Add parallel Print Page Options

ସଦାପ୍ରଭୁ ଏଲିୟଙ୍କୁ ନେବାକୁ ଯୋଜନା କରନ୍ତି

ଅନନ୍ତର ସଦାପ୍ରଭୁ ଏଲିୟଙ୍କୁ ଘୂର୍ଣ୍ଣିବାୟୁରେ ସ୍ୱର୍ଗକୁ ଘେନିଯିବାକୁ ଉଦ୍ୟତ ଥିଲେ, ଏଲିୟ ଓ ଇଲୀଶାୟ ଗି‌ଲ୍‌‌‌ଗ‌‌ଲ୍‌‌ଠାରୁ ସେମାନଙ୍କର ରାସ୍ତାରେ ଥିଲେ।

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ଏଠାରେ ରୁହନ୍ତୁ, କାରଣ ସଦାପ୍ରଭୁ ମୋତେ ବୈଥେ‌ଲ୍‌କୁ ଯିବାକୁ କହିଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଜୀବିତ ଥିବା ପର୍ଯ୍ୟନ୍ତ ଓ ତୁମ୍ଭେ ଜୀବତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ବୈଥେ‌ଲ୍‌କୁ ଗଲେ।

ବୈଥେ‌ଲ୍‌ର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟଙ୍କ ପାଖକୁ ଆସିଲେ ଓ କହିଲେ, “ଆଜି ସଦାପ୍ରଭୁ ତୁମ୍ଭ ମହାଶୟଙ୍କୁ ତୁମ୍ଭଠାରୁ ନେଇଯିବେ ବୋଲି ତୁମ୍ଭେ କ’ଣ ଜାଣ ନାହିଁ?”

ଇଲୀଶାୟ କହିଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ତୁନି ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି ତୁମ୍ଭେ ଏଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯିରୀହୋକୁ ପଠାଇଛନ୍ତି।”

ମାତ୍ର ଇଲୀଶାୟ କହିଲେ, “ମୁଁ ଶପଥ କରୁଛି ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପର୍ଯ୍ୟନ୍ତ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଯିରୀହୋକୁ ଗଲେ।

ଯିରୀହୋର ଦଳେ ଭବିଷ୍ୟ‌ଦ୍‌ବକ୍ତା ଇଲୀଶାୟ ନିକଟକୁ ଆସି କହିଲେ, “ତୁମ୍ଭେ କ’ଣ ଜାଣ ନାହିଁ ସଦାପ୍ରଭୁ ତୁମ୍ଭର ମହାଶୟଙ୍କୁ ତୁମ୍ଭଠାରୁ ଆଜି ନେଇଯିବେ?”

ଇଲୀଶାୟ ଉତ୍ତର କଲେ, “ହଁ, ମୁଁ ଏହା ଜାଣେ, କିନ୍ତୁ ତୁମ୍ଭେମାନେ ନୀରବ ହୁଅ।”

ଏଲିୟ ଇଲୀଶାୟଙ୍କୁ କହିଲେ, “ମୁଁ ବିନୟ କରୁଛି, ତୁମ୍ଭେ ଏହିଠାରେ ଥାଅ, କାରଣ ସଦାପ୍ରଭୁ ମୋତେ ଯର୍ଦ୍ଦନ ନଦୀକୁ ପଠାଇଛନ୍ତି।”

ଇଲୀଶାୟ ଉତ୍ତର କଲେ, “ମୁଁ ପ୍ରତିଜ୍ଞା କରୁଛି, ସଦାପ୍ରଭୁ ଓ ତୁମ୍ଭେ ଜୀବିତ ଥିବା ପ୍ରମାଣେ ମୁଁ ତୁମ୍ଭକୁ ଛାଡ଼ିବି ନାହିଁ।” ତେଣୁ ଉଭୟେ ଆଗକୁ ଅଗ୍ରସର ହେଲେ।

ପୁନଶ୍ଚ ଭବିଷ୍ୟ‌ଦ୍‌ବକ୍ତାମାନଙ୍କର ପୁତ୍ରମାନଙ୍କ ମଧ୍ୟରୁ ପଗ୍ଭଶ୍ ଜଣ ତାଙ୍କର ପଶ୍ଚା‌ତ୍‌ଧାବନ କଲେ। ଏଲିୟ ଓ ଇଲୀଶାୟ ଯର୍ଦ୍ଦନ ନଦୀ ନିକଟକୁ ଯାଇ ଠିଆ ହେଲେ। ଆଉ ସେ ପଗ୍ଭଶ୍ ଲୋକ ସେମାନଙ୍କଠାରୁ ଦୂରରେ ଛିଡ଼ା ହେଲେ। ଏଲିୟ ଆପଣା ବସ୍ତ୍ର ନେଇ ଏକତ୍ର ଗୁଡ଼ାଇ ଠିଆ ହୋଇ ପାଣିକୁ ଆଘାତ କଲେ। ତହିଁରେ ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଓ ସେ ଦୁହେଁ ଶୁଷ୍କ ଭୂମି ଦେଇ ନଦୀ ପାର ହେଲେ।

ନଦୀ ପାରି ହେଲା ପରେ ଏଲିୟ ଇଲୀଶାୟଙ୍କୁ କହିଲେ, “ପରମେଶ୍ୱର ମୋତେ ତୁମ୍ଭଠାରୁ ନେବା ପୂର୍ବରୁ, ମୋ'ଠାରୁ ତୁମ୍ଭେ କ’ଣ ଗ୍ଭହୁଁଛ ମାଗ।”

ଇଲୀଶାୟ କହିଲେ, “ମୁଁ ପ୍ରାର୍ଥନା କରେ, ଆପଣଙ୍କ ଆତ୍ମାର ଦୁଇଗୁଣ ଅଂଶ ମୋ’ ଉପରେ ବର୍ତ୍ତୁ।”

10 ଏଲିୟ କହିଲେ, “ତୁମ୍ଭେ ଏକ କଷ୍ଟକର ବିଷୟ ମାଗିଲ। ତଥାପି ମୁଁ ତୁମ୍ଭ ନିକଟରୁ ନେଇଯିବା ବେଳେ, ତୁମ୍ଭେ ଯଦି ମୋତେ ଦେଖିବ ତେବେ ତୁମ୍ଭ ପ୍ରତି ତାହା ଘଟିବ, କିନ୍ତୁ ତୁମ୍ଭେ ଯଦି ମୋତେ ଦେଖିବ ନାହିଁ, ତାହାହେଲେ ସେପରି ଘଟିବ ନାହିଁ।”

ପରମେଶ୍ୱର ଏଲିୟଙ୍କୁ ସ୍ୱର୍ଗକୁ ନେଲେ

11 ଏହିପରି ସେ ଦୁହେଁ ଏକତ୍ର କଥାବାର୍ତ୍ତା ହୋଇ ଯାଉଥିବା ବେଳେ ହଠାତ୍ ଏକ ଅଗ୍ନିମୟ ରଥ ଓ ଅଗ୍ନିମୟ ଅଶ୍ୱମାନ ଉପସ୍ଥିତ ହେଲେ ଏବଂ ସେ ଦୁହିଁଙ୍କୁ ପୃଥକ କଲେ। ତା'ପରେ ଏଲିୟ ଘୂର୍ଣ୍ଣିବାୟୁରେ ସ୍ୱର୍ଗାରୋହଣ କଲେ।

12 ଇଲୀଶାୟ ତାହା ଦେଖି ଉଚ୍ଚ ସ୍ୱରରେ ରୋଦନ କରି କହିଲେ, “ହେ ମୋର ପିତା! ହେ ମୋର ପିତା! ହେ ଇସ୍ରାଏଲର ରଥ ଓ ତହିଁର ଅଶ୍ୱାରୋହୀଗଣ!”

ତା'ପରେ ଇଲୀଶାୟ ଏଲିୟଙ୍କୁ ଆଉ ଦେଖି ପାରିଲେ ନାହିଁ। ଏଣୁ ସେ ଦୁଃଖର ପ୍ରତୀକ ସ୍ୱରୂପ ନିଜର ବସ୍ତ୍ରକୁ ଚିରି ଦୁଇଖଣ୍ତ କରିଦେଲେ। 13 ଏଲିୟଙ୍କ ବସ୍ତ୍ର ଭୂମିରେ ପଡ଼ିଲାମାତ୍ରେ ଇଲୀଶାୟ ତାକୁ ଉଠାଇ ନେଲେ। ତା'ପରେ ସେ ଯର୍ଦ୍ଦନ ନଦୀ ତୀରରେ ଛିଡ଼ା ହୋଇ ପାଣିକୁ ଆଘାତ କରି କହିଲେ, “ଏଲିୟଙ୍କର ପରମେଶ୍ୱର, ସଦାପ୍ରଭୁ କେଉଁଠାରେ ଅଛନ୍ତି?” 14 ଇଲୀଶାୟ ଜଳକୁ ଆଘାତ କରନ୍ତେ, ଜଳ ଦକ୍ଷିଣ ଓ ବାମକୁ ଦୁଇଭାଗ ହୋଇଗଲା ଏବଂ ଇଲୀଶାୟ ନଦୀ ପାର ହେଲେ।

Read full chapter