ଏବ୍ରୀ 6:4-8
Odia Holy Bible: Easy-to-Read Version
4-6 ଲୋକମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ି ଦେଲା ପରେ କ’ଣ ତୁମ୍ଭେମାନେ ସେମାନଙ୍କ ଜୀବନ କେବେ ପରିବର୍ତ୍ତନ କରି ପାରିବ? ଯେଉଁମାନେ ସତ୍ୟର ଶିକ୍ଷା ପାଇ ସାରିଛନ୍ତି ମୁଁ ସେମାନଙ୍କୁ ଏହା କହୁଛି। ସେମାନେ ପରମେଶ୍ୱରଙ୍କ ଦାନ ପ୍ରାପ୍ତ କରି, ଓ ପବିତ୍ରଆତ୍ମାଙ୍କ ସହଭାଗୀ ହୋଇଛନ୍ତି। ସେମାନେ ପରମେଶ୍ୱରଙ୍କ କଥା ଶୁଣିଲେ ଓ ପରମେଶ୍ୱରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସେମାନେ ତହିଁର ଉତ୍ତମତା ଜୀବନରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ୟ ସେମାନେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି। ସେମାନେ ଯୀଶୁଙ୍କୁ ପୁନର୍ବାର କ୍ରୁଶରେ ଚଢ଼ାଇ କଣ୍ଟା ମାରୁଛନ୍ତି। ସେମାନେ ସମସ୍ତଙ୍କ ଆଗରେ ଯୀଶୁ ଖ୍ରୀଷ୍ଟଙ୍କୁ ଅପମାନିତ କରୁଛନ୍ତି।
7 ସେ ଲୋକମାନେ ହେଉଛନ୍ତି ପ୍ରଚୁର ବୃଷ୍ଟି ହେଉଥିବା କ୍ଷେତ୍ର ସଦୃଶ। କୃଷକ ଲୋକମାନଙ୍କ ପାଇଁ ଶସ୍ୟ ଉତ୍ପନ୍ନ କରିବା ନିମନ୍ତେ ସେହି କ୍ଷେତ୍ରର ରକ୍ଷଣ ବେକ୍ଷଣ କରେ। ଯଦି ସେହି କ୍ଷେତ୍ର ଲୋକମାନଙ୍କ ପାଇଁ ଉପଯୋଗୀ ଫସଲ ଉତ୍ପନ୍ନ କରେ, ତାହା, ପରମେଶ୍ୱରଙ୍କର ଆଶୀର୍ବାଦ ପାଏ। 8 କିନ୍ତୁ ଯଦି ସେହି କ୍ଷେତ୍ର କଣ୍ଟା ଓ ଅନାବନା ଘାସ ଉତ୍ପନ୍ନ କରେ, ତା'ହେଲେ ତାହା ଅକାମୀ ଅଟେ। ସେହି ଭୂମି ପରମେଶ୍ୱରଙ୍କ ଦ୍ୱାରା ଅଗ୍ରାହ୍ୟ ହୋଇ ଅଭିଶପ୍ତ ହୁଏ, ଓ ଶେଷରେ ତାହା ଅଗ୍ନି ଦ୍ୱାରା ବିନଷ୍ଟ ହେବ।
Read full chapter
ଏବ୍ରୀ 10:26-31
Odia Holy Bible: Easy-to-Read Version
ଖ୍ରୀଷ୍ଟଙ୍କଠାରୁ ମୁହଁ ବୁଲାଇ ନିଅ ନାହିଁ
26 ସତ୍ୟକୁ ଜାଣିଲା ପରେ ମଧ୍ୟ ଯଦି ଆମ୍ଭେ ପାପକାମ କରି ଗ୍ଭଲିବା ପାଇଁ ଇଚ୍ଛା କରିବା, ତା'ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ। 27 ଆମ୍ଭେ ଯଦି ପାପ କରି ଗ୍ଭଲିଥିବା, ତା'ହେଲେ ଆମ୍ଭେ ନିଶ୍ଚିତ ଯେ, ଆମ୍ଭ ପାଇଁ ବିଗ୍ଭରର ଭୟଙ୍କର ଆଶଙ୍କା ରହିଛି, ଓ ପରମେଶ୍ୱରଙ୍କ ବିରୋଧୀ ଜୀବନଯାପନ କରୁଥିବା ଲୋକମାନଙ୍କୁ ଗ୍ରାସ କରିବାକୁ ଥିବା ଭୟଙ୍କର ଅଗ୍ନି ଆମ୍ଭ ପାଇଁ ରହିଛି। 28 ଯେଉଁ ଲୋକ ମୋଶାଙ୍କ ବ୍ୟବସ୍ଥା ମାନିବାକୁ ମନା କଲା, ତାହାକୁ ଦୋଷୀ ପ୍ରମାଣିତ କରିବା ଲାଗି ଦୁଇ ବା ତିନି ଜଣ ସାକ୍ଷୀ ଆବଶ୍ୟକ ଥିଲେ। କ୍ଷମା ଦିଆ ନ ଯାଇ, ତାହାକୁ ବଧ କରାଯାଉଥିଲା। 29 ତା'ହେଲେ ଯେଉଁ ଲୋକ ପରମେଶ୍ୱରଙ୍କ ପୁତ୍ର ପ୍ରତି ଘୃଣା ପ୍ରଦର୍ଶିତ କରେ, ତା’ ପାଇଁ କ’ଣ ଦଣ୍ଡବିଧାନ ହେବା ଉଚିତ୍? ଏହା ନିଶ୍ଚିତ ଯେ ତା'ର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ। ନୂତନ ନିୟମ ଆରମ୍ଭ କରି ଥିବା ରକ୍ତ ପ୍ରତି ଯେଉଁ ଲୋକ ଅସମ୍ମାନଭାବ ପ୍ରଦର୍ଶିତ କରିଛି, ଓ ଅନୁଗ୍ରହର ଆତ୍ମା ପ୍ରତି ଘୃଣାଭାବ ପ୍ରଦର୍ଶିତ କରିଛି, ସେହି ଲୋକର ଦଣ୍ଡ ଅଧିକ ଖରାପ ପ୍ରକାରର ହେବ କାରଣ ସେହି ରକ୍ତ ସେହି ଲୋକକୁ ଥରେ ପବିତ୍ର କରିଥିଲା। 30 ଆମ୍ଭେ ଜାଣୁ ଯେ, ପରମେଶ୍ୱର କହିଥିଲେ: “ମନ୍ଦ କାମ କରିଥିବା ଲୋକଙ୍କୁ ମୁଁ ଦଣ୍ଡ ଦେବି, ମୁଁ ତାହାଙ୍କୁ ପ୍ରତିଦାନ ଦେବି।”(A) ପରମେଶ୍ୱର ଆହୁରି ମଧ୍ୟ କହିଥିଲେ: “ପ୍ରଭୁ ତାହାଙ୍କ ଲୋକଙ୍କର ବିଗ୍ଭର କରିବେ।”(B) 31 ଜୀବିତ ପରମେଶ୍ୱରଙ୍କ ହାତରେ ଜଣେ ପାପୀ ପଡ଼ିଯିବା, ଗୋଟିଏ ଭୟଙ୍କର କଥା।
Read full chapter
ଏବ୍ରୀ 12:14-17
Odia Holy Bible: Easy-to-Read Version
14 ସମସ୍ତଙ୍କ ସହିତ ଶାନ୍ତିରେ ରହିବାକୁ ଚେଷ୍ଟା କର। ପାପରହିତ ଜୀବନଯାପନ କରିବା ପାଇଁ ଚେଷ୍ଟା କର। ଯଦି ଜଣକର ଜୀବନ ପବିତ୍ର ନୁହେଁ, ତା'ହେଲେ ସେ ପ୍ରଭୁଙ୍କୁ କେବେ ହେଲେ ଦେଖି ପାରିବ ନାହିଁ। 15 ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ମଧ୍ୟରୁ କେହି ପରମେଶ୍ୱରଙ୍କ ଅନୁଗ୍ରହ ପାଇବାରେ ବଞ୍ଚିତ ହେବ ନାହିଁ। ସାବଧାନ ରୁହ ଯେପରି ତୁମ୍ଭମାନଙ୍କ ଭିତରୁ କୌଣସି ଲୋକ ତିକ୍ତତାମୂଳକ ନ ହେଉ। ସେଭଳି ଲୋକ ସମୁଦାୟ ଦଳକୁ ନଷ୍ଟ କରିଦେବେ। 16 ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା। 17 ତୁମ୍ଭେମାନେ ଜାଣିଛ ଯେ, ଏପରି କରି ସାରିଲା ପରେ, ଏଷୌ ବାପାଙ୍କର ଆଶୀର୍ବାଦ ପାଇବା ପାଇଁ ଗ୍ଭହିଁଲା। ସେ ଆଶୀର୍ବାଦ ପାଇବା ନିମନ୍ତେ ଏତେ ବ୍ୟାକୁଳ ହେଲା ଯେ, ସେ ବହୁତ କାନ୍ଦିଲା। କିନ୍ତୁ ତା'ବାପା ତାହାକୁ ଆଶୀର୍ବାଦ କରିବା ପାଇଁ ମନା କଲେ, କାରଣ ଏଷୌ ଯାହା କରିଥିଲା, ତାହାକୁ ବଦଳାଇବା ପାଇଁ କୌଣସି ଉପାୟ ପାଇ ପାରିଲା ନାହିଁ।
Read full chapter2010 by Bible League International