Add parallel Print Page Options

ଯୀଶୁ ପ୍ରେରିତମାନଙ୍କୁ ପ୍ରାର୍ଥନା କରିବାକୁ କହିଲେ

(ମାଥିଉ 26:36-46; ମାର୍କ 14:32-42)

39 ଯୀଶୁ ଯିରୁଶାଲମ ନଗର ଛାଡ଼ି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କ ସହିତ ଗଲେ। 40 ସେଠାରେ ପହଞ୍ଚି ଯୀଶୁ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭେମାନେ ଯେପରି ପରୀକ୍ଷାରେ ନ ପଡ଼ ଏଥିପାଇଁ ପ୍ରାର୍ଥନା କର।”

41 ତା'ପରେ ଯୀଶୁ ସେମାନଙ୍କଠାରୁ ପ୍ରାୟ ପଗ୍ଭଶ ମିଟର ଦୂରକୁ ଗଲେ। ସେ ଆଣ୍ଠୁ ମାଡ଼ି ବସି ପଡ଼ି ପ୍ରାର୍ଥନା କଲେ, 42 “ହେ ପରମପିତା, ଯଦି ଏହା ତୁମ୍ଭର ଇଚ୍ଛା, ତେବେ ଦୁଃଖ ‘ଯାତନାର ଏହି ପାନପାତ୍ର’[a] ମୋ'ଠାରୁ ଦୂର କର। କିନ୍ତୁ ଯାହା ତୁମ୍ଭର ଇଚ୍ଛା ତାହା କର। ମୋ’ ଇଚ୍ଛାରେ ନୁହେଁ।” 43 ତା'ପରେ ସ୍ୱର୍ଗରୁ ଜଣେ ଦୂତ ଆସି ଦେଖାଦେଲେ। ସେହି ସ୍ୱର୍ଗଦୁତଙ୍କୁ ଯୀଶୁଙ୍କୁ ସାହାଯ୍ୟ କରିବା ପାଇଁ ପଠାଯାଇଥିଲା। 44 ଯୀଶୁ ମର୍ମାନ୍ତକ ପୀଡ଼ାରେ ବୁଡ଼ି ରହି ଆହୁରି ଦୃଢ଼ ଭାବରେ ପ୍ରାର୍ଥନା କରିବାକୁ ଲାଗିଲେ। ତାହାଙ୍କ ମୁହଁରୁ ଘନ ଘନ ରକ୍ତ ଟୋପା ଭଳି ଝାଳ ବାହାରି ଆସି ଭୂଇଁରେ ପଡ଼ିଲା। 45 ଯୀଶୁ ପ୍ରାର୍ଥନା କରିସାରି ଶିଷ୍ୟମାନଙ୍କ ପାଖକୁ ଫେରିଗଲେ। ସେମାନେ ସମସ୍ତେ ଶୋଇପଡ଼ିଥିଲେ, ସେମାନଙ୍କ ଦୁଃଖ ସେମାନଙ୍କୁ ବହୁତ କ୍ଳାନ୍ତ କରି ପକାଇଥିଲା। 46 ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ କାହିଁକି ଶୋଇ ପଡ଼ିଛ? ଉଠ ଓ ପରୀକ୍ଷାରେ ନ ପଡ଼ିବାକୁ ତଥା ଶକ୍ତିଲାଭ ପାଇଁ ପ୍ରାର୍ଥନା କର।”

Read full chapter

Footnotes

  1. ଲୂକ ଲିଖିତ ସୁସମାଗ୍ଭର 22:42 ‘ଯାତନାର ଏହି ପାନପାତ୍ର’ ଯୀଶୁ ତାଙ୍କ ନିଜପାଇଁ ଘଟିବାକୁ ଯାଉଥିବା ଅଘଟଣ ବିଷୟରେ କହୁଛନ୍ତି। ଅତ୍ୟନ୍ତ ଅସହନୀୟ ସ୍ୱାଦ ଯୁକ୍ତ ପାନୀୟ ଥିବା ପାତ୍ରରୁ ପିଇବା ଯେପରି କଠୋର, ଏହା ଗ୍ରହଣ କରିବା ସେହିପରି କଠୋର।