Add parallel Print Page Options

28 “ଡିମ୍ବିରିଗଛ ଆମ୍ଭକୁ ଗୋଟିଏ ଶିକ୍ଷା ଦିଏ। ଯେତେବେଳେ ଡିମ୍ବିରିଗଛର ଡାଳଗୁଡ଼ିକ ଶାଗୁଆ ଓ ନରମ ପଡ଼ିଯାଏ ଏବଂ ନୂଆ ପତ୍ର କଅଁଳିବାକୁ ଆରମ୍ଭ କରେ, ସେତେବେଳେ ତୁମ୍ଭେମାନେ ଜାଣି ପାର ଯେ ଗ୍ରୀଷ୍ମଋତୁ ପାଖେଇ ଗଲାଣି। 29 ମୁଁ ତୁମ୍ଭକୁ ଯାହା କହିଲି, ଠିକ୍ ତାହା ଏହିପରି ଘଟିବ। ତୁମ୍ଭେମାନେ ଯେତେବେଳେ ଏହିଭଳି ସବୁ ଘଟିବାର ଦେଖିବ, ସେତେବେଳେ ବୁଝ ଯେ, ‘ସେହି ସମୟ’[a] ନିକଟରେ ଆସି ପହଞ୍ଚିଗଲାଣି। 30 ମୁଁ ତୁମ୍ଭକୁ ସତ୍ୟ କହୁଛି। ଏହି ପିଢ଼ିର ଲୋକେ ବଞ୍ଚିଥିବା ସମୟରେ ହିଁ ଏସବୁ ଘଟଣା ଘଟିବ। 31 ପୃଥିବୀ ଓ ଆକାଶ ନଷ୍ଟ ହୋଇଯିବ, କିନ୍ତୁ ମୋ’ କହିଥିବା ବାକ୍ୟ କେବେ ହେଲେ ନଷ୍ଟ ହେବ ନାହିଁ।

Read full chapter

Footnotes

  1. ମାର୍କ ଲିଖିତ ସୁସମାଗ୍ଭର 13:29 ‘ସେହି ସମୟ’ ଏଠାରେ ଯୀଶୁ ଯେଉଁ ସମୟ ବିଷୟରେ ଚର୍ଚ୍ଚା କରୁଛନ୍ତି, ସେହି ସମୟ ହେଉଛି, ଯେତେବେଳେ କୌଣସି ମହତ୍ତ୍ୱପୂର୍ଣ୍ଣ ଘଟଣା ଘଟିବ। ‘ଲୂକ ରଚିତ ସୁସମାଗ୍ଭର’ (21:31) ରେ ଯୀଶୁ କହିଲେ ଯେ ତାହା ହିଁ ହେଉଛି ପରମେଶ୍ୱରଙ୍କ ରାଜ୍ୟର ଆସିବା ସମୟ।