Book of Common Prayer
ଏକ ଆରୋହଣ ସଙ୍ଗୀତ।
131 ହେ ସଦାପ୍ରଭୁ, ମୁଁ ଗର୍ବୀ ବା ଅହଙ୍କାରୀ ନୁହେଁ।
ମୁଁ ଗୁରୁତ୍ୱପୂର୍ଣ୍ଣ ଜିନିଷ କରିବା ପାଇଁ ଚେଷ୍ଟା କରୁ ନାହିଁ।
ମୁଁ ମହାନ କାର୍ଯ୍ୟ କିଅବା ବହୁତ ଆଶ୍ଚର୍ଯ୍ୟ କାର୍ଯ୍ୟ କରିବା ପାଇଁ
ଆଗ୍ରହୀ ହୋଇ ନାହିଁ।
2 ମୁଁ ଶାନ୍ତ ଅଟେ, ମୋର ପ୍ରାଣ ଧୀର ଅଟେ।
ଏକ ଶିଶୁ ତା'ର ମା କୋଳରେ ଥିବାପରି
ମୋ’ ପ୍ରାଣ ଶାନ୍ତ ଓ ସୁସ୍ଥିର ଅଟେ।
3 ହେ ଇସ୍ରାଏଲ, ବର୍ତ୍ତମାନ ଏବଂ ଅନନ୍ତକାଳ ପାଇଁ
ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ।
ଆରୋହଣ ଗୀତ।
132 ସଦାପ୍ରଭୁ, ଦାଉଦଙ୍କର ସପକ୍ଷରେ ତାଙ୍କର ସମସ୍ତ ମହାନ କାର୍ଯ୍ୟକୁ ସ୍ମରଣ କର।
2 ଏବଂ ସ୍ମରଣ କର, କିପରି ସେ ସଦାପ୍ରଭୁଙ୍କଠାରେ ଶପଥ ନେଲେ,
ଦାଉଦ ଯାକୁବର ଶକ୍ତିମାନ ପରମେଶ୍ୱରଙ୍କଠାରେ ଏକ ବିଶେଷ ପ୍ରତିଜ୍ଞା କଲେ।
3 “ସଦାପ୍ରଭୁଙ୍କ ପାଇଁ ମୁଁ ଏକ ପବିତ୍ର ଗୃହ ନ ପାଇବା ପର୍ଯ୍ୟନ୍ତ
ସର୍ବଶକ୍ତିମାନ ଯାକୁବର ପରମେଶ୍ୱରଙ୍କ ପାଇଁ ଏକ ତମ୍ବୁ କରିବି।
4 ମୁଁ ଶୟନ କରିବି ନାହିଁ।
ମୁଁ ମୋର ଚକ୍ଷୁକୁ ବିଶ୍ରାମ ଦେବି ନାହିଁ।
5 ମୁଁ ମୋର ଗୃହକୁ ଯିବି ନାହିଁ
ଏବଂ ମୁଁ ମୋ’ ବିଛଣାରେ ରହିବି ନାହିଁ।”
6 ଦେଖ ଆମ୍ଭେମାନେ ଇଫ୍ରାଥାରେ ନିୟମ-ସିନ୍ଦୁକ ବିଷୟରେ ଶୁଣିଲୁ।
ଆମ୍ଭେମାନେ ବିନମ୍ର କ୍ଷେତ୍ରରେ ଏହାକୁ ପାଇଲୁ।
7 ଗ୍ଭଲ ସେହି ପବିତ୍ର ତମ୍ବୁକୁ ଯିବା।
ଆମ୍ଭେ ତାଙ୍କ ପାଦପୀଠରେ ଉପାସନା କରିବା।
8 ସଦାପ୍ରଭୁ, ଉଠ ଏବଂ ତୁମ୍ଭର ବିଶ୍ରାମ ସ୍ଥାନକୁ ଯାଅ,
ସିନ୍ଦୁକ ସହିତ ଯାଅ, ତାହା ତୁମ୍ଭର ଶକ୍ତିକୁ ପ୍ରଦର୍ଶନ କରେ।
9 ସଦାପ୍ରଭୁ ତୁମ୍ଭର ଯାଜକମାନେ ବିଜୟ ପରିହିତ ହୁଅନ୍ତୁ
ଏବଂ ତୁମ୍ଭ ଅନୁସରଣକାରୀମାନେ ବହୁତ ଆନନ୍ଦରେ ପାଟି କରନ୍ତୁ।
10 ତୁମ୍ଭ ଦାସ ଦାଉଦଙ୍କ ସକାଶୁ
ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ପରିତ୍ୟାଗ କର ନାହିଁ।
11 ସଦାପ୍ରଭୁ ଦାଉଦଙ୍କୁ ପ୍ରତିଜ୍ଞା କଲେ, ତାଙ୍କ ପ୍ରତି ବିଶ୍ୱାସର ଗୋଟିଏ ଶପଥ କଲେ,
“ଆମ୍ଭେ ତୁମ୍ଭର ବଂଶରୁ ଜଣକୁ ସବୁଦିନ ପାଇଁ ରାଜସିଂହାସନରେ ଅଧିଷ୍ଠିତ କରିବା।
12 “ଦାଉଦ, ଯଦି ତୁମ୍ଭର ଉତ୍ତରାଧିକାରୀଗଣ ଆମ୍ଭର ନିୟମକୁ ଓ ଆମ୍ଭେ ଯେଉଁ ବ୍ୟବସ୍ଥା ଶିକ୍ଷା ସେମାନଙ୍କୁ ଦିଏ ସେଗୁଡ଼ିକୁ ମାନନ୍ତି,
ତେବେ ତୁମ୍ଭ ପରିବାରରୁ କେହିଜଣେ ସବୁଦିନ ରାଜା ହୋଇ ରହିବି।”
13 ସଦାପ୍ରଭୁ ସିୟୋନକୁ ତାଙ୍କର ମନ୍ଦିର ପାଇଁ ବାଛିଲେ।
ଓ ସେ ସେହି ସ୍ଥାନକୁ ଆପଣା ବାସସ୍ଥାନ ପାଇଁ ମନୋନୀତ କଲେ।
14 ସଦାପ୍ରଭୁ କହିଲେ, “ଏହା ଚିରକାଳ ମୋର ବିଶ୍ରାମସ୍ଥାନ ହେବ।
ଏହା ହେଉଛି ଗୋଟିଏ ସ୍ଥାନ ଯେଉଁଥିରେ ଆମ୍ଭେ ସିଂହାସନରେ ବସିବାକୁ ଗ୍ଭହୁଁ।
15 ଆମ୍ଭେ ସେହି ସହରର ଖାଦ୍ୟ ଉପରେ ବହୁଳ ରୂପେ ଆଶୀର୍ବାଦ କରିବା।
ଏପରିକି ସେଠାକାର ଗରିବମାନେ ମଧ୍ୟ ପ୍ରଚୁର ଖାଦ୍ୟ ପାଇବେ।
16 ଆମ୍ଭେ ତାଙ୍କର ଯାଜକଗଣଙ୍କୁ ହିଁ ପରିତ୍ରାଣ ରୂପକ ବସ୍ତ୍ର ପିନ୍ଧାଇବା
ଓ ଆମ୍ଭର ଅନୁଗାମୀମାନେ ଆନନ୍ଦରେ ଧ୍ୱନି କରିବେ।
17 ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା।
ଆମ୍ଭେ ଆପଣା ବଚ୍ଛାଯାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କେବେହେଲେ ନିବୃତ୍ତ କରିବା ନାହିଁ।
18 ତାଙ୍କର ଶତ୍ରୁଗଣଙ୍କୁ ଲଜ୍ଜାରେ ଆଚ୍ଛାଦିତ କରିବା,
କିନ୍ତୁ ତାଙ୍କ ମୁଣ୍ଡ ଉପରେ ଚକ୍ଚକ୍ କରୁଥିବା ରାଜମୁକୁଟ ଶୋଭା ପାଇବ।”
ଦାଉଦଙ୍କ ରଚିତ ଏକ ଆରୋହଣ ଗୀତ।
133 ଏହା କେଡ଼େ ଭଲ ଓ ବଡ଼ ଆନନ୍ଦର କଥା
ଯେତେବେଳେ ସବୁ ଭାଇମାନେ ଏକତ୍ର ଜୀବନଯାପନ କରନ୍ତି।
2 ଏହା ହାରୋଣଙ୍କର ମସ୍ତରେ ବହୁମୂଲ୍ୟ ତୈଳ ସ୍ୱରୂପ
ଯାହା ତାଙ୍କ ଦାଢ଼ି ବାଟେ ବହି ତାହାଙ୍କ ବସ୍ତ୍ରାଞ୍ଚଳରେ ପଡ଼େ।
3 ଏହା ହର୍ମୋଣ ପର୍ବତରୁ ସିୟୋନ ପର୍ବତ ଉପରେ ପଡ଼ୁଥିବା ମୃଦୁ ବୃଷ୍ଟି ତୁଲ୍ୟ।
ସେହିଠାରେ ସଦାପ୍ରଭୁ ଚିରଦିନ ପାଇଁ ଆଶୀର୍ବାଦ କରିବାର ଆଦେଶ ଦେଇଛନ୍ତି।
ଆରୋହଣ ଗୀତ।
134 ହେ ସଦାପ୍ରଭୁଙ୍କର ସମସ୍ତ ଦାସଗଣ, ଯେଉଁମାନେ ରାତିସାରା ତାଙ୍କର ମନ୍ଦିରରେ ତାଙ୍କର ସେବା କରନ୍ତି,
ସେମାନେ ସଦାପ୍ରଭୁଙ୍କର ପ୍ରଶଂସା କରନ୍ତୁ!
2 ତୁମ୍ଭର ହାତ ମନ୍ଦିର ଆଡ଼କୁ ଉଠାଅ
ଏବଂ ସଦାପ୍ରଭୁଙ୍କର ପ୍ରଶଂସା କର।
3 ସ୍ୱର୍ଗ ଓ ପୃଥିବୀର ନିର୍ମାଣକର୍ତ୍ତା,
ସିୟୋନରୁ ତୁମ୍ଭଙ୍କୁ ଆଶୀର୍ବାଦ କରନ୍ତୁ।
135 ସଦାପ୍ରଭୁଙ୍କର ପ୍ରଶଂସା କର।
ସଦାପ୍ରଭୁଙ୍କ ନାମର ପ୍ରଶଂସା କର।
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର।
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ।
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର।
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି।
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ।
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ।
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି।
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ।
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି।
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି।
ସେ ବର୍ଷା ସହିତ ବିଜୁଳି କରାନ୍ତି।
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି।
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ।
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ।
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ।
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ।
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ।
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ
ଓ ବାଶନର ରାଜା ଓଗ୍କୁ
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ।
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ।
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ।
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ।
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ।
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି।
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି।
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା।
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ।
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ।
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ।
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ।
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି,
ସେମାନେ ସେମାନଙ୍କ ତୁଲ୍ୟ ହେବେ।
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର।
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର।
21 ଯିରୁଶାଲମବାସୀ,
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ।
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।
ଜ୍ଞାନ ତୁମ୍ଭକୁ ଯୌନବିକାରରୁ ରକ୍ଷା କରିବ
7 ହେ ମୋର ପୁତ୍ର, ମୋର ବାକ୍ୟକୁ ମନେରଖ, ମୋର ଆଦେଶକୁ ଭୁଲ ନାହିଁ। 2 ମୋର ଆଜ୍ଞାସବୁ ପାଳନ କରି ବଞ୍ଚ। ମୋର ଶିକ୍ଷାକୁ ଜୀବନର ଶ୍ରେଷ୍ଠ ଜିନିଷ ଭାବେ ଗ୍ରହଣ କର। 3 ତାହାକୁ ଅଙ୍ଗୁଳିରେ ବାନ୍ଧି ରଖ, ନିଜ ହୃଦୟରେ ଲେଖି ରଖ। 4 ଜ୍ଞାନକୁ ତୁମ୍ଭର ଭଉଣୀପରି ଗ୍ରହଣ କର। ସୁବିବେଚନାକୁ ତୁମ୍ଭର ପରିବାରର ସଦସ୍ୟରୂପେ ଗ୍ରହଣ କର। 5 ତେବେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ୟଭିଗ୍ଭରିଣୀ ସ୍ତ୍ରୀଙ୍କଠାରୁ ମଧ୍ୟ ରକ୍ଷା କରିବ।
6 ଦିନେ ମୁଁ ମୋର ଝରକା ଜାଲିପରଦା ଦେଇ ଗ୍ଭହୁଁଥିଲି। 7 ମୁଁ ଅଜ୍ଞାନ ଯୁବାମାନଙ୍କ ମଧ୍ୟରେ ଜଣେ ବୁଦ୍ଧିହୀନ ଯୁବକ ଦେଖିଲି। 8 ସେ ବ୍ୟଭିଗ୍ଭରିଣୀ ଗୃହ ନିକଟସ୍ଥ ଗଳି ଦେଇ, ଯିବା ବେଳେ ତା'ର ଗୃହକୁ ଥିବା ପଥରେ ଗ୍ଭଲିଲା। 9 ଏହା ଥିଲା ସୂର୍ଯ୍ୟାସ୍ତ ହେବା ସମୟର। ସନ୍ଧ୍ୟା ଆରମ୍ଭ ହେଉଥିଲା। 10 ସେହି ସ୍ତ୍ରୀ ତା'ର ଗୃହରୁ ବାହାରି ଆସିଲା, ତାକୁ ସାକ୍ଷାତ କରିବାକୁ। ସେ ବେଶ୍ୟାରୂପି ପୋଷାକ ପରିଧାନ କରିଥିଲା। ସେ ବହୁତ ହୃଦୟରେ ଚତୁରୀ ଥିଲା। 11 ସେ ବଡ଼ ତୁଣ୍ଡେଇ ଓ ଅବାଧ୍ୟା ଥିଲା। ତା'ର ପାଦ ଆଦୌ ଗୃହରେ ରହୁ ନ ଥିଲା। 12 ସେ କେତେବେଳେ ରାସ୍ତାର ଉପରେ ଥାଏ, କେତେବେଳେ ଛକରେ ଥାଏ। ସେ ପ୍ରତ୍ୟେକ କୋଣରେ ଛଳନାର ସହିତ ଅପେକ୍ଷା କରେ। 13 ସେହି ସ୍ତ୍ରୀ ଜଣକ ସେହି ଯୁବକକୁ ଧରିଲା ଓ ତାକୁ ଚୁମ୍ବନ କଲା। ଆଉ ନିର୍ଲଜ ମୁଖରେ କହିଲା, 14 ମଙ୍ଗଳାର୍ଥକ ବଳି ଅଛି। “ଆଜି ମୁଁ ମୋର ପ୍ରତିଜ୍ଞା ପୂର୍ଣ୍ଣ କରିଅଛି। 15 ଏଣୁ ମୁଁ ତୁମ୍ଭ ସହିତ ସାକ୍ଷାତ କରିବାକୁ ଆସିଲି। ତୁମ୍ଭକୁ ଦେଖି ଆସୁଥିଲି ଓ ବର୍ତ୍ତମାନ ମୁଁ ତୁମ୍ଭକୁ ପାଇଲି। 16 ମୁଁ ସୃଜନୀ ଓ ମିସ୍ରୀୟ ସୂକ୍ଷ୍ମ ସୂତ୍ରର ଡୋରିଆ ବସ୍ତ୍ର ଆପଣା ପଲଙ୍କରେ ବିଛାଇ ଅଛି। 17 ଗନ୍ଧରସ ଓ ଅଗୁରୁ ଚିନିରେ, ମୋହର ଶଯ୍ୟା ସୁବାସିତ କରିଅଛି। 18 ଆସ ଆମ୍ଭେମାନେ ପ୍ରଭାତଯାଏ କାମରସରେ ମତ୍ତ ଓ ପ୍ରେମରେ ଭୋଳ ହେବା। 19 ମୋର ସ୍ୱାମୀ ଘରେ ନାହାନ୍ତି, ସେ ଦୂର ଯାତ୍ରା କରିଛନ୍ତି। 20 ସେ ତୋଡ଼ାଏ ଟଙ୍କା ସାଙ୍ଗରେ ନେଇ ଯାଇଛନ୍ତି। ସେ ପୂର୍ଣ୍ଣିମା ଦିନରେ ଫେରିବେ।”
21 ସେହି ସ୍ତ୍ରୀ ଜଣକ ଏପରି ମଧୁର ଭାଷା କହି ତାଙ୍କର ମନ ହରଣ କଲା। ତା'ର ଗ୍ଭଟୁ ବାକ୍ୟରେ ତାକୁ ଟାଣି ନେଲା। 22 ସେ ତା'ର ପଥ ଅନୁସରଣ କଲା, ଯେପରି ଗୋରୁ କଂସେଇଖାନାକୁ ଯାଏ। ସେ ଜଣେ ହରିଣ ପରି ଜାଲ ଭିତରକୁ ଗ୍ଭଲି ଯାଉଥିଲା। 23 ଯେମିତି ପକ୍ଷୀଟିଏ ଶିକାରୀ ତୀର ଦ୍ୱାରା, ତା'ର ଛାତିକୁ ଲକ୍ଷ୍ୟଭେଦ କରୁଛି, ତାହା ଜାଣିପାରି ନ ଥାଏ। ଠିକ୍ ସେହିପରି ସେ ଯୁବପୁରୁଷ ବିପଦରେ ଅଛି ବୋଲି ଜାଣି ନ ପାରି ସେ ସ୍ତ୍ରୀର ଜାଲ ଭିତରକୁ ଯାଉଅଛି।
24 ଏଣୁ ହେ ମୋର ପୁତ୍ରମାନେ, ମୋର କଥା ଶୁଣ। ମୋ’ କଥାରେ ମନୋନିବେଶ କର। 25 ତୁମ୍ଭର ହୃଦୟ ସେହି ବେଶ୍ୟାମାନଙ୍କର ପଛରେ ନ ରହୁ। ତୁମ୍ଭେ ତା'ର ପଥରେ ବିପଥଗାମୀ ହୁଅ ନାହିଁ। 26 ସେ ଅନେକଙ୍କୁ କ୍ଷତବିକ୍ଷତ କରିଅଛି। ସେ ମଧ୍ୟ ଅନେକଙ୍କୁ ହତ୍ୟା କରିଅଛି। 27 ତା'ର ଗୃହ ସିଧାସଳଖ କବରକୁ ଯିବା ପାଇଁ ବାଟ। ଯାହା ମୃତ୍ୟୁର ଆଳୟକୁ ଯାଏ।
ବର୍ତ୍ତମାନ ଆମ୍ଭ ପାଖରେ ଅନନ୍ତ ଜୀବନ ଅଛି
13 ହେ ପରମେଶ୍ୱରଙ୍କ ପୁତ୍ରଙ୍କ ନାମରେ ବିଶ୍ୱାସ କରୁଥିବା ଲୋକମାନେ, ତୁମ୍ଭେମାନେ ଯେପରି ଜାଣ ଯେ, ତୁମ୍ଭେମାନେ ଅନନ୍ତ ଜୀବନ ପାଇଅଛ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କ ନିକଟକୁ ଏହି ସମସ୍ତ ଲେଖିଲି। 14 ଆମ୍ଭେ ନିସନ୍ଦେହରେ ତାହାଙ୍କ ନିକଟକୁ ଆସିବା କାରଣ ତାହାଙ୍କଠାରେ ଆମ୍ଭର ଏହି ଭରସା ଅଛି ଯେ ଯେତେବେଳେ ଆମ୍ଭେ ତାହାଙ୍କ ଇଚ୍ଛା ଅନୁଯାୟୀ ତାହାଙ୍କୁ କୌଣସି ବିଷୟ ମାଗୁ ସେ ଆମ୍ଭର ପ୍ରାର୍ଥନା ଶୁଣନ୍ତି। 15 ପ୍ରତ୍ୟେକ ସମୟରେ ସେ ଆମ୍ଭର ମାଗୁଣି ଶୁଣନ୍ତି। ତେଣୁ ଆମ୍ଭେ ତାହାଙ୍କୁ ଯାହା ମାଗୁ, ତାହା ସେ ଦେବେ ବୋଲି ଜାଣୁ।
16 ଯଦି କେହି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସେହି ପାପ ମୃତ୍ୟୁଜନକ, ତେବେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍। ତହିଁରେ ପରମେଶ୍ୱର ସେମାନଙ୍କୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସେମାନଙ୍କୁ ଅନନ୍ତ ମୃତ୍ୟୁ ପାଖକୁ ନେଇ ଯାଇପାରିବ ନାହିଁ। ଏପରି ପାପ ମଧ୍ୟ ଅଛି, ଯାହାର ପରିଣାମ ମୃତ୍ୟୁ ଅଟେ। ମୁଁ ତୁମ୍ଭମାନଙ୍କୁ ସେହିପରି ପାପ ବିଷୟରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ। 17 ସମସ୍ତ ମନ୍ଦ କାମ ପାପ ଅଟେ। କିନ୍ତୁ ଏପରି ପାପ କାମ ମଧ୍ୟ ଅଛି ଯାହା ଅନନ୍ତ ମୃତ୍ୟୁ ଆଡ଼କୁ ନେଇଯାଏ ନାହିଁ।
18 ଆମ୍ଭେ ଜାଣୁ ଯେ, ପରମେଶ୍ୱରଙ୍କର ସନ୍ତାନ ହୋଇଥିବା ବ୍ୟକ୍ତି ଆଉ ପାପରେ ଲିପ୍ତ ରହେ ନାହିଁ। ବରଂ ପରମେଶ୍ୱରଙ୍କ ପୁତ୍ର ତାହାକୁ ରକ୍ଷା କରନ୍ତି ଏବଂ ପାପାତ୍ମା ତା'ର କିଛି କ୍ଷତି କରିପାରେ ନାହିଁ। 19 ଆମ୍ଭେ ଜାଣୁ, ଯେ ଆମ୍ଭେ ପରମେଶ୍ୱରଙ୍କର ଅଟୁ ମାତ୍ର ସମଗ୍ର ଜଗତ ଶୟତାନର ନିୟନ୍ତ୍ରଣରେ ଅଛି। 20 ଆମ୍ଭେ ଏହା ମଧ୍ୟ ଜାଣୁ ଯେ, ପରମେଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଓ ସେ ଆମ୍ଭମାନଙ୍କୁ ବୁଝିବା ଶକ୍ତି ପ୍ରଦାନ କରିଛନ୍ତି। ତେଣୁ ବର୍ତ୍ତମାନ ଆମ୍ଭେ ପରମେଶ୍ୱରଙ୍କୁ ଜାଣିପାରୁ। ସେହି ପରମେଶ୍ୱର ସତ୍ୟ ଅଟନ୍ତି। ସେହି ସତ୍ୟମୟ ପରମେଶ୍ୱର ଓ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କର ଜୀବନ ଅଛି। 21 ତେଣୁ ପ୍ରିୟ ପିଲାମାନେ, ତୁମ୍ଭେମାନେ ସବୁ ନିଜ ନିଜକୁ ଭଣ୍ଡ ଦେବତାମାନଙ୍କଠାରୁ ଦୂରରେ ରଖ।
55 ଯିହୂଦୀମାନଙ୍କର ପବିତ୍ର ନିସ୍ତାରପର୍ବର ସମୟ ପାଖେଇ ଆସିଲା। ଅନେକ ଲୋକ ନିସ୍ତାରପର୍ବ ପୂର୍ବରୁ ଗ୍ରାମାଞ୍ଚଳରୁ କିଛି ଦିନ ଆଗରୁ ଯିରୁଶାଲମରେ ଆସି ପହଞ୍ଚିଲେ, ସେମାନେ ପର୍ବ ପାଇଁ ନିଜକୁ ପବିତ୍ର କରିବା ଉଦ୍ଦେଶ୍ୟରେ ବିଶେଷ କର୍ମ କରିବାକୁ ଗଲେ। 56 ସେମାନେ ଯୀଶୁଙ୍କୁ ଖୋଜିଲେ। ସେମାନେ ମନ୍ଦିର ପରିସରରେ ପରସ୍ପରକୁ ପଗ୍ଭରିଲେ, “ସେ କ'ଣ ନିସ୍ତାରପର୍ବକୁ ଆସୁଛନ୍ତି? ତୁମ୍ଭେ କ'ଣ ଭାବୁଛ?” 57 କିନ୍ତୁ ମହାଯାଜକ ଓ ଫାରୂଶୀମାନେ ଯୀଶୁଙ୍କ ସମ୍ବନ୍ଧରେ ଗୋଟିଏ ବିଶେଷ ଆଦେଶ ଦେଇଥିଲେ। ସେମାନେ ଘୋଷଣା କରିଥିଲେ ଯେ, ଯୀଶୁ କେଉଁଠାରେ ଅଛନ୍ତି ଏହା ଜାଣିଥିବା ବ୍ୟକ୍ତି ସଙ୍ଗେ ସଙ୍ଗେ ସେମାନଙ୍କୁ ଜଣାଇବ। ତେବେ ମୁଖ୍ୟ ଯାଜକ ଓ ଫାରୂଶୀମାନେ ଯୀଶୁଙ୍କୁ ବନ୍ଦୀ କରି ପାରିବେ।
ତାହାଙ୍କ ବନ୍ଧୁମାନଙ୍କ ସହ ବେଥନୀୟାରେ ଯୀଶୁ
(ମାଥିଉ 26:6-13; ମାର୍କ 14:3-9)
12 ଯୀଶୁ ନିସ୍ତାରପର୍ବ ଉତ୍ସବର ଛଅ ଦିନ ପୂର୍ବରୁ ବେଥନୀୟାକୁ ଗଲେ। ଲାଜାର ବେଥନୀୟାରେ ରହୁଥିଲେ। (ଯାହାଙ୍କୁ ଯୀଶୁ ମୃତ୍ୟୁରୁ ଉଠେଇ ଥିଲେ)। 2 ସେଠାରେ ଯୀଶୁଙ୍କ ପାଇଁ ଗୋଟିଏ ଭୋଜି ପ୍ରସ୍ତୁତ ହୋଇଥିଲା। ମାର୍ଥା ଖାଦ୍ୟ ପରିବେଷଣ କରୁଥିଲେ। ଯୀଶୁଙ୍କ ସହିତ ଅନ୍ୟ ଲୋକମାନଙ୍କ ମଧ୍ୟରେ ଲାଜାର ମଧ୍ୟ ଖାଉଥିଲେ। 3 ମରିୟମ ଅଧ ଲିଟର ଅତି ମୂଲ୍ୟବାନ ବିଶୁଦ୍ଧ ଜଟାମାଂସର ଅତର ଆଣି ଯୀଶୁଙ୍କ ପାଦରେ ଢାଳି ଦେଲେ। ତା'ପରେ ସେ ତାହାଙ୍କ ପାଦ ନିଜ କେଶରେ ପୋଛି ଦେଲେ। ଘରଟି ଅତର ସୁବାସରେ ମହକି ଉଠିଲା।
4 ଇଷ୍କାରିୟୋତ ଯିହୂଦା ସେଠାରେ ଥିଲା। ଯିହୂଦା ଯୀଶୁଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ପରେ ଯୀଶୁଙ୍କର ବିରୁଦ୍ଧାଚରଣ କରିଥିଲେ। ଯିହୂଦା ମରିୟମଙ୍କ ଏହି କାର୍ଯ୍ୟ ପସନ୍ଦ କଲେ ନାହିଁ। ସେ କହିଲେ, 5 “ସେହି ଅତରର ମୂଲ୍ୟ ତିନିଶହ ରୂପାଟଙ୍କା। ଏହାକୁ ବୀକ୍ରି କରି ସେହି ଟଙ୍କା ଗରିବ ଲୋକମାନଙ୍କୁ ଦେବା ଉଚିତ୍ ଥିଲା,” 6 କିନ୍ତୁ ଯିହୂଦା ଗରିବ ଲୋକମାନଙ୍କ ପ୍ରତି ପ୍ରକୃତରେ ଚିନ୍ତିତ ନ ଥିଲା। ସେ ନିଜେ ଗ୍ଭେର ଥିବାରୁ ଏ କଥା କହିଲା। ସେ ଶିଷ୍ୟମାନଙ୍କ ପାଇଁ ଟଙ୍କା-ବାକ୍ସ ନିଜ ପାଖରେ ରଖୁଥିଲା। ଏବଂ ସେ ପ୍ରାୟ ସେହି ବାକ୍ସରୁ ଟଙ୍କା ଗ୍ଭେରି କରୁଥିଲା।
7 ଯୀଶୁ ଉତ୍ତର ଦେଲେ, “ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମୋର ସମାଧି କ୍ରିୟାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି। 8 ତୁମ୍ଭ ପାଖରେ ସବୁବେଳେ ଗରିବ ଲୋକେ ରହିଥିବେ, କିନ୍ତୁ ମୁଁ ସର୍ବଦା ତୁମ୍ଭ ସହିତ ରହିବି ନାହିଁ।”
2010 by World Bible Translation Center