Add parallel Print Page Options

10 ଏହି ଚୁକ୍ତି ପତ୍ରଗୁଡ଼ିକ ଏହିସବୁ ଅଧିକାରୀଙ୍କ ମୋହରରେ ସ୍ୱାକ୍ଷରିତ ହୋଇଥିଲା। ଯଥା:

ରାଜ୍ୟପାଳ ନିହିମିୟା ହଖଲିୟଙ୍କ ପୁତ୍ର। ସିଦିକିୟ, ସରାୟ, ଅସରିୟ, ଯିରିମିୟ, ପ‌ଶ୍‌ହୂର, ଅମରିୟ, ମ‌‌‌‌ଲ୍‌‌‌‌‌‌‌କିୟ, ହଟୂଶ୍, ଶବନିୟ, ମଲ୍ଲୂକ, ହାରିମ୍, ମରେମୋତ୍, ଓବେଦିୟ, ଦାନିୟେଲ, ଗିନ୍ନଥୋନ୍, ବାଋକ୍, ମଶୁଲ୍ଲମ୍, ଅବିୟ, ମିୟାମୀନ, ମାସିୟ, ବି‌‌‌‌ଲ୍‌‌‌‌‌‌‌ଗୟ, ଶମୟିୟ, ଏମାନେ ସମସ୍ତେ ଯାଜକ ଥିଲେ।

ଲେବୀୟଗଣ ଯଥା:

ଅସନିୟର ପୁତ୍ର ଯେଶୂୟ, ହେନାଦଦର ସନ୍ତାନଗଣ ମଧ୍ୟରୁ ବିନ୍ନୁୟି ଓ କ‌‌‌‌‌ଦ୍‌‌‌‌‌ମିୟେଲ୍। 10 ସେମାନଙ୍କର ଭାତୃଗଣ, ଶବନିୟ, ହୋଦିୟ, କଲିଟ୍, ପଲାୟ, ହାନନ୍, 11 ମୀଖା, ରହୋବ, ହଶବିୟ, 12 ସ‌କ୍‌କୁର, ଶେରେବୀୟ, ଶବନିୟ, 13 ହୋଦିୟ, ବାନି, ବନୀନୁ,

14 ଏହି ଲୋକମାନଙ୍କର ପ୍ରଧାନ ବର୍ଗମାନେ,

ପରିୟୋଶ୍, ପହତ୍-ମୋୟାବ, ଏଲମ୍, ସତ୍ତୁ, ବାନି, 15 ବୁନ୍ନି, ଅ‌‌‌‌ସ୍‌‌‌‌ଗଦ୍, ବେବୟ, 16 ଅଦୋନିୟ, ବି‌ଗ୍‌ବୟ, ଆଦୀନ, 17 ଆଟେର, ହିଜକିୟ, ଅସୂର, 18 ହୋଦିୟ, ହଶୁମ୍, ବେ‌ତ୍‌ସୟ, 19 ହାରୀଫ୍, ଅନାଥୋତ୍, ନୋବୟ। 20 ମ‌ଗ୍‌ପୀୟସ, ମଶୁଲ୍ଲମ୍ ଓ ହେଷୀର, 21 ମଶେଷବେଲ, ସାଦୋକ୍, ଯଦ୍ଦୁୟ, 22 ପଲାଟିୟ, ହାନନ୍ ଓ ଅନାୟ, 23 ହୋଶେୟ, ହନାନିୟ, ଓ ହଶୂବ, 24 ହଲୋହେସ, ପିଲହ, ଶୋବେକ, 25 ରହୂମ୍, ହଶ‌‌‌‌ବ୍‌‌‌‌ନା ଓ ମାସେୟ, 26 ଅହିୟ, ହାନନ୍ ଓ ଅନାନ୍, 27 ମଲ୍ଲୂକ୍, ହାରିମ୍ ଏବଂ ବାନା।

28-29 ତେଣୁ ଏହି ଲୋକମାନେ ସମସ୍ତେ ମିଶି ପରମେଶ୍ୱରଙ୍କ ନିକଟରେ ଏକ ଶପଥ କଲେ। ସେମାନେ କହିଲେ, “ଯଦି ଆମ୍ଭେମାନେ ଆମ୍ଭର ଶପଥ ନରଖୁ, ତେବେ ଆମ୍ଭମାନଙ୍କ ପାଇଁ ସବୁ ଅଘଟଣ ଘଟିବ।” ପରମେଶ୍ୱରଙ୍କ ବ୍ୟବସ୍ଥା ତାଙ୍କର ଦାସ ମୋଶାଙ୍କ ଦ୍ୱାରା ଘୋଷଣା କରାଗଲା। ଏହି ସମସ୍ତ ଲୋକମାନେ ସାବଧାନ ସହକାରେ ସଦାପ୍ରଭୁ ପରମେଶ୍ୱରଙ୍କର ବ୍ୟବସ୍ଥା ଓ ନିୟମ ମାନିବା ପାଇଁ ଶପଥ କଲେ। ସେମାନେ ହେଲେ, ଲୋକମାନଙ୍କର ଅବଶିଷ୍ଟାଂଶ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ, ଗାୟକମାନେ, ନଥୀନୀୟମାନେ ଓ ଯେ ସମସ୍ତ ଲୋକ ଯେଉଁମାନେ ସେମାନଙ୍କୁ ଅନ୍ୟ ସ୍ଥାନରେ ଲୋକମାନଙ୍କଠାରୁ ଅଲଗା କଲେ, କାରଣ ସେମାନେ ପରମେଶ୍ୱରଙ୍କର ବ୍ୟବସ୍ଥା ରଖିପାରିବେ। ସେମାନେ ସେମାନଙ୍କର ସ୍ତ୍ରୀଗଣ, ସେମାନଙ୍କର ପୁତ୍ରଗଣ ଓ ସେମାନଙ୍କର କନ୍ୟାଗଣ, ପ୍ରତ୍ୟେକ ଜ୍ଞାନବାନ ଓ ବୁଦ୍ଧିମାନ ଲୋକ, ସେମାନେ ସେମାନଙ୍କର ଭାତୃଗଣ, ସେମାନଙ୍କର କୁଳୀନଗଣ ଏହି ଶପଥ ନେବା ପାଇଁ ରାଜି ଥିଲେ।

30 ସେମାନେ ପ୍ରତିଜ୍ଞା କରି କହିଲେ, “ଆମ୍ଭେମାନେ ଅନ୍ୟ ଦେଶୀୟ ଲୋକମାନଙ୍କୁ ଆପଣାମାନଙ୍କ କନ୍ୟାଗଣ ଦେବୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସେମାନଙ୍କ କନ୍ୟାଗଣ ଗ୍ରହଣ କରିବୁ ନାହିଁ।

31 “ଆମ୍ଭେ ପ୍ରତିଜ୍ଞା କରୁଅଛୁ, ଆଉ ଦେଶସ୍ଥ ଲୋକମାନେ ବିଶ୍ରାମ ବାରରେ କୌଣସି ପଦାର୍ଥ କି ଖାଦ୍ୟଦ୍ରବ୍ୟ ବିକିବାକୁ ଆଣିଲେ, ଆମ୍ଭେମାନେ ବିଶ୍ରାମ ଦିନରେ, କି ଅନ୍ୟ କୌଣସି ପବିତ୍ର ଦିନରେ ସେମାନଙ୍କଠାରୁ ତାହା କିଣିବୁ ନାହିଁ। ଆଉ ସପ୍ତମ ବର୍ଷ, ସର୍ବପ୍ରକାର ଋଣ ଆଦାୟ କରିବାର ଛାଡ଼ି ଦେବୁ।

32 “ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ସେବାକାର୍ଯ୍ୟ ନିମନ୍ତେ ତାଙ୍କର ନିର୍ଦ୍ଦେଶସବୁ ମାନିବୁ। ଏବଂ ଏକ ତୃତୀୟାଂଶ ଶେକଲ ରୂପା ପ୍ରତି ବର୍ଷ ପରମେଶ୍ୱରଙ୍କ ମନ୍ଦିର କାର୍ଯ୍ୟ ପାଇଁ ଦେବୁ। 33 ଅର୍ଥାତ୍ ଦର୍ଶନୀୟ ରୋଟୀର ଓ ନିତ୍ୟ ଭକ୍ଷ୍ୟ ନୈବେଦ୍ୟର ଓ ନିତ୍ୟ ହୋମବଳିର, ବିଶ୍ରାମ ବାରର ଅମାବାସ୍ୟାର, ନିରୂପିତ ପର୍ବାଦିର ଓ ପବିତ୍ର ଦ୍ରବ୍ୟାଦିର ଓ ଇସ୍ରାଏଲର ପ୍ରାୟଶ୍ଚିତ୍ତାର୍ଥକ ପାପବଳିର ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର ସମସ୍ତ କାର୍ଯ୍ୟ ନିମନ୍ତେ।

34 “ଆମ୍ଭେମାନେ ଗୁଲିବାଣ୍ଟ କରି ଯାଜକମାନଙ୍କ ବଂଶ ପାଇଁ, ଲେବୀୟଗଣ ପାଇଁ, ସଦାପ୍ରଭୁଙ୍କ ମନ୍ଦିର ପାଇଁ କାଠ ଆଣୁଥିବା ଲୋକମାନଙ୍କ ପାଇଁ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ସ୍ଥିର କରିଅଛୁ। ବ୍ୟବସ୍ଥାରେ ଯାହା ଲିଖିତ ହୋଇଅଛି ସେହି ଅନୁସାରେ ଆମ୍ଭ ସଦାପ୍ରଭୁ ପରମେଶ୍ୱରଙ୍କ ଯଜ୍ଞବେଦିରେ ସେହି କାଠଗୁଡ଼ିକ ଜଳାଯିବା ଉଚିତ୍।

35 “ଆମ୍ଭମାନଙ୍କ ଜମିର ପ୍ରଥମଜାତ ଶସ୍ୟ ଓ ସର୍ବପ୍ରକାର ବୃକ୍ଷର ପ୍ରଥମଜାତ ଫଳ, ବର୍ଷକୁ ବର୍ଷ ସଦାପ୍ରଭୁଙ୍କ ମନ୍ଦିରକୁ ଆଣିବା ପାଇଁ ଏ କଥା ଗ୍ରହଣ କରିଥିଲୁ।

36 “ବ୍ୟବସ୍ଥା ପୁସ୍ତକର ଲିଖନ ଅନୁସାରେ ଆମ୍ଭମାନଙ୍କ ସନ୍ତାନଗଣର ଓ ପଶୁଗଣର ପ୍ରଥମଜାତ ଆମ୍ଭମାନଙ୍କ ଗୋପଲର ଓ ମେଷପଲର ପ୍ରଥମଜାତମାନଙ୍କୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହକୁ, ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରରେ ପରିଚର୍ଯ୍ୟାକାରୀ ଯାଜକମାନଙ୍କ ନିକଟକୁ ଆଣିବା ପାଇଁ ମଧ୍ୟ ନିୟମ କରୁଥିଲୁ।

37 “ଏବଂ ଆମ୍ଭେମାନେ ଉକୃଷ୍ଟ ଅଟା ଓ ସର୍ବପ୍ରକାର ବୃକ୍ଷର ଫଳ ଓ ନୂତନ ଦ୍ରାକ୍ଷାରସ ଓ ତୈଳ ଯାଜକମାନଙ୍କ ନିକଟକୁ ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ମନ୍ଦିରର କୋଠରୀକୁ ଆଣିବା ପାଇଁ ଆମ୍ଭର ଦ୍ରବ୍ୟର ଏକ ଦଶମାଂଶ ଲେବୀୟମାନଙ୍କ ନିକଟକୁ ଆଣିବା ପାଇଁ ସ୍ଥିର କଲୁ। କାରଣ ସେହି ଲେବୀୟମାନେ ଆମ୍ଭମାନଙ୍କ ସକଳ କୃଷିନଗରରେ ଏକ ଦଶମାଂଶ ଆଦାୟ କରନ୍ତି। 38 ମାତ୍ର ଲେବୀୟମାନେ ଦଶମାଂଶ ଆଦାୟ କରିବା ସମୟରେ ହାରୋଣଙ୍କ ସନ୍ତାନ ଯାଜକ ଲେବୀୟମାନଙ୍କ ସଙ୍ଗେ ରହିବ। ଆଉ ଲେବୀୟମାନେ ପରମେଶ୍ୱରଙ୍କ ମନ୍ଦିରସ୍ଥିତ ଭଣ୍ତାର ଗୃହକୁ ଦଶମାଂଶର ଦଶମାଂଶ ଆଣିବେ। 39 ଇସ୍ରାଏଲର ଲୋକମାନେ ଏବଂ ଲେବୀୟମାନେ ଭଣ୍ତାର ଗୃହକୁ ନିଶ୍ଚିତରେ ତାଙ୍କର ଉପହାର ଆଣିବେ। ସେମାନେ ଶସ୍ୟ, ଦ୍ରାକ୍ଷାରସ, ତୈଳ ସେହି କୋଠରୀକୁ ଆଣିବେ, ଯେଉଁଠାରେ ଦାୟିତ୍ୱରେ ଥିବା ଯାଜକମାନେ, ଦ୍ୱାରପାଳଗଣ ଓ ଗାୟକମାନେ ପବିତ୍ର ସାମଗ୍ରୀ ରଖନ୍ତି।

ଏବଂ “ଆମ୍ଭେମାନେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ମନ୍ଦିର ପ୍ରତି ହେଳା କରିବୁ ନାହିଁ।”