Book of Common Prayer
137 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ
ସେଠାରେ ବସି ରୋଦନ କଲୁ।
2 ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ।
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ।
ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ:
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।”
4 କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି
ବିଦେଶରେ ଗାନ କରି ପାରିବା!
5 ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ,
ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ।
6 ହେ ଯିରୁଶାଲମ,
ଯଦି ମୁଁ ତୁମ୍ଭକୁ କେବେ ଭୁଲେ,
ତେବେ ମୋର କାମନା କି
ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ।
ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ।
7 ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର।
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର!
ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।”
8 ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ!
ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ।
9 ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି,
ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ।
ଦାଉଦଙ୍କ ଗୀତ
144 ସଦାପ୍ରଭୁ ମୋର ଶୈଳ,
ତାହାଙ୍କର ପ୍ରଶଂସା ହେଉ।
ସେ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
ସଦାପ୍ରଭୁ ମୋତେ ଯୁଦ୍ଧ ପାଇଁ ଶିକ୍ଷା ଦିଅନ୍ତି।
2 ସେ ମୋତେ ସ୍ନେହ କରନ୍ତି ଏବଂ ରକ୍ଷା କରନ୍ତି।
ସେ ମୋର ଉଚ୍ଚ ପର୍ବତରେ ନିରାପଦ ସ୍ଥାନ।
ସେ ମୋତେ ଉଦ୍ଧାର କରନ୍ତି।
ସେ ମୋର ଢାଲ,
ସେ ହେଉଛନ୍ତି ମୋ’ ଆଶ୍ରୟସ୍ଥଳ।
ସଦାପ୍ରଭୁ ମୋର ଲୋକମାନଙ୍କୁ ଶାସନ କରିବାରେ ମୋତେ ସାହାଯ୍ୟ କରନ୍ତି।
3 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ପାଇଁ ଏତେ ମହତ୍ତ୍ୱପୂର୍ଣ୍ଣ କାହିଁକି?
ତୁମ୍ଭେ ଆମ୍ଭମାନଙ୍କ ପ୍ରତି କାହିଁକି ଧ୍ୟାନ ଦିଅ?
4 ମନୁଷ୍ୟ ଜୀବନ ପବନର ଫୁତ୍କାର।
ତାହାର ଜୀବନ ବହିଯିବା ଦିନର ଛାୟା ତୁଲ୍ୟ।
5 ହେ ସଦାପ୍ରଭୁ, ଆପଣା ଗଗନ ମଣ୍ଡଳକୁ ଚିରି ତଳକୁ ଆସ।
ପର୍ବତଗଣକୁ ସ୍ପର୍ଶ କର ଯେଉଁଥିରେ ସେମାନେ ଧୂମ ନିର୍ଗତ କରିବେ।
6 ବିଜୁଳି ନିକ୍ଷେପ କରି ଶତ୍ରୁମାନଙ୍କୁ ଘରଦ୍ୱାର ଦିଅ।
ତୁମ୍ଭର “ବାଣ” ନିକ୍ଷେପ କର ଏବଂ ସେମାନଙ୍କୁ ତଡ଼ି ଦିଅ।
7 ସଦାପ୍ରଭୁ, ସ୍ୱର୍ଗରୁ ଓହ୍ଲାଇ ଆସ ଏବଂ ମୋତେ ରକ୍ଷା କର।
ମୋତେ ଶତ୍ରୁରୂପକ ସମୁଦ୍ରରେ ବୁଡ଼ାଅ ନାହିଁ।
ମୋତେ ବିଦେଶୀମାନଙ୍କଠାରୁ ରକ୍ଷା କର।
8 ସେହି ଶତ୍ରୁଗଣ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
9 ହେ ସଦାପ୍ରଭୁ, ତୁମ୍ଭ ବିଷୟରେ ମୁଁ ନୂତନ ଗୀତ ଗାନ କରିବି।
ଦଶତାର ଯନ୍ତ୍ରରେ ତୁମ୍ଭ ଉଦ୍ଦେଶ୍ୟରେ ମୁଁ ପ୍ରଶଂସା ଗାନ କରିବି।
10 ହେ ସଦାପ୍ରଭୁ, ତୁମ୍ଭ ରାଜାମାନଙ୍କୁ ସେମାନଙ୍କ ଯୁଦ୍ଧରେ ବିଜୟୀ କରାଅ।
ସଦାପ୍ରଭୁ, ତୁମ୍ଭେ ଆପଣା ସେବକ ଦାଉଦଙ୍କୁ ଶତ୍ରୁ ଖଡ଼୍ଗର ସମ୍ମୁଖରୁ ଉଦ୍ଧାର କର।
11 ମୋତେ ସେହି ବିଦେଶୀଙ୍କଠାରୁ ରକ୍ଷା କର।
ସେହି ଶତ୍ରୁମାନେ ମିଥ୍ୟାବାଦୀ,
ଏପରିକି ଯେତେବେଳେ ସେମାନେ ସତ୍ୟ କହିବାକୁ ଶପଥ ନିଅନ୍ତି।
12 ଆମ୍ଭର ପୁତ୍ରଗଣ ସେହି ବୃକ୍ଷଗୁଡ଼ିକ ପରି ହୁଅନ୍ତୁ ଯେଉଁଗୁଡ଼ିକ ଖୁବ୍ ଶୀଘ୍ର ବଢ଼ି ପୂର୍ଣ୍ଣ ବୃକ୍ଷରେ ପରିଣତ ହୁଅନ୍ତି।
ଆମ୍ଭମାନଙ୍କ କନ୍ୟାଗଣ ରାଜପ୍ରାସାଦର ଖୋଦିତ କୋଣର ଖମ୍ବ ତୁଲ୍ୟ ହୁଅନ୍ତୁ।
13 ଆମ୍ଭମାନଙ୍କର ଭଣ୍ଡାର
ସର୍ବପ୍ରକାର ଶସ୍ୟରେ ପରିପୂର୍ଣ୍ଣ ହେଉ।
ଆମ୍ଭମାନଙ୍କର ମେଷଗଣ ସହସ୍ର ସହସ୍ର
ଓ ଅୟୁତ ଅୟୁତ ଶାବକ ପ୍ରସବ କରନ୍ତୁ।
14 ଆମ୍ଭର ଗାଈଗୋରୁ ଉତ୍ପାଦନ ଦ୍ୱାରା ଅଧିକ ଓଜନିଆ ହୋଇ ପଡ଼ନ୍ତୁ।
ଆମ୍ଭମାନଙ୍କର ଶତ୍ରୁଗଣ ଆମ୍ଭର ପ୍ରାଚୀରକୁ ଭାଙ୍ଗନ୍ତୁ ନାହିଁ।
ଆମ୍ଭମାନଙ୍କ ମଧ୍ୟରୁ କେହି ନିର୍ବାସିତ ନ ହୁଅନ୍ତୁ।
ଆମ୍ଭମାନଙ୍କ ଛକସ୍ଥାନରେ କୌଣସି କୋଳାହଳ ନ ହେଉ।
15 ସେହିପରି ଲୋକମାନେ ହେଉଛନ୍ତି ଧନ୍ୟ, ଯାହାର ଏହିଭଳି ଅଛି।
ସେହି ଲୋକମାନେ ଧନ୍ୟ ହୁଅନ୍ତୁ, ଯାହାର ପରମେଶ୍ୱର ହେଉଛନ୍ତି ସଦାପ୍ରଭୁ।
104 ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ହେ ସଦାପ୍ରଭୁ, ମୋର ପରମେଶ୍ୱର, ତୁମ୍ଭେ ମହାନ।
ତୁମ୍ଭେ ସମ୍ଭ୍ରମ ଓ ଐଶ୍ୱର୍ଯ୍ୟରେ ବିଭୂଷିତ।
2 ତୁମ୍ଭେ ରାଜବସ୍ତ୍ର, ପରି ଦିପ୍ତୀ ପରିଧାନ କର।
ତୁମ୍ଭେ ପରଦା ପରି ଆକାଶମଣ୍ଡଳ ବିସ୍ତାର କରିଅଛ।
3 ତୁମ୍ଭେ ଆକାଶର ଜଳରାଶି ଉପରେ ଘର କଲ।
ତୁମ୍ଭେ ମେଘମାଳାକୁ ଆପଣା ରଥପରି କରିଅଛ।
ତୁମ୍ଭେ ବାୟୁ ରୂପକ ପକ୍ଷ ଦ୍ୱାରା ଆକାଶରେ ଗମନାଗମନ କରୁଅଛ।
4 ହେ ପରମେଶ୍ୱର, ତୁମ୍ଭେ ଆପଣା ଦୂତମାନଙ୍କୁ ବାୟୁ ପରି କର
ଓ ତୁମ୍ଭର ସେବକମାନଙ୍କୁ ଅଗ୍ନି[a] ସଦୃଶ କର।
5 ହେ ପରମେଶ୍ୱର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଅଛ
ଯେ ତାହା ମୂଳରୁ କେବେ ଧକ୍କା ହେବ ନାହିଁ।
6 ତୁମ୍ଭେ ତାହାକୁ ବାରିଧିର କମଳ ତୁଲ୍ୟ ଆଚ୍ଛାଦନ କଲ।
ପର୍ବତଗଣ ଉପରେ ଜଳରାଶି ଆଚ୍ଛାଦିତ ହେଲା।
7 କିନ୍ତୁ ତୁମ୍ଭେ ଆଜ୍ଞା ଦେଲ ଓ ଜଳରାଶି ସେଠାରୁ ଛାଡ଼ି ପଳାଇଲା।
ହେ ପରମେଶ୍ୱର, ତୁମ୍ଭେ ଜଳରାଶିକୁ ପାଟିକଲ ଓ ତାହା ପଳାଇଲା।
8 ସେହି ପାଣିସବୁ ପର୍ବତ ଉପରୁ ଉପତ୍ୟକାକୁ ବହିଗଲା
ଏବଂ ତା'ପରେ ତୁମ୍ଭେ ସୃଷ୍ଟି କରିଥିବା ସ୍ଥାନକୁ ବହିଗଲା।
9 ତୁମ୍ଭେ ସମୁଦ୍ର ପାଇଁ ସୀମା ନିର୍ଦ୍ଧାରିତ କଲ।
ଯେପରିକି ସେମାନେ ତାହା ଅତିକ୍ରମ କରି ପାରିବେ ନାହିଁ।
ଜଳରାଶି କେବେ ସୀମା ଲଙ୍ଘନ କରି ପୃଥିବୀକୁ ଆଚ୍ଛାଦନ କରି ପାରିବ ନାହିଁ।
10 ପରମେଶ୍ୱର, ତୁମ୍ଭେ ହିଁ ଝରଣାରୁ ଜଳର ସ୍ରୋତ ବୁହାଇଲ।
ଏହା ପର୍ବତଗଣର ସ୍ରୋତରେ ମିଶି ବହିଯାଏ।
11 ଏହି ଜଳ ବନ୍ୟ ପଶୁଗଣକୁ ଜଳ ଯୋଗାଏ।
ବନ୍ୟ ଗର୍ଦ୍ଦଭମାନେ ତହିଁରେ ନିଜ ନିଜର ତୃଷା ନିବାରଣ କରନ୍ତି।
12 ବନ୍ୟ ପକ୍ଷୀଗଣ ଜଳାଶୟ ନିକଟରେ ବାସ କରିବା ପାଇଁ ଆସନ୍ତି।
ସେହି ପକ୍ଷୀଗୁଡ଼ିକ ଜଳାଶୟ ପାଖରେ ଥିବା ବୃକ୍ଷର ଡାଳମାନଙ୍କରେ ଥାଇ ଗୀତ ଗାଆନ୍ତି।
13 ତୁମ୍ଭେ ତୁମ୍ଭର ପର୍ବତ ଗୁଡ଼ିକର ପାଦ ଦେଶରେ ବୃଷ୍ଟି କରାଅ।
କାରଣ ଯାହାସବୁ ତୁମ୍ଭେ କର, ପୃଥିବୀ ଦରକାର କରୁଥିବା ସବୁ ଜିନିଷ ଏହା ମଧ୍ୟରେ ଅଛି।
14 ତୁମ୍ଭେ ପଶୁଗଣଙ୍କ ନିମନ୍ତେ ତୃଣ
ଓ ମନୁଷ୍ୟର ସେବା ନିମନ୍ତେ ବୃକ୍ଷ ଅଙ୍କୁରିତ କର।
ଏହିପରି ଭାବରେ ସେମାନେ ପୃଥିବୀରୁ ଖାଦ୍ୟ ପାଆନ୍ତି।
15 ହୃଦୟ ଚିତ୍ତ ଆନନ୍ଦକାରୀ ଦ୍ରାକ୍ଷାରସ ଦିଅ,
ଆମ୍ଭମାନଙ୍କର ମୁହଁ ଚିକ୍କଣକାରୀ ତୈଳ
ଓ ମନୁଷ୍ୟକୁ ଶକ୍ତିଶାଳୀ କରୁଥିବା ଖାଦ୍ୟ ଦିଅ।
16 ଲିବାନୋନ୍ର ମହାନ ବୃକ୍ଷଗୁଡ଼ିକ ପ୍ରଚୁର ପରିମାଣରେ ବର୍ଷା ପାଆନ୍ତି।
ସଦାପ୍ରଭୁ ସେହି ବୃକ୍ଷଗୁଡ଼ିକୁ ରୋପଣ କରିଥିଲେ ଓ ସେମାନଙ୍କର ଆବଶ୍ୟକତାନୁଯାୟୀ ପାଣି ଦେଉଥିଲେ।
17 ସେହି ବୃକ୍ଷଗୁଡ଼ିକ ମଧ୍ୟରେ ପକ୍ଷୀଗଣ ଆପଣା ଆପଣା ବସା ନିର୍ମାଣ କରନ୍ତି।
ସାରସ ପକ୍ଷୀ ସୋନେବର ବୃକ୍ଷରେ ବାସ କରନ୍ତି।
18 ଉଚ୍ଚ ପର୍ବତଶ୍ରେଣୀ ବନ୍ୟ ଛାଗମାନଙ୍କ ବାସସ୍ଥାନ ଅଟେ।
ଶୈଳସବୁ ଶାଫନର[b] ଆଶ୍ରୟ।
19 ପରମେଶ୍ୱର ଋତୁ ନିରୂପଣ ନିମନ୍ତେ ଚନ୍ଦ୍ର ସୃଷ୍ଟି କରିଛନ୍ତି।
ସୂର୍ଯ୍ୟ ଆପଣା ଅସ୍ତଗମନ ଜାଣେ।
20 ତୁମ୍ଭେ ଅନ୍ଧକାର କଲେ ରାତ୍ରି ହୁଏ।
ତହିଁରେ ସକଳ ବନ୍ୟପଶୁ ବାହାରି ଭ୍ରମଣ କରନ୍ତି।
21 ଯୁବା ସିଂହଗଣ ମୃଗୟା ଚେଷ୍ଟାରେ ଗର୍ଜନ କରନ୍ତି।
ସତେ ଯେପରି ସେମାନେ ପରମେଶ୍ୱରଙ୍କଠାରୁ ଆହାର ଲୋଡ଼ନ୍ତି।
22 ସୂର୍ଯ୍ୟୋଦୟ ହେଲେ ସେମାନେ ନିଜ ନିଜ ବସାକୁ ଗ୍ଭଲିଯା’ନ୍ତି।
ଏବଂ ନିଜ ନିଜ ବସାରେ ବିଶ୍ରାମ କରନ୍ତି।
23 ଏହା ପରେ ମନୁଷ୍ୟ ତା'ର କାମକୁ ବାହାରେ
ଏବଂ ସେ ସନ୍ଧ୍ୟା ପର୍ଯ୍ୟନ୍ତ କାମ କରେ।
24 ସଦାପ୍ରଭୁ, ତୁମ୍ଭେ କେତେ ଜିନିଷ ତିଆରି କରିଅଛ।
ପୃଥିବୀ ତୁମ୍ଭ ସୃଷ୍ଟି ବସ୍ତୁରେ ପରିପୂର୍ଣ୍ଣ ଅଛି।
ଜ୍ଞାନ ବଳରେ ତୁମ୍ଭେ ସେସବୁ ଜିନିଷ ତିଆରି କରିଅଛ।
25 ମହାସାଗରକୁ ଦେଖ, ଏହା କେତେ ମହାନ!
ବହୁତ ଛୋଟ ଏବଂ ବଡ଼ ଜୀବ ସେଥିରେ ବାସ କରୁଛନ୍ତି।
ସେଗୁଡ଼ିକୁ ଗଣନା କରି ହେବ ନାହିଁ।
26 ତହିଁରେ ଜାହାଜ ଯାତାୟାତ କରେ।
ତହିଁରେ ଖେଳିବା ପାଇଁ
ତୁମ୍ଭର ସୃଷ୍ଟି ଲିବିୟାଥନ୍ ଥାଏ।
27 ଏ ସମସ୍ତ ପ୍ରାଣୀ ତୁମ୍ଭ ଉପରେ ନିର୍ଭର କରନ୍ତି,
ଯେପରିକି ଠିକ୍ ସମୟରେ ତୁମ୍ଭେ ସେମାନଙ୍କୁ ଖାଦ୍ୟ ପ୍ରଦାନ କରିବ,
28 ତୁମ୍ଭେ ସେମାନଙ୍କୁ ଖାଦ୍ୟ ଦିଅ, ଯାହା ସେମାନେ ସଂଗ୍ରହ କରନ୍ତି।
ତୁମ୍ଭେ ତୁମ୍ଭର ହସ୍ତ ଖୋଲି ଦିଅ, ସେମାନେ ପରିତୃପ୍ତ ହେବା ପର୍ଯ୍ୟନ୍ତ ଏଥିରୁ ଭୋଜନ କରିବେ।
29 ଏବଂ ତୁମ୍ଭେ ଯେତେବେଳେ ସେମାନଙ୍କର ବିମୁଖ ହୁଅ ସେମାନେ ଭୟଭୀତ ହୁଅନ୍ତି।
ଯେତେବେଳେ ତୁମ୍ଭେ ସେମାନଙ୍କର ନିଃଶ୍ୱାସ ପ୍ରଶ୍ୱାସ ନେଇଯାଅ,
ସେମାନେ ଦୁର୍ବଳ ଓ ମୃତ୍ୟୁ ହୋଇ ଯାଆନ୍ତି,
ପୁଣି ସେମାନଙ୍କ ଶରୀର ଧୂଳିରେ ପରିଣତ ହୁଏ।
30 ହେ ସଦାପ୍ରଭୁ, ତୁମ୍ଭେ ଯେତେବେଳେ ଆପଣା ଆତ୍ମା ପଠାଅ, ସେତେବେଳେ ନୂତନ ସୃଷ୍ଟି ହେବ।
ଏବଂ ତୁମ୍ଭେ ପୁଣି ସମସ୍ତ ନୂତନ ଜିନିଷ ପୃଥିବୀରେ ସୃଷ୍ଟି କର।
31 ସଦାପ୍ରଭୁଙ୍କର ମହିମା ଅନନ୍ତକାଳ ଥାଉ!
ସଦାପ୍ରଭୁ ଆପଣା ଦୃଷ୍ଟିରେ ଆନନ୍ଦିତ ହୁଅନ୍ତୁ।
32 ସଦାପ୍ରଭୁ ପୃଥିବୀକୁ ଗ୍ଭହିଁଲେ ପୃଥିବୀ କମ୍ପିତ ହୁଏ।
ସେ ପର୍ବତକୁ ସ୍ପର୍ଶକଲେ ସେଥିରୁ ଧୂଆଁ ନିର୍ଗତ ହୁଏ।
33 ମୁଁ ଜୀବନସାରା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗାନ କରିବି।
ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ପ୍ରଶଂସା ଗାନ କରିବି।
34 ମୁଁ ଆଶାକରେ ମୁଁ ଯାହାସବୁ କହିଲି ତାହା ଆନନ୍ଦ ଦେବ।
ମୁଁ ସଦାପ୍ରଭୁଙ୍କ ପାଇଁ ଆନନ୍ଦିତ ହେବି।
35 ପାପୀମାନେ ପୃଥିବୀରୁ ଉଭେଇ ଯାଆନ୍ତୁ।
ସବୁଦିନ ପାଇଁ ଦୁଷ୍ଟ ଲୋକମାନେ ନିଶେଷ ହୁଅନ୍ତୁ।
ହେ ମୋର ପ୍ରାଣ, ସଦାପ୍ରଭୁଙ୍କର ପ୍ରଶଂସା କର!
ସଦାପ୍ରଭୁଙ୍କର ପ୍ରଶଂସା କର।
ଦାଉଦଙ୍କର ଶେଷ ବାକ୍ୟ
23 ଏଗୁଡ଼ିକ ଦାଉଦଙ୍କର ଶେଷ କଥା,
“ଯିଶୀର ପୁତ୍ର ଦାଉଦ କହନ୍ତି
ଏହି ବ୍ୟକ୍ତିକୁ ପରମେଶ୍ୱର ମହାନ କରିଛନ୍ତି
ଏବଂ ଯିଏ କି ଯାକୁବଙ୍କର ପରମେଶ୍ୱର ଅଭିଷିକ୍ତ
ଏବଂ ଯିଏ ଇସ୍ରାଏଲର ସୁମଧୁର ଗାୟକ କହନ୍ତି,
2 ମୋ’ ଦ୍ୱାରା ସଦାପ୍ରଭୁଙ୍କ ଆତ୍ମା କହିଲେ,
ଓ ତାଙ୍କର ବାକ୍ୟ ମୋ’ ଜିହ୍ୱାରେ ଥିଲା।
3 ଇସ୍ରାଏଲର ପରମେଶ୍ୱର କହିଲେ,
ଇସ୍ରାଏଲର ଶୈଳ ମୋତେ କହିଲେ,
‘ଯେଉଁ ବ୍ୟକ୍ତି ନ୍ୟାୟ ଭାବରେ ଲୋକମାନଙ୍କୁ ଶାସନ କରେ,
ଯିଏ ସଦାପ୍ରଭୁଙ୍କ ଭୟରେ ଓ ଭକ୍ତିରେ ଶାସନ କରେ।
4 ଏହି ଲୋକ ଉଦିତ ସୂର୍ଯ୍ୟରେ ଦୀପ୍ତି ତୁଲ୍ୟ ଉଜ୍ଜ୍ୱଳମାନ ହେବ।
ସେ ଲୋକ ବାଦଲ ବିହୀନ ପ୍ରଭାତ ତୁଲ୍ୟ,
ବୃଷ୍ଟି ହୋଇଯାଇଥିବା ଆକାଶ ତୁଲ୍ୟ,
ଯେଉଁ ବୃଷ୍ଟି ସୂକ୍ଷ୍ମ ଘସାକୁ ବଢ଼ାଏ।’
5 “ପରମେଶ୍ୱର ମୋର ପରିବାରକୁ ଶକ୍ତିଶାଳୀ
ଓ ସୁରକ୍ଷିତ କରିଛନ୍ତି ଏବଂ ଚିରଦିନ ପାଇଁ ମୋ’ ସହିତ ଏକ ନିୟମ କରିଛନ୍ତି।
ଏହି ନିୟମଟି ସଦାପ୍ରଭୁଙ୍କ ଦ୍ୱାରା ସୁରକ୍ଷିତ।
ସେ ମୋତେ ପ୍ରତ୍ୟେକ ଥର ବିଜୟ ଦେବେ ଓ ମୁଁ ଯାହା ଆଶା କରୁଅଛି ଦେବେ।
6 “କିନ୍ତୁ ସମସ୍ତ ମନ୍ଦ ଲୋକମାନେ କଣ୍ଟା ତୁଲ୍ୟ।
ସାଧାରଣତଃ ଲୋକମାନେ ସେମାନଙ୍କର ହାତରେ କଣ୍ଟା ଧରନ୍ତି ନାହିଁ,
ମାତ୍ର ସେମାନଙ୍କୁ ଦୂରକୁ ଫିଙ୍ଗିଦିଅନ୍ତି।
7 ମାତ୍ର ଯେଉଁ ଲୋକ ତାକୁ ସ୍ପର୍ଶ କରିବ,
ଲୌହ ଓ କାଠର ବର୍ଚ୍ଛାଦଣ୍ଡରେ ସେମାନେ ଆଘାତ ପ୍ରାପ୍ତ ହେବ।
ହଁ ସେଗୁଡ଼ିକ କଣ୍ଟା ତୁଲ୍ୟ।
ସେଗୁଡ଼ିକ ନିଆଁରେ ପୋଡ଼ାଯିବ।”
13 ତା'ପରେ ରାଜାଙ୍କର ବିଶେଷ ଦଳର ତିନି ଜଣ ଲୋକ ଶସ୍ୟଅମଳ ସମୟରେ ଗଲେ ଓ ଅଦୁଲ୍ଲମ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟମାନଙ୍କ ସୈନ୍ୟ ରଫାୟୀମ ତଳ ଭୂମିରେ ଛାଉଣି ସ୍ଥାପନ କରିଥିଲେ।
14 ଅନ୍ୟ ସମୟରେ ଦାଉଦ ଦୁର୍ଗରେ ଥିଲେ ଓ ପଲେଷ୍ଟୀୟମାନଙ୍କ ପ୍ରହରୀ ସୈନ୍ୟଦଳ ବୈଥ୍ଲେହମରେ ଥିଲେ। 15 ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ କେହି ବୈଥ୍ଲେହମରେ ନଗରଦ୍ୱାର ନିକଟସ୍ଥ କୂଅରୁ ଜଳ ଦିଅନ୍ତା କି।” 16 ତହିଁରେ ସେହି ତିନି ବୀର ରାସ୍ତାରେ ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବୈଥ୍ଲେହମ ନଗରଦ୍ୱାର ନିକଟସ୍ଥ କୂଅରୁ ପାଣି ଆଣିଲେ। ମାତ୍ର ସେ ତହିଁରୁ ପିଇବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହାକୁ ଢାଳି ଦେଲେ। 17 ଦାଉଦ କହିଲେ, “ହେ ସଦାପ୍ରଭୁ, ମୁଁ ନିଶ୍ଚୟ ଏହି ପାଣି ପିଇବି ନାହିଁ। ଏହା ସେହି ମଣିଷର ରକ୍ତ ପିଇବା ପରି ହେବ, ଯେଉଁମାନେ ମୋ’ ପାଇଁ ସେମାନଙ୍କ ପାଇଁ ଉତ୍ସର୍ଗ କରିଦେଲେ।” ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସେହି ତିନି ବୀର କରିଥିଲେ।
ପାଉଲ ହେରୋଦ ଆଗ୍ରିପ୍ପାଙ୍କ ସାମନାରେ ଉପସ୍ଥିତ ହେଲେ
13 କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗରେ ଦେଖା କରିବାକୁ କାଇସରୀଆ ନଗରକୁ ଗଲେ। 14 ସେମାନେ ସେହି ସ୍ଥାନରେ ବହୁତ ଦିନ ରହିଲେ। ଫେଷ୍ଟ ରାଜାଙ୍କ ଆଗରେ ପାଉଲଙ୍କ ଅଭିଯୋଗ ବିଷୟରେ କହିଲେ। ସେ ତାହାଙ୍କୁ କହିଲେ, “ଏଠାରେ ଜଣେ ଲୋକ ଅଛି। ଫେଲୀକ୍ସ୍ ତାକୁ ବନ୍ଦୀ ରୂପେ ରଖି ଯାଇଛନ୍ତି। 15 ମୁଁ ଯିରୁଶାଲମରେ ରହିବା ସମୟରେ ମୁଖ୍ୟ ଯାଜକମାନେ ଓ ଯିହୂଦୀମାନଙ୍କ ପ୍ରାଚୀନମାନେ ମୋ’ ନିକଟରେ ତା’ ବିରୁଦ୍ଧରେ ଅଭିଯୋଗ କରିଥିଲେ। ସେମାନେ ତା'ର ମୃତ୍ୟୁଦଣ୍ଡ ଗ୍ଭହୁଁଥିଲେ। 16 ମୁଁ ସେମାନଙ୍କୁ ଉତ୍ତର ଦେଲି, ‘ଯେତେବେଳେ କୌଣସି ବ୍ୟକ୍ତି କୌଣସି ଦୋଷ ପାଇଁ ଅଭିଯୁକ୍ତ ହୁଏ, ସେ ନିଜ ଅଭିଯୋଗକାରୀମାନଙ୍କର ମୁଖାମୁଖି ନ ହେବା ପର୍ଯ୍ୟନ୍ତ ଓ ନିଜ ବିରୁଦ୍ଧରେ ଆଗତ ଅଭିଯୋଗର ଉତ୍ତର ନ ଦେବା ପର୍ଯ୍ୟନ୍ତ ରୋମୀୟମାନେ ସେହି ଲୋକକୁ ଅନ୍ୟ କାହାକୁ ବିଗ୍ଭର ପାଇଁ ଦିଅନ୍ତି ନାହିଁ।’
17 “ତେଣୁ ଏହି ଯିହୂଦୀୟମାନେ ବିଗ୍ଭର ପାଇଁ କାଇସରୀଆକୁ ଆଣିବାର ମୁଁ ସମୟ ନଷ୍ଟ ନ କରି ତହିଁ ଆରଦିନ ବିଗ୍ଭର ସ୍ଥାନରେ ବସିଲି ଓ ସେହି ଲୋକକୁ ବିଗ୍ଭରାଳୟକୁ ଆଣିବା ପାଇଁ ଆଦେଶ ଦେଲି। 18 ଯିହୂଦୀମାନେ ଠିଆ ହୋଇ ତାହାଙ୍କୁ ଦୋଷୀ କଲେ। କିନ୍ତୁ କୌଣସି ଖରାପ ଅପରାଧ ପାଇଁ ସେମାନେ ତାକୁ ଅଭିଯୁକ୍ତ କରି ପାରିଲେ ନାହିଁ। 19 ତା’ ପରିବର୍ତ୍ତେ ସେମାନେ କେବଳ ନିଜ ଧର୍ମ ଓ ଯୀଶୁ ନାମକ ଜଣେ ମୃତ ବ୍ୟକ୍ତି ବିଷୟରେ ଯୁକ୍ତିତର୍କ କଲେ। କିନ୍ତୁ ପାଉଲ ଯୀଶୁଙ୍କୁ ଜୀବିତ ବୋଲି ଦାବୀ କଲେ। 20 ମୁଁ ଏ ସବୁ ବିଷୟରେ ବେଶି ଜାଣି ନ ଥିଲି। ତେଣୁ ମୁଁ କିଛି ପ୍ରଶ୍ନ ପଗ୍ଭରିଲି ନାହିଁ। ମୁଁ ପାଉଲଙ୍କୁ ପଗ୍ଭରିଲି, ‘ଏହି ଅଭିଯୋଗଗୁଡ଼ିକର ବିଗ୍ଭର ପାଇଁ ତୁମ୍ଭେ ଯିରୁଶାଲମ ଯିବାକୁ ଗ୍ଭହୁଁଛ କି?’ 21 କିନ୍ତୁ ପାଉଲ ବନ୍ଦୀଗୃହରେ ରହିବା ପାଇଁ ଓ ସମ୍ରାଟଙ୍କ ଦ୍ୱାରା ବିଗ୍ଭର ହେବା ପାଇଁ ଅନୁରୋଧ କଲେ। ତେଣୁ ମୁଁ ତାହାକୁ ସମ୍ରାଟଙ୍କ ପାଖକୁ ପଠାଇବାର ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ବନ୍ଦୀଗୃହରେ ରହିବା ପାଇଁ ଆଦେଶ ଦେଲି।”
22 ତା'ପରେ ଆଗ୍ରିପ୍ପା ଫେଷ୍ଟଙ୍କୁ କହିଲେ, “ମୁଁ ସେହି ଲୋକଠାରୁ ନିଜେ ଶୁଣିବାକୁ ଗ୍ଭହେଁ।”
ଫେଷ୍ଟ କହିଲେ, “ଆପଣ ଆସନ୍ତା କାଲି ତା'ଠାରୁ ଶୁଣିବେ।”
23 ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବରେ ଉଚ୍ଚପଦସ୍ଥ ସାମରିକ କର୍ମଗ୍ଭରି ତଥା ନଗରର ମୁଖ୍ୟ ବ୍ୟକ୍ତିଙ୍କ ସହିତ ବିଗ୍ଭରାଳୟରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାୟୀ ପାଉଲଙ୍କୁ ସେଠାକୁ ଅଣାଗଲା।
24 ତା'ପରେ ଫେଷ୍ଟ କହିଲେ, “ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ୟକ୍ତି ବୃନ୍ଦ, ଏ ହେଉଛନ୍ତି ସେହି ଲୋକ, ଯାହାଙ୍କ ବିଷୟରେ ଉଭୟ ଯିରୁଶାଲମ ଓ ଏଠାରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମୋ’ ନିକଟରେ ଚିତ୍କାର କରି ଆବେଦନ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନ ଯାଉ। 25 କିନ୍ତୁ ମୁଁ ଯେତେବେଳେ ତାହାଙ୍କର ବିଗ୍ଭର କଲି ସେତେବେଳେ ତାହାଙ୍କର କିଛି ଭୁଲ୍ ଦେଖିଲି ନାହିଁ। ତାହାଙ୍କୁ ମୃତ୍ୟୁଦଣ୍ଡ ଦେଲା ଭଳି କୌଣସି କାରଣ ଦେଖିଲି ନାହିଁ। ସେ ସମ୍ରାଟଙ୍କ ନିକଟରେ ବିଗ୍ଭରିତ ହେବା ପାଇଁ ଆବେଦନ କରିଥିବାରୁ ମୁଁ ତାହାକୁ ରୋମ୍ ପାଠାଇବା ପାଇଁ ସ୍ଥିର କଲି। 26 କିନ୍ତୁ ମୁଁ ପ୍ରକୃତରେ ଜାଣି ପାରୁ ନାହିଁ, ସମ୍ରାଟଙ୍କୁ ତା’ ବିଷୟରେ କ’ଣ ଲେଖିବି? ତେଣୁ ମୁଁ ତାକୁ ଆପଣମାନଙ୍କ ପାଖକୁ ଓ ହେ ରାଜା ଆଗ୍ରିପ୍ପା ବିଶେଷକରି ଆପଣଙ୍କ ପାଖକୁ ଆଣିଛି। ମୋର ଆଶା, ଆପଣ ତାକୁ ପ୍ରଶ୍ନ ପଗ୍ଭରି ପାରିବେ, ଓ କାଇସରଙ୍କୁ ଲେଖିବା ପାଇଁ ମୋତେ କିଛି କହିବେ। 27 ତେଣୁ ମୁଁ ଭାବୁଛି, ଜଣେ ବନ୍ଦୀ ବିରୁଦ୍ଧରେ କୌଣସି ଅଭିଯୋଗ ନ ଲେଖି ସମ୍ରାଟଙ୍କ ପାଖକୁ ପଠାଇବା ମୋର ମୂର୍ଖାମୀ ହେବ।”
ମନ୍ଦିର ଧ୍ୱଂସ ସମ୍ପର୍କରେ ଯୀଶୁଙ୍କ ଭବିଷ୍ୟଦ୍ବାଣୀ
(ମାଥିଉ 24:1-25; ଲୂକ 21:5-24)
13 ଯୀଶୁ ମନ୍ଦିର ମଧ୍ୟରୁ ବାହାରି ଯାଉଥିବା ସମୟରେ ତାହାଙ୍କର ଜଣେ ଶିଷ୍ୟ ତାହାଙ୍କୁ କହିଲା, “ଗୁରୁ, ଦେଖନ୍ତୁ, ଏ ମନ୍ଦିରର ସୁନ୍ଦର ଭବନଗୁଡ଼ିକ ଓ ତା'ର ବିଶାଳ ପଥରଗୁଡ଼ିକ କେତେ ସୁନ୍ଦର ହୋଇଛି।”
2 ଯୀଶୁ କହିଲେ, “ତୁମ୍ଭେ ଏହି ବିଶାଳ ଭବନଗୁଡ଼ିକ ଦେଖୁଛ? ଏହି ସମସ୍ତ ଭବନ ଧ୍ୱଂସ ପାଇଯିବ। ସବୁତକ ପଥର ଭୂମି ଉପରେ ଓଜାଡ଼ି ହୋଇ ପଡ଼ିବ। ଗୋଟିଏ ହେଲେ ପଥର ଅନ୍ୟ ପଥର ଉପରେ ରହି ପାରିବ ନାହିଁ।”
3 ପରେ ଯୀଶୁ ମନ୍ଦିର ସାମନାରେ ଥିବା ଜୀତପର୍ବତ[a] ଉପରେ ବସିଥିଲେ। ତାହାଙ୍କ ସହିତ ପିତର, ଯାକୁବ, ଯୋହନ ଓ ଆନ୍ଦ୍ରିୟ ଥିଲେ। ସେମାନେ ଯୀଶୁଙ୍କୁ ବ୍ୟକ୍ତିଗତଭାବେ ପଗ୍ଭରିଲେ, 4 “ଏ ସବୁ କେବେ ଘଟିବ, ଆମ୍ଭକୁ କୁହ? ଏ ସବୁ ଘଟିବା ସମୟ ହୋଇଗଲା ବୋଲି, କ’ଣ କ’ଣ ଚିହ୍ନମାନ ଦେଖାଯିବ?”
5 ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ସାବଧାନ! ତୁମ୍ଭକୁ କେହି ଯେପରି ପ୍ରତାରଣା କରି ନ ପାରେ। 6 ଅନେକ ଲୋକ ଆସିବେ ଏବଂ ସେମାନେ ମୋର ନାମ ବ୍ୟବହାର କରିବେ। ସେମାନେ ଦାବି କରିବେ, ‘ମୁଁ ସେହି’। ସେମାନେ ବହୁତ ଲୋକଙ୍କୁ ପ୍ରତାରଣା କରିବେ। 7 ତୁମ୍ଭେ ଯୁଦ୍ଧ ବିଷୟରେ କିମ୍ବା ଯୁଦ୍ଧ ଗ୍ଭଲିଥିବା ବିଷୟରେ ଉଡ଼ା ଖବର ଶୁଣି ଭୟଭୀତ ହୋଇ ଯିବ ନାହିଁ। ଅନ୍ତିମକାଳ ଆସିବା ପୂର୍ବରୁ ଏସବୁ ଘଟଣା ନିଶ୍ଚୟ ଘଟିବ। 8 ଗୋଟିଏ ଜାତି ଅନ୍ୟ ଜାତି ବିରୁଦ୍ଧରେ, ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟ ବିରୁଦ୍ଧରେ ଲଢ଼େଇ କରିବ। ବହୁତ ସ୍ଥାନରେ ଭୂମିକମ୍ପ ହେବ। ଲୋକଙ୍କୁ ଖାଇବାକୁ ମିଳିବ ନାହିଁ। ଏହାସବୁ କୌଣସି ନୂତନ ଶିଶୁର ଜନ୍ମ ପୂର୍ବର ପ୍ରସବ ବେଦନା ଭଳି।
9 “ତୁମ୍ଭେମାନେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଗ୍ଭରାଳୟରେ ସମର୍ପି ଦେବେ। ସେମାନେ ତୁମ୍ଭମାନଙ୍କୁ ସେମାନଙ୍କର ସମାଜଗୃହଗୁଡ଼ିକରେ ପିଟିବେ। ମୋର ଶିଷ୍ୟ ହୋଇଥିବା ଯୋଗୁଁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗରେ ଠିଆ ହେବାକୁ ବାଧ୍ୟ କରାଯିବ। ତୁମ୍ଭେମାନେ ମୋ’ ବିଷୟରେ ପ୍ରମାଣ ଦେବ। 10 କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ସବୁ ଜାତିର ଲୋକଙ୍କଠାରେ ସୁସମାଗ୍ଭର[b] ପ୍ରକାଶ୍ୟରେ ପ୍ରଗ୍ଭରିତ କରାହେବ। 11 ସେମାନେ ତୁମ୍ଭମାନଙ୍କୁ ବନ୍ଦୀକରି ତୁମ୍ଭମାନଙ୍କୁ ଜେରା କରିବେ। ସେମାନେ ତୁମ୍ଭମାନଙ୍କୁ ବିଗ୍ଭର ପାଇଁ ଯଦି ନିଅନ୍ତି, ତେବେ ତୁମ୍ଭେ ସେଠାରେ କ’ଣ କହିବ, ସେ ବିଷୟରେ ଆଗରୁ କେବେ ହେଲେ ଚିନ୍ତା କର ନାହିଁ। ସେ ସମୟରେ ତୁମ୍ଭକୁ ପରମେଶ୍ୱର ଯାହାକିଛି କହିବା ପାଇଁ ଦେବେ, ତୁମ୍ଭେ ତାହା କହିବ, କାରଣ ସେତେବେଳେ ପ୍ରକୃତରେ ତୁମ୍ଭେ କଥା କହିବ ନାହିଁ ମାତ୍ର ପବିତ୍ରଆତ୍ମା କଥା କହିବେ।
12 “ଭାଇ, ଭାଇକୁ ମରଣ ମୁଖକୁ ଠେଲି ଦେବ। ବାପା ତା’ ସନ୍ତାନକୁ ମରିବା ପାଇଁ ଦେଇ ଦେବ। ପିଲାମାନେ ବାପାମାଙ୍କ ବିରୁଦ୍ଧରେ ଠିଆ ହେବେ ଓ ସେମାନଙ୍କୁ ମାରି ଦେବେ। 13 ତୁମ୍ଭେମାନେ ମୋର ଶିଷ୍ୟ ହୋଇଥିବା ଯୋଗୁଁ ସମସ୍ତେ ତୁମ୍ଭମାନଙ୍କୁ ଘୃଣା କରିବେ। କିନ୍ତୁ ଯେଉଁ ଲୋକ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଦୃଢ଼ ହୋଇ ରହିବ, ସେ ରକ୍ଷା ପାଇବ।
2010 by World Bible Translation Center