Add parallel Print Page Options

16 ଯାକୁବ ଯୋଷେଫଙ୍କ ବାପା।

ଯୋଷେଫ ମରିୟମଙ୍କ ସ୍ୱାମୀ।

ମରିୟମଙ୍କ ଗର୍ଭରୁ ଯୀଶୁ ଜନ୍ମ ହେଲେ।

ଯୀଶୁଙ୍କୁ ଖ୍ରୀଷ୍ଟ[a] କୁହାଯାଏ।

Read full chapter

Footnotes

  1. ମାଥିଉ ଲିଖିତ ସୁସମାଗ୍ଭର 1:16 ଖ୍ରୀଷ୍ଟ ଅଭିଷିକ୍ତ (ମଶୀହ) ବ୍ୟକ୍ତି ବା ମନୋନୀତ ବ୍ୟକ୍ତି

କୁମାରୀ କନ୍ୟା ମରିୟମ

26-27 ଏଲୀଶାବେଥଙ୍କର ଗର୍ଭର ଷଷ୍ଠ ମାସ ଗ୍ଭଲୁଥିଲା। ଗାଲିଲୀର ଗୋଟିଏ ସହର ନାଜରିତରେ ବାସ କରୁଥିବା ଜଣେ କୁମାରୀକନ୍ୟା ପାଖକୁ ପରମେଶ୍ୱର ଦୂତ ଗାବ୍ରିଏଲଙ୍କୁ ପଠାଇଲେ। ଦାଉଦଙ୍କ ବଂଶଜ ଯୋଷେଫ ନାମକ ଜଣେ ପୁରୁଷ ସହିତ ସେ କନ୍ୟାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ତାହାଙ୍କର ନାମ ମରିୟମ ଥିଲା। 28 ସ୍ୱର୍ଗଦୂତ ସେହି କନ୍ୟା ପାଖକୁ ଆସି କହିଲେ, “ନମସ୍କାର। ପ୍ରଭୁ ତୁମ୍ଭକୁ ଅନୁଗ୍ରହ କରିଛନ୍ତି। ସେ ତୁମ୍ଭ ସହିତ ଅଛନ୍ତି।”

29 ମରିୟମ ସ୍ୱର୍ଗଦୂତଙ୍କ କଥା ଶୁଣି ଉ‌ଦ୍‌ବିଗ୍ନ ହୋଇଗଲେ। ତାହାଙ୍କ ଅଭିବାଦନର ଅର୍ଥ କ’ଣ ହୋଇପାରେ, ସେହି କଥା ଭାବି ସେ ଚିନ୍ତାରେ ପଡ଼ିଗଲେ।

30 ସ୍ୱର୍ଗଦୂତ ତାହାଙ୍କୁ କହିଲେ, “ମରିୟମ! ଭୟ କର ନାହିଁ। କାରଣ ପରମେଶ୍ୱର ତୁମ୍ଭ ଉପରେ ପ୍ରସନ୍ନ ହୋଇଛନ୍ତି। 31 ଶୁଣ, ତୁମ୍ଭେ ଗର୍ଭବତୀ ହେବ। ତୁମ୍ଭେ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମ ଦେବ। ତୁମ୍ଭେ ତାହାଙ୍କ ନାମ ଯୀଶୁ ରଖିବ। 32 ସେ ମହାନ୍ ହେବେ। ଲୋକମାନେ ତାହାଙ୍କୁ ସର୍ବୋପରିସ୍ଥ ପରମେଶ୍ୱରଙ୍କ ପୁତ୍ର ବୋଲି କହିବେ ଏବଂ ପ୍ରଭୁ ପରମେଶ୍ୱର ତାହାଙ୍କୁ ତାହାଙ୍କର ପୂର୍ବ ପୁରୁଷ ଦାଉଦଙ୍କ ସିଂହାସନ ପ୍ରଦାନ କରିବେ। 33 ସେ ଅନନ୍ତକାଳ ପର୍ଯ୍ୟନ୍ତ ଯାକୁବବଂଶ ଉପରେ ରାଜତ୍ୱ କରିବେ। ଯୀଶୁଙ୍କ ରାଜ୍ୟର କେବେ ହେଲେ ଶେଷ ହେବ ନାହିଁ।”

34 ମରିୟମ ସ୍ୱର୍ଗଦୂତଙ୍କୁ ପଗ୍ଭରିଲେ, “ଏହା କିପରି ଘଟିବ? ମୁଁ ଏବେ ମଧ୍ୟ କୁମାରୀ ଅଛି?”

35 ସ୍ୱର୍ଗଦୂତ ମରିୟମଙ୍କୁ କହିଲେ, “ପବିତ୍ରଆତ୍ମା ତୁମ୍ଭ ପାଖକୁ ଆସିବେ, ସର୍ବୋପରିସ୍ଥ ପରମେଶ୍ୱରଙ୍କ ଶକ୍ତି ତୁମ୍ଭକୁ ଆବରଣ କରିବ। ଏହିଭଳି ଭାବରେ ଜନ୍ମଗ୍ରହଣ କରୁଥିବା ବାଳକ ପବିତ୍ର ହେବେ। ସେ ପରମେଶ୍ୱରଙ୍କ ପୁତ୍ରଭାବରେ ଖ୍ୟାତ ହେବେ। 36 ତୁମ୍ଭର ସମ୍ପର୍କୀୟ ଏଲୀଶାବେଥ ମଧ୍ୟ ଗର୍ଭବତୀ ଅଛନ୍ତି। ବହୁତ ବୁଢ଼ୀ ହୋଇଯାଇଥିଲେ ମଧ୍ୟ ସେ ଏବେ ଗୋଟିଏ ପୁତ୍ରସନ୍ତାନକୁ ଜନ୍ମ ଦେବେ। ସମସ୍ତେ ଭାବୁଥିଲେ ଯେ, ସେ ଏଣିକି ଆଉ ସନ୍ତାନସନ୍ତତି ପାଇବାକୁ ସମର୍ଥ ହେବେ ନାହିଁ। କିନ୍ତୁ ସେ ଏବେ ଛଅ ମାସର ଗର୍ଭବତୀ ଅଟନ୍ତି। 37 ପରମେଶ୍ୱର ସବୁକିଛି କରି ପାରନ୍ତି। ତାହାଙ୍କ ପାଇଁ ଅସମ୍ଭବ ବୋଲି କିଛି ନାହିଁ।”

38 ମରିୟମ କହିଲେ, “ମୁଁ ପ୍ରଭୁଙ୍କର ଦାସୀ କନ୍ୟା ଅଟେ। ତୁମ୍ଭେ ମୋତେ ଯାହା କହିଲ, ମୋ’ ପାଇଁ ତାହା ହିଁ ହେଉ।” ତା'ପରେ ସ୍ୱର୍ଗଦୂତ ତାହାଙ୍କ ପାଖରୁ ଗ୍ଭଲିଗଲେ।

Read full chapter

ଯୋଷେଫ ମରିୟମଙ୍କ ସହିତ ନାମ ପଞ୍ଜୀକରଣ କଲେ, କାରଣ ମରିୟମଙ୍କ ସହିତ ତାହାଙ୍କର ବିବାହ ନିର୍ବନ୍ଧ ହୋଇ ସାରିଥିଲା। ମରିୟମ ସେତେବେଳେ ଗର୍ଭବତୀ ଥିଲେ। ଯୋଷେଫ ଓ ମରିୟମ ବେ‌ଥ୍‌ଲେହିମରେ ଥିବା ସମୟରେ ମରିୟମଙ୍କର ପ୍ରସବ ସମୟ ଆସିଲା। ସେ ତାହାଙ୍କର ପ୍ରଥମଜାତ ପୁତ୍ର ସନ୍ତାନକୁ ଜନ୍ମ ଦେଲେ। ସେମାନେ ରହିବାକୁ ଚଟିଘରେ ଆଉ ଜାଗା ନ ଥିଲା। ତେଣୁ ମରିୟମ ଶିଶୁଟିକୁ ଲୁଗାପଟାରେ ଗୁଡ଼ାଇ ଗୁହାଳରେ ଗୋରୁ କୁଣ୍ଡରେ ରଖିଦେଲେ।

ମେଷପାଳକମାନେ ଯୀଶୁଙ୍କ ଜନ୍ମ ଖବର ପାଇଲେ

ସେହି ରାତିରେ କେତେକ ମେଷପାଳକ ସେମାନଙ୍କର ମେଣ୍ଢାଗୁଡ଼ିକୁ ରାତିସାରା ପଦାରେ ଜଗି ରହିଥିଲେ। ପ୍ରଭୁଙ୍କର ଜଣେ ଦୂତ ମେଷପାଳକମାନଙ୍କ ସମ୍ମୁଖରେ ଠିଆ ହେଲେ। ପ୍ରଭୁଙ୍କର ଗୌରବର ଜ୍ୟୋତିଃ ସେମାନଙ୍କର ଚତୁର୍ଦ୍ଦିଗରେ ଝଲକି ଉଠିଲା। 10 ମେଷପାଳକମାନେ ଅତ୍ୟନ୍ତ ଭୟଭୀତ ହୋଇଗଲେ। ସ୍ୱର୍ଗଦୂତ ସେମାନଙ୍କୁ କହିଲେ, “ଭୟ କର ନାହିଁ, କାରଣ ମୁଁ ତୁମ୍ଭମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସମାଗ୍ଭର ଆଣିଛି। ତାହା ସବୁଲୋକଙ୍କ ପାଇଁ ମହା ଆନନ୍ଦ ଆଣିଦେବ। 11 କାରଣ ଆଜି ଦାଉଦଙ୍କ ନଗରରେ ତୁମ୍ଭମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଜନ୍ମ ଗ୍ରହଣ କରିଛନ୍ତି। 12 ତୁମ୍ଭେମାନେ ତାହାଙ୍କୁ ଚିହ୍ନି ପାରିବା ପାଇଁ ଏହା ହେଉଛି ସଙ୍କେତ: “ତୁମ୍ଭେମାନେ ଗୋଟିଏ ଶିଶୁକୁ କନାରେ ଗୁଡ଼ାଇ ହୋଇ ଗୋରୁ କୁଣ୍ଡରେ ଶୋଇଥିବାର ଦେଖିବ।”

13 ସେହି ସମୟରେ ସ୍ୱର୍ଗରୁ ବହୁସଂଖ୍ୟାରେ ସ୍ୱର୍ଗଦୂତମାନେ ଆସି ସେହି ସ୍ୱର୍ଗଦୂତଙ୍କ ସହିତ ଯୋଗ ଦେଲେ। ସମସ୍ତ ସ୍ୱର୍ଗଦୂତ ଏହିପରି ପରମେଶ୍ୱରଙ୍କ ସ୍ତୁତି କରୁଥିଲେ:

14 “ସ୍ୱର୍ଗରେ ରହୁଥିବା ପରମେଶ୍ୱରଙ୍କ ଜୟ ହେଉ,
    ଏବଂ ଏ ପୃଥିବୀରେ ଯେଉଁ ଲୋକମାନଙ୍କ ଉପରେ ପରମେଶ୍ୱର ପ୍ରସନ୍ନ ଅଛନ୍ତି, ସେ ସମସ୍ତଙ୍କୁ ଶାନ୍ତି ମିଳୁ।”

15 ସ୍ୱର୍ଗଦୂତମାନେ ମେଷପାଳକମାନଙ୍କୁ ଛାଡ଼ି ସ୍ୱର୍ଗକୁ ଫେରିଗଲେ। ମେଷପାଳକମାନେ ପରସ୍ପର କୁହାକୁହି ହେଲେ: “ଆମ୍ଭେମାନେ ବେ‌ଥ୍‌ଲେହିମ ଯିବା ଓ ଏହି ଯେଉଁ ଘଟଣା ଘଟିଛି ବୋଲି ପ୍ରଭୁ ଆମ୍ଭମାନଙ୍କୁ ଜଣାଇଲେ, ତାହା ଦେଖିବା।”

16 ତେଣୁ ସେମାନେ ଶୀଘ୍ର ଗଲେ ଓ ମରିୟମ ଏବଂ ଯୋଷେଫଙ୍କୁ ଖୋଜି ପାଇଲେ। ସେହି ଶିଶୁ ଗୋଟିଏ ଗୋରୁ କୁଣ୍ଡରେ ଶୋଇଥିଲେ। 17 ମେଷପାଳକମାନେ ଶିଶୁଙ୍କୁ ଦେଖିଲେ। ଏହି ଶିଶୁଙ୍କ ବିଷୟରେ ସ୍ୱର୍ଗଦୂତମାନେ ଯାହା କହିଥିଲେ, ତାହା ସେମାନେ ସମସ୍ତଙ୍କୁ କହିଲେ। 18 ମେଷପାଳକମାନେ ଯାହା କହିଲେ, ତାହା ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। 19 କିନ୍ତୁ ମରିୟମ ଏସବୁ କଥା ନିଜ ମନ ଭିତରେ ଗୋପନ ରଖି, ନିରନ୍ତର ଚିନ୍ତା କରିବାକୁ ଲାଗିଲେ।

Read full chapter