Add parallel Print Page Options

ଗୁପ୍ତଚରଙ୍କ କିଣାନ ଗମନ

13 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ମୁଁ ଇସ୍ରାଏଲର ଲୋକମାନଙ୍କୁ ଯେଉଁ କିଣାନ ଦେଶ ଦେବି, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି, ସେମାନଙ୍କୁ ପଠାଅ।”

ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ମରୁଭୂମି ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକମାନେ ଇସ୍ରାଏଲର ଲୋକମାନଙ୍କର ନେତୃବର୍ଗ ଥିଲେ। ସେହି ପ୍ରଧାନମାନଙ୍କର ନାମ ଏହି:

ରୁବେନ୍ ଗୋଷ୍ଠୀବର୍ଗ ମଧ୍ୟରୁ ସ‌କ୍‌‌କୁରର ପୁତ୍ର ଶମ୍ମୂୟ।

ଶିମିୟୋନ ଗୋଷ୍ଠୀବର୍ଗ ମଧ୍ୟରୁ ହୋରିର ପୁତ୍ର ଶାଫଟ।

ଯିହୁଦା ଗୋଷ୍ଠୀବର୍ଗ ମଧ୍ୟରୁ ଯିଫୁନ୍ନିର ପୁତ୍ର କାଲେବ୍।

ଇଷାଖର ଗୋଷ୍ଠୀବର୍ଗ ମଧ୍ୟରୁ ଯୋଷେଫର ପୁତ୍ର ଯିଗାଲ।

ଇଫ୍ରୟିମ ଗୋଷ୍ଠୀବର୍ଗ ମଧ୍ୟରୁ ନୂନର ପୁତ୍ର ହୋଶେୟ।

ବିନ୍ୟାମୀନ ଗୋଷ୍ଠୀବର୍ଗ ମଧ୍ୟରୁ ରାଫୁର ପୁତ୍ର ପ‌ଲ୍‌ଟି।

10 ସବୁଲୂନ ଗୋଷ୍ଠୀବର୍ଗ ମଧ୍ୟରୁ ସୋଦିର ପୁତ୍ର ଗଦ୍ଦୀୟେଲ।

11 ଯୋଷେଫ ଗୋଷ୍ଠୀବର୍ଗ ସୂଷିର ପୁତ୍ର ଗଦ୍ଦି ମନଃଶି ଗୋଷ୍ଠୀର ଅଟେ।

12 ଦାନ ଗୋଷ୍ଠୀବର୍ଗ ମଧ୍ୟରୁ ଗମଲ୍ଲୀର ପୁତ୍ର ଅମ୍ମୀୟେଲ।

13 ଆଶେର ଗୋଷ୍ଠୀବର୍ଗ ମଧ୍ୟରୁ ମୀଖାୟେଲର ପୁତ୍ର ସଥୁର।

14 ନପ୍ତାଲି ଗୋଷ୍ଠୀବର୍ଗ ମଧ୍ୟରୁ ବ‌ପ୍‌ସିର ପୁତ୍ର ନହବି।

15 ଗାଦ୍ ଗୋଷ୍ଠୀବର୍ଗ ମଧ୍ୟରୁ ମାଖିର ପୁତ୍ର ଗୂୟେଲ।

16 ମୋଶା ଯେଉଁ ଲୋକମାନଙ୍କୁ ଗୁପ୍ତଚର କାର୍ଯ୍ୟ କରିବାକୁ ସେହି ଦେଶ ପଠାଇ ଥିଲେ, ମୋଶା ନୂନର ପୁତ୍ର ହୋଶେୟଙ୍କୁ ଯିହୋଶୂୟ ନାମ ଦେଲେ।

17 ଆଉ ମୋଶା ଏମାନଙ୍କୁ କିଣାନ ଦେଶରେ ଗୁପ୍ତଚର କାର୍ଯ୍ୟ କରିବାକୁ ପଠାଇ ସେମାନଙ୍କୁ କହିଲେ, “ତୁମ୍ଭେମାନେ ନେଗେଭକୁ ଯାଅ ଏବଂ ତା’ପରେ ପର୍ବତମୟ ଦେଶକୁ ଯାଅ। 18 ପୁଣି ସେହି ଦେଶ କିପରି, ତହିଁର ବାସିନ୍ଦାମାନେ ବଳବାନ୍ କି ଦୁର୍ବଳ ଓ ସେମାନେ ଅଳ୍ପ କି ଅନେକ ସେ ବିଷୟରେ ଅନୁସନ୍ଧାନ କର। 19 ପୁଣି ସେମାନେ ଯେଉଁ ଦେଶରେ ବାସ କରୁଛନ୍ତି ସେ ଦେଶ ଭଲ କି ମନ୍ଦ, ଯେଉଁ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ, କାହିଁରେ ବାସ କରନ୍ତି, ତାହା ମଧ୍ୟ ଅନୁସନ୍ଧାନ କର। 20 ପୁଣି ସେହି ମାଟିର ଉତ୍କର୍ଷଣ ଖୋଳ, ଉର୍ବର କି ଅନୁର୍ବର। ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ, ତାହା ଦେଖ। ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ।” ସେହି ସମୟରେ ପ୍ରଥମ ଦ୍ରାକ୍ଷାଫଳ ପାଚିବାର ଥିଲା।

21 ତେଣୁ ସେମାନେ ସୀନ ମରୁଭୂମିରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନ ରହୋବ ପର୍ଯ୍ୟନ୍ତ ଦେଶ ଅନୁସନ୍ଧାନ କଲେ। 22 ଆଉ ସେମାନେ ଦକ୍ଷିଣ ଦିଗ ଦେଇ ହିବ୍ରୋଣରେ ଯାଇ ଉପସ୍ଥିତ ହେଲେ, ସେହି ସ୍ଥାନରେ ଅହୀମାନ୍, ଶେଶୟ, ତଲ୍ମୟ, ଏହିମାନେ ଅନାକର ବଂଶଧର ବାସ କରୁଥିଲେ। ମିଶରସ୍ଥିତ ସୋୟନର ସାତ ବର୍ଷ ପୂର୍ବେ ହିବ୍ରୋଣ ନିର୍ମାଣ ହୋଇଥିଲା। 23 ଏହା ପରେ ସେମାନେ ଇଷ୍କୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗୀରେ ବହନ କଲେ, ସେମାନେ ମଧ୍ୟ କିଛି ଡାଳିମ୍ବ ଓ ଡିମ୍ବିରି ଫଳ ଆଣିଲେ। 24 ଇସ୍ରାଏଲର ଲୋକମାନେ ଯେଉଁ ଉପତ୍ୟକାରେ ଦ୍ରାକ୍ଷାପେଣ୍ଡା କାଟି ଥିଲେ, ସେଥି ସକାଶେ ସେହି ସ୍ଥାନ ଇଷ୍କୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା।

25 ସେମାନେ ଗ୍ଭଳିଶ୍ ଦିନ ସେହି ଦେଶ ଅନୁସନ୍ଧାନ କଲାପରେ ଫେରି ଆସିଲେ। 26 ଅନନ୍ତର ସେମାନେ ଆସି ପାରଣ ମରୁଭୂମି କାଦେଶ ନାମକ ସ୍ଥାନରେ ମୋଶାଙ୍କୁ ଭେଟିଲେ, ହାରୋଣ ଓ ଇସ୍ରାଏଲ ଲୋକମାନେ ସମସ୍ତ ମଣ୍ତଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ତଳୀକି ସମାଗ୍ଭର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। 27 ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଦେଶକୁ ପଠାଇଥିଲ, ଆମ୍ଭେମାନେ ସେଠାକୁ ଯାଇଥିଲୁ। ଏହା ଏକ ଦୁ‌ଗ୍‌ଧ-ମଧୁର ଦେଶ। ଏହା ହେଉଛି ସେହି ଦେଶର ଫଳ। 28 ତଥାପି ସେହି ଦେଶ ନିବାସୀମାନେ ବଳବାନ୍, ନଗରସବୁ ପ୍ରାଚୀର ବେଷ୍ଟିତ ଓ ଅତି ବଡ଼, ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନମାନଙ୍କୁ ଦେଖିଲୁ। 29 ଦକ୍ଷିଣ ଦେଶରେ ଅମାଲେକ ବାସ କରନ୍ତି, ପର୍ବତମୟ ଦେଶରେ ହିତ୍ତୀୟ, ଯିବୂଷୀୟ ଓ ଇମୋରୀୟ ଲୋକମାନେ ବାସ କରନ୍ତି। ଆଉ ସମୁଦ୍ର ନିକଟରେ ଓ ଯର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି।”

30 କାଲେବ୍ ମୋଶାଙ୍କ ନିକଟରେ ଥିବା ଲୋକମାନଙ୍କୁ କହିଲେ, “ଆସ ଆମ୍ଭେମାନେ ଏହାକୁ ଅକ୍ତିଆର କରିବା, ସେମାନଙ୍କୁ ପରାସ୍ତ କିରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି।”

31 ମାତ୍ର ଯେଉଁ ଲୋକମାନେ ତାଙ୍କ ସହିତ ଯାଇଥିଲେ, ସେମାନେ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ପାରିବୁ ନାହିଁ। କାରଣ ସେମାନେ ଆମ୍ଭଠାରୁ ଶକ୍ତିଶାଳୀ।” 32 ଏହିରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲର ଲୋକମାନଙ୍କ ନିକଟରେ ସେହି ଦେଶର ଅଖ୍ୟାତି କରି କହିଲେ, “ଯେଉଁ ଦେଶର ମଧ୍ୟଦେଇ ଆମ୍ଭେମାନେ ଯାତ୍ରା କଲୁ, ତାହା ନିଜର ଅଧିବାସୀମାନଙ୍କୁ ଗ୍ରାସ କଲା। ଆମ୍ଭେମାନେ ଯେତେ ଲୋକଙ୍କୁ ସେଠାରେ ଦେଖିଲୁ ସେମାନେ ବଡ଼ ଡେଙ୍ଗା। 33 ସେଠାରେ ଆମ୍ଭେମାନେ ଅନାକର ନେଫଲିମ୍ ସନ୍ତାନ ମହାବୀରଗଣଙ୍କୁ ଦେଖିଲୁ, ଆଉ ସେମାନଙ୍କ ଦୃଷ୍ଟିରେ ଆମ୍ଭେମାନେ ଝିଣ୍ଟିକା ପରି ହେଲୁ।”