使徒行传 2:1-32
Chinese Contemporary Bible (Simplified)
圣灵降临
2 五旬节那天,门徒聚集在一起。 2 忽然,天上发出一阵响声,好像狂风呼啸而过,充满了他们所在的房子, 3 又有火焰般的舌头显现出来,分别落在各人的头上。 4 大家都被圣灵充满,得到圣灵所赐的才能,说起别的语言来。
5 当时耶路撒冷住着从各国回来的虔诚的犹太人。 6 众人听见这阵响声便赶过来,听见门徒在说他们各自的语言,都十分纳闷, 7 惊诧地说:“看啊!这些说话的不都是加利利人吗? 8 怎么会说我们各自的语言呢? 9 我们这里有帕提亚人、玛代人、以拦人,以及住在美索不达米亚、犹太、加帕多迦、本都、亚细亚、 10 弗吕迦、旁非利亚、埃及和靠近古利奈的利比亚的人,还有从罗马来的犹太人和改信犹太教的人、 11 克里特人和阿拉伯人。我们都听见他们在用我们各自的语言诉说上帝的伟大!” 12 他们都大感惊奇和困惑,彼此议论说:“这到底是怎么回事?”
13 有些人就讥笑说:“他们不过是被新酒灌醉了!”
彼得讲道
14 彼得和其他十一位使徒都站起来,他大声对众人说:“各位犹太同胞和住在耶路撒冷的人啊,请留心听!我告诉你们这是怎么回事。 15 你们以为这些人是醉了,其实不是,因为现在才早上九点钟。 16 你们眼前看见的正是先知约珥所说的,
17 “‘上帝说,在末后的日子,
我要将我的灵浇灌所有的人,
你们的儿女要说预言,
青年要见异象,
老人要做异梦。
18 那时,我要将我的灵浇灌我的奴仆和婢女,
他们都要说预言。
19 在天上,我要显异兆;
在地上,我要行神迹,有血、有火、有浓烟。
20 太阳要变得昏暗,
月亮要变得血红。
这都要发生在主伟大荣耀的日子来临以前。
21 那时,凡求告主名的,都必得救。’
22 “各位以色列人啊,请留心听。上帝借着拿撒勒人耶稣在你们中间行了异能、奇事和神迹,以证明拿撒勒人耶稣是祂派来的。这是你们都知道的。 23 上帝照着自己的计划和预知把耶稣交在你们手里,你们借着邪恶之人的手把祂钉死在十字架上了。 24 但上帝为祂解除了死亡的痛苦,使祂从死里复活,因为祂不可能被死亡拘禁。 25 论到耶稣,大卫曾说,
“‘我看见主常在我面前,
祂在我右边,我必不动摇。
26 因此我的心欢喜,我的口颂赞,
我的身体也要活在盼望中。
27 因为你不会把我的灵魂撇在阴间,
也不会让你的圣者身体朽坏。
28 你已把生命之路指示我,
叫我在你面前充满喜乐。’
29 “弟兄们,我肯定地对你们说,先祖大卫死了,埋葬了,他的坟墓至今还在这里。 30 大卫是先知,知道上帝曾起誓要从他的后裔中选立一人继承他的王位。 31 他预先知道这事,讲到基督的复活,说,‘祂的灵魂不会被撇在阴间,祂的身体也不会朽坏’。 32 上帝已经使这位耶稣复活了!我们都是这件事的见证人。
Read full chapter
ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:1-32
Odia Holy Bible: Easy-to-Read Version
ପବିତ୍ରଆତ୍ମାଙ୍କର ଆଗମନ
2 ଯେତେବେଳେ ପେଣ୍ଟିକଷ୍ଟ[a] ଦିନ ଆସିଲା ସେମାନେ ସମସ୍ତେ ଗୋଟିଏ ସ୍ଥାନରେ ଏକାଠି ଜମା ହୋଇଥିଲେ। 2 ସେତେବେଳେ ହଠାତ୍ ଆକାଶରୁ ଗୋଟିଏ ଶବ୍ଦ ଶୁଣାଗଲା। ଏହି ଶବ୍ଦ ଗୋଟିଏ ଭୀଷଣ ଝଡ଼ ବହିବା ପରି ଥିଲା। ଶବ୍ଦଟି ସେମାନେ ଯେଉଁ ଘର ଭିତରେ ବସିଥିଲେ, ସେହି ଘରର ଗ୍ଭରିଆଡ଼େ ବ୍ୟାପି ଗଲା। 3 ସେମାନେ ଅଗ୍ନିଶିଖା ପରି ଜିହ୍ୱାଗୁଡ଼ିକ କିଛି ଦେଖିଲେ। ଏହି ଅଗ୍ନିଶିଖାସବୁ ଭାଗ ଭାଗ ହୋଇ ସେଠାରେ ଥିବା ପ୍ରତ୍ୟେକ ବ୍ୟକ୍ତିର ଉପରେ ରହିଲା। 4 ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ। ପବିତ୍ରଆତ୍ମାଙ୍କ ଦ୍ୱାରା ପାଉଥିବା ଶକ୍ତି ସାହାଯ୍ୟରେ ସେମାନେ ଭିନ୍ନ ଭିନ୍ନ ଭାଷାରେ କଥା କହିବାକୁ ଆରମ୍ଭ କଲେ।
5 ସେ ସମୟରେ ପୃଥିବୀର ସବୁ ଦେଶରୁ ଯିହୂଦୀ ଭକ୍ତମାନେ ଆସି ଯିରୁଶାଲମରେ ରହୁଥିଲେ। 6 ଏହି ଶବ୍ଦ ଶୁଣିବା ମାତ୍ରେ ସେମାନଙ୍କ ଭିତରୁ ବହୁତ ଲୋକ ଆସି ଜମା ହୋଇଗଲେ। ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣ ସେମାନେ ନିଜେ ଯେଉଁ ଭାଷାରେ କଥା ହେଉଥିଲେ, ପ୍ରେରିତମାନେ ସେହି ସେହି ଭାଷାରେ କଥା ହେଉଥିବାର ଶୁଣିଲେ।
7 ଏଥିରେ ଯିହୂଦୀମାନେ ଆଶ୍ଚର୍ଯ୍ୟ ହୋଇ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, “ଦେଖ, ଏହିପରି କଥା କହିଥିବା ଏହି ସମସ୍ତ ଲୋକେ ଗାଲିଲୀର ନୁହନ୍ତି କି? 8 କିନ୍ତୁ ଆମ୍ଭେମାନେ ସେମାନଙ୍କୁ ଆମ୍ଭ ମାତୃଭାଷାରେ କଥା କହିବାର କିପରି ଶୁଣୁଛୁ? ଏହା କିପରି ସମ୍ଭବ! 9 ଆମ୍ଭେ ଏଠାକୁ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛୁ। ପାର୍ଥୀୟ, ମାଦୀୟ ଓ ଏଲାମୀୟ ପୁଣି ମେସପତାମିଆର ଲୋକମାନେ, 10 ଏବଂ ଯିହୂଦା, କାପ୍ପାଦକିଆ, ପନ୍ତ ଓ ଆସିଆ, ଫ୍ରୁଗିଆ ଓ ପ୍ରଫୂଲ୍ଲିଆ, ମିଶର ନିବାସୀ କୂରୀଣୀ ନିକଟବର୍ତ୍ତୀ ଲିବିୟା ପ୍ରଦେଶ ଲୋକେ ରୋମ ନଗରରୁ ଆସିଥିବା ତଥା କ୍ରୀତୀୟ ଓ ଆରବୀୟ ପରିଦର୍ଶକଗଣ। ଆମ୍ଭ ଭିତରୁ କେତେଜଣ ଜନ୍ମରୁ ଯିହୂଦୀ ଏବଂ ଅନ୍ୟ କେତେକ ଯିହୂଦୀ ଧର୍ମଗ୍ରହଣ କରିଥିବା ଲୋକମାନେ। 11 ଆମ୍ଭେ ସମସ୍ତେ ଭିନ୍ନ ଭିନ୍ନ ଦେଶରୁ ଆସିଛୁ। କିନ୍ତୁ ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭ ନିଜ ଭାଷା କହିବାର ଶୁଣୁଛୁ। ସେମାନେ ପରମେଶ୍ୱରଙ୍କର ମହତ୍ ଓ ଆଶ୍ଚର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକୁ ଆମ୍ଭ ଭାଷାରେ ବର୍ଣ୍ଣନା କରୁଛନ୍ତି। ଆମ୍ଭେ ଏହା ବୁଝି ପାରୁଛୁ।”
12 ସେମାନେ ସମସ୍ତେ ଆଶ୍ଚର୍ଯ୍ୟ ଓ ବିଭ୍ରାନ୍ତ ହୋଇ ପଡ଼ିଲେ। ସେମାନେ ପରସ୍ପର ଭିତରେ ପଚରା ଉଚରା ହେଲେ, “ଏ ସବୁ କ’ଣ ହେଉଛି?” 13 କିନ୍ତୁ ଅନ୍ୟ ଲୋକମାନେ ପ୍ରେରିତମାନଙ୍କୁ ଉପହାସ କରି କହିଲେ, “ଏମାନେ ସମସ୍ତେ ମଦପିଇ ମାତାଲ ହୋଇଛନ୍ତି।”
ପିତରଙ୍କର ଲୋକମାନଙ୍କୁ ସମ୍ବୋଧନ
14 ପିତର ସେହି ଏଗାର ଜଣ ପ୍ରେରିତଙ୍କ ସହ ଠିଆ ହୋଇ ସେହି ଲୋକମାନଙ୍କୁ ବଡ଼ ପାଟିରେ କହିଲେ, “ହେ ଯିହୂଦୀୟମାନେ, ହେ ଯିରୁଶାଲମ ବାସିନ୍ଦାମାନେ, ସମସ୍ତେ ମୋ’ କଥା ଶୁଣ। 15 ତୁମ୍ଭେମାନେ ଯାହା ଅନୁମାନ କରୁଛ ଯେ, ଏମାନେ ମାତାଲ, ତାହା ନୁହେଁ, କାରଣ ବର୍ତ୍ତମାନ ତ’ ସକାଳ ନ’ଟା ବାଜିଛି। 16 ଏବେ ଯାହା ଘଟୁଛି ସେ ବିଷୟରେ ଭାବବାଦୀ ଯୋୟେଲ କହିଥିଲେ:
17 “ପରମେଶ୍ୱର କହନ୍ତି, ମୁଁ ଶେଷ ସମୟରେ
ସମସ୍ତଙ୍କ ଉପରେ ମୋର ଆତ୍ମା ଢାଳିଦେବି।
ଯାହାଦ୍ୱାରା ତୁମ୍ଭମାନଙ୍କର ପୁଅ ଝିଅମାନେ ଭବିଷ୍ୟଦ୍ବାଣୀ କହି ପାରିବେ।
ତୁମ୍ଭମାନଙ୍କର ଯୁବକମାନେ ଦର୍ଶନ ପାଇବେ
ଓ ବୃଦ୍ଧ ଲୋକମାନେ ସ୍ୱପ୍ନ ଦେଖିବେ।
18 ହଁ, ସେତେବେଳେ ମୁଁ ନିଜ ସେବକ ସେବିକାମାନଙ୍କ ଉପରେ ନିଜ ଆତ୍ମା ଢାଳି ଦେବି,
ସେମାନେ ଭବିଷ୍ୟଦ୍ବାଣୀ କହିବେ।
19 ମୁଁ ଉପରିସ୍ଥ ଆକାଶରେ ବିସ୍ମୟଜନକ କାର୍ଯ୍ୟ
ଓ ନୀଚ୍ଚସ୍ଥ ପୃଥିବୀରେ ରକ୍ତ, ନିଆଁ, ମେଘ,
ଧୂଆଁର ଚିହ୍ନମାନ ଦେଖାଇବି।
20 ପ୍ରଭୁଙ୍କର ସେହି ମହତ୍ ଓ ପ୍ରସିଦ୍ଧ ଦିନ ଆସିବା ପୂର୍ବରୁ
ସୂର୍ଯ୍ୟ ଅନ୍ଧକାରମୟ
ଓ ଚନ୍ଦ୍ର ରକ୍ତ ବର୍ଣ୍ଣ ହୋଇଯିବ।
21 ସେତେବେଳେ ଯେ କେହି ପ୍ରଭୁଙ୍କ ନାମ ଉଚ୍ଚାରଣ କରିବ, ସେ ଉଦ୍ଧାର ପାଇବ।’(A)
22 “ହେ ଇସ୍ରାଏଲର ଲୋକମାନେ, ଏହିସବୁ କଥା ଶୁଣ: ନାଜରିତୀୟ ଯୀଶୁ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ଯାହାଙ୍କୁ ଈଶ୍ୱର ପଠାଇ ଥିଲେ। ଯୀଶୁ ଯେଉଁସବୁ ଶକ୍ତିଶାଳୀ କାର୍ଯ୍ୟ ଏବଂ ଆଶ୍ଚର୍ଯ୍ୟ ଘଟଣା ସବୁ କରିଥିଲେ, ତାହାଦ୍ୱାରା ପରମେଶ୍ୱର ତୁମ୍ଭମାନଙ୍କ ନିକଟରେ ଏହା ପ୍ରମାଣିତ କରିଛନ୍ତି। 23 ତୁମ୍ଭେମାନେ ସମସ୍ତେ ଏସବୁ ଦେଖିଛ ଓ ଏସବୁ ଯେ ନିରାଟ ସତ୍ୟ ତାହା ଜାଣିଛ। ଏହି ଯୀଶୁଙ୍କୁ ଈଶ୍ୱର ନିଶ୍ଚିତ ଯୋଜନା ଓ ପୂର୍ବ ଜ୍ଞାନ ଅନୁସାରେ ତୁମ୍ଭମାନଙ୍କୁ ସମର୍ପି ଦିଆ ଯାଇଥିଲା। କିନ୍ତୁ ତୁମ୍ଭେମାନେ ଦୁଷ୍ଟମାନଙ୍କ ସାହାଯ୍ୟରେ ତାହାଙ୍କୁ କ୍ରୁଶରେ ଚଢ଼ାଇ କଣ୍ଟା ବାଡ଼େଇ ହତ୍ୟା କରିଦେଲ। 24 କିନ୍ତୁ ଈଶ୍ୱର ଏସବୁ ଘଟିବ ବୋଲି ଆଗରୁ ଜାଣିଥିଲେ। ସେଥିପାଇଁ ସେ ଯୀଶୁଙ୍କୁ ମୃତ୍ୟୁର ବନ୍ଧନରୁ ମୁକ୍ତ କରି ତାହାଙ୍କୁ ପୁଣି ଉଠାଇଅଛନ୍ତି। ମୃତ୍ୟୁ ତାହାଙ୍କୁ ବାନ୍ଧି ରଖିପାରିଲା ନାହିଁ। 25 ଦାଉଦ ତାହାଙ୍କ ବିଷୟରେ କହିଥିଲେ,
‘ମୁଁ ସର୍ବଦା ପ୍ରଭୁଙ୍କୁ ମୋ’ ସମ୍ମୁଖରେ ଦେଖୁଥିଲି।
ସେ ମୋତେ ନିରାପଦରେ ରଖିବା ପାଇଁ ମୋର ଡାହାଣ ପାଖରେ ରହନ୍ତି।
26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା
ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା।
27 ମୋ’ ଶରୀର ମଧ୍ୟ ଭରସାରେ ବଞ୍ଚି ରହିବ, ଯେହେତୁ ତୁମ୍ଭେ ମୋର ଆତ୍ମାକୁ ମୃତ୍ୟୁ ସ୍ଥାନରେ ଛାଡ଼ିଦେବ ନାହିଁ।
ତୁମ୍ଭେ ନିଜର ପବିତ୍ର ବ୍ୟକ୍ତିକୁ କବରରେ କ୍ଷୟ ହେବାକୁ ଦେବ ନାହିଁ।
28 ତୁମ୍ଭେ ମୋତେ ଜୀବନର ପଥ ଦେଖାଇ ଅଛ।
ତୁମ୍ଭ ଉପସ୍ଥିତିରେ ମୋତେ ବହୁତ ଆନନ୍ଦ ମିଳିବ।’(B)
29 “ହେ ମୋର ଭାଇମାନେ, ମୁଁ ବିଶ୍ୱାସର ସହିତ ଆମ୍ଭ ପୂର୍ବପୁରୁଷ ଦାଉଦଙ୍କ ବିଷୟରେ ତୁମ୍ଭମାନଙ୍କୁ କହି ପାରିବି। ସେ ମୃତ୍ୟୁବରଣ କରି କବରସ୍ଥ ହୋଇଛନ୍ତି, ଏବଂ ତାହାଙ୍କର ଏହି କବର ଅଦ୍ୟାବଧି ଆମ୍ଭ ନିକଟରେ ଅଛି। 30 ଦାଉଦ ଜଣେ ଭାବବାଦୀ ଥିଲେ। ସେ ଜାଣିଥିଲେ, ପରମେଶ୍ୱର ତାହାଙ୍କ ପାଖରେ ପ୍ରତିଜ୍ଞା କରିଥିଲେ ଯେ, ସେ ତାହାଙ୍କ ବଂଶଧର ମଧ୍ୟରୁ ଜଣଙ୍କୁ ତାହାଙ୍କ ସିଂହାସନରେ ବସାଇବେ। 31 ଏଣୁ ଭବିଷ୍ୟତରେ ଯାହା ଘଟିବ, ତାହା ଦାଉଦ ପୂର୍ବରୁ ଜାଣିପାରି ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ସମ୍ପର୍କରେ କହିଥିଲେ,
‘ତାହାଙ୍କୁ ମୃତ୍ୟୁର ସ୍ଥାନରେ ଛାଡ଼ି ଦିଆ ଯାଇ ନାହିଁ
ଓ ତାହାଙ୍କର ଦେହ କବରରେ ପଚିସଢ଼ି ଯାଇ ନାହିଁ।’
ଦାଉଦ ଏହି ସ୍ଥାନରେ ଯୀଶୁ ଖ୍ରୀଷ୍ଟଙ୍କର ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ସମ୍ବନ୍ଧରେ କହିଥିଲେ। 32 ଏହି ଯୀଶୁଙ୍କୁ ଈଶ୍ୱର ଯେ ମୃତ୍ୟୁରୁ ଉଠାଇଛନ୍ତି, ଆମ୍ଭେମାନେ ସେଥିରେ ନିଜେ ସାକ୍ଷୀ ଅଟୁ।
Read full chapterFootnotes
- ପ୍ରେରିତମାନଙ୍କ କାର୍ଯ୍ୟର ବିବରଣ 2:1 ପେଣ୍ଟିକଷ୍ଟ ଯିହୂଦୀମାନଙ୍କର ଶସ୍ୟ କାଟିବା ପର୍ବ ଯାହା ନିସ୍ତାରପର୍ବର 50 ଦିନ ପରେ ଆରମ୍ଭ ହୋଇଥାଏ।
Chinese Contemporary Bible Copyright © 1979, 2005, 2007, 2011 by Biblica® Used by permission. All rights reserved worldwide.
2010 by Bible League International