Font Size
ଲେବୀୟ ପୁସ୍ତକ 4:22-26
Odia Holy Bible: Easy-to-Read Version
ଲେବୀୟ ପୁସ୍ତକ 4:22-26
Odia Holy Bible: Easy-to-Read Version
22 “ଯଦି ଜଣେ ଶାସକ ଭୁଲ୍ ବଶତ ପାପ କରେ ଓ ସଦାପ୍ରଭୁଙ୍କର ଆଜ୍ଞାକୁ ବିରୁଦ୍ଧ କଲାପରି କୌଣସି କାର୍ଯ୍ୟ କରେ, ତେବେ ସେ ମଧ୍ୟ ଦୋଷୀ ବୋଲି ବିବେଚିତ ହେବ। 23 ଯଦି ସେ ଶାସକ ଆପଣା କୃତ ପାପ ଜ୍ଞାତ ହୁଏ ତେବେ ସେ ଏକ ନିଖୁଣ ପୁଂ ଛାଗ ଉତ୍ସର୍ଗ କରିବ। 24 ସେହି ଶାସକ ଛାଗ ମସ୍ତକରେ ହାତ ରଖି ହୋମବଳି ବଧ କରିବା ସ୍ଥାନରେ ସଦାପ୍ରଭୁଙ୍କ ସମ୍ମୁଖରେ ତାକୁ ବଧ କରିବ, ତାହା ହେବ ପାପାର୍ଥକ ନୈବେଦ୍ୟ। 25 ତା'ପରେ ଯାଜକ ଆପଣା ଅଙ୍ଗୁଳିରେ ସେହି ପାପାର୍ଥକ ନୈବେଦ୍ୟର ରକ୍ତରୁ କିଛି ନେଇ ହୋମବେଦିର ଶିଙ୍ଗ ଉପରେ ଦେବ ଓ ତାହାର ଅବଶିଷ୍ଟ ସମସ୍ତ ରକ୍ତ ହୋମବେଦି ମୂଳରେ ଢାଳିବ। 26 ତା'ପରେ ସେହି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମେଦ ନେବ ଏବଂ ଯଜ୍ଞବେଦି ଉପରେ ଦଗ୍ଧ କରିବ, ଯେଉଁ ଉପାୟରେ ସେ ମଙ୍ଗଳାର୍ଥକ ନୈବେଦ୍ୟରୁ ମେଦ ସହିତ କରିଥିଲା। ଏହି ପ୍ରକାରେ ଯାଜକ ସେ ଶାସକର ପାପ ପାଇଁ ପ୍ରାୟଶ୍ଚିତ କରିବ ଓ ତା'ଦ୍ୱାରା ସେ ଶାସକ ପ୍ରଭୁଙ୍କ ଦ୍ୱାରା କ୍ଷମା ପ୍ରାପ୍ତ ହେବ।
Read full chapter
Odia Holy Bible: Easy-to-Read Version (ERV-OR)
2010 by Bible League International