋକମାନେ ସହରରୁ ସହରକୁ[b] ଭ୍ରମଣ କରନ୍ତି।
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର, ମୋର ପ୍ରାର୍ଥନା ଗ୍ରହଣ କର।
ହେ ଯାକୁବର ପରମେଶ୍ୱର, ମୋର କଥା ଶ୍ରବଣ କର। ସେଲା
9 ହେ ପରମେଶ୍ୱର, ଆମ୍ଭର ଢାଲ ସ୍ୱରୂପ ଦୃଷ୍ଟିପାତ କର
ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ
ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ।
ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା
ପରମେଶ୍ୱରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହେବା ଭଲ।
11 ସୂର୍ଯ୍ୟ ଯେପରି ତା'ର ଆଲୋକର କିରଣ ତଳକୁ ପଠାଇବା ପରି
ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି।
ସେ ଆମ୍ଭର ଢାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ଯ୍ୟ କରନ୍ତି
ସେମାନଙ୍କ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
12 ହେ ସର୍ବଶକ୍ତିମାନ ସଦାପ୍ରଭୁ,
ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ୱାସ କରନ୍ତି ସେମାନେ କେତେ ଭାଗ୍ୟବାନ୍।
8 ସନ୍ଧ୍ୟା ସମୟରେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନ ମଧ୍ୟରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏ କଥା ଶୁଣିବାକୁ ପାଇଲେ ଏବଂ ସେମାନେ ପରମେଶ୍ୱରଙ୍କଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳରେ ଲୁଗ୍ଭଇ ରଖିଲେ। 9 ସଦାପ୍ରଭୁ ପରମେଶ୍ୱର ମନୁଷ୍ୟକୁ ଡାକିଲେ, “ତୁମ୍ଭେ କେଉଁଠାରେ?”
10 ମନୁଷ୍ୟ ଉତ୍ତର ଦେଲା, “ମୁଁ ତୁମ୍ଭେ ଉଦ୍ୟାନରେ ଗ୍ଭଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚିଲି।”
11 ସଦାପ୍ରଭୁ ପରମେଶ୍ୱର ଆଦମକୁ କହିଲେ, “ତୁମ୍ଭକୁ କିଏ କହିଲା ଯେ, ତୁମ୍ଭେ ଉଲଗ୍ନ? ତୁମ୍ଭେ କ’ଣ ଉଦ୍ୟାନର ସେହି ବୃକ୍ଷର ଫଳ ଖାଇଲ, ଯାହା ଖାଇବା ପାଇଁ ମୁଁ ମନା କରିଥିଲି?”
12 ମନୁଷ୍ୟ ଉତ୍ତର ଦେଲା, “ତୁମ୍ଭେ ମୋ’ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ, ସେ ମୋତେ ସେହି ଫଳ ଖାଇବାକୁ ଦେଲା। ତେଣୁ ମୁଁ ତାହା ଖାଇଲି।”
13 ଏହା ପରେ ସଦାପ୍ରଭୁ ପରମେଶ୍ୱର ସେହି ସ୍ତ୍ରୀଲୋକକୁ କହିଲେ, “ଏପରି ତୁମ୍ଭେ କାହିଁକି କଲ?”
ସ୍ତ୍ରୀଲୋକଟି ଉତ୍ତର ଦେଲା, “ସର୍ପ ମୋତେ ଭୁଲାଇ ଦେଲା, ତହିଁରେ ମୁଁ ତାକୁ ଖାଇଲି।”
14 ସେଥିପାଇଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ,
“ଯେହେତୁ ତୁମ୍ଭେ ଏହା କରିଅଛ,
ତୁମ୍ଭେ ଅନ୍ୟ ପ୍ରାଣୀମାନଙ୍କଠାରୁ ଅଧିକ କଷ୍ଟ ଭୋଗିବ,
ତୁମ୍ଭେ ତୁମ୍ଭର ପେଟରେ ଜୀବନସାରା
ଘୁଷୁଡ଼ିବ ଓ ତୁମ୍ଭେ ଧୂଳି ଖାଇବ।
15 ମୁଁ ତୁମ୍ଭକୁ ନାରୀର ଶତ୍ରୁ କରିବି।
ମୁଁ ତୁମ୍ଭର ପିଲାମାନଙ୍କୁ ଓ ତାହାର ପିଲାମାନଙ୍କ ମଧ୍ୟରେ ଶତ୍ରୁତା କରାଇବି।
ତୁମ୍ଭେ ତା'ର ପିଲାର ଗୋଇଠିକୁ କାମୁଡ଼ିବ,
କିନ୍ତୁ ସେ ତୁମ୍ଭର ମସ୍ତକକୁ ଆଘାତ କରି ଚୂର୍ଣ୍ଣ କରିବ।”
ନାରୀ ଓ ମହାସର୍ପ
12 ତା'ପରେ ସ୍ୱର୍ଗରେ ଏକ ବିଚିତ୍ର ଚିହ୍ନ ଦେଖାଗଲା। ମୁଁ ଜଣେ ନାରୀଙ୍କୁ ସୂର୍ଯ୍ୟଙ୍କୁ ବସ୍ତ୍ରରୂପେ ଧାରଣ କରିବାର ଦେଖିଲି। ଚନ୍ଦ୍ର ତାହାଙ୍କ ପାଦତଳେ ଥିଲେ। ତାହାଙ୍କ ମସ୍ତକରେ ବାରଟି ନକ୍ଷତ୍ରର ମୁକୁଟ ଥିଲା। 2 ସେହି ନାରୀ ଜଣକ ଗର୍ଭବତୀ ଥିଲେ। ପ୍ରସବ ବେଦନାରେ ସେ ଚିତ୍କାର କଲେ। ତାହାଙ୍କର ପ୍ରସବ କରିବା ସମୟ ହୋଇଯାଇଥିଲା।
3 ସ୍ୱର୍ଗରେ ଅନ୍ୟ ଏକ ଚିହ୍ନ ଦେଖାଗଲା। ସେଠାରେ ଗୋଟିଏ ବିରାଟ ଲାଲ ରଙ୍ଗର ସାପ ମୁଁ ଦେଖିଲି। ତା'ର ସାତୋଟି ମୁଣ୍ଡ ଥିଲା ଓ ପ୍ରତି ମୁଣ୍ଡରେ ସାତୋଟି ମୁକୁଟ ଥିଲା। ତା'ର ଦଶଟି ଶିଙ୍ଗ ମଧ୍ୟ ଥିଲା। 4 ତାହାର ଲାଙ୍ଗୁଳ ଆକାଶର ତାରାଗଣ ମଧ୍ୟରୁ ଏକତୃତୀୟାଂଶ ତାରାକୁ ଟାଣିଆଣି ପୃଥିବୀରେ ନିକ୍ଷେପ କଲା। ସେହି ସାପ, ପ୍ରସବ କରିବାକୁ ଯାଇଥିବା ସେହି ନାରୀଙ୍କ ସାମନାରେ ଠିଆ ହୋଇ ରହିଲା। ତାହାଙ୍କର ସନ୍ତାନ ଜନ୍ମ ହେବା ମାତ୍ରେ ତାହାକୁ ଖାଇବା ଉଦ୍ଦେଶ୍ୟରେ ସେ ପ୍ରସ୍ତୁତ ହୋଇଗଲା।
5 ସେହି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡରେ ଶାସନ କରିବେ। ତା'ର ଶିଶୁଙ୍କୁ ପରମେଶ୍ୱରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା। 6 ସେହି ସ୍ତ୍ରୀଲୋକଟି, ପରମେଶ୍ୱର ତା’ ପାଇଁ ପ୍ରସ୍ତୁତ କରି ରଖିଥିବା ମରୁଭୂମିର ଗୋଟିଏ ସ୍ଥାନକୁ ଗ୍ଭଲିଗଲା। ସେଠାରେ ତା'ର ଯତ୍ନ 1,260 ଦିନ ପର୍ଯ୍ୟନ୍ତ ନିଆଯିବ।
7 ଏହିପରି ସମୟରେ ସ୍ୱର୍ଗରେ ଯୁଦ୍ଧ ହେଲା। ମୀଖାୟେଲ ଓ ତାହାଙ୍କର ଦୂତଗଣ ସେହି ସାପ ଓ ତାହାର ଦୂତମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ। ସାପ ତା'ର ଦୂତମାନଙ୍କ ସହତ ପ୍ରତିଯୁଦ୍ଧ କଲା। 8 କିନ୍ତୁ ବିଶାଳ ସାପ ଅଧିକ ବଳଶାଳୀ ନ ଥିବାରୁ ସେ ଓ ତାହାର ଦୂତମାନେ ପରାସ୍ତ ହେଲେ ଓ ସ୍ୱର୍ଗରେ ସ୍ଥାନ ହରାଇଲେ। 9 ବିଶାଳ ସାପକୁ ସ୍ୱର୍ଗରୁ ପୃଥିବୀରେ ନିକ୍ଷେପ କରାଗଲା। (ସେହି ବିଶାଳ ସାପ ହେଉଛି ସେହି ଅତୀତର ପୁରୁଣା ସାପ, ଯାହାକୁ ଶୟତାନ କୁହାଯାଏ।) ସେ ପୃଥିବୀ ବାସୀଙ୍କୁ ଭୁଲ୍ ରାସ୍ତାରେ ନିଏ। ସାପକୁ ତା'ର ଦୂତମାନଙ୍କ ସହିତ ସଦଳବଳରେ ପୃଥିବୀରେ ନିକ୍ଷେପ କରାଗଲା।
10 ତା'ପରେ ମୁଁ ସ୍ୱର୍ଗରେ ଗୋଟିଏ ଉଚ୍ଚ ଧ୍ୱନି ଏହା କହିବାର ଶୁଣିଲି, “ବର୍ତ୍ତମାନ ଆମ୍ଭ ପରମେଶ୍ୱରଙ୍କ ବିଜୟ, କ୍ଷମତା, ଓ ରାଜତ୍ୱର ସମୟ ଉପସ୍ଥିତ। ତାହାଙ୍କର ଖ୍ରୀଷ୍ଟଙ୍କ ଶାସନ କରିବା ଅଧିକାର ସମୟ ମଧ୍ୟ ଉପସ୍ଥିତ ହୋଇଛି। କାରଣ ଆମ୍ଭମାନଙ୍କର ଭାଇମାନଙ୍କ ଅଭିଯୋଗକାରୀକୁ ବାହାରେ ନିକ୍ଷେପ କରାଯାଇଛି। ସେ ଦିନରାତି ଆମ୍ଭ ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭ ଭାଇମାନଙ୍କ ବିଷୟରେ ଅଭିଯୋଗ କରୁଥିଲା।
16 ହଁ, ପରମେଶ୍ୱର ଏ ପୃଥିବୀକୁ ଏତେ ପ୍ରେମ କଲେ ଯେ ସେ ତାହାଙ୍କ ଏକମାତ୍ର ପୁତ୍ରଙ୍କୁ ଦାନ କଲେ। ଯେପରି ତାହାଙ୍କ ପୁତ୍ରଙ୍କୁ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି, ବିନାଶ ହେବେ ନାହିଁ, କିନ୍ତୁ ଅନନ୍ତ ଜୀବନ ପାଇବେ। 17 ପରମେଶ୍ୱର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଗ୍ଭର କରିବା ପାଇଁ ପଠାଇ ନ ଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ୱାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ। 18 ପରମେଶ୍ୱରଙ୍କ ପୁତ୍ରଙ୍କଠାରେ ବିଶ୍ୱାସ ରଖୁଥିବା ଲୋକ କେବେ ବିଗ୍ଭରିତ ହୁଏ ନାହିଁ। କିନ୍ତୁ ତାହାଙ୍କଠାରେ ବିଶ୍ୱାସ ନ କରୁଥିବା ଲୋକ ବିଗ୍ଭରିତ ହୋଇସାରିଛି। କାରଣ ସେ ପରମେଶ୍ୱରଙ୍କର ଏକମାତ୍ର ପୁତ୍ରଙ୍କୁ ବିଶ୍ୱାସ କଲା ନାହିଁ। 19 ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ। 20 ମନ୍ଦକାର୍ଯ୍ୟ କରୁଥିବା ପ୍ରତ୍ୟେକ ଲୋକ ଆଲୋକକୁ ଘୃଣା କରେ। ସେ କେବେ ଆଲୋକକୁ ଆସିବ ନାହିଁ କାରଣ ଆଲୋକ ତା'ର କୃତ ସମସ୍ତ ମନ୍ଦକାର୍ଯ୍ୟ ଗୁଡ଼ିକୁ ଦେଖାଇ ଦେବ। 21 କିନ୍ତୁ ଯେଉଁ ଲୋକ ସତ୍ୟପଥ ଅନୁସରଣ କରେ, ସେ ଆଲୋକ ନିକଟକୁ ଆସେ। ତା'ପରେ ଆଲୋକ ସ୍ପଷ୍ଟ ଦେଖାଇ ଦେବ ଯେ ସେ ଲୋକ ଯେଉଁ କାର୍ଯ୍ୟ କରିଛି ତାହା ସେ ପରମେଶ୍ୱରଙ୍କ ମାଧ୍ୟମରେ କରିଛି।[a]
2010 by World Bible Translation Center