Add parallel Print Page Options

ଇସ୍ରାଏଲ ଏକ ମେଷପଲ ସଦୃଶ

34 ଅନନ୍ତର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଇସ୍ରାଏଲ ମେଷପାଳକମାନଙ୍କ ବିରୁଦ୍ଧରେ ଭବିଷ୍ୟ‌ଦ୍‌ବାଣୀ ପ୍ରଗ୍ଭର କର। ସେହି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ୟ‌ଦ୍‌ବାଣୀ କହନ୍ତି, ‘ଇସ୍ରାଏଲର ମେଷପାଳକମାନଙ୍କୁ ଧିକ୍, ଯେଉଁମାନେ କେବଳ ସେମାନଙ୍କର ଯତ୍ନ ନିଅନ୍ତି। ମେଷପାଳକମାନେ ମେଷମାନଙ୍କର ଯତ୍ନ ନେବା ଉଚିତ୍ ନୁହେଁ କି? ତୁମ୍ଭେମାନେ କ୍ଷୀର ପିଉଅଛ, ପଶମକୁ ପରିଧାନ କରୁଅଛି। ତୁମ୍ଭେମାନେ ସେହି ହୃଷ୍ଟପୁଷ୍ଟ ପଶୁମାନଙ୍କୁ ହତ୍ୟା କର କିନ୍ତୁ ତୁମ୍ଭେ ପଲର ଯତ୍ନ ନେଉ ନାହଁ। ଏବଂ ତୁମ୍ଭେମାନେ ଦୁର୍ବଳମାନଙ୍କୁ ସବଳ କରି ନାହଁ ଓ ପୀଡ଼ିତମାନଙ୍କର ଚିକିତ୍ସା କରି ନାହିଁ, ଆହତ ମେଷମାନଙ୍କର କ୍ଷତସ୍ଥାନରେ ପଟି ବାନ୍ଧି ନାହଁ। ବିତାଡ଼ିତ ମେଷମାନଙ୍କୁ ଫେରାଇ ଆଣି ନାହଁ କିମ୍ବା ଯେ ହଜିଗଲା ତାକୁ ଖୋଜିଲ ନାହିଁ। କିନ୍ତୁ ତୁମ୍ଭେମାନେ ବଳରେ ଓ ନିଷ୍ଠୁର ଭାବରେ ସେମାନଙ୍କୁ ଶାସନ କରିଅଛ।

“‘ଏବଂ ସେହି ମେଷପାଳକ ବିହୀନ ମେଷମାନେ ଛିନ୍ନଭିନ୍ନ ହୋଇଗଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ। ଏବଂ ପର୍ବତମାନଙ୍କରେ ଏବଂ ଉଚ୍ଚ ସ୍ଥାନମାନଙ୍କରେ ମୋର ମେଷପଲ ହଜିଗଲେ। ମୋର ମେଷଗୁଡ଼ିକ ଦେଶର ଗ୍ଭରିଆଡ଼େ ଛିନ୍ନଛତ୍ର ହୋଇଗଲେ ଏବଂ ସେମାନଙ୍କୁ କେହି ଦେଖନ୍ତି ନାହିଁ। ସେମାନଙ୍କୁ କେହି ଖୋଜନ୍ତି ନାହିଁ।’”

ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ମୋର ପ୍ରଭୁ ସଦାପ୍ରଭୁଙ୍କର ବାକ୍ୟ ଶୁଣ, ସେ କହନ୍ତି, “ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମୋର ପଲଟି ଲୁଣ୍ଠିତ ହେଲା ଏବଂ ମେଷପାଳକର ଅନୁପସ୍ଥିତିରେ ବନ୍ୟ ଜନ୍ତୁର ଶିକାର ହେଲେ ଏବଂ ମୋର ମେଷପାଳକଗଣ ମୋର ମେଷଗୁଡ଼ିକ ଦେଖିଲେ ନାହିଁ, କେବଳ ସେମାନଙ୍କର ନିଜର ଯତ୍ନ ନେଲେ ଏବଂ ମୋର ମେଷମାନଙ୍କର ଯତ୍ନ ନେଲେ ନାହିଁ।”

ତେଣୁ ହେ ମେଷପାଳକଗଣ, ତୁମ୍ଭେମାନେ ସଦାପ୍ରଭୁଙ୍କର ବାକ୍ୟ ଶୁଣ। 10 ସଦାପ୍ରଭୁ କହନ୍ତି, “ଦେଖ, ମୁଁ ମେଷପାଳକମାନଙ୍କର ବିରୁଦ୍ଧରେ ଅଛି। ମୁଁ ସେମାନଙ୍କୁ ମୋର ମେଷମାନଙ୍କ ପାଇଁ ଦାୟୀ କରିବି। ମୁଁ ସେମାନଙ୍କୁ ମେଷଗୁଡ଼ିକ ପାଖରୁ ଦୂରକୁ ନେଇଯିବି ଏବଂ ସେମାନେ ଆଉ ସେଗୁଡ଼ିକର ମେଷପାଳକ ହେବେ ନାହିଁ। ସେମାନଙ୍କର ପାଟିରୁ ମୁଁ ମୋର ମେଷଗୁଡ଼ିକୁ ଉଦ୍ଧାର କରିବି ଏବଂ ସେମାନେ ସେମାନଙ୍କର ଖାଦ୍ୟ ହେବେ ନାହିଁ।”

11 ତେଣୁ ମୋର ପ୍ରଭୁ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜେ ଆମ୍ଭ ମେଷମାନଙ୍କର ପାଳକ ହେବୁ। ଆମ୍ଭେ ସେମାନଙ୍କର ଅନ୍ୱେଷଣ କରିବୁ ଓ ଆମ୍ଭେ ସେମାନଙ୍କର ତତ୍ତ୍ୱ ନେବୁ। 12 ଯେପରି ଜଣେ ମେଷପାଳକ ନିଜର ଛିନ୍ନଭିନ୍ନ ମେଷମାନଙ୍କର ଅନୁସନ୍ଧାନ କରେ, ସେହିପରି ମୁଁ ମୋର ମେଷମାନଙ୍କର ତତ୍ତ୍ୱାବଧାନ କରିବି। ଆଉ ମେଘାଚ୍ଛନ୍ନ ଓ ଅନ୍ଧକାର ଦିନରେ ସେମାନେ ଯେଉଁ ଯେଉଁ ସ୍ଥାନରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେସବୁ ସ୍ଥାନରୁ ସେମାନଙ୍କୁ ଉଦ୍ଧାର କରିବି। 13 ଏବଂ ମୁଁ ନାନା ଜାତିମାନଙ୍କ ମଧ୍ୟରୁ ସେମାନଙ୍କୁ ବାହାର କରି ଆଣିବି ଓ ନାନା ଦେଶରୁ ସେମାନଙ୍କୁ ସଂଗ୍ରହ କରି ସେମାନଙ୍କୁ ନିଜ ଦେଶକୁ ଆଣିବି। ଏବଂ ମୁଁ ସେମାନଙ୍କୁ ଇସ୍ରାଏଲର ପର୍ବତମାନଙ୍କରେ, ଝରଣାଗୁଡ଼ିକ ନିକଟରେ ଓ ଦେଶର ବନ୍ଦୋବସ୍ଥ ସ୍ଥାନଗୁଡ଼ିକରେ ଚରାଇବି। 14 ମୁଁ ସେମାନଙ୍କୁ ଉତ୍ତମ ଗ୍ଭରଣଭୂମିରେ ଚରାଇବି। ଏବଂ ଇସ୍ରାଏଲର ଉଚ୍ଚସ୍ଥଳୀର ପର୍ବତମାନଙ୍କ ଉପରେ ସେମାନଙ୍କର ଗୋଠ ହେବ। ସେହି ସ୍ଥାନରେ ସେମାନେ ଉତ୍ତମ ଗୋଠରେ ଶୟନ କରିବେ ଓ ଇସ୍ରାଏଲର ପର୍ବତଗୁଡ଼ିକର ପୁଷ୍ଟିକର ଗ୍ଭରଣଭୂମିରେ ସେମାନେ ଚରିବେ। 15 ହଁ, ମୁଁ ନିଜ ମେଷମାନଙ୍କୁ ଚରାଇବି ଓ ସେମାନଙ୍କୁ ଉତ୍ତମ ସ୍ଥାନରେ ଶୟନ କରାଇବି।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

16 “ହଜି ଯାଇଥିବା ମେଷମାନଙ୍କୁ ମୁଁ ଅନ୍ୱେଷଣ କରିବି ଆଉ ଛିନ୍ନଭିନ୍ନ ହୋଇଥିବା ମେଷମାନଙ୍କୁ ଫେରାଇ ଆଣିବି। ଏବଂ ଆହତ ମେଷର କ୍ଷତରେ ପଟି ବାନ୍ଧିବି ଓ ଦୁର୍ବଳକୁ ସବଳ କରିବି। କିନ୍ତୁ ମୁଁ ସେହି ହୃଷ୍ଟପୁଷ୍ଟ ଓ ବଳବାନକୁ ସଂହାର କରିବି ଓ ଯଥାର୍ଥ ଭାବେ ସେମାନଙ୍କୁ ମଣିବି।”

17 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମୋର ପଲ, ମୁଁ ମେଷ ଓ ମେଷ ମଧ୍ୟରେ ଏବଂ ମେଷ ଓ ଛାଗଗଣ ମଧ୍ୟରେ ବିଗ୍ଭର କରେ। 18 ତୁମ୍ଭେମାନେ ଉତ୍ତମ ତୃଣ ଭୂମିରେ ଚରିପାର, ମାତ୍ର ତୁମ୍ଭେମାନେ କାହିଁକି ଅନ୍ୟମାନଙ୍କର ଗ୍ଭରଣ ସ୍ଥାନକୁ ପାଦରେ ଦଳିବ? ତୁମ୍ଭେମାନେ ପ୍ରଚୁର ନିର୍ମଳ ଜଳ ପାନ କରିପାର, ମାତ୍ର ଅନ୍ୟ ମେଷମାନଙ୍କ ପାଇଁ ଜଳକୁ ଗୋଳିଆ କରିବ କାହିଁକି? 19 ମାତ୍ର ତୁମ୍ଭେମାନେ ଯେଉଁ ତୃଣକୁ ପାଦରେ ଦଳି ଅଛ, ଆମ୍ଭର ମେଷପଲ ତାହା ଭୋଜନ କରନ୍ତି ଓ ଯେଉଁ ଜଳକୁ ତୁମ୍ଭେମାନେ ପାଦରେ ଗୋଳିଆ କରିଅଛ, ଆମ୍ଭର ମେଷପଲ ତାହା ପାନ କରନ୍ତି।”

20 ତେଣୁ ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “କିନ୍ତୁ ଦେଖ, ମୁଁ ହୃଷ୍ଟପୁଷ୍ଟ ପଶୁ ଓ କ୍ଷୀଣ ପଶୁ ମଧ୍ୟରେ ବିଗ୍ଭର କରିବି। 21 ତୁମ୍ଭେମାନେ ପାର୍ଶ୍ୱରେ ଓ ସ୍କନ୍ଧରେ ପୀଡ଼ିତମାନଙ୍କୁ ଠେଲି ଦେଉଅଛ ଓ ସେମାନଙ୍କୁ ଦୂରକୁ ତଡ଼ିଦେବା ପର୍ଯ୍ୟନ୍ତ ନିଜ ଶୃଙ୍ଗରେ ଠେଲି ଦେଉଅଛ। 22 କିନ୍ତୁ ମୁଁ ମୋର ପଲକୁ ରକ୍ଷା କରିବି। ସେମାନେ ଆଉ ବନ୍ୟ ପଶୁମାନଙ୍କ ଦ୍ୱାରା ଧ୍ୱଂସ ହେବେ ନାହିଁ। ଏବଂ ମୁଁ ଯଥାର୍ଥ ଭାବରେ ସେମାନଙ୍କର ବିଗ୍ଭର କରିବି। 23 ପୁଣି ସେମାନଙ୍କ ଉପରେ ମୋର ମେଷପାଳକ ଦାଉଦଙ୍କୁ ନିଯୁକ୍ତ କରିବି। ସେ ସେମାନଙ୍କୁ ଚରାଇବ ଓ ସେମାନଙ୍କର ପାଳକ ହେବ। 24 ମୁଁ ସଦାପ୍ରଭୁ ସେମାନଙ୍କର ପରମେଶ୍ୱର ହେବି ଓ ମୋର ଦାସ ଦାଉଦ ସେମାନଙ୍କ ମଧ୍ୟରେ ପ୍ରଭୁ ହେବ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।

25 “ଏବଂ ମୁଁ ସେମାନଙ୍କ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ୟ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦେବି। ତାହାହେଲେ ସେମାନେ ନିରାପଦରେ ମରୁଭୂମିରେ ବାସ କରିବେ ଓ ବଣରେ ଶୟନ କରିବେ। 26 ପୁଣି ଆମ୍ଭେ ସେମାନଙ୍କୁ ଓ ଆମ୍ଭ ପର୍ବତର ଚତୁର୍ଦ୍ଦିଗସ୍ଥିତ ସ୍ଥାନକୁ ଆଶୀର୍ବାଦ କରିବା। ମୁଁ ଯଥା ସମୟରେ ଜଳଧାରା ବର୍ଷା କରାଇବି ଓ ତାହା ଆଶୀର୍ବାଦର ଜଳଧାରା ହେବ। 27 କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ୟଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସେମାନେ ନିଜ ଦେଶରେ ନିରାପଦରେ ରହିବେ। ଆଉ ମୁଁ ସେମାନଙ୍କ ଯୁଆଳିର ଖିଲ ଭାଙ୍ଗିବି ଓ ସେମାନଙ୍କୁ ଦାସତ୍ୱ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ। 28 ପୁଣି ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଲୁଟିତ ହେବେ ନାହିଁ କିମ୍ବା ପୃଥିବୀସ୍ଥ ପଶୁମାନେ ସେମାନଙ୍କୁ ଗ୍ରାସ କରିବେ ନାହିଁ। କିନ୍ତୁ ସେମାନେ ନିରାପଦରେ ବାସ କରିବେ ଓ କେହି ସେମାନଙ୍କୁ ଭୟ ଦେଖାଇବେ ନାହିଁ। 29 ମୁଁ ସେମାନଙ୍କୁ ଦୁର୍ଭିକ୍ଷରୁ ରକ୍ଷା ପାଇଁ ଉଦ୍ୟାନ ଦେବି ଏବଂ ସେମାନେ ଅନ୍ୟ ଦେଶୀୟମାନଙ୍କ ଦ୍ୱାରା ଅପମାନିତ ହେବେ ନାହିଁ। 30 ତାହାହେଲେ ସେମାନେ ହୃ‌ଦ୍‌ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସେମାନଙ୍କ ସହିତ ଅଛି। ଏବଂ ଇସ୍ରାଏଲର ଲୋକମାନେ ମୋର ନିଜର ଲୋକ।” ସଦାପ୍ରଭୁ, ମୋର ପ୍ରଭୁ ଏହା କହନ୍ତି।

31 “ଆଉ ତୁମ୍ଭେମାନେ ଆମ୍ଭର ମେଷ ଓ ଆମ୍ଭ ତୃଣଭୂମିର ମେଷ ଅଟ। ତୁମ୍ଭେମାନେ ମନୁଷ୍ୟ ଅଟ ଓ ଆମ୍ଭେ ତୁମ୍ଭମାନଙ୍କ ପରମେଶ୍ୱର ଅଟୁ।” ଏହା ମୋର ପ୍ରଭୁ, ସଦାପ୍ରଭୁ କହନ୍ତି।