Book of Common Prayer
ଆଲେଫ୍
119 ଯେଉଁ ଲୋକମାନେ ପବିତ୍ର ଭାବରେ ଜୀବନଯାପନ କରନ୍ତି,
ଓ ଯେଉଁମାନେ ସଦାପ୍ରଭୁଙ୍କର ନିୟମସବୁ ଅନୁସରଣ କରନ୍ତି, ସେମାନେ ଧନ୍ୟ!
2 ଯେଉଁ ଲୋକମାନେ ସଦାପ୍ରଭୁଙ୍କର ଚୁକ୍ତି ମାନନ୍ତି,
ଓ ଯେଉଁମାନେ ହୃଦୟରେ ସଦାପ୍ରଭୁଙ୍କୁ ଖୋଜନ୍ତି, ସେମାନେ ଧନ୍ୟ!
3 ସେହି ଲୋକମାନେ କୌଣସି ଅଧର୍ମ କାର୍ଯ୍ୟ କରନ୍ତି ନାହିଁ,
କିନ୍ତୁ ସେମାନେ ସଦାପ୍ରଭୁଙ୍କ ପଥ ଅନୁସରଣ କରନ୍ତି।
4 ହେ ସଦାପ୍ରଭୁ, ତୁମ୍ଭେ ଆପଣା ନିର୍ଦ୍ଦେଶସବୁ
ଏବଂ ବିଧାନସବୁକୁ ସତର୍କ ରୂପେ ମାନିବା ପାଇଁ ନିର୍ଦ୍ଦେଶ ଦେଇଅଛ।
5 ମୁଁ ଆଶା କରୁଛି ଯେ, ମୁଁ ବୋଧହୁଏ ତୁମ୍ଭର ନିୟମ
ଅପରିବର୍ତ୍ତନୀୟ ଭାବରେ ଅଧିକ ମାନିବି।
6 ଯଦି ମୁଁ ତୁମ୍ଭର ଆଜ୍ଞା ସକଳ ପ୍ରତି ଦୃଷ୍ଟି ରଖିବି,
ତେବେ ମୁଁ ଲଜ୍ଜିତ ହେବି ନାହିଁ।
7 ମୁଁ ତୁମ୍ଭକୁ ସର୍ବାନ୍ତକରଣ ହୃଦୟ ସହିତ ପ୍ରଶଂସା କରିବି,
ଯେତେବେଳେ ମୁଁ ତୁମ୍ଭର ନ୍ୟାୟପରାୟଣତା ବିଷୟରେ ଜାଣିବି।
8 ମୁଁ ତୁମ୍ଭର ବିଧିସବୁ ପାଳନ କରିବି।
ମୋତେ ଏକୁଟିଆ କରି ଛାଡ଼ ନାହିଁ।
ବୈତ୍
9 ତୁମ୍ଭର ବାକ୍ୟାନୁଯାୟୀ କିପରି ଜଣେ ଯୁବକ
ତା'ର ଜୀବନକୁ ପବିତ୍ର କରି ପାରିବ?
10 ସଦାପ୍ରଭୁ, ମୁଁ ଚେଷ୍ଟା କରିବି ମୋର ସର୍ବାନ୍ତକରଣ ହୃଦୟରେ ତୁମ୍ଭର ସେବା କରିବି।
ତୁମ୍ଭର ଆଜ୍ଞାରୁ ଗ୍ଭଲିଯିବାକୁ ମୋତେ ପ୍ରତିରୋଧ କର।
11 ମୁଁ ମୋ’ ହୃଦୟରେ ତୁମ୍ଭର ପ୍ରତିଜ୍ଞାକୁ ସଞ୍ଚୟ କରି ରଖିଅଛି,
ଯେପରି ମୁଁ ତୁମ୍ଭ ବିରୁଦ୍ଧରେ ପାପ ନ କରିବି।
12 ସଦାପ୍ରଭୁ, ମୁଁ ତୁମ୍ଭଙ୍କୁ ପ୍ରଶଂସା କରେ।
ତୁମ୍ଭର ବ୍ୟବସ୍ଥା ମୋତେ ଶିଖାଅ।
13 ମୋ’ ଓଷ୍ଠସହ ତୁମ୍ଭର ନ୍ୟାୟପରାୟଣତାକୁ ବାରମ୍ବାର କହିଅଛି।
14 ତୁମ୍ଭର ବାକ୍ୟରେ ରହି
ମୁଁ ସବୁ ସମ୍ଭବ ସମ୍ପଦ ପାଇଅଛି।
15 ମୁଁ ତୁମ୍ଭର ନିର୍ଦ୍ଦେଶର ମଧ୍ୟସ୍ଥି ହେବାକୁ ଗ୍ଭହୁଁଛି
ଏବଂ ଯେଉଁ ରାସ୍ତା ତୁମ୍ଭେ ଅନୁସରଣ କରିବାକୁ କହିଅଛ ମୁଁ ତାହା ଅନୁସରଣ କରିବି।
16 ମୁଁ ତୁମ୍ଭ ବ୍ୟବସ୍ଥାରେ ଆନନ୍ଦ କରିବି।
ମୁଁ ତୁମ୍ଭର ବାକ୍ୟ ପାଶୋରିବି ନାହିଁ।
ଗିମେଲ୍
17 ମୁଁ ଯେମନ୍ତ ବଞ୍ଚିପାରିବି, ଏଥିପାଇଁ ତୁମ୍ଭେ ଆପଣା ଦାସର ମଙ୍ଗଳ କର,
ଯେଉଁଥିରେ ମୁଁ ତୁମ୍ଭର ବାକ୍ୟ ପାଳନ କରି ପାରିବି।
18 ହେ ସଦାପ୍ରଭୁ, ମୋର ଆଖି ଉନ୍ମୁକ୍ତ କର।
ଯେଉଁଥିରେ ମୁଁ ତୁମ୍ଭର ବ୍ୟବସ୍ଥାରୁ ଆଶ୍ଚର୍ଯ୍ୟ ବିଷୟମାନ ଦେଖି ପାରିବି।
19 ମୁଁ ଏହି ସ୍ଥାନରେ ଜଣେ ପ୍ରବାସୀ।
ହେ ସଦାପ୍ରଭୁ, ତୁମ୍ଭର ଆଜ୍ଞାସବୁ
ମୋ'ଠାରୁ ଲୁଗ୍ଭଅ ନାହିଁ।
20 ମୁଁ ସର୍ବଦା ତୁମ୍ଭର ଶାସନସକଳ
ପଢ଼ିବା ପାଇଁ ବହୁତ ଗ୍ଭହେଁ।
21 ସଦାପ୍ରଭୁ ତୁମ୍ଭେ ଗର୍ବୀ ଲୋକମାନଙ୍କୁ ଉପହାସ କର।
ଯେଉଁମାନେ ତୁମ୍ଭର ଆଜ୍ଞାଗୁଡ଼ିକୁ ଅନୁସରଣ କରିବାକୁ ବନ୍ଦ କରନ୍ତି ସେମାନେ ଅଭିଶପ୍ତ ହୁଅନ୍ତି।
22 ମୋ'ଠାରୁ ନିନ୍ଦା ଓ ଅପମାନସବୁ ଦୂର କର।
ମୁଁ ତୁମ୍ଭର ବାକ୍ୟ ଅନୁସରଣ କରିଅଛି।
23 ଏପରିକି ଅଧିପତିମାନେ ଶିଖନ୍ତି
ଏବଂ ମୋ’ ବିରୁଦ୍ଧରେ ମନ୍ଦ ଉପାୟ କରନ୍ତି।
ମୁଁ ତୁମ୍ଭର ଦାସ, ତୁମ୍ଭର ନିୟମର ମଧ୍ୟସ୍ଥି ହୋଇଛି।
24 ତୁମ୍ଭର ଆଇନଗତ ଆଦେଶ ମୋତେ ଆନନ୍ଦ ଦିଏ।
ସେମାନେ ମୋର ଅତି ଆପଣାର ଆଦେଶଦାତା।
ପ୍ରଧାନ ବାଦ୍ୟକର ନିମନ୍ତେ ଶମୀନୀତ୍ ସ୍ୱରରେ ଦାଉଦଙ୍କର ଗୀତ।
12 ହେ ସଦାପ୍ରଭୁ, ମୋତେ ଉଦ୍ଧାର କର,
କାରଣ ଧାର୍ମିକ ଲୋକମାନେ ଲୋପ ପାଉଅଛନ୍ତି।
ଏ ପୃଥିବୀରେ ତୁମ୍ଭର ପରମ ଅନୁରକ୍ତ ବିଶ୍ୱାସୀ ଲୋକର ହ୍ରାସ ହେଉଛି।
2 ଲୋକମାନେ ନିଜ ପଡ଼ୋଶୀ ସହିତ ମିଥ୍ୟା କହନ୍ତି।
ପ୍ରତ୍ୟେକ ମଣିଷ ଆଜି ଗ୍ଭଟୁକାର ସାଜି ପଡ଼ୋଶୀମାନଙ୍କୁ ମିଥ୍ୟା କଥାରେ ଭୁଲାଇ କହନ୍ତି।
3 ସଦାପ୍ରଭୁ ସେମାନଙ୍କର ଓଷ୍ଠ ବନ୍ଦ କରିବେ, ଯିଏ ମିଥ୍ୟା ବାକ୍ୟ ଉଚ୍ଚାରଣ କରେ।
ସଦାପ୍ରଭୁ ସେମାନଙ୍କର ଜିହ୍ୱା ବନ୍ଦ କରିବେ, ଯିଏ ଗର୍ବର କାହାଣୀ ପ୍ରକାଶ କରେ।
4 ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ।
ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ।
ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”
5 କିନ୍ତୁ ସଦାପ୍ରଭୁ କହନ୍ତି,
“ଦୁଷ୍ଟ ଲୋକମାନେ ନିରୀହ ଲୋକଙ୍କଠାରୁ ଗ୍ଭେରାଇ ନିଅନ୍ତି।
ସେମାନେ ଅସହାୟ ଲୋକଙ୍କଠାରୁ ଜିନିଷ ନେଇଯାଆନ୍ତି।
କିନ୍ତୁ ମୁଁ ସେମାନଙ୍କ ଉଦ୍ଦେଶ୍ୟ ସଫଳ ହେବାକୁ ଦେବି ନାହିଁ ଓ ମୁଁ ସେହି ଦୁଃଖୀ ଲୋକଙ୍କୁ ରକ୍ଷା କରିବି।”
6 ଦାପ୍ରଭୁଙ୍କର ବାକ୍ୟସବୁ ସତ୍ୟ ଓ ନିର୍ମଳ।
ଯାହାକି ଗରମ ନିଆଁରେ ତରଳା ଯାଉଥିବା ରୂପା ପରି ସେଗୁଡ଼ିକୁ ସାତଥର ତରଳା ଯାଇଥିବା ରୂପା ପରି ଶୁଦ୍ଧ।
7 ହେ ସଦାପ୍ରଭୁ, ସେହି ଅସହାୟ ଲୋକମାନଙ୍କର ଯତ୍ନ ନିଅ।
ସେମାନଙ୍କୁ ବର୍ତ୍ତମାନ ଓ ସବୁଦିନ ପାଇଁ ରକ୍ଷା କର।
8 ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି।
ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।
ଦାଉଦଙ୍କର ଗୀତ
13 ହେ ସଦାପ୍ରଭୁ, କେତେଦିନ ମୋତେ ଭୁଲି ଯିବ?
ସତରେ କ’ଣ ତୁମେ ମୋତେ ସବୁଦିନ ପାଇଁ ଭୁଲି ପାରିବ?
କେତେଦିନ ପର୍ଯ୍ୟନ୍ତ ଗ୍ରହଣ କରିବାକୁ ମନା କରବ?
2 କେତେକାଳ ମୁଁ ଏଭଳି ବଲୁଥିବି, ଯଦି ତୁମ୍ଭେ ମୋତେ ଭୁଲି ଯାଇଥିବ?
କେତେକାଳ ପର୍ଯ୍ୟନ୍ତ ଏହି ଦୁଃଖକୁ ମୁଁ ହୃଦୟରେ ବୋହି ଗ୍ଭଲିବି?
କେତେକାଳ ପର୍ଯ୍ୟନ୍ତ ମୋର ଶତ୍ରୁ ମୋ’ ଉପରେ ବିଜୟ ଲାଭ କରିବ?
3 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋତେ ଥରେ ଗ୍ଭହଁ, ମୋର ପ୍ରଶ୍ନର ଉତ୍ତର ଦିଅ।
ମୋତେ ଜାଣିବାକୁ ଦିଅ, ନଚେତ୍ ମୁଁ ଜୀବନ ହରାଇବି।
4 ଯଦି ତାହା ସତରେ ଘଟେ ତେବେ ମୋର ଶତ୍ରୁମାନେ କହିବେ, “ଆମ୍ଭେ ସେମାନଙ୍କୁ ଜୟ କରିଅଛୁ।”
ମୋର ଶତ୍ରୁମାନେ ଖୁସୀ ହେବେ ଯଦି ସେମାନେ ମୋତେ ପରାସ୍ତ କରନ୍ତି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସାହାଯ୍ୟ କରିବ ବୋଲି, ମୁଁ ତୁମ୍ଭ ଉପରେ ଭରସା ରଖିଛି।
ତୁମ୍ଭେ ମୋତେ ଉଦ୍ଧାର କରି ମୋତେ ଖୁସୀ କରାଅ।
6 ମୁଁ ସଦାସର୍ବଦା ସଦାପ୍ରଭୁଙ୍କ ଉଦ୍ଧେଶ୍ୟରେ ଏହି ଖୁସୀର ଗୀତ ଗାନ କରିବି।
କାରଣ ସେ ମୋ’ ପ୍ରତି ସଦୟ ହୋଇ ଅଶେଷ ଉପକାର କରିଛନ୍ତି।
ପ୍ରଧାନ ନିର୍ଦ୍ଦେଶକଙ୍କୁ ଦାଉଦଙ୍କ ଗୀତ।
14 ଏକ ମୂର୍ଖ ଲୋକ ନିଜ ହୃଦୟରେ କହେ, “ପରମେଶ୍ୱର ନାହାନ୍ତି।”
ସେହି ମୂର୍ଖମାନେ ଭ୍ରଷ୍ଟ ଓ ସେମାନେ ଘୃଣାଯୋଗ୍ୟ କାର୍ଯ୍ୟ କରନ୍ତି।
ସେମାନଙ୍କ ମଧ୍ୟରେ ଉତ୍ତମ କାର୍ଯ୍ୟ କରିଥିବା ଲୋକ କେହି ନାହାନ୍ତି।
2 ସଦାପ୍ରଭୁ ସ୍ୱର୍ଗରୁ ଥାଇ ତଳକୁ ଦୃଷ୍ଟି ନିକ୍ଷେପ କରି ଦେଖନ୍ତି ଯେ,
ଯଦି କେହି ଜ୍ଞାନୀ ଲୋକ ତାଙ୍କ ଅନୁରକ୍ତ ଅଛନ୍ତି ନା ନାହିଁ।
ବିଜ୍ଞ ଲୋକମାନେ ସର୍ବଦା ପରମେଶ୍ୱରଙ୍କୁ ସହାୟତା ପାଇଁ ପ୍ରାର୍ଥନା କରନ୍ତି।
3 କିନ୍ତୁ ପ୍ରତ୍ୟେକ ମଣିଷ ଆଜି
ପରମେଶ୍ୱରଙ୍କଠାରୁ ଦୂରେଇ ଯାଇଛନ୍ତି।
ସବୁ ମଣିଷ ଆଜି ଦୁଷ୍ଟ ମଣିଷରେ ପରିଣତ ହୋଇଛନ୍ତି।
ଜଣେ ବି କେହି ଆଜି ଭଲ କାର୍ଯ୍ୟ କରୁଥିବା ଲୋକ ନାହାନ୍ତି।
4 ଦୁଷ୍ଟ ଲୋକମାନେ ମୋର ଅନେକ ଲୋକଙ୍କୁ ନଷ୍ଟ କରିଛନ୍ତି
ଓ ସେହି ଦୁଷ୍ଟ ଲୋକମାନେ ପରମେଶ୍ୱରଙ୍କୁ ଜାଣନ୍ତି ନାହିଁ
ଏବଂ ସଦାପ୍ରଭୁଙ୍କ ସମ୍ମୁଖୀନ ହୋଇ ପାରନ୍ତି ନାହିଁ।
5-6 ସେହି ଦୁଷ୍ଟ ଲୋକମାନେ ନିରୀହ ଲୋକର ଉପଦେଶକୁ ଶୁଣିବାକୁ ପ୍ରସ୍ତୁତ ନୁହନ୍ତି କାହିଁକି?
କାରଣ ସେହି ନିରୀହ ଲୋକଟି ପରମେଶ୍ୱରଙ୍କ ଉପରେ ନିର୍ଭରଶୀଳ
କିନ୍ତୁ ପରମେଶ୍ୱର ସର୍ବଦା ଧାର୍ମିକ ଲୋକମାନଙ୍କ ମଧ୍ୟରେ ବାସ କରନ୍ତି।
ତେଣୁ ଦୁଷ୍ଟ ଲୋକମାନେ ନିଶ୍ଚିତ ପରମେଶ୍ୱରଙ୍କୁ ଭୟ କରିବା ଉଚିତ୍।
7 ମୁଁ ଆଶାକରେ କେହି ଜଣେ ତାଙ୍କର ମନ୍ଦିରରୁ ସିୟୋନ ପର୍ବତ ଉପରକୁ ଆସନ୍ତା
ଏବଂ ଇସ୍ରାଏଲକୁ ରକ୍ଷା କରନ୍ତା।
ସେତେବେଳେ ସଦାପ୍ରଭୁ ତାହାଙ୍କର ଲୋକମାନଙ୍କୁ ପୁନର୍ବାର ଶକ୍ତିଶାଳୀ କରନ୍ତି,
ତାହାହେଲେ ଯାକୁବ[a] ଆହ୍ଲାଦିତ ହେବ।
ଇସ୍ରାଏଲ ବହୁତ ଖୁସୀ ହେବ।
3 ପୁଣି ସିଦିକିୟ ରାଜା ଶେଲିମିୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସିଫନିୟ ଯାଜକକୁ ଯିରିମିୟ ଭବିଷ୍ୟଦ୍ବକ୍ତା ନିକଟକୁ ଏକ ବାର୍ତ୍ତା ଦେଇ ପଠାଇଲେ। ସେମାନେ ଯିରିମିୟଙ୍କୁ ବିନୟ କରି କହିଲେ, “ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”
4 ସେତେବେଳେ ଯିରିମିୟ କାରାଗାରରେ ବନ୍ଦୀ ନ ଥିଲେ। ତେଣୁ ସେ ନିଜ ଇଚ୍ଛାନୁସାରେ ସ୍ୱାଧୀନ ଭାବରେ ଯାତାୟାତ କରୁଥିଲେ। 5 ଆଉ ମଧ୍ୟ ସେହି ସମୟରେ ଫାରୋର ସୈନ୍ୟ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ଯିରୁଶାଲମ ଦଖଲ କରିଥିବା କଲ୍ଦୀୟମାନେ ଏ ସମ୍ବାଦ ଶୁଣି ଯିରୁଶାଲମରୁ ଗ୍ଭଲିଗଲେ।
6 ସେତେବେଳେ ଭବିଷ୍ୟଦ୍ବକ୍ତା ଯିରିମିୟଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା। 7 “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ‘ହେ ଯିହୁଖଲ ଓ ସିଫନିୟ, ଯିହୁଦାର ରାଜା ସିଦିକିୟ ଆମ୍ଭକୁ ପଗ୍ଭରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭେମାନେ ତାଙ୍କୁ ଯାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟମାନେ ଆସିଛନ୍ତି, ସେମାନେ ନିଜ ଦେଶ ମିଶରକୁ ଫେରିଯିବେ। 8 ପୁଣି କଲ୍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହାକୁ ଅଧିକାର କରି ଅଗ୍ନିରେ ଦଗ୍ଧ କରିବେ।’ 9 ସଦାପ୍ରଭୁ ଏହି କଥା କହନ୍ତି, ‘କଲ୍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଗ୍ଭଲିଯିବେ, ତୁମ୍ଭେମାନେ ଏହି କଥା କହି ନିଜକୁ ଭୁଲାଅ ନାହିଁ। “ବାବିଲର ସୈନ୍ୟ ନିଶ୍ଚୟ ଆମ୍ଭ ସହିତ ରହିବେ।” କାରଣ ସେମାନେ ଯିବେ ନାହିଁ। 10 ହେ ଯିରୁଶାଲମ ନିବାସୀ, ତୁମ୍ଭେମାନେ କଲ୍ଦୀୟର ସମୁଦାୟ ସୈନ୍ୟଙ୍କୁ ପରାସ୍ତ କଲେ ହେଁ, ଅବଶିଷ୍ଟ ଆହତ ସୈନ୍ୟମାନେ ନିଜ ନିଜ ତମ୍ବୁରୁ ବାହାରି ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।’”
11 ଯେତେବେଳେ କଲ୍ଦୀୟମାନେ ଫାରୋର ସୈନ୍ୟମାନଙ୍କ ଭୟରେ ଯିରୁଶାଲମରୁ ଗ୍ଭଲି ଯାଇଥିଲେ, 12 ସେ ସମୟରେ ଯିରିମିୟ ଆପଣା ଲୋକମାନଙ୍କଠାରୁ ଆପଣାର ପ୍ରାପ୍ୟ ଅଂଶ ପାଇବା ପାଇଁ ବିନ୍ୟାମୀନ ପ୍ରଦେଶକୁ ଯିବା ନିମନ୍ତେ ଯିରୁଶାଲମରୁ ବାହାରିଲେ। 13 କିନ୍ତୁ ଯେତେବେଳେ ଯିରିମିୟ ବିନ୍ୟାମୀନ ପ୍ରଦେଶର ନଗର ଦ୍ୱାରରେ ପହଞ୍ଚିଲେ, ସେତେବେଳେ ପ୍ରହରୀଗଣଙ୍କ ଅଧ୍ୟକ୍ଷ, ହନାନିୟର ପୌତ୍ର, ଶେଲିମିୟର ପୁତ୍ର, ଯିରିୟ ତାଙ୍କୁ ବନ୍ଦୀ କରି କହିଲା, “ତୁମ୍ଭେ ଆମ୍ଭମାନଙ୍କୁ ପରିତ୍ୟାଗ କରି କଲ୍ଦୀୟମାନଙ୍କ ପକ୍ଷ ନେଇଅଛ।”
14 ସେତେବେଳେ ଯିରିମିୟ କହିଲେ, “ଏହା ମିଥ୍ୟା କଥା, ମୁଁ କଲ୍ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ।” ମାତ୍ର ଯିରିମିୟ ତାଙ୍କ କଥା ନ ଶୁଣି ତାଙ୍କୁ ବନ୍ଦୀ କରି ଅଧିପତିମାନଙ୍କ ନିକଟକୁ ନେଇଗଲା। 15 ଆଉ ସେହି ଅଧିପତିମାନେ ଯିରିମିୟଙ୍କ ଉପରେ ଅତ୍ୟନ୍ତ କ୍ରୋଧାନ୍ୱିତ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ୍ ଲେଖକ ଗୃହସ୍ଥିତ କାରାଗାରରେ ରଖିଲେ। କାରଣ ସେମାନେ ଯୋନାଥନ୍ ଗୃହକୁ କାରାଗାରରେ ପରିଣତ କରିଥିଲେ। 16 ସେହି ଲୋକମାନଙ୍କ ଦ୍ୱାରା ଯିରିମିୟ ଖଣାକାର କୋଠରୀରେ ବନ୍ଦୀ ହେଲେ ଓ କ୍ଷୁଦ୍ର କୋଠରୀରେ ଅନେକ ଦିନ ରହିଲେ।
17 ତାହାପରେ ସିଦିକିୟ ରାଜା ଲୋକ ପଠାଇ ତାହାକୁ ଅଣାଇଲା। ଆଉ ରାଜା ନିଜ ଗୃହରେ ଗୋପନରେ ତାଙ୍କୁ ପଗ୍ଭରିଲେ, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?”
ଯିରିମିୟ ଉତ୍ତର କଲେ, “ହଁ, ସଦାପ୍ରଭୁଙ୍କଠାରୁ ବାର୍ତ୍ତା ଆସିଅଛି। ଆଉ ତୁମ୍ଭେ ବାବିଲ ରାଜା ହସ୍ତରେ ସମର୍ପିତ ହେବ।” 18 ଆଉ ଯିରିମିୟ ସିଦିକିୟ ରାଜାଙ୍କୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି? 19 ଆପଣମାନେ ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ୟା ଭବିଷ୍ୟଦ୍ବାକ୍ୟ ପ୍ରଗ୍ଭର କରି କହିଲେ, ‘ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବେ ନାହିଁ, ସେମାନେ ଏବେ କାହାନ୍ତି?’ 20 କିନ୍ତୁ ବର୍ତ୍ତମାନ ହେ ମୋର ପ୍ରଭୁ, ମହାରାଜ, ମୋର ଅନୁରୋଧ ରକ୍ଷାକରି ମୋର କଥା ଶ୍ରବଣ କରନ୍ତୁ, ଆପଣ ଯୋନାଥନ୍ ଲେଖକର ଗୃହକୁ ମୋତେ ପୁନର୍ବାର ପଠାନ୍ତୁ ନାହିଁ। ତାହାହେଲେ ସେଠାରେ ମୁଁ ମରିଯିବି। ମୁଁ ନିବେଦନ କରୁଛି, ମୋର ଏହି ଅନୁରୋଧ ଆପଣଙ୍କ ଛାମୁରେ ଗ୍ରାହ୍ୟ ହେଉ।”
21 ତେଣୁ ସିଦିକିୟ ରାଜାଙ୍କ ଆଜ୍ଞାନୁସାରେ ଲୋକମାନେ ଯିରିମିୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ। ପୁଣି ନଗରରେ ସବୁ ରୋଟୀ ଶେଷ ନ ହେବା ପର୍ଯ୍ୟନ୍ତ ରୋଟୀବାଲାଙ୍କ ପଲ୍ଲୀରୁ ଗୋଟିଏ ଲେଖାଏଁ ରୋଟୀ ପ୍ରତିଦିନ ତାହାଙ୍କୁ ଦେଲେ। ଏହି ପ୍ରକାର ଯିରିମିୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।
13 ଅତଏବ, ଯିଏ ଅନ୍ୟ ଭାଷାରେ କହୁଛି, ସେ ଯେପରି ତାହା ବୁଝାଇ ପାରିବ, ଏଥିପାଇଁ ପ୍ରାର୍ଥନା କରିବା ଉଚିତ୍। 14 ଯଦି ମୁଁ ଅନ୍ୟ ଭାଷାରେ ପ୍ରାର୍ଥନା କରୁଛି, ତା'ହେଲେ ମୋର ଆତ୍ମା ପ୍ରାର୍ଥନା କରେ, ମୋର ବୁଦ୍ଧି କିଛି କରେ ନାହିଁ। 15 ତାହାହେଲେ ମୋର କ’ଣ କରିବା ଉଚିତ୍? ମୁଁ ମୋହର ଆତ୍ମା ଦ୍ୱାରା ପ୍ରାର୍ଥନା କରିବି ଓ ବୁଦ୍ଧିଦ୍ୱାରା ମଧ୍ୟ ପ୍ରାର୍ଥନା କରିବି। ପୁଣି ଆତ୍ମାଦ୍ୱାରା ସ୍ତୁତିଗାନ କରିବି ଓ ବୁଦ୍ଧିସହ ମଧ୍ୟ ସ୍ତୁତିଗାନ କରିବି। 16 ତୁମ୍ଭେମାନେ ଯଦି ଆତ୍ମା ଦ୍ୱାରା ପରମେଶ୍ୱରଙ୍କ ପ୍ରଶଂସା କର, ତେବେ ସାଧାରଣ ଲୋକ ତୁମ୍ଭକଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ “ଆମେନ୍” କହିବେ? 17 ତୁମ୍ଭେମାନେ ପରମେଶ୍ୱରଙ୍କୁ ପ୍ରକୃତରେ ଭଲ ଭାବରେ ଧନ୍ୟବାଦ ଜଣାଉଛ, କିନ୍ତୁ ତା'ଦ୍ୱାରା ଅନ୍ୟ ଲୋକ ଆଧ୍ୟାତ୍ମିକ ଲାଭ ପାଉ ନାହିଁ।
18 ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ବିଭିନ୍ନ ଭାଷାଗୁଡ଼ିକରେ କଥା କହିବାର ଦାନ ପାଇଛି ବୋଲି ପରମେଶ୍ୱରଙ୍କୁ ଧନ୍ୟବାଦ ଦେଉଛି। 19 କିନ୍ତୁ ମଣ୍ଡଳୀରେ ଅନ୍ୟ ଭାଷାରେ ହଜାର ହଜାର କଥା କହିବା ଅପେକ୍ଷା ବରଂ ସେମାନେ ବୁଝୁଥିବା ପାଞ୍ଚୋଟି କଥା କହିବାକୁ ଭଲ ପାଏ। ଏହା ଦ୍ୱାରା ମୁଁ ନିଜେ ବୁଝି ପାରିବି ଓ ଅନ୍ୟ ଲୋକମାନଙ୍କୁ ଶିକ୍ଷା ଦେଇ ପାରିବି।
20 ଭାଇ ଓ ଭଉଣୀମାନେ, ବୁଦ୍ଧିରେ ପିଲାମାନଙ୍କ ପରି ହୁଅ ନାହିଁ ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ ଓ ବୁଦ୍ଧିରେ ପୂର୍ଣ୍ଣ ବୟସ୍କ ହୁଅ। 21 ଶାସ୍ତ୍ରରେ ଲେଖାଅଛି:
“ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା
ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା
ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା,
ତଥାପି ଏହି ଲୋକମାନେ ଆମ୍ଭକଥା ଶୁଣିବେ ନାହିଁ।”(A)
ଏହା ପରମେଶ୍ୱର କହନ୍ତି
22 ଏଣୁ ବିଭିନ୍ନ ଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ପାଇଁ ଚିହ୍ନ ସ୍ୱରୂପେ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପେ, ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନ ସ୍ୱରୂପ। 23 ଯଦି ସମସ୍ତ ମଣ୍ଡଳୀ ସମବେତ ହୁଅନ୍ତି ଓ ସମସ୍ତେ ଅନ୍ୟଭାଷାରେ କଥା କହନ୍ତି, ପୁଣି ସାଧାରଣ ଓ ଅବିଶ୍ୱାସୀ ଲୋକମାନେ ଆସନ୍ତି, ସେମାନେ ଯଦି ବୁଝି ନ ପାରନ୍ତି, ତାହାହେଲେ ସେମାନେ ତୁମ୍ଭକୁ ପାଗଳ କହିବେ। 24 କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ ତେବେ ତା'ର ଦୋଷ ତୁମ୍ଭକୁ ଦେଖାଯିବ ଓ ତୁମ୍ଭ କଥା ଦ୍ୱାରା ସେ ବିଗ୍ଭରିତ ହେବ। 25 ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହେବ, ସେଥିରେ ସେ ମସ୍ତକ ନତକରି ପରମେଶ୍ୱର ଯେ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ପରମେଶ୍ୱରଙ୍କ ଉପାସନା କରିବ।
24 “ଶିଷ୍ୟ ନିଜ ଗୁରୁଠାରୁ ବଡ଼ ନୁହେଁ, କି କୌଣସି ସେବକ ତା’ ମାଲିକଠାରୁ ବଡ଼ ନୁହେଁ 25 ଜଣେ ଶିଷ୍ୟ ତା’ ଗୁରୁ ଭଳି ହେବାରେ ଓ ଜଣେ ସେବକ ତା’ ମାଲିକ ଭଳି ହେବାରେ ସନ୍ତୋଷ ଲାଭ କରିବା ଦରକାର। ଘରର ମୁଖ୍ୟଙ୍କୁ ଯଦି ‘ବାଆଲ୍ଜିବୂଲ୍’[a] କହି ଡକାଯାଏ ତେବେ ଘରର ଅନ୍ୟ ସଦସ୍ୟମାନଙ୍କୁ ନିଶ୍ଚୟ ଅଧିକ ଖରାପ ନାମରେ ଡକାଯିବ।
ପରମେଶ୍ୱରଙ୍କୁ ଭୟ କର, ମାତ୍ର ମନୁଷ୍ୟକୁ ନୁହେଁ
(ଲୂକ 12:2-7)
26 “ତେଣୁ ସେହି ଲୋକମାନଙ୍କୁ ଭୟ କର ନାହିଁ। ଯାହା ଗୁପ୍ତରେ ଅଛି ତାହା ଦିନେ ନା ଦିନେ ପ୍ରକାଶ ପାଇବ, ଏବଂ ସବୁ ଗୋପନ କଥା ଜଣା ପଡ଼ିବ। 27 ମୁଁ ଗୋପନରେ ତୁମ୍ଭକୁ ଯାହାସବୁ କହୁଛି, ତୁମ୍ଭେ ତାହାକୁ ପ୍ରକାଶ୍ୟ ଦିବାଲୋକରେ କୁହ। ମୁଁ ତୁମ୍ଭକୁ ଆସ୍ତେ ଆସ୍ତେ ଯାହା କହୁଛି, ତୁମ୍ଭେ ଘର ଛାତ ଉପରେ ଚିତ୍କାର କରି ତାହା କୁହ।
28 “ଲୋକଙ୍କୁ ଭୟ କର ନାହିଁ। ସେମାନେ କେବଳ ତୁମ୍ଭର ଶରୀରକୁ ମାରି ପାରିବେ, ମାତ୍ର ତୁମ୍ଭର ଆତ୍ମାକୁ ମାରି ପାରିବେ ନାହିଁ। ତୁମ୍ଭେ କେବଳ ପରମେଶ୍ୱରଙ୍କୁ ଭୟ କର, ସେ କେବଳ ତୁମ୍ଭର ଶରୀର ଓ ଆତ୍ମା ଉଭୟକୁ ନଷ୍ଟ କରି ଦେଇ ପାରିବେ। ସେ ଶରୀର ଓ ଆତ୍ମା ଉଭୟକୁ ନର୍କକୁ ପଠେଇ ପାରିବେ। 29 ଗୋଟିଏ ପଇସା ମୂଲ୍ୟରେ ଦୁଇଟି ଘରଚଟିଆ ବିକ୍ରି ହୁଅନ୍ତି। କିନ୍ତୁ ତୁମ୍ଭ ପରମ-ପିତାଙ୍କ ବିନା ଅନୁମତିରେ ସେଥିରୁ ଗୋଟିଏ ହେଲେ ମଧ୍ୟ ତଳେ ପଡ଼ିବ ନାହିଁ। 30 ତୁମ୍ଭ ମୁଣ୍ଡରେ କେତୋଟି ବାଳ ଅଛି, ସେ କଥା ମଧ୍ୟ ପରମେଶ୍ୱର ଜାଣନ୍ତି। 31 ତେଣୁ ଭୟଭୀତ ହୁଅ ନାହିଁ। ତୁମ୍ଭେ ଅନେକ ଘରଚଟିଆଙ୍କ ଅପେକ୍ଷା ଅଧିକ ମୂଲ୍ୟବାନ୍।
ଯୀଶୁଙ୍କଠାରେ ବିଶ୍ୱାସ
(ଲୂକ 12:8-9)
32 “ଯଦି କେହି ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ, ସେ ମୋତେ ବିଶ୍ୱାସ କରେ ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ମୋର ନିଜ ଲୋକ। 33 କିନ୍ତୁ ଯେଉଁ ଲୋକ ସମସ୍ତଙ୍କ ଆଗରେ ଠିଆ ହୋଇ କୁହେ ଯେ ସେ ମୋତେ ବିଶ୍ୱାସ କରେ ନାହିଁ, ତେବେ ମୁଁ ମଧ୍ୟ ସ୍ୱର୍ଗରେ ରହୁଥିବା ମୋର ପରମପିତାଙ୍କ ଆଗରେ କହିବି ଯେ ସେ ଲୋକ ମୋ’ ନିଜ ଲୋକ ନୁହେଁ।
2010 by World Bible Translation Center