Add parallel Print Page Options

‘ହେ ଯିହୂଦା ପ୍ରଦେଶର ବେ‌‌‌‌‌‌ଥ୍‌‌‌‌‌‌ଲେହିମ!
    ଯିହୂଦାର ଶାସକମାନଙ୍କ ଭିତରେ ତୁମ୍ଭେ ମହାନ।
ହଁ, ତୁମ୍ଭରି ଭିତରୁ ଜଣେ ଶାସକ ଆଗତ ହେବ,
    ଏବଂ ସେହି ଶାସକ ମୋର ଲୋକମାନଙ୍କୁ ଇସ୍ରାଏଲକୁ କଢ଼ାଇନେବେ।’”(A)

ତା'ପରେ ହେରୋଦ ପୂର୍ବଦେଶରୁ ଆସିଥିବା ପଣ୍ଡିତମାନଙ୍କ ସହିତ ଗୁପ୍ତ ବୈଠକ କଲେ। ସେମାନେ କେତେବେଳେ ପ୍ରଥମେ ସେହି ତାରା ଦେଖିଥିଲେ, ତାହାର ସଠିକ୍ ସମୟ ହେରୋଦ ପଣ୍ଡିତମାନଙ୍କଠାରୁ ବୁଝିନେଲେ। ହେରୋଦ ସେମାନଙ୍କୁ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ପଠାଇଲେ ଓ କହିଲେ, “ତୁମ୍ଭେମାନେ ବେ‌‌‌‌‌‌ଥ୍‌‌‌‌‌‌ଲେହିମ ଯାଇ ଶିଶୁଟି ବିଷୟରେ ଯତ୍ନ ଭାବରେ ଖୋଜ ଖବର ନିଅ। ଯଦି ତୁମ୍ଭେ ତାକୁ ପାଇଯାଅ, ତେବେ ମୋତେ ଜଣାଅ, ତା'ପରେ ମୁଁ ମଧ୍ୟ ଯାଇ ତାହାଙ୍କୁ ପ୍ରଣାମ କରିବି।”

Read full chapter