Añadir traducción en paralelo Imprimir Opciones de la página

ପରମେଶ୍ୱର ତାହାଙ୍କ ଲୋକମାନଙ୍କୁ ଭୁଲି ନାହାନ୍ତିଁ

11 ତା’ହେଲେ ମୁଁ ପ୍ରଶ୍ନ କରୁଛି: “କ’ଣ ପରମେଶ୍ୱର ନିଜ ଲୋକମାନଙ୍କୁ ପରିତ୍ୟାଗ କରନ୍ତି କି?” ନା! ମୁଁ ଜଣେ ଇସ୍ରାଏଲୀୟ ଲୋକ। ମୁଁ ଅବ୍ରହାମଙ୍କ ପରିବାରର ଅଟେ। ବିନ୍ୟାମିନଙ୍କ ଗୋଷ୍ଠୀରେ ଜାତ। ସେମାନେ ଜନ୍ମ ହେବା ପୂର୍ବରୁ ପରମେଶ୍ୱର ଇସ୍ରାଏଲୀୟମାନଙ୍କୁ ବାଛିଥିଲେ। ପରମେଶ୍ୱର ସେମାନଙ୍କୁ ତ୍ୟାଗ କରି ନାହାନ୍ତି। ଏଲିୟ ଯେତେବେଳେ ପରମେଶ୍ୱରଙ୍କଠାରେ ଇସ୍ରାଏଲ ଲୋକମାନଙ୍କ ବିରୁଦ୍ଧରେ ପ୍ରାର୍ଥନା କରୁଥିଲେ, ତାହାଙ୍କ ବିଷୟରେ ଶାସ୍ତ୍ର ଯାହା କୁହେ, ତୁମ୍ଭେ ଜାଣିଛ? ଏଲିୟ କହିଥିଲେ: “ପ୍ରଭୁ, ଲୋକେ ତୁମ୍ଭର ଭବିଷ୍ୟ‌ଦ୍‌ବକ୍ତାଗଣକୁ ବଧ କରିଛନ୍ତି, ଓ ତୁମ୍ଭର ଯଜ୍ଞବେଦୀ ସବୁ ଭାଙ୍ଗିଛନ୍ତି। କେବଳ ମୁଁ ଜଣେ ଭବିଷ୍ୟ‌ଦ୍‌ବକ୍ତା ବଞ୍ଚିଛି, ସେମାନେ ମୋତେ ମଧ୍ୟ ମାରି ଦେବା ପାଇଁ ଚେଷ୍ଟା କରୁଛନ୍ତି।” [a] କିନ୍ତୁ ତାହାଙ୍କୁ ପରମେଶ୍ୱରଙ୍କର ଉତ୍ତର କ’ଣ ଥିଲା? “ବାଆଲ ଆଗରେ ଆଣ୍ଠୁମାଡ଼ି ନ ଥିବା ସାତହଜାର ଲୋକଙ୍କୁ ଏବେ ମଧ୍ୟ ମୁଁ ନିଜ ପାଇଁ ରଖିଛି।” [b]

ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ବଛା ଯାଇଥିବା ଏବେ ମଧ୍ୟ କେତେକ ଲୋକ ଅଛନ୍ତି। ଯଦି ପରମେଶ୍ୱର ଅନୁଗ୍ରହ ହେତୁ ସେମାନଙ୍କୁ ମନୋନୀତ କରିଛନ୍ତି, ତା’ହେଲେ ଲୋକମାନେ ନିଜେ କରିଥିବା କାର୍ଯ୍ୟ ହେତୁ ପରମେଶ୍ୱରଙ୍କ ଲୋକ ହୋଇ ନାହାନ୍ତି। ଯଦି କାର୍ଯ୍ୟ ଦ୍ୱାରା ତାହା ହେଇଥା’ନ୍ତା ତେବେ ଅନୁଗ୍ରହର କ’ଣ ବା ଅର୍ଥ ହେବ? ତା’ହେଲେ କ’ଣ ହେଲା?

ଇସ୍ରାଏଲର ଲୋକେ ଯାହା ପାଇଁ ପରମେଶ୍ୱରଙ୍କଠାରେ ଧାର୍ମିକ ହେବା ଚେଷ୍ଟା କରିଥିଲେ, କିନ୍ତୁ ସଫଳ ହେଲେ ନାହିଁ। କିନ୍ତୁ ପରମେଶ୍ୱରଙ୍କ ଦ୍ୱାରା ବଛା ଯାଇଥିବା ଲୋକେ ଧାର୍ମିକ ହେଲେ। ଅନ୍ୟ ସମସ୍ତେ ଜଡ଼ ହୋଇ ପରମେଶ୍ୱରଙ୍କ କଥା ଶୁଣିବା ପାଇଁ ମନା କଲେ। ଶାସ୍ତ୍ରରେ ଯେପରି ଲେଖା ଅଛି:

“ପରମେଶ୍ୱର ଲୋକମାନଙ୍କୁ ଜଡ଼ତାର ଆତ୍ମାଦେଲେ।” (A)

“ସେମାନେ ସତ୍ୟକୁ ଦେଖି ନ ପାରନ୍ତି ସେଥିପାଇଁ ପରମେଶ୍ୱର ସେମାନଙ୍କର ଆଖି ବନ୍ଦ କରିଦେଲେ,
    ସେମାନେ ସତ୍ୟକୁ ଶୁଣି ନ ପାରନ୍ତୁ ସେଥିପାଇଁ ପରମେଶ୍ୱର ସେମାନଙ୍କର କାନ ବନ୍ଦ କରିଦେଲେ।
ଏହି ଦଶା ଏବେ ସୁଦ୍ଧା ଲାଗି ରହିଛି।” (B)

ଦାଉଦ କୁହନ୍ତି:

“ସେ ଲୋକମାନେ ନିଜର ଭୋଜନରେ ଚ୍ଛନ୍ଦି ଓ ବାନ୍ଧି ହୋଇ ଯାଆନ୍ତୁ,
    ତାହାଙ୍କର ପତନ ହେଉ ଓ ସେମାନଙ୍କୁ ଦଣ୍ଡ ମିଳୁ।
10 ସେମାନଙ୍କର ଆଖି ସତ୍ୟକୁ ଦେଖି ନ ପାରିବା ପାଇଁ ବନ୍ଦ ହୋଇଯାଉ।
    ସର୍ବଦା ପାଇଁ ସେମାନଙ୍କର ଅଣ୍ଟା ନଇଁ ପଡ଼ୁ।” (C)

11 ତା’ହେଲେ ମୁଁ କହୁଛି: ଯିହୂଦୀମାନଙ୍କର ପତନ ସେମାନଙ୍କୁ ନଷ୍ଟ କରିଥିଲା କି। ବରଂ ସେମାନଙ୍କର ଭୁଲ୍ ଅଣଯିହୂଦୀମାନଙ୍କ ଲାଗି ମୁକ୍ତି ଆଣିଲା। ଏହା ଦ୍ୱାରା ଯିହୂଦୀମାନଙ୍କ ଭିତରେ ଉତ୍ସାହ ଭାବ ଜାଗୃତ ହେଲା। 12 ଯିହୂଦୀମାନଙ୍କର ତୃଟୀ ଏହି ସଂସାର ପାଇଁ ଆଶୀର୍ବାଦର ଧନ ସ୍ୱରୂପ ହେଲା, ସେମାନେ ଯାହା ହରାଇଲେ, ତାହା ଅଣଯିହୂଦୀମାନଙ୍କ ପାଇଁ ଆଶୀର୍ବାଦର ଧନ ଆଣି ଦେଲା। ତେଣୁ ପରମେଶ୍ୱର ଯାହା ଗ୍ଭହୁଁଛନ୍ତି ସେହି ଅନୁସାରେ ପୂର୍ଣ୍ଣ ସଂଖ୍ୟକ ଯିହୂଦୀମାନେ ଯେତେବେଳେ ଗ୍ଭଲିବେ, ସେତେବେଳେ ସଂସାର ନିଶ୍ଚିତ ରୂପେ ଅଧିକ ମାତ୍ରାରେ ଆଶୀର୍ବାଦର ଧନ ପ୍ରାପ୍ତ କରିବ!

13 ଏବେ ମୁଁ ଅଣଯିହୂଦୀମାନଙ୍କ ପାଇଁ କହୁଛି। କାରଣ ମୁଁ ବିଶେଷ ଭାବରେ ଅଣଯିହୂଦୀମାନଙ୍କ ନିକଟକୁ ପ୍ରେରିତ ହୋଇଛି। ମୁଁ ପୂର୍ଣ୍ଣ ମନ ପ୍ରାଣରେ ଏହି କାମ କରିବି। 14 ମୁଁ ଆଶାକରେ ଯେ ନିଜ ଲୋକ ମାନଙ୍କ ଭିତରେ ଉ‌‌‌ଦ୍‌‌‌ଯୋଗ ଆଣି ତାହାଙ୍କ ଭିତରୁ କେତେକ ଲୋକଙ୍କୁ ଉଦ୍ଧାର କରି ପାରିବି। 15 ଯିହୂଦୀମାନଙ୍କୁ ପରମେଶ୍ୱର ଅସ୍ୱୀକାର କରି ଦେଲାପରେ, ସେ ଜଗତର ଅନ୍ୟଲୋକ ମାନଙ୍କ ସହିତ ମୈତ୍ରୀ କଲେ। ଅତଏବ, ଯିହୂଦାମାନଙ୍କୁ ପୁନଃ ଗ୍ରହଣ କରିବା ଅର୍ଥ ଜଗତର ଅନ୍ୟ ଲୋକମାନଙ୍କ ପାଇଁ ମୃତ୍ୟୁରୁ ପୁନର୍ଜୀବନ ଆଣିବା। 16 ଆମ୍ଭ ଭୋଜନର ପ୍ରଥମ ଭାଗଟି ଯଦି ପରମେଶ୍ୱରଙ୍କୁ ସମର୍ପଣ କରାଯାଏ, ତା’ହେଲେ ସମସ୍ତ ଭୋଜନ ପବିତ୍ର ହୁଏ। ଯଦି କୌଣସି ଗଛର ଚେର ପବିତ୍ର, ତା’ହେଲେ ସେହି ଗଛର ସମସ୍ତ ଡାଳ ମଧ୍ୟ ପବିତ୍ର।

17 ଧରିନିଅ ଗୋଟିଏ ଜୀତ ବୃକ୍ଷର ଶାଖାଗୁଡ଼ିକ ଭାଙ୍ଗି ଯାଇଛି। ଗୋଟିଏ ଅନ୍ୟ ଜଙ୍ଗଲୀ ଜୀତଗଛର ଶାଖାଗୁଡ଼ିକ ଆଣି ପ୍ରଥମ ଗଛ ସହିତ ସଂଯୁକ୍ତ କରାହେଲା। ତୁମ୍ଭେ ଅଣଯିହୂଦୀମାନେ ସେହି ଜଙ୍ଗଲୀ ଜୀତଗଛ ଭଳି। ତୁମ୍ଭେମାନେ ସେହି ପ୍ରଥମ ଗଛମାନଙ୍କଠାରୁ ଶକ୍ତି ଓ ଜୀବନ ପ୍ରାପ୍ତ କରୁଛ। 18 ସେଥିପାଇଁ, ପ୍ରଥମ ଗଛର ସେ ଭଙ୍ଗା ଡାଳଗୁଡ଼ିକ ନିମନ୍ତେ ତୁମ୍ଭମାନଙ୍କର ଗର୍ବ କରିବାର କୌଣସି କାରଣ ନାହିଁ। କାରଣ ତୁମ୍ଭେମାନେ ପ୍ରଥମ ଗଛର ଚେରକୁ ଜୀବନ ପ୍ରଦାନ କରୁ ନାହଁ, ବରଂ ସେହି ଚେର ତୁମ୍ଭମାନଙ୍କୁ ଜୀବନ ପ୍ରଦାନ କରୁଛି। 19 ତୁମ୍ଭେମାନେ କହି ପାର, “ସେ ଗଛର ଡାଳଗୁଡ଼ିକ ଭାଙ୍ଗି ପଡ଼ିବାରୁ ମୁଁ ତା’ ସହିତ ସଂଯୁକ୍ତ ହେଲି।” 20 ଏହା ସତ୍ୟ କିନ୍ତୁ ସେ ଡାଳଗୁଡ଼ିକ ଭାଙ୍ଗି ପଡ଼ିବାର କାରଣ ହେଉଛି ସେମାନଙ୍କର ଅବିଶ୍ୱାସ। କିନ୍ତୁ ତୁମ୍ଭେମାନେ ତୁମ୍ଭମାନଙ୍କ ବିଶ୍ୱାସ ହେତୁ ସେହି ଗଛର ଅଂଶୀ ହୋଇ ପାରିଛ। ଅତଏବ ଗର୍ବ କରିବା ପରିବର୍ତ୍ତେ ଭୟ କରିବା ଦରକାର। 21 ବିଶ୍ୱାସ ନ କରିବା ହେତୁ ଯଦି ପରମେଶ୍ୱର ପ୍ରଥମ ଗଛର ଶାଖାଗୁଡ଼ିକୁ ଭାଙ୍ଗିଦେଲେ, ତା’ହେଲେ ତୁମ୍ଭେମାନେ ମଧ୍ୟ ବିଶ୍ୱାସ ନ ରଖି ପାରିଲେ ପରମେଶ୍ୱର ତୁମ୍ଭମାନଙ୍କୁ ବିଛିନ୍ନ କରିଦେବେ।

22 ଅତଏବ ବୁଝିବା ଦରକାର ଯେ, ପରମେଶ୍ୱର ଅତି ଦୟାଳୁ, କିନ୍ତୁ ସେ ଅତି କଠୋର ମଧ୍ୟ ହୋଇପାରିବେ। ପରମେଶ୍ୱରତାହାଙ୍କୁ ଅନୁସରଣ ନ କରୁଥିବା ଲୋକମାନଙ୍କୁ ଦଣ୍ତ ଦିଅନ୍ତି, କିନ୍ତୁ ତୁମ୍ଭେମାନେ ତାହାଙ୍କ ଅନୁଗ୍ରହରେ ରହିଲେ ସେ, ତୁମ୍ଭମାନଙ୍କ ପ୍ରତି ଦୟାଳୁ ହୁଅନ୍ତି। ଅନ୍ୟ ପକ୍ଷରେ ଯଦି ତୁମ୍ଭେମାନେ ତାହାଙ୍କୁ ଅନୁସରଣ ନ କର ତା’ହେଲେ ତୁମ୍ଭେମାନେ ମଧ୍ୟ କଟାଯାଇ ଫିଙ୍ଗି ଦିଆଯିବ। 23 ଯିହୂଦୀମାନେ ଯଦି ପୁନଃ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତା’ହେଲେ ସେ ଯିହୂଦୀମାନଙ୍କୁ ପୁନଃ ଗ୍ରହଣ କରିନେବେ। ସେମାନଙ୍କୁ ନିଜ ପୂର୍ବ ସ୍ଥାନ ଦେବା ପାଇଁ ପରମେଶ୍ୱର ସମର୍ଥ ହେବେ। 24 ତୁମ୍ଭେମାନେ ଜଙ୍ଗଲୀ ଜୀତଗଛର କଟାଯାଇଥିବା ଶାଖା। ତୁମ୍ଭେମାନେ ଭଲ ଜୀତଗଛ ସହିତ ସଂଯୁକ୍ତ ହୋଇଛ। କିନ୍ତୁ ଏହା ସ୍ୱାଭାବିକ। ଅତଏବ, ସେହି ଯିହୂଦୀମାନେ ପ୍ରକୃତରେ ନିଜର ବୃକ୍ଷ ସହିତ ପୁନର୍ବାର ସଂଯୁକ୍ତ ହୋଇପାରିବେ।

25 ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ । ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା’ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ। 26 ଏହିଭଳି ସମଗ୍ର ଇସ୍ରାଏଲ ଉଦ୍ଧାର ପାଇବ। ଶାସ୍ତ୍ରରେ ଲେଖାଅଛି:

“ସିୟୋନ [c]ଠାରୁ ଉଦ୍ଧାରକର୍ତ୍ତା ଆସିବେ।
    ସେ ଯାବୁକ ପରିବାର ସମସ୍ତ ଅଧର୍ମଗୁଡ଼ିକୁ ଦୂର କରିବେ।
27 ଓ ଆମ୍ଭେ ସେହି ଲୋକମାନଙ୍କର ପାପଗୁଡ଼ିକୁ ହରଣ କଲା ପରେ
    ଏହି ଚୁକ୍ତି କରିବା।” (D)

28 ଯିହୂଦୀମାନେ ସୁସମାଗ୍ଭର ଗ୍ରହଣ କରୁ ନ ଥିବାରୁ, ପରମେଶ୍ୱରଙ୍କ ଶତ୍ରୁ। ଏହା ତୁମ୍ଭ ଅଣଯିହୂଦୀମାନଙ୍କୁ ସାହାଯ୍ୟ କରିଛି। କିନ୍ତୁ ଯିହୂଦୀମାନେ ଏବେ ମଧ୍ୟ ପରମେଶ୍ୱରଙ୍କର ମନୋନୀତ ଲୋକ। ତାହାଙ୍କ ପୂର୍ବଜ ମାନଙ୍କୁ ଦେଇଥିବା ପ୍ରତିଜ୍ଞା ହେତୁ, ପରମେଶ୍ୱର ସେମାନଙ୍କୁ ଖୁବ୍ ଭଲ ପାଆନ୍ତି। 29 ପରମେଶ୍ୱର ଯେଉଁମାନଙ୍କୁ ଡାକନ୍ତି ଓ ଯେଉଁ ଦାନଗୁଡ଼ିକ ଦିଅନ୍ତି; ସେମାନଙ୍କ ପ୍ରତି ପରମେଶ୍ୱର ନିଜର ମନ କେବେ ହେଲେ ପରିବର୍ତ୍ତନ କରନ୍ତି ନାହିଁ। 30 ଆଗରୁ ତୁମ୍ଭେମାନେ ପରମେଶ୍ୱରଙ୍କୁ ଅବଜ୍ଞା କରୁଥିଲ। କିନ୍ତୁ ବର୍ତ୍ତମାନ ଯିହୂଦୀମାନଙ୍କର ଅବଜ୍ଞାର ଫଳସ୍ୱରୂପ, ତୁମ୍ଭେମାନେ ଅନୁଗ୍ରହ ପ୍ରାପ୍ତ କରିଛ। 31 ଏବେ ଯିହୂଦୀମାନେ ଅବଜ୍ଞା କରୁଛନ୍ତି, କାରଣ ପରମେଶ୍ୱର ତୁମ୍ଭମାନଙ୍କୁ ଅନୁଗ୍ରହ କରୁଛନ୍ତି। କିନ୍ତୁଏହା ଘଟିଲା, ଯେହେତୁ ସେମାନେ ମଧ୍ୟ ପରମେଶ୍ୱରଙ୍କ ଅନୁଗ୍ରହ ଲାଭ କରି ପାରିବେ। 32 ସବୁ ଲୋକେ ପରମେଶ୍ୱରଙ୍କୁ ଅବଜ୍ଞା କରୁଛନ୍ତି। ସମସ୍ତଙ୍କୁ ସେ ଅବାଧ୍ୟ ସ୍ଥିତିରେ ପକାଇଛନ୍ତି ଯେପରି ସେ ସମସ୍ତଙ୍କୁ ଦୟା ଦେଖାଇ ପାରିବେ।

ପରମେଶ୍ୱର ଧନ୍ୟ

33 ପରମେଶ୍ୱରଙ୍କ ଧନ ବହୁତ ମହାନ୍! ତାଙ୍କ ବୁଦ୍ଧି ଓ ଜ୍ଞାନର ସୀମା ନାହିଁ! ସେ ନିଷ୍ପତ୍ତି କିପରି ନିଅନ୍ତି କେହି ବୁଝାଇ ପାରିବ ନାହିଁ। 34 କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ:

“ପ୍ରଭୁଙ୍କର ମନକୁ କିଏ ଜାଣିଛି?
    କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?” (E)

35 “କିଏ କେବେ ହେଲେ ପରମେଶ୍ୱରଙ୍କୁ କ’ଣ ବା ଦେଇଛି?
    ଯେ ପରମେଶ୍ୱର ପ୍ରତ୍ୟୁପକାରରେ କିଛି ଦେବେ।” (F)

36 ପରମେଶ୍ୱର ସମସ୍ତ ସୃଷ୍ଟି କରିଛନ୍ତି। ପ୍ରତ୍ୟେକ ବିଷୟ ତାହାଙ୍କ ମାଧ୍ୟମରେ ଓ ତାହାଙ୍କ ପାଇଁ ରହିଛି। ତାହାଙ୍କର ଗୌରବ ସର୍ବଦା ହେଉ। ଆମେନ୍।