Print Page Options
Previous Prev Day Next DayNext

Book of Common Prayer

Daily Old and New Testament readings based on the Book of Common Prayer.
Duration: 861 days
Odia Holy Bible: Easy-to-Read Version (ERV-OR)
Version
ଗୀତସଂହିତା 40

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ।

40 ମୁଁ ସଦାପ୍ରଭୁଙ୍କୁ ଡାକିଲି,
    ସେ ମୋର ଡାକ ଓ କ୍ରନ୍ଦନ ଧ୍ୱନି ଶୁଣିଲେ।
ସଦାପ୍ରଭୁ ମୋତେ ମୃତ୍ୟୁ ଗୁମ୍ଫାରୁ ଉଠାଇଲେ।
    ସେ ମୋତେ ସେହି ମାଟିର କବର ମଧ୍ୟରୁ ଉଠାଇ ଆଣିଲେ।
ସେ ମୋତେ ଟେକି ଧରିଲେ।
    ମୋତେ, ମୋର ପାଦ ତଳକୁ ଖସିଯିବା ପୂର୍ବରୁ ଶକ୍ତ ଭୂମିରେ ସ୍ଥାପନ କଲେ।
ସଦାପ୍ରଭୁ ମୋ’ ମୁଖରେ ଏକ ନୂତନ ଗୀତ ଉଚ୍ଚାରଣ କଲେ।
    ସେହି ଗୀତଟି ପରମେଶ୍ୱରଙ୍କ ପ୍ରଶଂସାରେ ପରିପୂର୍ଣ୍ଣ ଥିଲା।
ଅନେକ ଲୋକ ଦେଖିବେ ମୋ’ ପ୍ରତି ଯାହାସବୁ ଘଟିଗଲା, ଯାହା ଫଳରେ ସେମାନେ ପରମେଶ୍ୱରଙ୍କୁ ଉପାସନା କରିବେ।
    ସେମାନେ ସଦାପ୍ରଭୁଙ୍କୁ ବିଶ୍ୱାସ କରିବେ।
ଯଦି ଜଣେ ସଦାପ୍ରଭୁଙ୍କୁ ବିଶ୍ୱାସ କରେ, ସେହି ବ୍ୟକ୍ତିଟି ପ୍ରକୃତରେ ସୁଖୀ ହୁଏ।
    ଜଣେ ବ୍ୟକ୍ତି ପ୍ରକୃତରେ ଖୁସୀରେ ରହେ, ଯଦି ସେ ପ୍ରେତମାନଙ୍କୁ କିଅବା ମିଥ୍ୟା ଦେବତାମାନଙ୍କୁ ଆଦର କରି ନ ଥାଏ।
ହେ ସଦାପ୍ରଭୁ, ଆମ୍ଭମାନଙ୍କର ପରମେଶ୍ୱର, ତୁମ୍ଭେ ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଛ।
    ତୁମ୍ଭେ ଆମ୍ଭମାନଙ୍କ ପାଇଁ ଅନେକ ଆଶ୍ଚର୍ଯ୍ୟ ଯୋଜନାମାନ ରଖିଛ।
କୌଣସି ବ୍ୟକ୍ତି ତାହା କେବେ ଗଣି ପାରିବ ନାହିଁ।
    ମୁଁ ବାରମ୍ବାର ସେହିସବୁ କଥା କହିବି ଯାହାକୁ ଗଣିବା ଅସମ୍ଭବ।

ହେ ସଦାପ୍ରଭୁ, ତୁମ୍ଭେ ମୋତେ ଏହାକୁ ବୁଝିବାକୁ ସକ୍ଷମ କରିଛ।
    ତୁମ୍ଭେ ବଳିଦାନ ଓ ଶସ୍ୟ ନୈବେଦ୍ୟରେ ସନ୍ତୋଷ ନାହଁ,
    ତୁମ୍ଭେ ପ୍ରକୃତରେ ହୋମବଳି ଓ ପାପାର୍ଥକ ବଳି ଗ୍ଭହଁ ନାହିଁ।
ତେଣୁ ମୁଁ କହିଲି, “ମୁଁ ଉପସ୍ଥିତ ଅଛି, ମୋତେ ତୁମ୍ଭେ ନିଅ।
    ଏହା ମୋ’ ବିଷୟରେ ପୁସ୍ତକରେ ଲେଖାଯାଇଛି।
ହେ ମୋର ପରମେଶ୍ୱର, ତୁମ୍ଭେ ଯାହା ଗ୍ଭହୁଁଛ, ମୁଁ ତାହା କରିବାକୁ ଗ୍ଭହୁଁଛି।
    ତୁମ୍ଭର ନୀତିଶିକ୍ଷା ମୋ’ ହୃଦୟରେ ଅଛି।
ମୁଁ ମହାସଭାରେ ତୁମ୍ଭର ବିଜୟବାର୍ତ୍ତା ପ୍ରଗ୍ଭର କରିଅଛି।
    ହେ ସଦାପ୍ରଭୁ, ତାହା ତୁମ୍ଭେ ଜାଣ, ମୁଁ ଏହି ଶୁଭ ଖବର ପ୍ରଗ୍ଭରରୁ କେବେହେଲେ ବିରତ ରହିବି ନାହିଁ।
10 ହେ ସଦାପ୍ରଭୁ, ତୁମ୍ଭେ ଯେଉଁସବୁ ମଙ୍ଗଳ କାର୍ଯ୍ୟ କରିଛ।
    ସେସବୁକୁ ମୁଁ ମୋର ହୃଦୟରେ ଗୋପନ କରି ନାହିଁ।
ହେ ସଦାପ୍ରଭୁ, ମୋ’ ଲୋକମାନେ ତୁମ୍ଭ ଉପରେ ନିର୍ଭର କଲେ ତୁମ୍ଭେ ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରଗ୍ଭର କରିଅଛି।
    ମୁଁ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ମହାସମାଜରୁ ଲୋକମାନଙ୍କଠାରୁ ଲୁଗ୍ଭଇ ରଖି ନାହିଁ।
11 ତେଣୁ ହେ ସଦାପ୍ରଭୁ, ତୁମ୍ଭର ଦୟାକୁ ମୋ'ଠାରେ ଲୁଗ୍ଭଅ ନାହିଁ।
    ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଓ ସତ୍ୟତା ସର୍ବଦା ମୋତେ ରକ୍ଷା କରୁ।”

12 ଦୁଷ୍ଟ ଲୋକମାନେ ମୋ’ ଗ୍ଭରିକଡ଼ରେ ଘେରି ରହିଛନ୍ତି।
    ସେମାନେ ଅନେକ ଯାହାକି ଗଣିବା କଷ୍ଟକର।
ମୋ’ ପାପ ମୋତେ ଧରାଇ ଦେଇଛି, ତେଣୁ ମୁଁ ମୋର ପାପରୁ ଉଦ୍ଧାର ପାଇପାରିବି ନାହିଁ।
    ମୋର ପାପଗୁଡ଼ିକ ମସ୍ତକରେ ଥିବା କେଶ ସଂଖ୍ୟାଠାରୁ ଅଧିକ ଓ ମୋର ହୃଦୟ ମୋତେ ପରିତ୍ୟାଗ କରିଅଛି।
13 ହେ ସଦାପ୍ରଭୁ, ଅନୁଗ୍ରହ କରି ମୋତେ ଉଦ୍ଧାର କର।
    ହେ ସଦାପ୍ରଭୁ, ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର।
14 ସେହି ଦୁଷ୍ଟ ଲୋକମାନେ ମୋ’ ପ୍ରାଣ ନାଶ ପାଇଁ ଉଦ୍ୟମ କରୁଛନ୍ତି।
    ହେ ସଦାପ୍ରଭୁ, ସେହି ଲୋକମାନଙ୍କୁ ଲଜ୍ଜିତ କରି ସେମାନଙ୍କୁ ନିରାଶ କର।
    ମୋ’ କ୍ଷତରେ ସନ୍ତୁଷ୍ଟଲୋକ ଲଜ୍ଜିତ ହୁଅନ୍ତୁ।
15 ସେହି ଦୁଷ୍ଟ ଲୋକମାନେ ମୋତେ ପରିହାସ କରିଛନ୍ତି।
    ସେମାନେ କଥାବାର୍ତ୍ତା କରିବାକୁ ବେଶି ଲଜ୍ଜିତ।
16 କିନ୍ତୁ ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସନ୍ତି, ସେମାନେ ଖୁସୀ ଓ ଆନନ୍ଦିତ ହୁଅନ୍ତି।
    ସେମାନଙ୍କର ତୁମ୍ଭର ସେବାରେ ହିଁ ଆନନ୍ଦ କରନ୍ତି।
    ତେଣୁ ସେମାନେ ସର୍ବଦା ତୁମ୍ଭକୁ କୁହନ୍ତି, “ସଦାପ୍ରଭୁ ମହାନ।”

17 ହେ ସଦାପ୍ରଭୁ, ମୁଁ ଜଣେ ଗରିବ ଓ ଅସହାୟ ଲୋକ ଅଟେ।
    ହେ ମୋର ପରମେଶ୍ୱର, ଆଉ ବିଳମ୍ବ କର ନାହିଁ।
ମୋତେ ସାହାଯ୍ୟ କର
    ଓ ମୋତେ ଉଦ୍ଧାର କର।

ଗୀତସଂହିତା 54

ପ୍ରଧାନ ବାଦ୍ୟକର ନିମନ୍ତେ ତାରଯୁକ୍ତ ଯନ୍ତ୍ରରେ ଦାଉଦଙ୍କର ମସ୍କୀଲ୍। ଯେତେବେଳେ ସୀଫୀୟମାନେ ଶାଉଲଠାକୁ ଗଲେ ଓ ଏହି କଥା କହିଲେ, “ଆମ୍ଭେମାନେ ଭାବୁଛୁ ଦାଉଦ ଆମ୍ଭମାନଙ୍କ ମଧ୍ୟରେ ଅଛନ୍ତି।” ସେହି ସମୟରେ ଏହା ରଚିତ।

54 ହେ ପରମେଶ୍ୱର, ତୁମ୍ଭ ଶକ୍ତି ପ୍ରଦର୍ଶନ କରି, ମୋତେ ରକ୍ଷା କର।
    ତୁମ୍ଭ ମହାପରାକ୍ରମ ଶକ୍ତି ବ୍ୟବହାର କରି ପ୍ରମାଣ କର ଯେ, ମୁଁ ନିରୀହ।
ହେ ପରମେଶ୍ୱର, ମୋର ପ୍ରାର୍ଥନା ଶୁଣ।
    ମୋହର ଗୁହାରି ଶୁଣ।
ଅପରିଚିତ ଲୋକମାନେ କେହି ପରମେଶ୍ୱରଙ୍କୁ ଉପାସନା କରନ୍ତି ନାହିଁ।
    ପରାକ୍ରମଶାଳୀ ଲୋକମାନେ ମୋତେ ହତ୍ୟା କରିବା ପାଇଁ ଚେଷ୍ଟା କରୁଛନ୍ତି। ସେଲା

ଦେଖ, ପରମେଶ୍ୱର ମୋତେ ସାହାଯ୍ୟ କରିବେ,
    ମୋର ପ୍ରଭୁ ମୋର ସମର୍ଥନ କରିବେ।
ପରମେଶ୍ୱର, ମୋର ଶତ୍ରୁମାନଙ୍କୁ ସେମାନଙ୍କର କୁକର୍ମ ପାଇଁ ପ୍ରତିରୋଧ କର।
    ପରମେଶ୍ୱର, ଦେଖାଇ ଦିଅ ଯେ, ତୁମ୍ଭେ ମୋ’ ପାଇଁ ସତ୍ୟ ଅଟ ଏବଂ ସେମାନଙ୍କୁ ଧ୍ୱଂସ କର।

ମୁଁ ସ୍ୱଇଚ୍ଛାରେ ନୈବେଦ୍ୟ ନେଇ ତୁମ୍ଭ ଉଦ୍ଦେଶ୍ୟରେ ଦେବି।
    ସଦାପ୍ରଭୁ, ମୁଁ ତୁମ୍ଭର ନାମର ଗୁଣଗାନ କରିବି, କାରଣ ତୁମ୍ଭେ ଉତ୍ତମ ଅଟ।
ତୁମ୍ଭେ ମୋତେ ମୋର ସବୁ ବିପଦରୁ ରକ୍ଷା କଲ।
    ମୋ’ ଶତ୍ରୁଗଣ ପରାଜିତ ହେବାର ମୁଁ ଦେଖିଛି।

ଗୀତସଂହିତା 51

ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କ ଗୀତ। ଦାଉଦ ବ‌ଥ୍‌ଶେବାଠାରେ ଗମନ କଲାପରେ ତାଙ୍କ ନିକଟକୁ ନାଥନ୍ ଭବିଷ୍ୟ‌ଦ୍‌ବକ୍ତା ଆସିବା ସମୟରେ ରଚିତ।

51 ହେ ପରମେଶ୍ୱର, ଆପଣଙ୍କ ସ୍ନେହପୂର୍ଣ୍ଣ କରୁଣା ଅନୁସାରେ
    ମୋ’ ପ୍ରତି ଦୟାକର।
ତୁମ୍ଭର ମହାନ କରୁଣା ଅନୁସାରେ,
    ମୋର ସମସ୍ତ ପାପ କ୍ଷମା କର।
ମୋ’ ସବୁ ପାପ ଧୋଇ ଦିଅ,
    ଏବଂ ପୁଣି ମୋତେ ପବିତ୍ର କର।
ମୁଁ ଜାଣେ ମୁଁ ପାପ କରିଛି।
    ମୋର ପାପ ସବୁ ସର୍ବଦା ମୋର ସମ୍ମୁଖରେ ଦେଖାଯାଉଛି।
ହେ ପରମେଶ୍ୱର, ମୁଁ ତୁମ୍ଭ ବିରୁଦ୍ଧରେ ପାପ କରିଅଛି
    ଓ ମୁଁ ତାହା ହିଁ କରିଛି, ଯାହା ତୁମ୍ଭ ଦୃଷ୍ଟିରେ ଭୁଲ୍।
ତୁମ୍ଭେ ଠିକ୍ କୁହ,
    ଯେତେବେଳେ ମୋର ବିଗ୍ଭର ଓ ନ୍ୟାୟ ସେତେବେଳେ ମୋତେ ଦୋଷୀ ବୋଲି କୁହ।
ମୁଁ ପାପପୂର୍ଣ୍ଣ ପୃଥିବୀରେ ଜନ୍ମ ହେଲି
    ଓ ପାପରୁ ହିଁ ମୋର ମା’ ମୋତେ ଗର୍ଭରେ ଧାରଣ କଲା।
ହେ ପରମେଶ୍ୱର, ମୁଁ ବିଶ୍ୱସ୍ତ ହୁଏ ବୋଲି ତୁମ୍ଭେ ଗ୍ଭହଁ,
    ତେଣୁ ମୋ’ ଅନ୍ତରରେ ପ୍ରକୃତ ଜ୍ଞାନ ପ୍ରଦାନ କର।
ଔଷଧିୟ ବୃକ୍ଷର ପ୍ରୟୋଗ କରି ମୋତେ ବିଧି ସହକାରେ ଶୁଦ୍ଧ କର।
    ମୁଁ ବରଫରୁ ଅଧିକ ଶୁକ୍ଳ ହେବା ପର୍ଯ୍ୟନ୍ତ ମୋତେ ପ୍ରକ୍ଷାଳନ କର।
ଆଉ ମୋତେ ଆନନ୍ଦ ପ୍ରଦାନ କରିବା ପରି ସମ୍ବାଦ ଦିଅ।
    ତୁମ୍ଭ ଦ୍ୱାରା ଭଗ୍ନ ଅସ୍ଥିସବୁ ଆନନ୍ଦରେ ପ୍ରଫୁଲ୍ଲିତ ହେବ।
ମୋର ପାପଗୁଡ଼ିକ ପ୍ରତି ତୁମ୍ଭେ ମୁହଁ ବୁଲାଅ।
    ମୋର ପାପ ସବୁ ପୋଛିଦିଅ।
10 ହେ ପରମେଶ୍ୱର, ମୋ’ ଅନ୍ତରେ ଏକ ପବିତ୍ରଆତ୍ମା ସୃଷ୍ଟି କର!
    ମୋତେ ଗୋଟିଏ ନୂଆ ଓ ବିଶ୍ୱସ୍ତ ଆତ୍ମା ଦିଅ।
11 ତୁମ୍ଭଠାରୁ ମୋତେ ଦୂର କର ନାହିଁ!
    ଏବଂ ତୁମ୍ଭର ପବିତ୍ରଆତ୍ମା ମୋ'ଠାରୁ ନିଅ ନାହିଁ।
12 ତୁମ୍ଭର ପରିତ୍ରାଣ ମୋତେ ଖୁସୀ କଲା!
    ପୁନ୍ନରାୟ ମୋତେ ସେହି ଆନନ୍ଦ ପ୍ରଦାନ କର।
    ମୋର ଆତ୍ମାକୁ ସୁଦୃଢ଼ କର, ଯେପରିକି ମୁଁ ସର୍ବଦା ତୁମ୍ଭକୁ ମାନିବାକୁ ପ୍ରସ୍ତୁତ ହେବି।
13 ମୁଁ ଅପରାଧୀମାନଙ୍କୁ ତୁମ୍ଭ କଥିତ ବଞ୍ଚିବାର ପଥ ଶିଖାଇବି
    ଏବଂ ସେମାନେ ତୁମ୍ଭ ପାଖକୁ ଫେରିବେ।
14 ହେ ପରମେଶ୍ୱର, ମୃତ୍ୟୁ ଦଣ୍ଡରୁ ମୋତେ ରକ୍ଷା କର।
    ହେ ମୋର ପରମେଶ୍ୱର, ଆପଣ ହେଉଛନ୍ତି ଏକମାତ୍ର ଯେକି ମୋତେ ରକ୍ଷା କରି ପାରିବେ!
ତୁମ୍ଭେ ମୋ’ ପାଇଁ କରିଥିବା ଧର୍ମ ବିଷୟର କାର୍ଯ୍ୟସବୁ ମୁଁ ଗାନ କରିବି।
15     ମୋର ପ୍ରଭୁ, ମୋତେ ପାଳନ କରିବାର କାରଣ ଦିଅ, ମୋର ଓଠ ଖୋଲ ତହିଁରେ ମୋର ମୁଖ ତୁମ୍ଭର ପ୍ରଶଂସା ଗାନ କରିବ।
16 ତୁମ୍ଭେ ପ୍ରକୃତରେ ବଳିଦାନ ଗ୍ଭହିଁ ନାହଁ ଏବଂ ତୁମ୍ଭେ ହୋମବଳିରେ ସନ୍ତୁଷ୍ଟ ନୁହଁ।
    ତା'ହେଲେ ମୁଁ ସେଗୁଡ଼ିକ ଦେଇଥା’ନ୍ତି।
17 ନମ୍ର ଆତ୍ମା ପରମେଶ୍ୱରଙ୍କର ଗ୍ରାହ୍ୟବଳି।
    ହେ ପରମେଶ୍ୱର, ତୁମ୍ଭେ ନମ୍ର ହୃଦୟକୁ ଓ ପାପ ପାଇଁ ଅନୁତପ୍ତ ହୃଦୟକୁ ପ୍ରତ୍ୟାଖ୍ୟାନ କରିବ ନାହିଁ।

18 ହେ ପରମେଶ୍ୱର, ନିଜର ଅନୁଗ୍ରହରେ ସିୟୋନର ମଙ୍ଗଳ କର।
    ତୁମ୍ଭେ ଯିରୁଶାଲମର ପ୍ରାଚୀରସବୁ ପୁନଃନିର୍ମାଣ କର।
19 ଏହା ପରେ ତୁମ୍ଭେ ବଳିଦାନ ଓ ପୂର୍ଣ୍ଣ ହୋମବଳି, ଉପଭୋଗ କରିବ।
    ଏବଂ ଲୋକମାନେ ପୁନର୍ବାର ତୁମ୍ଭ ଯଜ୍ଞବେଦିରେ ବୃଷଭମାନ ଉତ୍ସର୍ଗ କରିବେ।

ନିହିମିୟାଙ୍କର ପୁସ୍ତକ 2

ରାଜା ନିହିମିୟାଙ୍କୁ ଯିରୁଶାଲମକୁ ପଠାଇଥିଲେ

ଅର୍ତ୍ତକ୍ଷସ୍ତ ରାଜାଙ୍କର ଅଧିକାରର ବିଂଶତମ ବର୍ଷରେ ନିଶାନ[a] ମାସରେ ଏହିପରି ଘଟିଥିଲା ଯେ, ରାଜାଙ୍କ ସମ୍ମୁଖରେ ଦ୍ରାକ୍ଷାରସ ଥିବା ବେଳେ ମୁଁ ସେହି ଦ୍ରାକ୍ଷାରସ ନେଇ ରାଜାଙ୍କୁ ଦେଲି। ଏହା ପୂର୍ବରୁ ମୁଁ ତାହାଙ୍କ ସାକ୍ଷାତରେ ଦୁଃଖିତ ହୋଇ ନ ଥିଲି। ଏଥିରେ ରାଜା ମୋତେ ପଗ୍ଭରିଲେ, “ତୁମ୍ଭେ କ’ଣ ପୀଡ଼ିତ? ତୁମ୍ଭେ କାହିଁକି ଦୁଃଖିତ ଜଣା ପଡ଼ୁଛ? ମୁଁ ଭାବୁଛି ତୁମ୍ଭର ହୃଦୟ ଦୁଃଖପୂର୍ଣ୍ଣ ଅଛି।”

ଏହା ପରେ ମୁଁ ଭୟ କଲି। ଯଦିଓ ମୁଁ ଭୟ କଲି, ତଥାପି ମୁଁ ରାଜାଙ୍କୁ କହିଲି, “ମହାରାଜ ଚିରଜୀବୀ ହୁଅନ୍ତୁ। ଯେଉଁ ନଗର ମୋର ପୂର୍ବପୁରୁଷଗଣର କବର ସ୍ଥାନ ତାହା ଯେତେବେଳେ ଉଜାଡ଼ି ହୋଇ ପଡ଼ିଛି ଓ ତହିଁର ଦ୍ୱାରସବୁ ଦ‌ଗ୍‌ଧ ହୋଇ ପଡ଼ିଛି ସେତେବେଳେ କାହିଁକି ମୋର ମୁଖ ଦୁଃଖିତ ହେବ ନାହିଁ।”

ଏହା ପରେ ରାଜା ମୋତେ କହିଲେ, “ମୋ’ ନିକଟରୁ କ’ଣ ସାହାଯ୍ୟ ତୁମ୍ଭେ ଗ୍ଭହଁ?”

ମୁଁ ଉତ୍ତର ଦେବା ପୂର୍ବରୁ ସ୍ୱର୍ଗସ୍ଥ ପରମେଶ୍ୱରଙ୍କୁ ପ୍ରାର୍ଥନା କଲି। ଏହା ପରେ ମୁଁ ରାଜାଙ୍କୁ ଉତ୍ତର ଦେଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ ଓ ଆପଣଙ୍କ ଦାସ ଯେବେ ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଥାଏ, ତେବେ ଯିହୁଦା ଦେଶକୁ ମୋର ପିତୃ ଲୋକଙ୍କ କବର ନଗରକୁ ମୋତେ ପଠାଇବାକୁ ଆଜ୍ଞା କରନ୍ତୁ। ମୁଁ ସେଠାକୁ ଯିବାକୁ ଗ୍ଭହେଁ। ଏବଂ ସେଠାରେ ମୁଁ ନଗର ପୁନର୍ବାର ପ୍ରତିଷ୍ଠା କରିବାକୁ ଗ୍ଭହେଁ।”

ରାଣୀ ମଧ୍ୟ ରାଜାଙ୍କ ନିକଟରେ ବସିଥିଲେ। ରାଜା ଏବଂ ରାଣୀ ମୋତେ ପଗ୍ଭରିଲେ, “ତୁମ୍ଭର ଯାତ୍ରା କେତେ ଦିନ ଲାଗିବ? ତୁମ୍ଭେ ଏଠାକୁ କେବେ ଫେରିବ?”

ରାଜା ମୋତେ ପଠାଇବା ପାଇଁ ସନ୍ତୁଷ୍ଟ ହେବାରୁ ମୁଁ ତାଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଦେଲି। ମୁଁ ମଧ୍ୟ ରାଜାଙ୍କୁ କହିଲି, “ଯଦି ମହାରାଜାଙ୍କର ସନ୍ତୋଷ ହୁଏ, ତେବେ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷମାନେ ଯେପରି ଯିହୁଦା ଦେଶରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯାତ୍ରା କରିବା ପାଇଁ ମୋତେ ଛାଡ଼ିଦିଅନ୍ତି ଏଥିପାଇଁ ସେମାନଙ୍କ ନିକଟକୁ ମୋ’ ହାତରେ ପତ୍ର ପଠାନ୍ତୁ। ରାଜା ଆସଫଙ୍କ ନିମନ୍ତେ ମୋତେ ଗୋଟିଏ ପତ୍ର ଦେଲେ। ଆସଫ୍ ବର୍ତ୍ତମାନ ରାଜାଙ୍କର ଜଙ୍ଗଲର ରକ୍ଷକ ଅଟନ୍ତି।” ସେ ଆସଫଙ୍କୁ ମନ୍ଦିର ଫାଟକର ମୂଖଶାଳା, ସହରର କାନ୍ଥ ଏବଂ ମନ୍ଦିର କବାଟ ପାଇଁ ମୋତେ ଖଣ୍ଡେ କାଠ ଦେବା ଲାଗି କହିଲେ।”

ରାଜା ଏପରି କରିଥିଲେ କାରଣ ପରମେଶ୍ୱର ମୋ’ ପାଇଁ ମଙ୍ଗଳମୟ ଥିଲେ।

ତେଣୁ ମୁଁ ନଦୀ ସେପାରିସ୍ଥ ଦେଶାଧ୍ୟକ୍ଷଙ୍କ ନିକଟକୁ ଗଲି। ତାଙ୍କ ନିକଟରେ ଉପସ୍ଥିତ ହୋଇ ତାଙ୍କୁ ରାଜାଙ୍କର ପ୍ରଦତ୍ତ ପତ୍ର ଦେଲି। ତେଣୁ ଦେଶାଧ୍ୟକ୍ଷ ମୋ’ ସହିତ ସେନାପତି ଓ ଅଶ୍ୱାରୋହୀମାନଙ୍କୁ ପଠାଇଲେ। 10 ହାରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଅଧିକାରୀଗଣ ଅତିଶୟ ଦୁଃଖିତ ହେଲେ, ଯେତେବେଳେ ସେମାନେ ଶୁଣିଲେ ଯେ, ଜଣେ ବ୍ୟକ୍ତି ଇସ୍ରାଏଲର ସନ୍ତାନଗଣଙ୍କୁ ସାହାଯ୍ୟ କରିବା ପାଇଁ ଆସିଅଛି।

ନିହିମିୟା ଯିରୁଶାଲମର କାନ୍ଥଗୁଡ଼ିକୁ ପରିଦର୍ଶନ କଲେ

11 ମୁଁ ଯିରୁଶାଲମକୁ ଗଲି ଓ ସେଠାରେ ତିନି ଦିନ ରହିଲି। 12 ଏହା ପରେ ରାତ୍ରି ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ୱର ଯିରୁଶାଲମ ପାଇଁ ଯାହା କରିବାକୁ ମୋତେ ପ୍ରେରଣା ଦେଇଥିଲେ, ତାହା ମୁଁ କାହାରିଠାରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡ଼ାରେ ଚଢ଼ିଥିଲି ସେହି ଘୋଡ଼ାକୁ ଛାଡ଼ି ଦେଲେ ମୋ’ ନିକଟରେ ଆଉ ଘୋଡ଼ା ନ ଥିଲା। 13 ଅନ୍ଧାର ହେବା ମାତ୍ରେ ମୁଁ ଉପତ୍ୟକାର ଧାରଦେଇ ନାଗକୂପ ଓ ଖତଦ୍ୱାର ପର୍ଯ୍ୟନ୍ତ ଗଲି ଓ ଯିରୁଶାଲମର ଭଗ୍ନ ପ୍ରାଚୀର ଓ ତହିଁର ଅଗ୍ନିଦ‌ଗ୍‌ଧ ଦ୍ୱାରସବୁ ଦେଖିଲି। 14 ତା'ପରେ ମୁଁ ନିର୍ଝର ଦ୍ୱାର ଓ ରାଜ ପୁଷ୍କରିଣୀ ପର୍ଯ୍ୟନ୍ତ ଗଲି। ମାତ୍ର ସେଠାରେ ମୋର ବାହାନ ପଶୁ ପାଇଁ ଯିବାର ସ୍ଥାନ ନ ଥିଲା। 15 ତେଣୁ ମୁଁ ଉପତ୍ୟକା ଉପରକୁ ଅନ୍ଧାରରେ ଚଢ଼ିଲି ଓ ପ୍ରାଚୀରକୁ ନିରୀକ୍ଷଣ କଲି ଏବଂ ଉପତ୍ୟକାର ଫାଟକ ଦେଇ ଫେରି ଆସିଲି। 16 ମୁଁ କେଉଁ ଆଡ଼େ ଗଲି ଓ କ’ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ୟ ଯିହୁଦୀୟମାନଙ୍କୁ, ଯାଜକମାନଙ୍କୁ, ମୁଖ୍ୟମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।

17 ଏହା ପରେ ମୁଁ ସେମାନଙ୍କୁ କହିଲି, “ତୁମ୍ଭେମାନେ ଦେଖି ପାରୁଛ ଆମ୍ଭେମାନେ ଖରାପ ଅବସ୍ଥାରେ ଅଛୁ। ଯିରୁଶାଲମ କିପରି ଉଜାଡ଼ ହୋଇ ପଡ଼ିଛି ଏବଂ ଦ୍ୱାରସବୁ ଅଗ୍ନିରେ ଦ‌ଗ୍‌ଧ ହୋଇଅଛି। ନିନ୍ଦିତ ନ ହେବା ଆସ, ଆସ ପୁଣି ଥରେ ଯିରୁଶାଲମର ପ୍ରାଚୀରକୁ ପୁନଃନିର୍ମାଣ କରିବା।”

18 ମୁଁ ମଧ୍ୟ ସେହି ଲୋକମାନଙ୍କୁ ଜଣାଇ ଦେଲି ଯେ, ପରମେଶ୍ୱର ମୋ’ ଉପରେ ଦୟା କରିଛନ୍ତି ଏବଂ ଯାହା ମୋତେ ରାଜା କହିଥିଲେ, ମୁଁ ସେମାନଙ୍କୁ କହିଲି। ତା'ପରେ ସେହି ଲୋକମାନେ ଉତ୍ତର ଦେଲେ, “ତେବେ ଗ୍ଭଲ, ବର୍ତ୍ତମାନ ଆମ୍ଭେମାନେ କାର୍ଯ୍ୟ ଆରମ୍ଭ କରିବା।” ତେଣୁ ସେମାନେ ନିଜକୁ ଏହି ଉତ୍ତମ କାମରେ ନିୟୋଜନ କଲେ। 19 କିନ୍ତୁ ହୋରୋଣୀୟ ସ‌ନ୍‌ବଲ୍ଲଟ୍ ଓ ଅମ୍ମୋନୀୟ ଟୋବିୟ ଓ ଆରବୀୟ ଗେଶମ ଏହା ଶୁଣି ଆମ୍ଭମାନଙ୍କୁ ପରିହାସ କଲେ ଓ ଘୃଣା କଲେ। ସେମାନେ କହିଲେ, ତୁମ୍ଭେମାନେ କ’ଣ ଏ କି କାର୍ଯ୍ୟ କରୁଅଛ? “ତୁମ୍ଭେମାନେ କ’ଣ ରାଜଦ୍ରୋହ କରୁଅଛ?”

20 କିନ୍ତୁ ମୁଁ ଏହିପରି କହିଲି, “ସ୍ୱର୍ଗସ୍ଥ ପରମେଶ୍ୱର ଆମ୍ଭର କାର୍ଯ୍ୟ ସିଦ୍ଧ କରିବେ। ଆମ୍ଭେ ହେଉଛୁ ପରମେଶ୍ୱରଙ୍କ ଦାସ। ଆମ୍ଭେମାନେ ଏହି ନଗରକୁ ପୁନଃନିର୍ମାଣ କରିବୁ। କିନ୍ତୁ ଯିରୁଶାଲମରେ ତୁମ୍ଭର କିଛି କାର୍ଯ୍ୟ ନାହିଁ।”

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:12-7:4

12 ତା'ପରେ ମୁଁ ମେଷଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତେବେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ଯ୍ୟ ଲୋମରେ ତିଆରି ହୋଇଥିବା କଳାକମ୍ବଳ ପରି କଳାବର୍ଣ୍ଣ ହୋଇଗଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହୋଇଗଲା। 13 ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ। 14 ଆକାଶ ଭାଗଭାଗ ହୋଇଗଲା ଓ ଚର୍ମପତ୍ର ଭଳି ଗୁଡ଼େଇ ହୋଇଗଲା। ପର୍ବତ ଓ ଦ୍ୱୀପସମୂହ ନିଜ ନିଜ ସ୍ଥାନରୁ ସ୍ଥାନଚ୍ୟୁତ ହୋଇଗଲେ।

15 ତା'ପରେ ସମସ୍ତ ଲୋକମାନେ ଗୁମ୍ଫା ଓ ପର୍ବତର ପଛପଟେ ଲୁଚିଲେ। ସେମାନଙ୍କ ଭିତରେ ପୃଥିବୀର ରାଜାମାନେ, ଶାସକମାନେ, ସେନାପତିମାନେ, ଧନୀଲୋକମାନେ ଓ ଶକ୍ତିଶାଳୀ ଲୋକମାନେ ଥିଲେ। ପ୍ରତ୍ୟେକ ବ୍ୟକ୍ତି, ଦାସ ଓ ମୁକ୍ତ ଲୋକମାନେ ନିଜକୁ ଲୁଗ୍ଭଇ ରଖିଲେ। 16 ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ। 17 ସେମାନଙ୍କର କ୍ରୋଧର ମହାଦିନ ଆସି ଗଲାଣି। ଏହା ବିରୁଦ୍ଧରେ କେହି ଠିଆ ହୋଇ ପାରିବେ ନାହିଁ।”

ଇସ୍ରାଏଲର 144,000 ଲୋକ

ଏହିସବୁ ଘଟିବା ପରେ ମୁଁ ପୃଥିବୀର ଗ୍ଭରି କୋଣରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଠିଆ ହେବାର ଦେଖିଲି। ସେହି ଦୂତମାନେ ପୃଥିବୀର ଗ୍ଭରି ବାୟୁକୁ ଅଟକାଇ ଧରିଥିଲେ। ଯେପରି ପୃଥିବୀ କିମ୍ବା ସମୁଦ୍ର ଉପରେ କିମ୍ବା କୌଣସି ଗଛରେ ପବନ ନ ବହେ। ତା'ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ। ସେ ଗ୍ଭରି ଦୂତଙ୍କୁ କହିଲେ, “ଆମ୍ଭେମାନେ ଆମ୍ଭର ପରମେଶ୍ୱରଙ୍କର ଲୋକମାନଙ୍କର କପାଳରେ ମୁଦ୍ରାଙ୍କିତ ନ କରିବା ପର୍ଯ୍ୟନ୍ତ ତୁମ୍ଭେମାନେ ପୃଥିବୀ କି ସମୁଦ୍ର କୌଣସି ବୃକ୍ଷର କିଛି କ୍ଷତି କର ନାହିଁ।”

ଏହିପରି ମୁଦ୍ରାଙ୍କିତ ହେବା ଲୋକମାନଙ୍କର ସଂଖ୍ୟା ମୁଁ ଶୁଣିଲି। ସେମାନେ 144,000 ଜଣ ଥିଲେ। ସେମାନେ ଇସ୍ରାଏଲର ପ୍ରତି ପରିବାର ବର୍ଗ ମଧ୍ୟରୁ ଥିଲେ।

ମାଥିଉ ଲିଖିତ ସୁସମାଗ୍ଭର 13:24-30

ଗହମ ଓ ବାଳୁଙ୍ଗାର ଉଦାହରଣ

24 ଯୀଶୁ ସେମାନଙ୍କୁ ଆଉ ଗୋଟିଏ ଦୃଷ୍ଟାନ୍ତ କହିଲେ। “ସ୍ୱର୍ଗରାଜ୍ୟ ଜଣେ ବ୍ୟକ୍ତି ଭଳି ଯେ କି ନିଜ ଜମିରେ ଭଲ ବୀଜ ବୁଣିଥିଲେ। 25 କିନ୍ତୁ ସବୁ ଲୋକ ଶୋଇଥିବା ସମୟରେ ସେହି ଲୋକର ଶତ୍ରୁ ଆସିଲା। ସେ ଗହମ ମଝିରେ ବାଳୁଙ୍ଗାବୀଜ ବୁଣି ଦେଲା। ତା'ପରେ ସେ ଗ୍ଭଲିଗଲା। 26 ଗହମ ଗଛ ବଢ଼ିଲା ଓ ସେଥିରେ କେଣ୍ଡା ଫଳିଲା। ସେତିକି ବେଳକୁ ବାଳୁଙ୍ଗା ବି ଦେଖାଗଲା। 27 ସେହି ବ୍ୟକ୍ତିର ଗ୍ଭକରମାନେ ଆସିଲେ ଓ ଜମି ମାଲିକକୁ କହିଲେ, ‘ତୁମ୍ଭେ ତ ଜମିରେ ଭଲ ବୀଜ ବୁଣିଥିଲ, ତେବେ ଏତେ ବାଳୁଙ୍ଗା କେମିତି ଉଠିଲା?’

28 “ସେ ସେମାନଙ୍କୁ କହିଲେ, ‘ଏହା କୌଣସି ଶତ୍ରୁର କାର୍ଯ୍ୟ।’

“ଗ୍ଭକରମାନେ ପଗ୍ଭରିଲେ, ‘ଆମ୍ଭେ ଯାଇ ବାଳୁଙ୍ଗାତକ ଉପାଡ଼ି ଦେଉ ବୋଲି ଆପଣ ଗ୍ଭହାନ୍ତି କି?”

29 “କ୍ଷେତମାଲିକ ସେମାନଙ୍କୁ ମନାକରି କହିଲେ, ‘ତୁମ୍ଭେମାନେ ବାଳୁଙ୍ଗା ଉପାଡ଼ିଲା ବେଳେ ତା’ ସହିତ ଗହମ ମଧ୍ୟ ଉପାଡ଼ି ଦେବ। 30 ଫସଲ ପାଚିବା ପର୍ଯ୍ୟନ୍ତ ଉଭୟ ଗହମ ଓ ବାଳୁଙ୍ଗା ଏକାଠି ବଢ଼ନ୍ତୁ। କାଟିବା ବେଳେ ମୁଁ ‌‌କଟାଳୀମାନଙ୍କୁ କହିବି ପ୍ରଥମେ ବାଳୁଙ୍ଗାଗୁଡ଼ିକୁ ଏକାଠି କରି ବିଡ଼ାବାନ୍ଧି ଜାଳି ଦିଅ, ତା'ପରେ ଗହମ ସଂଗ୍ରହ କରି ଅମାରରେ ରଖିଦିଅ।’”

Odia Holy Bible: Easy-to-Read Version (ERV-OR)

2010 by World Bible Translation Center