Add parallel Print Page Options

16 ତୁମ୍ଭେ ଆମ୍ଭକୁ କୌଣସି ନଡ଼ା ପାଳ ଦେଉ ନାହଁ କିନ୍ତୁ ପୂର୍ବପରି ଇଟା ନିର୍ମାଣ ପାଇଁ କହୁଛ। ତେଣୁ ଆମ୍ଭର ମୁନିବମାନେ ଆମ୍ଭମାନଙ୍କୁ ପ୍ରହାର କରୁଛନ୍ତି। ତୁମ୍ଭର ଲୋକମାନେ ଏପରି କରି ଆମ୍ଭମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।”

17 ଫାରୋ ଉତ୍ତର ଦେଲେ, “ତୁମ୍ଭେମାନେ ଅଳସୁଆ। ତୁମ୍ଭେମାନେ କାର୍ଯ୍ୟ କରୁ ନାହଁ, ଯେଉଁଥିପାଇଁ ତୁମ୍ଭେମାନେ ଯିବା ପାଇଁ ମୋତେ ଅନୁମତି ମାଗୁଥିଲ। ଏବଂ ସେଥିପାଇଁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ ଦେବାକୁ ଗ୍ଭହିଁଲ। 18 ବର୍ତ୍ତମାନ ତୁମ୍ଭମାନଙ୍କର କାର୍ଯ୍ୟକୁ ଫେରିଯାଅ। ମୁଁ ତୁମ୍ଭମାନଙ୍କୁ କିଛି ପାଳ ବା ନଡ଼ା ଦେବି ନାହିଁ ଏବଂ ପୂର୍ବପରି ତୁମ୍ଭମାନଙ୍କୁ ସେତିକି ସଂଖ୍ୟକ ଇଟା ତିଆରି କରିବାକୁ ହିଁ ପଡ଼ିବ।”

19 ଇସ୍ରାଏଲୀୟ ବଂଶୀୟ କାର୍ଯ୍ୟାଧ୍ୟକ୍ଷମାନେ ଜାଣିଲେ ଯେ ସେମାନେ ଅସୁବିଧାରେ ପଡ଼ିଗଲେ ଏବଂ ସେମାନେ ଜାଣିଲେ ଯେ ସେମାନେ ପୂର୍ବପରି ସେତିକି ସଂଖ୍ୟକ ଇଟା ତିଆରି କରି ପାରିବେ ନାହିଁ।

Read full chapter