Menu
Bible Gateway Plus logo
Bible Gateway logo
account
Finding your way around? See how the new Bible Gateway works. Take the tour.
Bible Gateway Plus logo
Bible Gateway logo
Verse of the Day by email. Sign up free.
  • Read
    • Reading Plans
    • Advanced Search
    • Available Versions
    • Audio Bibles
  • Study
    • Scripture Engagement
    • More Resources
  • News
  • Explore
    • Newsletters
    • Devotionals
    • Bible Gateway App
    • Bible Audio App
    • Take a Tour
  • Store
    • Bibles
    • Deals
    • More
  • Bible Gateway Plus
ERV-OR
Version
Bible Books Bible Books
ERV-OR
Version
Read
Study
News
Explore
Store
Bible Gateway Plus
Light Mode Dark Mode
Font Size
Log In show menu
Previous Next
Print PrintSettingsSettingsShare ShareParallelParallelExpandExpandCollapse

ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30  Odia Holy Bible: Easy-to-Read Version

ବାବିଲର ସୈନ୍ୟବାହିନୀ ମିଶର ଅଧିକାର କରିବେ

30 ପୁନର୍ବାର ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା। ସେ କହିଲେ, 2 “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପ୍ରଗ୍ଭର କରି କୁହ, ‘ସଦାପ୍ରଭୁ ମୋର ପ୍ରଭୁ ଏହି କଥା କହନ୍ତି,

“‘ତୁମ୍ଭେମାନେ ବିଳାପ କରି କୁହ,
    “ହାୟ ହାୟ, ସେହି ଭୟଙ୍କର ଦିନ ଆସୁଛି।”
3 କାରଣ ସେଦିନ ନିକଟବର୍ତ୍ତୀ,
    ହଁ, ସଦାପ୍ରଭୁଙ୍କର ଦିନ ନିକଟବର୍ତ୍ତୀ,
ସେଦିନ ମେଘାଚ୍ଛନ୍ନ ଦିନ।
    ତାହା ରାଷ୍ଟ୍ରମାନଙ୍କ ପାଇଁ କାଳ ହେବ।
4 ଏବଂ ମିଶର ବିରୁଦ୍ଧରେ ଏକ ‌‌ଖ‌ଡ଼୍‌ଗ ଆସିବ।
    ଏବଂ ମିଶର ଦେଶରେ ଲୋକମାନେ ନିହତ ହେଲେ କୂଶ ଦେଶ ଭୟରେ ଥରିବ।
ଏବଂ ଶତ୍ରୁ ତାହାର ଧନସମ୍ପତ୍ତିସବୁ ନେଇଯିବେ
    ଓ ତାହାର ମୂଳଭିତ୍ତିସବୁ ଭାଙ୍ଗି ଦେବେ।

5 “‘ଏବଂ ଇସ୍ରାଏଲ ଲୋକମାନଙ୍କ ସହିତ କୂଶ, ପୂଟ୍ ଓ ଲୂଦ୍, ସମସ୍ତ ଆରବୀୟ, ଲିବିୟା ଏବଂ ଇସ୍ରାଏଲର ଲୋକମାନେ[a] ‌‌ଖ‌ଡ଼୍‌ଗରେ ବିନାଶ ହେବେ।

6 “‘ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହନ୍ତି,
ମିଶରର ସମର୍ଥକମାନେ ପତିତ ହେବେ
    ଓ ତାହାର ପରାକ୍ରମ ଓ ଗର୍ବ ଖର୍ବ ହେବ।
ସିବେନୀ ଦୁର୍ଗଠାରୁ ଆଶ୍ୱାନ ପର୍ଯ୍ୟନ୍ତ
    ସମସ୍ତ ଲୋକ ‌‌ଖ‌ଡ଼୍‌ଗରେ ପତିତ ହେବେ।”
    ଏହା ସଦାପ୍ରଭୁ, ମୋର ପ୍ରଭୁ କହନ୍ତି।
7 ପୁଣି ସେମାନେ ଅନ୍ୟ ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ମଧ୍ୟରେ ଧ୍ୱଂସ ହେବେ।
    ଏବଂ ତାହାର ନଗର ସକଳ ଉଚ୍ଛିନ୍ନ ନଗର ସମୂହର ମଧ୍ୟରେ ଥିବ।
8 ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
    ଫଳରେ ତାହାର ସହାୟକମାନେ ବିନଷ୍ଟ ହେବେ।
ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।

9 “‘ସେଦିନ ଆମ୍ଭେ କୂଶୀୟମାନଙ୍କୁ ଭୀତ କରାଇବା ପାଇଁ ଜାହାଜ ଦ୍ୱାରା ଦୂତମାନଙ୍କୁ ପଠେଇବା। ଯେତେବେଳେ ମିଶରରେ ଦୁର୍ଦ୍ଦିନ ପହଞ୍ଚେ, ଆତଙ୍କ କୂଶୀୟକୁ ଅତିକ୍ରମ କରିବ। ଏଥିପାଇଁ ଏହା ପ୍ରକୃତରେ ଘଟିବ।’”

10 ସଦାପ୍ରଭୁ, ମୋର ପ୍ରଭୁ ଏହିକଥା କହିଛନ୍ତି,
“ମୁଁ ବାବିଲର ରାଜା ନବୂଖ‌ଦ୍‌ନିତ୍ସରଙ୍କର ହସ୍ତରେ
    ମିଶରର ଧନ ସମ୍ପତ୍ତିକୁ ହସ୍ତାନ୍ତର କରିବି।
11 ନବୂଖ‌ଦ୍‌ନିତ୍ସର ଓ ତା'ର ଲୋକମାନେ
    ଦେଶଗୁଡ଼ିକ ମଧ୍ୟରେ ଅତି ଭୟଙ୍କର।
    ତାହାର ନିର୍ଦ୍ଦୟଲୋକମାନେ ତାହା ସଙ୍ଗେ ଦେଶ ବିନାଶକୁ ଅଣାଯିବ।
ଏବଂ ସେମାନେ ମିଶରର ବିରୁଦ୍ଧରେ ନିଜ ନିଜ ‌‌ଖ‌ଡ଼୍‌ଗ ଉତ୍ତୋଳନ କରିବେ।
    ସେମାନେ ଶବଗୁଡ଼ିକରେ ଦେଶ ପୂର୍ଣ୍ଣ କରିବେ।
12 ମୁଁ ନୀଳନଦୀକୁ ଶୁଷ୍କ ଭୂମିରେ ପରିଣତ କରିବି।
    ଦେଶକୁ ମନ୍ଦ ଲୋକମାନଙ୍କୁ ବିକ୍ରୟ କରିବି।
ମୁଁ ବିଦେଶୀମାନଙ୍କ ଦ୍ୱାରା ଦେଶ ତଥା ତନ୍ମଧ୍ୟସ୍ଥ ଯାବତୀୟ ବିଷୟ ଧ୍ୱଂସ କରିବି।
    ମୁଁ ସଦାପ୍ରଭୁ ଏହା କହିଅଛି।”

ମିଶରର ପ୍ରତିମାଗୁଡ଼ିକ ଧ୍ୱଂସପ୍ରାପ୍ତ ହେବେ

13 ସଦାପ୍ରଭୁ, ମୋର ପ୍ରଭୁ ଏ କଥା କହିଛନ୍ତି,
“ମୁଁ ଦେବତାଗଣଙ୍କୁ ହିଁ ବିନାଶ କରିବି
    ଓ ନୋଫରୁ ପ୍ରତିମାଗୁଡ଼ିକୁ ଶେଷ କରାଇବି।
ପୁଣି ମିଶର ଦେଶରୁ ଆଉ ଅଧିପତି ଆସିବେ ନାହିଁ।
    ମୁଁ ମିଶର ଦେଶରେ ଭୟ ସୃଷ୍ଟି କରିବି।
14 ପୁଣି ମୁଁ ପାଥ୍ରୋଷକୁ ଧ୍ୱଂସ କରିବି
    ଓ ସୋୟନରେ ଅଗ୍ନି ଲଗାଇବି।
    ଆଉ ନୋ-ନଗରରେ ଦଣ୍ଡାଜ୍ଞା ସଫଳ କରିବି।
15 ତା'ପରେ ମୁଁ ମିଶରର ଦୃଢ଼ ଦୁର୍ଗ ସୀନ ଉପରେ ଆପଣା କୋପ ବୃଷ୍ଟି କରିବି
    ଓ ମୁଁ ନୋ-ନଗରର ଲୋକମାନଙ୍କୁ ବିନାଶ କରିବି।
16 ଏବଂ ମୁଁ ମିଶରରେ ଅଗ୍ନି ସଂଯୋଗ କରିବି।
    ସୀନ ମହାଯାତନାଗ୍ରସ୍ତ ହେବ ଓ ନୋ-ନଗର ଭଗ୍ନ ହେବ।
ଏବଂ ନୋଫର ଶତ୍ରୁମାନେ
    ପ୍ରତିଦିନ ନୂଆ ଗଣ୍ଡଗୋଳ ସୃଷ୍ଟି କରିବେ।
17 ଆବେନ ଓ ପୀବେଶତର ଯୁବାମାନେ ‌‌ଖ‌ଡ଼୍‌ଗରେ ନିପାତିତ ହେବେ।
    ଆଉ ନଗରର ସ୍ତ୍ରୀଲୋକମାନେ ବନ୍ଦୀତ୍ୱ ସ୍ଥାନକୁ ଯିବେ।
18 ଆମ୍ଭେ ଯେତେବେଳେ ତଫ‌ନ୍‌ହେଷରେ ମିଶରର ଯୁଆଳିସବୁ ଭାଙ୍ଗିବା
    ଓ ତାହାର ପରାକ୍ରମର ଦର୍ପ ତାହା ମଧ୍ୟରେ ଶେଷ ହେବ, ତାହା ତଫ‌ନ୍‌ହେଷର ଅନ୍ଧକାର ଦିନ ଥିଲା।
ଏହା ମେଘ ଦ୍ୱାରା ଆଚ୍ଛାଦିତ ହେବ
    ଓ ଏହାର କନ୍ୟାମାନେ ମଧ୍ୟ ବନ୍ଦୀରୂପେ ନୀତ ହେବେ।
19 ଏହିରୂପେ ମୁଁ ମିଶରରେ ଦଣ୍ଡାଜ୍ଞା ସଫଳ କରିବି।
    ତାହାହେଲେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ।”

ମିଶର ଚିରଦିନ ପାଇଁ ଦୁର୍ବଳ ହେବ

20 ଅନନ୍ତର ଏକାଦଶ ବର୍ଷର ପ୍ରଥମ ମାସର ସପ୍ତମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋ’ ନିକଟରେ ଉପସ୍ଥିତ ହେଲା, ସେ କହିଲେ, 21 “ହେ ମନୁଷ୍ୟ ପୁତ୍ର, ମୁଁ ମିଶରର ରାଜା ଫାରୋର ବାହୁ ଭାଙ୍ଗିଅଛି। ତା'ର ଆରୋଗ୍ୟ ପାଇଁ ଔଷଧ ଲଗାଇ ପଟି ବାନ୍ଧିବାକୁ କେହି ନାହିଁ। ତେଣୁ ତାହାର ହସ୍ତ ଆଉ ‌‌ଖ‌ଡ଼୍‌ଗ ଧାରଣ କରିବାକୁ ସବଳ ହେବ ନାହିଁ।”

22 ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ଦେଖ, ମୁଁ ମିଶରର ରାଜା ଫାରୋର ବିପକ୍ଷ ଅଟେ। ମୁଁ ତା'ର ବାହୁ ଭାଙ୍ଗି ଦେବି। ଉଭୟକୁ ଯେଉଁଟାକି ବଳଶାଳୀ ଏବଂ ଅନ୍ୟ ଯେଉଁଟାକି ପୁରାପୁରି ଭାଙ୍ଗି ଯାଇଛି। ଏବଂ ତା’ ହସ୍ତରୁ ‌‌ଖ‌ଡ଼୍‌ଗ ଖସାଇ ଦେବି। 23 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଗୋଷ୍ଠୀ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ଛିନ୍ନଭିନ୍ନ କରିବି। 24 ଏବଂ ମୁଁ ବାବିଲ ରାଜାର ଉଭୟ ବାହୁ ସବଳ କରିବି ଓ ମୋର ‌‌ଖ‌ଡ଼୍‌ଗ ଧରିବାକୁ ଦେବି। କିନ୍ତୁ ମୁଁ ଫାରୋର ବାହୁଦ୍ୱୟ ଭାଙ୍ଗି ପକାଇବି। ତେଣୁ ସେ ମୁମୁର୍ଷୁ ଲୋକମାନେ କ୍ରନ୍ଦନ କଲାପରି ବିଳାପ କରିବ। 25 ମୁଁ ବାବିଲ ରାଜାର ବାହୁସବୁ ସବଳ କରିବି ଓ ଫାରୋ ରାଜାର ବାହୁସବୁ ପତନ ଘଟାଇବି।

“ମୁଁ ଯେତେବେଳେ ବାବିଲ ରାଜା ହସ୍ତରେ ‌‌ଖ‌ଡ଼୍‌ଗ ଦେବି ଓ ଯେତେବେଳେ ସେ ଏହାକୁ ମିଶର ଭୂମିର ବିରୁଦ୍ଧରେ ଉଠାଇବ। ସେତେବେଳେ ମୁଁ ଯେ ସଦାପ୍ରଭୁ ଅଟେ, ଏହା ସେମାନେ ଜାଣିବେ। 26 ଏବଂ ମୁଁ ମିଶରୀୟମାନଙ୍କୁ ନାନା ଜାତିଗଣ ମଧ୍ୟରେ ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବି। ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।”

Footnotes

  1. ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 30:5 ଇସ୍ରାଏଲର ଲୋକମାନେ … ଆକ୍ଷରିକ ଭାବରେ “ଚୁକ୍ତି ନାମର ପୁତ୍ରଗଣ” ହୁଏତ ଏହାର ଅର୍ଥ ମିଶର ସହିତ ଚୁକ୍ତି କରିଥିବା ସମସ୍ତ ଲୋକ କିମ୍ବା ଏହାର ଅର୍ଥ ହୁଏତ “ଇସ୍ରାଏଲର ଲୋକମାନେ, ଯେଉଁମାନେ ପରମେଶ୍ୱରଙ୍କ ସହିତ ନିୟମ କରିଥିଲେ।”
Next
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 29
ଯିହିଜିକଲ ଭବିଷ୍ୟ‌ଦ୍‌ବକ୍ତାଙ୍କ ପୁସ୍ତକ 31
Next
dropdown
Odia Holy Bible: Easy-to-Read Version (ERV-OR)

2010 by Bible League International

Bible Gateway Plus logo
Bible Gateway logo

Font Size

Font Size

Dark Mode

Light Mode Dark Mode

About

  • About
  • Learn About the Bible
  • Statement of Faith
  • Mobile App
  • Store
  • Blog
  • Newsroom
  • Support Us

Help

  • FAQs
  • Tutorials
  • Use Bible Gateway on Your Site
  • Advertise with us
  • Contact us
  • Privacy policy
  • California Privacy Rights
  • Do Not Sell My Personal Information
  • Site: Terms of use
  • Widget: Terms of use

Our Network

  • FaithGateway
  • StudyGateway
  • ChurchSource
  • HarperCollins Christian Publishing
  • Grupo Nelson
  • Editorial Vida
  • Thomas Nelson
  • WestBow Press
  • Zondervan
  • MasterLectures

Social

  • Facebook
  • Instagram
  • Pinterest
  • TikTok
  • X
  • YouTube

Preferences

  • Versión en español
  • Preferences
  • Classic Bible Gateway
Sign Up for Bible Gateway: News & Knowledge
Get weekly Bible news, info, reflections, and deals in your inbox.

By submitting your email address, you understand that you will receive email communications from Bible Gateway, operated by HarperCollins Christian Publishing, 501 Nelson Pl, Nashville, TN 37214 USA, including commercial communications and messages from partners of Bible Gateway. You may unsubscribe from Bible Gateway’s emails at any time. If you have any questions, please review our Privacy Policy or email us at privacy@biblegateway.com.

Preferences

  • Versión en español
  • Preferences
  • Classic Bible Gateway