Add parallel Print Page Options

13 ଏହା ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଇସ୍ରାଏଲ ସନ୍ତାନମାନଙ୍କ ମଧ୍ୟରେ ମନୁଷ୍ୟ ହେଉ କି ପଶୁ ହେଉ, ଯେକେହି ପ୍ରଥମେ ଜାତ ହେବ, ସେହି ପ୍ରଥମଜାତ ସମସ୍ତଙ୍କୁ ଆମ୍ଭ ଉଦ୍ଦେଶ୍ୟରେ ପ୍ରଦାନ କର, ତାହା ଆମ୍ଭର।”

ମୋଶା ଲୋକମାନଙ୍କୁ କହିଲେ, “ଏହି ଦିବସକୁ ମନେରଖ, ତୁମ୍ଭେମାନେ ମିଶରରେ ଦାସ ଥିଲ, ସଦାପ୍ରଭୁଙ୍କର ମହାନ୍ ଶକ୍ତି ତୁମ୍ଭମାନଙ୍କୁ ଏହି ଦିନ ମୁକ୍ତ କରିଥିଲା। ତେଣୁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଭକ୍ଷ୍ୟଣ କରିବ। ଆଜି ଆବୀବ୍ ମାସର ଏହି ଦିନରେ ବାହାର ହେଲ। ଆଉ ଯେତେବେଳେ କିଣାନୀୟ, ହିତ୍ତୀୟ, ଇମୋରୀୟ, ହିବ୍ବୀୟ ଓ ଯିବୂଷୀୟ ଲୋକମାନଙ୍କର ଯେଉଁ ଉନ୍ନତ ଦେଶ ତୁମ୍ଭକୁ ଦେବାକୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କ ପାଖରେ ପ୍ରତିଜ୍ଞା କରିଥିଲେ, ସେହି ଦେଶକୁ ସେ ତୁମ୍ଭମାନଙ୍କୁ ଦେବେ।

“ସାତ ଦିନ ଯାଏ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ସପ୍ତମ ଦିନ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାଙ୍କର ସମ୍ମାନାର୍ଥେ ଏକ ବଡ଼ ଭୋଜିର ଆୟୋଜନ କରିବ। ତେଣୁ ସାତ ଦିନ ପାଇଁ ତୁମ୍ଭେମାନେ ତାଡ଼ିଶୂନ୍ୟ ରୋଟୀ ଖାଇବ। ଏବଂ ତୁମ୍ଭ ଦେଶରେ କୌଣସିଠାରେ ତାଡ଼ି ମିଶ୍ରିତ ରୋଟୀ ଯେପରି କେହି ନ ଖା’ନ୍ତି। ସେହି ଦିନ ତୁମ୍ଭେ ପିଲାମାନଙ୍କୁ ନିଶ୍ଚୟ କହିବ, ‘ଆମ୍ଭେ ଏହି ଭୋଜିର ଆୟୋଜନ କରିଛୁ ଯେହେତୁ ସଦାପ୍ରଭୁ ଆମ୍ଭକୁ ମିଶରରୁ ଏହି ଦିନ ମୁକ୍ତ କରିଥିଲେ।’

“ଏହି ପବିତ୍ର ଦିନଟିକୁ ତୁମ୍ଭେମାନେ ମନେ ରଖିବ। ଏହା ଯେପରି ତୁମ୍ଭମାନଙ୍କ ପାଇଁ, ସଦାପ୍ରଭୁଙ୍କ ବ୍ୟବସ୍ଥା ଯେପରି ତୁମ୍ଭ ମୁଖରେ ରହିବ, ଏଥିପାଇଁ ଏହା ଚିହ୍ନ ସ୍ୱରୂପ ତୁମ୍ଭ ହସ୍ତରେ ଓ ସ୍ମରଣର ଉପାୟ ସ୍ୱରୂପ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ପରାକ୍ରାନ୍ତ ହସ୍ତଦ୍ୱାରା ମିଶରଠାରୁ ତୁମ୍ଭକୁ ବାହାର କରି ଆଣିଛନ୍ତି। 10 ତେଣୁ ଏହି ସ୍ମରଣୀୟ ଦିବସଟିକୁ ବିଧି ଅନୁସାରେ ପାଳନ କରିବ।

11 “ସଦାପ୍ରଭୁ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ। ସେ ତୁମ୍ଭକୁ ସେହି ଦେଶକୁ ନେଇଯିବେ, ଯେହେତୁ ସେ ପ୍ରତିଜ୍ଞା କରିଛନ୍ତି। ବର୍ତ୍ତମାନ ସେଠାରେ କିଣାନୀୟମାନେ ବାସ କରୁଛନ୍ତି। କିନ୍ତୁ ପରମେଶ୍ୱର ତୁମ୍ଭମାନଙ୍କର ପୂର୍ବପୁରୁଷଙ୍କୁ ପ୍ରତିଜ୍ଞା କରିଥିଲେ ଯେ, ସେ ତୁମ୍ଭମାନଙ୍କୁ ସେହି ଦେଶ ଦେବେ। 12 ତୁମ୍ଭେ ନିଶ୍ଚୟ ତୁମ୍ଭର ପ୍ରଥମଜାତ ପୁତ୍ରକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବ। ତୁମ୍ଭେମାନେ ତୁମ୍ଭମାନଙ୍କର ଗୋରୁଗାଈମାନଙ୍କ ପ୍ରଥମଜାତ ପୁଂପଶୁ ସଦାପ୍ରଭୁଙ୍କୁ ଦେବା ଉଚିତ୍। 13 ତୁମ୍ଭେ ମେଷଶାବକ ଦେଇ ପ୍ରତ୍ୟେକ ପ୍ରଥମଜାତ ଗଧକୁ ମୁକ୍ତ କରି ପାରିବ। ଯଦି ତୁମ୍ଭେ ମୁକ୍ତ ନ କର, ତେବେ ତୁମ୍ଭେ ତା’ର ବେକକୁ ଭାଙ୍ଗି ଦେବା ଉଚିତ୍। ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ ହେବ। କିନ୍ତୁ ତୁମ୍ଭକୁ ତୁମ୍ଭର ପ୍ରଥମ ସନ୍ତାନ ପୁତ୍ରମାନଙ୍କୁ ମୁକ୍ତ କରିବାକୁ ହେବ।

14 “ଭବିଷ୍ୟ‌‌‌ତରେ ତୁମ୍ଭମାନଙ୍କର ସନ୍ତାନମାନେ ପଗ୍ଭରିବେ, ତୁମ୍ଭେ କାହିଁକି ଏପରି କରୁଛ? ଏବଂ ସେମାନେ ପଗ୍ଭରିବେ, ‘ଏସବୁର ଅର୍ଥ କ’ଣ? ଏବଂ ତୁମ୍ଭର ଉତ୍ତର ହେବ, ‘ସଦାପ୍ରଭୁ ତାଙ୍କର ମହାନ ଶକ୍ତି ବଳରେ ମିଶରଠାରୁ ଆମ୍ଭମାନଙ୍କୁ ଉଦ୍ଧାର କରିଛନ୍ତି। ଆମ୍ଭେମାନେ ସେଠାରେ ଦାସ ଥିଲୁ। କିନ୍ତୁ ସଦାପ୍ରଭୁ ଆମ୍ଭମାନଙ୍କୁ ସେଠାରୁ ବାହାର କରି ଏଠାକୁ ନେଇ ଆସିଛନ୍ତି। 15 ମିଶରରେ, ଫାରୋ ଥିଲେ ଅତି କଠୋର ମନା। ସେ ଆମ୍ଭକୁ ଯିବାକୁ ଦେଉ ନ ଥିଲେ, ତେଣୁ ସେଠାରେ ସଦାପ୍ରଭୁ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ, ପ୍ରଥମଜାତ ପଶୁମାନଙ୍କୁ ହତ୍ୟା କରିଥିଲେ। ସେହି କାରଣରୁ ଆମ୍ଭେମାନେ ପଶୁମାନଙ୍କର ପ୍ରଥମଜାତ ଅଣ୍ଡିରା ପଶୁ ଉତ୍ସର୍ଗ କରୁ କିନ୍ତୁ ଆମ୍ଭମାନଙ୍କ ପ୍ରଥମଜାତ ପୁତ୍ରମାନଙ୍କୁ ତାଙ୍କ ନିକଟରୁ କିଣି ଫେରାଇ ଆଣୁ।’ 16 ଏହା ଚିହ୍ନ ସ୍ୱରୂପେ ତୁମ୍ଭ ହସ୍ତରେ ଓ ଭୂଷଣ ସ୍ୱରୂପେ ତୁମ୍ଭ ଚକ୍ଷୁ ଦ୍ୱୟର ମଧ୍ୟସ୍ଥାନରେ ରହିବ। ଯେହେତୁ ସଦାପ୍ରଭୁ ବାହୁବଳରେ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ।”

ମିଶରରୁ ବାହାରକୁ ଯାତ୍ରା

17 ଯେତେବେଳେ ଫାରୋ ଲୋକମାନଙ୍କୁ ମିଶର ଛାଡ଼ିବାକୁ ଦେଲେ, ଯଦିଓ ପଲେଷ୍ଟୀୟ ଲୋକମାନଙ୍କର ଦେଶକୁ ଯିବା ପାଇଁ ନିକଟ ବାଟ ଥିଲା, ସଦାପ୍ରଭୁ, ସେ ପଥରେ ନେଲେ ନାହିଁ। ସଦାପ୍ରଭୁ କହିଲେ, “ଯଦି ଲୋକମାନେ ଏ ବାଟରେ ଯାଆନ୍ତି। ସେମାନଙ୍କୁ ହୁଏତ ଯୁଦ୍ଧ କରିବାକୁ ପଡ଼ିପାରେ। ତେବେ ହୁଏତ ସେମାନେ ତାଙ୍କର ମତି ପରିବର୍ତ୍ତନ କରି ପାରନ୍ତି ଓ ମିଶରକୁ ଫେରିଯାଇ ପାରନ୍ତି।” 18 ତେଣୁ ସଦାପ୍ରଭୁ ସେମାନଙ୍କୁ ଅନ୍ୟ ଏକ ପଥରେ ଆଗେଇ ନେଲେ। ସେ ସେମାନଙ୍କୁ ସୂଫସାଗର ପ୍ରାନ୍ତର ମଧ୍ୟଦେଇ ଆଣିଲେ। ସେମାନେ ମିଶର ଛାଡ଼ିବା ସମୟରେ ଇସ୍ରାଏଲୀୟମାନେ ଯୁଦ୍ଧ ପାଇଁ ପୋଷାକ ପରିଧାନ କରିଥିଲେ।

ଯୋଷେଫ ଗୃହକୁ ଗଲେ

19 ମୋଶା ଯୋଷେଫଙ୍କର ଅସ୍ଥି ସାଙ୍ଗରେ ନେଇ ଆସିଲେ। ଯୋଷେଫଙ୍କ ମୃତ୍ୟୁ ପୂର୍ବରୁ ସେ ତାଙ୍କର ପୁତ୍ରମାନଙ୍କୁ ପ୍ରତିଜ୍ଞା କରାଇଥିଲେ, ଏପରି କରିବା ପାଇଁ। ଯୋଷେଫ କହିଥିଲେ, “ଯେତେବେଳେ ପରମେଶ୍ୱର ତୁମ୍ଭମାନଙ୍କୁ ରକ୍ଷା କରିବେ। ମନେରଖ ତୁମ୍ଭେମାନେ ମୋର ଅସ୍ଥି ତୁମ୍ଭମାନଙ୍କ ସହିତ ମିଶରରୁ ନେଇଯିବ।”

ସଦାପ୍ରଭୁ ତାଙ୍କର ଲୋକମାନଙ୍କୁ ଆଗେଇ ନେଲେ

20 ଇସ୍ରାଏଲର ଲୋକମାନେ ସୁ‌କ୍‌କୋତଠାରୁ ଛାଡ଼ି ଏଥମରେ ଛାଉଣି ସ୍ଥାପନ କଲେ। ଏଥମ ମରୁଭୂମି ନିକଟବର୍ତ୍ତୀ ଥିଲା। 21 ସଦାପ୍ରଭୁ ସେମାନଙ୍କୁ ଆଗକୁ ପଥ କଢ଼ାଇ ନେଲେ, ଦିନବେଳେ ସଦାପ୍ରଭୁ ସେମାନଙ୍କୁ ମେଘସ୍ତମ୍ଭ ଦ୍ୱାରା ରାସ୍ତା ଦେଖାଇଲେ ଏବଂ ରାତିରେ ସେ ସେମାନଙ୍କୁ ଅଗ୍ନିସ୍ତମ୍ଭ ସାହାଯ୍ୟରେ ଆଗେଇ ନେଲେ। 22 ଦିନ ସମୟରେ ସେମାନଙ୍କୁ ଘନ ବାଦଲ ଓ ରାତ୍ର ସମୟରେ ଆଲୋକ ସ୍ତମ୍ଭ ସେମାନଙ୍କ ସହିତ ସର୍ବଦା ରଖିଲେ।