Add parallel Print Page Options

ଯାଜକମାନଙ୍କର ବିଶେଷ ବସ୍ତ୍ର

39 କୁଶଳୀ କର୍ମୀମାନେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ସୂତାଦ୍ୱାରା ସେମାନେ ସ୍ୱତନ୍ତ୍ର ଧରଣର ପୋଷାକ ତିଆରି କଲେ। ସେହି ବିଶେଷ ପୋଷାକ ଯାଜକମାନେ ଯେତେବେଳେ ସଦାପ୍ରଭୁଙ୍କର କର୍ମ କରିବେ, ସେମାନେ ସେହି ସମୟରେ ପିନ୍ଧିବେ। ସଦାପ୍ରଭୁ ମୋଶାଙ୍କ ଦ୍ୱାରା ଦେଇଥିବା ଆଜ୍ଞା ଅନୁସାରେ ହାରୋଣ ପାଇଁ ସେହି ପବିତ୍ର ବସ୍ତ୍ର ତିଆରି କଲେ।

ଏଫୋଦ

ସେମାନେ ସୁବର୍ଣ୍ଣ, ନୀଳ ଓ ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ଶୂଭ୍ର ଦ୍ୱାରା ଏଫୋଦ ବସ୍ତ୍ର ପ୍ରସ୍ତୁତ କଲେ। ସେମାନେ ନୀଳ, ବାଇଗଣୀ ଓ ଲାଲ ରଙ୍ଗର ସୂତାରେ ଝାଲେରି ବୁଣିବା ପାଇଁ ସେମାନେ ସୁବର୍ଣ୍ଣକୁ ପିଟିଲେ ଓ କାଟି ଛୋଟ ସୂତାରେ ପରିଣତ କଲେ। ସେମାନେ ଏଫୋଦ ପାଇଁ ସ୍କନ୍ଦ ପଟି ତିଆରି କଲେ। ଏହା ପରେ ସେମାନେ ପ୍ରତ୍ୟେକର କାନିକୁ ଏଫୋଦର ଦୁଇ ମୁଣ୍ଡ ସହିତ ଯୋଡ଼ି ଦେଲେ। ସେମାନେ କଟିବନ୍ଧନୀ ବୁଣିଲେ ଏଫୋଦରେ ବାନ୍ଧିଲେ। ଯେପରି ଏଫୋଦ ତିଆରି ହୋଇଥିଲା, ସେହିପରି ଏହାକୁ ତିଆରି କରାଗଲା। ତାହା ମଧ୍ୟ ସେହି କର୍ମ ଅନୁସାରେ ସୁବର୍ଣ୍ଣ ଦ୍ୱାରା ନୀଳ, ବାଇଗଣୀ ଓ ଲାଲ ରଙ୍ଗରେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତିଆରି କଲେ ଯେପରି ସଦାପ୍ରଭୁ ମୋଶାଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ।

କର୍ମୀଗଣ ଏଫୋଦରେ ଗୋମେଦକ ମଣିକୁ ସୁନାରେ ଖଚିତ କରି ବ୍ୟବହାର କଲେ। ସେହି ମଣିରେ ଇସ୍ରାଏଲ ସନ୍ତାନମାନଙ୍କର ନାମ ଲେଖିଲେ। ଏହା ପରେ ସେମାନେ ସଦାପ୍ରଭୁଙ୍କର ମୋଶାଙ୍କୁ ଆଜ୍ଞା ଅନୁସାରେ ଏଫୋଦର ଦୁଇ ସ୍କନ୍ଦପଟି ଉପରେ ଇସ୍ରାଏଲ ପୁତ୍ରମାନଙ୍କ ସ୍ମରଣାର୍ଥକ ମଣି ରୂପେ ତାହା ବସାଇଲେ।

ବିଗ୍ଭରାର୍ଥକ ବୁକୁପଟା

ଏହା ପରେ ସେମାନେ ବୁକୁପଟା ପ୍ରସ୍ତୁତ କଲେ। ଏହି କର୍ମ କୁଶଳୀ କାରୀଗରମାନଙ୍କର ଥିଲା। ଏହା ଠିକ୍ ଏଫୋଦ ପରି ଥିଲା। ଏହା ସୁବର୍ଣ୍ଣ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ଶୁଭ୍ର କ୍ଷୋମସୂତ୍ର ଦ୍ୱାରା ତିଆରି କରାଯାଇଥିଲା। ଏହା ଚତୁଷ୍କୋଣ ଥିଲା। ସେମାନେ ସେହି ବୁକୁପଟାକୁ ଦୋହରା କରି ଏକ ଗ୍ଭଖଣ୍ଡେ ଲମ୍ବ ଓ ଏକ ଗ୍ଭଖଣ୍ଡେ ପ୍ରସ୍ଥ କଲେ। 10 ତାକୁ ଗ୍ଭରି ପକ୍ତି ମଣିରେ ଖଚିତ କଲେ। ତାହାର ପ୍ରଥମ ପଂକ୍ତିରେ ଚୁଣି, ପିତମଣି ଓ ମରକତ ଇତ୍ୟାଦି ରଖିଲେ। 11 ଦ୍ୱିତୀୟ ପଂକ୍ତିରେ ସେମାନେ ପଦ୍ମରାଗ, ନୀଳକାନ୍ତ ଓ ହୀରକ ଦେଲେ। 12 ତୃତୀୟ ପଂକ୍ତିରେ ପେରୋଜ ଓ ଯିସ୍ମ ଓ କଟାହେଳା ରଖିଲେ। 13 ଏବଂ ଚତୁର୍ଥ ପଂକ୍ତିରେ ବୈଦୁର୍ଯ୍ୟ, ଗୋମେଦକ ମଣି, ସୂର୍ଯ୍ୟକାନ୍ତ ମଣି ଥିଲା। ଏହିସବୁ ମଣି ସ୍ୱର୍ଣ୍ଣ ଧାରରେ ବସାଗଲା। 14 ଇସ୍ରାଏଲ ପୁତ୍ରମାନଙ୍କ ନାମାଙ୍କିତ ଏହିସବୁ ମଣି ଲୋକମାନଙ୍କ ନାମ ଅନୁସାରେ ଦ୍ୱାଦଶ ହେଲା। ପ୍ରତ୍ୟେକ ମଣିରେ ଇସ୍ରାଏଲର ଦ୍ୱାଦଶ ପରିବାର ବର୍ଗର ଏକ ଏକ ନାମ ବିଗ୍ଭରର୍ଥକ ବୁକୁପଟା ହୋଇ ରହିଲା।

15 ତା’ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ହାର ତିଆରି କଲେ ଏବଂ ବିଗ୍ଭରାର୍ଥକ ବୁକୁପଟା ପାଇଁ ରଜ୍ଜୁ ପରି ଯୋଡ଼ିଲେ। 16 ଦୁଇ ସ୍ୱର୍ଣ୍ଣଧାର ଓ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରାର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ସେହି ଦୁଇ କଡ଼ା ଲାଗାଇଲେ। 17 ସେମାନେ ବିଗ୍ଭରାର୍ଥକ ବୁକୁପଟାର ଶେଷ ଭାଗରେ ଦୁଇଟି ସୁବର୍ଣ୍ଣର ଦୁଇଟି କଡ଼ା ପାଇଁ ଦୁଇଟି ସୁବର୍ଣ୍ଣର ଜଞ୍ଜିର ତିଆରି କଲେ। 18 ମୋଟା ଜଞ୍ଜିରର ଦୁଇ ମୁଣ୍ଡ ଦୁଇ ଆଧାରରେ ବନ୍ଦ କରି ଏଫୋଦ ବସ୍ତ୍ର ସମ୍ମୁଖସ୍ଥ ଦୁଇ ସ୍କନ୍ଦପଟି ଉପରେ ରଖିଲେ। 19 ସେମାନେ ଦୁଇ ସ୍ୱର୍ଣ୍ଣକଡ଼ା ନିର୍ମାଣ କରି ବିଗ୍ଭରର୍ଥକ ବୁକୁପଟାର ଦୁଇ ପ୍ରାନ୍ତରେ ଏଫୋଦର ସମ୍ମୁଖସ୍ଥ ଭିତର ଭାଗରେ ରଖିଲେ। 20 ସେମାନେ ଆଉ ଦୁଇ ସ୍ୱର୍ଣ୍ଣକଡ଼ା କଲେ ଏବଂ ଏଫୋଦର ଦୁଇ ସ୍କନ୍ଦପଟି ତଳେ ଲଗାଇଲେ ଓ ଏଫୋଦର କଟିବନ୍ଧନ ଉପରେ ତାହା ଲଗାଇଲେ। 21 ଏହା ପରେ ସେମାନେ ଏକ ନୀଳ ରିବନ ଦ୍ୱାରା ବୁକୁପଟାକୁ ଏଫୋଦରେ ଏପରି ଯତ୍ନପୂର୍ବକ ବାନ୍ଧିଲେ ଯେ, ତାହା ଯେପରି ଗଳି ନ ପଡ଼େ, ତେଣୁ ବିଗ୍ଭରାର୍ଥକ ବୁକୁପଟା ଏଫୋଦର କମରବନ୍ଧ ଉପରେ ସୁରକ୍ଷିତ ହୋଇ ରହିଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞା ଅନୁସାରେ ଏହା କରାଗଲା।

ଯାଜକମାନଙ୍କ ପାଇଁ ଅନ୍ୟାନ୍ୟ ପୋଷାକ

22 ଏହା ପରେ ସେମାନେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ବସ୍ତ୍ରରେ ଏଫୋଦର ଗ୍ଭେଗା କଲେ। ଏହା ଏକ କୁଶଳୀ କର୍ମୀ ଦ୍ୱାରା ବୁଣାଗଲା। 23 ଗ୍ଭେଗାର ମଧ୍ୟସ୍ଥଳରେ ସାଞ୍ଚୁଆର ଗଳଦେଶ ନ୍ୟାୟ ଛିଦ୍ର ଥିଲା। ତାହା ଯେପରି ଛିଣ୍ଡି ନ ଯାଏ, ଏଥିପାଇଁ ସେହି ଗଳାର ଗ୍ଭରିପାଖରେ ବୁଣା କର୍ମ ହୋଇଥିଲା।

24 ସେମାନେ ଗ୍ଭେଗାର ଅଞ୍ଚଳର ଗ୍ଭରି ପାଖରେ ନୀଳ, ଧୂମ୍ର ଓ ସିନ୍ଦୁରବର୍ଣ୍ଣ ବଳା ସୂତ୍ରରେ ଡାଳିମ୍ବ ନିର୍ମାଣ କଲେ। 25 ଆଉ ସେମାନେ ଡାଳିମ୍ବ ମଧ୍ୟରେ ନିର୍ମଳ ସୁନା ଦ୍ୱାରା ଘଣ୍ଟି କରି ଗ୍ଭେଗା ଅଞ୍ଚଳର ଗ୍ଭରିଆଡ଼େ ଡାଳିମ୍ବର ମଧ୍ୟରେ ରଖିଲେ। 26 ଉପାସନା ଗ୍ଭେଗାର ଧଡ଼ିରେ ସେମାନେ ଏକ ଡାଳିମ୍ବ ଓ ଘଣ୍ଟି, ଗୋଟିଏ ପରେ ଗୋଟିଏ ଲଗାଇଲେ, ସଦାପ୍ରଭୁଙ୍କର ମୋଶାଙ୍କୁ ଦେଇଥିବା ଆଜ୍ଞାନୁସାରେ।

27 ଏହା ପରେ ସେମାନେ ହାରୋଣ ଓ ତାଙ୍କର ପୁତ୍ରଗଣ ନିମନ୍ତେ ସୂକ୍ଷ୍ମ କ୍ଷୋମସୂତ୍ର ଦ୍ୱାରା ତନ୍ତୁବାୟ ନିର୍ମିତ ଜାମା ତିଆରି କଲେ। 28 ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ପଗଡ଼ି ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶିରୋ ବନ୍ଧନୀ ଓ ସୂକ୍ଷ୍ମ କ୍ଷୋମସୂତ୍ର ନିର୍ମିତ ଶୁକ୍ଳ ଜଙ୍ଘିଆ ପ୍ରସ୍ତୁତ କଲେ। 29 ସେମାନେ ନୀଳ, ବାଇଗଣୀ, ଲାଲ ରଙ୍ଗର ସୂତ୍ରରେ ଝାଲେରି କାର୍ଯ୍ୟ ଦ୍ୱାରା ଏକ କଟିବନ୍ଧନ ପ୍ରସ୍ତୁତ କଲେ। ସଦାପ୍ରଭୁଙ୍କର ମୋଶାଙ୍କ ପ୍ରତି ଆଜ୍ଞାନୁସାରେ।

30 ଏହା ପରେ ସେମାନେ ଶୁଦ୍ଧ ସୁବର୍ଣ୍ଣରେ ପବିତ୍ର ମୁକୁଟର ଫଳକ ପ୍ରସ୍ତୁତ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର ଏହା ଏକ ମୋହର ପରି ଲେଖିଲେ। 31 ଏହା ପଗଡ଼ି ଉପରେ ରଖିବା ନିମନ୍ତେ ତାହା ନୀଳ ସୂତ୍ରରେ ବାନ୍ଧିଲେ। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ।

ମୋଶା ପବିତ୍ର ତମ୍ବୁକୁ ପରିଦର୍ଶନ କଲେ

32 ସମାଗମ-ତମ୍ବୁ ରୂପେ ପବିତ୍ର ତମ୍ବୁର ସମସ୍ତ କାର୍ଯ୍ୟ ଇସ୍ରାଏଲ ଲୋକମାନଙ୍କ ସମାପ୍ତ ହେଲା। ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ସମସ୍ତ କର୍ମ କଲେ। 33 ଏହା ପରେ ସେମାନେ ମୋଶାଙ୍କୁ ପବିତ୍ର ତମ୍ବୁ ଦେଖାଇଲେ। ଅର୍ଥାତ୍ ତମ୍ବୁ ଓ ତହିଁର ସକଳ ପାତ୍ର, ଘଣ୍ଟି ପଟା, ଅର୍ଗଳ ସ୍ତମ୍ଭ ଓ ଚୁଙ୍ଗୀ। 34 ନାଲି ରଙ୍ଗରେ ରଂଜିତ ମେଷ ଚର୍ମରେ ସୂକ୍ଷ୍ମ ଚର୍ମ ନିର୍ମିତ ତମ୍ବୁ ଆଚ୍ଛାଦକ ଏବଂ ପରଦା ତିଆରି କଲେ।

35 ନିୟମ-ସିନ୍ଦୁକ ଓ ତହିଁର ସାଙ୍ଗୀ ଓ ଆଚ୍ଛାଦକ ଆଣିଲେ। 36 ମେଜ, ତହିଁର ସକଳ ସାମଗ୍ରୀ ଓ ଦର୍ଶନୀୟ ରୋଟୀ। 37 ଶୁଦ୍ଧ ସୁବର୍ଣ୍ଣର ଦ୍ୱୀପ, ତହିଁରେ ଥିବା ସମସ୍ତ ସାମଗ୍ରୀ ଓ ଦୀପ ପାଇଁ ତୈଳ। ଦୀପବୃକ୍ଷ ତହିଁରେ ପ୍ରଦୀପ ଅର୍ଥାତ୍ ପ୍ରଦୀପାବଳୀ ଓ ତାହାର ସମସ୍ତ ଉପାଦାନ ଓ ଦୀପାର୍ଥକ ତୈଳ ଆଣିଲେ। 38 ସ୍ୱର୍ଣ୍ଣମୟ ଯଜ୍ଞବେଦି, ଅଭିଷେକାର୍ଥକ ତୈଳ, ଧୂପ ଓ ତମ୍ବୁର ପ୍ରବେଶ ଦ୍ୱାର ନିମନ୍ତେ ପରଦା। 39 କଂସାର ଯଜ୍ଞବେଦି, କଂସାର ଜଞ୍ଜିର, ତା’ର ସାଙ୍ଗୀ ଓ ସକଳ ଆସବାବ ପତ୍ର, ପ୍ରକ୍ଷାଳନ ପାତ୍ର ଓ ତହିଁର ଆଧାର।

40 ପ୍ରାଙ୍ଗଣର ପରଦା, ତହିଁର ସ୍ତମ୍ଭ ଓ ଆଧାର ଓ ପ୍ରାଙ୍ଗଣ ଦ୍ୱାରର ପରଦା ତହିଁର ରଜ୍ଜୁ ଓ ଖିଲ ଓ ସମାଗମ-ତମ୍ବୁ ନିମନ୍ତେ ବ୍ୟବହୃତ ହେଉଥିବା ସମସ୍ତ ଆସବାବ ପତ୍ର।

41 ଯାଜକ ରୂପେ ସେବା କଲାବେଳେ ହାରୋଣ ଓ ତାଙ୍କର ପୁତ୍ରମାନେ ଯେଉଁ ସୁଶୋଭିତ ଗ୍ଭେଗା ପରିଧାନ କରିଥିଲେ ତାହା ସେମାନେ ଦେଖାଇଲେ।

42 ଇସ୍ରାଏଲର ଲୋକମାନେ ଏହିପରି କାର୍ଯ୍ୟମାନ କରିଥିଲେ। ଯାହା ଯାହା କରିବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ. 43 ମୋଶା ସେହି ସମସ୍ତ କର୍ମ ପ୍ରତି ଦୃଷ୍ଟି ନିକ୍ଷେପ କଲେ। ସେ ଦେଖିଲେ ସଦାପ୍ରଭୁଙ୍କ ନିର୍ଦ୍ଦେଶିତ କାମଗୁଡ଼ିକ ଠିକ୍ ଭାବରେ ହୋଇଥିଲା। ତେଣୁ ମୋଶା ସେମାନଙ୍କୁ ଆଶୀର୍ବାଦ କଲେ।