Add parallel Print Page Options

ଯିହୋଶୂୟ ତୁମ୍ଭମାନଙ୍କର ନୂତନ ନେତା ହେବେ

31 ଏହା ପରେ ମୋଶା ଯାଇ ଏହିକଥା ସମସ୍ତ ଇସ୍ରାଏଲୀୟଙ୍କୁ କହିଲେ। ମୋଶା ଇସ୍ରାଏଲକୁ କହିଲେ, “ମୋତେ 120 ବର୍ଷ ହେଲାଣି। ମୁଁ ଆଉ ତୁମ୍ଭମାନଙ୍କୁ ଆଗେଇ ନେଇ ପାରିବି ନାହିଁ। ସଦାପ୍ରଭୁ ମୋତେ କହିଲେ, ‘ତୁମ୍ଭେ ଯର୍ଦ୍ଦନ ପାର ହୋଇଯିବ ନାହିଁ।’ କିନ୍ତୁ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କୁ ସେହି ଦେଶକୁ ଆଗେଇ ନେବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ସେମାନଙ୍କୁ ଧ୍ୱଂସ କରିବେ। ତୁମ୍ଭେମାନେ ସେମାନଙ୍କଠାରୁ ତାଙ୍କର ଦେଶ ଛଡ଼ାଇ ଆଣିବ। କିନ୍ତୁ ସଦାପ୍ରଭୁ କହିଲେ, ଯିହୋଶୂୟ ତୁମ୍ଭମାନଙ୍କୁ ଆଗେଇ ନେବେ।

“ସଦାପ୍ରଭୁ ଇମୋରୀୟ ରାଜା ସୀହୋନ ଓ ଓ‌ଗ୍‌କୁ ସେମାନଙ୍କର ଦେଶକୁ ବିନାଶ କଲାପରି, ସେ ସେମାନଙ୍କୁ ବିନାଶ କରିବେ। ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ପୁନ୍ନରାୟ ସେହିପରି କହିବେ। ଅନ୍ୟ ଦେଶୀୟମାନଙ୍କୁ ପରାସ୍ତ କରିବା ପାଇଁ ସଦାପ୍ରଭୁ ତୁମ୍ଭର ସହାୟକ ହେବେ। କିନ୍ତୁ ମୁଁ ତୁମ୍ଭକୁ ଯାହାସବୁ କହିଛି ତୁମ୍ଭେ ସେଗୁଡ଼ିକ ନିଶ୍ଚୟ କରିବ। ତୁମ୍ଭେ ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେମାନେ ସେହି ଲୋକମାନଙ୍କୁ ଭୟ କର ନାହିଁ, କାରଣ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭମାନଙ୍କ ସହିତ ଅଛନ୍ତି। ସେ ତୁମ୍ଭକୁ ଅକୃତକାର୍ଯ୍ୟ କରିବେ ନାହିଁ କିଅବା ଛାଡ଼ିବେ ନାହିଁ।”

ଏହା ପରେ ମୋଶା ଯିହୋଶୂୟଙ୍କୁ ଡାକିଲେ। ସମସ୍ତ ଇସ୍ରାଏଲୀୟମାନଙ୍କ ସମ୍ମୁଖରେ ମୋଶା ଯିହୋଶୂୟଙ୍କୁ କହିଲେ, “ଶକ୍ତିଶାଳୀ ଓ ସାହସୀ ହୁଅ। ତୁମ୍ଭେ ଏହି ଲୋକମାନଙ୍କୁ ସେହି ଦେଶକୁ ଆଗେଇ ନେବ ଯେଉଁ ଦେଶ ଦେବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମ୍ଭର ପୂର୍ବପୁରୁଷମାନଙ୍କ ସହିତ ଚୁକ୍ତି କରିଥିଲେ। ସେହି ଦେଶ ତୁମ୍ଭମାନଙ୍କ ଅଧିକାର କରିବା ପାଇଁ ତୁମ୍ଭେ ଇସ୍ରାଏଲୀୟ ଲୋକମାନଙ୍କୁ ସାହାଯ୍ୟ କରିବ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଗେଇ ନେବେ। ସେ ସ୍ୱୟଂ ତୁମ୍ଭମାନଙ୍କ ସହିତ ରହିବେ। ସେ ତୁମ୍ଭକୁ ବିପଦରେ ପକାଇବେ ନାହିଁ କି ତ୍ୟାଗ କରିବେ ନାହିଁ। ହତାଶ ହୁଅ ନାହିଁ, ଭୟ କର ନାହିଁ।”

Read full chapter