ସିଫନିୟ ଭବିଷ୍ୟଦ୍ବକ୍ତାଙ୍କ ପୁସ୍ତକ 3:14-20
Odia Holy Bible: Easy-to-Read Version
ଗୋଟିଏ ସୁଖ ସଙ୍ଗୀତ
14 ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ।
ଇସ୍ରାଏଲ ମଧ୍ୟ ଆନନ୍ଦ କରିବ।
ଯିରୁଶାଲମ ମଧ୍ୟ ସୁଖୀ ହେବ।
15 କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଦଣ୍ତ ଦେଲେ ନାହିଁ।
ସେ ତୁମ୍ଭର ଶତ୍ରୁମାନଙ୍କୁ ବିନାଶ କଲେ।
ଇସ୍ରାଏଲର ରାଜା, ସ୍ୱୟଂ ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଅଛନ୍ତି।
ତୁମ୍ଭେ ମନ୍ଦ ବିଷୟ ପାଇଁ ଆଉ ଭୟଭୀତ ହେବ ନାହିଁ।
16 ସେତେବେଳେ ଯିରୁଶାଲମକୁ କୁହାଯିବ,
“ଭୟ କର ନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହେବ ନାହିଁ।
17 ଜଣେ ଶକ୍ତିଶାଳୀ ସୈନିକ ସଦୃଶ
ତୁମ୍ଭର ସଦାପ୍ରଭୁ ତୁମ୍ଭ ସହିତ ଅଛନ୍ତି।
ସେ ତୁମ୍ଭକୁ ରକ୍ଷା କରିବେ।
ସେ ତୁମ୍ଭକୁ କେତେ ଭଲ ପାଆନ୍ତି ଦେଖାଇବେ।
ଆଉ ମଧ୍ୟ ସେ ଦେଖାଇ ଦେବେ, ସେ ତୁମ୍ଭମାନଙ୍କ ସହିତ ରହି କେତେ ସୁଖୀ।
ସେ ତୁମ୍ଭମାନଙ୍କ ସହିତ ରହି ହସିବେ ଓ ଆନନ୍ଦିତ ହେବେ, ଭୋଜିରେ ଆନନ୍ଦ କଲାପରି ହେବେ।”
18 ସଦାପ୍ରଭୁ କହିଲେ, “ମୁଁ ତୁମ୍ଭମାନଙ୍କର
ଲଜ୍ଜା ଅପମାନ ନେଇଯିବି।
ସେହି ଲୋକମାନେ ତୁମ୍ଭକୁ ଆଘାତ କରିବା ବନ୍ଦ କରିବେ।
19 ସେତେବେଳେ ତୁମ୍ଭକୁ ଆଘାତ କରୁଥିବା ଲୋକଙ୍କୁ ଆମ୍ଭେ ଦଣ୍ତ ଦେବା,
ଆମ୍ଭର ଆଘାତପ୍ରାପ୍ତ ଲୋକମାନଙ୍କୁ ରକ୍ଷା କରିବା।
ପଳାତକମାନଙ୍କୁ ଆମ୍ଭେ ପୁନର୍ବାର ଫେରାଇ ଆଣିବା।
ସେମାନଙ୍କୁ ଆମ୍ଭେ ଏପରି ବିଖ୍ୟାତ କରାଇବା
ସବୁଲୋକ ସେମାନଙ୍କୁ ପ୍ରଶଂସା କରିବେ।
20 ସେତେବେଳେ ଆମ୍ଭେ ତୁମ୍ଭ ସମସ୍ତଙ୍କୁ ଏକତ୍ର ଫେରାଇ ଆଣିବା।
ଆମ୍ଭେ ତୁମ୍ଭମାନଙ୍କୁ ଏପରି ସୁନାମଶାଳୀ କରାଇବା
ଯାହା ଫଳରେ ସବୁଲୋକ ତୁମ୍ଭମାନଙ୍କର ପ୍ରଶଂସା କରିବେ।
ତାହା ଘଟିବ ଯେତେବେଳେ ଆମ୍ଭେ ସମସ୍ତ ବନ୍ଦୀମାନଙ୍କୁ ତୁମ୍ଭ ସମ୍ମୁଖକୁ ଆଣି ମୁକ୍ତ କରିବା,”
ସଦାପ୍ରଭୁ ଏହି ସମସ୍ତ କହିଥିଲେ।
2010 by Bible League International