Add parallel Print Page Options

ଗୋଟିଏ ସତର୍କ ବାଣୀ ଏବଂ ବ୍ୟବହାରିକ ବିଷୟ

17 ପ୍ରିୟ ବନ୍ଧୁମାନେ, ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରେରିତମାନେ ତୁମ୍ଭମାନଙ୍କୁ ପୂର୍ବରୁ ଯେଉଁସବୁ କଥା କହିଛନ୍ତି, ତାହା ସ୍ମରଣ କର। 18 ପ୍ରେରିତମାନେ ତୁମ୍ଭକୁ କହିଥିଲେ, “ଶେଷ କାଳରେ ପରମେଶ୍ୱରଙ୍କୁ ଉପହାସ କରୁଥିବା ଲୋକମାନେ ଉଠିବେ।” ଏହି ଲୋକମାନେ କେବଳ ନିଜ ଇଚ୍ଛା ଅନୁସାରେ ପରମେଶ୍ୱରଙ୍କ ବିରୁଦ୍ଧରେ କାର୍ଯ୍ୟ କରନ୍ତି। 19 ଏହି ଲୋକମାନେ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି। ସେମାନେ ନିଜର ପାପ ଇଚ୍ଛା ଅନୁସାରେ ସମସ୍ତ କାର୍ଯ୍ୟ କରନ୍ତି। ସେମାନଙ୍କ ମଧ୍ୟରେ ପବିତ୍ରଆତ୍ମା ନାହାନ୍ତି।

20 କିନ୍ତୁ ମୋର ପ୍ରିୟ ବନ୍ଧୁଗଣ, ତୁମ୍ଭେମାନେ ନିଜର ପବିତ୍ର ବିଶ୍ୱାସ ଉପରେ ନିଜ ନିଜ ଜୀବନକୁ ଦୃଢ଼ ଭାବରେ ଗଢ଼। ପବିତ୍ରଆତ୍ମାଙ୍କ ସାହାଯ୍ୟରେ ପ୍ରାର୍ଥନା କର। 21 ପରମେଶ୍ୱରଙ୍କର ପ୍ରେମରେ ନିଜ ନିଜକୁ ସ୍ଥିର କରି ରଖ। ତୁମ୍ଭେମାନେ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଦୟାର ଅପେକ୍ଷା କର। ସେ ତୁମ୍ଭକୁ ଅନନ୍ତ ଜୀବନ ପ୍ରଦାନ କରିବେ।

22 ସନ୍ଦେହରେ ପଡ଼ିଥିବା ଲୋକମାନଙ୍କୁ ସାହାଯ୍ୟ କର। 23 ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସେହି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦେଖାଇବା ବେଳେ ସାବଧାନରେ ରୁହ। ପାପରେ କଳଙ୍କିତ ହୋଇଥିବା ସେମାନଙ୍କର ଲୁଗାପଟାକୁ ମଧ୍ୟ ଘୃଣା କର।

ପରମେଶ୍ୱରଙ୍କ ପ୍ରଶଂସା କର

24 ପରମେଶ୍ୱର ଶକ୍ତିଶାଳୀ ଓ ସେ ତୁମ୍ଭକୁ ପତନରୁ ରକ୍ଷା କରିବେ। ସେ ତୁମ୍ଭକୁ ମନ୍ଦରୁ ରକ୍ଷା କରି ନିଜର ଗୌରବ ସମ୍ମୁଖକୁ ଆଣି ପାରିବେ ଓ ତୁମ୍ଭକୁ ମହାନନ୍ଦ ଦେଇ ପାରିବେ। 25 ସେ ଏକମାତ୍ର ପରମେଶ୍ୱର। ସେ କେବଳ ଆମ୍ଭକୁ ଉଦ୍ଧାର କରନ୍ତି। ଆମ୍ଭର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଅତୀତ, ବର୍ତ୍ତମାନ ଓ ଚିରଦିନ ପାଇଁ ତ୍ରାଣକର୍ତ୍ତା ପରମେଶ୍ୱରଙ୍କର ଗୌରବ, ମହିମା, କ୍ଷମତା ଓ ଅଧିକାର ହେଉ। ଆମେନ୍।

Read full chapter