Add parallel Print Page Options

15 ତା'ପରେ ଫାରୋ ଜାଣିବାକୁ ପାଇଲେ ମୋଶା ଯାହା କରିଥିଲେ। ତେଣୁ ସେ ମୋଶାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି କଲେ। ତେଣୁ ଫାରୋଙ୍କ ନିକଟରୁ ମୋଶା ଖସି ମିଦିୟନ ଦେଶକୁ ପଳାଇଲେ।

ମିଦିୟନରେ ମୋଶା

ମୋଶା ସେଠାକୁ ଯାଇ ଏକ କୂପ ନିକଟରେ ବସିଲେ। 16 ସେଠାରେ ଜଣେ ମିଦିୟନୀୟ ଯାଜକ ଥିଲେ, ଯାହାଙ୍କର ସାତୋଟି କନ୍ୟା ଥିଲେ। ସେହି କନ୍ୟାମାନେ ସେହି କୂପ ନିକଟକୁ ତାଙ୍କର ପିତାଙ୍କର ମେଷପଲ ପାଇଁ ପାଣି ନେବାକୁ ଆସିଥିଲେ। ସେମାନେ ପାଣି କାଢ଼ି ସେହି କୁଣ୍ଡଟିକୁ ପୂର୍ଣ୍ଣ କରିବାକୁ ଲାଗିଲେ। 17 ଇତ୍ୟବସରରେ ମେଷପାଳକମାନେ ଆସି ସେମାନଙ୍କୁ ଗୋଡ଼ାଇବାକୁ ଆରମ୍ଭ କଲେ। ମାତ୍ର ମୋଶା ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କର ମେଷପଲକୁ ଜଳ ଦେଲେ।

18 ଏହା ପରେ ସେମାନେ ତାଙ୍କର ପିତା ରୂୟେଲଙ୍କ ନିକଟକୁ ଫେରିଗଲେ। ସେମାନଙ୍କର ପିତା ତାଙ୍କୁ ପଗ୍ଭରିଲେ, “ତୁମ୍ଭେମାନେ ଆଜି ଏତେ ଶୀଘ୍ର କିପରି ଫେରି ଆସିଲ?”

19 କନ୍ୟାଗଣ ତାଙ୍କୁ ଉତ୍ତର ଦେଲେ, “ହଁ, ମେଷପାଳକମାନେ ଆମ୍ଭକୁ ଘୋଉଡ଼ାଇ ଦେଉଥିଲେ, ମାତ୍ର ଏବ୍ରୀୟ ଲୋକ ଆମ୍ଭକୁ ସାହାଯ୍ୟ କଲେ। ସେ ଆମ୍ଭମାନଙ୍କ ପାଇଁ ପାଣି କାଢ଼ି ଆମ୍ଭର ମେଷମାନଙ୍କୁ ଜଳପାନ କରାଇଲେ।”

20 ତେଣୁ ରୂୟେଲ ତାଙ୍କର କନ୍ୟାମାନଙ୍କୁ କହିଲେ, “ସେହି ଲୋକଟି କେଉଁଠାରେ ଅଛି? ତୁମ୍ଭେ କାହିଁକି ତାଙ୍କୁ ଛାଡ଼ି ଦେଲ? ତାଙ୍କୁ ଏଠାକୁ ଡାକ ସେ ଆମ୍ଭ ସହିତ ଖାଇବ।”

21 ମୋଶା ସେହି ଲୋକଟି ସହିତ ବାସ କରିବା ପାଇଁ ରାଜି ହେଲେ। ରୂୟେଲ ତାଙ୍କର କନ୍ୟା ସି‌ପ୍‌ପୋରାକୁ ମୋଶାଙ୍କ ସହିତ ବିବାହ ଦେଲେ। 22 ସି‌ପ୍‌ପୋରା ଗର୍ଭବତୀ ହେଲା, ଏବଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଲା। ମୋଶା ତାଙ୍କର ନାମ ଗେର୍ଶୋମ୍ ଦେଲେ, କାରଣ ସେ କହିଲେ, “ମୁଁ ବିଦେଶରେ ବାସ କରି ଆସୁଅଛି।”

Read full chapter