Add parallel Print Page Options

ବାବିଲ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

21 “ସାଗର ସମୀପସ୍ଥ ପ୍ରାନ୍ତର” ବିଷୟରେ ଶୋକବାର୍ତ୍ତା।

ତାହା ଦକ୍ଷିଣ ଦିଗରୁ ଏକ ଭୟଙ୍କର ଘୂର୍ଣ୍ଣିବାତ୍ୟା ତୁଲ୍ୟ ପ୍ରାନ୍ତରରୁ
    ଏକ ଭୟଙ୍କର ଦେଶରୁ ଆସୁଅଛି।
ମୁଁ ଦେଖିଅଛି ଏକ ଭୟଙ୍କର ଦୁଃଖଦାୟକ ଘଟଣା ଘଟିବ।
    ବିଶ୍ୱାସ ଘାତକ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛି
ଓ ଲୁଣ୍ଠନକାରୀ ଲୁଣ୍ଠନ କରୁଅଛି।

ହେ ଏଲମ୍! ଯାଅ ଯୁଦ୍ଧ କର।
    ହେ ମାଦିୟେ, ତୁମ୍ଭ ସୈନ୍ୟବାହିନୀ ଦ୍ୱାରା ନଗରକୁ ଅବରୋଧ କର ଓ ପରାସ୍ତ କର।
    ମୁଁ ସେହି ନଗରରୁ ଦୁଃଖ ଓ ହାହାକାର ଦୂର କରିଅଛି।

ସେହି ଭୟଙ୍କର ଦୃଶ୍ୟ ଦେଖି ମୋର ପେଟ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି।
    ସେହି ଯନ୍ତ୍ରଣା ପ୍ରସବକାଳୀନ ସ୍ତ୍ରୀଲୋକର ବେଦନା ତୁଲ୍ୟ ମୋତେ କଷ୍ଟ ଦେଉଛି।
ମୁଁ ସେ ସମସ୍ତ ଶୁଣି ଭୟଭୀତ ହୋଇ ପଡ଼ିଛି।
    ମୁଁ ଏତେ ଭୀତ ଯେ ଭୟରେ ଥରୁଅଛି।
ମୋର ହୃଦୟ ଧକାଉଛି, ମହା ଭୟରେ ମୁଁ ଥରହର ହୋଇଅଛି।
    ମୋର ଆନନ୍ଦ ରୂପକ ସାୟଂକାଳ ମହାରାତ୍ରିର ଭୟର କାରଣ ହୋଇଛି।

ଲୋକମାନେ ଭାବନ୍ତି ସବୁ ସୁନ୍ଦର।
    ତେଣୁ ସେମାନେ, “ମେଜ ସଜାନ୍ତି,
    ଭୋଜନ ଓ ପାନ କରନ୍ତି।
    ସେହି ସମୟରେ ସୈନ୍ୟମାନେ କୁହନ୍ତି, ପ୍ରହରୀ ନିଯୁକ୍ତ କର,
ହେ ଅଧିପତିଗଣ ଉଠ,
    ଢାଲ ତୈଳାନ୍ତ କର।”

ମୋର ପ୍ରଭୁ ମୋତେ କହିଲେ, “ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର। ସେ ଯାହା ଦେଖିବ ତାହା ସେପରି ପ୍ରକାଶ କରିବ। ସେ ଯେତେବେଳେ ଦୁଇଦଳ ଅଶ୍ୱାରୋହୀ ସୈନ୍ୟ ଦେଖିବ ଏକ ଦଳ ଗର୍ଦ୍ଦଭାରୋହୀ ସୈନ୍ୟ ଦେଖିବ କିମ୍ବା ଏକ ଦଳ ଓଟରୋହୀ ସୈନ୍ୟ ଦେଖିବ ସେତେବେଳେ ସେ ପ୍ରହରୀ ମନୋଯୋଗ ପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ।”

ତା’ପରେ ଦିନେ, ସେ ପ୍ରହରୀ କହିଲା,

“ହେ ମୋର ପ୍ରଭୁ, ପ୍ରତିଦିନ, ଦିନ ବେଳେ ମୁଁ ନିରନ୍ତର ଦୁର୍ଗରେ ଠିଆ ହୋଇ ଜଗି ରହିଥାଏ,
    ଓ ପ୍ରତି ରାତିରେ ମୁଁ ଆପଣା ପହରା ସ୍ଥାନରେ ସତର୍କ ଦୃଷ୍ଟି ରଖିଥାଏ।
ଆଉ ଦେଖ, ଏଠି ଏକଦଳ ଲୋକ
    ଓ ଅଶ୍ୱାରୋହୀ ସୈନ୍ୟ ଆସୁଛନ୍ତି।”

ତା’ପରେ ଜଣେ ଦୂତ କହିଲା,
    “ବାବିଲ ପରାସ୍ତ ହୋଇଛି
    ଓ ବାବିଲର ପତନ ହୋଇଛି।
ତା’ର ପ୍ରତିମାଗୁଡ଼ିକ
    ଭାଙ୍ଗି ଭୂମିସାତ୍ ହୋଇଛି।”

10 ଯିଶାଇୟ କହିଲେ, “ହେ ମୋର ଲୋକମାନେ, ମୁଁ ଇସ୍ରାଏଲ ପରମେଶ୍ୱର ସର୍ବଶକ୍ତିମାନ ସଦାପ୍ରଭୁଙ୍କଠାରୁ ଯାହାସବୁ ଶୁଣିଅଛି, ତାହା ତୁମ୍ଭମାନଙ୍କୁ ଜଣାଉଛି। ତୁମ୍ଭେମାନେ ଶସ୍ୟ ଖଳାରେ ଶସ୍ୟପରି ଦଳିଦେବ।”

God’s Message About Dumah

11 ଦୁମା ବିଷୟରେ ଶୋକବାର୍ତ୍ତା।

ଜଣେ ସେୟୀରଠାରୁ ମୋତେ ଡାକି କହିଲେ,
    “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”

12 ପ୍ରହରୀ ଉତ୍ତର କଲା,
    “ପ୍ରଭାତ ଆସୁଅଛି, ମାତ୍ର ତା’ପରେ ରାତ୍ରି ଆସିବ।
ଯଦି ତୁମ୍ଭମାନଙ୍କର କିଛି ପଗ୍ଭରିବାର ଅଛି,
    ତେବେ ତୁମ୍ଭେମାନେ ଫେରି ଆସ ଓ ପଗ୍ଭର।”

ଆରବ ପ୍ରତି ପରମେଶ୍ୱରଙ୍କ ବାର୍ତ୍ତା

13 ଆରବ ବିଷୟକ ଦୁଃଖବାର୍ତ୍ତା।

ଦଦନୀୟ ବଣିକ ଦଳ ଆରବ ମରୂଭୂମିସ୍ଥ
    ବନ ମଧ୍ୟରେ ରାତ୍ରି ଯାପନ କଲେ।
14 ସେମାନେ କେତେକ ତୃଷାର୍ତ୍ତ ପଥିକମାନଙ୍କୁ ଜଳ ଦେଲେ।
    ଟେମା ଦେଶବାସୀ କେତେକ ପଳାତକ ପଥିକଙ୍କୁ ଖାଦ୍ୟ ଦେଲେ।
15 କାରଣ ସେମାନେ ଉନ୍ମୁକ୍ତ ତରବାରିରୁ,
    ଗୁଣଦିଆ ଧନୁରୁ
ଓ କ୍ଳେଶଦାୟକ ଯୁଦ୍ଧରୁ
    ରକ୍ଷା ପାଇବାକୁ ପଳାୟନ କଲେ।

16 ମୋର ପ୍ରଭୁ ସଦାପ୍ରଭୁ ମୋତେ ସେଗୁଡ଼ିକ ଘଟିବ ବୋଲି କହିଲେ। “ଏକ ବର୍ଷ ମଧ୍ୟରେ ବେତନ ଜୀବିର ବର୍ଷ ପ୍ରମାଣେ କେଦରର ସମସ୍ତ ଗୌରବ ଲୁପ୍ତ ହେବ। 17 ସେହି ସମୟରେ କେଦରର ବୀରଗଣ ମଧ୍ୟରୁ ଅଳ୍ପ କେତେକ ଧନୁର୍ଦ୍ଧର ରକ୍ଷା ପାଇବେ।” କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।