Add parallel Print Page Options

ଦୀପରୁଖା

31 “ଏହା ପରେ ତୁମ୍ଭେମାନେ ଏକ ଦୀପ ବୃକ୍ଷ ତିଆରି କରିବ। ଏହା ନିର୍ମଳ ସୁବର୍ଣ୍ଣରେ ପିଟା କର୍ମରେ ଏହାର ଗଣ୍ଡି ଓ ଶାଖା ନିର୍ମାଣ କର। ଆଉ ଗୋଲାଧାର ଓ କଳିକା ଓ ପୁଷ୍ପ ତହିଁରେ ସଂଲଗ୍ନ ରହିବ।

32 “ଏହି ଦୀପ ବୃକ୍ଷଟି ଛଅ ଶାଖା ବିଶିଷ୍ଟ ହେବ। ଏହାର ଏକ ପାର୍ଶ୍ୱରୁ ତିନି ଦୀପଶାଖା ଓ ଅନ୍ୟ ପାର୍ଶ୍ୱରୁ ତିନି ଦୀପଶାଖା ବାହାରିବ। 33 ପ୍ରତି ଶାଖାରେ ତିନୋଟି ଫୁଲ ରହିବ। ଏହି ଫୁଲଗୁଡ଼ିକ ବାଦାମ ପୁଷ୍ପାକୃତି ତିନି ଗୋଲାଧାର, କଳିକା ଓ ପୁଷ୍ପ ରହିବ। 34 ଦୀପ ବୃକ୍ଷରେ ବାଦାମ ପୁଷ୍ପାକୃତି ଗ୍ଭରି ଗୋଲାଧାର ଓ କଳିକା ପୁଷ୍ପ ରହିବ। 35 ସେହି ଦୀପବୃକ୍ଷରୁ ଯେଉଁ ଛଅ ଶାଖା ହେବ ସେମାନଙ୍କ ଏକ ଶାଖା ଦ୍ୱୟର ଏକ କଳିକା ଓ ଅନ୍ୟ ଶାଖା ଦ୍ୱୟର ତଳେ ଏକ କଳିକା ଓ ଅନ୍ୟତର ଶାଖା ଦ୍ୱୟର ତଳେ ଏକ କଳିକା ରହିବ। 36 ସେ ଦୀପଶାଖାଟି ସମ୍ପୂର୍ଣ୍ଣଭାବେ ଶୁଦ୍ଧ ସୁବର୍ଣ୍ଣରେ ନିର୍ମିତ ହେବ। ଏହି ସମସ୍ତ ସୁବର୍ଣ୍ଣ କାର୍ଯ୍ୟ ପିଟା ସୁବର୍ଣ୍ଣରେ ହେବ। ଏବଂ ଏହା ଯୋଡ଼ାଯାଇ ଗୋଟିଏ ଖଣ୍ଡ କରା ହେବ।

Read full chapter