ବିଗ୍ଭରକର୍ତ୍ତାମାନଙ୍କ ବିବରଣ 16
Odia Holy Bible: Easy-to-Read Version
ଶାମ୍ଶୋନ୍ ଘସା ନଗରକୁ ଗଲେ
16 ଦିନେ ଶାମ୍ଶୋନ୍ ଘସାରେ ଥିବା ଏକ ବେଶ୍ୟା ପାଖକୁ ଗଲେ। ସେ ତା'ର ସହିତ ରାତ୍ରିଯାପନ କରିବା ପାଇଁ ସେଠାକୁ ଯାଇଥିଲେ। 2 କେହି ଜଣେ ଘସୀୟ ଲୋକମାନଙ୍କୁ କହିଲେ ଯେ, “ଶାମ୍ଶୋନ୍ ସେହି ସ୍ଥାନକୁ ଯାଇଥିଲେ।” ସେମାନେ ଶାମ୍ଶୋନଙ୍କୁ ହତ୍ୟା କରିବାକୁ ଗ୍ଭହିଁଲେ। ତେଣୁ ସେମାନେ ସେ ସହରକୁ ଘେରି ଗଲେ। ସେମାନେ ରାତ୍ରି ତମାମ ଚୁପ୍ଗ୍ଭପ୍ ନଗର ଫାଟକ ନିକଟରେ ଲୁଚି ରହିଲେ। ସେମାନେ ପରସ୍ପର କୁହାକୁହି ହେଲେ, “ସକାଳ ହେଲେ ଆମେ ଶାମ୍ଶୋନଙ୍କୁ ହତ୍ୟା କରିବା।”
3 କିନ୍ତୁ ଶାମ୍ଶୋନ୍ ସେ ବେଶ୍ୟା ପାଖରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଲେ ଓ ମଧ୍ୟରାତ୍ରିରେ ନଗର ଫାଟକ ଭାଙ୍ଗି ବାହାରି ଆସିଲେ। ସେ ସେଗୁଡ଼ିକୁ କାନ୍ଥରୁ ଓ ଦୁଇ ବାଜୁବନ୍ଧରୁ ଉପାଡ଼ି ପକାଇଲେ। ସେ ଫାଟକର ଦୁଇଟି ଖମ୍ବକୁ ତା'ର ବାଜୁବନ୍ଧକୁ ହିବ୍ରୋଣ ପର୍ବତ ପାଖକୁ ନେଇଗଲେ।
ଶାମ୍ଶୋନ୍ ଓ ଦଲୀଲା
4 ଏହା ପରେ ଶାମ୍ଶୋନ୍ ଦଲୀଲା ନାମକ ଏକ ସ୍ତ୍ରୀଲୋକର ପ୍ରେମରେ ପଡ଼ିଗଲେ। ଯେ କି ଥିଲା ସୋରେକ୍ ଉପତ୍ୟକାର ଜଣେ ସ୍ତ୍ରୀଲୋକ।
5 ତେଣୁ ପଲେଷ୍ଟୀୟ ନେତୃବର୍ଗମାନେ ସେହି ସ୍ତ୍ରୀ ନିକଟକୁ ଆସି ତାହାକୁ କହିଲେ, “ଆମ୍ଭେ ଜାଣିବାକୁ ଗ୍ଭହୁଁ ସେ କେଉଁଠାରୁ ବଳ ପାଉଛି, ତୁମ୍ଭେ ଚତୁରତାର ସହ ତାଙ୍କ ପାଖରୁ ଏହି ଗୁପ୍ତ ରହସ୍ୟ ଆଦାୟ କର। ଆମ୍ଭେ ଜାଣିବାକୁ ଗ୍ଭହୁଁ, ତାକୁ କିପରି କାବୁ କରି ହେବ। ଯାହାଫଳରେ ଆମ୍ଭେ ଯେକୌଣସି ପ୍ରକାରେ ବନ୍ଦୀ କରି ପାରିବୁ। ଯଦି ତୁମ୍ଭେ ଏହା କରି ପାରିବ ତେବେ ତୁମ୍ଭକୁ ଆମ୍ଭେ ପ୍ରତ୍ୟେକ 1,100 ଲେଖାଏଁ ରୌପ୍ୟ ମୁଦ୍ରା ଦେବୁ।”
6 ତେଣୁ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଦୟାକରି କୁହ କିଏ ତୁମ୍ଭକୁ ଶକ୍ତିଶାଳୀ କରୁଛି, କିପରି ଭାବରେ ଜଣେ ବ୍ୟକ୍ତି ତୁମ୍ଭକୁ ବାନ୍ଧି ପାରିବ?”
7 ଶାମ୍ଶୋନ୍ ଉତ୍ତର ଦେଇ କହିଲେ, “ଯାହା କେବେ ଶୁଷ୍କ ହୋଇ ନାହିଁ। ଏପରି ସାତୋଟା କଞ୍ଚାତନ୍ତୁରେ ଯେବେ ସେମାନେ ମୋତେ ବାନ୍ଧିବେ। ତେବେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକପରି ହୋଇ ଯିବି।”
8 ଏହା ପରେ ପଲେଷ୍ଟୀୟ ଅଧିପତିମାନେ ଅଶୁଷ୍କ ସାତୋଟା କଞ୍ଚାତନ୍ତ ଆଣି ସେହି ସ୍ତ୍ରୀଲୋକଟିକୁ ଦେଲେ। ସେଥିରେ ସେ ଶାମ୍ଶୋନଙ୍କୁ ବାନ୍ଧିଲା। 9 ସେ ସମୟରେ କେତେକ ଲୋକ ପରବର୍ତ୍ତୀ କୋଠରୀରେ ଲୁଚି ରହିଲେ। ତେଣୁ ସେ ସେମାନଙ୍କୁ କହିଲା, “ଶାମ୍ଶୋନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତୁମ୍ଭ ପାଖକୁ ଆସିଛନ୍ତି!” କିନ୍ତୁ ଶାମ୍ଶୋନ୍ ଅନାୟାସରେ ଧନୁର ଗୁଣକୁ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡ଼ି ପରି ଛିଣ୍ତିଗଲା। ଏହିପରି ସେମାନେ ତାଙ୍କର ବଳର ଗୁପ୍ତ ରହସ୍ୟ ଜାଣି ପାରିଲେ ନାହିଁ।
10 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ମୋତେ ବୋକା ବନେଇଲ ଓ ମିଥ୍ୟା କହିଲ। ଏବେ ତୁମ୍ଭେ କେଉଁଥିରେ ବନ୍ଧାଯାଇପାର କୁହ।”
11 ତହିଁରେ ସେ ତାକୁ କହିଲେ, “ଯେଉଁ ରଜ୍ଜୁରେ କୌଣସି କର୍ମ କରାଯାଇ ନାହିଁ। ଏପରି ନୂତନ ରଜ୍ଜୁରେ ମୋତେ ବାନ୍ଧିଲେ ମୁଁ ଦୁର୍ବଳ ହୋଇ ଅନ୍ୟ ଲୋକଙ୍କ ପରି ହୋଇଯିବି।”
12 ତେଣୁ ଦଲୀଲା ନୂତନ ରଜ୍ଜୁ ନେଇ ତାହାଙ୍କୁ ବାନ୍ଧିଲା। ସେତେବେଳେ ଅକ୍ତିଆର କରିବାକୁ ଉତ୍କଣ୍ଠିତ ଲୋକମାନେ ପରବର୍ତ୍ତୀ କୋଠରୀରେ ଲୁଚି ରହିଥିଲେ। ତା'ପରେ ସେ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” କିନ୍ତୁ ସେ ଖଣ୍ଡେ ସୂତାପରି ନିଜର ବାହୁ ଉପରେ ଥିବା ରଜ୍ଜୁ ସବୁକୁ ଛିଣ୍ତାଇ ପକାଇଲେ।
13 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲେ, “ତୁମ୍ଭେ ପୁନର୍ବାର ମୋତେ ନିର୍ବୋଧ ବନେଇଲ ଓ ମିଛ କହିଲ! ତୁମ୍ଭେ କାହିଁରେ ବନ୍ଧାଯାଇପାର, ମୋତେ କୁହ।”
ତହିଁରେ ସେ ତାକୁ କହିଲେ, “ଯେବେ ତୁମ୍ଭେ ବୁଣା ଯାଉଥିବା ସୂତାରେ ମୋର ମସ୍ତକର ସାତ ବେଣୀ ବୁଣିବ ଏବଂ ଏହାକୁ ଏକ ଖିଲରେ ଜୋର୍ରେ ବାନ୍ଧିବ, ତେବେ ମୁଁ ସାଧାରଣ ମଣିଷପରି ଦୁର୍ବଳ ହୋଇଯିବି।”
14 ଶାମ୍ଶୋନ୍ ଶୋଇଥିବା ବେଳେ ସେ ତାଙ୍କର ବାଳକୁ ଗୋଟିଏ ସୂତା ବାହାର କରି ସାତୋଟି ବେଣୀ କଲା ଏବଂ ଗୋଟିଏ ତମ୍ବୁ ଖିଲରେ ବାନ୍ଧି ଦେଲା ଏବଂ ତା'ପରେ ସେ ତାଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ନିମନ୍ତେ ଆସିଛନ୍ତି।” ତେଣୁ ସେ ଖିଲକୁ, ସୂତାକୁ ଓ ତନ୍ତୁକୁ ଉପାଡ଼ି ପକାଇଲେ।
15 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ତୁମ୍ଭେ ପୁଣି ଥରେ ମୋତେ ମିଛ କହିଲ, ତୁମ୍ଭେ କିପରି କହି ପାରୁଛ, ‘ମୁଁ ତୁମ୍ଭକୁ ଭଲ ପାଏ,’ ଯେହେତୁ ତୁମ୍ଭେ ମୋତେ ବିଶ୍ୱାସ କରୁ ନାହଁ? ତୁମ୍ଭର ମହାବଳ କେଉଁଥିରେ ଅଛି ମୋତେ କହି ନାହଁ। ତୁମ୍ଭେ ମୋତେ ତିନିଥରଯାକ ବୋକା ବନାଇଲ।” 16 ଦିନପରେ ଦିନ ସେ ଶାମ୍ଶୋନଙ୍କୁ ଏତେ ତିରସ୍କାର କଲା ଓ ଗ୍ଭପ ପକାଇଲା ଯେ, ସେ ଏତେ ବିତୃଷ୍ଣା ହୋଇଗଲେ ଯେ, ନିଜେ ମରିଗଲେ ବୋଲି ସେ ଅନୁଭବ କଲେ। 17 ଶେଷରେ ଶାମ୍ଶୋନ୍ ସମସ୍ତ ଗୁପ୍ତକଥା ତାକୁ ଜଣାଇଲେ। ସେ ତାକୁ କହିଲେ, “ମୁଁ ଜନ୍ମ ପୂର୍ବରୁ ସଦାପ୍ରଭୁଙ୍କୁ ସମର୍ପଣ ହୋଇଥିଲି। ମୁଁ ମୋର ବାଳ କେବେ କାଟି ନ ଥିଲି। ଯଦି କୌଣସି ଲୋକ ମୋର ମୁଣ୍ଡର ବାଳ କାଟି ସଫା କରିଦିଏ, ତେବେ ମୁଁ ମୋର ସମସ୍ତ ଶକ୍ତି ହରାଇବି ଓ ସାଧାରଣ ଲୋକଙ୍କ ପରି ହୋଇଯିବି।”
18 ଦଲୀଲା ଦେଖିଲା ଶାମ୍ଶୋନ୍ ତାକୁ ସମସ୍ତ ଗୁପ୍ତ କଥା ଜଣାଇ ଦେଲେ। ତେଣୁ ସେ ପଲେଷ୍ଟୀୟ ନେତୃବର୍ଗମାନଙ୍କୁ ଜଣାଇ ଦେଲା। ସେ କହିଲା, “ଏହି ଥର ଆସ, କାରଣ ଶାମ୍ଶୋନ୍ ମୋତେ ତାଙ୍କର ସମସ୍ତ ରହସ୍ୟ କହିଦେଇଛନ୍ତି।” ତେଣୁ ନେତୃବର୍ଗ ଦଲୀଲା ନିକଟକୁ ଆସିଲେ ଏବଂ ମୁଦ୍ରା ଆଣିଲେ।
19 ଦଲୀଲା ତାଙ୍କୁ ନିଜର କୋଳରେ ଶୁଆଇ ଦେଲା ଏବଂ ତା'ପରେ ତାଙ୍କର ସାତୋଟି ବେଣୀକୁ କ୍ଷୌର କରିବା ପାଇଁ, ଭିତରେ ଥିବା ଲୋକଟିକୁ ସେ ଡାକିଲା। ତା'ପରେ ଆଉ ଜଣେ ଲୋକ ଡକାଇ ତା'ର ମୁଣ୍ଡରୁ ସାତବେଣୀ କଟାଇଲା। ଏହିପରି ସେ ଶାମ୍ଶୋନଙ୍କୁ କଷ୍ଟ ଦେବାକୁ ଆରମ୍ଭ କଲା ଓ ଶାମ୍ଶୋନ୍ର ସାମର୍ଥ୍ୟ ଗ୍ଭଲିଗଲା। 20 ଏହା ପରେ ଦଲୀଲା ଶାମ୍ଶୋନଙ୍କୁ କହିଲା, “ଶାମ୍ଶୋନ୍ ପଲେଷ୍ଟୀୟମାନେ ତୁମ୍ଭ ପାଇଁ ଆସିଛନ୍ତି।” ସେ ଉଠିଲା ଏବଂ ଚିନ୍ତା କଲା, “ମୁଁ ନିଜକୁ ମୁକ୍ତ କରିବି ଓ ପୂର୍ବଥର ପରି ତାଙ୍କ ପାଖରୁ ଖସି ପଳାଇବି।” କିନ୍ତୁ ଶାମ୍ଶୋନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରୁ ଦୂରେଇ ଯାଇଥିଲେ।
21 ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଅକ୍ତିଆର କଲେ। ସେମାନେ ତାଙ୍କର ଆଖିକୁ ଉପାଡ଼ି ଦେଲେ। ପୁଣି ତାଙ୍କୁ ଘସାକୁ ଆଣି ପିତ୍ତଳ ବେଢ଼ିରେ ବାନ୍ଧିଲେ। ଆଉ ସେ କାରାଗାରରେ ଚକି ପେଶିଲେ। 22 କିନ୍ତୁ ଶାମ୍ଶୋନଙ୍କର ବାଳ ପୁନର୍ବାର ବଢ଼ିବାକୁ ଲାଗିଲା।
23 ପଲେଷ୍ଟୀୟମାନେ ଏକତ୍ରିତ ହୋଇ ଜୟଲାଭ ଉତ୍ସବ ପାଳନ କଲେ। ସେମାନେ ସେମାନଙ୍କର ଦାଗୋନ୍ ଦେବତା ଉଦ୍ଦେଶ୍ୟରେ ବଳିଦାନ ଉତ୍ସର୍ଗ କଲେ। ସେମାନେ କହିଲେ, “ଶାମ୍ଶୋନଙ୍କୁ ପରାସ୍ତ କରିବା ପାଇଁ, ଆମ୍ଭମାନଙ୍କର ଦେବତା ଆମ୍ଭମାନଙ୍କୁ ସାହାଯ୍ୟ କଲେ। ଯେ କି ଆମ୍ଭର ଶତ୍ରୁ ଥିଲା।” 24 ଯେତେବେଳେ ପଲେଷ୍ଟୀୟ ଲୋକମାନେ ଶାମ୍ଶୋନଙ୍କୁ ଦେଖିଲେ ସେମାନେ ତାଙ୍କର ଦେବତାର ପ୍ରଶଂସା ଗାନ କଲେ। ସେମାନେ କହିଲେ,
“ଆମ୍ଭମାନଙ୍କ ଦେବତା ଆମ୍ଭମାନଙ୍କୁ
ଆମ୍ଭର ଶତ୍ରୁକୁ ଅକ୍ତିଆର କରିବାରେ ସାହାଯ୍ୟ କଲେ।
ଏହି ଲୋକ ଆମ୍ଭର ଦେଶକୁ ଧ୍ୱଂସ କରିଥିଲା।
ଏହି ଲୋକ ଆମ୍ଭର ଅନେକ ଲୋକମାନଙ୍କୁ ହତ୍ୟା କରିଥିଲା।”
25 ଅତି ଆନନ୍ଦିତ ହୋଇ ସେମାନେ କହିଲେ, “ଶାମ୍ଶୋନଙ୍କୁ ତା'ର କୋଠରୀରୁ ଆଣ, ସେ ଆମ୍ଭମାନଙ୍କ ସମ୍ମୁଖରେ କୌତୁକ କରିବ।” ତେଣୁ ସେମାନେ ଶାମ୍ଶୋନଙ୍କୁ ଗାରାଗାରରୁ ବାହାରକୁ ଆଣିଲେ। ସେ ସେମାନଙ୍କ ଆଗରେ କୌତୁକ କଲେ ଓ ସେମାନେ ତା'ର ପରିହାସ କଲେ। ଆଉ ସେମାନେ ତାକୁ ଦାଗୋନ୍ ମନ୍ଦିରର ଦୁଇ ସ୍ତମ୍ଭ ମଧ୍ୟରେ ଠିଆ କରାଇଲେ। 26 ଜଣେ ସେବକ ଶାମ୍ଶୋନ୍ର ହାତ ଧରିଥିଲା। ଶାମ୍ଶୋନ୍ ସେବକଙ୍କୁ କହିଲେ, “ମୋତେ ତୁମ୍ଭେ ମନ୍ଦିରର ମଝିଖୁଣ୍ଟି ନିକଟରେ ଛାଡ଼ ମୁଁ ସେହି ମନ୍ଦିରକୁ ଧରିଥିବା ସ୍ତମ୍ଭକୁ ଅନୁଭବ କରି ପାରିବି, ମୁଁ ସେଗୁଡ଼ିକ ଉପରେ ଆଉଜିବି।”
27 ସେହି ମନ୍ଦିର ନରନାରୀମାନଙ୍କ ସହିତ ଭରପୁର ଥିଲା। ପଲେଷ୍ଟୀୟମାନଙ୍କର ସମସ୍ତ ଅଧିପତି ସେଠାରେ ଉପସ୍ଥିତ ଥିଲେ। ମନ୍ଦିରର ଛାତ ଉପରେ ପ୍ରାୟ ନରନାରୀ ତିନି ହଜାର ଛିଡ଼ା ହୋଇଗଲେ। ସେମାନେ ଶାମ୍ଶୋନଙ୍କୁ ଉପହାସ କରୁଥିଲେ। 28 ଏହା ପରେ ଶାମ୍ଶୋନ୍ ସଦାପ୍ରଭୁଙ୍କ ନିକଟରେ ଏହା କହି ପ୍ରାର୍ଥନା କଲେ, “ହେ ସର୍ବଶକ୍ତିମାନ ସଦାପ୍ରଭୁ! ମୋତେ ଭୁଲି ଯାଅ ନାହିଁ। ପ୍ରଭୁ, ଦୟାକରି ମୋତେ ଆଉଥରେ ଶକ୍ତି ପ୍ରଦାନ କର। ଯାହାଫଳରେ ମୁଁ ପଲେଷ୍ଟୀୟମାନଙ୍କୁ ଦଣ୍ତ ଦେଇ ପାରିବି ଏବଂ ଏକ ମୁଷ୍ଟିଘାତରେ ସେମାନଙ୍କଠାରୁ ପ୍ରତିଶୋଧ ନେବି। ଯେଉଁମାନେ ମୋର ଦୁଇ ଆଖି ଉପାଡ଼ି ଦେଇଛନ୍ତି।” 29 ମନ୍ଦିର ମଧ୍ୟସ୍ଥ ଯେଉଁ ଦୁଇ ସ୍ତମ୍ଭ ଉପରେ ଗୃହର ଭରାଥିଲା, ଶାମ୍ଶୋନ୍ ତହିଁରେ ଗୋଟିକୁ ଡାହାଣ ହାତରେ ଓ ଅନ୍ୟଟିକୁ ବାମ ହାତରେ ଧରି ତା'ଉପରେ ଆଉଜି ପଡ଼ିଲେ। 30 ପୁଣି ଶାମ୍ଶୋନ୍ କହିଲେ, “ପଲେଷ୍ଟୀୟମାନଙ୍କ ସହିତ ମୋର ପ୍ରାଣ ଯାଉ।” ଏହାକହି ସେ ସ୍ତମ୍ଭଗୁଡ଼ିକ ତାଙ୍କର ସମସ୍ତବଳ ଖଟାଇ ପେଲି ଦେଲେ। ଛାତଟି ପଡ଼ିଗଲା ଓ ସେଠାରେ ଏକତ୍ରିତ ହୋଇଥିବା ସମସ୍ତ ଲୋକ ମୃତ୍ୟୁବରଣ କଲେ। ଏହିପରି ତାଙ୍କର ଜୀବନ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅପେକ୍ଷା ତାଙ୍କର ମରଣ କାଳରେ ହତ୍ୟା କରିଥିବା ଲୋକମାନଙ୍କର ସଂଖ୍ୟା ଅଧିକ ଥିଲା।
31 ଏହା ପରେ ତାଙ୍କର ଭାତୃଗଣ ଓ ପିତୃଗୃହସ୍ଥ ପରିବାର ଆସିଲେ ଓ ତାଙ୍କର ମୃତ ଶରୀରକୁ ନେଇଗଲେ। ସେମାନେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନରେ କବର ଦେଲେ, ଯେଉଁଟାକି ସରିୟର ଓ ଇଷ୍ଟାୟୋଲର ମଧ୍ୟସ୍ଥାନରେ। ସେ କୋଡ଼ିଏ ବର୍ଷ ଧରି ଇସ୍ରାଏଲମାନଙ୍କର ବିଗ୍ଭରକ ଥିଲେ।
שופטים 16
The Westminster Leningrad Codex
16 וַיֵּ֥לֶךְ שִׁמְשׁ֖וֹן עַזָּ֑תָה וַיַּרְא־שָׁם֙ אִשָּׁ֣ה זוֹנָ֔ה וַיָּבֹ֖א אֵלֶֽיהָ׃
2 לַֽעַזָּתִ֣ים׀ לֵאמֹ֗ר בָּ֤א שִׁמְשׁוֹן֙ הֵ֔נָּה וַיָּסֹ֛בּוּ וַיֶּאֶרְבוּ־ל֥וֹ כָל־הַלַּ֖יְלָה בְּשַׁ֣עַר הָעִ֑יר וַיִּתְחָרְשׁ֤וּ כָל־הַלַּ֙יְלָה֙ לֵאמֹ֔ר עַד־א֥וֹר הַבֹּ֖קֶר וַהֲרְגְנֻֽהוּ׃
3 וַיִּשְׁכַּ֣ב שִׁמְשׁוֹן֮ עַד־חֲצִ֣י הַלַּיְלָה֒ וַיָּ֣קָם׀ בַּחֲצִ֣י הַלַּ֗יְלָה וַיֶּאֱחֹ֞ז בְּדַלְת֤וֹת שַֽׁעַר־הָעִיר֙ וּבִשְׁתֵּ֣י הַמְּזוּז֔וֹת וַיִּסָּעֵם֙ עִֽם־הַבְּרִ֔יחַ וַיָּ֖שֶׂם עַל־כְּתֵפָ֑יו וַֽיַּעֲלֵם֙ אֶל־רֹ֣אשׁ הָהָ֔ר אֲשֶׁ֖ר עַל־פְּנֵ֥י חֶבְרֽוֹן׃ פ
4 וַֽיְהִי֙ אַחֲרֵי־כֵ֔ן וַיֶּאֱהַ֥ב אִשָּׁ֖ה בְּנַ֣חַל שֹׂרֵ֑ק וּשְׁמָ֖הּ דְּלִילָֽה׃
5 וַיַּעֲל֨וּ אֵלֶ֜יהָ סַרְנֵ֣י פְלִשְׁתִּ֗ים וַיֹּ֨אמְרוּ לָ֜הּ פַּתִּ֣י אוֹת֗וֹ וּרְאִי֙ בַּמֶּה֙ כֹּח֣וֹ גָד֔וֹל וּבַמֶּה֙ נ֣וּכַל ל֔וֹ וַאֲסַרְנֻ֖הוּ לְעַנֹּת֑וֹ וַאֲנַ֙חְנוּ֙ נִתַּן־לָ֔ךְ אִ֕ישׁ אֶ֥לֶף וּמֵאָ֖ה כָּֽסֶף׃
6 וַתֹּ֤אמֶר דְּלִילָה֙ אֶל־שִׁמְשׁ֔וֹן הַגִּֽידָה־נָּ֣א לִ֔י בַּמֶּ֖ה כֹּחֲךָ֣ גָד֑וֹל וּבַמֶּ֥ה תֵאָסֵ֖ר לְעַנּוֹתֶֽךָ׃
7 וַיֹּ֤אמֶר אֵלֶ֙יהָ֙ שִׁמְשׁ֔וֹן אִם־יַאַסְרֻ֗נִי בְּשִׁבְעָ֛ה יְתָרִ֥ים לַחִ֖ים אֲשֶׁ֣ר לֹא־חֹרָ֑בוּ וְחָלִ֥יתִי וְהָיִ֖יתִי כְּאַחַ֥ד הָאָדָֽם׃
8 וַיַּעֲלוּ־לָ֞הּ סַרְנֵ֣י פְלִשְׁתִּ֗ים שִׁבְעָ֛ה יְתָרִ֥ים לַחִ֖ים אֲשֶׁ֣ר לֹא־חֹרָ֑בוּ וַתַּאַסְרֵ֖הוּ בָּהֶֽם׃
9 וְהָאֹרֵ֗ב יֹשֵׁ֥ב לָהּ֙ בַּחֶ֔דֶר וַתֹּ֣אמֶר אֵלָ֔יו פְּלִשְׁתִּ֥ים עָלֶ֖יךָ שִׁמְשׁ֑וֹן וַיְנַתֵּק֙ אֶת־הַיְתָרִ֔ים כַּאֲשֶׁ֨ר יִנָּתֵ֤ק פְּתִֽיל־הַנְּעֹ֙רֶת֙ בַּהֲרִיח֣וֹ אֵ֔שׁ וְלֹ֥א נוֹדַ֖ע כֹּחֽוֹ׃
10 וַתֹּ֤אמֶר דְּלִילָה֙ אֶל־שִׁמְשׁ֔וֹן הִנֵּה֙ הֵתַ֣לְתָּ בִּ֔י וַתְּדַבֵּ֥ר אֵלַ֖י כְּזָבִ֑ים עַתָּה֙ הַגִּֽידָה־נָּ֣א לִ֔י בַּמֶּ֖ה תֵּאָסֵֽר׃
11 וַיֹּ֣אמֶר אֵלֶ֔יהָ אִם־אָס֤וֹר יַאַסְר֙וּנִי֙ בַּעֲבֹתִ֣ים חֲדָשִׁ֔ים אֲשֶׁ֛ר לֹֽא־נַעֲשָׂ֥ה בָהֶ֖ם מְלָאכָ֑ה וְחָלִ֥יתִי וְהָיִ֖יתִי כְּאַחַ֥ד הָאָדָֽם׃
12 וַתִּקַּ֣ח דְּלִילָה֩ עֲבֹתִ֨ים חֲדָשִׁ֜ים וַתַּאַסְרֵ֣הוּ בָהֶ֗ם וַתֹּ֤אמֶר אֵלָיו֙ פְּלִשְׁתִּ֤ים עָלֶ֙יךָ֙ שִׁמְשׁ֔וֹן וְהָאֹרֵ֖ב יֹשֵׁ֣ב בֶּחָ֑דֶר וַֽיְנַתְּקֵ֛ם מֵעַ֥ל זְרֹעֹתָ֖יו כַּחֽוּט׃
13 וַתֹּ֨אמֶר דְּלִילָ֜ה אֶל־שִׁמְשׁ֗וֹן עַד־הֵ֜נָּה הֵתַ֤לְתָּ בִּי֙ וַתְּדַבֵּ֤ר אֵלַי֙ כְּזָבִ֔ים הַגִּ֣ידָה לִּ֔י בַּמֶּ֖ה תֵּאָסֵ֑ר וַיֹּ֣אמֶר אֵלֶ֔יהָ אִם־תַּאַרְגִ֗י אֶת־שֶׁ֛בַע מַחְלְפ֥וֹת רֹאשִׁ֖י עִם־הַמַּסָּֽכֶת׃
14 וַתִּתְקַע֙ בַּיָּתֵ֔ד וַתֹּ֣אמֶר אֵלָ֔יו פְּלִשְׁתִּ֥ים עָלֶ֖יךָ שִׁמְשׁ֑וֹן וַיִּיקַץ֙ מִשְּׁנָת֔וֹ וַיִּסַּ֛ע אֶת־הַיְתַ֥ד הָאֶ֖רֶג וְאֶת־הַמַּסָּֽכֶת׃
15 וַתֹּ֣אמֶר אֵלָ֗יו אֵ֚יךְ תֹּאמַ֣ר אֲהַבְתִּ֔יךְ וְלִבְּךָ֖ אֵ֣ין אִתִּ֑י זֶ֣ה שָׁלֹ֤שׁ פְּעָמִים֙ הֵתַ֣לְתָּ בִּ֔י וְלֹא־הִגַּ֣דְתָּ לִּ֔י בַּמֶּ֖ה כֹּחֲךָ֥ גָדֽוֹל׃
16 וַ֠יְהִי כִּֽי־הֵצִ֨יקָה לּ֧וֹ בִדְבָרֶ֛יהָ כָּל־הַיָּמִ֖ים וַתְּאַֽלֲצֵ֑הוּ וַתִּקְצַ֥ר נַפְשׁ֖וֹ לָמֽוּת׃
17 וַיַּגֶּד־לָ֣הּ אֶת־כָּל־לִבּ֗וֹ וַיֹּ֤אמֶר לָהּ֙ מוֹרָה֙ לֹֽא־עָלָ֣ה עַל־רֹאשִׁ֔י כִּֽי־נְזִ֧יר אֱלֹהִ֛ים אֲנִ֖י מִבֶּ֣טֶן אִמִּ֑י אִם־גֻּלַּ֙חְתִּי֙ וְסָ֣ר מִמֶּ֣נִּי כֹחִ֔י וְחָלִ֥יתִי וְהָיִ֖יתִי כְּכָל־הָאָדָֽם׃
18 וַתֵּ֣רֶא דְּלִילָ֗ה כִּֽי־הִגִּ֣יד לָהּ֮ אֶת־כָּל־לִבּוֹ֒ וַתִּשְׁלַ֡ח וַתִּקְרָא֩ לְסַרְנֵ֨י פְלִשְׁתִּ֤ים לֵאמֹר֙ עֲל֣וּ הַפַּ֔עַם כִּֽי־הִגִּ֥יד ׳לָהּ׳ ״לִ֖י״ אֶת־כָּל־לִבּ֑וֹ וְעָל֤וּ אֵלֶ֙יהָ֙ סַרְנֵ֣י פְלִשְׁתִּ֔ים וַיַּעֲל֥וּ הַכֶּ֖סֶף בְּיָדָֽם׃
19 וַתְּיַשְּׁנֵ֙הוּ֙ עַל־בִּרְכֶּ֔יהָ וַתִּקְרָ֣א לָאִ֔ישׁ וַתְּגַלַּ֕ח אֶת־שֶׁ֖בַע מַחְלְפ֣וֹת רֹאשׁ֑וֹ וַתָּ֙חֶל֙ לְעַנּוֹת֔וֹ וַיָּ֥סַר כֹּח֖וֹ מֵעָלָֽיו׃
20 וַתֹּ֕אמֶר פְּלִשְׁתִּ֥ים עָלֶ֖יךָ שִׁמְשׁ֑וֹן וַיִּקַ֣ץ מִשְּׁנָת֗וֹ וַיֹּ֙אמֶר֙ אֵצֵ֞א כְּפַ֤עַם בְּפַ֙עַם֙ וְאִנָּעֵ֔ר וְהוּא֙ לֹ֣א יָדַ֔ע כִּ֥י יְהוָ֖ה סָ֥ר מֵעָלָֽיו׃
21 וַיֹּאחֲז֣וּהוּ פְלִשְׁתִּ֔ים וַֽיְנַקְּר֖וּ אֶת־עֵינָ֑יו וַיּוֹרִ֨ידוּ אוֹת֜וֹ עַזָּ֗תָה וַיַּאַסְר֙וּהוּ֙ בַּֽנְחֻשְׁתַּ֔יִם וַיְהִ֥י טוֹחֵ֖ן בְּבֵ֥ית ׳הָאֲסִירִים׳ ״הָאֲסוּרִֽים׃״
22 וַיָּ֧חֶל שְׂעַר־רֹאשׁ֛וֹ לְצַמֵּ֖חַ כַּאֲשֶׁ֥ר גֻּלָּֽח׃ פ
23 וְסַרְנֵ֣י פְלִשְׁתִּ֗ים נֶֽאֱסְפוּ֙ לִזְבֹּ֧חַ זֶֽבַח־גָּד֛וֹל לְדָג֥וֹן אֱלֹהֵיהֶ֖ם וּלְשִׂמְחָ֑ה וַיֹּ֣אמְר֔וּ נָתַ֤ן אֱלֹהֵ֙ינוּ֙ בְּיָדֵ֔נוּ אֵ֖ת שִׁמְשׁ֥וֹן אוֹיְבֵֽינוּ׃
24 וַיִּרְא֤וּ אֹתוֹ֙ הָעָ֔ם וַֽיְהַלְל֖וּ אֶת־אֱלֹהֵיהֶ֑ם כִּ֣י אָמְר֗וּ נָתַ֨ן אֱלֹהֵ֤ינוּ בְיָדֵ֙נוּ֙ אֶת־א֣וֹיְבֵ֔נוּ וְאֵת֙ מַחֲרִ֣יב אַרְצֵ֔נוּ וַאֲשֶׁ֥ר הִרְבָּ֖ה אֶת־חֲלָלֵֽינוּ׃
25 וַֽיְהִי֙ ׳כִּי׳ ׳טוֹב׳ ״כְּט֣וֹב״ לִבָּ֔ם וַיֹּ֣אמְר֔וּ קִרְא֥וּ לְשִׁמְשׁ֖וֹן וִישַֽׂחֶק־לָ֑נוּ וַיִּקְרְא֨וּ לְשִׁמְשׁ֜וֹן מִבֵּ֣ית ׳הָאֲסִירִים׳ ״הָאֲסוּרִ֗ים״ וַיְצַחֵק֙ לִפְנֵיהֶ֔ם וַיַּעֲמִ֥ידוּ אוֹת֖וֹ בֵּ֥ין הָעַמּוּדִֽים׃
26 וַיֹּ֨אמֶר שִׁמְשׁ֜וֹן אֶל־הַנַּ֨עַר הַמַּחֲזִ֣יק בְּיָדוֹ֮ הַנִּ֣יחָה אוֹתִי֒ ׳וְהֵימִשֵׁנִי׳ ״וַהֲמִשֵׁ֙נִי֙״ אֶת־הָֽעַמֻּדִ֔ים אֲשֶׁ֥ר הַבַּ֖יִת נָכ֣וֹן עֲלֵיהֶ֑ם וְאֶשָּׁעֵ֖ן עֲלֵיהֶֽם׃
27 וְהַבַּ֗יִת מָלֵ֤א הָֽאֲנָשִׁים֙ וְהַנָּשִׁ֔ים וְשָׁ֕מָּה כֹּ֖ל סַרְנֵ֣י פְלִשְׁתִּ֑ים וְעַל־הַגָּ֗ג כִּשְׁלֹ֤שֶׁת אֲלָפִים֙ אִ֣ישׁ וְאִשָּׁ֔ה הָרֹאִ֖ים בִּשְׂח֥וֹק שִׁמְשֽׁוֹן׃
28 וַיִּקְרָ֥א שִׁמְשׁ֛וֹן אֶל־יְהוָ֖ה וַיֹּאמַ֑ר אֲדֹנָ֣י יֱהוִֹ֡ה זָכְרֵ֣נִי נָא֩ וְחַזְּקֵ֨נִי נָ֜א אַ֣ךְ הַפַּ֤עַם הַזֶּה֙ הָאֱלֹהִ֔ים וְאִנָּקְמָ֧ה נְקַם־אַחַ֛ת מִשְּׁתֵ֥י עֵינַ֖י מִפְּלִשְׁתִּֽים׃
29 וַיִּלְפֹּ֨ת שִׁמְשׁ֜וֹן אֶת־שְׁנֵ֣י׀ עַמּוּדֵ֣י הַתָּ֗וֶךְ אֲשֶׁ֤ר הַבַּ֙יִת֙ נָכ֣וֹן עֲלֵיהֶ֔ם וַיִּסָּמֵ֖ךְ עֲלֵיהֶ֑ם אֶחָ֥ד בִּימִינ֖וֹ וְאֶחָ֥ד בִּשְׂמֹאלֽוֹ׃
30 וַיֹּ֣אמֶר שִׁמְשׁ֗וֹן תָּמ֣וֹת נַפְשִׁי֮ עִם־פְּלִשְׁתִּים֒ וַיֵּ֣ט בְּכֹ֔חַ וַיִּפֹּ֤ל הַבַּ֙יִת֙ עַל־הַסְּרָנִ֔ים וְעַל־כָּל־הָעָ֖ם אֲשֶׁר־בּ֑וֹ וַיִּהְי֤וּ הַמֵּתִים֙ אֲשֶׁ֣ר הֵמִ֣ית בְּמוֹת֔וֹ רַבִּ֕ים מֵאֲשֶׁ֥ר הֵמִ֖ית בְּחַיָּֽיו׃
31 וַיֵּרְד֨וּ אֶחָ֜יו וְכָל־בֵּ֣ית אָבִיהוּ֮ וַיִּשְׂא֣וּ אֹתוֹ֒ וַֽיַּעֲל֣וּ׀ וַיִּקְבְּר֣וּ אוֹת֗וֹ בֵּ֤ין צָרְעָה֙ וּבֵ֣ין אֶשְׁתָּאֹ֔ל בְּקֶ֖בֶר מָנ֣וֹחַ אָבִ֑יו וְה֛וּא שָׁפַ֥ט אֶת־יִשְׂרָאֵ֖ל עֶשְׂרִ֥ים שָׁנָֽה׃ פ
2010 by Bible League International
2005 by Public Domain