ଗଣନା ପୁସ୍ତକ 21:4-9
Odia Holy Bible: Easy-to-Read Version
ପିତ୍ତଳ ସର୍ପ
4 ତା'ପରେ ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ଲୋହିତ ସାଗର ପଥ ଦେଇ ଯାତ୍ରା କଲେ। ପୁଣି ଦୀର୍ଘପଥ ଯୋଗୁଁ ସେମାନେ ଧୈର୍ଯ୍ୟହରା ହୋଇଗଲେ। 5 ତହିଁରେ ଲୋକମାନେ ପରମେଶ୍ୱର ଓ ମୋଶାଙ୍କ ବିରୁଦ୍ଧରେ ଅଭିଯୋଗ କଲେ ଏବଂ କହିଲେ, “କାହିଁକି ତୁମ୍ଭେମାନେ ଆମ୍ଭମାନଙ୍କୁ ଏହି ମରୁଭୂମିରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଏଠାରେ ରୋଟୀ ନାହିଁ କି ଜଳ ନାହିଁ। ଆମ୍ଭେମାନେ ଏହି ଅଖାଦ୍ୟକୁ ଘୃଣା କରୁ।”
6 ତେଣୁ ସଦାପ୍ରଭୁ ସେମାନଙ୍କ ମଧ୍ୟକୁ ବିଷଧର ସର୍ପ ପ୍ରେରଣ କଲେ। ସେହି ସର୍ପମାନେ ଲୋକମାନଙ୍କୁ ଦଂଶନ କରିବାରୁ ଇସ୍ରାଏଲର ଅନେକ ଲୋକ ମଲେ। 7 ଏଥିରେ ଲୋକମାନେ ମୋଶାଙ୍କ ନିକଟକୁ ଆସି ନିବେଦନ କଲେ, “ଆମ୍ଭେମାନେ ସଦାପ୍ରଭୁ ଓ ତୁମ୍ଭ ବିରୁଦ୍ଧରେ ଅଭିଯୋଗ କରି ପାପ କରିଅଛୁ। ତେଣୁ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର, ସେ ଯେପରି ଆମ୍ଭମାନଙ୍କଠାରୁ ଏହି ସର୍ପମାନଙ୍କୁ ଦୂରେଇ ନେବେ।” ତେଣୁ ମୋଶା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ।
8 ତହୁଁ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଗୋଟିଏ ପିତ୍ତଳ ସର୍ପ ନିର୍ମାଣ କରି ଗୋଟିଏ ସ୍ତମ୍ଭ ଉପରେ ରଖ। ସର୍ପଦ୍ୱାରା ଦଂଶିତ ହୋଇଥିବା ଲୋକମାନେ ମୃତ୍ୟୁବରଣ କରିବେ ନାହିଁ, ଯଦି ସେମାନେ ସ୍ତମ୍ଭ ଉପରେ ଥିବା ସର୍ପକୁ ଦେଖନ୍ତି।” 9 ତେଣୁ ମୋଶା ସଦାପ୍ରଭୁଙ୍କ ଆଜ୍ଞା ପାଳନ କଲେ। ସେ ଏକ ପିତ୍ତଳର ସର୍ପ ନିର୍ମାଣ କରି ଗୋଟିଏ ଖମ୍ବ ଉପରେ ସ୍ଥାପନ କଲେ। ତେଣୁ ସର୍ପ ଦଂଶିତ ବ୍ୟକ୍ତି ସେହି ଖମ୍ବସ୍ଥିତ ପିତ୍ତଳ ସର୍ପ ପ୍ରତି ଦୃଷ୍ଟିପାତ କରି ବଞ୍ଚିଲେ।
Read full chapter2010 by Bible League International