Añadir traducción en paralelo Imprimir Opciones de la página

ସଦାପ୍ରଭୁଙ୍କର ଦାସ ଦାଉଦଙ୍କର ଗୀତ

36 ଜଣେ ଦୁଷ୍ଟ ଲୋକ ସବୁବେଳେ ମନ୍ଦକାର୍ଯ୍ୟ କରେ।
    ଯେତେବେଳେ ସେ ଆପଣା ହୃଦୟକୁ କହେ, “ମୁଁ ପରମେଶ୍ୱରଙ୍କୁ ଭୟ ଓ ସମ୍ମାନ କରେ ନାହିଁ।”
ସେହି ଲୋକ ଆପଣାକୁ ମିଥ୍ୟା କହେ।
    ସେ ଲୋକ ଆପଣା ତୃଟି ଦେଖେ ନାହିଁ, ତେଣୁ ସେ କ୍ଷମା ପ୍ରାର୍ଥନା କରେ ନାହିଁ।
ତା’ର ବାକ୍ୟସବୁ କେବଳ ମୂଲ୍ୟହୀନ ମିଥ୍ୟା ଅଟେ।
    ସେ ଜ୍ଞାନୀ ହୋଇପାରେ ନାହିଁ ଅଥବା ସୁକର୍ମ କରିବା ଶିଖେ ନାହିଁ।
ରାତ୍ରିରେ ସେ ମୂଲ୍ୟହୀନ କଥାସବୁ କରିବାକୁ ଯୋଜନା କରେ।
    ସେ ସକାଳୁ ଉଠି କିଛି ଭଲ କାର୍ଯ୍ୟ କରେ ନାହିଁ ଏବଂ ସେ ମନ୍ଦକାର୍ଯ୍ୟ କରିବାରୁ ବିମୁଖ ହୁଏ ନାହିଁ।

ହେ ସଦାପ୍ରଭୁ, ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଆକାଶଠାରୁ ମହିୟାନ।
    ତୁମ୍ଭର ବିଶ୍ୱସ୍ତତା ଆକାଶର ବାଦଲଠାରୁ ଗରୀୟାନ।
ହେ ସଦାପ୍ରଭୁ, ତୁମ୍ଭର ମହାନୁଭବତା ସବୁଠାରୁ ଉଚ୍ଚ ପର୍ବତଠାରୁ ମଧ୍ୟ ଅଧିକ ଉଚ୍ଚ
    ତୁମ୍ଭର ନ୍ୟାୟପ୍ରିୟତା ସମୁଦ୍ରଠାରୁ ଅଧିକ ଗଭୀର।
ହେ ସଦାପ୍ରଭୁ, ତୁମ୍ଭେ ମନୁଷ୍ୟ ଓ ପଶୁମାନଙ୍କୁ ରକ୍ଷା କର।
    ତୁମ୍ଭର ପ୍ରେମ ଓ କରୁଣାଠାରୁ କିଛି ଅଧିକ ମୂଲ୍ୟବାନ ବସ୍ତୁ ନାହିଁ।
    ଲୋକମାନେ ଓ ସ୍ୱର୍ଗଦୂତମାନେ ତୁମ୍ଭ ନିକଟକୁ ଉଦ୍ଧାର ପାଇବା ପାଇଁ ଆସନ୍ତି।
ହେ ସଦାପ୍ରଭୁ, ସେମାନେ ତୁମ୍ଭର ନିବାସସ୍ଥଳୀରୁ ନୂତନ ବଳରେ ବଳୀୟାନ ହୁଅନ୍ତି।
    ତୁମ୍ଭେ ତୁମ୍ଭର ନଦୀରୁ ସେମାନଙ୍କୁ ପାନ କରିବାକୁ ଦିଅ।
ହେ ସଦାପ୍ରଭୁ, ଜୀବନର ନିର୍ଝର ତୁମ୍ଭ ନିକଟରୁ ପ୍ରବାହୀତ ହୁଏ
    ଓ ତୁମ୍ଭର ଆଲୋକ ଆମ୍ଭକୁ ଆଲୋକ ଦେଖାଏ।
10 ହେ ସଦାପ୍ରଭୁ, ଯେଉଁମାନେ ପ୍ରକୃତରେ ତୁମ୍ଭକୁ ଭଲ ପାଆନ୍ତି, ତୁମ୍ଭେ ତୁମ୍ଭର କରୁଣା ଦୃଷ୍ଟି ସେମାନଙ୍କ ଉପରେ ରଖ
    ଓ ତୁମ୍ଭର ବିଶ୍ୱସ୍ତ ସେମାନଙ୍କ ଜୀବନରେ ସୁକର୍ମମାନ ଘଟଣା ସବୁ ଘଟୁ।
11 ହେ ସଦାପ୍ରଭୁ, ଅହଂକାରୀ ଲୋକମାନେ ମୋତେ ଯେମିତି ଯନ୍ତାରେ ନ ପକାନ୍ତି।
    ମୁଁ ଯେମିତି ଦୁଷ୍ଟ ଲୋକମାନଙ୍କ ଦ୍ୱାରା ଧରା ନ ଯାଏ।

12 ଏକଥା ସେମାନଙ୍କର କବର ଉପରେ ଲେଖିଦିଅ, “ଏହି ଲୋକମାନେ ଦୁଷ୍ଟ ଲୋକ ଅଟନ୍ତି।
    ଏମାନେ ସମସ୍ତେ ଅଧପତିତ ହୋଇଛନ୍ତି।
    ଏମାନେ ଆଉ ପୁନର୍ବାର ଉଠିବେ ନାହିଁ।”