Add parallel Print Page Options

12 ଆମ୍ଭେ ତୁମ୍ଭମାନଙ୍କ ଆଗରେ ନିଜର ପ୍ରଶଂସା କରୁ ନାହୁଁ। ବରଂ ଆମ୍ଭେ ତୁମ୍ଭମାନଙ୍କୁ ସୁଯୋଗ ଦେଉଛୁ ଯେପରି ଆମ୍ଭ ପାଇଁ ତୁମ୍ଭେମାନେ ଗର୍ବ ଅନୁଭବ କରି ପାରିବ। ତା'ହେଲେ ପ୍ରତ୍ୟକ୍ଷ ଦିଶୁଥିବା ବିଷୟ ଗୁଡ଼ିକ ପାଇଁ ଗର୍ବ କରୁଥିବା ଲୋକକୁ ତୁମ୍ଭେମାନେ ଉତ୍ତର ଦେଇ ପାରିବ। ସେ ଲୋକମାନେ ଜଣକର ହୃଦୟରେ କ’ଣ ଅଛି, ତହିଁ ପାଇଁ ସେମାନେ ମନୋଯୋଗ କରନ୍ତି ନାହିଁ। 13 ଆମ୍ଭେ ଯଦି ପାଗଳ, ତାହା ପରମେଶ୍ୱରଙ୍କ ପାଇଁ। 14 ଯଦି ଆମ୍ଭେ ଠିକ୍ ମନରେ ଅଛୁ ତାହା ତୁମ୍ଭମାନଙ୍କ ପାଇଁ। ଖ୍ରୀଷ୍ଟଙ୍କ ପ୍ରେମ ଆମ୍ଭକୁ ନିୟନ୍ତ୍ରିତ କରେ। କାରଣ ଆମ୍ଭେ ଜାଣୁ ଯେ ଜଣେ ସମସ୍ତଙ୍କ ପାଇଁ ମରିଛନ୍ତି। ସେଥିପାଇଁ ସମସ୍ତେ ମରିଛନ୍ତି। 15 ଖ୍ରୀଷ୍ଟ ସମସ୍ତଙ୍କ ପାଇଁ ମରିବାର ଉଦ୍ଦେଶ୍ୟ ହେଉଛି ଯେ ଯେଉଁ ଲୋକମାନେ ଜୀବିତ, ଏହା ପରେ ସେମାନେ ନିଜ ପାଇଁ ଜୀବିତ ନ ରୁହନ୍ତି, ବରଂ ଯିଏ ମରି ଯାଇଥିଲେ ଓ ପୁନର୍ବାର ସେମାନଙ୍କ ପାଇଁ ଉ‌‌ତ୍‌‌ଥିତ ହେଲେ, ସେହି ଖ୍ରୀଷ୍ଟଙ୍କ ପାଇଁ ଜୀବିତ ରୁହନ୍ତୁ।

Read full chapter