Add parallel Print Page Options

ଆୟୁବ ବିଲଦଦକୁ ଉତ୍ତର ଦେଲା

ତା’ପରେ ଆୟୁବ ବିଲଦଦକୁ ଉତ୍ତର ଦେଲା।

“ହଁ, ଏହା ସତ୍ୟ ବୋଲି ମୁଁ ଜାଣେ ଯାହା ତୁମ୍ଭେ କହୁଛ।
    ଜଣେ ପରମେଶ୍ୱରଙ୍କୁ ଯୁକ୍ତିରେ କିପରି ଜିତି ପାରିବ?
ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସହିତ ବାଦାନୁବାଦ କରି ପାରିବ ନାହିଁ।
    ପରମେଶ୍ୱର ତାକୁ 1000 ପ୍ରଶ୍ନ କରି ପାରନ୍ତି
    ସେ କିନ୍ତୁ ଗୋଟିକର ଉତ୍ତର ମଧ୍ୟଦେଇ ପାରିବ ନାହିଁ।
ପରମେଶ୍ୱର ଅତି ବିଜ୍ଞ ଓ ଶକ୍ତିଶାଳୀ ଅଟନ୍ତି।
    କେହି ତାଙ୍କ ବିରୁଦ୍ଧରେ ଛିଡ଼ା ହୋଇ କେବେ ଅକ୍ଷତ ରହିପାରିବ ନାହିଁ।
ପରମେଶ୍ୱର କ୍ରୋଧ ହେଲେ ପର୍ବତକୁ ମଧ୍ୟ ତା’ ନିଜ ସ୍ଥାନରୁ ହଟାଇ ଦେଇ ପାରନ୍ତି।
ଏବଂ ସେହି ପର୍ବତ ମଧ୍ୟ ନିଜେ ଜାଣି ପାରେ ନାହିଁ।
ପରମେଶ୍ୱର ଇଚ୍ଛାକଲେ ଭୂମିକମ୍ପ ସୃଷ୍ଟି କରି ପୃଥିବୀକୁ ହଲାଇ ପାରନ୍ତି।
    ପରମେଶ୍ୱର ପୃଥିବୀର ମୂଳଦୁଆ ଦୋହଲାଇ ଦେଇ ପାରନ୍ତି।
ପରମେଶ୍ୱର ସୂର୍ଯ୍ୟକୁ କହି ତା’ର ଉଦୟ ହେବାକୁ ବନ୍ଦ କରିଦେଇ ପାରନ୍ତି।
    ସେ ତାରାଗଣକୁ ଚମକିବା ବନ୍ଦ କରି ଦେଇପାରନ୍ତି।
ପରମେଶ୍ୱର ଏକାକୀ ଆକାଶକୁ ବିସ୍ତାର କରିଛନ୍ତି।
    ପରମେଶ୍ୱର ସମୁଦ୍ରର ତରଙ୍ଗ ଉପରେ ଗ୍ଭଲନ୍ତି।

“ପରମେଶ୍ୱର ନକ୍ଷତ୍ରପୁଞ୍ଜ, ତାରାଗଣ ଓ ସପ୍ତର୍ଷିମଣ୍ଡଳ ନିର୍ମାଣ କରିଛନ୍ତି।
    ସେ ଗ୍ରହ ନିର୍ମାଣ କରିଛନ୍ତି, ଯାହା ଦକ୍ଷିଣ ଆକାଶକୁ ପାରକରେ।
10 ପରମେଶ୍ୱର ଅନେକ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରନ୍ତି, ଯାହା ଲୋକେ ବୁଝି ପାରନ୍ତି ନାହିଁ।
    ପରମେଶ୍ୱରଙ୍କ ଆଶ୍ଚର୍ଯ୍ୟ କାର୍ଯ୍ୟର କୌଣସି ଶେଷ ନାହିଁ।
11 ପରମେଶ୍ୱର ମୋ’ ନିକଟରେ ଗମନ କରନ୍ତି।
    କିନ୍ତୁ ମୁଁ ତାଙ୍କୁ ଦେଖେ ନାହିଁ, ପରମେଶ୍ୱର ଯେତେବେଳେ ମୋ’ ନିକଟ ଦେଇ ଯାଆନ୍ତି।
    ମୁଁ ତାଙ୍କୁ ଚିହ୍ନିପାରେ ନାହିଁ।
12 ଯଦି ପରମେଶ୍ୱର କାହାଠାରୁ କିଛି ଛଡ଼ାଇ ନିଅନ୍ତି କିଏ ତାଙ୍କୁ ମନାକରି ପାରିବ।
    କିଏ ତାଙ୍କୁ କହି ପାରିବ, ‘ତୁମ୍ଭେ କ’ଣ କରୁଛ?’
13 ପରମେଶ୍ୱର ତାଙ୍କ କ୍ରୋଧ ଧରିରଖି ପାରିବେ ନାହିଁ।
    ରାହାବର ସାହାଯ୍ୟକାରୀମାନେ ମଧ୍ୟ ତାଙ୍କୁ ଭୟ କରନ୍ତି।
14 ତେଣୁ ମୁଁ ପରମେଶ୍ୱରଙ୍କ ସହିତ ଯୁକ୍ତି କରି ପାରିବି ନାହିଁ
    ଏବଂ ତାଙ୍କୁ କ’ଣ କହିବି ତାହା ମଧ୍ୟ ଜାଣି ନାହିଁ।
15 ମୁଁ ନିରୀହ, କିନ୍ତୁ ମୁଁ ତାଙ୍କୁ ଉତ୍ତର ଦେଇ ପାରିବି ନାହିଁ।
    ମୁଁ ମୋର ବିଗ୍ଭରକର୍ତ୍ତାଙ୍କୁ ଦୟା ପାଇଁ ଭିକ୍ଷା କରିପାରେ।
16 ମୁଁ ତାଙ୍କୁ ଯଦି ଡାକେ ଏବଂ ସେ ମୋତେ ଉତ୍ତର ଦିଅନ୍ତି,
    ମୁଁ ତଥାପି ବିଶ୍ୱାସ କରେ ନାହିଁ ଯେ ସେ ମୋର କଥା ଶୁଣିବେ।
17 ପରମେଶ୍ୱର ମୋତେ ଚକଟି ଦେବା ପାଇଁ ଝଡ଼ ପଠାଇବେ,
    କୌଣସି କାରଣ ନ ଥାଇ ସେ ମୋତେ ଅଧିକ ଆଘାତ କରିବେ।
18 ପରମେଶ୍ୱର ମୋତେ ପୁନର୍ବାର ନିଶ୍ୱାସ ନେବାକୁ ଦେବେ ନାହିଁ,
    କିନ୍ତୁ ଅଧିକ କଷ୍ଟ ଦେବେ।
19 ମୁଁ ପରମେଶ୍ୱରଙ୍କୁ ପରାସ୍ତ କରି ପାରିବି ନାହିଁ।
    ପରମେଶ୍ୱର ଅତ୍ୟନ୍ତ ପରାକ୍ରମଶାଳୀ, ମୁଁ ତାଙ୍କୁ ନ୍ୟାୟାଳୟକୁ ନେଇ ପାରିବି ନାହିଁ।
ଏବଂ ମୋ’ ପ୍ରତି ସଦୟ ହେବାକୁ ବାଧ୍ୟ କରି ପାରିବି ନାହିଁ।
    କିଏ ତାଙ୍କୁ ନ୍ୟାୟାଳୟକୁ ଆସିବାକୁ ବାଧ୍ୟ କରି ପାରିବ।
20 ମୁଁ ନିରୀହ ହେଲେ ହେଁ ମୋ’ ନିଜ କଥା ମୋତେ ଦୋଷୀ ସାବ୍ୟସ୍ତ କରିବ।
    ମୁଁ ନିର୍ଦ୍ଦୋଷ ଏବଂ ମୁଁ ଯାହା କହୁଛି ତାହା ମୋତେ ଦୋଷୀ ସାବ୍ୟସ୍ତ କରୁଛି।
21 ମୁଁ ନିରୀହ, କିନ୍ତୁ କ’ଣ ଚିନ୍ତା କରିବାକୁ ପଡ଼ିବ ମୁଁ ଜାଣେ ନାହିଁ।
    ମୋ’ ଜୀବନକୁ ମୁଁ ଘୃଣା କରେ।
22 ମୁଁ ନିଜକୁ କହେ, ‘ସମସ୍ତଙ୍କ ପ୍ରତି ସମାନ ଘଟଣା ଘଟେ।
    ନିରୀହ ଲୋକ ମଧ୍ୟ ଦୋଷୀ ବ୍ୟକ୍ତିଭଳି ମରନ୍ତି।
    ପରମେଶ୍ୱର ସମସ୍ତଙ୍କୁ ସଂହାର କରନ୍ତି।’
23 ଯଦି ହଠାତ୍ କିଛି ଭୟଙ୍କର ଘଟଣା ଘଟେ ଓ ଜଣେ ନିରୀହ ବ୍ୟକ୍ତି ପ୍ରାଣ ହରାଏ, ପରମେଶ୍ୱର କ’ଣ ନିର୍ଦ୍ଦୋଷର ମୃତ୍ୟୁରେ କେବଳ ହସି ପାରିବେ?
24 ଯେତେବେଳେ ଜଣେ ଦୁଷ୍ଟ ବ୍ୟକ୍ତି କୌଣସି ଜାଗା ଅଧିକାର କରେ, ପରମେଶ୍ୱର ସେହି ନେତାଙ୍କୁ ଗତିରୋଧ କରନ୍ତି, ଯାହାସବୁ ଘଟୁଛି ତାକୁ ଦେଖି?
    ଯଦି ପରମେଶ୍ୱର ତାହା ନ କରନ୍ତି, ତେବେ କିଏ?

25 “ମୋର ଦିନ ସବୁ ଶୀଘ୍ର ଗଡ଼ି ଗ୍ଭଲିଛି ଜଣେ ଦୌଡ଼ାଳି ଭଳି।
    ମୋର ଦିନ ସବୁ ଗଡ଼ି ଗ୍ଭଲିଛି।
    ମୋ’ ଜୀବନରେ କୌଣସି ସୁଖ ନାହିଁ।
26 ମୋର ଦିନ ସବୁ ଗଡ଼ି ଯାଉଛି ବେଗଶାଳୀ ନଳତୃଣ ନିର୍ମିତ ଜାହାଜ ଭଳି ଓ
    ଶିକାର ଉପରେ ଝାମ୍ପ ଦେବାକୁ ଉଦ୍ୟତ ଉତ୍କ୍ରୋଶପକ୍ଷୀ ଭଳି।

27 “ମୁଁ ଯଦି କହେ, ‘ମୁଁ ଅଭିଯୋଗ କରିବି ନାହିଁ, ମୁଁ ମୋର ଯନ୍ତ୍ରଣା ଭୁଲି ଯିବି।
    ମୋ’ ମୁହଁରେ ହସ ଫୁଟାଇବି।’
28 ଏହା ପ୍ରକୃତରେ କିଛି ପରିବର୍ତ୍ତନ ଘଟାଏ ନାହିଁ,
    ସେହି ଯନ୍ତ୍ରଣା ଏବେ ବି ମୋତେ ଭୟଭୀତ କରେ।
29 ମୁଁ ଦୋଷୀ ସାବ୍ୟସ୍ତ ହୋଇସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି।
    ତେଣୁ ମୁଁ କହୁଛି, ‘ସବୁକିଛି ଭୁଲିଯାଅ।’
30 ଯଦି ମୁଁ ବରଫରେ ନିଜକୁ ଧୌତ କରେ।
    ମୁଁ ହାତଗୁଡ଼ିକୁ ସାବୁନରେ ଧୋଇ ସଫା କରେ।
31 ତଥାପି ପରମେଶ୍ୱର ମୋତେ ଖସଡ଼ା ଗାତ ମଧ୍ୟକୁ ଠେଲି ଦେବେ।
    ତା’ପରେ ମୋର ନିଜର ବସ୍ତୁ ମୋତେ ଘୃଣା କରିବ।
32 ପରମେଶ୍ୱର ମୋ’ ଭଳି ମନୁଷ୍ୟ ନୁହନ୍ତି ଯେ ମୁଁ ତାହାଙ୍କୁ ଉତ୍ତର ଦେବି।
    ଆମ୍ଭର କେବେ ଗୋଟିଏ ନ୍ୟାୟାଳୟରେ ଏକତ୍ର ପରସ୍ପର ସାକ୍ଷାତ ହୋଇ ପାରିବ ନାହିଁ।
33 ମୁଁ ଗ୍ଭହେଁ କିଏ ମଧ୍ୟସ୍ଥ ହୁଅନ୍ତା, ଯିଏ ଦୁଇ ପକ୍ଷର କଥା ଶୁଣି
    ଏବଂ ଆମ୍ଭକୁ ଏକତ୍ର ଆଣନ୍ତା, କିନ୍ତୁ କେହି ନାହିଁ।
34 ମୁଁ ଗ୍ଭହେଁ କେହି ପରମେଶ୍ୱରଙ୍କ ଦଣ୍ଡ ଦେବାର ବାଡ଼ିଟିକୁ ତାଙ୍କଠାରୁ ନେଇ ଯାଆନ୍ତା?
    ତେବେ ପରମେଶ୍ୱର ମୋତେ ଭୟଭୀତ କରନ୍ତେ ନାହିଁ।
35 ତେବେ ମୁଁ କହନ୍ତି, ଯାହା ମୁଁ କହିବାକୁ ଗ୍ଭହେଁ ପରମେଶ୍ୱରଙ୍କୁ ଭୟ ନ କରି।
    କିନ୍ତୁ ବର୍ତ୍ତମାନ ତାହା ମୁଁ କହି ପାରିବି ନାହିଁ।