Book of Common Prayer
ଦାଉଦଙ୍କର ସଙ୍ଗୀତ।
26 ହେ ସଦାପ୍ରଭୁ, ମୋର ବିଗ୍ଭର କର।
ପ୍ରମାଣ କର ଯେ, ମୁଁ ଶୁଦ୍ଧ ଜୀବନଯାପନ କରିଛି।
ମୁଁ କେବେ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରି ନାହିଁ।
2 ହେ ସଦାପ୍ରଭୁ, ମୋତେ ପରୀକ୍ଷା କର, ପ୍ରମାଣ ନିଅ ଓ
ମୋର ହୃଦୟ ଓ ମନକୁ ପରିଷ୍କାର କର।
3 ମୁଁ ସବୁବେଳେ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଦୃଷ୍ଟି ଦେଖି ପାରୁଛି।
ତୁମ୍ଭ ଉପରେ ଭରସା କରି ମୁଁ ସବୁକିଛି କରେ।
4 ମୁଁ ନିଷ୍ଠୁର ଲୋକଙ୍କ ସହ ବସେ ନାହିଁ।
କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରେ ନାହିଁ।
5 ମୁଁ ସେହି କୁକର୍ମୀମାନଙ୍କୁ ଘୃଣା କରେ।
ମୁଁ ସେହି ଦୁଷ୍ଟମାନଙ୍କ ସଙ୍ଗରେ କେବେହେଲେ ହାତ ମିଳାଏ ନାହିଁ।
6 ହେ ସଦାପ୍ରଭୁ, ମୁଁ ତୁମ୍ଭର ଧନ୍ୟବାଦ ସ୍ୱର ଶୁଣାଇବି।
ମୁଁ ତୁମ୍ଭର ଆଶ୍ଚର୍ଯ୍ୟଜନକ କାର୍ଯ୍ୟ, ଯାହା ତୁମ୍ଭେ କରିଛ, ତାହା ଗାଇ ବୁଲିବି।
7 ହେ ସଦାପ୍ରଭୁ, ମୁଁ ମୋର ନିର୍ଦ୍ଦୋଷତା ପ୍ରମାଣ ପାଇଁ ମୋର ହାତ ପ୍ରକ୍ଷାଳନ କରେ,
ତେଣୁ ତୁମ୍ଭର ଯଜ୍ଞବେଦି ନିକଟକୁ ଆସିପାରେ।
8 ହେ ସଦାପ୍ରଭୁ, ମୁଁ ତୁମ୍ଭର ଉପାସନା ମନ୍ଦିରକୁ ଭଲପାଏ
ଓ ତୁମ୍ଭର ଗୌରବର ତମ୍ବୁକୁ ଭଲପାଏ।
9 ହେ ସଦାପ୍ରଭୁ, ମୋତେ ସେହି ପାପୀମାନଙ୍କ ସଙ୍ଗେ ତୁଳନା କର ନାହିଁ।
ମୋତେ ସେହି ହତ୍ୟାକାରୀମାନଙ୍କ ସହିତ ମାର ନାହିଁ।
10 ସେହି ଲୋକମାନେ ହୁଏତ ଅନ୍ୟକୁ ଠକି ଥାଇ ପାରନ୍ତି।
ସେମାନେ ଲାଞ୍ଚ ନେଇ ଖରାପ କାର୍ଯ୍ୟ କରିଥାଇ ପାରନ୍ତି।
11 କିନ୍ତୁ ମୁଁ ନିର୍ଦ୍ଦୋଷ ଅଟେ।
ତେଣୁ ହେ ପରମେଶ୍ୱର, ମୋ’ ପ୍ରତି ସଦୟ ହୋଇ ମୋତେ ଉଦ୍ଧାର କର।
12 ମୁଁ ସମସ୍ତ ବିପଦରୁ ରକ୍ଷା ପାଇଅଛି।
ମୁଁ ସେହି ସଭାକକ୍ଷର ଲୋକମାନଙ୍କ ସହିତ ସ୍ୱର ମିଳାଇ ତୁମ୍ଭର ପ୍ରଶଂସା କରିବି।
ଦାଉଦଙ୍କର ଗୀତ।
28 ହେ ସଦାପ୍ରଭୁ, ତୁମ୍ଭେ ମୋର ଶକ୍ତିଶାଳୀ ଶୈଳ ସଦୃଶ।
ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଛି।
ତୁମ୍ଭେ ମୋ’ ପ୍ରତି ନୀରବ ହୁଅ ନାହିଁ।
ଯଦି ମୋର ସହାୟତା ପାଇଁ ପ୍ରାର୍ଥନାର ଉତ୍ତର ନ ଦିଅ,
ତାହାହେଲେ ଲୋକମାନେ ଭାବିବେ ମୁଁ ସେହି କବର ଭିତରେ ଥିବା ଲୋକମାନଙ୍କଠାରୁ କୌଣସି ଗୁଣରେ ନ୍ୟୁନ ହୁହେଁ।
2 ହେ ସଦାପ୍ରଭୁ, ମୁଁ ମୋର ଦୁଇ ହାତ ଟେକି ତୁମ୍ଭର ମହାପବିତ୍ର ସ୍ଥାନ ଆଡ଼କୁ ପ୍ରାର୍ଥନା କରୁଛି।
ମୁଁ ଯେତେବେଳେ ତୁମ୍ଭକୁ ଡାକୁଛି।
ମୋ’ ନିବେଦନ ଟିକେ ଶୁଣ।
ମୋ’ ପ୍ରତି କୃପା ପ୍ରଦର୍ଶନ କର।
3 ହେ ସଦାପ୍ରଭୁ, ମୋତେ ସେହି ଦୁଷ୍ଟ ଲୋକଙ୍କ ମଧ୍ୟରୁ
ଜଣେ ବୋଲି ଗଣ ନାହିଁ।
ସେହି ଲୋକମାନେ ତାଙ୍କର ପଡ଼ୋଶୀମାନଙ୍କୁ “ଶାନ୍ତିର ସନ୍ଦେଶ” ଶୁଣାନ୍ତି
କିନ୍ତୁ ହୃଦୟ ମଧ୍ୟରେ ସେମାନେ ସେହି ପଡ଼ୋଶୀମାନଙ୍କ ବିରୁଦ୍ଧରେ ମନ୍ଦ ଯୋଜନା କରୁଥା’ନ୍ତି।
4 ସେହି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି।
ତେଣୁ ସେମାନେ ସେମାନଙ୍କ କର୍ମାନୁରୂପ ଫଳ ପାଆନ୍ତୁ।
ସେମାନଙ୍କୁ ଯଥାଯୋଗ୍ୟ ଫଳ ଦିଆଯାଉ।
5 ଦୁଷ୍ଟ ଲୋକମାନେ ସଦାପ୍ରଭୁଙ୍କ ସତ୍ୟ ଉଦ୍ଦେଶ୍ୟ ବୁଝିପାରନ୍ତି ନାହିଁ।
ସେମାନେ ପରମେଶ୍ୱରଙ୍କ ଉତ୍ତମ କାର୍ଯ୍ୟକୁ ଦେଖି ପାରନ୍ତି ନାହିଁ।
ନା, ସେମାନେ କିଛି ବୁଝନ୍ତି ନାହିଁ।
ସେମାନେ କେବଳ ଧ୍ୱଂସ କରିବାକୁ ଗ୍ଭହାନ୍ତି।
6 ସଦାପ୍ରଭୁଙ୍କର ପ୍ରଶଂସା ହେଉ,
କାରଣ ସେ ମୋର ପ୍ରାର୍ଥନା ଦୟାଳୁ ହୋଇ ଶୁଣିଛନ୍ତି।
7 ସଦାପ୍ରଭୁ ହିଁ ମୋର ବଳ।
ସେ ମୋର ଢାଲ ସଦୃଶ।
ମୁଁ ତାଙ୍କଠାରେ ବିଶ୍ୱାସ କରେ କାରଣ ସେ ମୋତେ ରକ୍ଷା କଲେ।
ମୁଁ ଅତି ଖୁସୀ।
ମୁଁ ଆଜି ପ୍ରଶଂସାର ଗୀତ ଗାଇବି।
8 ସଦାପ୍ରଭୁ ତାଙ୍କର ଆଶ୍ରିତମାନଙ୍କୁ ରକ୍ଷା କରନ୍ତି।
ସଦାପ୍ରଭୁ ତାଙ୍କୁ ଉଦ୍ଧାର କରନ୍ତି।
ସଦାପ୍ରଭୁ ହିଁ ତା'ର ଏକମାତ୍ର ବଳ।
9 ହେ ପରମେଶ୍ୱର, ତୁମ୍ଭର ଲୋକମାନଙ୍କୁ ରକ୍ଷା କର।
ଯେଉଁମାନେ ତୁମ୍ଭ ଉପରେ ନିର୍ଭରଶୀଳ, ସେମାନଙ୍କୁ ଆଶୀର୍ବାଦ କର।
ସେମାନଙ୍କୁ ଅନନ୍ତକାଳ ପାଇଁ ପଥ ଦେଖାଅ ଓ ସମ୍ମାନୀୟ କର।
ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ
36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
2 ସେହି ଲୋକ ଆପଣାକୁ ମିଥ୍ୟା କହେ।
ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
3 ତା'ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
4 ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।
5 ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
6 ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
7 ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
8 ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
9 ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।
12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”
ପ୍ରଧାନ ବାଦ୍ୟକର ନିମନ୍ତେ ଯିଦୂଥୂନ୍ ପାଇଁ ଦାଉଦଙ୍କର ଗୀତ।
39 ମୁଁ କହିଲି, “ମୁଁ ଏଣିକି ଯାହା ବିଷୟରେ କହିବି ସାବଧାନ ହେବି।
ମୁଁ ମୋର ଜିହ୍ୱାକୁ ପାପ କରିବାକୁ ସୁଯୋଗ ଦେବି ନାହିଁ।
ମୁଁ ଯେତେବେଳେ ଦୁଷ୍ଟ ଲୋକଙ୍କ ଗହଣରେ ଥିବି,
ମୁଁ ମୋର ମୁଖକୁ ବନ୍ଦ ରଖିବି।”
2 ତେଣୁ ମୁଁ କିଛି କହିଲି ନାହିଁ।
ଏପରିକି ମୁଁ କିଛି ଭଲ କଥା ମଧ୍ୟ କହିବି ନାହିଁ।
କିନ୍ତୁ ଏହା ଦ୍ୱାରା ମୁଁ ଅଧିକ କ୍ରୋଧୀ ହେଲି।
3 ମୁଁ ଅତି କ୍ରୋଧିତ ଥିଲି।
ମୁଁ ଯେତେବେଳେ ମୋର କ୍ରୋଧ ବିଷୟରେ ଭାବିଲି ଆହୁରି ଅଧିକ କ୍ରୋଧୀ ହେଲି।
ତେଣୁ ମୁଁ ଜିହ୍ୱାରେ କିଛି କହି ପକାଇଲି।
4 ହେ ସଦାପ୍ରଭୁ, ତୁମ୍ଭେ ମୋତେ କୁହ ବର୍ତ୍ତମାନ ମୋର ଅବସ୍ଥା କ’ଣ ହେବ?
ମୋତେ ତୁମ୍ଭେ କୁହ ମୁଁ ଆଉ କେତେ ଦିନ ବଞ୍ଚିବି?
ମୋତେ ତୁମ୍ଭେ ଜଣାଅ ପ୍ରକୃତରେ ମୋର ଜୀବନକାଳ ଆଉ କେତେ ଦିନ ଅଛି।
5 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଗୋଟିଏ କ୍ଷଣସ୍ଥାୟୀ ଜୀବନ ଦେଇଛ।
ମୋର କ୍ଷଣସ୍ଥାୟୀ ଜୀବନ ତୁମ୍ଭ ତୁଳନାରେ କିଛି ନୁହେଁ।
ପ୍ରତ୍ୟେକ ଲୋକର ଜୀବନ ଏକ ମେଘଖଣ୍ଡ ସଦୃଶ ଯାହାକି ଖୁବ୍ ଶୀଘ୍ର ଭାସିଯାଏ, କେହି ଚିରଦିନ ବଞ୍ଚିରହେ ନାହିଁ। ସେଲା
6 ଆମ୍ଭର ଜୀବନ ହେଉଛି ଏକ ଦର୍ପଣର ପ୍ରତିବିମ୍ବ ସଦୃଶ।
ଆମ୍ଭେ ଜୀବନସାରା ବସ୍ତୁ ପଛରେ ଧାଇଁ ଧାଇଁ କଟାଇ ଦେଉ।
କିନ୍ତୁ ଆମ୍ଭେ ଜାଣୁନା ଆମ୍ଭର ମୃତ୍ୟୁପରେ ସେ ସବୁକୁ କିଏ ପାଇବ।
7 ହେ ମୋର ପ୍ରଭୁ, ମୋର ଆଉ କ’ଣ ଆଶା ଅଛି?
ତୁମ୍ଭେ ମୋର ସମସ୍ତ ଆଶା ଓ ଭରସା।
8 ହେ ସଦାପ୍ରଭୁ, ତୁମ୍ଭେ ମୋତେ ସମସ୍ତ ଅଧର୍ମରୁ ଉଦ୍ଧାର କର।
ମୋତେ ମୂର୍ଖ ଲୋକମାନଙ୍କ ଦ୍ୱାରା ନିନ୍ଦାପାତ୍ର କର ନାହିଁ।
9 ମୁଁ ମୋର ପାଟି ଖୋଲି ନାହିଁ।
ମୁଁ କିଛି କହି ନାହିଁ।
ହେ ସଦାପ୍ରଭୁ, ତୁମ୍ଭେ ଯାହା କରିବା କଥା ତାହା କରିଛ।
10 ହେ ପରମେଶ୍ୱର, ମୋତେ ଆଉ ଦଣ୍ଡ ଦିଅ ନାହିଁ।
ଯଦି ତୁମ୍ଭେ ମୋତେ ଦଣ୍ଡ ଦେବା ବନ୍ଦ କରିବ ନାହିଁ, ତୁମ୍ଭେ ମୋତେ ଧ୍ୱଂସ କରିଦେବ।
11 ହେ ସଦାପ୍ରଭୁ, ଯେଉଁମାନେ ଅପରାଧ କରନ୍ତି, ସେମାନଙ୍କୁ ତୁମ୍ଭେ ଦଣ୍ଡ ଦିଅ।
ଉଚିତ୍ ଶିକ୍ଷା ଦେବା ପାଇଁ ଓ ସତ୍ମାର୍ଗରେ ଯିବା ପାଇଁ କୀଟ ଯେପରି ଲୁଗାକୁ ନଷ୍ଟ କରିଦିଏ, ସେହିଭଳି ତୁମ୍ଭେ ସେହି ବ୍ୟକ୍ତିଙ୍କର ମୂଲ୍ୟବାନ୍ ବସ୍ତୁକୁ ଧ୍ୱଂସ କର।
ହଁ, ଆମ୍ଭର ଜୀବନ ସବୁ, ଛୋଟିଆ ବାଦଲ ଖଣ୍ଡ ପରି ଯାହା ଖୁବ୍ ଶୀଘ୍ର ମଳାଇ ହୋଇଯାଏ। ସେଲା
12 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ।
ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ।
ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି।
ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।
13 ହେ ସଦାପ୍ରଭୁ, ମୋତେ ତୁମ୍ଭେ ଏକୁଟିଆ ଛାଡ଼ିଦିଅ
ଓ ମୁଁ ମୃତ୍ୟୁମୁଖରେ ପଡ଼ି ନିଶ୍ଚିହ୍ନ ହେବା ପୂର୍ବରୁ ମୋତେ ତୁମ୍ଭେ ପ୍ରଫୁଲ୍ଲ ରଖ।
65 ସେ ସମୟରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ଇସ୍ରାଏଲ ଏକ ବିରାଟ ସମାଜ ଦୂର ଦୂରାନ୍ତର ହମାତର ଲୋକମାନେ ଉତ୍ତର ଦିଗ ମଧ୍ୟଦେଇ ଦକ୍ଷିଣରେ ମିଶରର ସୀମା ପର୍ଯ୍ୟନ୍ତ ଗଲେ। ସଦାପ୍ରଭୁଙ୍କ ସମ୍ମୁଖରେ ଏହି ପର୍ବ ଚଉଦ ଦିନ ଯାଏ ପାଳନ କଲେ। 66 ଅଷ୍ଟମ ଦିନରେ ଶଲୋମନ ଲୋକମାନଙ୍କୁ ବିଦାୟ ଦେଲେ। ସମସ୍ତ ଲୋକେ ରାଜାଙ୍କୁ ଧନ୍ୟବାଦ ଦେଇ ସେମାନଙ୍କର ଘରକୁ ଗଲେ। ସଦାପ୍ରଭୁ ନିଜର ଦାସ ଦାଉଦଙ୍କ ପ୍ରତି ଓ ନିଜର ସନ୍ତାନ ଇସ୍ରାଏଲ ପ୍ରତି ଯେଉଁସବୁ ମଙ୍ଗଳବିଧାନ କଲେ, ତାହା ହୃଦୟଙ୍ଗମ କରି ପ୍ରତ୍ୟେକ ନିଜ ନିଜ ତମ୍ବୁକୁ ପ୍ରତ୍ୟାବର୍ତ୍ତନ କଲେ।
ପରମେଶ୍ୱର ପୁନର୍ବାର ଶଲୋମନଙ୍କ ନିକଟକୁ ଆସିଲେ
9 ଅନନ୍ତର ଶଲୋମନ ସଦାପ୍ରଭୁଙ୍କ ମନ୍ଦିର, ରାଜଗୃହ ଓ ନିଜ ଇଚ୍ଛାନୁସାରେ ସମସ୍ତ ଜିନିଷର ନିର୍ମାଣ କାର୍ଯ୍ୟ ସମାପ୍ତ କଲେ। 2 ସଦାପ୍ରଭୁ ଯେପରି ଶଲୋମନଙ୍କୁ ଗିବିୟୋନରେ ଦର୍ଶନ ଦେଇଥିଲେ, ସେହିପରି ଦ୍ୱିତୀୟ ଥର ତାଙ୍କୁ ଦର୍ଶନ ଦେଲେ। 3 ସଦାପ୍ରଭୁ ତାଙ୍କୁ କହିଲେ,
“ତୁମ୍ଭେ ଆମ୍ଭକୁ ଆଗ୍ରହ ଭାବରେ ଯେଉଁ ପ୍ରାର୍ଥନା ଓ ବିନତି କରିଅଛ, ତାହା ଆମ୍ଭେ ଶୁଣିଅଛୁ। ଆମ୍ଭ ନାମକୁ ସଦାକାଳ ସମ୍ମାନ କରିବା ନିମନ୍ତେ ତୁମ୍ଭେ ଏହି ଯେଉଁ ମନ୍ଦିର ନିର୍ମାଣ କରିଅଛ, ତାହା ଆମ୍ଭେ ପବିତ୍ର କଲୁ, ଆମ୍ଭେ ତୁମ୍ଭକୁ କଥା ଦେଇଅଛୁ ଯେ, ଆମ୍ଭର ଧ୍ୟାନ ଓ ପ୍ରେମ ମନ୍ଦିର ପ୍ରତି ରହିବ। 4 ତୁମ୍ଭେ ତୁମ୍ଭ ପିତା ଦାଉଦଙ୍କ ପରି ମନପ୍ରାଣ ଦେଇ ଭକ୍ତି ଓ ସାଧୁତାର ସହିତ ଆମ୍ଭର ସେବା କରିବ। ଯଦି ତୁମ୍ଭେ ସେହି ପରି କର ଏବଂ ଆମ୍ଭର ନିୟମ ଓ ଆମ୍ଭେ ଦେଉଥିବା ସମସ୍ତ ନିର୍ଦ୍ଦେଶ ମାନ। 5 ଯଦି ତୁମ୍ଭେ ଏହିସବୁ କର, ତୁମ୍ଭର ପିତା ଦାଉଦଙ୍କୁ ଆମ୍ଭେ ପ୍ରତିଜ୍ଞା କରିଥିଲୁ, ତୁମ୍ଭ ବଂଶର ଜଣେ ଲୋକ ଇସ୍ରାଏଲର ଶାସକ ହେବ। ତଦ୍ନୁସାରେ ଆମ୍ଭେ ଇସ୍ରାଏଲରେ ତୁମ୍ଭ ସିଂହାସନ ଚିରଦିନ ପାଇଁ ସ୍ଥାପନ କରିବା।
6-7 “ମାତ୍ର ତୁମ୍ଭେ କିମ୍ବା ତୁମ୍ଭର ସନ୍ତାନମାନେ ଯଦି ଆମ୍ଭକୁ ଅନୁସରଣ କରିବାରେ ବିଫଳ ହୁଅନ୍ତି ଓ ଆମ୍ଭର ନିର୍ଦ୍ଦେଶ ଓ ନିୟମ ମାନିବାକୁ ଯତ୍ନ ନ କରନ୍ତି, ଯଦି ତୁମ୍ଭେମାନେ ଅନ୍ୟ ଦେବତାମାନଙ୍କର କି ପ୍ରତିମାର ସେବାକର ଓ ପ୍ରଣାମ କର, ତେବେ ଆମ୍ଭେ ଇସ୍ରାଏଲର ଲୋକମାନଙ୍କୁ ଭୂମିରୁ ବିତାଡ଼ିତ କରିବା, ଯାହା ଆମ୍ଭେ ସେମାନଙ୍କୁ ଦେଇଥିଲୁ ଏବଂ ଆପଣା ନାମ ନିମନ୍ତେ ଯେଉଁ ମନ୍ଦିର ଆମ୍ଭେ ପବିତ୍ର କଲୁ, ତାହା ଆମ୍ଭେ ପ୍ରତ୍ୟାଖ୍ୟାନ କରିବା ଏବଂ ଉଚ୍ଛିନ୍ନ କରିବା ଓ ଏହା ଇସ୍ରାଏଲର ସମସ୍ତ ଗୋଷ୍ଠୀ ସମ୍ମୁଖରେ ଉପହାସର ଉଦାହରଣ ହେବ। 8 ଏହି ମନ୍ଦିର ଧ୍ୱଂସ ହେବ। ପ୍ରତ୍ୟେକ ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହେବେ ଓ କହିବେ, ‘ସଦାପ୍ରଭୁ କାହିଁକି ଏହି ଭୂମି ଓ ଏହି ମନ୍ଦିର ପ୍ରତି ଏପରି ଭୟଙ୍କର କାର୍ଯ୍ୟ କଲେ?’ 9 ତହିଁରେ ଲୋକମାନେ ଉତ୍ତର ଦେଇ ଥାଆନ୍ତେ, ‘ଏହା ଘଟିଲା କାରଣ ସେମାନେ ସଦାପ୍ରଭୁ ସେମାନଙ୍କର ପରମେଶ୍ୱରଙ୍କୁ ପରିତ୍ୟାଗ କଲେ, ଯିଏ କି ସେମାନଙ୍କର ପୂର୍ବପୁରୁଷଗଣଙ୍କୁ ମିଶରରୁ ବାହାର କରି ଆଣିଥିଲେ। ତାହାଙ୍କୁ ସେମାନେ ତ୍ୟାଗ କଲେ ଓ ଅନ୍ୟ ଦେବତାଗଣଙ୍କୁ ଉପାସନା ଓ ପ୍ରଣାମ କଲେ। ଏହି କାରଣ ଯୋଗୁଁ ସଦାପ୍ରଭୁ ସେମାନଙ୍କ ଉପରେ ଏହିସବୁ ଅମଙ୍ଗଳ କାର୍ଯ୍ୟ ଘଟାଇଲେ।’”
ବିଶ୍ୱାସ ଓ ସତ୍କର୍ମ
14 ମୋ’ ଭାଇ ଓ ଭଉଣୀମାନେ! ଯଦି ଜଣେ କୁହେ, ଯେ, ସେ ଜଣେ ବିଶ୍ୱାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା'ହେଲେ ତାହାର ବିଶ୍ୱାସ ମୂଲ୍ୟହୀନ। କ’ଣ ଏହିଭଳି ବିଶ୍ୱାସ ତାହାକୁ ରକ୍ଷା କରି ପାରିବ? ନା! 15 ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ଜଣେ ଭାଇ ଓ ଭଉଣୀ, ପିନ୍ଧିବାକୁ ଲୁଗା ବା ଖାଇବାକୁ ଖାଦ୍ୟ ଆବଶ୍ୟକ କରିପାରେ। 16 ଏବଂ ତୁମ୍ଭେ ତାହାକୁ କହୁଛ, “ପରମେଶ୍ୱର ତୁମ୍ଭ ସହିତ ଥାଆନ୍ତୁ! ତୁମ୍ଭେ ଉଷ୍ମ ରୁହ ଓ ଖାଇବାକୁ ପ୍ରଚୁର ପାଅ।” ତୁମ୍ଭେ ଏଗୁଡ଼ିକ ବିଷୟରେ ଖାଲି କହୁଛ, କିନ୍ତୁ ତାହାର ଆବଶ୍ୟକ ଥିବା ଜିନିଷ ତାହାକୁ ଦେଉ ନାହଁ। ଯଦି ତୁମ୍ଭେ ତାହାକୁ ସାହାଯ୍ୟ କରୁ ନାହଁ, ତାହାହେଲେ ତୁମ୍ଭର କଥାଗୁଡ଼ିକ ସମ୍ପୂର୍ଣ୍ଣ ମୂଲ୍ୟହୀନ ଅଟେ। 17 ବିଶ୍ୱାସ ବିଷୟରେ ମଧ୍ୟ ଠିକ୍ ସେହି କଥା ଅଟେ। ଯଦି ବିଶ୍ୱାସ କିଛି କାର୍ଯ୍ୟ ଉତ୍ପନ୍ନ ନ କରେ, ତେବେ ସେ ବିଶ୍ୱାସ ମୃତ ଅଟେ।
18 ଜଣେ ଲୋକ କହିପାରେ, “ତୁମ୍ଭ ପାଖରେ ବିଶ୍ୱାସ ଅଛି, ପୁଣି ମୋ’ ପାଖରେ କର୍ମ ଅଛି। ତୁମ୍ଭେ କର୍ମବିନା ତୁମ୍ଭର ବିଶ୍ୱାସ ମୋତେ ଦେଖାଅ, ଆଉ ମୁଁ ମୋ’ କର୍ମଗୁଡ଼ିକ ଦ୍ୱାରା ମୋ’ ବିଶ୍ୱାସ ତୁମ୍ଭକୁ ଦେଖାଇବି।” 19 ତୁମ୍ଭେ ବିଶ୍ୱାସ କର ଯେ, କେବଳ ଜଣେ ପରମେଶ୍ୱର ଅଛନ୍ତି; ଭଲ କଥା କିନ୍ତୁ ଭୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି ଓ ଭୟରେ ଥରହର ହୁଅନ୍ତି।
20 ହେ ମୂର୍ଖ ଲୋକ! କର୍ମଗୁଡ଼ିକ ବିନା ବିଶ୍ୱାସ ଯେ ମୂଲ୍ୟହୀନ ଅଟେ, ଏହାର ପ୍ରମାଣ କ’ଣ ତୁମ୍ଭେ ଦେଖିବାକୁ ଗ୍ଭହୁଁଛ? 21 ଅବ୍ରହାମ ଆମ୍ଭର ପିତା। ସେ ନିଜର କର୍ମଗୁଡ଼ିକ ଦ୍ୱାରା ପରମେଶ୍ୱରଙ୍କ ନିକଟରେ ଧାର୍ମିକ ଭାବେ ଗଣାଗଲେ। ସେ ବେଦୀ ଉପରେ ନିଜ ପୁତ୍ର ଇସ୍ହାକଙ୍କୁ ବଳି ରୂପରେ ପରମେଶ୍ୱରଙ୍କଠାରେ ଉତ୍ସର୍ଗ କଲେ। 22 ଅତଏବ ତୁମ୍ଭେ ଦେଖ ଯେ, ଅବ୍ରହାମଙ୍କର ବିଶ୍ୱାସ ଓ କର୍ମ ଏକା ସାଙ୍ଗରେ କାମ କରୁଥିଲା। ତାହାଙ୍କ କାମ ଦ୍ୱାରା ହିଁ ତାହାଙ୍କର ବିଶ୍ୱାସ ସିଦ୍ଧ ହେଲା। 23 ଏହା ଦ୍ୱାରା ଶାସ୍ତ୍ରର ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶିତ ହୁଏ ଯେ: “ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ। ଓ ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେହି ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକ କଲା।”(A) “ପରମେଶ୍ୱରଙ୍କ ମିତ୍ର”(B) ବୋଲି ଅବ୍ରହାମ ଡକାଗଲେ। 24 ଅତଏବ ତୁମ୍ଭେ ଦେଖ ଯେ, କର୍ମ ଦ୍ୱାରା ଜଣେ ଲୋକ ପରମେଶ୍ୱରଙ୍କ ନିକଟରେ ଧାର୍ମିକ ହୋଇପାରୁଛି। ସେ କେବଳ ବିଶ୍ୱାସ ଦ୍ୱାରା ଧାର୍ମିକ ହୋଇପାରିବ ନାହିଁ।
25 ଆଉ ଗୋଟିଏ ଉଦାହରଣ ହେଉଛି, ରାହାବ। ସେ ଜଣେ ବେଶ୍ୟା ଥିଲା। କିନ୍ତୁ ସେ ନିଜ କର୍ମଗୁଡ଼ିକ କାରଣରୁ ପରମେଶ୍ୱରଙ୍କ ନିକଟରେ ଧାର୍ମିକା ହେଲା। ସେ ପରମେଶ୍ୱରଙ୍କ ଗୁପ୍ତଚରମାନଙ୍କୁ ସାହାଯ୍ୟ କଲା ଓ ସେମାନଙ୍କୁ ନିଜ ଘରେ ସ୍ୱାଗତ କଲା ଓ ଅନ୍ୟ ବାଟଦେଇ ସେମାନଙ୍କୁ ପଳାୟନ କରିବାରେ ସାହାଯ୍ୟ କଲା।
26 ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।
ପିତର ଯୀଶୁଙ୍କୁ ଜାଣିଥିବା କଥା ଅସ୍ୱୀକାର କଲେ
(ମାଥିଉ 26:69-75; ଲୂକ 22:56-62; ଯୋହନ 18:15-18,25-27)
66 ସେହି ସମୟରେ ପିତର ମଧ୍ୟ ଅଗଣା ମଧ୍ୟରେ ଥିଲେ। ପିତରଙ୍କ ପାଖକୁ ମହାଯାଜକଙ୍କର ଜଣେ ଗ୍ଭକରାଣୀ ଆସିଲା। 67 ସେ ପିତରଙ୍କୁ ନିଆଁ ପାଖରେ ସେକି ହେଉଥିବାର ଦେଖିଲା। ସେ ପିତରଙ୍କୁ ଭଲ କରି ଗ୍ଭହିଁଲା। ତା'ପରେ ତାହାଙ୍କୁ ଚିହ୍ନି ପାରି କହିଲା, “ତୁମ୍ଭେ ମଧ୍ୟ ନାଜରିତର ଯୀଶୁଙ୍କ ସାଙ୍ଗରେ ଥିଲ।”
68 ପିତର କିନ୍ତୁ କହିଲେ ଯେ, ସେ କେବେ ହେଲେ ଯୀଶୁଙ୍କ ସାଙ୍ଗରେ ନ ଥିଲେ। ସେ କହିଲେ, “ତୁମ୍ଭେ କାହା ବିଷୟରେ କହୁଛ, ସେ ସବୁ ମୁଁ ଜାଣି ପାରୁନି କି ବୁଝି ପାରୁ ନାହିଁ।” ତା'ପରେ ପିତର ସେ ସ୍ଥାନ ଛାଡ଼ି ଅଗଣାର ପ୍ରଦେଶ ଦ୍ୱାର ପାଖକୁ ଗ୍ଭଲିଗଲେ।[a]
69 ସେ ଗ୍ଭକରାଣୀଟି ପୁଣି ପିତରଙ୍କୁ ଦେଖି ସେଠାରେ ଠିଆ ହୋଇଥିବା ଲୋକମାନଙ୍କୁ କହିବାକୁ ଲାଗିଲା, “ଏ ଲୋକଟି ସେମାନଙ୍କ ମଧ୍ୟରୁ ଜଣେ।” 70 ପୁଣି ଥରେ ପିତର କହିଲେ ଯେ, ଏ କଥା ସତ୍ୟ ନୁହେଁ।
କିଛି ସମୟ ପରେ ସେଠାରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, “ନିଶ୍ଚିତ ଭାବରେ ତୁମ୍ଭେ ସେମାନଙ୍କ ମଧ୍ୟରୁ ଜଣେ। କାରଣ ତୁମ୍ଭେ ମଧ୍ୟ ଗାଲିଲୀରୁ ଆସିଛ।”
71 ତା'ପରେ ପିତର ଅଭିଶାପ ଦେବାକୁ ଲାଗିଲେ। ସେ ଦୃଢ଼ ଭାବରେ କହିଲେ, “ମୁଁ ପରମେଶ୍ୱରଙ୍କ ନାମରେ ଶପଥ କରି କହୁଛି ଯେ, ତୁମ୍ଭେମାନେ ଯେଉଁ ଲୋକ ବିଷୟରେ କହୁଛ, ମୁଁ ତାହାକୁ ଆଦୌ ଜାଣେ ନାହିଁ।”
72 ପିତର ଏ କଥା କହିବା ପରେ ପରେ କୁକୁଡ଼ାଟିଏ ଦ୍ୱିତୀୟ ଥର ଡାକିଲା। ଯୀଶୁଙ୍କର ସେହିସବୁ କଥା ଏବେ ପିତରଙ୍କର ମନେ ପଡ଼ିଲା: “କୁକୁଡ଼ା ତୃତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ଜାଣି ନାହଁ ବୋଲି ତିନିଥର କହି ସାରିଥିବ।” ତା'ପରେ ପିତର ଭୀଷଣ ଦୁଃଖରେ ଭାଙ୍ଗି ପଡ଼ି କାନ୍ଦିବାକୁ ଲାଗିଲେ।
2010 by World Bible Translation Center