Añadir traducción en paralelo Imprimir Opciones de la página

ଶଲୋମନ ଜ୍ଞାନ ମାଗନ୍ତି

ଯେହେତୁ ସଦାପ୍ରଭୁ ପରମେଶ୍ୱର ତାଙ୍କ ସହିତ ଥିଲେ, ଦାଉଦଙ୍କର ପୁତ୍ର ଶଲୋମନ ଜଣେ ପ୍ରତିଷ୍ଠିତ ରାଜା ହେବାକୁ ସକ୍ଷମ ହୋଇଥିଲେ। ସଦାପ୍ରଭୁ ତାଙ୍କୁ ଅତ୍ୟନ୍ତ ମହାନ କଲେ।

ଇସ୍ରାଏଲର ଲୋକମାନଙ୍କ ସହ ଶଲୋମନ କଥା ହେଲେ। ସେ 1000 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ 100 ସୈନ୍ୟ ବିଶିଷ୍ଟ ସୈନ୍ୟଦଳର ଦଳପତି ଓ ବିଗ୍ଭରକର୍ତ୍ତା ଏବଂ ସମସ୍ତ ଇସ୍ରାଏଲର ନେତାମାନଙ୍କ ସହ ପୁଣି ପରିବାରଗୁଡ଼ିକର ମୁଖ୍ୟଙ୍କ ସହ କଥା ହେଲେ। ଏହା ପରେ ଶଲୋମନ ଓ ତାଙ୍କ ସହିତ ସମଗ୍ର ସମାଜ ଏବଂ ଗିବିୟୋନର ପର୍ବତ ଶିଖସ୍ଥ ପୂଜାସ୍ଥଳକୁ ଗଲେ। ପରମେଶ୍ୱରଙ୍କ ସମାଗମ-ତମ୍ବୁ ସେଠାରେ ଥିଲା। ଯେତେବେଳେ ସେମାନେ ମରୁ ପ୍ରାନ୍ତରରେ ଥିଲେ ସଦାପ୍ରଭୁଙ୍କ ଦାସ ମୋଶା ସେହି ତମ୍ବୁ ନିର୍ମାଣ କରିଥିଲେ। ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଦାଉଦ ଯିରୁଶାଲମକୁ କିରିୟତ ଯିୟାରୀମଠାରୁ ଆଣିଥିଲେ। ଯିରୁଶାଲମରେ ଏହାକୁ ସ୍ଥାପନ କରିବା ନିମନ୍ତେ ଦାଉଦ ଏକ ସ୍ଥାନ ନିରୂପଣ କରିଥିଲେ। ଦାଉଦ ଯିରୁଶାଲମରେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ପାଇଁ ଏକ ତମ୍ବୁ ନିର୍ମାଣ କରିଥିଲେ। ହୁରଙ୍କ ପୁତ୍ର ଊରି, ଊରିଙ୍କ ପୁତ୍ର ବତ୍ସଲେଲ ଏକ ପିତ୍ତଳର ଯଜ୍ଞବେଦି ନିର୍ମାଣ କରିଥିଲେ। ଏହି ପିତ୍ତଳର ଯଜ୍ଞବେଦି ଗିବିୟୋନଠାରେ ସଦାପ୍ରଭୁଙ୍କ ତମ୍ବୁ ସମ୍ମୁଖରେ ଥିଲା। ତେଣୁ ଶଲୋମନ ଏବଂ ଲୋକମାନେ ଗିବିୟୋନକୁ ସଦାପ୍ରଭୁଙ୍କ ପରାମର୍ଶ କରିବାକୁ ଗଲେ। ସମାଗମ-ତମ୍ବୁର ସମ୍ମୁଖରେ ସଦାପ୍ରଭୁଙ୍କ ଆଗରେ ପିତ୍ତଳ ବେଦି ଆଡ଼କୁ ଶଲୋମନ ଗଲେ। ବେଦି ଉପରେ ଶଲୋମନ 1000 ଗୋଟି ସମ୍ପୂର୍ଣ୍ଣ ହୋମବଳି ଅର୍ପଣ କଲେ।

ସେହି ରାତ୍ରିରେ ପରମେଶ୍ୱର ଶଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ୱର କହିଲେ, “ଶଲୋମନ, ଆମ୍ଭେ ତୁମ୍ଭକୁ କ’ଣ ଦେବା ବୋଲି ତୁମ୍ଭେ ଗ୍ଭହଁ, ତାହା ଆମ୍ଭକୁ ମାଗ।”

ଶଲୋମନ ସଦାପ୍ରଭୁଙ୍କୁ କହିଲେ, “ତୁମ୍ଭେ ମୋର ବାପା ଦାଉଦଙ୍କ ପ୍ରତି ଅତ୍ୟନ୍ତ ଦୟାଳୁ ଥିଲ। ମୋର ବାପାଙ୍କ ସ୍ଥାନରେ ନୂତନ ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କଲ। ବର୍ତ୍ତମାନ ସଦାପ୍ରଭୁ ପରମେଶ୍ୱର, ମୋର ବାପା ଦାଉଦଙ୍କୁ ଦେଇଥିବା ପ୍ରତିଜ୍ଞା ରକ୍ଷା କର। ଏକ ଅତି ବଡ଼ ଜାତିର ରାଜା ହେବା ନିମନ୍ତେ ତୁମ୍ଭେ ମୋତେ ମନୋନୀତ କରିଛ। ସେଠାରେ ଅନେକ ଲୋକ ଅଛନ୍ତି ସେମାନେ ପୃଥିବୀର ଧୂଳି ସଦୃଶ। 10 ମୋତେ ଜ୍ଞାନ ଓ ବୁଦ୍ଧି ଦିଅ, ଯେପରି ଏହି ଲୋକମାନଙ୍କୁ ମୁଁ ଉଚିତ୍ ମାର୍ଗରେ କଢ଼ାଇ ନେଇ ପାରିବି। ତୁମ୍ଭର ସାହାଯ୍ୟ ବିନା ଏହି ଲୋକମାନଙ୍କୁ କେହି ଶାସନ କରି ପାରିବ ନାହିଁ।”

11 ପରମେଶ୍ୱର ଶଲୋମନଙ୍କୁ କହିଲେ, “ଆମ୍ଭେ ଏହା କରିବା କାରଣ ଏହା ତୁମ୍ଭର ଇଚ୍ଛା ଥିଲା। ତୁମ୍ଭେ ଧନ, ସମ୍ପତ୍ତି ବା ସମ୍ମାନ ମାଗିଲ ନାହିଁ। ତୁମ୍ଭ ଶତ୍ରୁମାନଙ୍କର ବିନାଶ ତୁମ୍ଭେ ଗ୍ଭହିଁଲ ନାହିଁ। ପୁଣି ତୁମ୍ଭର ଦୀର୍ଘାୟୁ ମଧ୍ୟ ତୁମ୍ଭେ ମାଗିଲ ନାହିଁ। ତୁମ୍ଭେ କେବଳ ଜ୍ଞାନ ଓ ବୁଦ୍ଧି ମାଗିଲ, ଯେପରି ତୁମ୍ଭେ ମୋର ଲୋକମାନଙ୍କୁ ବୁଦ୍ଧିମାନରେ ନିଷ୍ପତ୍ତି ଦେଇପାର, ଯେଉଁ ଲୋକମାନଙ୍କୁ ଶାସନ କରିବା ନିମନ୍ତେ ଆମ୍ଭେ ତୁମ୍ଭକୁ ମନୋନୀତ କରିଛୁ। 12 ଏଣୁ ଆମ୍ଭେ ତୁମ୍ଭକୁ ଜ୍ଞାନ ଓ ବୁଦ୍ଧିରେ ପୂର୍ଣ୍ଣ କରିବା। ଆଉ ମଧ୍ୟ ଆମ୍ଭେ ତୁମ୍ଭକୁ ଧନ, ସମ୍ପତ୍ତି ଓ ସମ୍ମାନ ପ୍ରଦାନ କରିବା। ତୁମ୍ଭ ପୂର୍ବରୁ କୌଣସି ରାଜାର ଏପରି ଧନ ବା ସମ୍ମାନ ନ ଥିଲା। ଏବଂ ଭବିଷ୍ୟତରେ ମଧ୍ୟ କୌଣସି ରାଜାର ଏପରି ଧନସମ୍ମାନ ରହିବ ନାହିଁ।”

13 ତା’ପରେ ଶଲୋମନ ସମାଗମ-ତମ୍ବୁକୁ ତ୍ୟାଗ କଲେ, ଯେଉଁଟାକି ଗିବିୟୋନରେ ଏକ ଉପାସନା ସ୍ଥଳରେ ଥିଲା ଏବଂ ଇସ୍ରାଏଲର ରାଜା ଯିରୁଶାଲମକୁ ଫେରିଗଲେ ଓ ଶାସନ କଲେ।

ଶଲୋମନ ତାଙ୍କର ସୈନ୍ୟଦଳ ଓ ସମ୍ପତ୍ତି ଗଠନ କରନ୍ତି

14 ତାଙ୍କର ସୈନ୍ୟଦଳ ନିମନ୍ତେ ଶଲୋମନ ଘୋଡ଼ାସବୁ ଓ ରଥସବୁ ସଂଗ୍ରହ କରିବାକୁ ଆରମ୍ଭ କଲେ। ଶଲୋମନ 1400 ଟି ରଥ ଓ 12,000 ଅଶ୍ୱ ସଂଗ୍ରହ କଲେ। ଶଲୋମନ ସେମାନଙ୍କୁ ରଥର ସହରରେ ରଖିଲେ। ଆଉ କେତେକଙ୍କୁ ଶଲୋମନ ଯିରୁଶାଲମରେ ରାଜାଙ୍କ ନିକଟରେ ରଖିଲେ। 15 ଯେତେ ପରିମାଣରେ ପଥର, ଏରସ କାଠ, ସି‌କ୍‌ମୋର କାଠ ଯିରୁଶାଲମରେ ଥିଲା, ରାଜା ସେତେ ପରିମାଣର ସୁନା ଓ ରୂପା ଆଣିଲେ। 16 କ୍ୟୁଏ ଏବଂ ମିଶରରୁ ଶଲୋମନ ଘୋଡ଼ାସବୁ କିଣିଲେ। ରାଜାଙ୍କର ବଣିକମାନେ ଘାଡ଼ାସବୁ କିଣିବାକୁ କ୍ୟୁଏକୁ ଗଲେ। 17 ଶଲୋମନଙ୍କ ବେପାରିମାନେ ମିଶରରୁ ଗୋଟିଏ ରଥକୁ 600 ରୂପାମୁଦ୍ରା ଏବଂ ଗୋଟିଏ ଘୋଡ଼ାକୁ 150 ରୂପାମୁଦ୍ରା ଦେଇ କିଣିଲେ। ଏହା ପରେ ବେପାରିମାନେ ଘୋଡ଼ା ଓ ରଥସବୁ ହିତ୍ତୀୟ ଓ ଅରାମ ଲୋକମାନଙ୍କର ସମସ୍ତ ରାଜାମାନଙ୍କୁ ବିକିଲେ।