Add parallel Print Page Options

ସ‌‌‌‌‌ତ୍‌‌‌‌‌କର୍ମ ପାଇଁ ଦୁଃଖ ଭୋଗ

ଅତଏବ ସମସ୍ତେ ମିଳିମିଶି ଶାନ୍ତିରେ ରହିବା ଉଚିତ୍। ପରସ୍ପରକୁ ବୁଝିବା ପାଇଁ ଚେଷ୍ଟା କର। ପରସ୍ପରକୁ ଭାଇ ଭଉଣୀ ଭଳି ଭଲ ପାଅ। ସଦୟ ଓ ନମ୍ର ହୁଅ। ତୁମ୍ଭ ପ୍ରତି ମନ୍ଦ କାମ କରିଥିବା ଲୋକକୁ ଆକ୍ରମଣ କରିବା ଉଦ୍ଦେଶ୍ୟରେ କୌଣସି ଲୋକ ପ୍ରତି ମନ୍ଦ କାମ କର ନାହିଁ। ବା ତୁମ୍ଭକୁ ଖରାପ କଥା କହିଥିବା ଯୋଗୁଁ କୌଣସି ଲୋକକୁ ତା’ ବଦଳରେ ମନ୍ଦ କଥା କୁହ ନାହିଁ। ତା’ ବଦଳରେ ପରମେଶ୍ୱରଙ୍କଠାରେ ପ୍ରାର୍ଥନା କର ଯେ, ସେ ତାକୁ ଆଶୀର୍ବାଦ କରିବେ। ତୁମ୍ଭେ ନିଜେ ଆଶୀର୍ବାଦ ଗ୍ରହଣ କରିବା ପାଇଁ ଆହ୍ୱାନ ପାଇଥିବାରୁ ଏପରି କର।

Read full chapter