Add parallel Print Page Options

ସଲଫାଦର କନ୍ୟାଗଣ

27 ଯୋଷେଫଙ୍କ ପୁତ୍ର ମନଃଶି, ମନଃଶିଙ୍କର ପୁତ୍ର ମାଖୀର, ମାଖୀରର ପ୍ରପୌତ୍ର ଗିଲିୟଦ, ଗିଲିୟଦର ପୌତ୍ର ହେଫର ଓ ହେଫରର ପୁତ୍ର ସଲଫାଦ। ଏହି ସଲଫାଦର ପାଞ୍ଚୋଟି କନ୍ୟା ଥିଲେ। ସେମାନେ ହେଲେ ମହଲା, ନୋୟା, ହ‌‌ଗ୍‌‌ଲା, ମି‌ଲ୍‌କା ଓ ତର୍ସା। ଏହି ପାଞ୍ଚ ଜଣ ମୋଶା, ଇଲିୟାସର ଯାଜକ, ଅଧିପତି ଓ ସମସ୍ତ ମଣ୍ତଳୀ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାରରେ ଠିଆ ହୋଇ କହିଲେ,

“ଆମ୍ଭମାନଙ୍କ ପିତା ମରୁଭୂମିରେ ମୃତ୍ୟୁବରଣ କଲେ। ତାଙ୍କର ନିଜ ପାପ ନିମନ୍ତେ ସେ ମୃତ୍ୟୁବରଣ କଲେ। ସେହିମାନଙ୍କ ମଧ୍ୟରୁ ଜଣେ ନ ଥିଲେ, ଯେଉଁମାନେ କୋରହ ଦଳରେ ସଦାପ୍ରଭୁଙ୍କ ବିରୁଦ୍ଧରେ ନେତୃତ୍ୱ ନେଇଥିଲେ। ତାଙ୍କର ପୁତ୍ର ନ ଥିଲା। ଆମ୍ଭମାନଙ୍କ ପିତାଙ୍କର ନାମ ଲୋପ ପାଇଯିବ, ଯେହେତୁ ତାଙ୍କର କୌଣସି ପୁତ୍ର ନ ଥିଲେ। ତେଣୁ ଆମ୍ଭ ପିତୃବଂଶୀୟ ଭାଇମାନଙ୍କ ସହିତ ଆମ୍ଭମାନଙ୍କୁ ଭୂମି ଦିଅ।”

ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଇଁ ନିବେଦନ କଲେ। ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସଲଫାଦର କନ୍ୟାଗଣ ଯଥାର୍ଥ ଅଛନ୍ତି। ତୁମ୍ଭେ ସେମାନଙ୍କ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ। ତେଣୁ ସେମାନଙ୍କୁ ତାହା ଦିଅ, ଯାହା ସେମାନଙ୍କର ପିତା ପାଇଥା’ନ୍ତେ।

“ଆଉ ଇସ୍ରାଏଲର ଲୋକମାନଙ୍କ ମଧ୍ୟରେ ଏହି ବିଧି ପ୍ରଚଳନ କର, ‘ଯଦି କୌଣସି ଲୋକର ପୁତ୍ର ନ ଥାଇ ମୃତ୍ୟୁବରଣ କରେ, ତେବେ ତାହାର ଅଧିକାର ତା’ର କନ୍ୟା ଗ୍ରହଣ କରିବ। ଯଦି ତାହାର କନ୍ୟା ବା ପୁତ୍ର ନ ଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ। 10 ପୁଣି ଯଦି ତାହାର ଭାଇ ନ ଥାଏ ତେବେ ତାହାର ଅଧିକାର ତା’ର ପିତାର ଭାଇମାନଙ୍କୁ ଦେବ। 11 ଆଉ ଯେବେ ତା’ର ପିତାର ଭାଇମାନେ ନ ଥା’ନ୍ତି, ତେବେ ତାହାର ପରିବାର ମଧ୍ୟରୁ ଏବଂ ନିକଟ ସମ୍ପର୍କୀୟ ଜ୍ଞାତିକୁ ତାହାର ଅଧିକାର ଦେବ। ଏହା ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ବିଗ୍ଭରବିଧି ହେବ। ଆଉ ସଦାପ୍ରଭୁ ମୋଶାଙ୍କୁ ଏହି ଆଜ୍ଞା ଦେଲେ।‌’”

ଯିହୋଶୂୟ ନୂତନ ଅଧିପତି

12 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯର୍ଦ୍ଦନ ନଦୀର ପୂର୍ବରେ ଥିବା ଏହି ଅବାରୀମ ପର୍ବତ ଆରୋହଣ କର, ଆମ୍ଭେ ଇସ୍ରାଏଲ ଲୋକମାନଙ୍କୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। 13 ତାହା ତୁମ୍ଭେ ନିରୀକ୍ଷଣ କଲାପରେ, ହାରୋଣଙ୍କ ତୁଲ୍ୟ ତୁମ୍ଭେ ମଧ୍ୟ ତୁମ୍ଭ ପୂର୍ବପୁରୁଷଗଣ ନିକଟକୁ ଯିବ। 14 ମନେପକାଅ, ଯେତେବେଳେ ସୀନ ମରୁଭୂମିରେ ଲୋକମାନେ ଜଳ ପାଇଁ କ୍ରୋଧିତ ହେଲେ, ତୁମ୍ଭେ ଓ ହାରୋଣ ମୋର ଆଜ୍ଞା ଅମାନ୍ୟ କଲ। ତୁମ୍ଭେମାନେ ମୋର ପବିତ୍ରତାକୁ ଲୋକଙ୍କ ସମ୍ମୁଖରେ ସମ୍ମାନ କଲ ନାହିଁ।” (ଏହି ସୀନ୍ ମରୁଭୂମି କାଦେଶସ୍ଥ ମିରୀବାଃ-ଜଳ ମଧ୍ୟରେ ଘଟଣା କ୍ରମେ ହେବ।)

15 ଅନନ୍ତର ମୋଶା ସଦାପ୍ରଭୁଙ୍କୁ କହିଲେ, 16 “ସଦାପ୍ରଭୁ ପ୍ରତ୍ୟେକ ପ୍ରାଣୀ ସମାଜର ଚିନ୍ତାଧାରା ଜାଣନ୍ତି। ହେ ସଦାପ୍ରଭୁ, ମୁଁ ବିନୟ କରୁଛି ଏହି ମଣ୍ତଳୀ ପ୍ରତି ଏକ ପ୍ରତିନିଧି ନିଯୁକ୍ତ କରନ୍ତୁ। 17 ମୁଁ ତୁମ୍ଭଙ୍କୁ ବିନୟ କରୁଛି ଏକ ପ୍ରତିନିଧି ବାଛିବାକୁ, ଯିଏ ସେମାନଙ୍କୁ ଆଗେଇ ନେବ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହି ପ୍ରକାରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମେଷପଲ ତୁଲ୍ୟ ହେବେ ନାହିଁ।”

18 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ନୂନର ପୁତ୍ର ଯିହୋଶୂୟକୁ ନିଅ, ସେ ଉପଯୁକ୍ତ ବ୍ୟକ୍ତି ଅଟେ, ପୁଣି ତୁମ୍ଭେ ତାଙ୍କ ଉପରେ ନିଅ। 19 ଆଉ ସମସ୍ତ ମଣ୍ତଳୀ ଓ ଯାଜକ ଇଲିୟାସର ସମ୍ମୁଖରେ ତାହାଙ୍କୁ ଉପସ୍ଥିତ କରାଅ ଓ ତାଙ୍କୁ ତା’ର ଆଦେଶ ଦିଅ।

20 “ତାଙ୍କୁ ତୁମ୍ଭେ ଆପଣାର କିଛି ଅଧିକାର ଦିଅ ଯେପରି ସମସ୍ତ ଇସ୍ରାଏଲର ଲୋକମାନେ ତାଙ୍କୁ ମାନିବେ। 21 ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ, ଇଲିୟାସର ତାହା ପାଇଁ ଊରୀମର ବିଗ୍ଭର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ସେ ପଗ୍ଭରିବ; ତେବେ ସମୁଦାୟ ମଣ୍ତଳୀ ‘ବାହାରକୁ ଯିବେ’ ଓ ତାଙ୍କର ‘ଆଜ୍ଞା ଅନୁସାରେ ଆସିବେ।’”

22 ଏଥିରେ ମୋଶା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପ୍ରତ୍ୟେକ କର୍ମ କଲେ; ସେ ଯିହୋଶୂୟଙ୍କୁ ଯାଜକ ଇଲିୟାସର ସମ୍ମୁଖରେ ଓ ଇସ୍ରାଏଲର ଲୋକମାନଙ୍କ ସମ୍ମୁଖରେ ଉପସ୍ଥିତ କରାଇଲେ। 23 ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ, ପୁଣି ସଦାପ୍ରଭୁ ମୋଶାଙ୍କ ହାତରେ ଯେରୂପ କହିଥିଲେ, ସେରୂପ ସେ ତାହାଙ୍କୁ ଆଜ୍ଞା ଦେଲେ।